ପିପାସା
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୫୫୯
- ସ୍ଥିତି
- ସାର୍ବଜନୀନ (Public domain)
ଦୁଃଖଦିଅ, ଦୁଃଖ ଦିଅ ମୋତେପ୍ରଭୁ ମୋର, ପ୍ରାଣ ମୋର, ହେ ଜୀବନ ସ୍ୱାମୀ !ଚାହେନା ମୁଁ ଐଶ୍ୱର୍ଯ୍ୟର, ଆନନ୍ଦର ସ୍ରୋତେଭାସିବାକୁ ସଦା, କାଢ଼ି ପୂର୍ଣ୍ଣତାର ପୋତେହରାଇ ତୁମ୍ଭକୁ ନାଥ, ହେ ଅନ୍ତରଯାମୀ !ଜଗାଅ ଜଗାଅ ହୃଦେ ଉଚ୍ଚ ଅଭିଳାଷନବ ନବ ଆଶା ବଳବତୀ;(କିନ୍ତୁ) କରିଦିଅ ମୋତେ ନିତ୍ୟ ଅଭାବର ଦାସ,ପଦେ ପଦେ ରୋଧ କରି ଗତି ।କରନିଃସ୍ୱ, ଦରିଦ୍ର ଭିଖାରି;ଅନ୍ନ ବସ୍ତ୍ର କର ମୋତେ ମନା;କିନ୍ତୁଦିଅ ଅପାର ବାସନାଲଭିବାକୁ କୁବେର ଅର୍ଥ;ତାହା କର ଅର୍ଥପଥେ ବ୍ୟର୍ଥତୁମ୍ଭର ମଙ୍ଗଳ କରଖର ତରବାରି ।ଲୋଭନୀୟ ଦବ୍ୟ ଯାହା ଜଗତରେ,ଦିଅ ଥୋଇ ସବୁ ମୋ ଆଖି ଆଗରେ;କାଢ଼ିନିଅ ହାତ ବଢ଼ାଇଲା କ୍ଷଣି,ନେତ୍ର ପାଶେ ଆଣି ହଲାଅ ହେ ପୁଣି ।ଜ୍ୱଳାଅ ହୃଦୟେ ଯଶୋଲିପ୍ସା ଭୟଙ୍କରୀସର୍ବ୍ବକ୍ଷେତ୍ରେ ପ୍ରବେଶର ଦିଅ ଅଧିକାର କିଞ୍ଚିତ କିଞ୍ଚିତ;ଦୁଇ ନାବେ ପାଦ ଦେଇ ଛିଡ଼ାହେଲା ପରିବୁଡ଼ାଅ ମଝିରେ; କରେଁ କାତର ଚିତ୍କାର,ହୋଇ ସର୍ବତ୍ର ବଞ୍ଚିତ ।ଯେଉଁ ନାବେ ଗୋଡ଼ ଦେବି ଯାଉ ତାହା ବୁଡ଼ି,ଯେଉଁ କାମେ ହାତ ଦେବି ଯାଉ ତାହା ପୋଡ଼ି,ସବୁ ନିଅ କାଢ଼ି,ଖାଲି ଥାଉ ପଡ଼ିବ୍ୟର୍ଥ ହୃଦୟର ହତାଶ କ୍ରନ୍ଦନ;ତେବେ ସିନା ତବ ବିଜୁଳି ସ୍ପନ୍ଦନସ୍ପୂରିତ ହୃଦୟେ ହେ ବିଶ୍ୱଚନ୍ଦନ !କର ମୋତେ ରୁଗ୍ନ, କ୍ଳିଷ୍ଟ, ବିକଳ, ଅଥୟ;କରପ୍ରାଣ ଚିର ହାହା ମୟ;ଶତଯତ୍ନ, ଶତ ପ୍ରତୀକାରନ କରୁ ମୋ ଅଙ୍ଗ ନିରାମୟ ।ଆଣୁ ପ୍ରାଣେ ଅଶାନ୍ତି ଅପାରବ୍ୟର୍ଥ ପ୍ରୟାସର ନିଶ୍ଚେଷ୍ଟିତା,ବିଫଳତା, ଦୈନ୍ୟ, ବିକଳତା,ନିର୍ଜ୍ଜୀବତା, କାନ୍ତି, ଅନିତ୍ୟତା,-ମୃତ୍ୟୁ- (ସେହି ଜଡ଼ତା, ବିଶ୍ରାମ,କ୍ଳାନ୍ତିହରା ସୁରା ପ୍ରାଣାରାମ) ।ପୁଣି ଆସୁ କ୍ଷଣେ କ୍ଷଣେ ଜୀବନ ବିକାଶ,ମୃତ୍ୟୁସନେ ଅନନ୍ତ ସଂଗ୍ରାମ,କ୍ଷଣେ ଶାନ୍ତି, କ୍ଷଣେ ଦୀର୍ଘଶ୍ୱାସ,ଯାତନାର ନିତ୍ୟ ହାହାକାର,କ୍ଷଣେ ଜୟ, କ୍ଷଣେ ପରାଜୟ,କ୍ଷଣେ ଶାନ୍ତି, କ୍ଷଣେ ଅନିଶ୍ଚୟ,ଜୀବନ ଓ ମରଣର ସଂଗ୍ରାମ ଅପାର ॥
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ