ପ୍ରକୃତି ଓ ମନ
୧୮୭୫–୧୯୨୮
- ସଂକଳନ: ସନ୍ଧ୍ୟା ସଙ୍ଗୀତ
- ପଢ଼ିବା ସମୟ
- ୫ ମିନିଟ୍
- ଶବ୍ଦ
- ୭୯୫
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରକୃତି ତୁ ଚିର ବହୁରୂପା ମନ, ନାହିଁ ତୋର ବିଶେଷତ୍ୱ କିଛି,ଯେତେବେଳେ ଯାହା କହେ ମୁହିଁ ସେ କଥାରେ ରାଜି ହେଉ ଛି ଛି !ଯେତେବେଳେ କାର୍ଯ୍ୟ କରେ ମୁହିଁ କିପାଇଁ ନ ଧରୁ ହାତ ମୋର,କିପାଁ ଲଘୁଶକ୍ତି ନ ହଟାଏ ସୁମହତୀ ଶକତି ଲୋ ତୋରଯେତେବେଳେ ପୁଛଇଁ ପ୍ରକୃତି ! ଏହି କାର୍ଯ୍ୟ କରିବଇଁ ଆଜି ?ଶତବାହୁ ଊର୍ଦ୍ଧ୍ୱେ ଉଠାଇଣ ହିଁ ହିଁ ଭରି ହୋଇଯାଉ ରାଜି !ରକ୍ତ ଯେବେ ତାତି ଉଠେ କେବେ ପୁଣ୍ୟ ଧର୍ମ ହୁଏ ବିସ୍ମରଣ,ପ୍ରକୃତି ! ତୁ ହେଇ ରକ୍ତମୟ କାମନାର ନ ଲୋଡ଼ୁ ମରଣ !କହୁ ତୁ ଯା ଭାଳିଅଛୁ ନର ! ଆଗହୁଁ ମୁଁ ଅଛି ତାହା କରି,ଭୀରୁପ୍ରାଣେ ଆଜିଯାଏଁ କିପାଁ କରୁନାହିଁ ତୁ ରେ ଡରି ଡରି ?ମୋହ ଦୀକ୍ଷା ପାଇ ଗତଯୁଗେ କଲେ ଏହା କେତେ କେତେ ଜନ,ଜଗତର ଅତୀତ କାହାଣୀ କେତେ ଶାସ୍ତ୍ରେ ଅଛି ତା ବର୍ଣ୍ଣନ ।ଉନ୍ନତ୍ତବାରଣ ପାଶେ ଯେହ୍ନେ ପଡ଼ିଯାଏ ମୁହିଁ ତୋ କଥାରେ;ଜ୍ୱଳନ୍ତ ପ୍ରଦୀପ−ଶିଖା ମଧ୍ୟେ ପଡ଼ିଯାଏଁ ପତଙ୍ଗ ପ୍ରକାରେ ।ମନ୍ତ୍ରମୁଗ୍ଧ ଭୂଜଙ୍ଗମ ପରି ହୁଏ ଇନ୍ଦ୍ରଜାଲ−ପେଟୀ ଗତ,ସଙ୍ଗୀତମୋହିତ କୁରଙ୍ଗମ−ସରି ବ୍ୟାଧ−ବାଗୁରାରେ ହତ ।ଲମ୍ପଟ−କପଟ−ବାଣୀ ମୁଗ୍ଧା ସୁସରଳା କୁଳବଳା ଭଳିଅପକର୍ମ କରି ଅନୁତାପ−ବହ୍ନି ମଧ୍ୟେ କଲବଲେ ଜଳିଅନାଇଲେ ତୋ ମୁଖେ ପ୍ରକୃତି ! ବିଜ୍ଞଜନୋଚିତ ଗମ୍ଭୀରତାଧରି ଦେଉଁ ତତ୍ତ୍ୱ−ଉପଦେଶ, କହୁ ପୁଣି କେତେ ହିତ କଥା ।କହୁ ‘ଆରେ ଅଜ୍ଞାନ ମାନବ ଅଳ୍ପକ୍ଷଣସ୍ଥାୟୀ ସୁଖ ଲାଗିଆଗପଛ ନ ବିଚାରି ମୂଢ଼ ! ନୋହିଲୁ ତୁ କେତେ−ଦୁଃଖ−ଭଗୀ !ନ ଦେଖିଲୁ ତୋହ ଆଗେ କେତେ ମହାଜନ ଛାଡ଼ି ଦୁଃଖପଥବେଳୁଁ ନିରାପଦ ପନ୍ଥା ଲୋଡ଼ି ଚଳାଇଲେ ସ୍ୱଜୀବନରଥ ।ଦେଖ କୋଟି କୋଟି ସୁଦୃଷ୍ଟାନ୍ତ କେତେ ଶାସ୍ତ୍ରେ ହୋଇଅଛି ଲେଖାଶାସ୍ତ୍ର ପଢ଼ି ଅନ୍ଧସମ କର୍ମ୍ମ ନ ଥିଲା ତ କେଉଁ ଯୁଗେ ଦେଖା ।”ଯେତେବେଳେ ଯାହା ମୁଁ କରଇ ସେତେବେଳେ ସେହି ତା ସରଳ,ଭାଳେଁ ମୋହପରି ଦିବାନିଶି ଚଳୁଅଛି ବ୍ରହ୍ମାଣ୍ଡମଣ୍ଡଳ ।ମଣେ ଯେହ୍ନେ ଲମ୍ପଟ ପୁରୁଷ ସର୍ବ ନାରୀ ଅଟନ୍ତି ଦୁଃଶୀଳା,ପାଶବ ଶକତି କାଢ଼ି ନେଲେ ହୋଇଯିବେ ସମସ୍ତେ ପାଂଶୁଳା,ଭାଳେ ପୁଣି ଶୁଦ୍ଧଶୀଲ ସାଧୁ ଜଗତରେ ସର୍ବେ ସାଧ୍ୱୀ ସତୀଅନିଚ୍ଛାରେ ଦୁର୍ଯ୍ୟୋଗରେ କେହି ଦୁରିତରେ ପଡ଼େ କଷ୍ଟେ ଅତି ।ବହୁରୂପୀ ପ୍ରକୃତି ଲୋ ତୁହି ଦୁଇ ପାର୍ଶ୍ୱ ଅଛି କି ତୋହର ?କେଉଁ କର ମୋଡ଼ୁ କେତେବେଳେ କି ପ୍ରକାରେ ହେବ ମୋ ଗୋଚର ?ଯେଉଁ ଆଡ଼ୁ ଛାଟୁଥାଏ ମେଘ ସେହି ଆଡ଼େ ଧରୁ କି ଲୋ ଛତା ?ମନପାତ୍ରେ ତୁହି ନୀର ସରି ଅଦଭୁତ ପ୍ରକୃତି ତୋ କଥା ।ମନ ମୋର କରେ ସର୍ବ କର୍ମ ତୁହି ତାକୁ ନ କହୁ ଲୋ କିଛି,ଏତେ ବଡ଼ ପ୍ରକୃତି ତେ ହର ଏ କେବଣ ବେଭାର ଲୋଛି ଛି !କ୍ଷୁଦ୍ରମନ କରିଯାଏ ସବୁ ତୁ କେବଳ ହଲାଉ ଲୋ ମଥା,ମନ କହେ ଯାହା ଯେତେବେଳେ ପ୍ରତିଧ୍ୱନି କରୁ ତାହା କଥା ।ଦୁଇ ପଦ ହେଲେ ଅଗ୍ରସର ଝଣ୍ଟ ମନ ପଡ଼ିଯାଏ ତଳକିପାଁ ତାକୁ ବେଳୁଁ ନ ତିଆରି ହଟ ଦେଖୁ କଣ୍ଟୁ ତାର ବଳ ।ଯେତେବେଳେ କାର୍ଯ୍ୟ କରେ ମୁହିଁ କିପାଁ ଝଙ୍କୁନାହିଁ କେଶ ମୋରକିପାଁ କ୍ଷୁଦ୍ର ବାସନାଅଙ୍କୁର ନ ଭାଙ୍ଗଇ ଶକତି ଲୋ ତୋର ?ଦୂରିତ−ଶାଖିରେ କାଲକ୍ରମେ ଡାଳପତ୍ର କଅଁଳଇ ଯେବେ,ନରକର ଭୀମ ଗୃଧ୍ରଗଣ ବସନ୍ତି ସେ ତରୁଶାଖେ ତେବେ,ପାପଦ୍ରୁମେ ହଳାହଳ−ଫଲ ଫଳିଲାରୁ ପ୍ରକୃତି କିପାଁଇ,ଦେଉ ଲଜ୍ଜା କ୍ଷୁଦ୍ର ମାନବକୁ ଡିବି ଡିବି ଡିଣ୍ଡମ ବଜାଇ ?ପ୍ରକୃତିର ଗଭୀରପ୍ରାଣରୁ ଉଠୁଅଛି ନିରନ୍ତର ବାଣୀକିପାଁ ଦୋଷ ମାନବରେ ତାକୁ ସତ୍ୟ ଜାଣୁ ଯେସନ ନ ଜାଣି ।ଜାଣି ନ ଜାଣିଲା ପ୍ରାଏ ଜୀବ, ପଥ ହୁଡ଼ୁ ଥାଉ ଥାଉ ଜ୍ଞାନ,ଆତ୍ମା କରି ପବିତ୍ର ସୁନ୍ଦର କର କର ବ୍ରହ୍ମପଦଧ୍ୟାନ ।ଚିତ୍ରୋତ୍ପଳାତଟେ ସନ୍ଧ୍ୟା
୧
କର୍ମକ୍ଳାନ୍ତ ଶିରେ ଆଜି ଗଲି ଚିତ୍ରୋପଳା−ତୀରେ,ଦେଖିଲି ପରାଚୀଦିଗୁଁ ସନ୍ଧ୍ୟା ଚାଲିଆସେ ଧୀରେ ।ହମ୍ୱାରଡ଼ି ଛାଡ଼ି ପଥେ ବାହୁଡ଼ନ୍ତି ଗୋରୁପଲ,ପାଷାଣବନ୍ଧୁର ପଥେ ମହିଷ−ଶକଟ ଦଳ ।ପଲ ପଲ ପିଲାମାନେ ଯୋଡ଼ି ଯୋଡ଼ି ଯୁବାଜନ,ଖେଳନ୍ତି ନଗର ଦାଣ୍ଡେ, କରନ୍ତି ସାନ୍ଧ୍ୟ ଭ୍ରମଣ ।ତ୍ରିବିଦ ପ୍ରାଙ୍ଗଣତଳେ ଫେଡ଼ି ସ୍ୱରଗ ତୋରଣ,ଖେଳନ୍ତି କି ଦିବ୍ୟବାସ ପିନ୍ଧି ଦେବଶିଶୁଗଣ ।ନୀରସିକ୍ତ−ରକ୍ତବାସ− ଜଡ଼ିତ ମଣ୍ଡିତ ଅଙ୍ଗେସ୍ନାନାନ୍ତେ କଳସୀ−କରେ ନାରୀଗଣ ଯାନ୍ତି ରଙ୍ଗେ ।ରଞ୍ଜିତ ବାରୁଣୀନଭେ ଉଭା ଅବା ସୁଚବାଳାପ୍ରବାସୁଁ ଆଗତ ରବି ପାଶେ ଧରି ଅର୍ଘ୍ୟଡ଼ାଲା ।ଅବା ଚିର୍ତାତ୍ପଳାନୀର ନିଅନ୍ତି ସୁରଘରଣୀସୁବର୍ଣ୍ଣକଳସୀ କରେ ବସନେ ଖଚିତ ମଣି ।ହେମନ୍ତ ଆସିବା ଦେଖି ନିଦାଘ ଭୟେ ତଟିନୀ,ଭବିଷ୍ୟ ବିପଦ−ଛାୟା− ପାତେ ତନ୍ୱୀ ବିଷାଦିନୀ ।
୨
ଚାହୁଁ ଚାହୁଁ ତରାଟିଏ ଦେଲା ଦେଖା ନୀଳନଭେ,ଦେଖୁଁ ଦେଖୁଁ ଗୋଟି ଗୋଟି ଗଲେ କିଏ କାହିଁ ସର୍ବେ ।ଜନତା−ନାଟିକା−ବେଗ− ହେଲା ଧୀରୁଁ ଧୀରତର,ନିର୍ଜନ ପ୍ରକୃତିପ୍ରାଣେ ସଞ୍ଚରିଲା କ୍ଷୀପ୍ରତର ।କର୍ମକ୍ଳାନ୍ତ ପ୍ରାଣୁଁ ମମ ଘୁଞ୍ଚନ୍ତେ ବିଷୟବିଷ,ସିଞ୍ଚିଲେ ପ୍ରକୃତିଦେବୀ ସଧୀରେ ଶାନ୍ତି−ଆଶିଷ ।ଚିତ୍ରୋତ୍ପଳାଶିଳା ଶର୍ଯ୍ୟା ଭିରତୁଁ କଳ ଝର୍ଝର,ପ୍ରଦୋଷସମୀର ସଙ୍ଗେ ଶୁଭିଲା ପ୍ରକଟତର ।ବାରୁଣୀ ବର୍ଣ୍ଣବିଭବ ଚାହୁଁ ଚାହୁଁ ଲୁଚିଗଲା,ରକ୍ତ ପୀତ ନୀଳ ଶୁକ୍ଳ ସବୁ ହୋଇଗଲା କଳା !ମାୟାନେତ୍ରେ ବିଭାସଇ ଭିନ୍ନ ଭିନ୍ନ ଏ ସଂସାର,ପରିଣାମେ ତତ୍ତ୍ୱଦର୍ଶି− ନେତ୍ରେ ସର୍ବ ଏକାକାର ।ବହୁଦୂରେ ଜଳୁଅଛି ସନ୍ଧ୍ୟାଦୀପ ପରପାରେ,ଏ ସଂସର ଅନ୍ଧକାରେ ସାଧ୍ରପ୍ରାଣ ପରକାରେ ।ମିଞ୍ଜି ମିଞ୍ଜି ଦୂରେ ଦୀପ ମିଞ୍ଜି ମିଞ୍ଜି ନଭେ ତାରା,ଅସ୍ପଷ୍ଟ ହେ ମହାପ୍ରଭୁ ଯେହ୍ନେ ଏ ତଟିନୀଧାରା ।ହେ ରୁଦ୍ରସୁନ୍ଦର ପ୍ରଭୁ ତଥାପି ଦେଖି ପ୍ରକୃତି,ବାଜି ଉଠେ ହୃଦତନ୍ତ୍ରୀ ଗାଏ ବିଶ୍ୱ ତବ ସ୍ତୁତି ।ଗଗନ−ନୀଲିମା, ପକ୍ଷି− କଳଗୀତି, ନୀଳନୀର,ଲତାଦ୍ରୁମେ ଫୁଲଫଳ ଅନନ୍ତ ସମୁଦ୍ରତୀର,ବନଗିରି ହ୍ରଦନଦୀ ପ୍ରାନ୍ତର ପଲ୍ଲୀନଗର,ଦେଖିଲେ ହେ ବିଭୋ ପ୍ରାଣେ ପଡ଼େ କି ଛାୟା ତୁମ୍ଭର ?
୩
ଚଉଦିଗେ ଅନ୍ଧକାର ଘୋଟି ଯାଇଅଛି ଧରା,ଆକାଶରେ କୋଟି କୋଟି ଫୁଟି ଉଠିଛନ୍ତି ତରା ।ନଦୀକୂଳେ ବଟମୂଳେ ଅଗ୍ନି ଜାଳେ ବେନି ପାନ୍ଥ,କରନ୍ତି ରନ୍ଧନ ଅନ୍ନ ବାକ୍ୟହୀନ ପଥଶ୍ରାନ୍ତ ।ପଚାରିଲା ଜଣେ “ଭାଇ ଏକ ପାକ ହେବ କି ହେ ?”ଉତ୍ତରିଲା ଆନ “ମୁହିଁ ଓଡ଼ିଆ ଝାଡ଼ୁଆ ନୁହେ ।”ଭାଇ ଭାଇ ଠାଇଁ ଠାଇଁ ଏହି କି ଭବବେଭାର,ଉଦର କି ସର୍ବସାର, ନୁହେ କି କେହି କାହାର ?ଶିଳା−ସୋପାନରେ ମୁହିଁ ବସିଅଛି ନୀରବରେ,ବିଭିନ୍ନ ସେ ଦୁଇ ପାନ୍ଥ କରନ୍ତି ପାକ ସ୍ୱକରେ ।କେହି ତ କାହାକୁ କିଛି କହୁ ନାହିଁ କେଉଁ କଥା,ଆନମନେ ଯେ ଯାହାର ରାନ୍ଧୁଛି ପୋତିଣ ମଥା ।ବିଚାରିଲି ଅଦଭୂତ ଜାତିର ଏ ଭେଦନୀତି,ମାନବମାନବମଧ୍ୟେ ଘଟାଇଅଛି ଅପ୍ରୀତି ।ଦୁହେଁ ହିଁ ଦରିଦ୍ର ଦୁହେଁ ପଥଶ୍ରାନ୍ତ ନିଃସହାୟ,ଏକତ୍ର କରିଲେ ପାକ ହୁଅନ୍ତା କିବା ଅନ୍ୟାୟ ?ପଶୁପକ୍ଷୀ ଦଳ ବାନ୍ଧି ରହନ୍ତି ଗହନ ବନେ,ସମାଜେ ଥାଇଁଣ କିପାଁ ଭେଦବୁଦ୍ଧି ନରମନେ ?ପ୍ରକୃତିକୁ ତେଜି କିପାଁ ଧରିଛି ବିକୃତବୁଦ୍ଧି ?ସ୍ୱଭାବବାଦୀ ବିକାରେ ମଣୁଅଛି ଚିତ୍ତଶୁଦ୍ଧି ।ଦୁଇଘଡ଼ି ହେଲା ନିଶା, ପଛ କରି ସମଲାଇ,ତେଜିଣ ସମାଜତ୍ତ୍ୱ ଡେରାକୁ ଗଲି ପଳାଇ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ