ରାଜପୁତ୍ରର ଗୀତ
ଗଣକବି · ୧୮୮୨–୧୯୫୬
- ସଂକଳନ: ଜୟନ୍ତ-ଜୟପାଳ ସୁଆଙ୍ଗ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୪
- ସ୍ଥିତି
- ସାର୍ବଜନୀନ (Public domain)
[ହେଲେଟି ମେଲାଟି ଧନ – ବୃତ୍ତେ]
ତେଜ ରୋଷ କ୍ଷମାକର ଦୋଷ ମୋର ଜେମାମଣି ! ଅରଜି ଅଛି ଅକୀର୍ତ୍ତି ପ୍ରାଣସଖା ଶିର ହାଣି ।ପଦ । ଯାଇଥିଲା ପାପ ଘଟ, ଲେଉଟି ସାଧିଲା ହଟ, ଘେନିଯାଅ ମିତ୍ର ମୋତେ ତୁମ୍ଭ ଯିବା ପଥେ ଟାଣି ।୧। ମୁଖ ଦେଖାଇବି କାହିଁ, ଦୁଃଖ ଦେଲେ ମନ୍ଦ ବିହି, ସୁଖ ମୋ କରମେ ନାହିଁ ନ ସରିବ ଦିନ ଗଣି ।୨। ଧନ୍ୟ ଲୋ ମନ୍ତ୍ରୀ-ନନ୍ଦିନୀ, ନାରୀ-ମୁକୂଟ-ବନ୍ଦିନୀ । ଯଶ ରଖିଲୁ ମେଦିନୀ ସତୀତ୍ୱ ରତନେ କିଣି ।୩। ଭଣେ ବଇଷ୍ଣବ ଦ୍ୱିଜ, ଏ ଜୀବନେ କିସ କାର୍ଯ୍ୟ; ମରଣକୁ ହେଲି ସଜ, ମେଲାଣି ଦିଅ ରମଣୀ ।୪।
ରାଜପୁତ୍ର ଶିରଛେଦ ନିମନ୍ତେ ଖଡ୍ଗ ଧାରଣଜୟନ୍ତ – ଶୁଣିଥାଅ ଦଶଦିଗପାଳେ;ଶଣିଥାଅ ଭୂଚର ଖେଚର;ସାକ୍ଷୀ ଥାଅ ଗିରି ନଦୀ ବୃକ୍ଷ ଗୁଳ୍ମଲତା;ମିତ୍ରସ୍ନେହେ ମଜ୍ଜି ଆଜି ତେଜିଲି ଜୀବନ,ଦେଖିଲି ତ, ଶିଖ ଏବେ ମିତ୍ରପ୍ରେମ କେମନ୍ତ ବନ୍ଧନ ।ଅସ୍ତ୍ର ଗଳେ ଲଗାଇବା କାଳେ ଜେମା ହସ୍ତ ଧରିନେଇ ଗୀତ[ଯମୁନାକୁ ଜଳ ଆଣି – ବୃତ୍ତେ]
ନ କର ହେ ଚିନ୍ତା କ୍ଷିତିପତିସୁତ ଚିତ୍ତେ କିଛି । ପାଞ୍ଚିଛି ଯା ମନେ ସଖା ବସିବେ ଏକ୍ଷଣେ ବଞ୍ଚି ।ପଦ । ପଳାଇବ ଦୁଃଖ ନିଶା, ଉଦେ ହେଲେ ସୁଖ-ଉଷା, ଡାକୁଛି ଆଶା କୁକ୍କୁଟ ଆନନ୍ଦ ହୃଦୟେ ନାଚି ।୧। ପୂରୁବ ଗଗନେ ଭାନୂ, ଦେଖାଇବ ନିଜ ତନୂ; ଏହିକ୍ଷଣ ଦେବ ତାର ସରାଗ କିରଣ ବିଞ୍ଚି ।୨। ଭବାନୀଙ୍କ ବର ସତ ହେବ ନ ହେବ ବିଅର୍ଥ; ସତ୍ୟ ମିଥ୍ୟାର ପ୍ରମାଣ ତୁମ୍ଭଠାରୁ ମିଳିଅଛି । ୩ । ସଙ୍ଗେ ସଖା ଯିବେ ବାସେ, ବିପ୍ର ବଇଷ୍ଣବ ଭାଷେ, ଅମୃତ-ଅଙ୍ଗୁଷ୍ଠି ମୋର ବର ଘଟେ ଲଗାଉଛି ।୪।
ଜେମା କର ଲାଗି ମନ୍ତ୍ରୀ – ପୁତ୍ରର ଜୀବନଲାଭ ଓ ଜୟନ୍ତ ଜୟପାଳର ଆଳାପ ଗୀତ[ଆଇରେ କହ୍ନାଇ ଆଇ – ବୃତ୍ତେ]
ଆସ ଆସ ମିତ୍ର ମୋର, ଏ ଗାତ୍ର ପବିତ୍ର କର । ଏ ବିଚିତ୍ର ଲୀଳା ବିଧାତାର ଖେଳା ବୁଝିବ ଶକତି କା’ର ।ପଦ । ଧନ୍ୟ ତୁମ୍ଭର ରମଣୀ, ସେ ତ ରମଣୀ ମୁକଟମଣି । ଆଣିଦେଲେ ଯାହା ହରାଇବା ଧନ ହରଷେ ଲଗାଇ କର ।୧। ପବିତ୍ରତା ବ୍ରତ ସାଧି, ତୁଟାଇଲେ ମାହବ୍ୟାଧି । ବଧିବା ଜୀବନ କରିଲେ ଯେ ଦାନ, କରି ନ ପାରେ ଶଙ୍କର ।୨। କୁଳଟା ରମଣୀ ଯେହି, କୁଳକୁ କଳଙ୍କ ସେହି, ସଳଖଇ ନାହିଁ କାଳକ କପାଳ ବିଧବା ଭାଗ୍ୟେ ନିକର ।୩। ଦେଖି ଶିଖ ନାରୀଗଣ, ଧରି ପତିଭକ୍ତିପଣ । ଜିଣ ଯମଦଣ୍ଡ, ବଇଷ୍ଣବ ଭାଣ୍ଡ ତବ ଚରଣେ କିଙ୍କର ।୪।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ