ପ୍ରଭାତ-ଅବକାଶ
୧୮୭୫–୧୯୨୮
- ସଂକଳନ: ନିର୍ଝରିଣୀ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୧୧
- ସ୍ଥିତି
- ସାର୍ବଜନୀନ (Public domain)
-୧-ପାହି ଆସୁଅଛି ଧୀରେ ସୁପ୍ତା ନିଶୀଥିନୀ,ଶୁଭୁଅଛି ଦୂରଦେଶୁଁ ବିଷାଦ−ରାଗିଣୀ,ଦାରୁଣ ବିଷାଦଚିତ୍ତ କରେ ମୋର ଆନ୍ଦୋଳିତକାହିଁ କିବା ହଜିଅଛୁ ନାହିଁ ପ୍ରାପ୍ତି−ଆଶା,ମେଣ୍ଟିବାର ନୁହେଁ ମୋର ଏ ପ୍ରାଣ ପିପାସା ।-୨-ସୁଲୁ ସୁଲୁ ବହୁଅଛି ପ୍ରଭାତ−ପବନବିଟପି−ଶାଖାରେ କରି ପତ୍ର ସଞ୍ଚାଳନ,ଫାଟିଛି ନଭେ ସିନ୍ଦୁରା, ବୁଡ଼ିଅଛି କୁଆତରାଅନନ୍ତ ଗଗନପଥେ ଦେବକନ୍ୟା ଉଷାପିନ୍ଧି ଚାଲିଯାଉଅଛି ଅପରୂପ ଭୂଷା ।-୩-ଅତୀତ−ସ୍ମୃତିରେ ଚିତ୍ତ ହୁଏ ବିକ୍ଷୋଭିତ,କାହିଁ କିଏ ଗାଏ ବସି ପ୍ରଭାତୀ ସଙ୍ଗୀତ,କି ଥିଲା କି ହୋଇଅଛି ଭବିତବ୍ୟେ କିବା ଅଛି,ଜନ୍ମ ମୃତ୍ୟୁ କରୁଛନ୍ତି ପଥେ ପଥ ମନା,ପ୍ରତିପଦେ ହତଚେଷ୍ଟ ପଥିକ−କଳ୍ପନା ।-୪-ଧ୍ୱାନ୍ତ−ପ୍ରଭା−ସମାବେଶେ ବିଭାତ−ସମୟ,ଅବିଶ୍ୱାସ ବିଶ୍ୱାସର ମିଳନେ ସଂଶୟ,ଭାଙ୍ଗିଛି ସୁଖସ୍ୱପନ, ଆସେ କଠୋର ଜୀବନଆଶ୍ରୟତରୁଶାଖାରେ ସୁଷୁପ୍ତ ପକ୍ଷିଣୀ,ଶୁଭୁଅଛି ସୁଦୂରସ୍ଥ ବିଭାଷ−ରାଗିଣୀ ।-୫-ଶୁଦ୍ଧନୀରା ପୂର୍ଣ୍ଣତୋୟା ବନପୁଷ୍କରିଣୀ,ତଟ−ବିଟପିରେ କାନ୍ଦେ ଚକୋର−ଗୃହିଣୀ,ଆସଇ ନବପ୍ରଭାତ ଅସ୍ତମିତ ନିଶାନାଥ,ସମାଗମକାଳ ଅଟେ ସୁଖର ସମୟ,ବିଦାୟ−ଲୋତକ ଆହା କି ବିଷାଦମୟ !-୬-ଦୁଃଖ ସୁଖ ମିଶାମିଶି ଏ ବିଶ୍ୱସଂସାରେ,କିଏ କେଉଁଠାରେ ବେଶି ଭାଗ୍ୟ ଅନୁସାରେ,ଦେଖ ଏ ପ୍ରକୃତିଚିତ୍ର କି ଉଦାର କି ବିଚିତ୍ର ।କେହି ଦେଖେ ଏଥି ଘୋର ବିଷାଦର ରୂପ,କେହି ବା ଦେଖୁଛି ପୁଣି ହର୍ଷ ଅପରୂପ ।-୭-ମୁହିଁ ଘୋର କଳଙ୍କୀରେ ତେଣୁ ଏ ପ୍ରକୃତିଦେଖାଏ ସତତ ମୋତେ ବିଷାଦ−ମୂରତି,ବହିଲା ପ୍ରଭାତବାୟୁ, ତୁଟିଲା ନିଶାର ଆୟୁ,ନବ ଅତିଥିଆଗମେ ଅଛି ଯେବେ ସୁଖ,ଗଲା ପ୍ରିୟ ପୁରାତନ ଏ ବିଷମ ଦୁଃଖ !-୮-ନାଚଇ ବସନ୍ତ ପୁଣି ହସଇ ଶରତ,ବରଷା−ବିଷାଦେ କିନ୍ତୁ ମୋ ହୃଦୟ ରତ,ସୁନ୍ଦରୀ ବାସନ୍ତୀ ଉଷା ଶାରଦଯାମିନୀ ଭୂଷା,ବରଷା−ନିଶୀଥ କିନ୍ତୁ ମୋ ହୃଦୟନିଧି,ହୁଅଇ ଉଦ୍ବେଳ ଯେବେ ବିଷାଦ−ବାରିଧି ।-୯-ହସଇ ବିଭାତ ସହ ସରୋଜ ମଳୟ,ଖେଳଇ ବାସର ଚିରକୋଳାହଳମୟ,ମଧ୍ୟାହ୍ନ ଗଗନେ ରବି ବିସ୍ତାରେ ଦାରୁଣ ଛବି;ମୋ ମନୋମୋହନ କିନ୍ତୁ ପ୍ରଦୋଷ ସମୟ,ଗାମ୍ଭୀର୍ଯ୍ୟବିଷାଦ ଯେବେ ଘୋଟଇ ହୃଦୟ ।-୧୦-ହେମଗୌର ତୋରା ତନୁ ଟହଟହ ହସେ,ତରଳ ଅପାଙ୍ଗେ ଚାରୁ ନବୀନ ବୟସେ,ଚଞ୍ଚଳ ପଦକ୍ଷେପଣେ ଅଳଙ୍କାର ରଣଝଣେ,ବିଷାଦର ଛାୟା ଯେଉଁ ଯୌବନେ ଫଳିତସେ ଗମ୍ଭୀର ମୂର୍ତ୍ତି କିନ୍ତୁ ଆକର୍ଷେ ମୋ ଚିତ୍ତ ।-୧୧-ବିଷାଦ ହରଷ ନୁହେଁ ଜୀବନ ଉଦ୍ଦେଶ,ଏ ଜଗତେ ଦୁହିଁଙ୍କର ଶୁଭ ସମାବେଶ,ବୁଦ୍ଧି−ଇଚ୍ଛା−ଅନୁଭବେ ନିୟୋଜି ଏ ପୁଣ୍ୟ ଭବେଲଭୁ ନର ଜ୍ଞାନ−କର୍ମ−ପ୍ରୀତିର ପରାଣ,ବିଶ୍ୱବିଧାତାର ଏହା ବିଚିତ୍ର ବିଧାନ ।-୧୨-ବିଷାଦ−ସଙ୍ଗୀତ କିପାଁ ଗାଅ ତେବେ କବି ।ଶୁଣାଅ ଆଶାର ଗୀତ, ଚିତ୍ର କର୍ମ−ଛବି,ଯାଉ ଶ୍ରାନ୍ତ ପୁରାତନ, ଆସୁ ଆଶାୟୀ ନୂତନ,ଆସ ହେ ନବୀନ କବି ! ଗାଅ ନବଗୀତ,ଆଶାର ସଙ୍ଗୀତ ଗାଇ ହର ମୋର ଚିତ୍ତ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ