ପିଅରୁ ଅଧିକ * — ଗୋଦାବରୀଶ ମିଶ୍ର · ସ୍ୱର୍ଣ୍ଣଲିପିଅସରା ଅସରା ପାଣି ବରଷେ ଅଧୀରେ,ନଈ ନାଳ ବାଟ ଘାଟ ବାରି ନୁହେ ତିଳେ ।ଘଡ଼ଘଡ଼ି ଚଡ଼ଚଡ଼ି ପଡ଼େ ଏକୁ ଆନ,ବିଜୁଳି ଝଟକେ ଭୟେ କମ୍ପଇ ପରାଣ ।କୋଶକ ଆକ୍ରାନ୍ତେ କାହିଁ ବିଲ ପଦା ବନେ,ଜନ ପ୍ରାଣୀ ଜଣେ ନାହିଁ ଦିଶଇ ନୟନେ ।ପିନ୍ଧାବାସ ତିନ୍ତି ନୀରେ, ଥରେ ତନୁ ଶୀତେ,କିଲି କିଲି ବାଆ ପାଣି ପିଟୁଛି ନିରତେ ।‘‘କୋଲ ମାରିଯାଏ ଦେହ, ନଚଳେ ପୟର,ଆଉ ନାହିଁ ଚାଲି ବାଟେ ପାରିବି ନିକର ।’’ଶୁଣି ଏ କାତର ବାଣୀ, କୁଟୀରୁ ବାହାରି,ବାଆ ପାଣି ସୁଏ କିଏ ଯାଇଛି ଏ ଥରି ।ଓଦା ହୋଇଅଛି ଦେହେ ଶୁଖିଲା ବସନ,ତେବେ ଦମ୍ଭେ ପାଦ ଚାଳି ଆସୁଛି ବହନ ।କହିଲା, ‘‘ଏ ଅଚାନକେ ଛାଡ଼ି ଘରଦ୍ୱାର,ବେହରଣେ କେବେ, ବାବୁ, ନୁହେ ଆସିବାର ।ଦିହୁଁ ଦିହେଁ ସୁକୁମାର, ବାପା ମାଆ ଭାଇଜୀଇ କି ଏ କାଳେ ଘରୁ ଦିଅନ୍ତେ ପଠାଇ ?ଆସ, ବାବୁ, ବସ ଦଣ୍ଡେ ମୋ ପତ୍ର କୁଟୀରେ,ବାଆ ପାଣି ଛାଡ଼ିଗଲେ ଫେରିଯିବ ଘରେ ।ଘାଣ୍ଟି ହେଉଥିବେ ସିନା ଘରର ଘରଣୀ,ଅଧିକେ କାନ୍ଦିବେ ବାଟେ ତିନ୍ତିବାର ଜାଣି ।ଅନ୍ଧାର ନୋହୁଣୁ ରାତି, ମିଳିଲେ ବାହୁଡ଼ି,ହସି ସେ ଉଆସ ରାଣୀ ନେବେ ସୁଖେ ଲୋଡ଼ି ।ଅଞ୍ଚଳେ କପାଳୁ ପାଦ ପୋଛିବେ ଯତନେ,ବାଢ଼ିବେ ଯା ଥିବେ ରାନ୍ଧି ସାୟାହ୍ନ ଭୋଜନେ ।’’ଶ୍ରବଣେ ଆଦର ବାଣୀ, ପାଦ ହେଲା ଥିର,ଦେଖିଲି, ସାଥିଟି ଶୀତେ ଥୁରୁ ଥୁରୁ ମୋର ।ସତେ କୋଲ ମାରେ ଦେହ, ନ ପାରଇ ଚାଲି,ଅଳପ କ୍ଲେଶେ କି ବାବୁ କରିଥାନ୍ତି ଅଳି !ସ୍ତୋକେ ମୁଁ ଭାଷିଲି, ‘‘ବସ, କଥା ତାର ଘେନି,ଦେଖ, ରଖୁଛି ତ ଲୋଡ଼ି କୁଟୀର ବାସିନୀ ।’’କହିଲା, ‘‘ଚୁହାଡ଼ କୁଳେ ହେଲେ ତା ଜନମ,ଏତେ ସ୍ନେହ ନହି ବିହି ଗଢ଼ିଛି ଜୀବନ ।ଏ ପାଣି ପବନେ କଥା ଏଡ଼ିଦେଇ ତର,ହେଣ୍ଟି ଚାଲିଗଲେ ବେନି, ନ ଦିଶିବ ଭଲ ।ରହ ଦଣ୍ଡେ ବସି ତାର କୁଟୀରେ ଆପଣ,ଯିବ, ଘରେ ଛାଡ଼ିଗଲେ ଏ ପାଣି ପବନ ।ଉଛୁର ହେଲେଟି ଯେବେ ହୋଇଯିବ ରାତି,ଆଲୁଅ ଆଣି ମୁଁ ବାଟେ ଆସିବି ପାଛୋଟି ।ଘରେ ଏକା ବସି ବୋଉ ବାଟ ଥିବେ ଚାହିଁ,ନୟନେ ସେନେହ ଧାରା ଭାଳିତେ ଗଡ଼ାଇ ।ଘଡ଼ଘଡ଼ି ନାଦେ ପଡୁଥିବେ ଟି ଚମକି,ବିଜୁଳି ଝଟକେ ବୁଜି ଦେଉଥିବେ ଆଖି ।ପରାଣ ସଙ୍ଖାଳି ପୁଅ ପତି ବେନି ଜନେ,
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
ଏ ଘୋର ବତାସେ ପେଷି ଦେଇଛନ୍ତି ବନେ ।
ପଲକେ କେସନେ ସୁଖେ ପାରିବେ କଟାଇ ?
ମିଳିବି ଆବାସେ ଏବେ ତୁରିତେ ମୁଁ ଯାଇ ।
ଦେଖି ମୋର ପିଣ୍ଡେ ଅଧେ ପଶିବ ଜୀବନ;
କହିବି, କୁଟୀରେ ଏଥି ବସିଛ ଆପଣ ।
ନୋହିଲେ, ଜୀବନ୍ତେ ବଳି ମରଣୁ ଅଧିକେ,
ଭାଳିହେବେ ବୋଉ ପରା, ଚାହିଁ ବାଟ ଦୁଃଖେ ।’’
କହି ଏତେ, ଚାଲି ପାଶୁ ଗଲା ତରତରେ,
ବାଆ ପାଣି ଅନ୍ଧକାରେ ଲୁଚିଗଲା ଖରେ ।
ଶୀତେ ଥୁରୁ ଥୁରୁ ବାଟେ ନେହୁଥିବ କେତେ,
କେତେ ପାଣି ମୁଣ୍ଡେ ମେଘ ଢାଳୁଥିବ ସତେ ।
କିପରିଟି ସହୁଥିବ ସେ ପ୍ରାଣ ସଙ୍ଖାଳି,
ଏତେ ହୀନିମାନେ ବାଟେ ଏକୁଟିଆ ଚାଲି ?
ଅନ୍ଧାରେ ମାଡ଼ଇ ଡର, ଚମକେ ପବନେ;
ଚାଲନ୍ତି, ପୟରେ ଝୁଣ୍ଟି ପଡ଼ଇ ଅୟନେ ।
ବୟସେ ବାଳୁତ; ନାହିଁ ଜାଣେ ସେ କିଞ୍ଚିତେ,
ଦେହ ଧରି ସହେ ଦେହୀ କି ଦୁଃଖ ଜଗତେ ।
ପୁଅ ନୋହି ପିଅରୁ ସେ କରିଛି ଅଧିକ,
କି ଦ୍ରବ୍ୟେ ଗଢ଼ିଛି ନିଜ ମର ହୃଦ ଟିକ ?
ଚୁହାଡ଼ କୁଟୀର ରାଜ ଉଆସ ସମ୍ଭାରେ,
ରଖି ମୋର, ଚାଲିଗଲ ! ବିଚ୍ଛେଦ ବିହରେ ।
କେତେବେଳେ ଯାଇ ପୁଣି ମିଳିବ ଆବାସେ,
ନେତ୍ର ନୀର ପୋଛି ବୋଉ ଲୋଡ଼ିନେବେ ହାସେ ।
ଶୁଣିବେ ମଉନେ ପତି କୁଶଳ ବାରତା,
ସଙ୍କୋଚ ପୁଲକ ଭାରେ ପୋତି ଥିରେ ମଥା ।
ଗରଭ ଯାତନା ଦିନେ ନ ଭୋଗି, ପ୍ରେୟସି,
କି ପୁଅ ନିଧି ଏ ମଞ୍ଚେ ପାଇନାହିଁ ହସି ?
ନ ହୁଅ ଅଥୟ, ନାହିଁ ଢାଳ ଅଶ୍ରୁ ବାରି;
ମୁଁ ଏଥେ ନିଶ୍ଚିନ୍ତେ ଅଛି, ନ ହୁଅ ଗୋ ଭାଳି ।
କୋହ୍ଲୁଣୀ ବୁଢ଼ୀର ଏ ଯେ ପତର କୁଡ଼ିଆ,
ବାଆ ପାଣି କୋପ ଲଂଘି ହୋଇଅଛି ଠିଆ,
ଏ ଘୋର ଆପଦେ ମୁଣ୍ଡ ଗୁଞ୍ଜି ତଳେ ତାର,
ଲଭିଛି ମୁଁ ସତେ ରତ୍ନ ସିଂହାସନ କାର ।
ମନୁଷ୍ୟ ଜନମ ପାଇ ଆପଦେ ଦୁର୍ଦିନେ,
ଧୈର୍ଯ୍ୟ ସେ ହରାଏ ସେହୁ ଗଣାହୁଏ ହୀନେ ।
ସେ ଭଳି ଦୁର୍ବଳ ଦୀନ ହୀନ ଜନ ହାତ,
ବିବାହ ବେଦୀରେ ଧରିଥିଲ କି ସଙ୍ଗାତ ?
ଚିହ୍ନିଥିବ ତେବେ ମୋର ଗୁଣ ଦୋଷମାନ,
ଯା ଥିଲି ତେବେ ମୁଁ, ଏବେ ରହିଛି ସମାନ ।
କାଳର ପରଶେ ମୁହିଁ ବଦଳି ତ ନାହିଁ,
ମିଛେ ଭାଳି ହୁଅ ତେବେ ମୋଲାଗି କମ୍ପାଇ ।
ଏ ପଦ୍ୟ ଚକ୍ରଧରପୁର ନିକଟର ଏକ କୋହ୍ଲ କୁଟୀର ପାଖ ଘଟନା ଉପଲକ୍ଷେ ଲିଖିତ । କୋହ୍ଲମାନେ ଅନାର୍ଯ୍ୟ ଜାତି । ତାଙ୍କୁ କେହି କେହି ‘ଚୁହାଡ଼’ କହିଥାନ୍ତି । ଚୁହାଡ଼ ଗୋଟାଏ ଅବଜ୍ଞାସୂଚକ ନାମ । ସେ ଘଟନାରେ କବିଙ୍କ ସଙ୍ଗେ ସଙ୍ଗେ ତାଙ୍କର ଜଣେ ଯୁବକ ସହକର୍ମୀ; ଯାଇଥିଲେ । ସେ ଅନେକ କାଳ କବିଙ୍କ ଘରେ ଘରର ପୁଅପରି ରହିଥିଲେ ଓ ସକଳ ପ୍ରକାର ପୁତ୍ରସୁଲଭ ସ୍ନେହ, ଆଦର ପାଉଥିଲେ । ସେ ପ୍ରତିଦାନ ମଧ୍ୟ କରୁଥିଲେ ।
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ