ମଧ୍ୟାହ୍ନ ଭିକ୍ଷା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ଆଗ୍ନେୟ କେତନ ଉଡ଼ାଇ ଆସିଲାସରୋଷେ ମଧ୍ୟାହ୍ନ କାଳ,ତୀକ୍ଷ୍ଣ ଅଗ୍ନିକଣା ଉଦ୍ଗାରୁଛି ସେ ଯେଅଗ୍ନିର ରୁଦ୍ର ଦୁଲାଳ । ୧ ।ଆଗ୍ନେୟ କଞ୍ଚୁକ ଆଗ୍ନେୟ କିରୀଟମଣ୍ଡିଅଛି ଦେହେ ଶିରେ,ଅଗ୍ନିମୟ କଣ୍ଠେ ଅଗ୍ନିମୟ ମନ୍ତ୍ରଉଚ୍ଚାରେ ମୌନେ ଗମ୍ଭୀରେ । ୨ ।ଦହିବ ପରା ସେ ବିଶ୍ୱ ବ୍ରହ୍ମାଣ୍ଡକୁଦେଖି ତା ପ୍ରଚଣ୍ଡ ମୂର୍ତ୍ତି,ନ ଡରି, କର୍ତ୍ତବ୍ୟେ ଅଗ୍ରସର ହେବିଦେଖାଇ ସାହସ ଫୂର୍ତ୍ତି । ୩ ।ଉପଯୁକ୍ତ ଧୈର୍ଯ୍ୟ ଦିଅ ମହାପ୍ରଭୁ,ଜଗନ୍ନାଥ ଜଗଭୂପ,ମଧ୍ୟାହ୍ନ ରୂପରେ ତୁମ୍ଭେ ସିନା ହରିପ୍ରକାଶିଛ ବିଶ୍ୱରୂପ । ୪ ।ଦୀନ ଚିନ୍ତାମଣି ମଧ୍ୟାହ୍ନେ ଏ ଭିକ୍ଷାମାଗୁଛି ପଦେ ଜୁହାରି,ମଧ୍ୟାହ୍ନ ପରି ମୋ’ ବାର୍ଦ୍ଧକ୍ୟ ଉତ୍ସାହପ୍ରଖର ହେଉ-ମୁରାରି ! ୫ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ