ବସନ୍ତ ଉତ୍ସବ — ଲକ୍ଷ୍ମୀକାନ୍ତ ମହାପାତ୍ର · ସ୍ୱର୍ଣ୍ଣଲିପିବାଜରେ ଭାରତୀ ବୀଣା ଭାରତ-ଭୁବନେଚାରିଦିଗେ ବାଜି ଉଠୁ ସେ ବିଣା ଝଙ୍କାରସ୍ଫୁରି ଉଠୁ ସେହି ତାନ ଗଗନେ ଗଗନେକଣ୍ଠେ କଣ୍ଠେ ଅହର୍ନିଶି ଶୁଭୁ ଅନିକାର ।କିମ୍ପାଇଁ ଆସିଲ ମା ଗୋ ଏ ଦିଗ୍ଧ ପ୍ରଦେଶେ ?ଅଜ୍ଞାନ ରଜନୀ ଜ୍ଞାନ ଦେଲାଣି ଗୋ ଘାରି;ଆସିଲ କି ମାତଃ ଏବେ ନିଶି ଅବଶେଷେ,ପ୍ରଭାତ ମଙ୍ଗଳ ଭୀତି ଉଚ୍ଚାରି ଉଚ୍ଚାରି ?ଯେତେ ବା ଆସିଲ ତେବେ ଶୁଣାଅ ଶ୍ରବଣେଅତୀତ ଗୌରବ ଗାଥା ଭାରତରେ ଥରେ,ଢାଳି ଦିଅ ଜ୍ଞାନ ଉତ୍ସ ସୁଧା ପ୍ରସ୍ରବଣେ,ଜାଳି ଦିଅ ପ୍ରଦୀପ ଗୋ ଭାରତ-ବକ୍ଷରେ,ବସନ୍ତ-ଉତ୍ସବେ ମାତୁ ଭାରତ-ହୃଦୟକୋକିଳ କୂଜନ ଶୁଭୁ ଦିଗ ଦିଗନ୍ତରେ ।ଫୁଟୁ ଫୁଲ, ତହୁ ମନ୍ଦ ବସନ୍ତ ମଳୟ,ଜାଗି ଉଠୁ ଜ୍ଞାନ ଜ୍ୟୋତି ଅନ୍ତରେ ଅନ୍ତରେ ।ଶ୍ମଶାନରେ ମଧୁସୂଦନଦେଖିଥିଲା ଯେଉଁ ଦୃଶ୍ୟ (୧) ମୋ ମୁଗ୍ଧ ନୟନଚାହିଁଥିଲା ଚକିତ ରେ ଦିନେ ।ଅମଳ, ଧବଳ, ନୀଳ-ରେଖାବଳୟିତକାଠଯୋଡ଼ିସକତା-ପୁଲିନେ ।୧।(୧) ଶ୍ମଶାନରେ ରାଧାନାଥଙ୍କର ଚିତାନଳ । ରାଧାନାଥ ଓ ମଧୁସୂଧନ ଉଭୟଙ୍କ ସତ୍କାର କାଳରେ ଲେଖକ ସତୀଚଉରା ଶ୍ମଶାନରେ ଉପସ୍ଥୀତ ଥିଲେ ।ଜଗତ ହସାଇ ଚାରୁ ଅରୁଣ କିରଣବିଶ୍ୱ ଭୂମଣ୍ଡଳ ହେଲା ଛାଇଝକ ଝକ ବହ୍ନି ଶିଖା ରଞ୍ଜିତ ବରଣତାହା ସଙ୍ଗେ ମିଶିଗଲା ଯାଇ ।୨।ପରଦା ତୋଳିଲେ ପଛେ ନୀଳଗିରିମାଳାପ୍ରକୃତିର ନୀଳିମା ବିଭବେଚିତା ଭେଦି ମହାସତ୍ତା ନୀଳ ଧୂମ ରୂପେମିଶିଗଲା ମହା ନୀଳ ନଭେ ।୩।ଏହି ମହାମିଳନର ସାକ୍ଷୀଥିଲା ଦୂରେଭଗ୍ନଚୂଳ ଦୁର୍ଗ ବାରବାଟିଚିର ବିରାଜିତ କାଠଯୋଡ଼ି ସ୍ରୋତ-ପଠାଆଉ ପୁତ ବିଡ଼ାନସି ମାଟି ।୪ସେହି ଦୃଶ୍ୟ ଅନ୍ୟାକାରେ ଆସିଲା ଲେଉଟିମୋ ଚକିତ, ସ୍ତମ୍ଭିତ ପରାଣେସେହି ମହାମିଳନର ଗମ୍ଭୀର ସମ୍ଭାରଆଜି ପୁଣି ନେତ୍ରେ ସନ୍ନିଧାନେ ।୫।ବ୍ରହ୍ମାଣ୍ଡର ମୋହ ଅନ୍ଧକାର ଗଲା ତୁଟି,ଖରକର ବରଷିଲେ ରବି,ଚୌଦିଗେ ଉଠିଲା ଜଳି ସହସ୍ର ଦେଉଟିପ୍ରକଟିଲା ସତ୍ୟାଲୋକି ଛବି ।୬।ପ୍ରଭାକାଳେ ପୂରିଗଲା ବିଶ୍ୱ ଭୂମଣ୍ଡଳଚରାଚର ଦ୍ୟୁଲୋକ ଭୂଲୋକସେହି ମହା ପ୍ରଭା ପୁଞ୍ଜେ କ୍ଷଣେ ଗଲା ମିଶିଜ୍ୟୋତିର୍ମୟ ଉନ୍ମୁକ୍ତ ଆଲୋକ ।ଯେ ଦୃଶ୍ୟ ଦଶନେ ଗଲେ ନଭୋଗର୍ଭେ ଲୁଚି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ଦ୍ୟୁତହୀନ ଜ୍ୟୋତିଷ ମଣ୍ଡଳୀ;
ନିସ୍ତବ୍ଧ ରହିଲେ ଚାହିଁ ବନଷ୍ପତିତୟ
ଦୂରସ୍ଥିତ ପର୍ବତ ଆବଳୀ ।୮।
ସ୍ଫୁରିଲା ଦିଗନ୍ତ ପାରୁଁ ପ୍ରଶାନ୍ତ ସଙ୍ଗୀତ
ପ୍ରସରିଲା ବିଶ୍ୱରେ ଅପାର
ଶୁଭିଲା ଚୌଦିଗେ, ଅହୋ, ସମ ତାନ ଲୟେ
କି ଗମ୍ଭୀର ଓଁ କାର ଝଙ୍କାର ।୯।
କେତେଦିନ ରହନ୍ତା ବା ବଦ୍ଧ ମହାପ୍ରାଣ
ସଂସାରର ଏ ଜଡ଼ ବନ୍ଧନେ ?
ପୁଣ୍ୟମୟ ନିରିମଳ ସୂକ୍ଷ୍ମ ଆତ୍ମା ତବ
ଉଡ଼ିଗଲା ସ୍ୱଭାବ ଗମନେ
ଅନନ୍ତ ସେ ଉନ୍ମୁକ୍ତ ଗଗନେ ।୧୦।
‘ସଂସାରର ପାପପଙ୍କେ’ ଲଭିଣ ଜନମ
ଉଠିଥିଲ ଭେଦି ଆବିଳତା;
ପଦ୍ମ ପ୍ରାୟ ଜଳେ ଥାଇ ନ ଛୁଇଁଲ ଜଳ
ଉପରକୁ ଟେକିଥିଲା ମଥା ।୧୧।
ସଂସାରର ମାୟା ମୋହ, ଅବିଦ୍ୟା ଜଞ୍ଜାଳ
ନ ଥିଲା ହେ ତୁମ୍ଭଙ୍କ ପରଶି,
ଏ ଜଗତେ ରହି, ତୁମ୍ଭେ ଆନ ଜଗତର
ବହୁ ଉଚ୍ଚେ ରହିଥିଲ ବସି ।୧୨।
କେଉଁ ଜଗତରେ କେଉଁ ସୁରଭି ସମ୍ପଦ
ବିଞ୍ଚିଦେଲ ଏ ଜଗତେ ମନ୍ଦେ
ବିଶ୍ୱଯାକ ପୂରିଗଲା ମୁଗ୍ଧ କରି ପ୍ରାଣ
ଧୂପ, ଧୂନା, ଚନ୍ଦନ ସୁଗନ୍ଧେ ।୧୩।
ବିଶ୍ୱ ବ୍ରହ୍ମାଣ୍ଡର ନିତ୍ୟ ଅଖଣ୍ଡ ସଙ୍ଗୀତ
ଶୁଣୁଥିଲ ବିମୁଗ୍ଧ ଅନ୍ତର,
ସେ ମହା ସଙ୍ଗୀତ ସ୍ୱରେ ମିଶାଇଣ ତାର
ଉଚ୍ଚାରିଲ ଗାୟତ୍ରୀ ମନ୍ତର ।୧୪।
ବିଭୁଙ୍କ ନିଦେଶେ ଦେବ ଆସିଥିଲ ଭବେ
ଘେନି ଯେଉଁ ସ୍ୱର୍ଗୀୟ ଉଦନ୍ତ
ଉପାଡ଼ି ନିଜର ହୃଦ ବଜାଇଲା ତନ୍ତ୍ରୀ
ପ୍ଲାବିଗଲା ଦିଗରୁ ଦିଗନ୍ତ ।
ଶୁଣିଲେ ବିସ୍ମୟେ ଯେତେ ବିଶ୍ୱବାସୀବୃନ୍ଦ
ସେ ନିର୍ଘୋଷ ଅନାଦି ଅନନ୍ତ ।୧୫।
କାହିଁ ସେ ଶାଶ୍ୱତ ସତ୍ୟ ସୂକ୍ଷ୍ମ ମହାସତ୍ତା
କାହିଁ ଜଡ଼ ମାନବ ସୃଜନ ।
ଦୁହିଙ୍କର ତୁମ୍ଭେ ଏକା ଥିଲ ସଂଯୋଜକ
ସ୍ୱର୍ଗଦୂତ ବିଶ୍ୱ-ପ୍ରେମଧନ ।୧୬।
‘‘ନିଃଶବ୍ଦେ ଜୀବନସ୍ରୋତ ଧାଉଁଛି କିପରି’’
ତୁମ୍ଭେ ଏକା ଜାଣିଥିଲ ତାକୁ;
ସେ ସ୍ରୋତର ଆଗେ ଆଗେ ଯାଉଥିଲ ଧାଇଁ
‘‘ମୃତ୍ୟୁ ସିନ୍ଧୁ ସଦା ଭେଟିବାକୁ’’ ।୧୭।
ଯେବେ ଯେଉଁ ବାଧା ବିଘ୍ନ ଭେଟୁଥିଲ ବାଟେ
ତହୁ ଥରେ ଗଗନେ ଅନାଇ
‘‘ପ୍ରଚଣ୍ଡେ ଗରଜି’’ ତାଡ଼ି ଫିଙ୍ଗିଦେଲ ସବୁ
ହୃଦୟରେ କି ଅଭୟ ପାଇ ।୧୮।
ଜାଣିଥିଲ ‘‘ଧୂଳିର ଏ ମର କଳେବର’’
ଭଙ୍ଗୁର ଏ ଭବ ରଙ୍ଗସ୍ଥଳେ
ସେ ଅନନ୍ତ ମହେଶ୍ୱର ଏକା ସତ୍ୟ ନିତ୍ୟ
ଚାହିଁଥିଲ ତାହାକୁ ନିଶ୍ଚଳେ ।୧୯।
ଦିବ୍ୟ ଚକ୍ଷୁ ଫେଇ ଏହି ସଂସାର ଗହଳେ
ମଣୁଥିଲ ବିଭୁଙ୍କର ସତ୍ତା;
ବିଭୁ ପ୍ରେମ, ନର-ସେବା ଜୀବନର ବ୍ରତ
କଲ ଆହେ ମାନବ ଦେବତା ।୨୦।
ଶୈଶବର ଗୁରୁ ତବ ଯୌବନର ସଖା
ରହି ସେହି ମହା ପ୍ରାଣ * ପାଶେ;
ଚାହିଁ ଦେଖୁଥିବ ସେହି ‘‘ଅନନ୍ତ ଅପାର
ଗମ୍ଭୀର ସେ ପ୍ରଶାନ୍ତ ଆକାଶେ’’ ।୨୧।
*ରାଧାନାଇ ।
ଦେଖିବ ପ୍ରଭାତ ସନ୍ଧ୍ୟା ପ୍ରକୃତିର ଖେଳ
କେତେ ଲୀଳା ଳୀଳାମୟଙ୍କର
ସୁନ୍ଦର, ବିଚିତ୍ର, ଶାନ୍ତ, ଗମ୍ଭୀର, ଅନନ୍ତ
ନବ ତବ-ମହା ଭୟଙ୍କର ।
ଦୁଇଜଣ ଦେଖୁଥିବ ଦିବ୍ୟ ନେତ୍ରେ ଚାହିଁ
ଯାହା କିଛି ସୁନ୍ଦର ଉଦାର*
ମଧୁର-ଗମ୍ଭୀର ଲୀଳା ପ୍ରକୃତିର କୋଳେ
କିଏ ସତ୍ୟ, କିଏ ବା ଅସାର
* ରାଧାନାଥ ପ୍ରକୃତିର ସୌନ୍ଦର୍ଯ୍ୟ ଓ ମଧୁସୂଦନ ପ୍ରକୃତିର ଗାମ୍ଭୀର୍ଯ୍ୟ କିପରି ଅନୁଭବ କରୁଥିଲେ ସେଥିପାଇଁ ଏହି କବିତାର ପ୍ରଥମ ଚାରିପଦ ସହିତ ତବନୁବର୍ତ୍ତି ପଦ ତୁଳନା କରି ଦେଖ ।
ଯାଅ ଏବେ ସେହି ପୁଣ୍ୟ ଜ୍ୟୋତିର୍ମୟ ଧାମେ‘‘ଯହିଁ ଦେବେ ଭୁଞ୍ଜନ୍ତି ଅମୃତ’’ଚିର ପିପାସିତ, ନିତ୍ୟ ମଙ୍ଗଳ ଆଳୟ‘‘ପାପ ତାପ ଯହିଁ ପରାଭୂତ’’ସେ ରାଜ୍ୟେ ଆକାକ୍ଷ୍ଙା କାହିଁ ଇନ୍ଦ୍ରିୟ ସଂଯମନାହିଁ ତଥା ରିପୁର ତାଡ଼ନା,ଭୀମ ପ୍ରଭଞ୍ଜନ ସଙ୍ଗେ ତୁମୂଳ ସଂଗ୍ରାମ,ଆତ୍ମ ପର, ବିଷୟ ଭାବନା ।ନାହିଁ ରୋଗ, ନାହିଁ ଶୋକ, ନାହିଁ ଜରା ମୃତ୍ୟୁଜ୍ୟୋତିମୟ ବ୍ରହ୍ମ ସନାତନସବୁ ଶିବ, ସବୁ ଶାନ୍ତ, ସକଳ ସନ୍ଦରପୁଣ୍ୟମୟ ପୂର୍ଣ୍ଣ ନିରଞ୍ଜନ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ