ପ୍ରଣତା ବଧୂ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୮
- ସ୍ଥିତି
- ସାର୍ବଜନୀନ (Public domain)
ମଙ୍ଗଳଉଠ ରେ ଉଠ ରେ ମୋର ଆନନ୍ଦପୁତ୍ତଳୀ!ତୁ କି ରେ ନନ୍ଦନବନ ପାରିଜାତ କଳି?କାହାର ନନ୍ଦିନୀ ତୁ ରେ କୁଞ୍ଚିତକୁନ୍ତଳା?ଶୂନ୍ୟମୟ ଗୃହେ ମୋର ଶୋଭନା କମଳା?ଅନ୍ଧକାର ଗୃହେ ମୋର ମାଣିକ ଦୀପ ରେ,ଆମୋଦିତ କରୁ ପାରିଜାତ ସୌରଭରେ ।ଆସ ରେ ଆନନ୍ଦମୟୀ! ଆସ ରେ ରେ କଲ୍ୟାଣୀ!ମୂର୍ତ୍ତିମୟୀ ଦୟା, ମାୟା, ଆଶୀର୍ବାଦ ବାଣୀ,ଭକ୍ତିରେ ନେଉଛୁ ପୋଛି ମୋର ପଦଧୂଳି,କଲ୍ୟାଣର କଣା ପରି ହେଉଛୁ ତୁ ବୋଳି ।କାହୁଁ ତୁ ଶିଖିଲୁ ଗୁରୁଭକ୍ତି ରେ କଲ୍ୟାଣୀ!ଅହ୍ୟ ସୁଲକ୍ଷଣୀ ହୋଇ ରହ ରେ ମା ରାଣୀ!ଆଶୀର୍ବାଦ କରେଁ ବତ୍ସେ ହେବୁ ସାଧ୍ୱୀ ସତୀ,ଗାର୍ଗୀ ଅନୁସୂୟା ପରି ହେବୁ ପୁଣ୍ୟବତୀ,ସାବିତ୍ରୀ ସମାନେ ହେବୁ ପତିପରାୟଣାମୈଥିଳୀ ସମାନେ ହେବୁ ରମଣୀଭୂଷଣା ।ଭକ୍ତି ଦୟା ପ୍ରୀତି ହେଉ ତୋ ଅଙ୍ଗଭୂଷଣ,ଅକାତରେ ପରିଜନ କରିବୁ ପାଳନ ।ମଣିବୁ ତୁ ପିତା ପୁତ୍ର ପରି ସର୍ବ ଲୋକେ,ବିଭୁର କରୁଣାଧାରା ପଡ଼ୁ ତୋ ମସ୍ତକେ ।ସଦ୍ୟ ମୃଗମଦ ପରି ବିକାଶୁ ତୋ ଯଶ,କଳଙ୍କ କାଳିମା ତୋତେ ନ କରୁ ପରଶ ।ତୋହ ଯୋଗେ ହେଉ ବତ୍ସେ ମୋ କୁଳ ଉଜ୍ଜ୍ୱଳ,ବୃଦ୍ଧକାଳେ ପୁତ୍ରୀ! ତୋତେ କରିବି ସମ୍ବଳ ।ମଣ୍ଡିତା ହେବୁ ରେ ମାତା ଧର୍ମ-ଅଳଙ୍କାରେ,ମନ ଦେବୁ ଜ୍ଞାତି ବନ୍ଧୁ ଅତିଥି ସେବାରେ ।ଧନେ ପୁତ୍ରେ ଦୁଧେ ଭାତେ ଦେହର କୁଶଳେକର ବାସ ରଖି ଚିତ୍ତ ପ୍ରଭୁ ପଦତଳେ ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି