ପ୍ରଭାତ ପ୍ରାର୍ଥନା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୯୨
- ସ୍ଥିତି
- ସାର୍ବଜନୀନ (Public domain)
ହେ ଅନନ୍ତ ଭୁମା ହରି, ତୁମ୍ଭରି କୃପାରୁକଲି ଯାମିନୀ ଯାପନ, ନିର୍ବିଘ୍ନେ, ନିଦ୍ରାରେଥିଲି ଅଚେତନ ରାଳେ, ନ ଥିଲା ସେବା କଆତ୍ମରକ୍ଷାର ଉପାୟ, ପ୍ରଭୋ, ଦୟା ବହିଜଗିବସି ତୁମ୍ଭେ ଶିରପରେ, ରଖିଅଛବିବିଧ ଆପଦୁ ମୋତେ, ଅଜ୍ଞାତ ସେ ମୋର ।କର୍ମକ୍ଳାନ୍ତ ଅବସ୍ଥାରେ ମଧ୍ୟାହ୍ନେ ଆବରତବ ଦତ୍ତ ଦିବ୍ୟ ଅନ୍ନେ, ଅମୃତ ପାନୀୟେକରିବି ସଂତୃପ୍ତ ଆତ୍ମା, ମୋର ଏ ଶରୀରଗଠିତ ତୁମ୍ଭରି ଖାଦ୍ୟ, ଜଳ, ପବନରେ,ଏମନ୍ତ କି, ପ୍ରଭୋ, ମୁହିଁ ତୁମ୍ଭମୟ ଖାଲି ।ତୁମ୍ଭର ଏ ଚକ୍ଷୂ କର୍ଣ୍ଣ ହସ୍ତ ପଦ ଆଦି,ଦେଇଅଛି ତାହା ମୋତେ ବ୍ୟବହାର ପାଇଁ,ଦେଇଅଛ ସବୁ, ମାତ୍ର ମାଗୁଛି ତଥାପିଆଉ ଏକ ଦ୍ରବ୍ୟ, ଯେହ୍ନେ ପାଦପଦ୍ମେ ତବନ ହୁଏଁ କୃତଘ୍ନ, ଦିଅ ଏହି ଶୁଭଜ୍ଞାନ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର