ରାଖି ବନ୍ଧନ ଦିବସ
ପଦ୍ମଶ୍ରୀ · ୧୮୯୦–୧୯୬୩
- ସଂକଳନ: ଦଶକଥା
- ପଢ଼ିବା ସମୟ
- ୬ ମିନିଟ୍
- ଶବ୍ଦ
- ୮୯୦
- ସ୍ଥିତି
- ସାର୍ବଜନୀନ (Public domain)
ଏହି ଦେଖନ୍ତୁ ରାଖିବନ୍ଧନ ଦିବସର କାହାଣୀ- ଫୁଟି ଉଠି ଅଛି ପଦ୍ୟରେ- କି ମର୍ମର ଛନ୍ଦରେ-ବରଷୁଛି ବରଷା ଘନ ଘନ ଗଭୀରେଆସୁଛି ମାଡ଼ି ବାରିଦମାଳା ଆକାଶ ଉପରେ ।ତିମିର ରାତ୍ରି, ସୁପ୍ତ ସକଳ ନରନାରୀ;ବରଷୁଛି ବରଷା ଆପଣା ମନ ପୂରି ।ଦୂରୁ ଘନ ଅରଣ୍ୟୁ ଆସୁଛନ୍ତି ବାହାରିସନ୍ନ୍ୟାସୀ, ଯତି; ତପୀ, ବ୍ରହ୍ମଚାରୀନେବେ ଆଶ୍ରୟ ଆସି ରାଜନଗରୀଭରିଛି ଭରିବ ଅରଣ୍ୟାନୀ ମହା ହୁଙ୍କାରି ।ଏଥର ଭୀଷଣ ଗର୍ଜନ ଆକାଶ ଭରିଆସ ଆସ ତ୍ୱରିତ ବାହାରି ହେ ବ୍ରହ୍ମଚାରୀ !ଋଷି ଆଶ୍ରମ ସବୁ ଏବେ ଖାଲିଆସୁଛନ୍ତି ଅସଂଖ୍ୟ ଋଷି ଋଷିପତ୍ନୀ ଧରି ।ଲାଗିଛି କୋଳାହଳ, ଲାଗିଛି ହୁଳହୁଳିସ୍ୱର୍ଗ ମର୍ତ୍ତ୍ୟର ଛବି ପରି ଅନ୍ତର ଭରିଅସଂଖ୍ୟ ନରନାରୀ ଆଜି ଉଭା ଦାଣ୍ଡ ଦୁଆରିଦେଖିବେ ଦେଖୁଛନ୍ତି ଋଷି ଋଷିପତ୍ନୀ ଧରିଚାଲିଛନ୍ତି ଦଳେ ଦଳେ ହାତରେ ରାଖିବନ୍ଧନ ଧରିବାନ୍ଧିବେ ତହିଁରେ ହୃଦୟ ମନ ସକଳ ନରନାରୀଆଉ ରହିବ ନାହିଁ ଭୟ ଭାବନା ଭଉଣୀ ଆସିବ ଚାଲିଭାଇ ଘରେ ଆଜି ବାନ୍ଧିବ ସେହି ରକ୍ଷା ବନ୍ଧନ ଡୋରି ।ଆହା କି ପ୍ରେମର ଏହି ମର୍ତ୍ତ୍ୟର ସ୍ୱପ୍ନପୁରୀରକ୍ଷା ବନ୍ଧନ ଦିବସ ଦେବତାଏ ବାନ୍ଧିବେ ଡୋରିମାନବ ହସ୍ତେ ପୁଣି ଭଉଣୀ ଭାଇକୁ ଆଶୀର୍ବାଦ କରି ।ଏ ଦିବସର ଏହି ମର୍ଯ୍ୟାଦା ଶ୍ରାବଣର ଶେଷେମେଘ ବରଷି ଯେବେ କରିଛି ଧରା ପୁଲକିତ ଅବଶେଷେସବୁ ଦିଶଇ ଶ୍ୟାମଳ ଚାରିଆଡ଼େ କୋମଳଯାହା ସୁନ୍ଦର ସ୍ନିଗଧ ପରଶଆସ ଆସ ଭାଇମାନେ ଧାଇଁ ଆସଭଉଣୀ ଆସୁଅଛନ୍ତି ସସ୍ନେହ ସଜାଇ ଡାଲା ଆମ ପାଶଆଉ ଋଷି ଋଷିପତ୍ନୀ ସମସ୍ତେ ଆସୁଛନ୍ତି ଆମ ପାଶଆଜି ଶ୍ରାବଣର ଶେଷଆଜି ପୂର୍ଣ୍ଣ ପ୍ରାଣର ପରଶଆଜି ଦେବତା ମାନବ ଏକତ୍ର ବନ୍ଧନ ଦିବସଆଜି ଭଗିନୀ ଆଶୀର୍ବାଦ ପଡ଼ିବ ଭାଇର ଶୀର୍ଷଆହା ପବିତ୍ର ଦିନ ଆଜି ମଧୁର ସ୍ନେହ ପରଶଆସ ଆସ ନମସ୍କାର କର ଘେନ ଆଶୀଷଭଗିନୀ ବାନ୍ଧିବ ରାଖି, ଆମକୁ ମନରେ ରଖିଆମେ ନମିବା ତାଙ୍କ ପୟରେ, ତାଙ୍କ ଆଖିକୁ ଦେଖିକୋମଳ ପରଶ ଆଜି ଉଛୁଳିବକୋମଳ ପ୍ରେମକୋରକ ଯେହ୍ନେ ଫୁଟିବଧରା ଶ୍ୟାମଳ ଅଙ୍କେ ଆଜି କେତେ ତରୁଲତା ପୁଲକିବଧୀରେ ଧୀରେ ଶ୍ୟାମଳ ଧରା ହେବ ପୂର୍ଣ୍ଣ ସୁଷମା ଭରାଆମେ ତହିଁରେ ଭରିବୁ ଆନନ୍ଦ ମହା ଆନନ୍ଦେପାହାଡ଼ ବଣରୁ ଆସିଛନ୍ତି ଆଜି ଆମ ଋଷି ମୁନି ପତ୍ନୀ ସହଆମକୁ ଆଶୀର୍ବାଦିବେ ଆମେ ଧନ୍ୟ ହେବୁଁ ତାଙ୍କୁ ପୂଜିପ୍ରାଚୀନର ଏହି ସୁନ୍ଦର ବିଧାନମନକୁ କରଇ ଆନନ୍ଦିତ ଆଜ ମନଭାବୁଛୁଁ ସେ ଦିନର କଥାଆଜି ସମାଜ ବ୍ୟଥାକେତେ ବେଶୀକିଏ କଳିବ ତାହା କହିବ ଅବା କିଏସବୁ ଶ୍ୟାମଳ ସୁନ୍ଦର ଆଜି ଯେହ୍ନେ ଯାଇଛି ଉଭେଇ, ନାହିଁ କିଛିତଥାପି ବର୍ଷ ବର୍ଷ ଏହି ସ୍ମୃତି ଘୂରି ଫେରିଆସେ ଆମ ପାଖକୁଆମେ ବସି ବସି ଚିନ୍ତା କରୁଁ ଘଡ଼ିଏ ପାଇଁ ସେ ସ୍ପର୍ଶକୁଶ୍ରାବଣର ଧାରା ଏବେ ଯିବ ଧୀରେ ଧୀରେ ଚାଲିଆସିବ ନୂତନ ଋତୁ ଶରତର ଶୋଭା ଘେନିଋଷି ପତ୍ନୀ ସବୁ ରହିବେ ଆମ ଗହଣେ କହନିକି ସୁଖ ହେବ ସଞ୍ଚାର, କି ସୁଖ ଅପାରତହିଁରେ ଖେଳିବୁଁ ଦି ଦିନଯିବେ ଯେବେ ସେ ବାହାରିସଂସାରର କର୍ମକଠୋର ଜୀବନ ଘେନିଚାଲିବୁଁ ଆମେ ଆମ କର୍ମ ପଥେ କଠୋର ବେନିନର ନାରୀ- ଏହି ଦୁଇ ବିଚିତ୍ର ବିଧାନସେହି ପରମାତ୍ମାଙ୍କର- ଦେଖିବା ପାଇଁ ତାଙ୍କୁ ଆମ ମନଧାଇଁବ ଜୀବନ ଶେଷରେ ବୃଦ୍ଧ ବୃଦ୍ଧା ହେବୁଁ ଯେବେଆଶ୍ରୟ କରିବୁଁ ଅରଣ୍ୟ ନିର୍ଜନ ବାସତହିଁରେ ସାହାଯ୍ୟ କରିବେ ଆମର ସନ୍ତାନମାନେଆମେ ଯେପରି କରିଛୁ ଆମ ପୂର୍ବ ପୁରୁଷମନେକର ସେହି ଦିନମାନ, ମନେ କରି ହୁଅ ଧନ୍ୟ ।ଆଜି ରାଖିବନ୍ଧନ ଦିନଆଜି ଆସଇ ମନେ ଏହି ଚିନ୍ତାମାନଗାଉ ଆଜି ମନ ଖୋଲି ପ୍ରାଣଧନ୍ୟ ହରି, ଧନ୍ୟ ମୁହିଁ ସକଳେ ଧନ୍ୟସବୁ ଧନ୍ୟ- ଧନ୍ୟ ଜୀବନ, ଧନ୍ୟ ଯୌବନ,ଧନ୍ୟ ଜରା, ଧନ୍ୟ ମୃତ୍ୟୁ, ଧନ୍ୟ ଶ୍ରାବଣଆଜି ରାଖିବନ୍ଧନ ଦିନତଟନୀ ପରେ ବହିଯାଏ ଯେଉଁ ତରଣୀତର ତର ହୋଇ ତହିଁ ବସିଛି ଗୋ ଭଉଣୀଆସୁଛି ସେ ମୋତେ ଆଶୀର୍ବାଦିବା ପାଇଁଧନ୍ୟ ମୁହିଁ, ଧନ୍ୟ ମୁହିଁ, ଆଜି ଧନ୍ୟ ମୁହିଁରାଖି ବନ୍ଧନ ଦିବସ ମୋ ରକ୍ଷା ପାଇଁଯମୁନାର ଜଳ ଉଚ୍ଛଳଆଜି ଧରଣୀରେ ଲାଗିଛି କୋଳାହଳଆଜି ଧରିତ୍ରୀ ପୂର୍ଣ୍ଣ ଶ୍ୟାମଳସେହି ପୂର୍ଣ୍ଣ ଶ୍ୟାମଳ ମନ ଘେନିଆସୁଅଛି ଧାଇଁ ମୋର ବଡ଼ ଭଉଣୀଟିପାଟି ଦେବ ଚନ୍ଦନେ, ଲେଖିବ ଚିତ୍ର ବଦନେଶୋଭାରେ ଦେବ ମୋତେ ସଜାଇସ୍ନେହରେ ମୋତେ ଦେବ ମଜାଇଯମୁନାର ଜଳ ଆଜି ବଡ଼ ପ୍ରେମପୂର୍ଣ୍ଣଆଜି ରାଖିପୂର୍ଣ୍ଣିମା ଦିନ ଅତି ପ୍ରେମପୂର୍ଣ୍ଣରୁଦ୍ରର ଅଭିଶାପ,ଅତି-ମାନୁଷଆତ୍ମଘାତୀ ନ ହୁଅ ତୁମ୍ଭେସ୍ୱୀକାର କର ସ୍ୱୀକାର କରଏ ଦେହର ଦାବୀହେ ନାରାୟଣରୁଦ୍ରର ଅଭିଶାପ ମସ୍ତକେ ନ ବହିସ୍ୱୀକାର କର ହେ ଅତି ମାନୁଷମାନବ ଜୀବନର ଏହି ରହସ୍ୟକ୍ଷୁଧା କ୍ଷୁଧା- କାମର କ୍ଷୁଧାବାହୁବନ୍ଧନେ ନରନାରୀବାହୁବନ୍ଧନେଚକ୍ଷୁର ସେ କି ଆକର୍ଷଣଦେହର ପ୍ରତିଦୁର୍ବାର ହୋଇ ଉଠେ ଯେବେ ଯୌନ ଲାଳସାଶକ୍ତି କି କାହାରି ପାରିବ ରୋଧିସାଗରର ଉତ୍ତାଳ ତରଙ୍ଗକୁମଧ୍ୟ ଦେବ ସେ ଗ୍ରାସିଭୟ ନାହିଁ ତାରଅତି ଗଭୀରେ ସେ ଦେବ ପଛେ ପ୍ରାଣ ଝାସିମାତ୍ର ସେହି ଅଛି- କାମାଗ୍ନି-ଦାରୁଣ- ନିଦାରୁଣ-ଦାଉଦାଉକରି ଜଳଇ ଯେବେକିଏ ତାକୁ କରିବ ଅସ୍ୱୀକାରଦୂରେ ଦୂରେ ତାର ରହିବ କିଏ କେତେ କେବେଯେବେ ହେଲେ ମୋଡ଼ି ହୋଇ ପଡ଼ିବ ସେଉତ୍ପାଟିତ ତରୁମୂଳ ପରିସକଳ ସାଧନା ସକଳ ବାସନା ସ୍ରୋତେ ଯିବଉତ୍ପାଟିତ ହୋଇକୀଳୋତ୍ପାଟୀବ ବାନର ପରିଦୁର୍ବାର ସେ ଲାଳସାଉଠଇ ଯେବେ ସାଗରର ଉର୍ମିପରିତୁହାକୁ ତୁହା ଉପରି ଉପରିକିଏ ପାରିବ ରୋଧି ?ଅନନ୍ତ କାଳ ସେହି ଉର୍ମି ଚାଲିଛିଧରଣୀ ଦିଗକୁ ପ୍ରସାରି ପ୍ରସାରିଉଠଇ ଝଡ଼ ପ୍ରବଳ ବାତ୍ୟାଘୂର୍ଣ୍ଣି ଦେଖ କି ପ୍ରଚଣ୍ଡଲେଲିହାନ ଜିହ୍ୱାତାରକରଇ ସବୁ ଲଣ୍ଡଭଣ୍ଡକାମନାର ତାଡ଼ନା ପାଏ ସିନାତାର ପରିଣତି ପ୍ରେମେସେହି ପ୍ରେମେ ସେହି ଶ୍ରଦ୍ଧାନ୍ୱିତବାସନା ଭୂମିର ଶ୍ରେଷ୍ଠ ଅବଦାନେଆସ ତେବେ ତରୁଣ ତରୁଣୀହୁଏ ତେବେ ପ୍ରେମିକ ପ୍ରେମିକାପ୍ରେମରେ କଷଣ ସହେ ପ୍ରେମିକପ୍ରେମିକାର ପାଇଁପ୍ରେମିକା ବି ସେହିପରି ଭାଇହେଉ ପଛେ ଦେହର ମିଳନଇନ୍ଦ୍ରଧନୁ ସମ ଯାହା ମଧୁ ମିଳନଚକ୍ଷୁର ତୃପ୍ତି ଦିଗନ୍ତେ ଯେସନମାତ୍ର ଥାଏ ଇନ୍ଦ୍ରଧନୁ ଯେତେ କ୍ଷଣତଥାପି ନ କରେଁ ମନା,ନ କହେଁ ନାଁ, ନାଁମାତ୍ର ସବୁଦିନ ନୁହେ, ବସନ୍ତ ଆସିବ ଯେବେପରାଣେ ପୁଲକ ଜାଗିବ ତେବେ,ଆମ୍ଭ ମଞ୍ଜରୀର ମଧୁମୟ ସୁବାସ ଛୁଟିବ ତେବେକୋକିଳ ଗାଇବ ତାନେ ବସି କୁହୁ କୁହୁ କୁହୁସେହି ବସନ୍ତକୁ କର ଅପେକ୍ଷାନୁହେ ରସ ସଂଗ୍ରହିବାକୁ ସବୁଦିନୁରଖିବ ଯଦି ନିଜକୁ କରି ଚିର ପ୍ରେମିକବସନ୍ତ ବସନ୍ତକୁ କରି ଅପେକ୍ଷାପ୍ରେମ ପାଇଁ ହୁଅ ଜାଗରୁକନୁହେଁ ସବୁ ଦିନ ପାଇଁ-ଶୁଖିଯିବ ଝରଣା,ମଳିନ ହେବ ତଟିନୀ,କୁଳୁକୁଳୁ ନାଦ ଶୁଭିବନିବାଜିବ ନି ମଧୁରେ କିଙ୍କିଣୀସମ୍ଭାଳି ଚାଲ ତେଣୁ ପ୍ରେମର ପଥେବିରହେ ରସାଣିତ କରମିଳନର ଦିନଦେହକୁ ନ କର ଅତି ପ୍ରଧାନପ୍ରେମରେ ଭିତର ଦେଇଗଭୀରେ ପଥ ଯାଇଆନନ୍ଦର ଅମୃତ ସତ୍ତା କର ଅନୁଭବକର ସ୍ଥାୟୀ ତାକୁତେବେ ବୁଝିବ କାମ ପ୍ରେମର ଭେଦବ୍ୟାହତ ନ କରି ଜୀବନର ଗଭୀର ପନ୍ଥାଚାଲୁ ପ୍ରେମ ଗଭୀରେ ଗଭୀରେ ନିତି ଦିନଦେଖ ତାର ଛବି ଅନ୍ତରେ ଅନୁଭବି ହୋଇ ପ୍ରେମ ପୂର୍ଣ୍ଣସେ ଯେ ପ୍ରେମ ଅଭିରାମ ସାତ୍ତ୍ୱିକ ଅବସ୍ଥିତି ଯାର, ସୁନ୍ଦରତାବସନ୍ତର ପୁଷ୍ପୋଦ୍ୟାନେଯଦି କରିବ ନିତ୍ୟ ଭ୍ରମଣଜଗିରହି ଚାଲ ତେବେ ପ୍ରେମର ପଥେଶକ୍ତି ନ କରି କ୍ଷୀଣସ୍ୱପ୍ନାଳୁ ହୋଇ ରୁହ ପଛେଆଦର୍ଶକୁ ତଥାପି ନ ଯାଅ ଭୁଲିସେହି ସ୍ୱପ୍ନ ଭିତରୁ ଶକ୍ତି ପାଇ,ଉଠ ଆପଣା ଆଦର୍ଶକୁ ଧରି
ସମ୍ବନ୍ଧିତ ରଚନା
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ