ତୃତୀୟ ଛାନ୍ଦ — ରାଘବ ବିଳାସ — ଯଦୁମଣି ମହାପାତ୍ର · ସ୍ୱର୍ଣ୍ଣଲିପିଶ୍ରୋତ୍ରିୟେ—ଶ୍ରୋତ୍ରିୟମାନେ, ବିଗତ—ଅବର୍ତ୍ତମାନ, ଅତୀତ । ସଚିବେ—ମନ୍ତ୍ରୀଙ୍କୁ ।ନଗରରେ ଅଷ୍ଚରତ୍ନସ୍ଥାଳୀ ବୁଲାଇବାନଗର ଜିଣି ଯେ ନେବତାହାକୁ ଜାଣିବା ।୭।ଶଚୀବର−ପ୍ରାୟ ରାଜାମନକୁ ଅଇଲାସଚିବରେ ଆଜ୍ଞା ଦତ୍ତଏହା କର ଭିଲା ।୮।ଏସନ ଶୁଣି ରତନସ୍ଥାଳୀ ବୁଲାଇଲେଏସନ କାଳେ ଜରତାଘେନିଗଲା ଭିଲେ ।୯।
କଥା—ମନ୍ତ୍ରୀ କହିଲେ—ନଗରରେ ଅଷ୍ଟରତ୍ନର ଥାଳୀ ବୁଲାଇବା । ଯେ ସମଗ୍ର ନଗରବାସୀଙ୍କୁ ଜିଣି ନେବ ତା’ରିଦ୍ୱାରା ଏ ସମସ୍ୟା ଜାଣିପାରିବା ।୭।
ଏ କଥା ଇନ୍ଦ୍ରଙ୍କ ପ୍ରାୟ ରାଜାଙ୍କ ମନକୁ ଅଇଲା । ‘ଏହା ଭଲା କର’ ବୋଲି ସେ ମନ୍ତ୍ରୀଙ୍କୁ ଆଜ୍ଞା ଦେଲେ ।୮।
ରାଜାଙ୍କଠାରୁ ଏ ପ୍ରକାର ଆଦେଶ ଶୁଣି ରତ୍ନ ଥାଳୀ (ସମଗ୍ର ନଗରରେ) ବୁଲାଇଲେ । ଉକ୍ତ ରତ୍ନ ଥାଳୀକୁ ଏପରି ସମୟରେ ଜରତା ନାମକ ବେଶ୍ୟା ଆନନ୍ଦରେ ଘେନିଗଲା ।୯।
ଆଲୋଚନା—ଲୋମପାଦ ଏତେ ବ୍ୟସ୍ତ ହୋଇ ପଡ଼ିଥିଲେ ଯେ ‘ଏହା ଭଲା କର’ କହି ରତ୍ନଥାଳୀ ବୁଲାଇବା ସମର୍ଥନ କରିଥିଲେ ।(୮) ଶଚୀବର—ଇନ୍ଦ୍ର । ସଚିବରେ—ମନ୍ତ୍ରୀରେ ।(୯) ସ୍ଥାଳୀ—ଥାଳୀ । ଜରତା—ଏକ ବେଶ୍ୟା । ଭଲେ—ଆନନ୍ଦରେ ।ମୁନିଙ୍କୁ ମୁଁ ନିକି ଯାଇଆଣିବି ବୋଇଲାମୁନିଙ୍କି ମୁଁ ନିକି ନିଶ୍ଚେତୋଷିବଇଁ ଭଲା ।୧୦।ତକ୍ଷାକୁ ଡକାଇ ତରୀବେଗେ ନିର୍ଭାକରତକ୍ଷଣରେ ହେବାକୁ ତବିଳମ୍ୱ ନ କର ।୧୧।ଶିଳ୍ପକାର ନାବ ନିର୍ଭିାକଲେ ଯତନରେଶିଳ୍ପକାର ବିମଣ୍ଡିତସୁଧର୍ମ୍ମା ସଭାରେ ।୧୨।
କଥା—ଋଷ୍ୟଶୃଙ୍ଗ ମୁନିଙ୍କି ମୁଁ ନିଶ୍ଚୟ ଯାଇ ଆଣିବି ବୋଲି ସେ ପ୍ରକାଶ କଲା । ମୁଁ ସତେ ନିଶ୍ଚୟ ସେହି ମୁନିଙ୍କି ଭଲେ ଭଲେ ତୁଷ୍ଟ କରିପାରିବି ।୧୦।
ତେଣୁ ସେ କହିଲା—ବିଶ୍ୱକର୍ମ୍ମାକୁ ଡକାଇ ନୌକା ବେଗେ ନିର୍ମ୍ମାଣ କର । ଚଞ୍ଛାଚଞ୍ଛି ଓ ରନ୍ଦାମାରିବା ଇତ୍ୟାଦି ବଢ଼େଇର କାର୍ଯ୍ୟ କାଠକାମ ହେବାକୁ ବିଳମ୍ୱ କର ନାହିଁ ।୧୧।
ଶିଳ୍ପୀ ନାବକୁ ଯତ୍ନରେ ନିର୍ମ୍ମାଣ ଶେଷ କଲେ । ଯେମନ୍ତ ସ୍ୱର୍ଗର ବିଶ୍ୱକର୍ମ୍ମା । ଇନ୍ଦ୍ରଙ୍କ ସୁଧର୍ମ୍ମା ସଭାକୁ ବିମଣ୍ଡିତ କରିଥାନ୍ତି ।୧୨।
(୧୧) ତକ୍ଷା—ବିଶ୍ୱକର୍ମା, ବଢ଼େଇ । ତରୀ—ନୌକା । ନିର୍ଭା—ନିର୍ମ୍ମାଣ । ତକ୍ଷଣ—ବଢ଼େଇ କାମ, ରନ୍ଦା ମାରିବା ।
(୧୨) ଶିଳ୍ପକାର—ଶିଳ୍ପୀ, ବିଶ୍ୱକର୍ମ୍ମା । କବି ନିଜେ ଶିଳ୍ପୀ ଜଣେ ଥିବାରୁ ଶିଳ୍ପ କଥାକୁ ଯେ କୌଣସି ସ୍ଥଳରେ ମଧ୍ୟ ରୂପ ଦେଇଥାନ୍ତି । କାରଣ ସେ ଶିଳ୍ପବୃତ୍ତିକୁ ସବୁଠୁ ଅଧିକ କରି ଦେଖିଥିଲେ—ପାରମ୍ପରିକ ତାଙ୍କର ବୃତ୍ତି ଘେନି ।
ରମ୍ଭା ଉରୁବଶୀ ତହିଁକରନ୍ତି ଏ ନୃତ୍ୟରମ୍ଭା ଉରୁ ବସି ତହିଁତରୀରେ ବିଦୀପ୍ତ ।୧୩।ଚ୍ୟୁତ ନଟୀକାଳ ତହିଁକେ କରୁ ଗଣନଚୂତ, ନଟିକାଳ ତହିଁକେ କରୁ ଗଣନ ।୧୪।ଦିବ୍ୟସ୍ତିରୀ ଏ ଯେ ବିହରନ୍ତିଆନନ୍ଦରେଦିବ୍ୟସ୍ତିରୀ ଏ, ଯେ ବିହରନ୍ତିଆନନ୍ଦରେ ।୧୫।
କଥା—ତୁଳନା କରି ଦେଖିଲେ ଜଣାଯାଏ ତହିଁ (ସୁଧର୍ମ୍ମା ସଭାରେ) ରମ୍ଭା, ଉର୍ବଶୀ ଆଦି ଅପ୍ସରାମାନେ ନୃତ୍ୟ କରନ୍ତି । ଏହି ତରୀରେ କଦଳୀବୃକ୍ଷ ପରି ଜାନୁବିଶିଷ୍ଟା ବେଶ୍ୟାମାନେ ବିବ୍ରତ ହୋଇ ବସିଛନ୍ତି କିପରି ଋଷ୍ୟଶୃଙ୍ଗଙ୍କୁ ଭୁଲାଇ ଆଣିବେ ।୧୩।
ତହିଁ (ସ୍ୱର୍ଗରେ) ନୃତ୍ୟଶୀଳା ଅପ୍ସରାମାନଙ୍କର ସଙ୍ଗୀତ ଗାନର ସମୟ ଗଣନା କରିହେବ ନାହିଁ । ନିୟତ ନୃତ୍ୟ ସଙ୍ଗୀତ ଚାଲିଥାଏ । ଏଠାରେ ଆମ୍ୱ, ନଡ଼ିଆ ଏତେ ରଖାଯାଇଛି ଯେ ଗଣି ହେବ ନାହିଁ ।୧୪।
ସ୍ୱର୍ଗରେ ସ୍ୱର୍ଗବେଶ୍ୟା ଆନନ୍ଦରେ ବିହାର କରନ୍ତି ଏବଂ ଏଠାରେ ଉତ୍କୃଷ୍ଚ ସୁନ୍ଦରୀ ନୌକାରେ ବିହାର କରନ୍ତି ।୧୫।ଆଲୋଚନା—କବି ଯଦୁମଣି ଏଠାରୁ ସର୍ବଯମକରେ ରଚନା କରି ଚାଲିଛନ୍ତି । ଏସବୁ ଅର୍ଥ ଅନେକ ସମୟରେ ଦୁର୍ବୋଧ୍ୟ ମଧ୍ୟ ହୋଇଉଠିଛି ।(୧୪) ଚ୍ୟୂତ—ଚଞ୍ଚଳ । ନଟି—ବେଶ୍ୟା । କାଳ—ସଙ୍ଗୀତ ଗାଇବାର ସମୟ । ଚୂତ—ଆମ୍ୱ । ନଟିକାଳ—ନଡ଼ିଆ ।(୧୫) ଦିବ୍ୟସ୍ତିରୀ—ସ୍ୱର୍ଗସ୍ତ୍ରୀ । ଦିବ୍ୟସ୍ତିରୀ—ଉତ୍କୃଷ୍ଟ ସୁନ୍ଦରୀ ।ଲୋକନେ ଦିବ୍ୟସୁନ୍ଦରୀଜନମନ ହରେଲୋକନେ ଦିବ୍ୟସୁନ୍ଦରୀଜନମନ ହରେ ।୧୬।ସୁମନାରେ ମଣ୍ଡିତ ହିଁବୀଣାଗୀତ ସ୍ୱରସୁମନାରେ ମଣ୍ଡି ତହିଁବୀଣାଗୀତ ସ୍ୱର ।୧୭।ମୁନି ମୋହିତ ଦ୍ରବ୍ୟକୁଘେନିଛନ୍ତି ସଙ୍ଗେମୁନିଙ୍କି ମୋହିବା ପାଇଁଯାନ୍ତି ନବରଙ୍ଗେ ।୧୮।କଥା—ସ୍ୱର୍ଗ ଅପ୍ସରାଙ୍କୁ ଦେଖିଲେ ଜନମନ ମୁଗ୍ଧ ହୋଇଥାଏ । ଏହି ନୂତନ ବେଶ୍ୟାମାନଙ୍କୁ ଦେଖିଲେ ମଧ୍ୟ ଜନମନ ହରଣ ହୋଇଥାଏ ।୧୬।ସ୍ୱର୍ଗ ଅପ୍ସରାମାନେ ବୀଣାଗୀତ ସ୍ୱରରେ ଯେପରି ମଣ୍ଡିତ ଏହି ବେଶ୍ୟାମାନେ ମଧ୍ୟ ତଦ୍ରୂପ ମଣ୍ଡିତ ।୧୭।
ମୁନିଙ୍କୁ ମୁଗ୍ଧ କରିବା ଦ୍ରବ୍ୟମାନେ ସଙ୍ଗରେ ଯେପରି ଘେନିଛନ୍ତି ସେପରି ମୁନିଙ୍କୁ ମୋହିତ କରିବାକୁ ନାନା ବେଶରେ ସୁସଜ୍ଜିତ ହୋଇ ଯାଉଛନ୍ତି ।୧୮।
ତରଣୀ ତରଣି ପ୍ରାୟେସ୍ରୋତେ ଯାଏ ଭାସିତରଙ୍ଗ ତରଙ୍ଗ ଉଠେକୂଳକୁ ବିଶେଷି ।୧୯।ଜଳଚରମାନେ ତହିଁଖେଳନ୍ତି ଚରନ୍ତିଜଳର ନିର୍ମ୍ମଳ ଶୋଭାକାଚ ପ୍ରାୟ ଦୀପ୍ତି ।୨୦।ସାରସ କହ୍ଲାର ଫୁଟିଦିଶନ୍ତି ସୁନ୍ଦରସାରସ ଯେ ଚକ୍ରବାକଡାହୁକ ଆବର ।୨୧।
କଥା—ସୂର୍ଯ୍ୟ ଆକାଶରେ ଗତିକଲା ପ୍ରାୟେ ନୌକା ସ୍ରୋତରେ ଭାସିଯାଏ । ନାରୀ ଶୋଭାର ତରଙ୍ଗ ଯେପରି ନୌକାରେ ଉଠେ ସେପରି ନଦୀ ଜଳରେ ତରଙ୍ଗ କୂଳଯାଏ ଉଠେ ।୧୯।
ସେ ଜଳ ଏତେ ନିର୍ମ୍ମଳ ଶୋଭନୀୟ ଯେ ତାହା କାଚ ପ୍ରାୟ ଦେଖାଯାଏ, ସେଥିରେ ଜଳଚରମାନେ ଖେଳନ୍ତି ଏବଂ ଖାଦ୍ୟ ଖାଉଥାନ୍ତି ।୨୦।
ସ୍ଥାନେ ସ୍ଥାନେ ଗଣ୍ଡମାନଙ୍କରେ ପଦ୍ମ, କଇଁଫୁଲ ଫୁଟି ସୁନ୍ଦର ଦେଖାଯାଏ । ତା ଛଡ଼ା ହିଂସ, ଚକ୍ରବାକ, ଡାହୁକମାନେ ମଧ୍ୟ ସୁନ୍ଦର ଦେଖାଯାନ୍ତି ।୨୧।
ରଙ୍ଗରେ ଡାକନ୍ତି ଯେଝାଶାବକ ଖୋଜିଣରଙ୍ଗରେ ଖେଳନ୍ତି ଶିଖୀପକ୍ଷୀଏ ଭ୍ରମିଣ ।୨୨।କେତେ ଦିନ ରହି ବାଟେବିଭାଣ୍ଡକାଶ୍ରମେକେତେବେଳେ ଯିବା ବୋଲିଉଦ୍ବେଗ ସେ ମର୍ମ୍ମେ ।୨୩।ଶୁଭ ବେଳେ ବିଭାଣ୍ଡକତପସ୍ଥାନେ ଗଲେଶୁଭ ଘେନି ବାରାଙ୍ଗନାନାବୁଁ ବାହାରିଲେ ।୨୪।
କଥା—ନିକଟବର୍ତ୍ତୀ ଅରଣ୍ୟରେ ଯେଝା ଶିଶୁମାନଙ୍କୁ ଖୋଜୁ ଖୋଜୁ ପକ୍ଷୀମାନେ ନାନା ଧ୍ୱନି କରିଥାନ୍ତି । ମୟୂରମାନେ ବିଚିତ୍ର ଭଙ୍ଗୀରେ ଖେଳନ୍ତି ।୨୨।
କେତେଦିନ ଏପରି ନାନା ମାଧୁରୀ ଉପଭୋଗ କରି ବାଟରେ ରହି ରହି ଦିନେ ବିଭାଣ୍ଡକ ଋଷିକ ଆଶ୍ରମ ନିକଟରେ ପହଞ୍ଚିଲେ । କେତେବେଳେ ଯିବା ବୋଲି ମନରେ ଉଚ୍ଛନ୍ନ ହୋଇଉଠିଲେ ।୨୩।
ଶୁଭ ସମୟରେ ଶୁଭ ଅନୁକୂଳ ଘେନି ବେଶ୍ୟାମାନେ ନାବରୁ ବାହାରି ଦିନେ ବିଭାଣ୍ଡକଙ୍କ ତପସ୍ୟା ସ୍ଥାନକୁ ଗଲେ ।୨୪।ଅମ୍ୱର ନୀଳ ରଙ୍ଗରେହୋଇ ସୁମଣ୍ଡିତଅମ୍ୱର ନୀଳ ରଙ୍ଗରେହୋଇ ସୁମଣ୍ଡିତ ।୨୫।ପାଦପ’ରେ ପାଦପରେଦେଇ ଅପସରବାରଙ୍ଗନା ବାରାଙ୍ଗନାମିଳିଲେ ପାଶର ।୨୬।ଦେଖି ସୁଖୀ ମୁନୀଶ ଯେଦେଖି ସୁଖୀ ହେଲେସମାଦର କରନ୍ତି ସେସମାଦର କଲେ ।୨୭।
କଥା—ସେତେବେଳେ ଆକାଶ ନୀଳ ରଙ୍ଗରେ ମଣ୍ଡିତ ଥାଇ ପରିଷ୍କାର ଥିଲା ଏବଂ ଏହି ଯୁବତୀମାନଙ୍କର ସ୍ୱର୍ଣ୍ଣକାନ୍ତି ଦେହରେ ନୀଳମେଘି ଶାଢ଼ୀମାନ ଅତିରମଣୀୟ ଦେଖାଯାଉଥିଲା ।୨୫।
ବୃକ୍ଷମୂଳରେ ପାଦତଳରେ କୋମଳ ମଖମଲ ତକିଆ ରଖି ବାର ଜଣ ବେଶ୍ୟା ଋଷିକୁମାରଙ୍କ ପାଖରେ ପହଞ୍ଚିଲେ ।୨୬।
ଋଷିକୁମାର ଏମାନଙ୍କୁ ଦେଖି ଯେପରି ସୁଖୀ ହେଲେ ସେମାନେ ମଧ୍ୟ ସେପରି ହେଲେ । ଏମାନେ ଋଷିକୁମାରଙ୍କର ଯେପରି ସମାଦର ପାଇଲେ ତାଙ୍କୁ ମଧ୍ୟ ସେପରି ସମାଦର କଲେ ।୨୭।
ପୟ ଦେଉଁ ପୟ ଦେଲେଭାଙ୍ଗି ନାରୀକେଳପୟଃ ପାନେ ତୋଷ ହେଲେବିଭାଣ୍ଡକ ବାଳ ।୨୮।କର୍ପୂର ଅଙ୍ଗରେ ବୋଳିସ୍ୱାଦ ଫଳ ଦେଲେକର୍ପୂର କରିଣ ମୁନିତାହାକୁ ଭୁଞ୍ଜିଲେ ।୨୯।ପଟ୍ଟବସ୍ତ୍ର ଫେଇ ପଟ୍ଟବସ୍ତ୍ର ପିନ୍ଧାଇଣପଟ୍ଟରୂପ ଦର୍ଶନାର୍ଥଆଦର୍ଶ ଦେଇଣ ।୩୦।
କଥା—ଜଲ ମାଗନ୍ତେ ଏହି ରୂପବତୀ ତରୁଣୀଏ ତାଙ୍କୁ ପଇଡ଼ ନଡ଼ିଆ ଭାଙ୍ଗି ତାର ଜଲ ପିଆନ୍ତେ ଋଷିକୁମାର ତା ପିଇ ଏକାନ୍ତ ସନ୍ତୋଷ ପ୍ରାପ୍ତ ହେଲେ ।୨୮।
ତାଙ୍କ ଅଙ୍ଗରେ କର୍ପୂର ବୋଳି ଦିଅନ୍ତେ ତାଙ୍କର ଅଙ୍ଗ ମହକି ଉଠିଲା ଏବଂ ସ୍ୱାଦୁ ଫଳ ଦିଅନ୍ତେ ସେ ତାହା କରପୂର୍ଣ୍ଣ କରି ଭୋଜନ କଲେ ।୨୯।
ବୃକ୍ଷ ବକଳକୁ ଅଣ୍ଟାରୁ ଫିଟାଇ ନାରୀଏ ତାଙ୍କୁ ବହୁମୂଲ୍ୟ ପାଟ ପିନ୍ଧାଇ ଦେଲେ ଏବଂ ଦର୍ପଣରେ କିପରି ସେ ଦେଖାଗଲେ ତା ମଧ୍ୟ ଦେଖାଇଦେଲେ ।୩୦।
ସୁମନା ମଣ୍ଡିଲେ ଶିରେଯତନେ ଗୁନ୍ଥିଣସୁମନା ମଣ୍ଡଣି ଦେଖିତୋଷ ମୁନିରାଣ ।୩୧।ମଠ କାହିଁ ପୁଚ୍ଛୁ ମଠନ କରି କହିଲେମଠ ତୁମ୍ଭ ଆମ୍ଭର ଯେଆଶ୍ରମ ବୋଇଲେ ।୩୨।ଦେବାର୍ଚ୍ଚନ କର କେଉଁମନ୍ତ୍ର ପାଠ କରିଦେବାର୍ଚ୍ଚନ ଦେହେ ଆମ୍ଭକାମ ମନ୍ତ୍ର ପୂରି ।୩୩।
କଥା—ଫୁଲମାଳମାନ ଅତି ଯତ୍ନରେ ତାଙ୍କ ମୁଣ୍ଡରେ ସଜାଇ ପିନ୍ଧାଇ ଦେଲେ । ନାରୀମାନଙ୍କର କୋମଳ କରରେ ମଣ୍ଡିବା ଦେଖି ଋଷି ଏକାନ୍ତ ସନ୍ତୋଷ ହୋଇଗଲେ ।୩୧।
‘ତୁମ୍ଭର ମଠ କେଉଁଠି’ ବୋଲି ମୁନି ପ୍ରଶ୍ନ କରନ୍ତେ ବିଳମ୍ୱ ନକରି କହିଲେ, ମଠ ତୁମର ଆଉ ଆମର ଏତ ଆଶ୍ରମ ରହିଛି ।୩୨।
‘ଦେବତା ଅର୍ଚ୍ଚନା କେଉଁ ମନ୍ତ୍ର ପାଠ କରି’ କର ବୋଲି ପଚାରନ୍ତେ କହିଲେ, ଆମ୍ଭ ଅଙ୍ଗରେ କାମ ମନ୍ତ୍ର ପୂରି ରହିଛି ତଦ୍ଦ୍ୱାରା ଆମେ ଅନଙ୍ଗ ଦେବତାର ଅର୍ଚ୍ଚନା କରିଥାଉଁ ।
ପାଣି ଅଭିଷେକେ ତୁଷ୍ଟସେ ଶମ୍ଭୁ ଦେବତାପାଣି ମୁନି କର ଦେଇଦେଖାଇ ବନିତା ।୩୪।ଗୁରୁ ଆମ୍ଭର ମଠରେଅଛନ୍ତି ବୋଇଲେଗୁରୁ ସ୍ନେହେ ମୁନି କହିଆଣିବଟି ଭଲେ ।୩୫।ବେଳାବସାନେ ଆସନ୍ତେମୁନିଜ ପାଛୋଟିବେଳାରେ ଭେଳାରେ ମିଳୁଜରତା ପଛେଟି ।୩୬।
କଥା—ସେ ଶମ୍ଭୁ ଦେବତା ପାଣି ଅଭିଷେକରେ ତୋଷ ହୋଇଥାନ୍ତି । (ଶ୍ଳେଷାର୍ଥରେ) ସେ ନାରୀର ସ୍ତନରୂପୀ ଶମ୍ଭୁ, ହସ୍ତଦ୍ୱାରା ଅଧିକ ମର୍ଦ୍ଦନ କରିବାରେ କାମ ଉଦ୍ଦୀପନାରେ ଉତ୍ତପ୍ତ ହେତୁ ତୋଷ ହୋଇଥାନ୍ତି । ଏହା କହି ସେ ନାରୀମାନେ ସେ ମୁନିଙ୍କ ହାତକୁ ପାଣି ଭାବରେ ନେଇ ତାହା ସବୁ ସ୍ପର୍ଶ କରାଇଲେ ।୩୪।
ଆମର ଗୁରୁ (ଜରତା ବେଶ୍ୟା) ମଠରେ (ନାବରେ) ଅଛନ୍ତି ବୋଲି କହନ୍ତେ ବିଶେଷ ସ୍ନେହରେ ତାଙ୍କୁ ଏଠାକୁ ଆଣିବାକୁ ମୁନି କହିଲେ ।୩୫।
ଅପରାହ୍ନରେ ମୁନିକୁମାର ସ୍ୱୟଂ ପ୍ରଲୁବ୍ଧ ହୋଇ ଏହି ନବୀନ ଋଷିମାନଙ୍କୁ ପାଛୋଟି ଆସନ୍ତେ, ନଦୀତୀରରେ ତାଙ୍କୁ ଭେଳାରେ ଦେଖି ମାୟାବିନୀ ଜରତା ନାନା ପ୍ରଶ୍ନ କରିଥିଲା ।୩୬।
(୩୫) ଗୁରୁ—ଶିକ୍ଷକ, ଅଧିକ, ବିଶେଷ । କହି—କହିଲେ । ଭଲେ—ସହଜରେ, ନିଶ୍ଚୟ ।(୩୬) ବେଳାବସାନେ—ଦିନର ଶେଷାଂଶରେ । ମୁନିଜ—ମୁନିପୁତ୍ର । ବୋଳା—ତୀରଭୂମି । ଭେଳା—ନୌକା ।ବିନାୟକ ସିଂହ ବିନାୟକହୃଦେ ଧ୍ୟାୟିବିନାୟକ ରାଘବ ବିଳାସଛାନ୍ଦେ କହି । ୩୭ ।
କଥା—ବିଘ୍ନନାଶନ ବିନାୟକଙ୍କୁ ହୃଦୟରେ ଧ୍ୟାନ କରି ବିନାୟକ ସିଂହ ମାନଧାତା ତାଙ୍କର ଦୀକ୍ଷାଗୁରୁ ବା ଦୀକ୍ଷାମନ୍ତ୍ରୀ ରାଘବଙ୍କ ବିଳାସ ଏହି ଗ୍ରନ୍ଥକୁ ଛନ୍ଦେ ଲେଖି କହନ୍ତି । ୩୭ ।
ଚତୁର୍ଥ ଛାନ୍ଦ
ଆଷାଢ଼ ଶୁକ୍ଳ ବୃତ୍ତରେ ଊନବିଂଶତି ପଦରେ ଏହି ଛାନ୍ଦଟି ସଂପୂର୍ଣ୍ଣ ହୋଇଛି ।
ଜରତା ବେଶ୍ୟା ଋଷିକୁମାର ଋଷ୍ୟଶୃଙ୍ଗଙ୍କୁ ଭୁଲାଇ ନାନା ସୁଖରେ ମୁଗ୍ଧ କରିଥିଲେ । ତାହା ତପସ୍ୟାରୁ ଫେରି ବିଭାଣ୍ଡକ ମୁନି ଦେଖିପାରିଲେ ଏବଂ ପୁତ୍ରକୁ କହିଗଲେ ଯେ ଏସବୁ ଅସୁରମାନଙ୍କର କୃତ୍ୟ । ସେମାନଙ୍କଠାରୁ ଦୂରରେ ନ ରହିଲେ ମୃତ୍ୟୁ ସୁନିଶ୍ଚିତ ।
ବିଭାଣ୍ଡକ ପୁନର୍ବାର ତପସ୍ୟାକୁ ଚାଲିଗଲେ । ଜରତା ଋଷ୍ୟଶୃଙ୍ଘଙ୍କୁ ଆଶ୍ରମ ଖାଇବା ବାହାନାରେ ନୌକାକୁ ନେଇ କାମନାରେ ଅନ୍ଧ କରିଦେଲା । ଏଣେ ନୌକା ଗତି କଲା ।
ଫଳରେ ଋଷିକୁମାର ଚମ୍ପାବତୀ ନଗ୍ରରେ ଉପସ୍ଥିତ ହେବା ମାତ୍ରେ ପ୍ରବଳ ବୃଷ୍ଟିପାତ ହେଲା । ରାଜା ମହାସମାରୋହରେ ପାଛୋଟି ନେଇ ନିଜର ପାଳଳିତାକନ୍ୟାଙ୍କୁ ଦାନ କଲେ ଏବଂ ତାଙ୍କର ମିତ୍ର ‘ଶାନ୍ତା’ର ପିତା ରାଜା ଦଶରଥ ନିଜରାଜ୍ୟକୁ ଋଷ୍ୟଶୃଙ୍ଗଙ୍କୁ ଆମନ୍ତ୍ରଣ କରି ନେଲେ ।
ଚତୁର୍ଥ ଛାନ୍ଦ
(ରାଗ—ଆଷାଢ଼ ଶୁକ୍ଳ)ମୁନିରତାରେ ଜରତା ନିରତକାମ ମୋହିନୀଙ୍କୁ ପୁଛେ ଗିର ତହେଲାଟି ସଫଳ କହ ତ୍ୱରିତମୁନିଜ ଦେଖିବା ଅର୍ଥେ ଆରତବିନୟ ଗିର ତଶୁଭ ବେଳାରେ ଗମନ କର ତ । ୧ ।ଶୁଣି ଉଷତ ଜରତା ରମଣୀମୁଖାବ୍ଳ ଆଶା ଉଦେ ଦିନମଣିମୁନିଜ ବଚନକୁ ନିର ମଣିହୃଦ କାସାର ସଂପୁଟକୁ ମଣିପାଶକୁ ଭ୍ରମଣିକରିବାରେ ନିଶି ମୁହୂର୍ତ୍ତ ମଣି । ୨ ।ବିଭାକର ଅସ୍ତାଚଳ ଭଜୁତବିଭାବରୀ ପ୍ରବେଶନ୍ତେ ତୁରିତବିଭାଣ୍ଡକ ତପସ୍ଥାନୁଁ ଆଗତବିଭାବମଣି ପୁତ୍ରାଙ୍ଗ ସ୍ପର୍ଶେ ତବିଭାତ କେମନ୍ତବିଭାଗ କଲେ କୋଳରେ ଘେନି ତ । ୩ ।ଅଶୁଭସୂଚକ ଏ କି କାରଣଅସୁରାସୁରୀ ଏ ବନେ ଭ୍ରମଣଅଶୁଭ୍ର ଅଙ୍ଗ ଦେଖାଇ ହରଣଅସୁକର ଭ୍ରଷ୍ଟକାରେ ହୋଇଣଅସୁମାର ଗୁଣ,ଅସୂତ୍ରେ ଭୁଲାଇ ନେବେଟି ଜାଣ । ୪ ।ନ ଯିବୁ ରେ ଧନ ତାଙ୍କ ପାଶରେନଜିକକୁ ଗଲେ ନେବେ ଅସୁରେନ ଯିବୁ ମନା ଘେନିଥିବୁ ମୋରନଜିସ୍ତକେ ମାରିବେ ସେ ପାମରନ ଯିବୁ ପରତେ,ନଜିବନ୍ଦି କରିଥିବୁ ନିରତେ । ୫ ।ରାତ୍ରିଚର ଭୟ ପୁତ୍ରେ ବିଝାଇରାତ୍ରି ଅନ୍ତେ ମୁନି ତପକୁ ଯାଇରାତ୍ରୀ ଶାନନୀଙ୍କି ମୁନିଜ ଧ୍ୟାୟିରାତ୍ରୀଶ ଜାଗ୍ରତୁଁ ବିଭ୍ରମ ହୋଇଁରାତ୍ରି ଭାତି ଦିଗରାତ୍ରିଆ ପୂର୍ବେ ନିର୍ଜରା ବିଲଗ । ୬ ।ବିଟପ୍ରାଗ ଆରୋହିଣ ଶୀଘ୍ରରେବିଟପୀଙ୍କି ଦୃଷ୍ଟି ଦେଉ ସତ୍ୱରେବିଟମତି ଜରତି ମୁନିଜରେବିଟଭାବେ ପ୍ରବେଶିଲେ ସତ୍ୱରେବିଟପୁଁ ଉତୁରି,ବିଟପେଶ ସମାଧାନ ପ୍ରଚାରି । ୭ ।ମୃଗାଙ୍କ−ଲପନୀ ସମାଦରରେମୃଗାଙ୍କଜ ତୋଷ ସମାଦରରେମୃଗାଙ୍କ ଶାସ୍ତ୍ର ଭାବୁ ସେ ହୃଦରେମୃଗାଙ୍କ ବିଭ୍ରମ କୁଚ୍ଛ ମୁଦରେମୃଗାଙ୍କ ଧୃତାରି,ମୃଗାଙ୍କ ହେଲେ ସେ ଯେ ବନଚାରି । ୮ ।ଜରତା ରତାରେ ରତ ମୁନିଜଜର ଜର ଭାବେ ହର୍ଷ ହୃଦାବ୍ଳଜରତୀ କୋଳରେ ନ ଘେନି ଲାଜଜର ଜନି ତହିଁ ହୋଇ ଔଦାର୍ଯ୍ୟଜରଜ ସରୋଜ,ଜରତା ଦେଇ ମୁନିରେ ଉରଜ । ୯ ।ମଠ ନ କରି କହେ ମୃଦୁ ବାଣୀମଠ ଦେଖିବ ଆସ ମୁନିମଣିମଠାଶ୍ରମ ତେଜି ହେଲେ ଅଗ୍ରଣୀମଠଗମନୀ ବାରଙ୍ଗନା ଶ୍ରେଣୀମଠତା ନାବରେ,ମଠଧରେ କହି ନାବ ବାହାରେ । ୧୦ ।ବନାଶ୍ରମିରେ ତରୀରେ ବସାଇବନରେ ବାସ ସଧୀରେ ବୁହାଇବନହୀନ ରାଷ୍ଟ୍ରେ ଗମନ୍ତି ତହିଁବନଜ କଳି ଉରଜେ ରସାଇବନଜ ନୟନା,ବନଜ ଚାଳକ ହୃଦରେ ଗୁଣି । ୧୧ ।ମୁନିଜ ସେ ରସେ ରସାଇ ରସିମୁନିବର ସୁର ରସେ ବିଳସିମୁନିମନ ଗୁପ୍ତ ସ୍ଥାନେ ପ୍ରକାଶିମୁନିଙ୍କି ଜରତା ମୃଦୁରେ ଭାଷିମୁନିଙ୍କି ଭୁଲାଇ,ମୁନି ଧର୍ମକୁ କ୍ଷଣକେ ଛଡ଼ାଇ । ୧୨ ।କନକ କୁସୁମ ନଗ୍ରେ ପ୍ରବେଶକନକାଙ୍ଗୀ ଏ କରନ୍ତି ପ୍ରକାଶକର୍ଣ୍ଣରେ ଶୁଣି ଆମ୍ଭ ଭାଷ ଆସକନକରେ ହୋଇ ମୁନିଜ ତୋଷକନକ ଝରିରେ,କର୍ଣ୍ଣବରେ ଜଳ ଆଣି ସତ୍ୱରେ । ୧୩ ।ବାରାଙ୍ଗନାଏ ଭାଷନ୍ତି କାରଣବାରବର୍ଷ ରାଜ୍ୟେ ଜଳ ବିହୁନବାରସ୍ପତି ନାଥେ ଚିନ୍ତୁ ବହନବାରଣ ବର ତେଜିଣ ସେବନବାରଣେ ବସିଣ,ବାରବାର ଉଦୁରର ଗର୍ଜବ । ୧୪ ।କର ଧରି ଜରତା ମୁନିବରକରନ୍ତେ ଗତି ଦେଖି ନୃପବରକରଇ ଭକ୍ତି ହୋଇ ତୋଷଭରକର ମଣ୍ଡିତ ସେ ଯେ ନିଜ ଶିରକରମ ସୁଫଳ,କରିବ ଦତ୍ତ ଚାରୁଧାରା ବର । ୧୫ ।ସୁମନେ ବିଭାଣ୍ଡକ ପୁରେ ନେଲେସୁମନାଗଣ ଅର୍ଘ୍ୟ ଦେଇଗଲେସୁମନ ମାଳ କଣ୍ଠେ ଲମ୍ବାଇଲେସୁମନାଏ ତୋଷ ଲଭିଲେ ଭଲେସୁମନ ପଦାର୍ଥ,ସୁମାନସରେ ଦତ୍ତ ନୃପନାଥ । ୧୬ ।ତମସ୍ୱିନୀରେ ଧରେନ୍ଦ୍ର ବାସରେତମ ନାଶନ ଚିନ୍ତି ହୃଦୟରେତମରେ ମୁନିଜ ହୋଇ ଉତ୍କୃଷ୍ଟତମ ଅରି ବିନାଶନରେ ହୃଷ୍ଟତମଧରେ ସ୍ନାନ,ତମ ଅନଳେ ହୋମ ଆପ୍ୟାୟନ । ୧୭ ।ମିତ୍ରବଂଶୀ ଶୁଣି ଗମି ହରଷେମିତ୍ରରେ ମିଳି ସସ୍ନେହେ ପ୍ରକାଶେମିତ୍ରତା−ଗିର କୁହା କୋହି ହୋଇମିତ୍ରଜ ଜେମା ମୁନି−ବିଭା ଦେଇମିତ୍ରତା ଭାବରେ,ମିତ୍ରବରେ ମୁନି ନେବା ରାଜ୍ୟରେ । ୧୮।ବିନୟ ପ୍ରକାଶ କଲେ ନରେଶବିନୟରେ ହିଁ ଧ୍ୟାନିଜ ଉଦ୍ଦେଶ୍ୟବିନୟେ ବିନାୟକ ପଦ ଧ୍ୟାୟିବିନାୟକ ସିଂହ ଛାନ୍ଦରେ କହିବିନାୟକ ବିନା,ବିନାଶ ଦୂରିତ କରେ ଭାବନା । ୧୯ ।ରାଘବ ବିଳାସ