ପ୍ରଭାତ ମାଗୁଣି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୩୮
- ସ୍ଥିତି
- ସାର୍ବଜନୀନ (Public domain)
ପବିତ୍ର ପ୍ରଭାତେ ଘେନ ମୋ ପ୍ରଣତିଖଗପତି ଜଗନ୍ନାଥ,ତୁମ୍ଭ ପ୍ରସାଦରୁ ହେଉ ଏ ପ୍ରଭାତଶୁଭମୟ ସୁପ୍ରଭାତ । ୧ ।ଗତ ରାତି ପରି ନିରାପଦେ ଭଲେଯାଉ ଏ ଦିନଟି ସୁଖେ,ସବୁବେଳେ ତୁମ୍ଭ ମଧୁମୟ ନାମଲାଗି ରହିଥାଉ ମୂଖେ । ୨ ।ହେ ଚିନ୍ମୟ ହରି ଚିତ୍ତରେ ବିହରିଚଳାଅ ଏ ଦେହ-ଯନ୍ତ୍ର,ଆଣିଦିଅ ଶୁଭ - କର୍ମର ପ୍ରେରଣାକର୍ଣ୍ଣେ ଦିଅ ହିତ ମନ୍ତ୍ର । ୩ ।ତହିଁ ସଙ୍ଗେ ଦିଅ କଠୋର ବିଶ୍ୱାସ,କର୍ମ ସାଧନର ଶକ୍ତି,କର୍ମ-ନିଶା ଭୋଳେ ନ ଭୁଲି ତୁମ୍ଭଙ୍କୁରଖିଥିବି ଯେହ୍ନେ ଭକ୍ତି । ୪ ।ପ୍ରଭାତ ମାଗୁଣି ଏତିକି ପୟରେହେ ପ୍ରଭୁ ନୀଳସୁନ୍ଦର,ହେଉ ମୋ ସ୍ୱଭାବ ଏ ପ୍ରଭାତ ପରିମଧୁର ପବିତ୍ରତର । ୫ ।ଶରୀର ମନର କ୍ଳାନ୍ତି, ଦୁର୍ବଳତାହୋଇଯାଉ ତିରୋହିତ,ହେଉ ଏ ହୃଦୟ ସତ୍ୟର ଜ୍ୟୋତିରେଆଲୋକିତ ପୁଲକିତ । ୬ ।ସୁନୀତି ସ୍ୱଧର୍ମ ସେବାରେ ନିରତେବଢି ଉଠୁ ଅନୁରାଗ,ଚିନ୍ତାମଣି କହେ ଚରିତ୍ରରେ ମୋରନ ଲାଗୁ କଳଙ୍କ ଦାଗ । ୭ ।ସନ୍ଧ୍ୟା ପ୍ରାର୍ଥନାସନ୍ଧ୍ୟା ହେଲା, ଦିଶି ଆସିଲାସୃଷ୍ଟି ଅତସୀ-ଶ୍ୟାମ,ଘେନାହେଉ ଜଗନ୍ନାଥ ହେମୋର ସାନ୍ଧ୍ୟ ପ୍ରଣାମ । ୧ ।ପ୍ରାଣ ମଧ୍ୟେ ଥାଇ ଯେ କାର୍ଯ୍ୟତୁମ୍ଭେ କଲ ଆଦେଶ,ତୁମ୍ଭ ଶକ୍ତିରେ ତା ସାଧିଛିକରି ଯତ୍ନ ବିଶେଷ । ୨ ।କେଡ଼େ ଶାନ୍ତି ଶୁଭେ କଟିଲାଆହା ଦିନଟି ଆଜ,ଧନ୍ୟ ତୁମ୍ଭ ଦୟା - ମହିମାପ୍ରଭୁ ଦେବାଧିରାଜ ! ୩ ।ବଞ୍ଚାଇ ରଖିଛି ସେ ଦୟାମୋତେ ଏ ପରବାସେ,ବୋଳି ହୋଇଅଛି ପୁଣି ସେମୋର ଶ୍ୱାସ ପ୍ରଶ୍ୱାସେ । ୪ ।ତୁମ୍ଭେ ଏକା ହରି ଦିହୁଡିମୋର ଅନ୍ଧାର ଘରେ,ପ୍ରାଣର ଦୋସର ଲଉଡିଜରା-ଦୁର୍ବଳ କରେ । ୫ ।ମନ ଯେତେବେଳେ ଖୋଜିବସୁଖଭୋଗ, ବିଶ୍ରାମ,ବହଲାଇଦେବି ତାହାକୁଜପି ତୁମ୍ଭରି ନାମ । ୬ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ