ରକ୍ଷକଟା ଭକ୍ଷକ ଏ
୧୮୯୮–୧୯୬୫
- ସଂକଳନ: ବଙ୍କା ଓ ସିଧା
- ପଢ଼ିବା ସମୟ
- ୧୪ ମିନିଟ୍
- ଶବ୍ଦ
- ୨୨୨୬
- ସ୍ଥିତି
- ସାର୍ବଜନୀନ (Public domain)
ଏଇ କଥାରେ ସନ୍ଦେହ କି ଅଛି ?ଯାହାଠୁ ଇଚ୍ଛା ତାହାଠୁ ବୁଝକଥାର ସାର ପାଇବ କିଛି କିଛି ।ଢିଙ୍କି ଯେହୁ ହଲାର୍ ସେହୁଏକଇ ଦେହେ ଦୁଇଟା କାରବାରତଫାତ୍ ଖାଲି ହାକିମ ଦୁଇ -ଫାକ୍ଟାରୀ ଓ ଢିଙ୍କି ଅଫିସର୍ !
(୪)
ବିରୋଧୀ କାଲି ବୁଝାଉଥିଲ -ଦୁସ୍ମନ ଏ ସରକାରକୁ ଭାଙ୍ଗଆଜି ତ ହେଲା କଳରେ ପଶିସେଇ ଯେ ପୁଣି ଦୁସ୍ମନର ସାଙ୍ଗ ।ଯେଉଁଟା ଦେହ ସେଇଟା ରୋଗପଡ଼ିଲା ଏବେ ଏତେ କାଳକେ ଜଣାକର୍ମୀ ଯିଏ, କାଲିକି ନେତା,ନ ଜାଣି ଲୋକ ହେଉଛି ବାଟବଣା ![ଅକ୍ଟୋବର-୧୯୬୦]ଏମ୍.ଏଲ୍.ଏ.ଙ୍କ ବର୍ଷ-ବିଦାୟହେ ମୋର ପ୍ରାଚୀନ ବର୍ଷ, ନିଅ ହେ ବିଦାୟତୁମରି ଉଦାର କୋଳେ କରିଚି ଆଦାୟକେତେ ଟି.ଏ. କେତେ ଡି.ଏ. କେତେ କେତେ ଭତ୍ତାଏବେ ବି ପାକେଟେ ଅନୁଭବେ ତୁମ ସତ୍ତା ।ଜନଗଣ ମନ ଭୋଟ ଅଧିନାୟକ ମୁଁ,ସୁବିପୁଳ ତୁମ କୋଳେ ଦିନେ ଭ୍ରମୁଁ ଭ୍ରମୁଁକାଲିର ଫକିର ହେଲି ଆଜି ଏ ରାଜନଘେନ ଭକ୍ତି ନମସ୍କାର ହେ ଭକ୍ତିଭାଜନ !ଭୁଲି କି ପାରିବି ଆଜି ହେ ପ୍ରାଚୀନ ବର୍ଷ,ତୁମେ ପ୍ରଭୁ, ମୁଁ ରଇତ କରେ ଭାଗଚାଷ,କରିଚି ଯା ଆହରଣ ଏ ମର-ଜନମେତାର ପ୍ରତିଦାନେ ଆଜି ଶ୍ରୀଚରଣେ ନମେ ।କରିଚ ‘ଡିଲର’ ମୋତେ, ଦେଇଚ ‘କମିଟି’କରିଅଛ ସଭାପତି ଗଢ଼ିବାକୁ ପାର୍ଟି,ଦେଇଚ ହେ ମୌନବ୍ରତ ଆସେମ୍ୱ୍ଲି ହଲ୍ରେବାହୁକୁ ଦେଇଚ ବଳ ହାତ ଟେକିବାରେ !!ଅଧରେ ଦେଇଚ ମୋରେ ସ୍ମିତହାସ ପରାହରିବାକୁ ବଚନରେ ପ୍ରାର୍ଥୀ ଦୁଃଖଭାରାଦେଇଚ ଖଦଡ଼ ରଖିବାକୁ ତ ଘୋଡ଼ାଇଯେତେ ଗର୍ବ, ଅହମିକା, ବାସନା, ବଡ଼ାଇ ।ତୁମେ ଯିବ, ତୁମ ଆଗେ ଏଇ ଯେ ଆସୁଚିଭବିଷ୍ୟ ନବୀନ ବର୍ଷ ଘେନି କର୍ମସୂଚୀ ।ତୁମ ଆଶୀର୍ବାଦ ମୋରେ କହିଯାଅ ତା’ରେକଥାରେ ଚିଠିରେ ଅବା ରେଡିଓ ବେତାରେ ।ତୁମ ପରି ହୁଅନ୍ତୁ ଏ ଉଦାର ମହାନଜିଣିପାରେ ଯଥା ମୁହିଁ ଜନଗଣ ମନ ।ତୁମ ସାର୍ଟିଫିକେଟ୍ରେ ହେଉ ମୋର ଜୟହେ ମୋର ପ୍ରାଚୀନ ବର୍ଷ, ବିଦାୟ, ବିଦାୟ ![ଜାନୁଆରୀ-୧୯୪୯]ଗଙ୍ଗା ବୈଦ୍ୟ*ନାଆଁ ତାର ଅଟେ ଗଙ୍ଗା ବୈଦ୍ୟଗାଆଁ ତାର ପଲ୍ଲୀ ଓଡ଼ିଶାରେବୟସ ତା’ ଚାଳିଶିରୁ ଊଣାପଣ୍ଡିତ ସେ ଓଡ଼ିଆ ଭାଷାରେ ।କାମ କରେ ଅତି ନିରଳସଖାଲି ଚେରମୂଳ କାରବାରଯିଏ ମାଗେ ଦିଏ ଦାତାପରିବଟୁଆରୁ ଅଉଷଧ ତାର ।ଡାକ ନାମ ଗଙ୍ଗା ବୈଦ୍ୟ ତାରଆଖପାଖ ଗାଆଁ ଦଶ ଖଣ୍ଡେସକାଳରୁ ବେଳବୁଡ଼ ଯାଏବେଳ ତାକୁ ନଥାଏ ତ ଦଣ୍ଡେ ।ଲେହ, ରସ, ମୋଦକ, ବଟିକାସେ ବିରାଟ ବଟୁଆ ଭିତରେଥାଏ ଭରା ପରସେବା ପାଇଁଖରା, ବର୍ଷା, କାକର, ଶୀତରେ ।ଗଙ୍ଗା ବୈଦ୍ୟ ଅତି ଜାଣିମାରନ ଜାଣେ କେ ତାକୁ ମଫସଲେ ?ନୁହଇ ସେ ଧନରେ ଗରବୀଅବା ଟଙ୍କା, ସୁନା, ରୂପା ବିଲେ ।ଛଣ ଘର, ମାଟିର ତା’ ପିଣ୍ଡାଦି’ଚାରିଟା ଖଲ ଥାଏ ପଡ଼ିକେଉଁଟାରେ ମକରଧ୍ୱଜ ବାକେଉଁଟାରେ ଜୀରକାଦି ଧରି ।ସେ ଦୁଆରେ ବୈଦ୍ୟ ଗଙ୍ଗାଧରହାତ ଦେଖି କରଇ ବିଚାରକା’ର କଫ, ସର୍ଦ୍ଦି, ପାଣ୍ଡୁରୋଗକାହାର ବା ମାଲେରିଆ ଜ୍ୱର ।ଦାନ୍ତଘିନା, ପେଟବଥା ପୁଣିଅଣ୍ଟାଧରା, ଅଥବା କାମଳ,ଦୁଃଖୀ ରଙ୍କୀ ଦୀନ ଦରିଦ୍ରରସାହା ତହିଁ ବୈଦ୍ୟ ଗଙ୍ଗାଧର ।ଗଙ୍ଗାଧର ଦୁର୍ବଳ-ଶରୀରମନ ତା’ର ପଥରରୁ ଟାଣଥରି ଥରି ଦୁର୍ବଳ ହାତରେଲେଖିଦିଏ ଦି’ଚାରି ପାଚନ ।ଦିନକରେ ଦୁଇ-ଚାରି କୋଶପାଞ୍ଚ-ସାତ ଗାଆଁ ବୁଲି ବୁଲିଗଙ୍ଗା ବୈଦ୍ୟ ଫେରଇ ରାତିକିକାନ୍ଧେ ବହି ଅଉଷଧ ଝୁଲି ।ବୈଦ୍ୟ ଗଙ୍ଗା ନୁହେଁ ଜଣକରଶହେ ଡାକ ଶହେ ମୁହୁଁ ଶୁଣେଜାତି ଜ୍ଞାତି ଗ୍ରାମ ସୀମା ଡେଇଁନାଆଁ ବାଜେ ବିଲ ପଦା ବଣେ ।ଦିଏ ସିନା କଟୂ, ତିକ୍ତ, କଷାଆନ ଦେହୁଁ ରୋଗ ତଡ଼ିବାରେସହେ ନାଇଁ କଟୂବାଣୀ କା’ର,ସତ୍ୟେ ଜିଣେ ବହୁ ପାରିବାରେ !ଗଙ୍ଗା ବୈଦ୍ୟ ଚାଲିଗଲେ କାଲିରାତି ପାହୁ ପଡ଼ିଲା ଚହଳଯେ ଶୁଣିଲା କଲା ଆହା ଆହା,କରିଲେ କେ ଆଖି ଛଳଛଳ ।ସେଇ ଗାଆଁ, ସେଇ ରୋଗ ଅଛି,ରୋଗୀ ଏବେ ଭାବେ ବେଳେବେଳେ-ଏ ରୋଗ ତ ହୋଇନାଇଁ ଲୋପଗଙ୍ଗା ବୈଦ୍ୟ ଚାଲିଗଲା ଦୂରେ !!ଦୂରେ ଅବା ପଡ଼ିଥିବ ରୋଗୀ,ଗଙ୍ଗା ବୈଦ୍ୟ ଦେଖୁଥିବ ହାତଜାଣ କି କେ ଗଙ୍ଗା ବୈଦ୍ୟ ଗଲାପେଟପାଇଁ, ଖୋଜି ମୁଠେ ଭାତ ?ଏଇ ଆମ ଗଣତନ୍ତ୍ର ଦେଶେରୋଗୀ ମରେ, ମରେ କବିରାଜ,ଏ ନିଦାନ କରି ପାରିବ କିଆମର ଏ ନବ ରାମ-ରାଜ୍ୟ ?[ଜାନୁଆରୀ-୧୯୬୧]ଭିକ୍ଷାଜୀବନର ଦୀପେ ଆଜି ତେଲ ଯାଏ ସରିଭିକାରି ମାଗୁଚି ଭିକ ବୁଲି ଗଳି ଗଳି ।କବି ମାଗେ କୃପାଭିକ୍ଷା ଶାସକର ପାଖେ -ତୁମ କୃପା ବିନେ କେହ୍ନେ ମୁଁ କବିତା ଲେଖେ ?କର୍ମୀ ମାଗେ ତୁମ ବିନା କର୍ମ ନାହିଁ ଦେବ,କର୍ମ ପାଇଁ କିଏ ମୋତେ ଦରମାଟା ଦେବ ?ମାଗେ ବକ୍ତା - ହେ ଦେବତା ନରଦେହଧାରୀତୁମ ଗୁଣ ଗାଇବାକୁ କର ଅଧିକାରୀ ।ତୁମରି ଆଲେଖ୍ୟ ଆଙ୍କିବାକୁ ଦେଲେ ବାଛିକଳାକାର କହେ କଳା ମୋ ତୂଳୀରେ ଅଛି ।ଥକି ନୃତ୍ୟକାର କହେ ଶିଥିଳ ଚରଣେ -ତୁମେ ନ ଆସିଲ ନାହିଁ ନୃତ୍ୟ ରଙ୍ଗଭୂମେ ।ଚାରିଆଡ଼େ ଭିକ୍ଷାବୃତ୍ତି, ମୁଁ କିପରି ବଞ୍ଚେଭିକ ମାଗିବାକୁ ମୋର ସ୍ଥାନ ନାହିଁ ଇଞ୍ଚେ ![ନଭେମ୍ବର-୧୯୫୮]ନୂଆବୋହୂ ଆସୁଛି*ବଜାଅ କାହାଳୀ, ବଜାଅ ଶଙ୍ଖଏଇ ନୂଆବୋହୂ ଆଗରେ ଦେଖ,ଅଳସ ଚରଣେ ‘ଅଞ୍ଚଳ’ ବାଳାଘରକୁ ତୁମର ଆସୁଚି ପରା !ସହି ଗୋ ! ଏ ଯେ ନବଛଇଳୀନିଅ ହାତ ଧରି ଦୀପାଳି ଜାଳି ।ନୂଆ ଘର, ବର ଜାଣିନି କିଛିଲୁଚିଚି ନା ତାର ଗୋଡ଼ ଦିଶୁଚି !ବଡ଼ ଲାଜକୁଳୀ ନ ପାରେ ଜାଣିଧରିଚି ଓଢ଼ଣା ହାତରେ ଟାଣି ।ସଖି ଗୋ ! ଏ ଯେ ଆଇନବତୀଜାଣି ନାଇଁ ପରା ଚୋରା-ପୀରତି !ବାଟ ଜାଣେ ନାଇଁ, ପଡ଼ିବ ଝୁଣ୍ଟିଖାଲ କେଉଁଠି ବା ଢେପ କେଉଁଠି !ଶାଶୁ-ନଣନ୍ଦରେ କରିବ ଘରକିଏ ସେ ଆପଣା, କିଏ ସେ ପର !ସଜନୀ ! ତୁମେ ନିଠୁର ନୋହିଚାଳିନେବ ଜଗି ଲବଣୀଦେହୀ !ଘରେ ଅଛ ଯେତେ ଜାଆ, ନଣନ୍ଦକିଛି ବାଛିବନି ଭଲ ଓ ମନ୍ଦ ।ଗାଆଁ ଟାଉଟର, କଳାବଜାରୀ,ମକଦ୍ଦମପୁଅ ଦଶହଜାରୀ -ମିତ ଗୋ ! କେତେ ଯୁଟିବେ ଆସିଲୁଟିବାକୁ ତାର ପୀରତିରାଶି !ଶିରେ ଧଳା ଟୋପି, ହାତରେ ଝୁଲିକେତେ ତ ଆସିବେ ଗାଆଁକୁ ବୁଲି ।କେତେ ସେ ହୋଇବେ ଫୁସୁରୁଫାସଅଙ୍ଗେ ମଣ୍ଡିଥିବେ ଖଦଡ଼ ବାସ !!ମିତଣି ! ସେ ତ ବଡ଼ ବିଷମନୀତିରେ ମାରିବେ କୁସୁମ-ବାଣ !‘ଅଞ୍ଚଳ ଶାସନ’ ଅଞ୍ଚଳ ତଳେଲୁଚକାଳି ଖେଳ ଖେଳିବେ ହେଳେ ।ଭାବରେ ବଶ ସେ ଭାବରେ ବାଇ,ଭୃଙ୍ଗ ଯେହ୍ନେ ମଧୁ ରସକୁ ଖାଇ,ଦୂତି ଗୋ ! ଠାରି ନେତ୍ରପଥକୁଠକି ନେବେ କହି ଜନ-ମତକୁ ।ବାରାବାରି କରି କହୁଚି ସହିବାରକଥା କାନେ ଶୁଣିବ ନାଇଁ,ବାରେ ବଂଶୀଧ୍ୱନି ପାଇଲେ ଭେଟଏ ଘରେ ଚାଲିବ ଓଲଟା ନାଟସହି ଗୋ ! ଥିବ ସାବଧାନରେସରୁ କରିଦେବେ ମୋଟା ଧାନରେ !!!ଏଇ ଯେ ଆସୁଚି ଅଞ୍ଚଳ-ବୋହୂଅଞ୍ଚଳ ଉହାଡ଼େ ରଖିଚି ମହୁ !ସେ ମହୁଲୋଭରେ ଭ୍ରମରଦଳଲେଖି ମଥାପରେ ତ୍ରିଭଙ୍ଗ ଗାରନାନି ଗୋ ! କରି ଟଣାଓଟରାମନେ କରିନେବେ ଧରାକୁ ସରା !!![ଜାନୁଆରୀ-୧୯୫୫]ଗସ୍ତ-ପ୍ରୋଗ୍ରାମ
(୧)
ମନେ କି ପଡୁଛି ତବ ଆହେ ଭଗବାନ !ଦେଇଥିଲ କୁରୁକ୍ଷେତ୍ରେ ଏକଇ ‘ପ୍ରୋଗ୍ରାମ’ -ସାଧୁ ଯେବେ ହେବ ନାଶ, ଧର୍ମ ହେବ ଅସ୍ତକରିବ ସେ କାଳେ ତୁମେ ଧରଣୀରେ ଗସ୍ତ ।
(୨)
ତୁମେ ତ ଆସିଲ ନାଇଁ, ବିଚାରେ ମନରେ -ଭଗବାନ କେବେ କଣ ଭୁଲ୍ କରିପାରେ ?‘ପ୍ରୋଗ୍ରାମ’ ଦେଇ ଯେ ତୁମେ ନ ଆସିଲ ଜାଣିଏ କଥା କିମିତି ଭାବିବି ମୁଁ ଚକ୍ରପାଣି ?
(୩)
ନରଦେହେ ନରହରି କରିଥିଲ ଲୀଳାକେତେ ମାସ, କେତେ ବର୍ଷ, କେତେ ଯୁଗ ଗଲା !ପାପୀ ବିଚାରଇ ତୁମେ ସବୁ ଗଲ ଭୁଲିବିଚାରଇ ପୁଣ୍ୟବନ୍ତ ଆସିବ ହେ କାଲି !
(୪)
ଭାବେ ମୁହିଁ ‘ନିଆଁଖୁଣ୍ଟା’ ଲେଖିବାକୁ ଯାଇ -ନରଦେହେ ନାରାୟଣ ତୁମେ ଭାବଗ୍ରାହୀ !ଏକ ଦେହେ ନ ଆସି ହେ ଶତ ଦେହେ ଆସ‘ପ୍ରୋଗ୍ରାମ’ ଦେଇଚ ତୁମେ ସାରା ବାର ମାସ !!
(୫)
‘ପ୍ରୋଗ୍ରାମ’ ରେ ସାରା ଦେଶ ପଡୁଛି ଉଛୁଳି -କାଲିକି ଆସିବେ ମନ୍ତ୍ରୀ ରଖ ଫୁଲ ତୋଳି,ଦିଅ ଅଭିନନ୍ଦନ ହେ, କର ସ୍ତବଗାନନୁହେଁ କି ଏ ତୁମ ଲୀଳା, ଆହେ ଭଗବାନ !
(୬)
ତୁମେ ଆସ ଅଫିସର ରୂପେ ଗ୍ରାମେ ମ୍ରାମେ,ଋଣ ବାଣ୍ଟ ତୁମେ ଋଣ-ପ୍ରଚାରକ ନାମେ ।ବିହନ ବାଣ୍ଟୁଚ ତୁମେ କୃଷି ବିଭାଗରେ,ଯୋଗାଣ ହାକିମ ତୁମେ ଦୋକାନ ଦୁଆରେ !
(୭)
କାହିଁ ତୁମେ ‘ଡେପୁଟୀ’ ରେ ହୁଅ ପରକାଶ,ଆଦ୍ୟାଶକ୍ତି ରୂପେ ହୁଅ ଇନ୍ସ୍ପେକ୍ଟ୍ରେସ୍ ।ଜିଲାବୋର୍ଡ ଚେୟାରମ୍ୟାନ୍ ଭାବେ ଅବତରିସ୍ୱଳ୍ପ ଦରମାରେ ବାଣ୍ଟ ଶିକ୍ଷା ପ୍ରାଇମେରୀ ।
(୮)
ତୁମେ ପ୍ରଭୁ ଗସ୍ତ କର ଏ ମହୀମଣ୍ଡଳେକେବେ ଏମ୍.ଏଲ୍.ଏ. ରୂପେ ଲାଟସଭା ଘରେ ।ଚିନି, ମୁଗ, ଗୁଡ଼, ଛଣ, ଲେଉଟିଆ ଶାଗସବୁ ରଖି ଗର୍ଭେ ତୁମେ ସପ୍ଳାଇ ବିଭାଗ ।
(୯)
ହେ ମଙ୍ଗଳମୟ, ତବ ସ୍ୱରୂପ ପ୍ରକାଶେଜନଗଣ ହିତେ ‘ଜନ-ମଙ୍ଗଳ ଅଫିସେ’ ।ଖତ ଅଫିସର ରୂପେ ଖତ ବାଣ୍ଟ ବୁଲିଦିଅ ପ୍ରୌଢ଼ଶିକ୍ଷା ତୁମେ ଧରି ଜ୍ଞାନ-ଝୁଲି ।
(୧୦)
ଭଗବାନ ! ଭୁଲିନାହିଁ ତୁମେ ତ ପ୍ରୋଗ୍ରାମଏଇ ତ ଆସିଲ ଧରି ‘ସରପଞ୍ଚ’ ନାମ ।ଗ୍ରାମେ ଗ୍ରାମେ ରାମରାଜ୍ୟ କରି ପ୍ରଚାରିତକରିବ ସହର ମଫସଲରେ ଚାଳିତ ।[ଜାନୁଆରୀ-୧୯୫୦]ପଙ୍ଗପାଳ*ତଳେ ଥାଇ ଆମେ କରୁଚୁ ନୃତ୍ୟଜାଳୁଚୁ ଅଗ୍ନି, ବାଜୁଚି ବାଜା,ପେଟ୍ରୋଲ ପୋଡୁ ଲିଟର୍ ଲିଟର୍ମିଳୁଚି ଭତ୍ତା ଗସ୍ତ ନାମେ,କାହାର କରୁଚ ସର୍ବନାଶ ହେକରୁଚ କାହାର ମେଜାଜ୍ ତାଜାବନ୍ୟା ମରୁଡ଼ି ମାରୀ ମେଲେରିଆସବୁରି ପଛରେ ଆସିଲ ତୁମେ !କି ଗୀତ ଲେଖିବି ଆଜି ଏତେବେଳେତୁମ ନାମେ ଆହେ ପଙ୍ଗପାଳ !ଘନନୀଳ ଏଇ ଗଗନ ପଥରେଦଳ ଦଳ ହୋଇ ଚାଲିଚ ମାଡ଼ି,ଧାନ ଖାଇ ଏତେ ଉପରେ ଉଡୁଚହେଲା ଏ ଓଡ଼ିଶା-ରାଜ୍ୟ ପାଳରକ୍ତ, ଧୂସର, ହରିତ ବର୍ଣ୍ଣେତୁମ ଆଗମନ ଧାଡ଼ିକି ଧାଡ଼ି ।ତୁମରି ଆଗରୁ ପଙ୍ଗପାଳ ହେଓଡ଼ିଶା କପାଳେ ଦେଖିଚୁ କେତେବାଟରେ ଘାଟରେ ଶାସନ-ପୀଠରେଚରିଗଲେ ଖାଲି ଶିକାରୀଦଳ ।ଏ ମହାରାଜ୍ୟ ଶୌର୍ଯ୍ୟ ବୀର୍ଯ୍ୟମୂଳ କାଟିଦେଲେ ପଲକପାତେନୂଆ ସଂସାର ଗଢ଼ି କି ପାରିବୁଉଖାରି ଉଖାରି ଅଥଳ ତଳ ?ଆମେ ହେଲୁ ପରା କେବଳ ଖାଦ୍ୟଆଉମାନେ ସବୁ ଖାଦକଦଳ,ଶଙ୍କାକାତର ଏ ମହାଜାତିରଅପମୃତ୍ୟୁରେ କେବଳ ଦାବୀ,ଆମେ ଯେ ବାଦ୍ୟ, ସେମାନେ ବାଦକସେଇମାନେ ପୁଣି ରାଜ୍ୟପାଳ,ଏ ମଡ଼ା ଉପରେ ତୁମେ ଉଡ଼ିବୁଲପଙ୍ଗପାଳ ହେ ! କି କଥା ଭାବି ?[ନଭେମ୍ବର-୧୯୬୦]ଖରା*ପଶ୍ଚିମ ସାଗରତୀରେ ଦିନେ ଯେବେ ଜାମ୍ବବତୀସୁତକ୍ଳାନ୍ତତନୁ, ଭ୍ରାନ୍ତମନ, ବିକଳାଙ୍ଗ ମହାବ୍ୟାଧିଗ୍ରସ୍ତମୁକ୍ତିଆଶେ ବୁଲି ବୁଲି ଜମ୍ବୁଦ୍ୱୀପେ ଜୀବନସଂକଟେଆଚରିଲେ ମହାତପ ଶେଷେ ଏଇ ମହୋଦଧିତଟେ !ପ୍ରଚଣ୍ଡ ସେ ଖରାତାପେ କି ପାଇଲେ ମୃତ-ସଂଜୀବନୀଅଙ୍କୁରିଲା ହସ୍ତ ପଦ, ସଞ୍ଚରିଲା ଜୀବନର ବାଣୀ,ବାଜିଲା ଜଗତେ ଯଶ, ହେଲେ ଶାମ୍ବ ଖରାରେ ମୁକତ,ଦ୍ୱାପରର ସେ କାହାଣୀ କଳିକାଳେ ଆଜି ସମାଗତ ।ହୋଇଯାଏ ଖଣ୍ଡ ଖଣ୍ଡ ଏ ଉତ୍କଳ, ଅଙ୍ଗ ବିଗଳିତ,ଗଳିତ ଏ ରାଜନୀତି, ବିଚଳିତ ଜନ-ସିନ୍ଧୁ ଚିତ୍ତ,ତନୁ ମନ ଭାରାକ୍ରାନ୍ତ, ପଦଶ୍ରାନ୍ତ, ପଥପ୍ରାନ୍ତେ ବସିକ୍ଷମତାର ରୋଗଗ୍ରସ୍ତ ନେତା ଡାକେ ଏତେବେଳେ ଆସିହେ ଖରା ! ହେ ରବିରଶ୍ମି ! ବୈଶାଖର ଜ୍ୱଳନ୍ତ ଅନଳସାଗର ଉପାନ୍ତ ଭେଦି ଦୂରାନ୍ତର ବନ ଗିରିମାଳଜାଳ ଜାଳ ! ମହାବ୍ୟାଧିଗ୍ରସ୍ତ ଡାକେ ଏତେବେଳେ ଦ୍ୱାରେଫାଟିଛି ଦଳର ଛାତି, ଯକ୍ଷ୍ମା ଆଜି ପୂତିରକ୍ତ ଗାଳେ !ସାମନ୍ତବାଦର ଆଜି ଚନ୍ଦ୍ରଶାଳା ପଡ଼ୁ ପଡ଼ୁ ଖସିଧନୀ ପୁଞ୍ଜିପତି ଦଳ ଉଠଲେଣି ନେବାକୁ ତା ଗ୍ରାସି !ଭୂମିପୁତ୍ର ଡାକେ ବସି ହେ ଆକାଶପୁତ୍ର ଯାଅ କାହିଁ ?ହେ ଖରା ! ଉଜ୍ଜଳ କର ପ୍ରାଚୀନ ଏ ଜାତିକି ବଞ୍ଚାଇ ![ଫେବୃୟାରୀ - ୧୯୬୧]ଯାହା ଥିଲା ଦଶବର୍ଷ ତଳେଏ ବର୍ଷଟା ନୁହେ ବନ୍ଧୁ, ୧୯୬୧ ସାଲପୁରୁଣାର ପୂରାପୁରି ଜୀର୍ଣ୍ଣଦାଗ ଛାପ ଅଛି ଏଥି,ଏ ବର୍ଷେ ମୁଁ ଯାହା ଦେଖେ ସବୁ ସେଇ ପୁରାତନ ଜାଲଚାରିଆଡ଼େ ବିସ୍ତାରିତ, ସେ ଫାଇଲି, ସେଇ ମତିଗତି ।ଚାରିଆଡ଼େ ଡ଼ାକ ଶୁଭେ ସେଇ ସ୍ୱର - ରଖ, ରଖ, ରଖ,ସେଭଳି ଅଭୟ ବାଣୀ - ଭୟ ନାହିଁ, ଆମେ ଅଛୁ ପଛେ;ଜୀବନର ଯାତ୍ରାପଥ ସେହିଭଳି ରୁଢ, ଅସଳଖଅସହାୟ ସେହିଭଳି ବନ୍ୟା ଦେଖି ଉଠିଯାଏ ଗଛେ !!ଏ ବର୍ଷଟା ନୁହେ ବନ୍ଧୁ, ୧୯୬୧ ସାଲଓଡ଼ିଶାର ଚାରିସୀମା ସେଇଭଳି ଅନ୍ଧକାରମୟ,ସେଇଭଳି ବିଧାନର ମନଭୁଲା ନବ-କୋଳାହଳ,କଳଙ୍କିତ ପୁରାତନେ ରଙ୍ଗେଇବା ଏ ଯେ ଅଭିନୟ !ଆଗ ନାରୀ ଅଭିନେତ୍ରୀ ପୁରୁଷର ଅଭିନୟ କରେଉକୁଟିଯାଇଚି ରଙ୍ଗ ସେ ଜନର ଅପସରି ଯାଇ,ନକଲି ନିଶରେ ଆଜି ପୁରୁଷତ୍ୱ ସଫା ଧରାପଡ଼େସେ ସାଲର ଦମ୍ଭ ଆଜି ଏ ସାଲରେ ଅବଶେଷ ନାଇଁ ।୧୯୫୧ ଆଜି ପୁଣି ଆସିଅଛି ଫେରିଭାଙ୍ଗ, ଗଢ଼, ନୂଆ କର, ଆଗପଛ ନ କରି ବିଚାର,ପାଇପି, ଟାଇଲି ଘର, ଆଖୁକଳ ଏକା ଅଙ୍ଗେ ଧରି୧୯୬୧ ନାମେ ଏ ଯେ ’୫୧ ସାଲ !![ଅଗଷ୍ଟ-୧୯୬୧]ଅପରପକ୍ଷରେମୋ ଜାତିର ପିତୃଗଣ ! ଅପରପକ୍ଷରେକି ନେବ ତର୍ପଣଦୁଃଖ-ସିନ୍ଧୁକୂଳେ ବସି ପାତ୍ରି ଦିଏ ଟେକିତୁମରି ସନ୍ତାନ ।ତୁମରି ଦାୟାଦ ଏ ଯେ ଜାଣେନାହିଁ କିଛିତନ୍ତ୍ର ମନ୍ତ୍ର ଗୀତିଭୁଲିଛି ଏ ଆପଣାକୁ, ଭୁଲିଛି ଗୌରବଜାତିର ସଂସ୍କୃତି ।‘ପୁଣ୍ୟ ଏ ଉତ୍କଳ ଭୂମି’ କହିବାକୁ ଟାଣେନାହିଁ କା’ର ଭାଷାସ୍ୱର୍ଗେ ବସି ଶୁଣୁଛ କି ମଧୁ, ଗୋପବନ୍ଧୁହେ ବିପୁଳଯଶା !ଭାଷାର ସମର ପରା ଲାଗିଅଛି ଆଜିସାରା ଭାରତରେନିର୍ଯ୍ୟାତିତା ଏଇ ତୁମ ଭାଷା ସରସ୍ୱତୀଶାସକ ହାତରେ !ଆହେ ପିତୃ-ପିତାମହ, ପ୍ରପିତାମହ ହେହୁଅ କର୍ଣ୍ଣଧାରତୁମରି କଣ୍ଠରୁ ବାଣୀ ଅରୂପ ସମ୍ଭାରେଉଚ୍ଚାରଣ କର !ପଥଭ୍ରାନ୍ତ ଭାଷାହୀନ ସନ୍ତାନ ଡ଼ାକୁଚିହୋଇ ପାତ୍ରି-ହସ୍ତକରୁଚି ତର୍ପଣ ବସି ତପ୍ତ ଶୋକାଶ୍ରୁରେସମ୍ମୁଖେ ସୂର୍ଯାସ୍ତ ![ସେପ୍ଟେମ୍ବର - ୧୯୬୧]ଡ୍ରାଇଭର୍ଦିନେ ତ କହିନ ନେତା ବୋଲି ତୁମେଯଦି ବା ନେଉଚ ଆଗକୁ ଚାଳିଏଇ ରାଜପଥ ବିଶାଳ ବୁକୁରେଦିବସ ରଜନୀ ମୋଟର ଗାଡ଼ି ।କାହିଁ ତୀରସମ ସରଳ ସରଣୀ,ସର୍ପିଳ କାହିଁ ବିଷମ ପଥଦୁର୍ଗମ ବନ କାନ୍ତାର ଭେଦିଚାଳ ତୁମେ ଗିରିବର୍ତ୍ତ୍ମେ ରଥ ।ଫେରି ଚାହିଁବାକୁ ନାହିଁ ଅବସର,ଲକ୍ଷ୍ୟ ତୁମର କେବଳ ଆଗେବାନ୍ଧି ରଖିଚ ମନ ଚଇତନବାହୁବଳ ତୁଲେ ସମାନ ଭାଗେନେତା ବୋଲି ତୁମେ କହ ବା ନ କହସନମାନ କିଏ ନ ଦେଉ ଜାଣିଦେଖୁଛି ଏ କବି ତୁମର ପଛରେକୁଟୀରବାସୀଠୁ ରଜା ଓ ରାଣୀ !ତୁମରି ଲୋଚନ ପଲକପାତରେଜୀବନର ମୂଲ ହେଉଚି ଗଣାଚାରିଆଡ଼େ ରଟେ ଖବର ବିଷମତୁମେ ହେଲେ ଥରେ ପଥରେ ବଣା !ବିଶାଳ, ପୃଥୁଳ, କ୍ଷୀଣ କୃଶୋଦର,ଭୋଗୀ, ରୋଗୀ ଅବା ଭୂଦାନବାଲାଯେତେ ପଥଚାରୀ ତୁମରି ପଛରେ,ତୁମେ ତ ହୋଇଚ ଏ ଆଗଚଲା ।ତୁମେ ତ ଜାଣୁନ ତୁମ ପଛପଟେଯାତ୍ରୀଗହଳ କି ସମାବେଶଶୁଣୁନ ତରୁଣ ଗପ ବିନୋଦନଦେଖୁନ ତରୁଣୀ ମୁଚୁକି ହସ ।କ୍ଳାନ୍ତ ଶିଥିଳ ନୟନ-ଯୁଗଳଅଧେ ଫେଇ କିଏ ଦେଉଚି ମୁଦିଆସିଚି ସେ ପରା ବିଚାରି କିଚିରିନେଇ ପ୍ରିୟା ହାତୁଁ ଖଡ଼ୁ ବା ମୁଦି ।ଗାଆଁ ରାଜନୀତି ବଖାଣେ କିଏ ସେକାହା ହାତୁଁ ତଡ଼ା ଖାଇଚି ଘରେ,ଗାଆଁ ଟାଉଟର ଉପଦେଶ ଶୁଣଋଣ କରି ଆସି ମୋଟର ଚଢ଼େ ।ତୁମରି ପଛରେ ଆହେ ଡ୍ରାଇଭରଯାତ୍ରୀଗହଳ, ଚାଲିଚି ଖେଳଆଗୁ ଯେ ବସିଚି ଠିଆହେବା ଜନେବୁଝାଉଚି ଖାଲି ‘ପଞ୍ଚଶୀଳ’ ![ମାର୍ଚ୍ଚ-୧୯୫୯]ରାଉରକେଲାର ପଦଯାତ୍ରୀ*ରାଉରକେଲାରୁ ଆସି ଏକାମ୍ରକାନନେଭୂଦାନୀଠୁ ବଳିଗଲ ପଦଯାତ୍ରୀ ତୁମେ !ନାହିଁ ଘିଅ, ନାହିଁ ଦୁଧ, ନାହିଁ ଫଳରସନାହିଁ ଚକିପେଷା ଅଟା କରିବାକୁ ଗ୍ରାସ ।ପଛରେ ଚାଲିନି ଜିପ୍ ବହିବ ସାମଗ୍ରୀଦିଏନି ତୁମକୁ କେହି ପଦଯାତ୍ରୀ ଡ଼ିଗ୍ରୀ ।ନାହାନ୍ତି ଆଗୁଆ ଦଳ ବୁଲି ଗ୍ରାମେ ଗ୍ରାମେକରିବେ ପ୍ରଚାର ଯାଇ ତୁମ ଜୟଗାନେ ।ମାଗୁନ ତ ଜମି ତୁମେ, ସର୍ବସ୍ୱ ଅଥବାଷୋଳ-ଉପଚାରେ ତିଳେ ଲୋଡ଼ୁନାହଁ ସେବା !ପାଣ୍ଡିତ୍ୟ ତୁମର ନାହିଁ ପର ଉପଦେଶେଦୀନତାର ଛବି ତୁମେ ଏ ଉତ୍କଳ ଦେଶେ !ତୁମେ ତ ସଂକୀର୍ଣ୍ଣ ନୁହ ବିଶାଳ ଉତ୍କଳେଭ୍ରମିଛ ଡ଼ୁଡ଼ୁମା ତଟୁଁ ହୀରାକୁଦ ତଳେ,କାଟିଛ ପାହାଡ଼ କେତେ ସର୍ପିଳ ସରଣୀ,ତଥାପି ଶୁଣୁନ କାହିଁ ଧନ୍ୟବାଦ ବାଣୀ ।ହେବ ନାହିଁ ସ୍ମୃତିସ୍ତମ୍ଭ ତୁମ ନାମେ ଠିଆଫଳକରେ ନାମ କାହିଁ ହେବ ନାହିଁ ଦିଆ ।ମଣ୍ଡିବ ନାହିଁ ଏ ନାମ ପୃଷ୍ଠା ଇତିହାସେ !ଅଜ୍ଞାତ ହେ, ଅବଜ୍ଞାତ ! ମର୍ତ୍ତ୍ୟ ପରବାସେ !ନିଜ ବାସେ ବନ୍ଧୁ, ତୁମେ ଆଜି ପରବାସୀ,ତୁମରେ ଖେଳନା କରି ଯେତେ ଛଦ୍ମବେଶୀଖେଳୁଛନ୍ତି ସ୍ୱାର୍ଥାନ୍ୱେଷୀ ରାଜନୀତି ଖେଳପଦଯାତ୍ରା, ଯାତ୍ରା ତବ ହେବ କି ସଫଳ ?କରିଅଛି ଏ ଜାତିର ଆତ୍ମାବତରଣତୁମରି ଏ ଶୀର୍ଣ୍ଣ ଅଙ୍ଗେ, କରି ବିଦୀରଣଭେଦ ଏ ମାୟାର ବ୍ୟୁହ, ଭାଙ୍ଗ ଏ ଜଡ଼ତା,ବାଜୁ ତବ ପଞ୍ଚଜନ୍ୟ ଗାଇ ଜୟଗାଥା ।[ମାର୍ଚ୍ଚ-୧୯୫୯]ମୁହିଁ ଯେବେ ହୋଇଥାନ୍ତି ପିଲା !*ମୁହିଁ ଯେବେ ହୋଇଥାନ୍ତି ପିଲାଷୋଳ ଅବା ସତର ବରଷବେଣୀ ମୋର ହୋଇଥାନ୍ତା ଢିଲାଓଢ଼ଣାକୁ କରି ପରିହାସ ।ମୁହିଁ ଯଦି ହୋଇଥାନ୍ତି ପିଲାନାଆଁ ଲେଖି ମଧୁ ଭବନରେହୋଇଥାନ୍ତି ନୃତ୍ୟଗୀତଶୀଳାଖାଲି ନାରୀସଂଘ ସଦନରେ ।ପିଲାକାଳ ଥିଲେ ମୋର ଏବେପାଠ ମୁହିଁ ପଢ଼େ ବା ନ ପଢ଼େଅଚିହ୍ନା ତ ନ ପାଆନ୍ତି ଲବେବୁଲିଯିବା ପାଇଁ ଚାରିଆଡ଼େ ।ଆଜି ଥିଲେ ସେ ବୟସ ମୋରଖାଲି ବସି ଶୁଣନ୍ତି କାନରେ,ଏ ଅଧରେ ଲିପ୍ଷ୍ଟିକ୍ ବୋଳଲୋଡ଼ିନ୍ତିନି କେବେ ଜୀବନରେ !ଆଜି ଯଦି ହୋଇଥାନ୍ତି ପିଲା,ଛିଡ଼ା ହୋଇ ଦରପଣ ପାଶେକହନ୍ତି - ମୁଁ ଦରପଣ ପରାଫୁଲ-ସଂଜ ଭ୍ରମଣ ସକାଶେ ।ପିଲା ହୋଇଥିଲେ ଏବେ ମୁହିଁଖାତିରି ମୁଁ ନ କରି କାହାରେସଭା ସମିତିରେ ଛିଡ଼ାହୋଇକହନ୍ତି ମୁଁ ହଲାଇ ବାହାରେ ।କହନ୍ତି ମୁଁ- ଯେତେ ଝିଅସବୁଘରେ ରହି କର ଘରକାମତୁମ ସ୍ୱାମୀ ବନେଇଲେ ବାବୁତୁମେ ହେବ ତାଙ୍କର ପରମ ।ବେଶବାସେ ନ ଦେଇ ନଜରଦେଶକଥା ବିଚାର ମନରେଦେଶଟାକୁ ମଣ ଗୋ ନିଜରନାଚି ନାରୀସଂଘ ସଦନରେ ।[ଫେବୃୟାରୀ-୧୯୫୬]ରାଜଭବନର ତଳେ*ଶତାବ୍ଦୀର ଶ୍ମଶାନ ହେ ଆଜି ଏଇ ଘନ ଅନ୍ଧକାରେରୁଦ୍ଧ ଶତ ଇତିହାସ ତୁମ ବକ୍ଷେ ପାଷାଣ ଆକାରେ ।ତୁମ ପ୍ରତି ଶିଳାଅଙ୍କେ ଅଙ୍କିତ ଯେ ଇତିହାସ ରେଖାତାତ୍ତ୍ୱିକ ନୟନତଳେ କେତେବେଳେ ହେବନାହିଁ ଦେଖା ?ନିଷ୍ପନ୍ଦ ଏ ବୁକୁପରେ ଦେଖିଚ ତ କେତେ ରଣଲୀଳାନରରକ୍ତ-ପ୍ରବାହରେ ଦୟା ଯେବେ ରକ୍ତ ପାଲଟିଲା ।ଉଠିଲା ତୋଷାଳୀ ଯେବେ ଖାରବେଳ ଜୟଗୀତି ପଢ଼ିସେ ଦିନୁ ରହିଚ ତୁମେ ସେଇ ଭଳି ମୂକସାକ୍ଷୀ ପରି !ଆଜି ତ ଦେଖୁଚ ସେଠି ରଜା ନୁହେ ପ୍ରଜାର ପାଳକ,ବିରାଜିତ ରାଜ୍ୟପାଳ ଚତୁର୍ଦ୍ଦିଗେ ଜାଳି ନୀଳାଲୋକ ।ଉଦ୍ଭାସିତ ରାଜପଥ ଆଲୋକର ଅପୂର୍ବ ସମ୍ଭାରେପୂରିଛି ଏକାମ୍ରବନ ସତେ ଅବା ଊର୍ବଶୀ-ରମ୍ଭାରେ ?ଆଜି ସେ ପାଷାଣତଳ୍ପେ ଶୁଭ୍ରବସ୍ତ୍ର-କୁସୁମ-ଶୟନେଚାହେଁ ଚତୁର୍ଦ୍ଦିଗେ କିଏ ବିସ୍ଫାରିତ ଚକିତ ନୟନେ ?କଙ୍କରିଳ ରାଜପଥ ସରୀସୃପ ଶ୍ୱାପଦସଂକୁଳଭୟ ନାହିଁ, ନାହିଁ ଚିନ୍ତା ସେ’ଟା ତାର ଅବା ମାତୃକୋଳ !ଅରକ୍ଷ ସେ ଲୋକନେତ୍ରେ, ଅଜ୍ଞାତ ତା ଜନକ ଜନନୀକି ରକ୍ଷା-କବଚ ଦେଇ ଜଗିଥିଲେ ଅବା ଚକ୍ରପାଣି !କୁମାରୀ ଗୋ ! ପ୍ରଣୟନୀ କା’ ର ତୁମେ ?
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ