ପଞ୍ଚମ ଛାନ୍ଦ — ରାଘବ ବିଳାସ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିସମ୍ପୂର୍ଣ୍ଣ ସୂଚୀପତ୍ର
ପଞ୍ଚମ ଛାନ୍ଦ
କଳହଂସ କେଦାର ବୃତ୍ତରେ ସପ୍ତବିଂଶତି ପଦରେ ଏହି ଛାନ୍ଦଟି ସଂପୂର୍ଣ୍ଣ ହୋଇଛି ।
ଋଷ୍ୟଶୃଙ୍ଘଙ୍କୁ ଆମନ୍ତ୍ରନେଇ ଅଯୋଧ୍ୟାଧିପ ଦଶରଥ ଏକ ପୁତ୍ରେଷ୍ଟି ଯଜ୍ଞ କରାଇଲେ । ତାହା ମହାବିଧିରେ କରାହେଲା । ଯାଗର ଚରୁ ଖାଇ କୌଶଲ୍ୟା, କୈକେୟୀ ଏବଂ ସୁମିତ୍ରୀ ତିନି ରାଣୀ ଗର୍ଭବତୀ ହେଲେ ।
ଏହି ଅବସରରେ ବିଭାଣ୍ଡକ ଅଯୋଧ୍ୟାକୁ ଆସନ୍ତେ ଦଶରଥ ବହୁ ଧନ ସମ୍ପଦ ଦେଇ ତାଙ୍କୁ ତାଙ୍କର ପୁଅ ଓ ବୋହୂଙ୍କ ସହିତ ବିଦାୟ କରିଦେଲେ ।ଦଶ ମାସ ଅନ୍ତରରେ ରାମ, ଭରତ, ଲକ୍ଷ୍ମଣ, ଶତ୍ରୁଘ୍ନ ଜନ୍ମ ହେଲେ ।ରାଘବ ବିଳାସ
ପଞ୍ଚମ ଛାନ୍ଦ
(ରାଗ—କଳହଂସ କେଦାର)ରାଜୀବ−ସ୍ନେହି ଅଜଜ ନୃପବରେମୁନିଜ ଜାମାତାଙ୍କୁ ନେବା ରାଜ୍ୟରେ ଯେ,ସୁବିମାନରେ ସୁବିମାନେ ବସାଇଅନ୍ତରେ ଅନନ୍ତରେ ଗମିଣ ଯାଇ ଯେ । ୪ ।ସରଯୂର ତଟାଙ୍କ ନଗ୍ରେ ପ୍ରବେଶଲୋଭ ବନ୍ତରେ ଶୋଭା ପ୍ରଭା ବିଶେଷ ଯେ,ଧରଣୀ ରାଣୀ ଶିର ଭୂଷା କଳିକା,ଧ୍ୟାନିଜ ଦୃଷ୍ଟି ମାତ୍ରେ ସ୍ନେହ ଅଧିକା ଯେ । ୨ ।ଦୁର୍ଗେଶ ନିକେତନ ଉଡ଼େ କେତନେପୀତ ସ୍ମିତ ରଙ୍ଗିମାଛବି କେସନ ଯେ,ଅନନ୍ତାଙ୍କେ ବିହାର କିପାର ବଂଶେଉପବାସେ ନିମ୍ନାଦୌ ଅଗସ୍ତି ଶିଷ୍ୟେ ଯେ । ୩ ।ବାସରେ ବାସରେଶ ସୁସ୍ନେହେ ରହିମିଷ୍ଟଦ୍ରବ୍ୟ ଭୁଞ୍ଜିଣ ସନ୍ତୋଷ ବହି ଯେ,ଯାଗରେ ଉଜାଗରେ ସଂଭର୍ବେ ନିର୍ଭାଧନାର୍ଥେ ଧନଞ୍ଜୟେ ଦତ୍ତ ହବିର୍ଭା ଯେ । ୪ ।ମନ୍ତ୍ରାଧ୍ୟାନେ କୁଶାଣ୍ଡି ସମିଧ ଦତ୍ତସର୍ପି କ୍ଷେପୁ ପ୍ରଜ୍ଜ୍ୱଳେ ଜ୍ୱଳେ ଜ୍ୱଳିତ ଯେ,ନଗ୍ର ଜନଙ୍କ ଜନ ମନ ଉଲ୍ଲାସସ୍ୱରେ ସୁରେଶ ସୁର ଘେନି ହରଷ ଯେ । ୫ ।ନର୍ତ୍ତକୀ ତହିଁ ଏଥି ବିଦୀପ୍ତ ମାନେବେଦ ବେଦୋକ୍ତ ଗାନ ନିରତେ ସ୍ୱନେ ଯେ,ଦ୍ୱିଜେନ୍ଦ୍ର ଧନଜରେ କି ଲକ୍ଷଦେବାଗଣିକା−ଗଣ ଗଣି ପାରିବ କେବା ଯେ । ୬ ।ମୁନି କରାବ୍ଜେ ଚରୁ ଚାରି ବିହରେଚାରୁ ବୈକୁଣ୍ଠ ଦୃଶ୍ୟ ହେଲେ ସତ୍ୱରେ ଯେ,ଏହାନ୍ତେ ଅଜଜରେ କରୁ ପ୍ରଦତ୍ତକର ସମ୍ପୁଟେ ଧରୁ ହୋଇ ହର୍ଷିତ ଯେ । ୭ ।ସୁତ ମାଗଧ କୀର୍ତ୍ତି କଲେ ପ୍ରକଟପଟ୍ଟ ଝର୍ଝରା ଢକ୍କା ଧ୍ୱନି ଧପଟ ଯେ,ଚମକ ଧମକରେ ଧରା କମ୍ପିତକ୍ଷ୍ମାଭୂ ଭାବଇ ମୋର କ୍ଷୋଭ ବର୍ଜିତ ଯେ । ୮ ।ଅଜ ରାଜେନ୍ଦ୍ର ସୁତ ଯଜ୍ଞାନ୍ନ ନେଇବେନି ମହିଷୀ କରାର୍ପିତ କରାଇ ଯେ,କନିଷ୍ଠା କଷ୍ଟେ ଭାଷେ ମୋ କର୍ମ ମନ୍ଦ
ବେଧା ବିଧାନ ମମ ଭାଲରେ ଛନ୍ଦ ଯେ । ୯ ।
ଭଣୁଁ ଭଣିଲେ ବେନି ଘେନି ଆନନ୍ଦ
ହୃଦ ଗହନୁ ପାଦପ ଛେଦ ଗୋ,
ରାକାନନଙ୍କୁ କୁହୂ ନିଶା କିପାଇଁ
ଅଂଶ ଲଭିବୁ ଆମ୍ଭ ସଙ୍ଗତେ ତୁହି ଗୋ ! ୧୦ ।
ଚତୁରୀ ଚାରୁ ଚରୁ ଚାରି ବିଭକ୍ତ
କରିଲେ ସୁମିତ୍ରାଙ୍କୁ ହସ୍ତେ ପ୍ରଦତ୍ତ ଯେ,
ଯଜ୍ଞାଜ ଅଂଶ ବେନି ପାଇ ସୁମୂଖ
ସୁଧାଶନ ତଦ୍ବତ ଭୁକ୍ତ ତ୍ରୟକ ସେ । ୧୧ ।
ଉଦରାର୍ଣ୍ଣବେ ବୈକୁଣ୍ଠ ଶେଷାସନ
ତେସନେ ଚାରି ବିହ୍ୱି ସୁବର୍ଦ୍ଧମାନ ସେ,
ପୟସଜ କି କିଳା ବୁଦ୍ଧି ପ୍ରକାଶ
ସୁଲଗ୍ନେ ସ୍ଥିତି ଅଜ−ରାଜଜଈଶ ଯେ । ୧୨ ।
(୮) କ୍ଷ୍ମାଭୂ—ରାଜା, ପୃଥିବୀ ।
(୯) ବେଧା—ବିଧାତା ।
(୧୦) ରାକାନନ—ପୂର୍ଣ୍ଣମୀଚନ୍ଦ୍ର । କୁହୁନିଶା—ଅମାସ୍ୟା ।
(୧୧) ଯଜ୍ଞାଜ—ଯଜ୍ଞଜାତ । ଅଜ—ଯେ ଜନ୍ମେ । ସୁଧାଶନ—ସୁଧା ଭୋଜନ । ଅଶନ—ଭୋଜନ । ତ୍ରୟକ—ତିନିଙ୍କ ।
(୧୨) ବିହ୍ୱ—ବ୍ୟୂହ, ସୈନ୍ୟସଜ୍ଜା । ପୟସଜ—ଦୁଗ୍ଧ, ସମୁଦ୍ରଜାତ ଇନ୍ଦୁ । ପୟସ—ଦୁଗ୍ଧ ।
ଅନ୍ତରେ ନୃପଚନ୍ଦ୍ର ପେଶି ବାର୍ତ୍ତେୟ
ଶୃଙ୍ଗିଜ ମୁନି ପିତା ପାଶେ ନିର୍ଣ୍ଣୟ ଯେ,
ସୁମନ୍ତ୍ର ମନ୍ତ୍ରଣାରେ ଲେଖି ସୁଲେଖ
ଦତ୍ତେ ପାଇଣ ମୁନି ଆଗତ ସୁଖ ଯେ । ୧୩ ।
ଅଯୋଧ୍ୟା ମିଳୁଁ ବିଭାଣ୍ଡକ ମୁନୀଶ
ବିନତି ନତ ଶିରେ ହର୍ଷ ନରେଶ ଯେ,
ତଦ୍ୱାର୍ଥ ସମର୍ପନ୍ତେ ତନୁଜ ବଧୂ
ଗମୁଁ କୁଟୀରେ ମିଳିଲେକ ସୁସାଧୁ ଯେ । ୧୪ ।
ଦିନ ଦିନାନ୍ତେ ମାସାନ୍ତରେ ମାସାନ୍ତେ
ଯୁଗରେ ଯୁକ୍ତ ଋତୁ ଶେଷ ଶେଷାନ୍ତେ ଯେ,
ସପ୍ତଦ୍ୱିଦିନ ମଧୁ ଋତୁ ମାସରେ
ତାର ଅବ୍ଧିଜ ଗ୍ରହ ଲଗ୍ନ ଯୋଗରେ ଯେ । ୧୫ ।
କୌଶଲ୍ୟା ଉଦରାବ୍ଧି ମନ୍ଥନ କଲା
ନୀଳମଣି ଭାଶ୍ରୀ ସେ ଉଦିତ ହେଲା ଯେ,
ଦ୍ୱାତ୍ରିଂଶ ମହାପୁଂସ ଲକ୍ଷଣ ଗାତ୍ରେ
କୌକେୟୀ ଗର୍ଭ ମୁକ୍ତ ଲକ୍ଷଣ ତନ୍ତ୍ରେ ଯେ । ୧୬ ।
ନୀଳାବ୍ଜ ଲକ୍ଷ୍ୟହୀନ ବନେ ନିବାସ
ସୁମିତ୍ରା ବେନ୍ୟାତ୍ମଜେ ଅନ୍ତେ ପ୍ରକାଶ ଯେ,
ପ୍ରଭାବନ୍ତରେ କ୍ଷଣ ଦାହି ବିନ୍ୟାସ
ତ୍ରିମୂର୍ତ୍ତି କିମ୍ବା ଚାରି ଅଂଶେ ସୁଦୃଶ୍ୟ ଯେ । ୧୭ ।
ଧାତ୍ରୀ ଜଣାଇଁ ଧାତ୍ରୀ ମଣ୍ଡନ ଚାରି
ତ୍ରିସଂଖ୍ୟା ଗର୍ଭେ ଭବୁଁ ଶ୍ରୀ ଦଣ୍ଡଧାରୀ ହେ,
ଆଜନ୍ମ ଦୃଶ୍ୟହୀନ ପାଇଲା ଦୃଶ୍ୟ
କୋଟି ପ୍ରାଣିଜ ପ୍ରାପ୍ତ ପ୍ରାୟ ନରେଶ ଯେ । ୧୮ ।
ସ୍ଥିତ ବିତ୍ତକୁ ବିତରଣ କରିଲେ
ଦେବୀ ଦେବାର୍ଚ୍ଚନରେ ଦ୍ୱିଜେ ବରିଲେ ଯେ,
ସୂତ ମାଗଧ କୀର୍ତ୍ତି ଉଚ୍ଚେ ଉଚ୍ଚାରି
ଗଣିକା−ଗଣ ମିଳି ନୃତ୍ୟ ଆଚରି ଯେ । ୧୯ ।
ଅମର ଅମରେଶ ତ୍ରିଦେବେ କରେ
ଦୁନ୍ଦୁଭି ଭେରୀ ତୂରୀ ତକ୍କା ନାଦରେ ଯେ
ସୁମନେ ସୁମନେଶ ସୁମନ ବୃଷ୍ଟି
ତାର ବାର ନକ୍ଷତ୍ର ନୃତ୍ୟ ପ୍ରକଟି ଯେ । ୨୦ ।
ମଙ୍ଗଳଧ୍ୱନି ତଥି ଏଥି ହୋଇଲା
ଶଚୀବରେ ସଚିବରେ ହିଁ ମୋହିଲା ଯେ,
ବାରଣାରି−ମାର୍ଗରେ ସର୍ବେ ମଳିଲେ
ଇଭାର୍ବ ବେରବକୁ ସାଜି ଚଞ୍ଚଳେ ଯେ । ୨୧ ।
ବାସରେ ବାସ ପାଇବା ଯେ ବିଗତ
ସୁମନେଶ ମନରେ ଲଭି ସୁବିତ ଯେ,
ଅନ୍ତରେ ଧାତ୍ରୀଚୟ ସୂତିକା ବାସେ
ହେମ ସୁକ୍ତିରେ ନାଭି ଛେଦି ହରଷେ ଯେ । ୨୨ ।
ଇନ୍ଧନେ ଧନଞ୍ଜୟ କରି ସଂଯୋଗ
ସୂତିକା ବିଧିଚୟେ ହୋଇ ଉଦ୍ବେଗ ଯେ,
ଦିନୁ ଦିନାନ୍ତେ ପଞ୍ଚ ଦିନ ପ୍ରବେଶ
ଷଷ୍ଠୀରେ ଷଷ୍ଠୀ ଦେବୀ ପୂଜି ହରଷ ଯେ । ୨୩ ।
ବଂଶୈକ ଦିନ ନାରୀ ଚତ୍ୱରେ ରୁଣ୍ଡ
ଶୁଦ୍ଧ ସଲିଳେ ଶୁଦ୍ଧ କରାଇ ପିଣ୍ଡ ଯେ,
ଅଙ୍ଗରେ ଚତୁଃସମ କଲେ ଲେପନ
ବଶିଷ୍ଠ ବଶୀଷ୍ଟାଦି ନାମକରଣ ଯେ । ୨୪ ।
ଜାତକ ଜାତକରେ ଜାତକ ଦେଲେ
ନୀଳକମଳ କାନ୍ତି ଶ୍ରୀରାମ ଭାଲେ ଯେ,
ଗାତ୍ରେ ଅଷ୍ଟାବ୍ଜ ଶୋଭା ଲୋଭା ଶୋଭା ସେ
ଭ୍ରମେ ଭ୍ରମର ଭ୍ରମୁଛନ୍ତି ଉଲ୍ଲାସେ । ୨୫ ।
କୈକେୟୀଜରେ ଭ୍ରଥ ନୀଳ ପ୍ରତିଭା
ତଦନୁକ୍ରମେ ସର୍ବଗୁଣ ସୁନିର୍ଭା ଯେ,
ସୁମିତ୍ରାତ୍ମକ ଲକ୍ଷଣରେ ବିଦୀପ୍ତ
ଏଣୁ ଲକ୍ଷ୍ମଣ ନାମ କଲେ ସଂଯୁକ୍ତ ଯେ । ୨୬ ।
ତଦନୁଜରେ ଶତ୍ରୁ ଘନ ସଘନେ
ପୁରସ୍କାରାନ୍ତେ ବିଦା ଯେଝା ସଦନେ ଯେ
ଦିନକୁ ଦିନ ସହ ଜବବର୍ଦ୍ଧନ
ଶ୍ରୀ ମାନଧାତା ବିନାୟକ ରଚନ ଯେ । ୨୭ ।
ରାଘବ ବିଳାସ
ଷଷ୍ଠ ଛାନ୍ଦ
ଆହାରୀବୃତ୍ତରେ ତେଇଶିଟି ପଦରେ ଏ ଛାନ୍ଦ ସଂପୂର୍ଣ୍ଣ ହୋଇଅଛି ।
ଜନକ ଦିନେ ଆକାଶକୁ ଅନାନ୍ତେ ଦେଖିଲେ ଏକ ଅପ୍ସରା ଇନ୍ଦ୍ର ଶାପରେ ଚାଲିଯାଉଛି । ସେ ତାକୁ ଦେଖି ମୁଗ୍ଧ ହୋଇ କହିଲେ—ଏଇଟି ମୋର କନ୍ୟା ହୁଅନ୍ତା କି ? ତା ଶୁଣି ସ୍ୱର୍ଗ ଅପ୍ସରା କହିଲା—ତୁମେ ମୋଠାରୁ ଏକାନ୍ତ ରୂପବତୀ କନ୍ୟା ଲଭିବ ।
ସେ ଯଜ୍ଞାର୍ଥେ ଚାଷ କରୁ କରୁ ଏକ କାଠର ପେଡ଼ି ପାଇଲେ । ସେଥିରୁ ଏକ କନ୍ୟା ତାଙ୍କର ଲାଭ ହେଲା । ସେହି ହେଉଛନ୍ତି ବିଶ୍ୱ−ଶୋଭାରାଣୀ ସର୍ବ ସଦ୍ଗୁଣବତୀ ସୀତା ।
ସେ ଯତ୍ନରେ ବଢ଼ିବା ପରେ ଏକ ଧନୁ ତାଙ୍କର ବିବାହ ଲାଗି ପଣସ୍ୱରୂପ ରଖାଗଲା ।
ଏଣେ ଅଯୋଧ୍ୟାରେ ବିଶ୍ୱାମିତ୍ର ଋଷି ପହଞ୍ଚି ଦଶରଥଙ୍କୁ କହିଲେ ଯେ ଅସୁର ଅତ୍ୟାଚାରରେ ଆମେ ଯାଗ କରିପାରୁନୁ, ତୁମ ପୁଅଙ୍କୁ ମୋ ସାଥିରେ ପଠାଅ । ଦଶରଥ ପ୍ରଥମେ ଅମଙ୍ଗ ଥିଲେ; କିନ୍ତୁ ପରେ ବାଧ୍ୟ ହୋଇ ରାମ, ଲକ୍ଷ୍ମଣଙ୍କୁ ତାଙ୍କ ସହିତ ଛାଡ଼ିଦେଲେ ।
ଷଷ୍ଠ ଛାନ୍ଦ
(ରାଗ—ଆହାରୀ)ଶୁଣ ସୁବିଦୁଷସକଳ କିଳ୍ବିଷଅଙ୍ଗୁର ହୋଇବ ଦହନଜନକ ମୁନୀଶକାଶ୍ୟପୀକି ଚାଷକରନ୍ତେ କର୍କଶ ବହନସେ କାଳେସଭ ଶାପେ ଖରେ ଅପ୍ସରାଖରେ ଯାଉଁ ଯତିଦେଖି ବିଚାରନ୍ତିଦୁହିତା ହୋନ୍ତା ଏ ମୋ ପରା । ୧ ।ନଗରୀ ନର୍ତ୍ତକୀବ୍ରହ୍ମଣ୍ୟ ଉକ୍ତିକିଜାଣି ପ୍ରକାଶଇ ରଭସେଧରଣୀ ସମ୍ଭୂତାହେବ ତୁମ୍ଭ ସୁତାପୂର୍ବୁ ନାଁ ପାର୍ଥିବୀ ପ୍ରକାଶେଗତାନ୍ତେବେଧା ବିଧାନରେ ଉତ୍ପତ୍ତିସୁଫେଡ଼ା ଫଳାଗ୍ରେଦେଖି ଯତି ବ୍ୟଗ୍ରେବିଘ୍ନେ ଦୃଷ୍ଟିପାତ ଝଟତି । ୨ ।କାନ୍ତିକି ଲକ୍ଷିତଲକ୍ଷଣେ ସଂଯୁକ୍ତଈକ୍ଷଣେ ସୁକ୍ଷଣେ ସୁଗତିଦୀନ ଜନ ନିଧିପାଇଲା ଅବଧିସୁଧାପତି ସିଦ୍ଧି ପ୍ରାପତିତତ୍କାଳେ,ପବିତ୍ରାଙ୍ଗୀ ଘେନି ସବନେସୀମନ୍ତିନୀ ସୀମ−ନ୍ତିନୀ ଭୂଷା ମର୍ମେହୃଦୟା−ନନ୍ଦ ସେ ତେସନେ । ୩ ।ବନଜ ସମ୍ଭୂତାପରାୟେ ବର୍ଦ୍ଧିତାପଦ ନିଉଛାଇ ହୋଇ କିନୟନ ଚକୋରୀସୁଧା ପାନ କରିବେରବେ ସର୍ବେ ଅଲକ୍ଷ କିବାତରେ,ଲତାଗ୍ର ଚଳ ଚଳ ମତସୁମନା ଅଙ୍ଗରେସୁଶୋଭା ରଙ୍ଗରେବେଳକୁ ବେଳ ସେ ବିଦୀପ୍ତ । ୪ ।ଧାତ୍ରୀ ଶିରୀ ଧାତ୍ରୀକୋଳେ ସୁଶୋଭନ୍ତିଯତି ଯତି ନାରୀ ଆନନ୍ଦକୁଳ ପବିତ୍ରାଣୀସମ୍ଭୂତା ଏ ପୁଣିସୁମନା ଦର୍ଶନେ ପ୍ରମୋଦଅଦେହ,ଅଦେହ ନଗ୍ରେ ଯା’ଙ୍କ ବାସବାସରେ ବାସରେମଣ୍ଡିତ ହେବାରେସୁବାସ ବାସରେ ପ୍ରକାଶ । ୫ ।ମିଳି ଯତିବାଳୀଆନନ୍ଦରେ ଖେଳିରଜନୀ କରରେ ତୋଷରେଖରେ ଖରେ ରହିଦର୍ଶନ ବିଗ୍ରହୀପୂର୍ବ ଦେବାନୁଜ ନିତ୍ୟରେତଦନ୍ତେ,ବୁଧ ଶୁଦ୍ଧ ଭାବେ ଏ ରସତପୀଶ ଶ୍ରୁତିରେଶୁଣାଇ ସତ୍ୱରେହୃଦେ ଘେନି ଆମ୍ଭ ଆଦେଶ । ୬ ।ମଞ୍ଜୁଷ ଭୋଗୀନ୍ଦ୍ରମଞ୍ଜୁଷ ଭୋଗୀନ୍ଦ୍ରଯେ ଭଗ୍ନ ଏଦତ୍ତ ତାହାରେବିଧୁର ବିନାଶଆହେ ତପୀଈଶବିଧୁ ପାଇ ବିଧୁ ନିକରେବିଚାରି,ଚାରିଆନନ ଶ୍ରୀ ବିଗ୍ରହେବିଧୁ ପାଇଁ ବିଧୁ−ଶେଖର ପ୍ରସିଦ୍ଧୁଶୁଣି ଅଦେହେଣ ସୁସ୍ନେହେ । ୭ ।ଅନ୍ତେ କୋଶଳେଶନଗ୍ରେ ଚାରି ଶିଷ୍ୟଖେଳନ୍ତି ବୁଲନ୍ତି ରଙ୍ଗରେଦିନୁ ଦିନୁ ବୃଦ୍ଧିହୁଏ ଆନନ୍ଦାବ୍ଧିଅଯୋଧ୍ୟେଶଜ ସେ ଯୋଦ୍ଧାରେବର୍ଦ୍ଧନ୍ତି,କୋଳବାତାୟୁ ଖଡ଼୍ଗୀଧରନଗ୍ରଜନ ମନହୁଅଇ ରଞ୍ଜନମୁଖଶ୍ରୀ ଉଦୟ ପ୍ରଚାର । ୮ ।ଅଙ୍ଗ ଦୀପ୍ତିମନ୍ତନୁହଇ ଲକ୍ଷିତଶ୍ରୀଧର ଯେ ପୁରେ ଉତ୍ପତ୍ତିଅନ୍ୟ ପଟାନ୍ତରହୁଅଇ ଅନ୍ତରକଟକ ଝଟକ ମୁଁ ଅତିଦର୍ଶନେ,ଦର୍ଶନେ କି ଗତି କି ତେଜିମନୋରଥ ସାର୍ଥକରାଇ ଯଥାର୍ଥନିରତେ ସୁଖାବ୍ଧିରେ ମଜ୍ଜି । ୯ ।ଦୁର୍ଗେଶ ଆତ୍ମଜତପୀ ମଧ୍ୟେ ଆର୍ଯ୍ୟଯଜ୍ଞାରମ୍ଭ ଶୀଘ୍ରେ କରନ୍ତେବେଦଜ ପଠନେସର୍ପି ବିରୋଚନେଦେଉ ଅଶ୍ରପୟେ ଧାମନ୍ତେତେଜିଣ,ଜୀବନ ରକ୍ଷାର୍ଥେ ପଳାନ୍ତିଅପାଦ ଯେମନ୍ତେତାର୍କ୍ଷ୍ୟ ବିଲୋକନ୍ତେସ୍ଥାନହୀନ ବିଳ ଖୋଜନ୍ତି । ୧୦ ।ହବିର୍ପାନାନ୍ତରେଚଳନ୍ତି କର୍ବୁରେତଦନ୍ତେ ଧ୍ୟାନିଏ ରୁଣ୍ଡ ତନିସ୍ଫୁଟେ କଥନହୋନ୍ତି ସର୍ବେ ପୁଣଭୟେ ନ ଫିଟାଇ ତୁଣ୍ଡ ତଏମନ୍ତେ,ବାରମ୍ବାର ଯଜ୍ଞାରମ୍ଭାନ୍ତେପୁଣ୍ୟଜନ ପୁଣ୍ୟ−ଜନ କାମି ଭଗ୍ନକରୁଁ ଧ୍ୟାନେ ଧ୍ୟାନୀ ବସନ୍ତେ । ୧୧ ।ଅନ୍ତରୀକ୍ଷ ବାଣୀକଉଶିକ ଶୁଣିକୁଶଳେ କୁଶଳେ ସେ ଗମ୍ୟନନ୍ଦନାଭିରାମସେ ଜ୍ୟେଶ୍ଠ ଶ୍ରୀରାମକେ ଯୋଦ୍ଧା ତ୍ରିପୁରେ ସୁସମନୈର୍ଋତ−ଗଣ ସେ କରିବେ ସଂହାରବ୍ୟଗ୍ରବନ୍ତେ ତପୋ−ବନ୍ତ ସେ ଆଗତେମିଳି କଟକ ହରିଦ୍ୱାର । ୧୨ ।ନୃପାଗ୍ରେ ମୁନୀଶପ୍ରବେଶୁଁ ନରେଶଦେଖି ପୟେ ପୟ ମାର୍ଜନତଦନ୍ତେ ଆସନେବସାଇ ସମ୍ମାନେପୁଚ୍ଛନ୍ତି ହୋଇଣ କାର୍ପଣ୍ୟଆଗତ,ଦୃତାନ୍ତ ମୁନୀଶ ଜଳ୍ପିଲେଦେଲେ ତବ ସୁତମୋ ନଖ ରକ୍ଷାତପୁଣ୍ୟ ପୁଣ୍ୟ ଜନ ନାଶିଲେ । ୧୩ ।ସୁବିଜ୍ଞାନୀ ଜ୍ଞାନଶୂନ୍ୟ ଆଜ ସୁନକ୍ଷଣକେ ସଚେତ ଭଜିଣବୃତ୍ତାନ୍ତ ପ୍ରକାଶବାଳକ ମୋ ଶିଷ୍ୟସେ କି ସଂଗ୍ରାମରେ ନିପୁଣତବାରି,ନାଶି, ଦର ବିନାଶିବେ କି ?ଘେନି ସୈନ୍ୟଚୟମୁଁ ନିଜେ ବିଜୟଦୈତ୍ୟ ନାଶେ ଭୟ କାହିଁକି ? ।୧୪ ।ମୁନି ଶ୍ଳେଷ ଭାଷଅଯୋଧ୍ୟାର ଈଶପ୍ରାକର୍ମ ଭୀରୁଠାରୁ ବଳିକମଳ ବଧିବାଳକ୍ଷଣ ସମ୍ଭବାକେ ଅବା, ସମର୍ଥ କୁତୁ’ଳିଦରକୁ,ଭଗ୍ନାର୍ଥେ ଉଦ୍ଭବ ତୁମ୍ଭେ ତନିଦରବ ହେବଲାଘବ କରିବରାଘବ ପଣ ଦେଖାଇ ତ । ୧୫ ।ରଣରେ ପ୍ରବୀଣନୁହନ୍ତି ନନ୍ଦନଶେଷ କାଳେ ପାଇଅଛି ତଆଶା ତରୁବରଛେଦ ମୁନିବରବଚନ କୁଠାର ଧରି ତବିହତ,ନୁହଇ ଏ ମନ୍ତ୍ର ତୁମ୍ଭରକେଉଁ ଅପରାଧକଲି ମୁଁ ଅବୋଧହେଉଛି ହେ ମୁନି ହୃଦର । ୧୬ ।ନ ଦେଲେ ତନୁଜବିନାଶିବ ଆଜଶିରୀହୀନ କରି ଏ ପୁରସାରିବ ସକଳହେବଟି ଅକଳନକଲ ଗିର ହେବ ପୁରଭୁପାଳ,କପାଳ ହେଲା ତୋ ଦ୍ୱିଫାଳସୁଫଳ ତେଜିବୁବିଫଳ ଭଜିବୁଆଉ ତୁ ଲଭିବୁ କି ଫଳ । ୧୭ ।ଜାଣୁନା ଯେମନ୍ତମୋହର ବୃତ୍ତାନ୍ତତ୍ରି ପୁରକୁ ତପ ବଳରେକ୍ଷଣକେ ବିନାଶିନୂତନ ପ୍ରକାଶିଦଶ ଦିଗପାଳ ଆବରେଏମନ୍ତ,ଲୋକରେ ତୋର ପରିହାସବାସବରେ ବାସ,ମୁଁ ନ ଗଣେ ଦଶବରେ ସପ୍ତାର୍ବେ ଯା ପ୍ରକାଶ । ୧୮ ।ଗାଧିଜ କୋପାଗ୍ନିବଶିଷ୍ଠ ଯେ ଜାଣିଶାନ୍ତି ଉକ୍ତି ପୟ ଦେଇଣକଲେ ପ୍ରବୋଧିତଦ୍ୱିତୀୟ ବିଧିତଅବିଧି ନ କର ଆପଣବସିଲେ,ବିଶ୍ୱାମିତ୍ର ମିତ୍ର ଗିରରେସୁମନ୍ତ୍ର ବଶିଷ୍ଠନପେ କରି ମିଷ୍ଟମଧୁରେ ଗିର ସୁ ସ୍ନେହରେ । ୧୯ ।ଜ୍ୟେଷ୍ଠସୁତେ ଦେଇମୁନିରେ ବିନୟୀହେବାର ଆମ୍ଭର ଉଚିତବ୍ରାହ୍ମଣଙ୍କ ବାକ୍ୟନୃପତି— ତିଳକହିତ ମଣି ଦେଲେ ଉଦନ୍ତେଶ୍ରୀରାମ,ସଦନୁ ଅଣାଅ ତୁରିତବାର୍ତ୍ତାବହ ବାର୍ତ୍ତାଦେଉ ସେ ତୁରିତପିତାଜ୍ଞା ପାଳି ପାଶେ ସ୍ଥିତ । ୨୦ ।ନପଜ ମୁନିଙ୍କବକ୍ତା ପ୍ରକାଶକବନାଶ୍ରମ ଗତ ରଙ୍ଗରେଆଦେଶାନୁମତେରାମ ବାହାରନ୍ତେଲକ୍ଷ୍ମଣ ଆଗତ ସଙ୍ଗରେସୁରମ୍ୟେ,ସୁରମ୍ୟେ ବେନି ଭ୍ରାତ ମୁନିକରି ଅରିଦରବେନି ସହୋଦରଧରି ଚଳୁଁ ଶୋଭା ମେଦିନୀ । ୨୧ ।ଭାବେ କ୍ଷ୍ମାଭୂ କ୍ଷୋଭଆଜୁଁ ଦୂର ହେବବୈକୁଣ୍ଠନାଥ ବିଜେ କଲେଦୁଷ୍କତ ନିପାତିସୁକୃତ ଉତ୍ପତ୍ତିହୋଇବ ମୋ ଭାଗ୍ୟ ବଳରେଭୂପତି,ଚିନ୍ତା ରତ୍ନାକରେ ବୁଡ଼ିଲେବିଶାଖା ପାଦପପ୍ରାୟ ହୋଇ ଆପବେନି ନୟନୁ ଗଡ଼ାଇଲେ । ୨୨ ।ଜଠର ଆଧାରୀହୋଇ କାଷ୍ଠ ପରିଦୁଃଖାଗ୍ନିରେ ଦହି ହୁଅନ୍ତିମନ୍ତ୍ରୀ ଧାତ୍ରୀ ମିଳିପ୍ରବୋଧନ କରିସାନ୍ତ୍ୱନା ସୁଶିକ୍ଷା ଦିଅନ୍ତିଭାବନ୍ତି,ନବୀନ ଦୁର୍ଗ ନର—ରାଣବିନାୟକ ଧ୍ୟାୟିବିନାୟକ କହିଶ୍ରୀରାମ ଶ୍ରୀପଦେ ଶରଣ । ୨୩।ରାଘବ ବିଳାସ
ସପ୍ତମ ଛାନ୍ଦ
ରସକୁଲ୍ୟା ରାଗରେ ଚବିଶିଟି ପଦରେ ଏହି ଛାନ୍ଦଟି ରଚିତ ହୋଇଛି ।
ରାମ ଅରଣ୍ୟରେ ବିଶ୍ୱାମିତ୍ର ଏବଂ ଲକ୍ଷ୍ମଣଙ୍କ ସହିତ ଯାଉ ଯାଉ ତାଡ଼କା ତାଙ୍କୁ ଆକ୍ରମଣ କରନ୍ତେ ତାକୁ ଶରାଘାତରେ ମାରିଦେଲେ । ଫଳରେ ଯଜ୍ଞ ସୁରକ୍ଷାନ୍ତେ ବିଶ୍ୱାମିତ୍ର ଉକ୍ତ ଦୁଇ ଭାଇଙ୍କୁ ଜନକଙ୍କ ଯଜ୍ଞ ଦେଖାଇନେବାକୁ ଇଚ୍ଛାକଲେ ।
ଜନକ ଯଜ୍ଞଶାଳା ଅତି ଆଡ଼ମ୍ବର ସହକାରେ କରିଥିଲେ ଏବଂ ନିଜର କନ୍ୟା ସୀତାଙ୍କ ସ୍ୱୟମ୍ବରବିଧି ମଧ୍ୟ ସେଠାରେ କରାଯିବା ସିଦ୍ଧାନ୍ତ ହୋଇଥିଲା ।
ରାମ, ଲକ୍ଷ୍ମଣ ସେଠାକୁ ଯାଉ ଯାଉ ପଥରେ ଅହଲ୍ୟାଙ୍କୁ ମୁକ୍ତି ଦେଲେ । ଅହଲ୍ୟା ଶାପରୁ ମୁକ୍ତ ହୋଇ ତାଙ୍କର ସ୍ୱାମୀ ସନ୍ନିଧିକୁ ଗମନ କଲେ ।