କପୋତ ସଙ୍ଗୀତ
ଉତ୍କଳ ବ୍ୟାସ କବି · ୧୮୪୩–୧୯୧୮ · ରାଧାନାଥ ଯୁଗ
- ସଂକଳନ: ଅବସର ବାସରେ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୮୪
- ସ୍ଥିତି
- ସାର୍ବଜନୀନ (Public domain)
ରାଗ - କଳହଂସ କେଦାରଶାବକ ଦୁଇଗୋଟି ଜନନୀ ସଙ୍ଗେକରନ୍ତି କ୍ରୀଡ଼ା ନୀଡ଼ ମଧ୍ୟରେ ରଙ୍ଗେ lନୀଳ ଆକାଶେ ଦୂରଦେଶରୁ ଉଡ଼ିଖାଦଯ଼ ଘେନି କପୋତ ଆସେ ବାହୁଡ଼ି,କପୋତ ପରିବାର ହୋଇ ଉଲ୍ଲାସସଙ୍ଗେ କରନ୍ତି ସୁଖେ ସେ ଖାଦ୍ୟ ଗ୍ରାସ lଦୁଃଖ ସୁଖରେ ପୂର୍ଣ୍ଣ ବିଶ୍ୱସଂସାର,ଚିରକାଳ ସମାନ ଗଲା କାହାର ?କାଳ ଭୁଜଙ୍ଗ କାହୁଁ ଆସି ସେ ସ୍ଥାନ,ସଂହାର କଲା ସେହି କପୋତୀ ପ୍ରାଣ lବୃଦ୍ଧ କପୋତ ତହୁଁ ବିକଳ ମନେପାଳେ ଶାବକ ବେନି ପ୍ରାଣେ ଯତନେ,ଥୋକେ ଦିନାନ୍ତେ ବେନି ଶାବକ ବଢ଼ିରଖି ମାୟା ଗଲେ ଦୂରକୁ ଉଡ଼ି lଥାଏ କପୋତ ଏକା ପଡ଼ି ନୀଡ଼ରେ,ବିକଳେ କାଟେ ଦିନ ଶୂନ୍ୟ-ନୀଡ଼ରେ,କାହାକୁ ଭାଳୁଥାଏ ଜାଣେ ତା ମନ,ନିରତେ ଡାଳେ ବସି କରେ କ୍ରନ୍ଦନ lରଡ଼ି ଛାଡ଼ଇ ସେହି ହୋଇ ଦୁଃଖିତ,ଏହାକୁ ଯେବେ ତୁମ୍ଭେ ବୋଲ ସଙ୍ଗୀତ,ନିରାଶଭାବେ ପାଇ ମନରେ ବ୍ୟଥାଜଣାଏ ପ୍ରଭୁଠାରେ ମନର କଥା ।୮ନାହିଁ ସଂଗୀତ ଆଦି ନାହିଁ ତା ଅନ୍ତ,ଗାଇବ ବସି ସେ ଜୀବନ ଯାବନ୍ତ,କି ସୁଖ ପାଏ ସେହି ସଂଗୀତ ଗାନେ,ତା ବିନା ମନକଥା ଆଉ କେ ଜାଣେ?୯ଏତ ସଂଙ୍ଗୀତ ନୁହେଁ, ତା ମର୍ମବ୍ୟଥା,ପ୍ରକାଶ କରୁଥାଏ ମନର କଥା,ଅଥବା ମରୀଚିକା ପ୍ରତି ସେ ଧାଏଁ,ଜୀବନ ପିପାସା ମେଣ୍ଟିବା ପାଏଁ!୧୦କ୍ରନ୍ଦନ କରିଅଛି ପ୍ରାଣେ ସମ୍ବଳ,ଢାଳିବ ନିତ୍ୟ ବସି ନୟନ ଜଳ,ବଳିପଡ଼ଇ ଯେବେ ମର୍ମ ବେଦନା,ସଙ୍ଗୀତ କରି କି ସେ ପାଏ ସାନ୍ତ୍ୱନା ।୧୧ଗାଇବ ଗୀତ ଯେବେ ବସି ସେ ଗାଉ,ନିବାରଣ କେ କିପାଁ କରିବ ଆଉ,ପବନେ ମିଶିଯାଉ ତା ଗୀତସ୍ୱର,ନାହିଁ ତ କ୍ଷତି ବୃଦ୍ଧି କିଛି ମାତର ।୧୨ଦେଖୁଛୁଁ ଯେପ୍ରକାର କପୋତ ରୀତି,ଗାଇବ ବସି ତେଜି ମନରୁ ଭୀତି,ଗୀତ ଗାଇ ସେ ଯେବେ ପାଏ ସାନ୍ତ୍ୱନା,କେ ଲୋକ କିପାଁ ତାକୁ କରିବ ମନା?୧୩ନାହିଁ ରାଗ ରାଗିଣୀ ନାହିଁ ତା ତାନ,କିପାଁ ବୋଲିବେ ଲୋକେ ଏହାକୁ ଗାନ?ଚିତ୍କାର କରେ ନିତ୍ୟ ଏକସ୍ୱରରେ,ଜଣାଏ ମନୋଭାବ ପ୍ରଭୁ ପାଶରେ ।୧୪ବସନ୍ତ ସମୀରଣ ଗ୍ରୀଷ୍ମ ନିଶିରେ,ପ୍ରାବୃଟ ଘନାଗମେ ଶୀତ ଶିଶିରେ,ନାହିଁ ତା କାଳାକାଳ କିଛିହିଁ ଜ୍ଞାନ,ଦିବା ରଜନୀ ବସି କରୁଛି ଗାନ ।୧୫କିଅବା ଆଶା ସେହି ପୋଷିଛି ମନେ,କେବେ ବା ଆସି କେହି ଦୟାଳୁ ଜନେଦେଖାଇବେ ତା ପ୍ରତି ସହାନୁଭୂତିଏଥିପାଇଁ କି କରେ ସର୍ବଦା ସ୍ତୁତି ।
ସମ୍ବନ୍ଧିତ ରଚନା
ଗୋଟିଏ ପ୍ରାର୍ଥନା
ଫକୀରମୋହନ ସେନାପତି
ବୃକ୍ଷବାଟିକା
ଫକୀରମୋହନ ସେନାପତି
ମୋ- ମୋହନ ବଂଶୀ
ଫକୀରମୋହନ ସେନାପତି
କ୍ଷଣିକ
ଫକୀରମୋହନ ସେନାପତି