ପ୍ରୟାଣେ *
୧୮୯୮–୧୯୬୫
- ସଂକଳନ: ରୂପରେଖା
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୩
- ସ୍ଥିତି
- ସାର୍ବଜନୀନ (Public domain)
ଧରଣୀର ପାପତାପ ସୀମା ପରପାରେକାହିଁ ସେ ଅମୃତ ବିଶ୍ୱ ? ଭୁବନ ବାହାରେ,କେଉଁ ଗ୍ରହଲୋକେ ଅବା କେଉଁ ତାରାମେଳେ,କେଉଁ ପୁଣ୍ୟ ତଟିନୀର ଶାନ୍ତ ସ୍ନିଗ୍ଧ ତୀରେବିରଚିଲ ନିଜ ବାସ ନିଜ ମନୋମତେ;ଜଣାଯିବ ନାହିଁ ଆଉ ଏ ମର-ଜଗତେ ?ଅନନ୍ତ ଜୀବନ-ନଦୀ ପୁଣ୍ୟତୀରେ ବସିମରଣ-ସିନ୍ଧୁକୁ ସତେ ଗଲ ଚାଲି ଖସି !ନ ଆସିବ ଅବତରି ପଲ୍ଲୀପୁର ବାସେ,ଏ କି ଯାତ୍ରା ହେଲା ଶେଷ ଏ ମର-ପ୍ରବାସେ ?ଜାଣିଥିଲେ ଆଗୁଁ ଥରେ କହିଥାନ୍ତି କଥା,ଜୀବନ ଅକୁହା ବାଣୀ, କି ଗୋପ୍ୟ ବାରତା ।ପରପାରେ ବସି ତହିଁ ଆହେ ଗୁଣିବର,ଏବେ କି ଶୁଣିବ ମୋର ବ୍ୟଥା ମରମର ?ଜୀବନ-ଦୋସର ଯେବେ ଯିବ ଦୂରେ ଚାଲିଜୀବନ ହୋଇବ ସିନା ମହାଶୂନ୍ୟ ଖାଲି !ଶୂନ୍ୟ ରୂପ, ଶୂନ୍ୟ ବେଶ, ଖାଲି ହାହାକାର–ଜୀବନର ରଙ୍ଗବଞ୍ଚ ଘୋଟେ ନିରନ୍ତର ।କି ଲାଗି ଜୀବନସଖା, ଆସ ପୁଣି ଥରେସେହି ସ୍ମୃତି, ସେହି ଛାୟା, ସେହି କଣ୍ଠସ୍ୱରେ ?ନ ଦେଖାଅ ରୂପ କିଆଁ ? ବଢ଼େ ମନେ କୋହ,ମରତ-ମାନବ ପାଇଁ ଏ କି ଖାଲି ମୋହ ?ପରଶ ନ ଦେବ ଯେବେ ସେ ଚରଣ ତଳଶୁଣ ତେବେ ଏ ମରମ ଦାରୁଣ ଚିତ୍କାର ।ତୁମ ପଛେ ପଛେ ଏ ଯେ ତୁମରି ଧରଣୀଜଳେ ସ୍ଥଳେ, ବନେ ବନେ ଗାଏ ବୃଥାବାଣୀ ।ଥରେ ନାହିଁ ପରଶିଲେ ଚରଣ-କମଳମରୁ ପାଲଟିବ ସିନା ମର ମହୀତଳ !ସନ୍ଧ୍ୟାଗମେ ଶୀତ ସ୍ନିଗ୍ଧ ସମୀର ବିହାରେ,ଗଭୀର ନିଶୀଥେ ରମ୍ୟ ପଲ୍ଲୀ କୁଟୀତଳେ,ସୁରମ୍ୟ ପ୍ରଭାତ ବାତ ମଧୁ ପରଶନେ,ତୁମରି ମଧୁର ସ୍ମୃତି ଜାଗେ ଏ ପରାଣେ ।ମହାନୀଳାକାଶ-କୋଳବିହାରୀ ତାରକାତୁମ ପରିଚିତ ବୋଲି ମନେ ଆସେ ଏକା ।ତୁମ କରପାଳିତ ଯେ ଉପବନ ଲତାଫୁଲେ ଫୁଲେ କହିବ କି ତୁମରି ବାରତା ?ପରଶି ଚରଣ ତଳ ସହସ୍ର ଦିବସମଉନେ ପାଷାଣ ଏ ଯେ ଥାଏ ଅହର୍ନିଶ ।ସେ କି କଥା କହିବ ହେ ଅକୁହା ବଚନେ ?ଚିର ଜୀବନର ପରା ପରିଚିତ ଜଣେ !ପରିଚିତ ସଂସାରେ କି ନାହିଁ ପରିଚୟ,ନିରେଖଇ ତୁମ ରୂପ ଜଳସ୍ଥଳମୟ ।
ପ୍ରୟାଣେ–ବାଣପୁର ସ୍କୁଲର ଜଣେ କର୍ମୀଙ୍କ ମୃତ୍ୟୁରେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ