ରାଧାଦର୍ଶନ ଚଉତିଶା — ଦୀନକୃଷ୍ଣ ଦାସ · ସ୍ୱର୍ଣ୍ଣଲିପିକୃଷ୍ଣ କହନ୍ତି ଦୂତୀକି କର ଗମନ କତିକିକହ ମୋତେ ଗଲା କାହା ନନ୍ଦିନୀ ସେ ରୂପ ନିନ୍ଦୁଛି ରତିକିଆରେ ସଖୀ ।୧।ଖେଳାଇ ଖଞ୍ଜନ ଆଖି ଖରେ ଲେଉଟାଇ ରଖିଖିଣ ଉଦରୀ ମୋ ମନ ନୟନକୁ କଲା ଅତି ମହାସୁଖୀଆରେ ସଖୀ ।୨।ଗତି ଗଜରାଜ ଜାଣି ଶୁଣୁଛି ସେ ଗୁଣମଣିଗଙ୍ଗାଧର ରିପୁ ମହାନଦୀ କି ସେ ଅଝାଲ ହେମତରଣୀଆରେ ସଖୀ ।୩।ଘାଗୁଡ଼ି କଳା ନୂପୁର ଘନ ଘନ ମାଦତାରଘୁଞ୍ଚାଇ ଦେଉଛି ମହାମଦକ ମରାଳ ଡାକ ଡମ୍ବରୁଆରେ ସଖୀ ।୪।ନୋହିଲା ପିଛାଡ଼ି ଆଖି ନାଗରୀମଣିକି ଦେଖିନୀଳକଣ୍ଠକୁ କେ କେତେ ସେବା କରି ପାଇଛି ସେ ଚନ୍ଦ୍ରମୁଖୀଆରେ ସଖୀ ।୫।ଚାରୁ ଚମ୍ପକ ବରନୀ ଚତୁରୀ ଭୂତ ମୋହିନୀଚନ୍ଦ୍ରଭାଲେ ଗନ୍ଧ ଉର୍ଦ୍ଧ୍ୱତିଳକ କି କରିଅଛି ସେ ଘେନିଆରେ ସଖୀ ।୬।ଛାଡ଼ିବେ ଯୋଗୀ ସମାଧି ଛଣେତା ଦେଖିବେ ଯଦିଛତିବତି ହୋଇ ରତିପତି ଶରେ କର୍ମରେ ହେବେ ବିବାଦୀଆରେ ସଖୀ ।୭।
ଭାବାର୍ଥ- (୧-୭) ଦୂତୀକୁ ଡାକି କୃଷ୍ଣ କହିଲେ, ରେ ସଖୀ ଯେଉଁ ନାରୀଟି ଯାଉଛି, ତା’ ପାଖକୁ ଯାଇ ଦେଖ, ସେ କାହାର କନ୍ୟା, ରତିଠାରୁ ଆହୁରି ସୁନ୍ଦରୀ ସେ । ଏ ବିଷୟରେ ମୋତେ କହିବୁ । ରେ ରଖୀ, ତା’ର ଖଞ୍ଜନ ଆଖି ଖେଳାଇ ପୁଣି ଅତି ଚଞ୍ଚଳ ଲେଉଟାଇ ମୋ ମନ-ନୟନକୁ ଅତ୍ୟନ୍ତ ସୁଖୀ କରାଇଲା । ରେ କ୍ଷୀଣୋଦର, ତା’ର ଗଜଗମନକୁ ଦେଖି ଭାବୁଛି ସେ ଗୁଣମଣି । କନ୍ଦର୍ପରୂପକ ମହାନଦୀକୁ ପାର ପାଇଁ ସେ ରମଣୀ ସୁବର୍ଣ୍ଣର ଡଙ୍ଗାଟିଏ ଯେମିତି । କଳାବର୍ଣ୍ଣର ଘାଘୁଡ଼ି ନୂପୁର ସେ ପିନ୍ଧିଛି । ଅପୂର୍ବ ତା’ର ନାଦ । ମହାମଦକ ମରାଳର ଡାକକୁ ତାହା ନିନ୍ଦା କରୁଛି । ରେ ସଖୀ, ସେ ନାଗରୀମଣିକୁ ଦେଖି ଆଖିର ପଲକ ପଡ଼ୁନାହିଁ । ସେ ଚନ୍ଦ୍ରମୁଖୀକୁ ଯିଏ ପାଇଛି, ତା’ ଜୀବନ ଧନ୍ୟ । ଏଥିପାଇଁ ଶିବଙ୍କୁ ସିଏ କେତେ ତପସ୍ୟା କରି ନ ଥିବ ?
ରେ ସଖୀ, ସେ ସୁନ୍ଦରୀ ବାଳା ଚାରୁ ଚମ୍ପକବରନୀ, ଚତୁରୀ ମୋହିନୀ, ଭାଲପଟରେ ଉର୍ଦ୍ଧ୍ୱତିଳକ ଘେନିଛି । ତାକୁ ଯଦି କ୍ଷଣିକ ପାଇଁ ମୁନିଯୋଗୀମାନେ ଦେଖିବେ, ତେବେ ଯୋଗ ସମାଧି ଛାଡ଼ିଦେବେ । କନ୍ଦର୍ପ ଶରରେ ବ୍ୟତିବ୍ୟସ୍ତ (ଛତିବତି) ହୋଇପଡ଼ିବେ ।
ଜମ୍ବୁନଦ କଳେବର ଜଳି ଉଠୁଅଛି ତାରଯାହା ବୋଲ ବୋଲ ସଜନୀ ତାହାକୁ ଜଗନ୍ନାଥ ହିଁ ସେବକଆରେ ସଖୀ ।୮।ଝଟକେ ତାଟଙ୍କ ଗଣ୍ଡେ ଝିମଣ୍ଟକେ ଦୁଃଖ ଖଣ୍ଡେଝଟତି ଦେଖିଲେ ଫୁଲଶର ଶର ଦିଅଇ ଫୁଲ କୋଦଣ୍ଡଆରେ ସଖୀ ।୯।ନାହିଁ ତାହା ସମାନରେ ନବପଞ୍ଚ ଭୁବନରେନିଶ୍ଚେ ଜାଣିଲି ସେ କାମ ଜୟରଥ ଜନମିଛି କପଟରେଆରେ ସଖୀ ।୧୦।ଟେକ ଗରୁ କୁମ୍ଭ ଦୁଇ ଟାଣଭରେ ଟେକି ହୋଇଟିକାଏ ଦୃଷ୍ଟି ସୂର୍ଯ୍ୟଙ୍କୁ ଚକ୍ରବାଡ଼ ପ୍ରାୟେ ଦେଖାଇ ମହୀଆରେ ସଖୀ ।୧୧।ଠାବ କଲି ଏତେକାଳେ ଠିକରାଜ ଯୋଗବଳେତୋ ପଦ୍ମକୋଳେ ଖଞ୍ଜନ ଯୁଗଳ ଖେଳିବା ଦେଖିଲି ଡୋଳେ
ସମ୍ବନ୍ଧିତ ରଚନା
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଦୀନକୃଷ୍ଣ ଦାସ
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ଆରେ ସଖୀ ।୧୨।
ଡାଳିମ୍ବବୀଜ ଦଶନୀ ଡମ୍ବରୁ-ମଧ୍ୟା-ଶୋଭିନୀ
ଡମ୍ବରୁକରି ଡାଳିମ୍ବ ନେତେ ପିନ୍ଧି ମଣ୍ଡିଯାଉଛି ମେଦିନୀ
ଆରେ ସଖୀ ।୧୩।
ଢମ କହୁନାହିଁ ତୋତେ ଢଳି ଅନାଇଲା ମୋତେ
ଢାଳ ଚାହାଣୀ ଭାବଦେଇ ମନକୁ ନେଲା ସଂଗତେ ସଂଗତେ
ଆରେ ସଖୀ ।୧୪।
ଆହା ସେ ରଙ୍ଗ ଅଧର ଅନଙ୍ଗ ଅମୃତ ଘର
ଅରୁଣ କୋଳେ ଚନ୍ଦ୍ରକଳା ରହିଲା ପ୍ରାୟ ହସରେ ସୁନ୍ଦର
ଆରେ ସଖୀ ।୧୫।
ଭାବାର୍ଥ- (୮-୧୫) ରେ ସଖୀ, ସୁବର୍ଣ୍ଣ ପରି ତା’ ଶରୀର ଝଟକୁଛି । ତୁ ଯାହା କହ ସଜନୀ, ତାକୁ ଜଗନ୍ନାଥ ହିଁ ସହାୟ ହୋଇଛନ୍ତି । ତା’ର ଗଣ୍ଡ ଦେଶରେ କର୍ଣ୍ଣ ଅଳଙ୍କାର (ତାଟଙ୍କ) ଝଟକୁଛି । କ୍ଷଣକ ମଧ୍ୟରେ ଦୁଃଖ ଦୂର ହେବ । ଫୁଲଶର ମାରି କନ୍ଦର୍ପ ମୋତେ ଆହତ କରୁଛି । ଏ ଚଉଦ ଭୁବନରେ (ନବାପଞ୍ଚଭୁବନ) ତା’ ସମାନ ସୁନ୍ଦରୀ କେହି ନାହିଁ । ମୁଁ ଭାବୁଛି, କପଟରେ କନ୍ଦର୍ପ ଏଇ ରମଣୀ ରୂପରେ ଜନ୍ମ ନେଇଛି । ରେ ସଖୀ, ଦୁଇ ବକ୍ଷୋଜକୁ ଟାଣରେ ଟେକି ହୋଇ ଟିକିଏ ଦୃଷ୍ଟିରେ ସୂର୍ଯ୍ୟଙ୍କୁ (ଚକ୍ରବାଡ଼) ଦିଗ୍ବଳୟ ପ୍ରାୟ ପୃଥିବୀ ଦେଖାଉଛି । ରେ ସଖୀ, ଏତେ କାଳରେ ଯୋଗ ବଳରେ ତୋ ପଦ୍ମ କୋଳରେ ଖଞ୍ଜନ ଯୁଗଳ ଖେଳିବା ଠାବ କରି ଆଖିରେ ଦେଖିଲି ।
ରେ ସଖୀ, ସେଇ ଡାଳିମ୍ବବୀଜ ଦଶନୀ, ଡମ୍ବରୁ ମଧ୍ୟା ଶୋଭିନୀ ସୁନ୍ଦର ଶାଢ଼ି ପିନ୍ଧି ପୃଥିବୀକୁ ଯେମିତି ମଣ୍ଡି ଦେଇଛି । ମୁଁ ତୋତେ ଗର୍ବ କରି କହୁନାହିଁ, ଢଳି କରି ମୋତେ ଚାହିଁଲା । ସେ ଚାହାଁଣିରେ ଭାବ ଦେଇ ମୋ ମନକୁ ତା’ ସଙ୍ଗରେ ନେଇଗଲା, ରେ ସଖୀ, ତା’ର ରଙ୍ଗ ଅଧର କନ୍ଦର୍ପର ଅମୃତ ଘର, ତା’ ହସରେ ଅରୁଣ କୋଳରେ ଚନ୍ଦ୍ରକଳା ରହିଲା ପ୍ରାୟ ସୁନ୍ଦର ଦେଖାଯାଉଛି ।
ତରୁଣୀମଣି ସେ ବାମା ତିନିଲୋକ ସୁଖ ସୀମାତାହାକୁ ସେହି ଉପମା ଯାହା ଘେନି କାମର ମହାଗରିମାଆରେ ସଖୀ ।୧୬।ଥରକୁ ଥର ବଳିବା ଧିରେଣ କେତେ କଳିବାଥଳପଦ୍ମ ତୋଳି ବିଞ୍ଚିଲା ପରାୟେ ଦିଶଇ ପାଦଚାଳିବାଆରେ ସଖୀ ।୧୭।ଦିଶୁଥିଲା ବନ୍ଧୁହରେ ଦେଖୁ ଦେଖୁ ହେଲା ପୁରେଦେହ ଅଦେହ ଦେହ କରିଗଲା ସେ ଅନାଇବା ମାତ୍ରକରେଆରେ ସଖୀ ।୧୮।ଧନ୍ୟ ସେ ଭୂରୁ ଭଙ୍ଗିମା ଧନ୍ୟ ନେତ୍ର ସୁରଙ୍ଗିମାଧନୁଶର ଧରି ମଦନ ଛଳିଲା ପରାୟେ ସେ ତରଙ୍ଗିମାଆରେ ସଖୀ ।୧୯।ନୟନେ ମୋର ରହିଲା ନିର୍ମଳ ସୁଖ ସେ ଦେଲାନାନା ସୁବିଦ୍ୟା ଅଙ୍ଗରେ ଥିବା ପ୍ରାୟେ ଲେଶେଟି ଭାରି ନୋହିଲାଆରେ ସଖୀ ।୨୦।ପରମାନନ୍ଦ ସଂପତ୍ତି ପାଇଲା ପରାଏ ମତିପରମେଶ୍ୱରଙ୍କ ମହିମାରୁ ଆଜ ପାହିଲା କି ଯୋଗେ ରାତିଆରେ ସଖୀ ।୨୧।ଫୁଲ ତିଳ ଫୁଲ ନାସା ଫୁଲାଇ କହିବା ଭାଷାଫେଡ଼ି କି କହିବି ଶୁଣିଲାରୁ ମୋର ହେଲା ସୁରଗୁରୁ ଦଶାଆରେ ସଖୀ ।୨୨।ବଡ଼ ଲୋକ ତାକୁ କଲି ବିକି ହେଲା ପ୍ରାୟେ ହେଲିବିଷମଶର ଏତେକେ ବିନ୍ଧି ଘେନି ଅଇଲା ଏଠାକୁ ବୋଲିଆରେ ସଖୀ ।୨୩।ଭାଗ୍ୟେ ଥିଲା ମୋର ଯେତେ ଭଲେ ଅନାଇଲି ମୋତେଭବରିପୁ ଭୟ ଭାବିବାକୁ ତାହା ଭରସା କରିଛି ତୋତେଆରେ ସଖୀ ।୨୪।ମହାଯୋଗେ ଯୋଗୀଥିବ ମୁହୂର୍ତ୍ତେ ତାକୁ ଦେଖିବମହତି କରି କହୁଛି ମହାଦେବ ସତ୍ୟ ମୁଖୁଁ ନ ବର୍ତ୍ତିବଆରେ ସଖୀ ।୨୫।
ଭାବାର୍ଥ- (୧୬-୨୫) ରେ ସଖୀ, ସେ ତରୁଣୀମଣି ବାମା, ତିନି ଲୋକରେ ସଭିଙ୍କୁ ସୁଖ ଦେବ । ତାହାକୁ ସେ ଉପମା । ତା’ରି ପାଇଁ କାମର ଗର୍ବ । ଥରକୁ ଥର ବଳିବା, ଧୀର ଗତି ତା’ର ଚଳିବା ଓ ତା’ର ପାଦ ଚାଳିବା ଦେଖି ସ୍ଥଳପଦ୍ମ ତୋଳି ବିଞ୍ଚିବା ପ୍ରାୟ ଦେଖାଯାଉଛି । ସେ ଖୁବ୍ ସୁନ୍ଦର ଦିଶୁଥିଲା । ତାକୁ ଅନାଇବା ମାତ୍ରେ କନ୍ଦର୍ପ ଦେହକୁ ଫୁଲଶରରେ ଜର୍ଜରିତ କରିଦେଲା-। ଧନ୍ୟ ସେ ଭୂରୁ ଭଙ୍ଗିମା । ଧନ୍ୟ ତା’ର ନେତ୍ର ସୁରଙ୍ଗିମା । ଧନୁଶର ଧରି କନ୍ଦର୍ପ ଛଳିଲା ପ୍ରାୟ ସେ ଦେଖାଯାଉଥିଲା । ରେ ସଖୀ, ବାଳାର ଅପୂର୍ବ ରୂପଲାବଣ୍ୟ ଦେଖି ମୋର ଚକ୍ଷୁ ତା’ରି ଠାରେ ରହିଲା । ସେ ନର୍ମଳ ସୁଖ ଦେଲା । ତା’ ପାଖରେ ବହୁତ ସୁବିଦ୍ୟା ଥିବା ପ୍ରାୟ ସମାନ୍ୟ ଭାରି ସେ ହୋଇନାହିଁ; ଅର୍ଥାତ୍ ଅନେକ ବିଦ୍ୟା ଲାଭକରି ନମ୍ର ହୋଇ ଯାଇଛି । ତାକୁ ଦେଖିଲା ପରେ ପରମାନନ୍ଦ ସମ୍ପତ୍ତି ପାଇଲା ପରି ମୋର ମନେ ହେଲା । ମୁଁ ଭାବୁଛି, ପରମେଶ୍ୱରଙ୍କ ମହିମାରୁ ଭଲଯୋଗରେ ଆଜି ରାତି ପାହିଥିଲା । ସେ ରମଣୀର ତିଳଫୁଲ ପରି ନାସା, ଫୁଲାଇ କହିବା ଭାଷା କ’ଣ ବା ଫେଡ଼ି କହିବି ? ଶୁଣିଲା ପରେ ମୋର ବୃହସ୍ପତିଙ୍କ ଦଶା ହୋଇଛି । ତାକୁ ବଡ଼ ଲୋକ ପ୍ରାୟ କରି ତା’ ପାଖରେ ବିକି ହୋଇଗଲି । କୁସୁମ ଶରରେ ଏତିକି ବେଳରେ ବିନ୍ଧିଲା । ରେ ସଖୀ, ମୋ ଭାଗ୍ୟରେ ଯାହା ଥିଲା ଘଟିଲା, କନ୍ଦର୍ପ ଭୟରୁ ରକ୍ଷା ପାଇବାକୁ ମୋତେ ଭରସା କରିଛି । ମହାଯୋଗରେ ଯୋଗୀମାନେ ଥିବେ, ମୁହୁର୍ତ୍ତକ ପାଇଁ ଯଦି ତାକୁ ଦେଖିବେ, ସତ୍ୟ କରି କହୁଛି, ତା’ ମୁଖରୁ ବର୍ତ୍ତି ପାରିବ ନାହିଁ ।
ଯୁବତୀ ଜନଙ୍କ ସଙ୍ଗେ ଯାଉଥିଲା କଥା ରଙ୍ଗେଜାତି ପଦ୍ମିନୀ ଅଙ୍ଗ ସଉରଭକୁ ବେଢ଼ିଥିଲେ ପାଶେ ଭୃଙ୍ଗେଆରେ ସଖି ।୨୬।ରମଣୀମଣି ସୁଶ୍ରୋଣୀ ରହିଛି ରୁଚିର ବେଣୀରଣରଣଙ୍କ ରଣ-ରଥଶିରେ କି ନୀଳପତାକା ମଣ୍ଡିଣିଆରେ ସଖୀ ।୨୭।ଲେଖିଛି କସ୍ତୁରୀ ରେଖ ଲଲାଟର ଦୁଇ ପାଖଲତିକା ଅଳକାବତି କି ଘେନି ସେ ମୁଖ ଦେଉ କି ସୁଖଆରେ ସଖୀ ।୨୮।ବିଧାତା ବଡ଼ ହୁଡ଼ିଲା ବିବେକପଣ ଛାଡ଼ିଲାବସୁଦେବପୁଅ ବାସୁଦେବକୁତ ବେଳୁ ଏହା ନ ଯୋଡ଼ିଲାଆରେ ସଖୀ ।୨୯।ସବୁଅଙ୍ଗେ ଶୋଭାଶିରୀ ସମହୋଇଅଛି ପୂରିସର୍ବାଙ୍ଗ ଅଳଙ୍କାରକୁ ସୁନ୍ଦରତା କରିଅଛି ସେ ସୁନ୍ଦରୀଆରେ ସଖୀ ।୩୦।ସତେ ହେ ଏମନ୍ତ ହେବ ଶୁଭଯୋଗ ଯେବେ ଥିବଶଶୀ ଶେଖର ଦୟାକଲେ ଅବାସେ ଶଶୀମୁଖୀ ଦେଖାହେବଆରେ ସଖୀ ।୩୧।ଶୁଣି ହସି କହେ ଦୂତୀ ସେ ବୃଷଭାନୁ ଦୁହିତୀସେଦିନ ତୁମ୍ଭଙ୍କୁ ଦେଖିବା ନିମନ୍ତେ ମନ କରିଥାଇ ନିତିଆହେ କାହ୍ନୁ ।୩୨।ହର ଗଉରୀ ପୂଜଇ ହୃଦେ ତୁମ୍ଭଙ୍କୁ ଭଜଇହଂସଗମନୀ ତୁମ୍ଭକଥା ଶୁଣିଲେ ସମସ୍ତକଥା ତେଜଇଆରେ କାହ୍ନା ।୩୩।କ୍ଷେମେ ବିଜେ କର ଧୀରେ କ୍ଷୋଭ ନ ଧରି ମନ୍ତ୍ରରେକ୍ଷେମେ ଦୀନକୃଷ୍ଣ ବୋଲେ ଭେଟ ହେବ ଛାୟାପତି ସୁତାଠାରେଆରେ କାହ୍ନା ।୩୪।
ଭାବାର୍ଥ- (୨୬-୩୪) ରେ ସଖୀ, ଯୁବତୀ ଜଣକ ପଦ୍ମିନୀ ଜାତୀୟା କନ୍ୟା । ତା’ର ଅଙ୍ଗ ସୌରଭ ହେତୁ ଭ୍ରମରମାନେ ବେଢ଼ିଛନ୍ତି । ରମଣୀମଣିର ଉତ୍ତମ କଟୀଦେଶ (ସୁଶ୍ରୋଣୀ), ସୁନ୍ଦର ବେଣୀ ମନକୁ ମୋହିତ କରୁଛି । ଯୁଦ୍ଧକ୍ଷେତ୍ରରେ ରଥ ଉପରେ ଯେମିତି ନୀଳପତାକା ମଣ୍ଡିତ ହୋଇଛି । ଲଲାଟର ଦୁଇପାଖରେ କସ୍ତୁରୀ ରେଖ ଆଙ୍କିଛି । ତା’ ମସ୍ତକରେ ଚୂର୍ଣ୍ଣକୁନ୍ତଳ ଆକର୍ଷଣୀୟ ହୋଇଛି । ମନରେ ସୁଖ ଜାତ କରାଉଛି । ବିଧାତା ବଡ଼ ଖରାପ । ତା’ର ବିବେକ ପଣ ନାହିଁ । କୃଷ୍ଣବେଳକୁ ଏହାକୁ ଯାଡ଼ିଲା ନାହିଁ ।
ରେ ସଖୀ, ତା’ର ସମସ୍ତ ଅଙ୍ଗରେ ସମାନ ଭାବରେ ଶୋଭାଶିରୀ ପୂର୍ଣ୍ଣ ହୋଇ ରହିଛି । ତା’ ସୁନ୍ଦର ଦେହକୁ ପୁଣି ସବୁ ଅଳଙ୍କାର ଅଧିକ ସୁନ୍ଦର କରିଛି । ମୁଁ ଭାବୁଛି, ସତେ କ’ଣ ଯୋଗ ଆସିବ, ଏମିତି ଘଟିବ ସେ, ମହାଦେବଙ୍କ ଦୟାରୁ ଘର ଭିତରେ ଚନ୍ଦ୍ରମୁଖୀ ସହିତ ଦେଖା ହେବ । କୃଷ୍ଣଙ୍କ ଠାରୁ ଏ ସମସ୍ତ କଥା ଶୁଣି ଦୂତୀ କହିଲା, ହେ କାହ୍ନା, ସେ ବୃଷଭାନୁ ଦୁହିତା ରାଧା ହିଁ ତୁମ୍ଭଙ୍କୁ ସବୁଦିନେ ଦେଖିବା ପାଇଁ ମନ କରିଛି । ହେ କାହ୍ନା, ତୁମ୍ଭଙ୍କୁ ପାଇବା ପାଇଁ ସେ ହରଗଉରୀଙ୍କୁ ପୂଜା କରୁଛି । ହୃଦ ମଧ୍ୟରେ ତୁମ୍ଭଙ୍କୁ ଭଜୁଛି । ତୁମ୍ଭ କଥା ଶୁଣିଲେ ସେ ସମସ୍ତ କଥାକୁ ମନେପକାଉଛି । କ୍ଷୋଭ ନ କରି ଧୀର ଭାବରେ ବିଜେ କର । ତୁମ୍ଭ ଦୁହିଁଙ୍କର ଯମୁନାରେ ଭେଟ ହେବ ।
ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ