ରାମଚଣ୍ଡୀ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୮୪
- ସ୍ଥିତି
- ସାର୍ବଜନୀନ (Public domain)
ଆଗୋ ମାତ ରାମଚଣ୍ଡି,ଗିରି ଲାଞ୍ଜି ଅଛ ମଣ୍ଡି ।ସୁଶୀତଳ ଜଳକଣା,ତବ ଦେହେ ହୁଏ ଛଣା ଗୋ ।୧।ଏ ଘୋର ସଂକଟ କାଳେ,ମଣ୍ଡାଇବି ଫୁଲମାଳେ ।ପୂଜାଇବି ଭୋଗ ଥାଳୀ,ବଇରୀକି ଦିଅ କାଳି ଗୋ ।୨।ରକ୍ତପକ୍ଷେ ପର୍ବ ତିଥି,ମାନଙ୍କରେ ପୂଜା ନୀତି ।ହୁଅଇ ବହ ସମ୍ଭାରେ,ରାଜଦତ୍ତ ଉପହାରେ ଗୋ ।୩।ମହାନଦୀ ଜଳେ ଧରା,ନଉକା ଚଳଇ ଭରା ।ଦିଅନ୍ତି ନାଉରୀ ଭେଟି,ଭୁବନ କଷଣ ମେଣ୍ଟି ଗୋ ।୪।ହୃଦେ କାତରେ ସ୍ମରଣ,କରନ୍ତି ମୁଖେ ବନ୍ଦନ ।ଦେବୀଦ୍ୱାର ବୋଲି ସିଦ୍ଧ,ନାମଟି ଅଛି ପ୍ରସିଦ୍ଧ ଗୋ ।୫।ଅସୁରେଶ୍ୱର ହରଚଣ୍ଡୀଆଗୋ ମାତ ହରଚଣ୍ଡୀ,ମସ୍ତକେ ସିନ୍ଦୂର ମଣ୍ଡି ।ଅସୁରମାନଙ୍କୁ ଜିଣି,ଭକ୍ତ ହୃଦ ନେଲ କିଣି ଗୋ ।୧।ମନେ ନ କରିଣ ଭେଦ,ପକାନ୍ତି ଅସଂଖ୍ୟ ଛେଦ ।ଚାରିପାଶ ଲୋକେ ଯୋଗ,ନତି ପରସାଦି ଭୋଗ ଗୋ ।୨।ପୁଣ୍ୟବନ୍ତ ଲୋକମାନେ,ରହିଛନ୍ତି ସନ୍ନିଧାନେ ।ଦେଶାନ୍ତରୁ ଦେଲେ ଛାଡି,ବୋଦା ଆସେ ପଥ ମାଡି ଗୋ ।୩।ହରଚଣ୍ଡୀ ନାମ ଲେଖ,ଗଳଦେଶେ ବନ୍ଧା ଭେଖ ।ଏକ ଗ୍ରାମ ଲୋକ ନେଇଅନ୍ୟଗ୍ରାମେ ଆସେ ଦେଇ ଗୋ ।୪।ଏହିପରି କ୍ରମେ କ୍ରମେ,ଦରବ ଆସଇ ଧାମେ ।ନ କରେ କେହି ହରଣ,କ୍ଷମତା କରେ ବାରଣ ଗୋ ।୫।ଲୁଣନଦୀ ଜଳେ ସ୍ନାନ,ସାରି ଗଲି ପୀଠସ୍ଥାନ ।ପଡିଲି ଚରଣତଳେ,ଧଣ୍ଡାମାଳ ଦେଲି ଗଳେ ଗୋ ।୬।ହେ ଧରାମଣ୍ଡିନି ମାତ,ଦେଶେ ଦେଶେ ନାମ ଖ୍ୟାତ ।ଦେଖି ବିପତ୍ତି ବିନତି,ମୋଠାରେ ରଖ ସୁମତି ଗୋ ।୭।