R.Burns.
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
“O blessed bond of board and bed!”-Shakespeareଆବେଗେ ହୃଦୟ ପୂରିଛି, ଜଳଇ ଦୀପ;ରଖା ଅଛି ହୋମ ନଡ଼ିଆ ଶଯ୍ୟା ସମୀପ ।ଏମନ୍ତ ସମୟେ କିଏସେ ଚାଲଇ ବାଟ,ରଣଝଣ ପଦକ୍ଷେପଣ, ଖୋଲେ କବାଟ ।ପେଲିଦେଇ କିଏ କାହାକୁ, ପଦାରେ ଥାଇଁ ।କହେ ଆଉଯାଇ କବାଟ, “ଫେରନ୍ତି ନାହିଁ ।ବାସ−ଚନ୍ଦନରେ ମହକି ପଡ଼ୁଛି ହିଆ,ଚରଣେ ଅଳତା; ସୁନ୍ଦରୀ କୋଣରେ ଠିଆ ।କରେ କର ଧରି ନିଅନ୍ତେ ଲାଜେ ଯୁବତୀଘର୍ମାଦ୍ର ‘ସକଳ ଶରୀର, କମ୍ପିତା ଅତି ।ବିଶ୍ରମ୍ଭ−ଆଳାପେ ଗମନ୍ତେ କିଞ୍ଚିତ କାଳ;ବିଶ୍ରାନ୍ତା ନବୀନା, ବହଇ ସରମ ଝାଳ ।ମନେ କଲି ଅଙ୍ଗ ବିଞ୍ଚିବି, ଏବେ କି ହେଲା ।ଟିପିଟିପି−ଟିପା ଶବଦ ଦ୍ୱାରେ କେ ଦେଲା ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ