ପାର୍ବତୀ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୪୮ ମିନିଟ୍
- ଶବ୍ଦ
- ୭୬୯୩
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରଥମ ସର୍ଗ
ନୀଳାଚଳେ ଆଜ ଦୋଳ ମହୋତ୍ସବେମତ୍ତ ସର୍ବେ ପୁରବାସୀ,ବାଦିତ୍ର ଶବଦ ହେଳେ ପଳାଉଛିସିନ୍ଧୁ କୋଳାହଳ ଗ୍ରାସି ।ଶ୍ରୀଖଣ୍ଡ-ଶଇଳୁ- ମୃଦୁଳେ ସମୀରପାରାବାର ବକ୍ଷେ ବହିଶ୍ରୀକ୍ଷେତ୍ର ଲଳନା- କପୋଳେ ଅଳକକମ୍ପାଉଛି ରହି ରହି ।ଉଡ଼ୁଛନ୍ତି ସୌର- କରେ ପ୍ରଜାପତିସାତ ଇନ୍ଦ୍ରଧନୁ-ବର୍ଣ୍ଣେ,ଉଡ଼ୁଁ ଉଡ଼ୁଁ ଥରେ ବସି ପଡ଼ୁଛନ୍ତିକେବେ ପୁଷ୍ପେ କେବେ ପର୍ଣ୍ଣେ ।ଭରତିଆ ନିଜ ପ୍ରିୟା ସଙ୍ଗେ ନାଟ୍ୟତରଙ୍ଗେ ମଗ୍ନ ନାଟୁଆ,ଇନ୍ଦ୍ରଧନୁ ଖଣ୍ଡ ପ୍ରାୟେ ଖଣ୍ଡିଉଡ଼ାଦେଇ ବୁଲେ ବାଲିଶୁଆ ।ସ୍କନ୍ଧରୁ ପୁଷ୍ପିତ ଛୁରିଅନା ଗନ୍ଧେବାସିତ ଉଦ୍ୟାନମାନ,ଉଡ଼ୁଛନ୍ତି ଯୂଥେ- ଯୂଥେ ମଧୁକରସୌରଭେ ହୋଇ ଅଜ୍ଞାନ ।ସ୍ୱର୍ଣ୍ଣଦୀ-ନଳିନୀ ପ୍ରାୟେ ନୀଳାକାଶେଦୋଳଇ ରଙ୍ଗ ଶାଳ୍ମଳୀ,ନିଚୁଳ କିଂଶୁକ- କୁସୁମ ମଣ୍ଡନେସିନ୍ଦୁରିତ ବନସ୍ଥଳୀ ।କରୁଛନ୍ତି ରାଜ୍ୟେ ଧରା ଧାମେ ଆଜରତି ସଙ୍ଗେ ରତି ପତି,ଟେକିଅଛି ନାଗ- କେଶର ବେନିଙ୍କଶୁରେ ହେମ ପୁଷ୍ପ-ଛତି ।ବର୍ଣ୍ଣ ଅନୁରୂପେ ବନ୍ଦୀ ବେନିଙ୍କରହଳଦୀବସନ୍ତ ପିକ,ପଥିକ ମାନସେ ଭୀତି ଆଣିବାକୁକେ ଊଣା କେ ବା ଅଧିକ ।ଢାଳଇ ସୁରଭି ଚାମର ଶିରୀଷରାଜ ପରିକର ଭାବେ,ପ୍ରବାଳ ପତାକା ଧରିଣ ତିନ୍ଦୁକଉଭା ଦେଖ ଠାବେ ଠାବେ ।ଦିଶୁଅଛି ଯାହା ଶ୍ୟାମଳ ଚମ୍ପକପାଦପେ ହେମ କଳିକା,ରାଜା ରାଣୀଙ୍କର ନିରାଜନା ପାଇଁସେ ସିନା ପ୍ରଦୀପ ଶିଖା ।ମଲ୍ଲିକା କୋରକ ଶଙ୍ଖ ବଜାଉଛିଷଟ୍ପଦ ପୁଷ୍ପ ଲମ୍ପଟ,ହେମଗୋରୀ ସୂର୍ଯ୍ୟ ମୁଖୀ ଧରିଅଛିଛାମୁରେ ସ୍ୱର୍ଣ୍ଣ ଆଲଟ ।ମନ୍ଦାନିଳେ ନାନା ଅଙ୍ଗଭଙ୍ଗୀ କଲେବିଧୂର ଧୈର୍ଯ୍ୟ-ଘାତକୀ,ପଦ୍ମରାଗ ପୁଷ୍ପ କିଙ୍କଣୀ ଧାରିଣୀଧାତକୀ ରାଜ ନର୍ତକୀ ।ରାଜ-ଅସ୍ତ୍ରାଗାର ପରିପୂର୍ଣ୍ଣ ଏବେ,କିବା ଜଳେ କିବା ସ୍ଥଳେ,ଅଶୋକ ନିଆଳୀ ଚୂତେ ପୂର୍ଣ୍ଣ ବନସର ଉତ୍ପଳ-କମଳେ ।କାଞ୍ଚନ-କୋରକ ହେଳେ କରୁଅଛିବିରହୀର ଦମ୍ଭ ଚୁନା,ଅବା ସେ ବିରହୀ ରୁଧିରେ ଲୋହିତମଦନର ଏକମୁନା ।ସ୍ଥାବର ଜଙ୍ଗମ ମନ ହୋଇଅଛିଅନଙ୍ଗର ଲୀଳାଗାର,ପୁରୁଷେ ଦେଖନ୍ତି ନାରୀମୟ, ନାରୀପରୁଷମୟ ସଂସାର ।ଆନ କଥା ଥାଉ, ଯତିଜନ ମନହୋଇଛି ଆଜ ଅଥୟଦେଖୁଥିଲେ ଯେହୁ ବ୍ରହ୍ମ-ମୟ ବିଶ୍ୱଦେଖନ୍ତ ସେ ନାରୀ-ମୟ ।ଦଣ୍ଡଧର ପୁଷ୍ପ- କୋଦଣ୍ଡ ଶାସନଶିରୋଧାର୍ଯ୍ୟ କରି ଶିରେ,ଯୁଗ୍ମେ ଯୁଗ୍ମେ ପ୍ରାଣୀ ବିହରନ୍ତି ଆଜକିବା ନୀରେ କିବା ତୀରେ ।ସମଗରା ପାଟେ ହଂସ ହଂସୀ ପଦ୍ମପରାଗେ ଶରୀର ବୋଳି,କରୁଛନ୍ତି କଳ ନାଦେ ପ୍ରେମାଳାପଲହରୀ ଦୋଳାରେ ଦୋଳି ।ଲଙ୍କା ଆମ୍ର-କୁଞ୍ଜେ ବିହରନ୍ତି ମୃଗୀକୃଷ୍ଣସାର ପ୍ରେମଭୋଳେ,ପ୍ରଭୁ ଲୋକନାଥ ଅଧିଷ୍ଠିତ ଶୁଭ-ବାଲିସ୍ତୁପାବଳୀ ଖୋଲେ ।କପୋତ-ଦମ୍ପତି ପ୍ରେମ କି ସମ୍ପତ୍ତିରଟୁଛନ୍ତି ତାଳ ବନୁ,ଉଲ୍ଲାସେ କମ୍ପାଇ ବସନ୍ତ-ରଚିତଗଳେ ନବ ଇନ୍ଦ୍ରଧନୁ ।ଏହା ପରେ ପୁଣି ଦୋଳ ଚର୍ଚ୍ଚରୀରଲାଗିଛି ଆଜ ଗହଳ,ଫଗୁବର୍ଣ୍ଣୋଦକେ ସର୍ବାଙ୍ଗେ ରଞ୍ଜିତବିହରନ୍ତି ଯୁବାଦଳ ।ବାଳାତପ ପୁଞ୍ଜ ପ୍ରାୟେ ଫଗୁରାଶିଶୋଭେ ପ୍ରତି ବିପଣିରେ,ପ୍ରତି ଯୁବା ହସ୍ତେ ଶୃଙ୍ଗକୋଷମାନପରିପୂର୍ଣ୍ଣ ବର୍ଣ୍ଣନୀରେ ।ନବ ତରୁଣୀଙ୍କ ଅମଳ କପୋଳଅରୁବ ଫଗୁ ଘାତେ,ଶବଳିତ ବର୍ଣ୍ଣ ନୀରେ ପୀତ ଚେଳଦୋଳଇ ମୃଦୁଳ ବାତେ ।ନାରୀକେଳ ପୂଗ ପୁନ୍ନାଗ ଶ୍ୟାମଳଶାସନରୁ ଦଳେ ଦଳେମଦନ ଶତଘ୍ନି ଦ୍ୱିଜସୀମନ୍ତିନୀଆସୁଛନ୍ତି ନୀଳାଚଳେ ।ବିକସି ଆସିଲା କମଳ କୋରକପରାୟେ ଦିଶେ ଝଟକ,ଗୌର ଦେହେ ଶୋଭେ ରଙ୍ଗଚେଳ ନୀଳକେଶପାଶେ କୁରୁବକ ।ଖର୍ଜୁର କାନନ ଅନ୍ଧାରିତ ପଥେଆସୁଛନ୍ତି ବିପ୍ରଦାରା,ସିନ୍ଧୁମୂଖେ ଅବା ଆଗ୍ନେୟ ଶଇଳୁଁବହେ ଧାତୁ ଦ୍ରବ୍ୟ ଧାରା ।ଏହିରୂପେ ଚାରି ଦିଗେ ଲାଗିଅଛିମହୋତ୍ସବ ରାଜପୁରେ,ମାତ୍ର ରାଜେଶ୍ୱର ଗଙ୍ଗେଶ୍ୱର ଆଜଛନ୍ତି ପୁରୁଁ ବହୁଦୂରେ ।ଋଷିକୁଲ୍ୟାଠାରୁ ସୁବର୍ଣ୍ଣ ତଟିନୀଯାଏ ସର୍ବ ଜନପଦ,ନାନା ଉପାୟନେ ପୁଜୁଛନ୍ତି ଆଜବିର ଗଙ୍ଗେଶ୍ୱର ପଦ ।ସୁବର୍ଣ୍ଣ ତଟିନୀ ଶୁଭ୍ରକୂଳେ କୋଳେକରନ୍ତି ସ୍ୱର୍ଣ୍ଣ ସଞ୍ଚୟ,ହେବା ପାଇଁ ରାଜ ମଞ୍ଜୁକେଶୀଙ୍କରପୟରେ ଶିଞ୍ଚା ବଳୟ ।ରାଜରାଣୀଙ୍କର କବରୀମଣ୍ଡନପାଇଁ ଖଣି ଅନ୍ଧକାର,ଖନକେ ଖୋଲନ୍ତି ମଣି ମହାନଦୀବିଷମ ଶିଳା ଶଯ୍ୟାରେ ।କୌଷେୟ ବସନେ ଆବରିବେ ଅଙ୍ଗନୀଲାଚଳେ ରାଜଯୋଷା,ଶାଳ୍ମଳୀ ଶଇଳେ ସେଥିପାଇଁ କୋଷକୃମି ହେଉଛନ୍ତି ପୋଷା ।ବିମ୍ବାଧରୀଙ୍କର ଚମ୍ପକ-ଅଙ୍ଗୁଳିକମ୍ପନେ ମଧୁ ଝଙ୍କାର,ଉପୁଜିବା ଆଶେ କେନ୍ଦୁଝରେ ଗଢ଼ାହେଉଅଛି ଲୌହତାର ।ବ୍ରାହ୍ମୀ ତୀର-ଗିରି- କନ୍ଦରା ବିହାରୀଦନ୍ତାବଳ-ଦନ୍ତେ ଗଢ଼ା,ମହିଷୀଙ୍କ ଶେଯ ସକାଶେ ପଲଙ୍କଯୋଗାଏ ଭୟେ ଲହଡ଼ା ।ଅଙ୍ଗଲାଗି ପାଇଁ କନ୍ଦପଲ୍ଲୀ ଜାତହରିଦ୍ରା ଯୋଗାଏ ବୋଦ,ଅନୁଗୁଳ ଶାଳ କ୍ଷୀରେ ହେଉଅଛିନଅରେ ଧୂପ ଆମୋଦ ।ନୀଳ ମାଧବଙ୍କ ଅଧିଷ୍ଠାନ ଗିରିତଟବାସୀ କାରିଗର,ଗଢ଼ୁଅଛି ଭୟେ ସୁଢଳ ତାମ୍ବୁଳ-କରଙ୍କ ମହିଷୀଙ୍କର ।କୁଜଙ୍ଗ ଯୋଗାଏ ଉଶୀର ବ୍ୟଜନକନିକା ମୁକ୍ତା ପ୍ରବାଳ,ମହୋଦଧି ବକ୍ଷେ ବହି ଦ୍ୱୀପାନ୍ତରୁଆଣନ୍ତି ଯା ପୋତମାଳ ।ଲଳିତାଙ୍ଗୀଙ୍କର ଅଳକାମଣ୍ଡନପାଇଁ ବନେ ଅହରହ,ଅଞ୍ଜନାଭ ଗୁଞ୍ଜା ମାଳିଆ ପାତୁଆକରନ୍ତି ଜତୁ ସଂଗ୍ରହ ।ଯୋଗାଏ ଚନ୍ଦନ ପେଡ଼ି ନୀଳଗିରିଲଳିତଗିରି ଚନ୍ଦନ,କଟକ ଯୋଗାଏ ଅମରୀ ବାଞ୍ଛିତମଞ୍ଜୁ ରଜତ ଭୁଷଣ ।ଚାରୁ ଚନ୍ଦ୍ରାତପ ପିମ୍ପୋଲରୁ ଆସିଚତ୍ତ୍ୱରେ ହୋଇ ଲମ୍ବିତ,ରାଜ ଅବରୋଧେ ଶତ ଇନ୍ଦ୍ରଧନୁଶୋଭା କରେ ସମୁଦିତ ।ବାମଣ୍ଡା ମଣ୍ଡନ ପ୍ରପାତ ଶୀକରସ୍ନାତ ଘନ ବନସ୍ଥଳୀ,ଛାଡ଼ି ଶ୍ୟାମ ଏବେ ସମ୍ରାଟ ସଦନେକରୁଣେ କରେ କାକଳୀ ।ମଣିଭଦ୍ରା ଶୈଳେ ମୁନୀ କୁମାରିଙ୍କନିବାର ମୁଷ୍ଟି ଅସ୍ୱାଦ,ସ୍ମରି ରାଜ ସଦ୍ମ ଶିକୁଳିରେ ବଦ୍ଧଭଜୁଛି ଶୁକ ବିସାଦ ।ପିଞ୍ଜରେ ଘୁମାଇ ଘୁମାଇ ଶାରିକାସ୍ମରୁଅଛି ଜନ୍ମସ୍ଥାନ,ସ୍ୱପ୍ନେ କରୁଅଛି ସପ୍ତକ୍ରୋଶୀ ଗଣ୍ଡେବନ୍ୟ ଜନ୍ତୁ ରସପାନ ।ମକର ଉଦ୍ୟାନେ ସ୍ୱର୍ଣ୍ଣଯଷ୍ଟି ପରେବସି ମୟୁର ମୟୁରୀ,ମଇନାକ ଶୈଳେ ମେଘାଗନ ସୁଖସ୍ମରୁଛନ୍ତି ଝୁରି ଝୁରି ।ଏ ବିଭବେ ଥାଇ ମହାରାଣୀଙ୍କରମନେ ନାହିଁ ସୁଖ ଲେଶ,କି କୌଶଳେ କଲା ଶୋକ-କୀଟ ଏହିକୁସୁମ ବନେ ପ୍ରବେଶ ।ମହୋତ୍ସାବ କ୍ଷେତ୍ରେ ଦେହମାତ୍ର ଅଛିମନ ଭ୍ରମୁଅଛି କାହିଁ,ରୋଗୀ ହାସ୍ୟ ପରି ହର୍ଷ ଦେବୀଙ୍କରହୃଦୟୁ ଆସଇ ନାହିଁ ।ସମସ୍ତ ଉତ୍କଳେ ଦିଗବିଜୟ ସାରିବୀରସିଂହ ଗଙ୍ଗେଶ୍ୱର,ରତ୍ନପୁର ଦୁର୍ଗ ଅବରୋଧେ ଏବେହୋଇଛନ୍ତି ତତପର ।ପାଞ୍ଚବର୍ଷବ୍ୟାପି ଆହବେ ହେଲେଣୀକେତେ ମହାପ୍ରାଣୀ ହତ,ମାତ୍ର ରତ୍ନପତି ଶିର ହୋଇନାହିଁଶତୃ ପଦେ ଅବନତ ।ବିଜିତ ଯାବତ ନୃପସେନା ସହନିଜ ବାହିନୀ ମିଶାଇ,ଯୁଝୁଛନ୍ତି ରତ୍ନ ପୁରେ ସେନାପତିରୂପେ ରାଜକୁଲ ସାଇଁ ।ତହିଁ ରାଜଜେମା କୌଶଲ୍ୟା ସୁନ୍ଦରୀଥିଲେ ସମ୍ରାଟ ଗହଣେ,ଏକମାତ୍ର ପୁଷ୍ପ ଅସ୍ତ୍ରମୟ ସେହିଶିବିର କଣ୍ଟକବନେ ।ରୁପେ ଗୁଣେ ବାଳା ଅତୁଳା ଜଗତେଜଗତ-ମନମୋହିନୀ,ରାଜ- କୁମରଙ୍କ ଲୋଚନ –ଭ୍ରମରଅମଳ -ନବ -ନଳିନୀ ।ଏସନ ତନୟା ପାଇ ରାଣୀଙ୍କରକିପାଇଁ ମଳିନ ମୁଖ ?ଯା ଲାଗି ଜଗତେ ଯେତେ ସୁଖ, ସେହିଦିଏ ପୁଣି ତେତେ ଦୁଃଖ !ଗୁପ୍ତ ପ୍ରେମେ ପଡ଼ି ସସତ୍ତ୍ୱା କୌଶଲ୍ୟାହେଲା ସେ ସେନା ନିବେଶେ,ଜଳେ ତୈଳବିନ୍ଦୁ ପରାଏ କଳଙ୍କବ୍ୟାପିଗଲା ଦେଶେଦେଶେ ।ପୁଣି ଜେମା ମୁଖ ନ ଚାହିଁବେ ବୋଲିପ୍ରତିଜ୍ଞା କଲେ ରାଜନ,ଜେମା ବାସ ପାଇଁ ନିରୁପିତ ହେଲାବିଜନ କାରା ଭବନ ।ସେ ଭବନୁ ଜେମା ହେଲେ ନିରୁଦ୍ଦେଶବହୁ ଅନ୍ୱେଶଣ କରି,ନ ଲଭି ଉଦନ୍ତ ଅବଶେଷେ କ୍ଷାନ୍ତହେଲେ ଉତ୍କଳ କେଶରୀ ।ଏ ବାରତା ରାଣୀ ପାଇଲା ଦିନରୁହୋଇଛନ୍ତି ମ୍ରିୟମ୍ରାଣ,ଅତୁଳ ବିଭବେ ଥାଇ ଜୀବନକୁକରୁଛନ୍ତି ତୁଚ୍ଛ ଜ୍ଞାନ ।ପୁଟ-ପାକ ପ୍ରାୟେ ଗୁପତେ ତପତେଜଳୁଅଛି ମର୍ମସ୍ଥଳ,ଧୈର୍ଯ୍ୟଶୀଳା ଧୈର୍ଯ୍ୟ ଆବରି ସେ ଭାବବାହ୍ୟେ ଦିଶନ୍ତି ଶୀତଳ ।ତଥାପି ସେ ସଜ ସରୋଜ ବଦନଶୋକେ ହୋଇଅଛି ଫିକା,କୋମଳ କପୋଳେ ଦାରୁଣ କଷଣମାରିଛି ନିଜ ମୁଦ୍ରିକା ।କୌଶଲ୍ୟାର ତତ୍ତ୍ୱ ଜାଣିବା ଆଶାରେନିରତେ ଚିତ୍ତ ଆକୁଳ,କାହିଁ ଭ୍ରମୁଅଛି ଦୁଃଖେ ସେ ଦୁଃଖିନୀକଳଙ୍କିତ କରି କୁଳ ।ଆକୁଳେ ଗରୁଡ଼ ସ୍ତମ୍ଭ ପାଶେ ଦିନେଅଧ୍ୟା ପଡ଼ିଥିଲେ ରାଣୀ ।ନିଦ୍ରାବଶେ ଦିନେ ନିଶୀଥେ ଶୁଣିଲେଅଶରୀରୀ ଶୂନ୍ୟ ବାଣୀ ।"କୌଶଲ୍ୟାର କଥା କହିବ ସେ ଆସିଏ ଭାଷା କର୍ଣ୍ଣ କୁହରେ,ପଶିବାରୁ ବିଜେ କଲେ ଦେଉଳରୁମହିଷୀ ନିଜ ନବରେ ।ଉପୁଜିଲା ତହୁଁ ଦୁହିତା –ଦର୍ଶନଆଶା ହୃଦୟେ ନବୀନ,ତହିଁ ଧ୍ୟାନ ରଖି ଆନ କର୍ମେ ଦେବୀହୋଇଥିଲେ ଉଦାସୀନ ।ବିଧିରେ ଆଚରି ଦୋଳ ମହୋତ୍ସବପଦ୍ମ ଦଳେ ଜଳେ ପରି,ସେ ଆମୋଦେ ରତ ହୋଇଣ ବିରତଥିଲେ ପାର୍ବତୀ ସୁନ୍ଦରୀ ।ଦୁଇ ବର୍ଷ ପୂର୍ବେ ଆସିଥିଲା ଯୁଦ୍ଧଭୂମିରୁ ବୃଦ୍ଧ କଞ୍ଚୁକୀ,ଶିରାଳ ଶରୀର ବୟୋଧର୍ମେ ତାରଆଗକୁ ପଡ଼ିଛି ଝୁଙ୍କି ।ରାଜାଙ୍କ ଆଦେଶେ ଜଗୁଥିଲା ସେହିସର୍ବୋଚ୍ଚ ପ୍ରାସାଦ ଚୂଳେ,ନିଶିଯାକ ଏକ ଧ୍ୟାନେ ବସିଥାଇଚାହିଁ ଉତ୍ତରାଶା ମୂଳେ ।ରାଜାଦେଶେ ପୂର୍ବୁ ପର୍ବତେ ପର୍ବତେହୋଇଥିଲା ଆୟୋଜନବିଜୟ ଦିବସେ ବିଜୟ ସନ୍ଦେଶସ୍ୱପୁରେ ହେବ ପ୍ରେରଣ ।ପର୍ବତେ ପର୍ବତେ ବିଜୟ ସଙ୍କେତଅଗ୍ନି ଜଳିବ ଜାଙ୍ଗଳେ,ଆସିବ ନିଶିରେ ବିଜୟ ସନ୍ଦେଶରତ୍ନପୁରୁଁ ନିଳାଚଳେ ।ଦୁଇ ବର୍ଷ କାଳ ଏହି ରୂପେ ଜଗିସ୍ଥବିର ହେଲାଣୀ ଶ୍ରାନ୍ତ,ଆଜିଯାଏ କେହି ନ ଜାଣିଲେ ରତ୍ନ-ପୁରର ଯୁଦ୍ଧ ବୃତ୍ତାନ୍ତ ।ଅସ୍ତରାଗେ ରଞ୍ଜି ତୁଙ୍ଗ ବାଲିସ୍ତୁପଶ୍ୟାମଳ ପୁନ୍ନାଗ ବନ,ଲୋକନାଥ ପଥେ ବୁଡ଼ନ୍ତି ସାଗରେକମଳିନୀ-ପ୍ରାଣ-ଧନ ।ଭାସମାନ ରକ୍ତ- ରବି ବିମ୍ବ ଦେଖିଏ ଭାବ ଆସେ ଅନ୍ତରେ,ବିରଞ୍ଚି-ରଚିତ ସୁବର୍ଣ୍ଣ ବ୍ରହ୍ମାଣ୍ଡଭାସଇ କିବା ସାଗରେ ।କିବା ଜଳନିଧି- ଶାୟୀ ମଧୁରିପୁନାଭି ନାଳେ ଅରବିନ୍ଦ,ଅବା ଦିଗ୍ବଳୟ- ରୂପୀ ବଳୟରଅନୁରୁପ କୁରୁବିନ୍ଦ ।ବୁଡ଼ନ୍ତେ ମାର୍ତ୍ତଣ୍ଡ ପ୍ରାଚିମୂଳୁ ଏବେସନ୍ଧ୍ୟା ପ୍ରବାଳ ପାଟଳା,ଉର୍ଦ୍ଧ୍ୱେ ଉଠି ଇନ୍ଦୁ- କିରଣେ ସୁନ୍ଦରୀମଧ୍ୟାକାଶେ ମିଶିଗଲା ।ପଟହ କାହାଳୀ ଶଙ୍ଖ ଘଣ୍ଟା ଧ୍ୱନିଉଠିଲା ପ୍ରତି ଦେଇଳେ,ଦୀପାଲୋକ ଦେଖି ଚଞ୍ଚଳେ କଞ୍ଚୁକୀଚଢ଼ିଲା ପ୍ରସାଦ ଚୂଳେ ।ତହିଁ ବସି ବୃଦ୍ଧ ଦେଖିଲା ଭୁତଳେଧରିତ୍ରୀ ଛବି ସୁନ୍ଦର,ଦେଖିଲା ଉଦ୍ବେଳ କୋଳାହଳମୟକୌମୁଦୀ ଧ୍ରୌତ ସାଗର ।କର୍ପୂର ଧବଳ ବାଲିସ୍ତୁପାବଳୀଖୋଲେ ଶୋଭେ ଉପବନ,ଠାବେ ଠାବେ ଅବା ବସିଯାଇ ତଳେତିମିର ହୋଇଛି ଘନ ।ଶୀତଶେଷେ ପାଣ୍ଡୁ- ବେଶ ପରିହରିଅମଳ ଶୁଭ୍ର ବସନା,ଚନ୍ଦ୍ରିକା କୁସୁମେ କରୁଛନ୍ତି କେଳିଚଉଦିଗେ ଦିଗଙ୍ଗନା ।ଦୂରେ ସମଗରା ଦହ ରଜତରଆସ୍ତରଣ ପରି ଦିଶେ,ଦିଗ୍ବଳୟ ନୀଳ- ତରୁରାଜି ତା'ରଦାଢ଼େ ଅଙ୍କରେଖା କି ସେ ?ବିରାଜଇ ଚାରୁ- ଚନ୍ଦ୍ରାତପ ପ୍ରାଏଉର୍ଦ୍ଧ୍ୱେ ହୋଇ ଲମ୍ବମାନ,ବିରଳ-ତରଳ- ତାରକା-ଗୁମ୍ଫିତସୁନୀଳ ନଭଃ-ଖିଲାନ ।ସରପାଟୁଁ ଉଡ଼ି ସୁଖେ ଭାସି ଭାସିତରଳ ଶଶି-ମୟୁଖେ,ନଭେ ରାବି ରାବି ଯାଉଛି ଟେଣ୍ଟୋଇସୁନୀଳ ଚିଲିକା ମୁଖେ ।କୋଳାହଳ ନୃତ୍ୟ ବାଦ୍ୟ ପରିପୂର୍ଣ୍ଣଦୀପମାଳେ ବିଭୁଷିତ,ଫଗୁଖେଳେ ରଙ୍ଗ ବରଣା ନଗରୀହର୍ମ୍ୟ ତଳେ ବିରାଜିତ ।ଉତ୍ତରାସ୍ୟ ହୋଇ- ବସିଣ କଞ୍ଚୁକୀଦେଖୁଅଛି କୁତୂହଳେ,ମନୁଷ୍ୟ ଗହଳ ନୃତ୍ୟ ଫଗୁଖେଳକୀର୍ତ୍ତନାଦି ମହୀତଳେ ।ଏହିରୂପେ ରାତ୍ର ଦଶଘଡ଼ି ଅନ୍ତେଉତ୍ସବୁଁ ହୋଇ ବିରତ,ଯେ ଯାହା ଭବନେ ନାଗରିକେ ଯାଇସୁଖେ ହେଲେ ନିଦ୍ରାଗତ ।ଚନ୍ଦ୍ରମା ବୁଡ଼ିଲେ ହରଚଣ୍ଡିଙ୍କରନିର୍ଜନ- ଦୂର- ପ୍ରାନ୍ତରେ,ଏକ ଏକ ହୋଇ ପ୍ରଦୀପ ଆଲୋକଲିଭିଗଲା ଘରେ ଘରେ ।ଗାଢ଼ ଅନ୍ଧକାର ନଭେ ଜଳେ ସ୍ଥଳେଚୌଦିଗୁ ଆସିଲା ମାଡ଼ି,ପ୍ରକୃତି-ଦେହରୁ ଜୀବନ-ନାଟିକାସହସା ଗଲା କି ଛାଡ଼ି ।ଝିଙ୍କାରି-ଝଙ୍କାର ମାତ୍ର କଲା ସେହିନିରବତାକୁ ମୁଖର,ହିମ-ବିନ୍ଦୁ-ବାହି ନିଶାନ୍ତ ସମୀରେଦେହ ହେଲେ ଜରଜର ।ସୌଧ ଚୂଳେ ବସି ସ୍ଥବିର କଞ୍ଚୁକିଭାବୁଅଛି ହୃଦଗତେ-"କେତେ କାଳ ମୁହିଁ ସଙ୍କେତକୁ ଚାହିଁଜଗିଥିବିଏହି ମତେ ।ବିନି ବର୍ଷ ଜଗି ବସି ସୌଧଚୂଳେହୋଇଗଲି ଅବସନ୍ନ,ତଥାପି ବିଜୟ- ଲକ୍ଷୀ ଗଙ୍ଗେଶ୍ୱରପ୍ରତି ନ ହେଲେ ପ୍ରସନ୍ନ ।ଅଧର୍ମରେ ମତି ରାଜାଙ୍କର ସଦାଅଧର୍ମରେ ସଦା ଗତି,ବିଶାଳ ସାମ୍ରାଜ୍ୟ ଲଭି ନ ତୁଟିଲାଲୋଭ ପର ରାଜ୍ୟ ପ୍ରତି ।ସ୍ୱଧର୍ମ ତାଙ୍କର ପର ରାଷ୍ଟ୍ର ଗ୍ରାସବଳେ ଛଳେ କଉଶଳେ,ପ୍ରବଳେ ରାସନୀ ନୀତି ଆଚରଣଦାଶନୀ ନୀତି ଦୂର୍ବଳେ ।ପୁଣ୍ୟଶ୍ଳୋକ ଚୋର ରଙ୍ଗର ଅଙ୍ଗଜହୋଇ ହେଲେ ଏଡ଼େ କ୍ରୁର,ମଦେ ମତ୍ତ ହୋଇ ନିତ୍ୟ ମଣନ୍ତି ଯାସ୍ୱଭାବେ କ୍ଷଣ ଭଙ୍ଗୁର ।କେହି ରହି ନାହିଁ ରହିବେ ନାହିଁଟିଭବ-ରଙ୍ଗ-ଭୂମି- ତଳେ,ସର୍ବେ ନିଜ ନିଜ ଅଭିନୟ ସାରିବାହୁଡ଼ିବେ କାଳବଳେ ।ସ୍ତୁତି- ତୀର୍ଥେ ଯାର ନାମ ହୋଇଅଛିଅମର ବର୍ଣ୍ଣେ ଅଙ୍କିତ,ପୁଣ୍ୟଶ୍ଲୋକ ଐର ନରପତି ହେଲେକାଳ-ତୁଣ୍ଡେ କବଳିତ !କାହିଁଗଲେ ଇନ୍ଦ୍ର- ଦ୍ୟୁମ୍ନ ମହିପତିଉତ୍କଳ- ଗୌରବ- ରବି,ନିଳାଚଳ ସ୍ଥାପି ଏହି କୀର୍ତ୍ତି କଳି-କଳୁଷ-ପର୍ବତ-ପବି ।କାଳଗର୍ଭେ ଭବେ ଲୀନ ହେଲେ କେତେମହୀପତି ମହାଯଶା,ହୋଇଅଛି ଯାଙ୍କ ଯୀର୍ଣ୍ଣ ସୌଧ ଏବେବ୍ୟାଘ୍ର ଭଲ୍ଲୁକର ବସା ।ଶୈବାଳ ପାଷାଣ ଭେଦୀରେ ସଉଧ,ହୋଇଛି ନୀଳ ବରଣ,କୃମି-ତନ୍ତୁ-ଜାଲ ହୋଇଅଛି ଏବେଗବାକ୍ଷର ଆସ୍ତରଣ !ସ୍ୱର୍ଣ୍ଣ-ଦୀପାଲୋକେ ଉଠୁଥିଲା ଯହିଁଅଗୁରୁ ଧୁପର ଘଟା,ତିମିରକୁ ତହିଁ ବ୍ୟଜନ୍ତି ବିଜନେପକ୍ଷବାତେ ଚମଚଟା ।ତୋଳିଲେ ଅତୁଳ ଦୁର୍ଗ ଯେଉଁ ବୀରବିରୁପା-ତଟିନୀ-ତୀରେ,ବିରୁପା-ତରଙ୍ଗେ ବୁଦ୍ବୁଦ ପରାୟେମିଶିଗଲେ କାଳନୀରେ !ଏବେ ସେହି ଦୁର୍ଗୁଁ ଭୀଷଣ ନିର୍ଘୋସେପାଷାଣ ହୋଇ ସ୍ଖଳିତ,ଦୂର ଜନପଦେ ସୁପ୍ତ ଜନେ କରେନିଶୀଥେ ଭୀତ ଚକିତ ।ମହୀ ଅବତଂସ ଉଜ୍ଜ୍ୱଳ କେଶରୀରାଜବଂଶ କାହିଁ ଗଲା ?ବେଢ଼ଛି ଉତ୍କଳ କଳେବରେ ଯାଇଅମଳ କୀର୍ତ୍ତି-ମେଖଳା ।'ସେହି ବଂଶ କାହିଁ ?' ଏହି କଥା ଯେବେଏକାମ୍ରେ ପୁଚ୍ଛିବ ଯାଇ,ପ୍ରତିଧ୍ୱନୀ ଛଳେ କାନନେ ଦେଉଳେପ୍ରତିବାଣୀ ଦେବ 'କାହିଁ ?'ଚିରଦିନ ପାଇଁ କାହାରି ନୁହନ୍ତିକର୍ମ-ଭୂମି ବସୁନ୍ଧରା,ପାଞ୍ଚିଛନ୍ତି ରାୟେ ଭୁଜବଳେ ଭବେଚିରସ୍ଥାୟୀ ହେବେ ପରା ।ନିଜ ନଶ୍ୱରତା ଗଙ୍ଗେଶ୍ୱର କେବେସ୍ମରିଲେ ନାହିଁ ସ୍ୱପନେତମ-ଧର୍ମ-ବଶେ ଅନୁକ୍ଷଣ ରତକେବଳ ପର- ପୀଡ଼ନେ ।ଦିଗବିଜୟ ବ୍ୟାଜେ କେତେ ଭୂପାଳଙ୍କୁକଲେ ରାଜା ରଣେ ହତ,ଥୋକେ ରାଜ୍ୟ ଛାଡ଼ି ଦୂରେ ପଳାଇଲେଥୋକେ ହେଲେ ପଦାନତ ।ଗଙ୍ଗେଶ୍ୱର ଦମ୍ଭ ଭରେ ଥରହରକମ୍ପଇ ଆଜ ଉତ୍କଳ,କେତେ କାଳ ଧର୍ମ ସହିବ ଅନୀତିଦିନେ ଦେବ ପ୍ରତିଫଳ ।ବୃଥା ଦମ୍ଭେ ମାତି ଦିଗ୍ବିଜୟୀ ବୀରଭ୍ରମୁଥାନ୍ତି ଦେଶେ ଦେଶେ,ଜେତା ବିଜିତକୁ କରାଳ କୃତାନ୍ତପେଷିଦିଏ ନିର୍ବିଶେଷେ ।ଇଚ୍ଛନ୍ତି ଦାମ୍ଭିକେ ହସ୍ତେ ରଖିବାକୁସମସ୍ତଙ୍କ ଭାଗ୍ୟ-ଡୋରି,ନିଜ ଭାଗ୍ୟ ଡୋରି କାଳହସ୍ତେ ଏହାପକାନ୍ତି ହେଳେ ପାସୋରି ।ଅଜ୍ଞାନେ କଳ୍ପନା ଉଦ୍ୟାନେ ଦାମ୍ଭିକେଗଢ଼େ ଆଶାକୁଞ୍ଜମାନ,ତା ଦେଖି ଅଲକ୍ଷେ ପାଖେ ପାଖେ ଥାଇହସୁଥାନ୍ତି ଜନ୍ତୁରାଣ ।କ୍ରୂର କାଳଚକ୍ର ଘୁରୁଛି ମସ୍ତକେଜାଣି ଲୋକେ ହୋନ୍ତି ବଣା,କିମ୍ପାଇଁ ଲୋଡ଼ନ୍ତି ରଣଭୂମି ରୂପକୃତାନ୍ତ-ରଙ୍ଗ-ଅଗଣା ?ଅଗ୍ରେ ବାତ୍ୟା ଦେଖି ଜଳ ଜଳଦସ୍ୟୁଆକ୍ରମେ ବଣିଜ ତରୀ,ଦିଗ୍ବିଜୟ ବ୍ୟାଜେ ସେହିରୁପେ ପର-ରାଜ୍ୟ ଅକ୍ରମଣ ମତ୍ସରୀ ।ଦସ୍ୟୁ ବଣିକକୁ ମାରେ ବାତ୍ୟା ଯଥାବୁଡ଼ାଇ ଜଳଧି ଜଳେ,କାଳ ସେହି ରୂପେ ଜେତା ବିଜିତକୁପୁରାଏ ନିଜ କବଳେ ।ଏ ଭବସାଗରେ ସର୍ବଗ୍ରାସୀ କାଳବାତ୍ୟା ବହେ ଅବିରତ,ଏହା ଜାଣି ଲୋକେ କେଉଁ ଲାଭ ଆଶେକଳହେ ହୁଅନ୍ତି ରତ ?ଗଜ କଚ୍ଛପର କଳି ପ୍ରାୟେ ମହା-ଦମ୍ଭେ କରୁଥାନ୍ତି ଲୀଳା,ମନେ ନାହିଁ ଦିନେ କାଳ ପକ୍ଷିରାଜଉପରୁ ମାରିବ ଚିଲା ।ନାନା ଦୁର୍ନିମିତ୍ତ ନିତି ନିତି ଦେଖିମନେ ଲାଗେ ବଡ଼ ଡର,ଆସ୍ଥନ ମଣ୍ଡପେ ଉଡ଼ିଆସି ଗୂଧ୍ରବସୁଛି ଥରକୁ ଥର ।ପ୍ରତି ରାତ୍ରେ କେତେ ଉଲ୍କାପିଣ୍ଡ ନଭୋ-ମଣ୍ଡଳୁ ପଡ଼ୁଛି ଖସି,ଆଜ ରାତ୍ରେ ପୁଣି ପେଚକ ରାବିଲାଚନ୍ଦ୍ରଶାଳା ଚୂଳେ ବସି ।ନିଶାନ୍ତ ନଅରେ ଶୁଭୁଛି ଶବଦଅବଳା ରୋଦନ ଭଳି,କାହୁଁ ଆସୁଅଛି ସେ ବିକଳ ଧ୍ୱନିକେହି ନ ପାରିଲେ କଳି ।ଅଲକ୍ଷଣ ଦେଖି ପୁରବାସୀଙ୍କରହୃଦୟ ସଦା ସଭୟ,ଏତେଦିନେ ଅବା ରାଜାଙ୍କର ହେଲାପୂର୍ବ ତପୋବଳ କ୍ଷୟ ।ରତ୍ନପୁର ପତି ସଙ୍ଗେ ଅକାରଣେକୁକ୍ଷଣେ କଳି ଭିଆଇ,କେ ଜାଣି କି ଭାଗ୍ୟ ଭଜିଲେ ସମରରଙ୍ଗ ଭୂମେ ନରସାଇଁ ।ଭବିତବ୍ୟ ଯାହା ଅବଶ୍ୟ ଘଟିବକିଏ ବା କରିବ ଆନ ?କିଏ ଅବା ଏହି ଜ୍ୟୋତିଶ୍ଚକ୍ର -ଗତିରୋଧିବାକୁ ବଳବାନ ।ସ୍ୱାତୀ ଚିତ୍ରା ବେନି ତରାଜୁ ତୁଳାରବିରଜେ ନଭୋମଣ୍ଡଳେ,ଏହି ଦଣ୍ଡେ ଧାତା ତଉଲନ୍ତି ଅବାନରଭାଗ୍ୟ ମହିତଳେ ।କାହା ଭାଗ୍ୟ ଗୁରୁ କାହା ଭାଗ୍ୟ ଲଘୁହେବ ଏ କାଳ-ସମରେ,ଅଛି ଏକା ସେହି ବ୍ରହ୍ମାଣ୍ଡ ଠାକୁରଅନନ୍ତ ଜ୍ଞାନ ଗୋଚରେ ।ସେହି ପାଇଁ ସିନା ଶ୍ରୀହସ୍ତେ ରଖନ୍ତିଅଜ୍ଞେୟ ଅଦୃଷ୍ଟ କଞ୍ଚି,ଯା ଭେଦ ନ ପାଇ ଭାବି ଭାବି ବଣାହୁଅନ୍ତି ଶିବ ବିରଞ୍ଚି ।ଏହିରୂପେ ଭାଳୁଁ ଉତ୍ତରାଶ-ମୂଳେପୁଣ୍ୟ ଧ୍ରୁବତାରା ତଳେ,ସହସା କଞ୍ଚୁକୀ ଜ୍ୟୋତିଃପୁଞ୍ଜ ହେରିନିରେଖିଲା କୁତୂହଳେ ।କ୍ରମେ କ୍ରମେ ଶିଖା ବଢ଼ିଲେ ଜାଣିଲାଅନଳୁଁ ନୁହେଁ ସେ ଆନ,ଅନନ୍ଦେ ଗଦ୍ଗଦ୍ ହୋଇ ବୃଦ୍ଧ କହେ‘‘ଧନ୍ୟ ଧନ୍ୟ ଭଗବାନ !ସ୍ୱାଗତ ହେ ବହ୍ନି- ଶିଖା ତୋତେ ତୁ ଯାଆଣିଲୁ ଶୁଭ ସନ୍ଦେଶ,ଉଜଳି ମାର୍ଗରେ ଅୟୁତ କନ୍ଦରାଗିରି ନଦୀ ବନ ଦେଶ ।ଆଦ୍ୟ ଆବିର୍ଭାବ ଅଗ୍ନି ଦେବଙ୍କରହୋଇଥିବ ମେଘାସନେ,ରଶ୍ମି-ରେଖା ତହୁଁ ଧାଇଁ ଆସିଥିବପଲକେ ଗନ୍ଧମାଦନେ ।ଦଣ୍ଡଦେବୀ ଅଧି ଷ୍ଠିତ ସେହି ଶୈଳେସାଳକାଷ୍ଠ କରି ଗଦା,ଅନଳ ଲଗାଇ ହୋଇଥିବ ମତ୍ତବିମ୍ବିତ ହେବାରୁ ସେହି ଛବି ଆଦ୍ୟବୈତରଣୀ ପୂତ ଝରେ,ଉଲ୍ଲାସେ ଜୁଆଙ୍ଗେ ବହ୍ନି ଜାଳିଥିବେଗୋନାସା -ଶୈଳ- ଶିଖରେ ।‘‘ଜୟ ଗଙ୍ଗେଶ୍ୱର’’ ବୋଲି କ୍ଷଣେ କ୍ଷଣେଉଲ୍ଲାସେ ମାରେ କୁହାଟ,ରାତିଯାକ ବସି ଶିଖରେ ଜୁଆଙ୍ଗକରୁଥିବେ ଚାଙ୍ଗୁନାଟ ।ଖଣ୍ଡାଧାର ଚଣ୍ଡ ପ୍ରସାଦ- ଶବଦେଝଙ୍କାରିତ ଗର୍ଭ ଯାର,ଅଟଇ ସେ ସ୍ଥଳୀ ବୈତରଣୀଙ୍କରନିର୍ଜନ ସୂତିକାଗାର ।ସ୍ତରେ ସ୍ତରେ ନୀଳ- ଶୃଙ୍ଗମାନ ନଭେଟେକିଛନ୍ତି ଗିରି ଯହିଁ,ଯାର ତୁଙ୍ଗ-ତଟେ ବନସ୍ପତି -ପର୍ଣ୍ଣେତାରାପୁଞ୍ଜ ସଞ୍ଚରଇ ।ସେହି ସ୍ଥଳୀ ଛାଡ଼ି ମହାରଣ୍ୟମୟଉପତ୍ୟକା ଲଙ୍ଘି ପଥେ,ମନୋରଥ-ଗତି ଆସୁଥିବ ରଶ୍ମିମାଲ୍ୟଗିରି ପରବତେ ।ଶିକୁଳା- ଦୁର୍ଗମ ଅଭ୍ରଂକଷ ସେହିଶିଖରି ଚୂଳେ ବିହରି,ଜାଳିଥିବେ ଶୁଷ୍କ ଧନ୍ୱନ୍ତରି ତୃଣେଅନଳ ଗଣ୍ଡ ସୁନ୍ଦରୀ ।ସୃଜିଥିବ ତହିଁ କନ୍ଦରେ କନ୍ଦରେସଘନ ପ୍ରତିଶବ୍ଦକ,ମର୍ଦ୍ଦଳର ତାଳେ ପଲ୍ଲବ ମଣ୍ଡନା-ଗଣ୍ଡବାଳା-ହଲ୍ଲିଷକ ।ବାଳଭାନୁ ପରି କୃଷାନୁ ସ୍ଫୁରିବଏ ଅନ୍ତେ ବାରା ଅଚଳେ,ପ୍ରକ୍ଷାଳଇ ଚକ୍ର ବାକିନୀ ବ୍ରାହ୍ମଣୀପାଦ ଯାର କଳକଳେ ।ହିଙ୍ଗୁଳା ପୀଠରୁ ଭାସି ଆସିଥିବାଅଙ୍ଗାର ସଙ୍ଗେ ମିଶ୍ରିତ,ଖଦିର- ଇନ୍ଧନ- ଜାତ ବୈଶ୍ୱାନରେଗିରି ହେବ ସୁରଞ୍ଜିତ ।ରଥାଙ୍ଗ ଦମ୍ପତି ମାନସେ କ୍ଷଣିକସୁଖ- ଭ୍ରମ ଉପୁଜାଇ,ଅଭ୍ରଗର୍ଭ-ଗିରି କପିଳାସେ(୩) ରଶ୍ମୀତହୁଁ ଆସିଥିବ ଧାଇଁ ।ସ୍ଫଟିକ ପାବଚ୍ଛ ପରାୟେ ଯେ ଶୈଳେଶୋଭେ କଳନାଦୀ ଝର,ରକ୍ତାଶୋକେ-କୁଞ୍ଜେ ବିରାଜନ୍ତି ଯାରମେଖଳେ ଚନ୍ଦ୍ର ଶେଖର ।ନିଶୀଥେ ଓହ୍ଲାଇ କିନ୍ନରୀଏ ଯହିଁଗାଆନ୍ତି ମହିମ୍ନ ସ୍ତବ,ଉତ୍କର୍ଣ୍ଣେ ଶୁଣନ୍ତି ହରିଣୀଏ ମୁଗ୍ଧହୋଇ ସେ ସଙ୍ଗୀତ ରବ ।ଯୋଗୀଜନେ ତହିଁ ବହ୍ନି ଜାଳିଥିବେବିଜୟ ସଙ୍କେତ ପାଇ,ତା ଦେଖି ହରିଣେ ଦାବାନଳ ଭ୍ରମେଚୌଦିଗେ ଯିବେ ପଳାଇ ।ତଳେ ମହାରଣ୍ୟେ କୃଷିକ୍ଷେତ୍ର ମଞ୍ଚେକୃଷିରକ୍ଷୀ କୃଷିବଳ-,ନେତ୍ରେ ଜନ୍ମାଇବ ଚମକ ଚପଳାସନ୍ନିଭ ଜ୍ୟୋତି ଚପଳ ।ଏଅନ୍ତେ ଜାଳିବେ ଋକ୍ଷଭୀତି-ପ୍ରଦଅନଳ ଶିଖା ଉଜ୍ଜ୍ୱଳା,ଝର ଉପବିତ ଧାରା ସପ୍ତଶଯ୍ୟାଶିଖରି ଶୃଙ୍ଗେ ତଅଁଳା ।ତିନ୍ଦକୁ-ରନ୍ଧନ- ଜନ୍ମା ବିଭାବସୁସ୍ଫୁଲିଙ୍ଗ- ମାଳା ଆକାଶେ,ଦେଖି ଝର ଛାଡ଼ି ଜଳାର୍ଥୀ କରଭେଦୂରେ ପଳାଇବେ ତ୍ରାସେ ।ବନସ୍ପତି ଡାଳେ ସୁଖେ ସୁପ୍ତ ଗିରିନଦୀ ବିହାରୀ ବରଟା,ତ୍ରାସେ ନୀଡ଼ ତ୍ୟଜି ପଳାଇବେ ଶୁଣିସେ ଅନଳ ଚଟଚଟା ।ଏ ପରେ ଶରଣ୍ଡା ମୁଣ୍ଡେ ପରଚଣ୍ଡେଉଠିବ ବହ୍ନିମୟୁଖ,ଅଂଶୁପା ସରସେ ମୁହୂର୍ତେ ଉଜଳିକମଳିନୀ ମ୍ଳାନମୁଖ ।ମହାନଦୀ- ନୀଳ- ସଳିଳ -ଦର୍ପଣେତଦନ୍ତେ ହୋଇ ବିମ୍ବିତ,ଦିଶୁଥିବ ରଶ୍ମୀ ଧୂମକେତୁ -ପୁଚ୍ଛପ୍ରାଏ ଦୀର୍ଘ ପ୍ରସାରିତ ।ତଣ୍ଡି ପଠାଚାରୀ ମହିଷୀଏ ଦୂରୁଁଚାହିଁଥିବେ ଏକ ଧ୍ୟାନେ,ଦେହୁରିଏ ହର୍ଷେ ପକାଇବେ ହୁରିଚର୍ଚ୍ଚିକା- ଶୈଳ- ସୋପାନେ ।ତହୁଁ ବହ୍ନି ସ୍ଫୁରି ସାଳ ମହାରଣ୍ୟେଦ୍ୱିଶିର ମହାପର୍ବତେ,ଶୋଭିତ ଅଚଳ ଦ୍ୱୀପସ୍ତମ୍ଭ ପ୍ରାଏନୀଳ -ପରାରାବାର -ପଥେ ।ଶବର- ଯୁବାଏ ସେ ବହ୍ନିରେ ଦଗ୍ଧକରିବ ବନ୍ୟ ଶିକାର,ଶୀତେ ମଦ୍ୟ ସଙ୍ଗେ ସୁଖେ ତପ୍ତ ମାଂସକରୁଣ ଥିବେ ଆହାର ।ହାଟକେଶ୍ୱରର ତପ୍ତ ପ୍ରସ୍ରବଣରଖି ବେମେତର ଦିକେ,ରଶ୍ମିରେଖା -ମହା- ଖରେ ଆସିଥିବବରୁଣୀ ଶିଖରୀ ଶିଖେ ।ଲତା-ଦୋଳା-ଶେଯେ ବନ ଦେବତାଙ୍କୁକେଳି-ଦୀପ ରୂପେ ଖଟି,ତହିଁ ଉଜଳିବେ ବିଭାସସୁ ଦେବୀ-ଅଧିଷ୍ଠିତ ଶୈଳ-କଟି ।ଦୟେ ତୀରେ ତରୁ- ହୀନ ଟଙ୍କ ଯହିଁନିଦାଘେ ମଧ୍ୟହ୍ନ କାଳେ,ମାର୍ତ୍ତଣ୍ଡ -ମୟୁଖେ ନୀଳ ମରୀଚିକାସଦା ଖେଳେ ଚକ୍ରବାଳେ ।ଭରତିଆ ରୁତେ ମୁଖର ସେ ଟଙ୍କଭୂମି ଅତିକ୍ରମି ପଥେ,ଆସିଅଛି ରଶ୍ମି ଗୁଳ୍ମଜଟାଧରବିଶ୍ୱନାଥ ପରବତେ ।ଚନ୍ଦ୍ରଚୂଡ଼ ବଡ଼ ଶୃଙ୍ଗାର- ରଚନାକାଳେ ସେ ଶୈଳେ ସେବକେ,ଆନନ୍ଦେ ଅନଳ ଜାଳିଲେ ଦେଉଳକିରୀଟ-ଗିରି-ମସ୍ତକେ ।ପୁନ୍ନାଗ ଖଜୁର ନାରିକେଳପୂର୍ଣ୍ଣଲଙ୍ଘି ନାନା ଜନପଦ,ଶଙ୍ଖକ୍ଷେତ୍ରେ ଆଣୁ ଅଛି ରଶ୍ମି-ରେଖାଏ ବାରତା ସୁଖପ୍ରଦ ।ଜଳି ଉଠିଲାଣି ବହ୍ନି-ଶିଖା ପୁଣିସଘନେ କମ୍ପି ଅନିଳେ,ସୁନୀଳ ଚିଲିକା ତରଙ୍ଗ- ତାଡ଼ିତତାରାଦେବୀଙ୍କ ଶଇଳେ ।ବିଜୟ ସଙ୍କେତ ଏହି ବହ୍ନିଶିଖାଏଥିରେ ନାହିଁ ସଂଶୟ,ଖରେ ନରପତି ପରବାସୁ ଏବେବାହୁଡ଼ିବେ ନିଜାଳୟେ ।ଅଲକ୍ଷଣ ଦେଖି ମହାଭୀତି ଜାତହୋଇଥିଲା ଲୋକମନେ,ଏହି ରଶ୍ମୀ ଦୂର କଲା ସେ ଭୀତିକିଶ୍ରୀକ୍ଷେତ୍ରେ ଆସି ସୁକ୍ଷଣେ ।ରାଜାଙ୍କ କୁଶଳ ରାଜ୍ୟର କୁଶଳରାଜା ରାଜ୍ୟ କର୍ଣ୍ଣଧାର,ରାଜ-ଯନ୍ତ୍ରୀ ବିନୁ ରାଷ୍ଟ୍ର-ଯନ୍ତ୍ର କ୍ଷଣେହୁଅଇଟି ନାରଖାର ।ନୀଳାଚଳ ସାଇଁ ପ୍ରାସାଦେ ନରେଶଗଙ୍ଗେଶ୍ୱର ସର୍ବଜୟୀ,ପଦାନତ ଆଜ ଦେବରାଜଙ୍କରସମଗ୍ର ଉତ୍କଳ ମହୀ ।ଏ ସମ୍ୱାଦ ମୁହିଁ ନିବେଦିବି ଯାଇମହାଦେବୀଙ୍କ ଛାମୁରେ,ଦୋଳୋତ୍ସବ ସହବିଜୟ-ଉତ୍ସବମିଶିବ କାଲି ଏ ପୁରେ ।ଏହା କହି ମହା ଉଲ୍ଲାସେ କଞ୍ଚୁକୀଧୀରେ ଓହ୍ଲାଇ ସୋପାନେ,ଦେଖି ଚମକିଲା ଅଶରୀରି ନାରୀମୁରତି-ପୁର-ଉଦ୍ୟାନେ ।ଦେଖୁ ଦେଖୁ ମୂର୍ତ୍ତି ଅନ୍ଧକାରେ ମିଶିଗଲା ଉଦ୍ୟାନ ପ୍ରାଚୀରେ,ସ୍ୱିନ୍ନ କଣ୍ଟକିତ ହୋଇ ବୃଦ୍ଧ ଭୟେଥରିଲା ସର୍ବ ଶରୀରେ ।ସୌଧ-ପୃଷ୍ଠୁ ବୃଦ୍ଧ ସତ୍ତ୍ୱରେ ଓହ୍ଲାଇରାଣୀଙ୍କି ଭେଟି ନିର୍ଜନେ,ଛାମୁରେ ପ୍ରଣତି ହୋଇ ଯୋଡ଼କରେକହେ ବିନୟ ବଚନେ ।ହେ, ଦେବୀ ! ଆସିଲା ନିଶା ଅନ୍ତେ ରତ୍ନ-ପୁରୁ ବିଜୟ ଉଦନ୍ତ,ଏତେ ଦିନେ ତୁମ୍ଭ ଭାଗ୍ୟେ ସୁପ୍ରସନ୍ନବଡ଼-ଦେଉଳ -ସାମନ୍ତ ।ଉଦିଚୀ ବଦନେ ଝଳି ଯେହ୍ନେ ନବସୁବର୍ଣ୍ଣର ଅବତଂସ,ଶୈଳଶୃଙ୍ଗେ ଜଳି ସୁବର୍ଣ୍ଣିଦୀ-ଦୀଧିତିଦୁଃଖ ତମ କଲେ ଧ୍ୱଂସ ।ଏକମାତ୍ର ରତ୍ନ ପୁରପତି ଥିଲେଦେବରାଜାଙ୍କର ଅରି,ଦେବକୂଟ ପଡ଼ି ରାଜପଦେ ଏବେସେବିବେ ସେବକ ପରି ।ମାତ୍ର ଦେବି ! ତଳେ ଓହ୍ଲାଇବା ବେଳେଦେଖିଲି ଯାହା ନୟେନ,ମାତ୍ର ଦେବୀ ! ତଳେ ଓହ୍ଲାଇବା ବେଳେଦେଖିଲି ଯାହା ନୟନେ,ଅଭୟ ଏ ଦାସେ ଆଲା ଦେଲେ ତାହାନିବେଦିବି ଶ୍ରୀଚରଣେ ।ମହାଦେବୀଙ୍କର ଆଶ୍ୱାସ ବଚନପାଇ କହଇ ସ୍ଥବିର,ଦେଖିଲେ ଯା ଦେବି ! ଅଦ୍ଭୁତ ସେ କଥାଶ୍ମରଣେ କମ୍ପେ ଶରୀର ।ମକର ଉଦ୍ୟାନେ ମାଧବୀ ମଣ୍ଡପେଦେଖିଲି ନାରୀ ମୂରତି,ଦେଖୁ ଦେଖୁ ତାହା ତିମିରେ ପ୍ରାଚୀରେମିଶିଗଲା ଖରେ ଅତି ।ଜେମାଙ୍କ ଆକାର ଜେମା ବେଶଭୁଷାସମସ୍ତ ଅଟଇ ଏକା,ସେ ପ୍ରଫୁଲ୍ଲ ଭାବ ନାହିଁ ସେ ବଦନେକେବଳ ବିଷାଦ ରେଖା ।ଦର୍ପଣ ଫଳକେ ଜେମା ପ୍ରତିବିମ୍ବଯେସନେ ଖର ସଞ୍ଚାରୀ,ନୟନେ ପଲକେ ନୟନରୁ ମୋରଅଦୃଶ୍ୟ ହେଲା ସେ ନାରୀ ।ଅତି ଅଦଭୁତ ରୂପେ ମୋର ଦୃଷ୍ଟିପଥରୁ ନେଲା ମେଲାଣି,ଆକାରୁଁ ଜାଣିଲି ମହାଦେବୀ ସେହିନିଶ୍ଚେ ଅଶରୀରି ପ୍ରାଣୀ ।ଦେହକେ ଏକଥା ଦେଖି ନ ଥିଲି ମୁଁନ ଦେଖି ନୁହନ୍ତା ପ୍ରତେ,ପାସୋର ନ ଯିବ ମନୁଁ ସେ ମୂରତିକି ସ୍ୱପ୍ନେ ଅବା ଜାଗ୍ରତେ ।ଏହା କହି ବୃଦ୍ଧ କର ଯୋଡ଼ି କରିନତ କଲା ପୁଣି ମଥା,ବିସ୍ମୟେ ମହିଷୀ ସ୍ତମ୍ଭୀଭୂତ ହେଲେଶୁଣି ଏ ଅଦ୍ଭୁତ କଥା ।ମନରେ ପାଞ୍ଚିଲେ ରଜନୀରେ ହେବଏ ଗୁଢ଼ ରହସ୍ୟ ଭେଦ,କାହାରିକି କିଛି କହିବାକୁ ଦେବୀବୃଦ୍ଧକୁ କଲେ ନିଷେଧ ।ରାଣୀଙ୍କ ଆଦେଶେ ବିଜୟ ବାରତାନଗରେ ହେଲା ପ୍ରଚାର,ନଗରବାସୀଙ୍କ ଉଲ୍ଲାସ ଚହଳେକମ୍ପିଗଲା ରାଜଦ୍ୱାର ।ଗଙ୍ଗେଶ୍ୱର ସ୍ତୁତି ବନ୍ଦନା ତୋରଣେଉଲ୍ଲାସେ ଗାଇଲେ ଭାଟେ,କିମ୍ବଦନ୍ତି ତାହା ପ୍ରଚାରିଲା ପୁରେଦେବାଳୟେ ପଥେ, ଘାଟେ ।ଚାହୁଁ ଚାହୁଁ ହେଲା ରଙ୍ଗଧ୍ୱଜ ବର୍ଣ୍ଣେପରିଣତ ନୀଳ ନଭ,ଚୌଦିଗେ ଶୁଭିଲା ଲୋକ କୋଳାହଳ‘‘ଜୟ ଗଙ୍ଗେଶ୍ୱର’’ ରବ ।ଫଗୁଖେଳେ ମାତି ’‘ଜୟ ଗଙ୍ଗେଶ୍ୱର’’ଉଚ୍ଚାରି ହର୍ଷେ ଯୁବକେ,ସରାଗେ ଫିଙ୍ଗିଲେ ଫଗୁ ନାଗରୀଙ୍କଅମଳ ଗଣ୍ଡ ଫଳକେ ।ଗାଇଲେ ମଧୁରେ ‘‘ଗଙ୍ଗେଶ୍ୱର ଜୟ’’ମାହାରି ଦେବ ବଲ୍ଲଭା,ସାଗର ସମୀର ରଙ୍ଗେ ଦୋଳାଇଲାମସ୍ତକେ କୁସୁମ ଗଭା ।ସୁମଧୁର ଅର୍ଦ୍ଧ ସ୍ଫୁଟ ମିଷ୍ଟଭାଷେଅଧଃକୃତ କରି ସାଚୀ,‘‘ଜୟ ଗଙ୍ଗେଶ୍ୱର’’ ବୋଲି ସାହିଦାଣ୍ଡେଶିଶୁଏ ବୋଲନ୍ତି ନାଚି ।ଅଶ୍ୱତ୍ଥ ଓହଳ ପରାଏ ଜଟିଳପର୍ଣ୍ଣ ଛତ୍ରତଳବାସୀ,‘‘ଜୟ ଗଙ୍ଗେଶ୍ୱର’’ ଏକତନ୍ତ୍ରୀ ତାନେଗାଇଲେ ବୃଦ୍ଧ ସନ୍ୟାସୀ ।‘‘ଜୟ ଗଙ୍ଗେଶ୍ୱର’’ ବୋଲି ଦାଣ୍ଡେ ପଣ୍ଡାଯାତ୍ରୀ ଆଗେ ଆଗେ ଚଳେ,ତା ଶୁଣି ଯାତ୍ରୀରେ ସମସ୍ୱରେ ଯୋଗଦିଅନ୍ତି ସେହି ଚହଳେ ।ଉପବନେ ମଲ୍ଲ ଶାଳେ ମଲ୍ଲମାନେମତ୍ତ ହୋଇ ଭାଙ୍ଗୋଦକେ,‘‘ଜୟ ଗଙ୍ଗେଶ୍ୱର’’ ବୋଲି ମାଲ ଖମ୍ୱକମ୍ପାନ୍ତି ବାହୁ ସ୍ଫୋଟକେ ।‘‘ଜୟ ଗଙ୍ଗେଶ୍ୱର’’ ବୋଲି ସ୍ୱର୍ଗଦ୍ୱାରେଯାତ୍ରୀଏ କରନ୍ତି ଗୋଳ,ନାଚି ନାଚି ତହିଁ ଯୋଗ ଦିଏ ଆସିଫେନିଳ-ସିନ୍ଧୁ-କଲ୍ଲୋଳ ।ଟିପାକାଠି ପୃଷ୍ଠେ ତରଙ୍ଗ ନୋଳିଆଗାଏ ‘‘ଜୟ ଗଙ୍ଗେଶ୍ୱର’’,ଜାଲ ବୁଣୁବୁଣୁ କୂଳୁଁ ନୋଳିଆଣିଦିଅନ୍ତି ହର୍ଷେ ଉତ୍ତର ।ଇନ୍ଦ୍ରଦ୍ୟୁମ୍ନ ତୀରେ ହାତେ ଲିଆ ଧରିଡକାଇ କୌତୁକୀ ହୋଇ,କମଠାକୁ ଯାତ୍ରୀ ନ ଆସିଲେ ତହୁଁଦିଏ ଗଙ୍ଗେଶ୍ୱର ଦୋହି ।ବାଲୁକା ପ୍ରାନ୍ତରେ ଗୋରୁ ଜଗି ଗୋପଶିଶୁ ଗାଏ ଗ୍ରାମ୍ୟ ତାଳେ,ଗଙ୍ଗେଶ୍ୱର ଗାଥା ଦୋହଲି ଦୋହଲିଭୂମିଲମ୍ବି ବର ଡାଳେ ।ଏ ରୂପେ ବିଜୟ ଉଦ୍ଘୋଷିତ ହେଲାକିବା ଜଳେ, କିବା ସ୍ଥଳେ,ଉତ୍ସବ ଉପରେ ଉତ୍ସବ ଅପରଲାଗିଗଲା ନୀଳାଚଳେ ।ଆଗ୍ନେୟ ସଙ୍କେତ ଜାଳିବା ଆଗରୁମେଘସନ ପରବତେ,ପେଷିଥିଲେ ଅଶ୍ୱ ଯାନେ ଗଙ୍ଗେଶ୍ୱରପ୍ରଣିଧି ମାଗଧ ପଥେ ।ପ୍ରଦୋଷେ ସେ ଦୂତ ପ୍ରବେଶି ନଗରେବିନୟେ ନୁଆଇଁ ମଥା,ନିବେଦିଲା ମହା ଦେବୀ ପଦେ ରତ୍ନପୁରର ଜୟ ବାରତା ।କହିଲା ପ୍ରଣିଧି ରତ୍ନପୁର ଦେବୀହୋଇଅଛି ଭୂମିସାତ,ଏତେ କାଳେ କଲେ , ମନୋରଥ ପୂର୍ଣ୍ଣପ୍ରଭୁ ନୀଳାଚଳ ନାଥ ।ବୃଦ୍ଧ ରତ୍ନପୁର ପତି ହେଲେ ମହାରାଜାଙ୍କ ହସ୍ତେ ନିଧନ,ରତ୍ନପୁର ଜେମା ଅନ୍ନପୁର୍ଣ୍ଣା ଏବେସେବିବେ ଦେବୀ ଚରଣ ।ପୂର୍ଣ୍ଣମାସୀ ଦିନେ ବୀର ଗଙ୍ଗେଶ୍ୱରବିଜେ କରିବା ଭବନେ,ବିଜିତ ଯାବତ ସାମନ୍ତ ଭୂପାଳଆସିବେ ନୃପ ଗହଣେ ।ଶୁଣି ରାଣୀ ରାଜ ଆଗମନ ପାଇଁଯଥା ଯୋଗ୍ୟ ଆୟୋଜନ,କରିବାକୁ ଭୃତ୍ୟ ଦଳେ ଆଜ୍ଞା ଦେଇଭଜିଲେ ପୁର ନିର୍ଜନ ।ବିକଳେ ଅନବୀ ଶୟନେ ନିହିଲେନିଜ ତନୁ ସୁକୋମଳ,ବିଷାଦେ କମଳ ନୟନ ଯୁଗଳଁ,ଝରିଲା ଲୋତକ ଜଳ ।‘‘ଆହାରେ କୌଶଲ୍ୟା’’ କହିଲେ ସୁନ୍ଦରୀଏହା କି ଥିଲା ତୋ ମନେ,ନିଜ ମୁଖେ କାଳି ଦେଇ ସେହି କାଳିଦେଲୁ ମୋହର ବଦନେ ।ଉତ୍କଳ ଆକାଶେ ଅମଳ ଶଶାଙ୍କଗଙ୍ଗେଶ୍ୱର ନରସାଇଁ,ସୁତା ହୋଇ ତାଙ୍କ ଉଜ୍ଜ୍ୱଳ ଶ୍ରୀମୁଖେକଳଙ୍କ ଦେଲୁ ଲଗାଇ ।ଏଡ଼େ ରାଜକୁଳେ ଜନ୍ମ ଲଭି ତୁହିହେଲୁ ପୁଣି କଳଙ୍କୁଣୀ,ମହିଳା-ମଣ୍ଡଳ କର୍ଣ୍ଣେ ହାତ ଦେଲେତୋର ଏ ଅନୀତି ଶୁଣି ।ଫୁଟି ଆସୁଥିବା ରଙ୍ଗପଦ୍ମ ପ୍ରାୟେସୁନ୍ଦର ତୋର ବଦନ,ବୋଳି ଦେଉଥିଲା ଦେଖିଲା ଜନରନୟନେ ଅମୃତାଞ୍ଜନ ।ସେ ଅମଳ କାନ୍ତି ପାପୀ ପାପ ମନୁପାପ ଦେଉଥିଲା ତଡ଼ି,ଖର ସୌରକରେ ଶୁଷ୍କ ହୋଇ ଯେହ୍ନେପଙ୍କ ପଡ଼େ ତଳେ ଝଡ଼ି ।ଜ୍ଞାନୀଏ କହନ୍ତି ସୌନ୍ଦର୍ଯ୍ୟ ସୃଜନହୋଇ ନାହିଁ ପାପ ପାଇଁ,ସତ୍ୟ ମଣିଥିଲି ମାଆଲୋ ତୋହସରୋଜ ମୁହଁକୁ ଚାହିଁ ।ବିଶ୍ୱଜନ ମନ ପ୍ରହ୍ଲାଦନ ତୋରସୁଚାରୁ ଚନ୍ଦ୍ର ବଦନ,ବିନୟ କରୁଣା ଲଜ୍ଜାଦିର ଥିଲାଅମନ ହେମ ଦର୍ପଣ ।କି କୁହୁକେ ପଡ଼ି ଅପଥେ ନିହିଲୁପାଦ ଧର୍ମପଥ ହୁଡ଼ି,ବୁଡ଼ାଇଲୁ କୁଳ କଳଙ୍କ ସାଗରେନିଜେ ସେ କଳଙ୍କେ ବୁଡ଼ି ।କିଏ ଜାଣିଥିଲା କର୍ମେ ମାଲୋ ତୋରବିହି ହେବେ ଏଡ଼େ ବାମ,କିଏ ଜାଣିଥିଲା ସେ ରୂପର ହେବଏ ଦାରୁଣ ପରିଣାମ ।କେଉଁ ମହାପାପୀ ନାରକୀ ତୋର ମାଆକଲା ଏ ଘୋର ଦୁର୍ଗତି,ଏ ଘୋର ଅନୀତି କେମନ୍ତେ ସହିଲେବିଶ୍ୱଧାତ୍ରୀ ବସୁମତୀ ।ତିନି ଦିନ ପରେ ନୃପ ଚୂଡ଼ାମଣିବିଜେ କରିବେ ଏ ପୁରେ,ଦେଖାଇବି ଏହି ଦୁଗ୍ଧ ମୁଖ ମାଗୋକେମନ୍ତେ ନୃପ ଛାମୁରେ,ଏ କି କଥା ପୁଣି କହିଲା କଞ୍ଚୁକୀଭାଳି ଯାଉନାହିଁ କୂଳ,ବିଷମ ଶଂସୟେ ପଡ଼ି ମନ ମୋରହେଉଛି ସଦା ଆକୁଳ ।ଜେମାର ସ୍ୱରୁପ ଦେଖିଲା ପ୍ରହରୀକହୁଛି ନିଜ ନୟନେ,ସତ କି ମିଛ ତା ରାତ୍ରେ ଆଜ ଜଗିଦେଖିବି ବସି ନିର୍ଜନେ ।ଶୁଣିଲା ବେଳରୁ ଘାଣ୍ଟି ହେଉଅଛିହିଆ ମୋର ଅବିରତେ,ଏ ଅଭୁତ କଥା ନିଜେ ନ ଦେଖିଲେକେମନ୍ତେ ବା ହେବ ପ୍ରତେ ।ଏହିରୂପେ ରାଣୀ ଭାଳୁ ଭାଳୁ ଦିନହୋଇଗଲେ ଅବସାନ,ଉଠିଲା ଦେଉଳେ ସନ୍ଧ୍ୟା ଆଳତିରଶଙ୍ଖ-ଘଣ୍ଟା-ବାଦ୍ୟତାନ ।ସନ୍ଧ୍ୟା ଜାଣି ରାଣୀ ସନ୍ଧ୍ୟାକୃତ୍ୟ ସାରିଆଦେଶ ଦେଲେ ବହନ,ରାଜ ବନ୍ଦାପନା ପାଇଁ ଯଥାବିଧିକରିବାକୁ ଆୟୋଜନ ।ଅର୍ଦ୍ଧରାତ୍ର ଯାଏ ବିଧିରେ ନଅରେହେଲା ଦୋଳ ମହୋତ୍ସବ,ନିବର୍ତ୍ତିଲା ତହୁଁ କ୍ରମେ କ୍ରମେ ପୁରମାର୍ଗ ଲୋକ କଳରବ ।ବିରାମ ଦାୟିନୀ ନିଦ୍ରାଦେବୀ କୋଳେବିରାମ ଲଭିଲେ ପ୍ରାଣୀ,ଅସ୍ଥିର ଜୀବନ ଉର୍ମିମାଳାକୂଳସ୍ତବ୍ଧ ହେଲା ରାଜଧାନୀ ।ନିସ୍ତବ୍ଧ ନୀରବ ଜୀବଶୁନ୍ୟ ପ୍ରାୟେହୋଇଗଲା ଧରାତଳ,କେବଳ ଶୁଭିଲା ଦୂରେ ସୁଗମ୍ଭୀରଅମ୍ଭୁରାଶି କୋଳାହଳ ।ମଧୁର ବିସ୍ମୃତି ସୁଖ ନିଶୀଥିନୀସର୍ବ ଜୀବେ ଦେଲେ ଆଣି,ଏ ସୁଖକୁ ଏକା ବଞ୍ଚିତ ସିନା ସେଚିନ୍ତାକୁଳା ରାଜରାଣୀ ।ନିଦ୍ରା ଭାଜିବାରୁ ସଖୀଏ ନିରବେବାହାରି ପୁରୁଁ ବରାକୀ,ମକର ଉଦ୍ୟାନେ ବୃକ୍ଷବାଟିକାରେବସିଲେ ଯାଇ ଏକାକୀ ।ଗୋଟିଏ ପଲ୍ଲବ ହଲୁ ନାହିଁ ଡାଳେନିଶ୍ଚଳ ପାଦପପନ୍ତି,ଉର୍ଦ୍ଧ୍ୱ ବାହୁ ଧ୍ୟାନେ ମଗ୍ନ ଯତି ଯଥାଉଭାହୋଇ ବିରାଜନ୍ତି ।ନିରନ୍ତର ସେହି ଝିଲ୍ଲିରବ ବିନୁଆଉ କିଛି ଶୁଭୁ ନାହିଁ,କେବେ ଅବା ସ୍ୱପ୍ନେ ଝାଡ଼ୁଅଛି ଡେଣାବିହଙ୍ଗ ସ୍ୱନୀଡ଼ଶାୟୀ ।ଜ୍ୟୋତିର୍ମୟ ବପୁଃ ହୋଇ ଜକ ଜକଉର୍ଦ୍ଦ୍ୱେ ଜଳୁଛନ୍ତି ତାରା,ସାଧୁ ଆତ୍ମା ଅବା ଅନନ୍ତ ବିହରେମର୍ତ୍ତ୍ୟେ ତେଜି ଦେହ କାରା !ଅର୍ଦ୍ଧ ଯାମ କାଳ ବସିଲା ଉତ୍ତାରୁଅସ୍ଫୁଟ ରୋଦନ ସ୍ୱନ,ଶୁଣି ରାଣୀ ସେହି ଧ୍ୱନୀ ଲକ୍ଷ କରିଡେରିଲେ ତହିଁ ଶ୍ରବଣ ।ନିତାନ୍ତ କରୁଣ ସେହି ଧ୍ୱନୀ ଶୁଣିପାଷାଣ ଯିବ ତରଳି,କିଏ କାନ୍ଦୁଅଛି ସେ ବିକଳ ସ୍ୱରନ ପାରିଲେ ଦେବୀ କଳି ।କିଛି କ୍ଷଣ ପରେ ଚକିତେ ସ୍ତମ୍ଭିତେଦେଖିଲେ ରାଣୀ ପାର୍ବତୀ,ମାଧବୀ-ମଣ୍ଡପେ ଉଭା ହୋଇଅଛିଅସ୍ପଷ୍ଟ ନାରୀ ମୂରତି ।ଅବିକଳ ଜେମା ପରି ଦିଶୁଅଛିରୂପ ବେଶଭୁଷା ଆଦି,ମାତ୍ର ପକାଇଛି ମୁଖ-ଚନ୍ଦ୍ରମାକୁବିଷାଦ ମେଘ ଆଚ୍ଛାଦି ।କୁହୁଡ଼ିରେ ବୁଡ଼ି ଦିଶନ୍ତି ପ୍ରତ୍ୟୂଷେଯେସନେ ଆକୃତିମାନ,ସେହିପରି ବାମା ପାଣ୍ଡୁଦେହ ଛବିମଣ୍ଡପେ ଦିଶଇ ମ୍ଳାନ ।ସ୍ଥୂଳ ଦେହେ ସଦା ଅସୁଲଭ ସେହିପାଣ୍ଡୁର ଛବି ବାମାର,ସେଥିପରେ ପୁଣି ଚନ୍ଦ୍ରାଲୋକ ପଡ଼ିଦିଶଇ ପାରଦାକାର ।ଦେଖି ଦେବୀଙ୍କର ଭୟେ ହୋଇଗଲାପାଣ୍ଡୁବର୍ଣ୍ଣ ଗଣ୍ଡଭାଲ,ରୋମମୂଳମାନ ଟାଙ୍କୁରି ଉଠିଲାସର୍ବାଙ୍ଗୁ ବୋହିଲା ଝାଳସ୍ତମ୍ଭୀଭୁତ ହୋଇ ବହୁକ୍ଷଣ ଦେବୀରହିଲେ ମହାବିସ୍ମୟେ,ମୂର୍ତ୍ତି ଅଭିମୁଖେ ହେଲେ ଅଗ୍ରସରସାହସ ବାନ୍ଧି ହୃଦୟେ ।ପୁଛିଲେ ମହିଷୀ "କହ ତୁ କିଏ ସେକିପାଇଁ ଭ୍ରମୁ ଏ ପୁରେ,ଏ ବିକଳ ବେଶେ? କେଉଁ ଦୁଃଖେ ପୁଣିଝୁରୁଛୁ ଏଡ଼େ ଆତୁରେ?ମର୍ତ୍ତ୍ୟବାସୀଙ୍କର ଲକ୍ଷଣ ତୋହରକିଛି ହିଁ ତ ଦିଶୁ ନାହିଁ,କେଉଁ ଯୋନୀ ତୁହି କି ଆଶୟେ ମର୍ତ୍ତ୍ୟେଭ୍ରମୁ ତା କହ ଫିଟାଇ ।ଏ ବଡ଼ ଅଦ୍ଭୁତ ଲାଗଇ ମନକୁନିଜ ରୂପ ପରିହରି,ମର୍ତ୍ତ୍ୟ ଲୋକେ ତୁହି ବିହରୁ କି ଲାଗିକୌଶଲ୍ୟାର ରୁପ ଧରି ?ସଂଶୟ ଦୋଳାରେ ପଡ଼ି ଚିତ୍ତ ମୋରହେଉଅଛି ଆନ୍ଦୋଳିତଛାର ନାରୀ ହୋଇ କେମନ୍ତେ ବୁଝିବିଏ ତୋର ଗୁଢ଼ ଚରିତ !ଏ କି ମାୟା ତୋର କିପାଁ ଏ ରଜନୀକରୁ ବିଭଷିକାମୟୀ,ଏତେ ସ୍ଥଳି ଥାଉଁ ରାଜପୁରେ ପୁଣୀଆସୁ କେଉଁ ଆଶା ବହି ?ରାଣୀଙ୍କ ବଚନ ଶୁଣି ଛାୟାମୟୀଖେଦେ ଛାଡ଼ି ଦୀର୍ଘଶ୍ୱାସ,କରତଳେ ଥରେ ଲଲାଟ ପରଶିକହେ ଗଦଗଦ ଭାଷ-‘‘ଦୁଖିନୀ କୌଶଲ୍ୟା ଜନନି ଲୋ ତୋରଅଛି କି ଆଉ ଜୀବନେ ?ସ୍ନେହ-ବଶେ, ମାତା, ଏ ଦୁରାଶା ବୃଥାପୋଷୁ ତୁହି କି କାରଣେ?ସ୍ନେହରେ ପାଳିତା ତନୟା ତୋହରନାହିଁ ଏ ମର୍ତ୍ତ୍ୟ ସଂସାରେ,ଆର୍ତ୍ତେ ଭ୍ରମୁଅଛି ଅଭାଗିନୀ ଏବେଭବ- ଜବନିକା- ପରେ ।ବର୍ଷେ କାଳ ମାତା ଡାକି ଡାକି ତୋତେହେଲିଣି ମୁହିଁ ଅସ୍ଥିର,ଅଭାଗିନୀ ସୁତ ଦୁଃଖେ ମାତା ହୋଇହେଲୁ କି ତୁହି ବଧିର ?ସେ ଘୋର ବିପାକ କହିବାକୁ ତୋତେନିତି ଆସୁଅଛି ମହୀ,କେମନ୍ତେ ଶୁଣିବୁ ସେ କଥା ମାଆ ଲୋରକ୍ତ ମାଂସ ଦେହ ବହି ?ଏକାକୀ ବୁଡ଼ଇ ତରଣୀ ଯେସନେଜଳଧୀ- ନୀଳ- ତରଙ୍ଗେ,ଫେନଚୂଡ଼ ତୁଙ୍ଗ ତରଙ୍ଗ ଚୌଦିଗେନାଚୁଥାନ୍ତି କ୍ରୂର-ରଙ୍ଗେ ।ଊର୍ମି ଅଟ୍ଟହାସ ବୁଡ଼ାଇ ଦିଅଇତରଣୀ-କରୁଣ-ଧ୍ୱନୀ,ଶୂନ୍ୟକୁ ଅନାଇ ନିଜ ଦୁଃଖ ଗାଇଆକୁଳେ ବୁଡ଼େ ତରଣୀ ।ସେହି ଦଶା ମାତା ଭୁଞ୍ଜିଲା ତୋ ସୁତାଭବେ ଅଳ୍ପ ଦିନ ଥାଇ,ଦୁଃଖିନୀର ଘୋର ଦାରୁଣ-କଷଣକେହି ତ ଜାଣିଲେ ନାହିଁ ।ଧିକ ଏ ସଂସାର ! ପ୍ରବଳର ଯହିଁସବୁ କଥାର ସୁଯୋଗ,ଦୁର୍ବଳର ଯହିଁ ଲଲାଟ ଲେଖନନୀରବ ଲାଞ୍ଛନା ଭୋଗ ।ଲୋକେ ଯେ ବୋଲନ୍ତି ଜନମ ଲଭଇରାଜକୁଳେ ଭାଗ୍ୟବାନ,ଧିକ ମୋ ଜନମ ଧିକ ରାଜକୁଳଧିକ ସେ ଲୋକ ସମ୍ମାନ ।ରାଜକୁଳେ ଜନ୍ମି କୌଶଲ୍ୟାର ଭାଗ୍ୟେଫଳିଲା ଯେଉଁ କିଳ୍ବିଷ,ନର କେଉଁ ଛାର ସେ ଦୁଃଖ ଶୁଣିଲେତରଳି ଯିବ କୁଳିଶ ।ରାଜାଙ୍କ ଆଦେଶେ ମହାହର୍ଷଭରେଯାଇଥିଲି ଯୁଦ୍ଧସ୍ଥଳେ,ପିତୃ ସେବା ରାଜ- ସେବାରେ ମୋହରଦିନ ଯାଉଥିଲା ଭଲେ ।ରାଜାଙ୍କ ସକାଶେ ଗୁନ୍ଥି ଦେଉଥିଲିସୁରଭି କୁସୁମ ହାର,ରାଜାଙ୍କ ଶ୍ରବଣ ତୋଷୁଥିଲା ମୋରମଧୂର ବୀଣା ଝଙ୍କାର ।ରାଜାଦେଶେ ମୁହିଁ ତୋଳୁଥିଲି ଯେବେସୁସ୍ୱରେ ଗୀତ ଲହରୀ,ନିଶ୍ଚଳି ସେ ଗୀତ ଶୁଣୁଥିଲେ ଲୋକେକାଠା ପୁତ୍ତଳିକା ପରି ।ଦିନାନ୍ତେ ରାଜାଙ୍କ ସିଂହାସନ ପାଶେବସୁଥିଲି ସଭାତଳେ,ଦିନର ଯାବତ ସମର ବାରତାଶୁଣୁଥିଲି କୁତୂହଳେ ।ଅଗ୍ରେ ବିରାସନେ ହସିଥାନ୍ତି ଯେତେସାମନ୍ତ ରାଜ ଯୁବକ,ଭୁତଳେ ଲମ୍ବିତ ଶୋଭୁଥାଇ କୃଶକଟିତଟେ କୌଷେୟକ ।ଦିନେ ସଭାତଟେ ବିରଙ୍କୁ ସମ୍ବୋଧିକହିଲେ ଉଚ୍ଚେ ରାଜନ,ଶୁଣ ରାଜବୀରେ ଅବହିତ-ଚିତ୍ତେଗଙ୍ଗେଶ୍ୱରର ଏ ପଣ ।ଲୋକାତୀର ଯାର ରୂପ ଗୁଣ କଥାଶୁଣିଥିଲା ଲୋକମୂଖେ,ସେହି ବାଳାମଣି କୌଶଲ୍ୟା ମୋହରବସିଛି ତୁମ୍ଭ ସମ୍ମୁଖେ ।ଜନଶୃତି ଯାହା କହିଥିଲା ତାହାଦେଖିଲ ନେତ୍ରେ ଏଥର,ନେତ୍ରେ ଦେଖି ଏବେ ନିଶ୍ଚେ ଘୁଞ୍ଚିଯିବବିବାଦ ଚକ୍ଷୁ-କର୍ଣ୍ଣର ।କଳ୍ପନା ଜଳ୍ପନା ମାତ୍ର ସିନା ସେହିତ୍ରିଦଶବାସୀ ଅପ୍ସରା,ଚମ୍ପକ ବରଣୀ କୌଶଲ୍ୟା ମୋହରଧରଣୀର ଚମ୍ପାଝରା ।ବୀରେ ସେ ଜାଣନ୍ତି ସୌନ୍ଦର୍ଯ୍ୟର ପୂଜାସୌନ୍ଦର୍ଯ୍ୟର ଯେଉଁ ମୁଲ,ସୁନ୍ଦରୀଏ ତେଣୁ ନିରତେ ହୁଅନ୍ତିବୀର ପ୍ରତି ଅନୁକୂଳ ।ବଳାସ-କୁଶଳ ଯୁବକର ଚାରୁକରକୁ ଅସାର ଜାଣି,ମନାସନ୍ତି ସିନା ସୁନ୍ଦରୀ ଶିଞ୍ଜିନୀ-କର୍ଷଣ-କର୍କଶ-ପାଣି ।ତେଜସ୍ୱୀର କରେ କର ଛନ୍ଦିବାକୁପ୍ରୟାସୀ ସଦା ସୁନ୍ଦରୀ,ନୋହିଲେ କି ଫୁଲ ଫୁଲରାଣୀ କମଳିନୀରବିଙ୍କି ଥାଆନ୍ତା ବରି ?ନୋହିଲେ କି ଯାର ରୁପଚ୍ଛଟା କରେହେମମୟ ଦିଗ୍ବଳୟ,ଚପଳା ରୁପସୀ କରିଥାନ୍ତେ କେବେବଜ୍ରର ଅଙ୍କ ଆଶ୍ରୟ ?କାର୍ଯ୍ୟସ୍ଥଳେ ବାକ୍ୟ ବୀରୁ କାର୍ଯ୍ୟବୀରବାଛି ନେଇ ନିଜ ନେତ୍ରେ,ସ୍ୱୟମ୍ବର ହେବା ପାଇଁ କ୍ଷତ୍ରକନ୍ୟାଆସିଅଛି ରଣ-କ୍ଷେତ୍ରେ ।ଏ କନ୍ୟାକୁ ଅଙ୍ଗ ଲକ୍ଷୀ କରିବାରଅଭିଳାଷ ଥିଲେ ମନେ,ଦେଖାଅ ବିକ୍ରମ ଅରି ସଙ୍ଗେ ରଣରଙ୍ଗେ ଯୁଝି ପ୍ରାଣପଣେ ।ଏହି ଦୁର୍ଗ-ଶିରେ ପତାକା ପୋତିବଶତ୍ରୁକୁ ଯେ ଯୁବା ଜିଣି,କ୍ଷତ୍ରାକାଶେ ସେହି ଶଶୀଙ୍କର ଅଙ୍କଲକ୍ଷ୍ମୀ ହେବେ ଏ ରୋହିଣୀ ।ଏଇ କଥା ଶୁଣି ମସ୍ତକ ନୁଆଇଁସର୍ବ ଯୁବା ଏକକାଳେ,କର ପକାଇଲେ ସଦର୍ପେ ଯେ ଯାହାକଟି-ଲମ୍ବି-କରବାଳେ ।ଏ ଉକ୍ତିରେ ମୁଖ ହୋଇଗଲା ମୋରପାଟଳ ଲାଜ ସିନ୍ଦୁରେ,ଜାଣିଲି କି ଲାଗି ନେଇ ଯାଇଥିଲେରାଜା ମୋତେ ରତ୍ନପୁରେ ।ସନ୍ତତ ମୋ ସୁଖ ସନ୍ତୋଷ ବିଧାନେରାଜାଙ୍କୁ ଦେଖି ପ୍ରୟାସୀ,ଶିବିରର ଅଧି ଦେବୀ ପ୍ରାୟେ ମୋତେପୂଜିଲେ ଶିବିରବାସୀ ।ରାଜାଙ୍କର ଗାଢ଼ ସ୍ନେହକୁ ମଣିଲିପୂର୍ବ ତପସ୍ୟାର ଫଳ,କିଏ ଜାଣିଥିଲା ମିଶିଥିଲା ସେହିସ୍ନେହ ରସେ ହଳାହଳ !ସବୁକାଳେ ଲୋକେ କୀର୍ତ୍ତନ କରନ୍ତିଅପତ୍ୟ ସ୍ନେହର ଗୁଣ,କିଏ ଜାଣିଥିଲା ଘୃଣାରୁ ଏ ସ୍ନେହସହସ୍ର ଗୁଣେ ଦାରୁଣ ।ବେଶଭୂଷା ପାଇଁ ନାନା ଦ୍ରବ୍ୟ ରାଜାଦେଉଥିଲେ ମୋତେ ଆଣି,ଅନୁକ୍ଷଣେ ମୋତେ ତୋଷୁଥିଲେ ମୋରସୁନ୍ଦରପଣ ବଖାଣି ।ସସ୍ମିତେ ପୁଚ୍ଛିଲେ ଦିନେ ନୃପ ମୋତେ‘‘କହିବୁଟି ଜେମାମଣି,ଲାବଣ୍ୟ ପ୍ରତିମା ଗ୍ରହଣ କରିବାଅନ୍ୟ ପକ୍ଷେ ତା କି ମଣି ?’’ମୁଁ କହିଲି ତହିଁ କେଉଁ ଦୋଷ?’’ ରାଜାଶୁଣି ହେଲେ ହୃଷ୍ଟମନ,କହିଲେ ଯେମନ୍ତ ଆକୃତି ଯାହାରବିଚାର ତାର ତେସନ ।କହିବାର ନୁହେଁ ବଚନେ ଘଟିଲାନିଶାଯୋଗେ ଯାହା ମାତାଃ,ଅଭାଗୀର କର୍ମ ଦୋଷକୁ ହେଲା ସେଦାରୁଣ ନିଶା ପ୍ରଭାତ ।ନିଦ୍ରାଭଙ୍ଗେ ମୁହିଁ ପର୍ଯ୍ୟଙ୍କୁ ପଡ଼ିଲିଭୂମିତଳେ ଦେଇ ଲମ୍ଫ,ଏବେ ସୁଦ୍ଧା ସେହି ସ୍ମୃତି ଜନ୍ମାଉଛିଏ ଛାୟା ଦେହେ ପ୍ରକମ୍ପ ।ଦୁଃଖେ ମୁଣ୍ଡ କୋଡ଼ି ରକ୍ତେ ଅଶ୍ରୁଜଳେସିକ୍ତ କଲି ମୁହିଁ ମହୀ,ଡାକିଲି ଧରାକୁ ଗର୍ଭେ ସ୍ଥାନ ମୋତେଦେବାକୁ କରୁଣା ବହି ।ପର୍ଯ୍ୟଙ୍କୁ ଓହ୍ଲାଇ ହସ୍ତ ଧରି ରାଜାକହିଲେ ଯେଉଁ ବଚନ,ଜାଳିଲା ହୃଦେ ତା ଦାରୁଣ ଯାତନାଯସନେ କ୍ଷତେ ଲବଣ ।ସେ କଥା ଶୁଣି ମୁଁ କର୍ଣ୍ଣେ ହାତ ଦେଇରହିଲି ହୋଇ ସ୍ତମ୍ଭିତ,ଜାଣିଲି ଏ ପାପ ସଂସାରେ ମୋହରଜୀଇବାର ଅନୁଚିତ ।ଏ ଦୁଃଖ କାହାକୁ କହିବି ଜଗତେକିଏ ଅବା ଯିବ ପ୍ରତେ,ନୀରବେ ରହିଲି ସେହି ଦିନୁ ମନଦୃଢ଼ କରି ମୌନ ବ୍ରତେ ।ଏତିକି ମାତର ଆଶା ଥିଲା ମନେତୋ ଆଗେ ଏ ଦୁଃଖ ଗାଇ,କାଳ ସିନ୍ଧୁ ନୀରେ ପାପେ ଭରା ଦେହତରୀକି ଦେବି ଭସାଇ ।ପ୍ରତିଦିନ ରାଜା କରୁଥିଲେ ଆସିକେତେମତେ ଅନୁନୟ,ନିରସ୍ତ ହେବାରୁ ଚିତ୍ତେ ହେଲା ପୁଣିଦାରୁଣ କୋପ ଉଦୟ ।ନିର୍ଜନ କାରାରେ ପୂରାଇଣ ମୋତେରଖିଲେ ଶିବିର ପାଶେ,ଭ୍ରଷ୍ଟାପଣ ଦେଖି ଏ ଦଣ୍ଡ ବିହିଲେକହିଲେ ଲୋକ ସକାଶେ ।କେହି ନ ଆସିଲେ ଦେଖିବାକୁ ମୋତେଏକା ସେ ରାଜା ବିହୁନେ,ରାଜା ସଙ୍ଗେ ଦେଖା- ଠାରୁ ସେ ନିର୍ଜନଶ୍ରେୟଃ ଥିଲା ଶତଗୁଣ ।ଭୀଷଣ ତର୍ଜନ କେତେ ଅବା ଚାଟୁ-ବଚନ ଭୀଷଣତର,ଦୁଃଖାନଳେ ଜଳି ନିର୍ନନେ ଦୁଃଖିନୀଶୁଣୁଥିଲା ରାଜାଙ୍କର ।ମର୍ତ୍ତ୍ୟ-କୁମ୍ଭୀପାକେ ଏହିରୂପେ ମାତାଚାଲିଗଲା କେତେ ମାସ,ପାପ-ପରିପାକେ ହେଲା ପାପ-ଗର୍ଭଲକ୍ଷଣ ମୋର ପ୍ରକାଶ ।ଜଗତେ ଯା ଯୋଗୁଁ ଭାଗ୍ୟବତୀ ବୋଲିବୋଲନ୍ତି କୁଳ ଅଙ୍ଗନା,ଅଭାଗିନୀ-ଭାଗ୍ୟେ ସେ ହେଲା ଜନନୀମହା ଘୋର ବିଡ଼ମ୍ବନା !ଏ ସମ୍ଭାଦ ଯହୁଁ ରଟିଲା ଶିବିରେପିତୃଦତ୍ତ ଅପବାଦ,ସତ୍ୟ ମଣି ଲୋକେ ମୁକ୍ତ କଣ୍ଠେ କଲେରାଜାଙ୍କ ପ୍ରଶଂସାବାଦ ।ସମସ୍ତଙ୍କ ନେତ୍ରେ ଦୋଷୀ ହେଲି ମୁହିଁ,ନୃପ କଲେ ଅପବିତ୍ର,ଧନ୍ୟରେ ସଂସାର ଧନ୍ୟ ଲୀଳା ତୋରଧନ୍ୟ ତୋ ଗତି ବିଚିତ୍ର ।ଯଥାକାଳେ କାରା ଗୃହେ ପ୍ରସବିଲାସୁତ ଦୁଷ୍କୃତ କାରିଣୀ,ମୋହୋ ଭାଗ୍ୟ ଥିଲା ହେବାକୁ,ଜନନି,ଜାରଜଗର୍ଭଧାରିଣୀ ।ଜାର ଅବୟବ ଦେଖିଲେ ନୃପତିସେ ପୁତ୍ରେ ପ୍ରତିଫଳିତ ।ଜାର ପାପଚିହ୍ନ ଘୋଡ଼ାଇବା ପାଇଁଅନ୍ତରେ ହେଲେ ଚିନ୍ତିତ ।ମହାପାପେ ମହା ପାପ ସଂଗୋପନସଂକଳ୍ପ ମନାସି ମନେ,ଶିଶୁସଙ୍ଗେ ମୋତେ ଧଉଳି ପର୍ବତେପଠାଇଦେଲେ ଗୋପନେ ।ବିଶ୍ୱସ୍ତ ତାଙ୍କର ଅସ୍ତ୍ରଧାରୀ ଥୋକେସୈନିକ ଦେଇ ସଙ୍ଗତେ,ପଠାଇଲେ ମୋତେ ସେହି ଶୈଳେ ମହାଦୁର୍ଗମ ଅରଣ୍ୟ-ପଥେ ।ତହିଁ ବାରିପୁର୍ଣ୍ଣ ସଚ୍ଛିଦ୍ର ସୁବର୍ଣ୍ଣ-କଳସ ମୋ କନ୍ଧେ ଦେଇ,ନିଶାରେ ସୈନିକେ କାନନେ ଭ୍ରମିଲେଶିଶୁସଙ୍ଗେ ମୋତେ ନେଇ ।ବାପୀ ଖୋଳା ହେବ ସେଯାଏଁ, ଯେ ଯାଏଁକଳସୁଁ ପଡ଼ିବ ନୀର,କରିଥିଲେ ରାଜା ମୋହପାଇଁ ଏହିପ୍ରାୟଶ୍ଚିତ ବିଧି ସ୍ଥିର ।ନୀର ସରିଲାରୁ ଯଥାସ୍ଥାନେ ଚିହ୍ନଯତନେ ଥୋଇ ସୈନିକେ,ଘେନିଗଲେ ମୋତେ ଶିଶୁସଙ୍ଗେ ସେହିଧଉଳି ଶଇଳ ଶିଖେ ।ପର୍ବତ ତାଳୁରେ ସୁରଭୀର ଶୁଷ୍କକୂପେ ବେନିଙ୍କି ପୂରାଇ,କୂପ ମୁହଁଯାକ ଦେଲେ ସେ ନୃଶଂସେବିଶାଳ ପାଷାଣେ ଛାଇ ।କେହି ନ ଶୁଣିଲେ ଶିଶୁପାଇଁ ଯେତେବିକଳେ କହିଲେ କାନ୍ଦି,ଶିଶୁ ସଙ୍ଗେ ମା ଗୋ ଏହି ରୂପେ ମୋରଜୀବନ୍ତେ ହେଲା ସମାଧି ।‘ଅବଳା ଅବଧ୍ୟ’ ବିଧି ହେଲା, ମାତାପରିଣତ ଏହି ଫଳେ,ସ୍ୱଧର୍ମେ ପାପୀଏ ଧର୍ମ ଆଚରିଲେସେ ଧର୍ମ ପାପକୁ ବଳେ ।ପାପଠାରୁ ଆହା ପାଷଣ୍ଡର ପୁଣ୍ୟଶତଗୁଣେ ଭୟଙ୍କର,ତିକ୍ତଠାରୁ ଯେହ୍ନେ କଟୁ ଶତଗୁଣେମାଧୁରୀ ନିମ୍ବଫଳର ।ନଚାଇବା ପାଇଁ ସେ ଦାରୁଣ ହୁଃଖଛବି ମୋ ନେତ୍ର ଅଗ୍ରତେ,ବାଟ ବଣା ପ୍ରାଏ ରବି-ରଶ୍ମୀ-କଣାଆସୁଥିଲା ଛିଦ୍ର-ପଥେ ।କେହି ନ ଶୁଣିଲେ ବାହୁନି ବାହୁନିକଲି ମୁଁ ଯେତେ ବିଳାପ,କୃପା ବହି ଆଶୁ ମୃତ୍ୟୁ ବିହିବାକୁନ ଥିଲେ ସେ କୂପେ ସାପ ।ସ୍ତନ୍ୟ-ଦାନେ କେତେ ଦିନ ବଞ୍ଚାଇଲିତନୟର କ୍ଷୀଣ ପ୍ରାଣ,ଚାହୁଁ ଚାହୁଁ ହୋଇ ଗଲା ଅଭାଗ୍ୟରଜୀବନ୍ତ-ଦୀପ ନିର୍ବାଣ ।ମୋତେ ଛାଡ଼ି ମୋର ଆଗେ ପ୍ରାଣ ତାରଘେନିଗଲା ପ୍ରେତସାଇଁ,ଜନନୀ ହୋଇ ମୁଁ କାନ୍ଦିବାକୁ ମୋରମନ ତ ବଳିଲା ନାହିଁ ।କି ଆଉ କାନ୍ଦିବି ଶୁଖି ଯାଇଥିଲାନେତ୍ର-ଯୁଗେ ଅଶ୍ରୁଝର,ଘୋର ଦୁଃଖେ ମନ ହେଉଥିଲା ମା’ଗୋକଠିନ ଯେହ୍ନେ ପଥର !ପୁଣି କେତେଦିନ ଗଲା ଅନଶନେଅୟି ଦେବି ବିଶ୍ୱମ୍ଭରେ,କେତେ ନ ଡାକିଲି ଦ୍ୱିଧା ହୋଇ ମୋତେଗ୍ରାସିବାକୁ ନିଜୋଦରେ !ଜିଣିଲା ଶୋକକୁ ଜଠର ଯାତନାହୃଦୟ ହେଲା ଅସ୍ଥିର,କେମନ୍ତେ କହିବି କିପାଁ ଦରାଣ୍ଡିଲିଶିଶୁର ସଢ଼ା ଶରୀର ।ସୌଭାଗ୍ୟ ସମୟେ କୌଶଲ୍ୟା ତୋହରଦେଖୁଥିଲେ ଭୋକୀ ଶୋଷୀଖାଉଥିଲା କି ସେ ଅନ୍ନ ପାନ ଦାନେଅତିଥି ଆଗେ ନ ତୋଷି ।ସେ କୌଶଲ୍ୟା ଏବେ ଜଠର ଜ୍ୱାଳାରେଓଟାରିଲା ଶିଶୁ-ଶବ,ବଳବାନ ଦୈବ ପକ୍ଷେ ମା ଗୋ,କେଉଁ କଥା ଅସମ୍ଭବ ?ପିତା ହୋଇ ସୁତା ପ୍ରାଣ ଏହି ରୂପେ,ନାଶିବାର ଅନଶନେ,ମାତା ହୋଇ ମନ ବଳାଇବା ମୃତତନୟ-ତନୁ ଭୋଜନେ,ଦେଖିବାର ଥାଉ ତେଣିକି ଏହା କିଶୁଣିଥିଲୁ କର୍ଣ୍ଣେ କେବେ,କେ କହିବ ଏହି ଅମାନୁଷୀ କଥାକେମନ୍ତେ ସହିଲେ ଦେବେ ?ଦୟା ଅବତାର ବୁଦ୍ଧଦେବଙ୍କରବିଶ୍ୱବନ୍ଦ୍ୟ ବିଧିମାନ,ଅକ୍ଷୟ ଅକ୍ଷରେ ଯେଉଁ ଶୈଳ ଭାଲେହେଉଅଛି ଦିପ୍ୟମାନ ।ଦୟାବୀର ମୁନି ଦଧୀଚି ପୟରପ୍ରକ୍ଷାଳନେ ପୂତନୀରା,ବହେ ପାଦ ଯାର ଦୟା ପ୍ରବାହିଣୀସୁପ୍ରସନ୍ନା ସୁଗଭୀରା ।ସେହି ସ୍ଥାନେ ଆହା ହେଲା ମାତା ଏହିକୃର-ବିଧି ଆଚରଣ,ସେହି ସ୍ଥଳେ କଲା ଦୁଃଖେ ଅଭାଗିନୀଭବ ବ୍ରତ ଉଦ୍ଯାପନ ।ଉତ୍ତରାଶା ସ୍ୱର୍ଣ୍ଣ ଶିରୋଭୁଷା ଏହିତେଜଃପୁଞ୍ଜ ସପ୍ତଋଷି,ଦିବ୍ୟଲୋକୁ ଦିବ୍ୟ ନେତରେ ଦେଖୁଥିଲେଏ ଘଟଣା ଅମାନୁଷୀ ।ଶତ ଗୁହା ମଧୁ ଚକ୍ରିତ ନିର୍ଝରସୁଶୀତଳ ଖଣ୍ଡାଚଳ,ଚୂଳେ ବସି ମୋର ଦୁଃଖ ଦେଖୁଥିଲେପୂଣ୍ୟ ତିର୍ଥଙ୍କର ଦଳ ।ଦେଖୁଥିଲା ପୁଣି ଏକାମ୍ରେ ତ୍ରିଶୂଳମନ୍ଦିର-ଶିର-ଲଲାମ,ଅଙ୍ଗୁଳି ନିର୍ଦ୍ଦେଶି ଦେଖାଉଛି ଯେହୁମର୍ତ୍ତ୍ୟ ଜନେ ନିତ୍ୟ ଧାମ ।ଜାଣିଶୁଣି ପାଦ ଦେଇ ନ ଥିଲି ମୁଁକେଭେ ଅଧରମ-ବାଟେ,ଅଳ୍ପଦିନେ, ମାତ, ସଉଦା ମୋହରସରିଗଲା ଭବ ହାଟେ ।ସେଥିଲାଗି ନାହିଁ ଦୁଃଖ ଲେଶ ମୋରପାଇଥିଲି ଯା ପ୍ରସାଦେ,ଦେହ କାର୍ଯ୍ୟେ ତାର ଛାର ଦେହ ମାଗୋଦେଇଥିନ୍ତି ମହାହ୍ଲାଦେ ।ଲୋଡ଼ା ହୋଇଥାନ୍ତା ନରପିତ୍ତ ଯେବେରାଜାଙ୍କ ଔଷଧ ଲାଗି,ଘାତକକୁ ବୁକୁ ଦେଖାଇ ଦିଅନ୍ତାସର୍ବ ଅଗ୍ରେ ଏ ଅଭାଗୀ ।କେଉଁ ଶ୍ରେୟ ଲାଗି ସେ ସୁଖରୁ ମୋତେବଞ୍ଚିତ କଲେ ରାଜନ,କେଉଁ ଶ୍ରେୟ ଲାଗି ଦୁଃଖିନୀକେ ଦେଲେଲୋକାତୀତ ଏ କଷଣ ।ଦୁଃଖ କଥା ତୋତେ ନ କହି ହୃଦୟଘାଣ୍ଟି ହେଉଥିଲା ଶୋକେ,ସେଥିଲାଗି ନିଶା ଯୋଗେ ଆସୁଥିଲିନିତି ନିତି ମର୍ତ୍ତ୍ୟଲୋକେ ।ମାଗୁଛି ମେଲାଣି ଯିବି ଫେରି ଏବେରାବିଲାଣି ତାମ୍ରଚୂଡ଼,ମହୋଦଧି ଊର୍ମି ଭେଦି ଅବିଳମ୍ବେଦିଶିବ ଉଷା ମହୁଡ଼ ।ନୀଳାଚଳ ଧାମେ ପ୍ରତ୍ୟଷେ ମଙ୍ଗଳଆଳତି ଦର୍ଶନ ପାଇଁ,ବିଶାଖା ତୋରଣ ମାର୍ଗେ ଶୁରଦଳେଓହ୍ଲାଇବେ ଶଚୀସାଇଁ ।ସୁରପତି ସଙ୍ଗେ ଆସିବେ ଆକାଶେଶଚୀ ଆଦି ସୁରାଙ୍ଗନା,ଶ୍ରୀକ୍ଷେତ୍ରେ ଏକାଳେ ବୁଲିବାକୁ ପ୍ରେତଯୋନିକି ଅଛଇ ମନା ।ଯାଉଛି ମା' ମୋତେ ଯୁଗେ ଯୁଗେ ମିଳୁତୋ ପରି ଜନନୀ ଭବେ,ମୋ ପରି ଦୁଃଖିନୀ ସୁତା ଜାତ ପୁଣିନ ହେଉ ତୋର ଗରଭେ ।ଏହା କହି ଛାୟା ରୂପିଣୀ ସହସାମିଶିଗଲା ଅନ୍ଧକାରେ,ହୃଦ-ଯନ୍ତ୍ରେ ଧୈର୍ଯ୍ୟ ତନ୍ତ୍ରୀ ତୁଟିଲାରୁବସିଲେ ରାଣୀ ଧରାରେ ।ଭେକା କରିଦେଲା ଦେବୀଙ୍କି ଭୀଷଣଅଶ୍ରତପୂର୍ବ ଘଟଣା,ଫେରି ଆସିଲା ସେ ପାପର ସ୍ୱରୂପକଳି ନ ପାରେ କଳ୍ପନା ।ଅକୂଳ ଅତଳ ବିସ୍ମୟ ଅର୍ଣ୍ଣବେହୃଦୟ ଦେଲା ମଗନ,ଅବସନ୍ନ-ଚିତ୍ତେ ଜଡ଼ ପ୍ରାୟେ ଦେବୀରହିଲେ ବହୁତ କ୍ଷଣ ।ସହସା ଶ୍ରବଣେ ପଶିଲା ମଙ୍ଗଳଆଳତିର ବାଦ୍ୟଧ୍ୱନୀଆତ୍ମ ବିସ୍ମୃତିରୁ ସଚକିତେ ଉଠିକହିଲେ ନୃପ ଘରଣୀ ।ସତ୍ୟ ଅବା ମୁହିଁ ମଣୁଛି ନିଦ୍ରାରେଦେଖି ଏ ଦୁଃସ୍ୱପ୍ନ ଘୋର,ନାହିଁ, ନାହିଁ, ଏହି ଦିଶୁଛିଟି ସେହିମଣ୍ଡଳ ସମ୍ମୁଖେ ମୋର ।ଉଭା ହୋଇ ଯହିଁ କହିଲା ଦୁଃଖିନୀଅଦ୍ଭୁତ ଦୁଃଖ କାହାଣୀ,ଏବେ ସୁଦ୍ଧା ଲାଗି ରହିଛି ଶ୍ରବଣେଅମାନୁଷୀ ସେହି ବାଣୀ ।ସତେ ଭବଲୀଲା ସରିଛି ତୋର ମାହା ହା ପ୍ରଭୁ ଭଗବାନ,ଏହା ଶୁଣିବାକୁ ଆଜିଯାଏ ମୁହିଁଧରିଛି କି ଛାର ପ୍ରାଣ ?ମାଆ ତୁ ପଶିଛୁ ସେ ଦେଶେ, ଯେ ଦେଶୁଁବାହୁଡ଼ି ନ ଆସେ କେହି,ସ୍ୱପ୍ନ ପ୍ରାଏ ଆସି ସ୍ୱପ୍ନ ପ୍ରାୟେ ଚାଲିଗଲୁ ମୋତେ ଦେଖା ଦେଇ ।କମଳ- କଳିକା- ସୁକୁମାର ତୋରତନୁ ହୋଇଅଛି ମାଟି,କି କରିବି?ଏହା କେମନ୍ତେ ସହିବି ?ହୃଦ ତ ଯାଉଛି ଫାଟି ।ଆହା ମନ ମୋର ଡାକୁଥିଲା ଯାହାସେହି ତା ଘଟିଲା ଫଳେ,ଅବଶେ ଏ ଶଶି କଳା ପଡ଼ିଗଲାକିଳ୍ବିଷ ରାହୁ କବଳେ ।ସଦା ମନେ ଶୁଚି ପାପେ ଅଭିରୁଚିକେବେ ତ ନ ଥିଲା ତାର,ମାନସ- ସରସୀ- ବିହାରିଣୀ ହଂସୀକେବେ କି ଲୋଡ଼େ କାସାର ?ଏ କି ବିଷମ କଥା ଏ ସଂସାରେ କେହିଶୁଣି ନାହିଁ କେଉଁ କାଳେ,ମାତା ହୋଇ ଏହା ଶୁଣି ବର ଏକାଲେଖିଥିଲା ମୋର ଭାଲେ ।ମୋର ସୁତା ଭାଗ୍ୟେ ଏହି ପିତା ହା ହାମୋହରି ଭାଗ୍ୟେ ଏ ପତି,କେଉଁ ଦୁଷ୍କୃତର ପ୍ରାୟଶ୍ଚିତ ଲାଗିବିହିଥିଲେ ପ୍ରଜାପତି ।ରାଜରାଣୀ ବୋଲି ଭାଗ୍ୟବତୀ ମୋରେବୋଲନ୍ତି ଜଗତେ ପୁଣି,ମୋହୋ ଭାଗ୍ୟେ ଈର୍ଷା ବହିଦହି ହେବଭବେ କେଉଁ ଚଣ୍ଡାଳୁଣୀ ।ହେ ବିଧାତା, ମର୍ତ୍ତ୍ୟ ଧାମେ ଜନ୍ମ ପୁଣିଲଭନ୍ତି ଏଡ଼େ ପାଷଣ୍ଡ,ଧର୍ମ ରକ୍ଷା ଲାଗି ଏ ପୁଣି ଧରନ୍ତିଭୂମଣ୍ଡଳେ ରାଜଦଣ୍ଡ ।ଜଗତେ ସତ୍କାର ଲଭନ୍ତି ଏ ପୁଣିଧନେ ପ୍ରାଣେ ଜନେ ନାଶି,ତୁମ୍ଭେ ପୁଣି ଦିଅ ଏହାଙ୍କର ପତ୍ରେଅଜାଡ଼ି ସୌଭାଗ୍ୟରାଶି ।ଦେବ ପଦ୍ମଭବ ଏହି ଭବଟି କିତୁମ୍ଭ ଶ୍ରୀହସ୍ତ ସର୍ଜନା ?ଅହିପତି ! ଏହା ସହିଲାଟି ମହୀଭାରା ସଙ୍ଗେ ତୁମ୍ଭ ଫଣା ?ଆହେ କ୍ଷେତ୍ରପାଳ ତ୍ରିଶୂଳ ତୁମ୍ଭରରଖିଲ ନାହିଁ ସମ୍ଭରି ?ରକ୍ରଧର, ତୁମ୍ଭ ଅସ୍ତ୍ରାଗାରେ ବଜ୍ରଅସ୍ତ୍ର କି ଗଲାଣି ସରି ।ହେ ଧର୍ମ ଏ ଭବେ ଧାର୍ମିକର ତୁମ୍ଭେଅଟ ପରା ବଜ୍ର ସେହ୍ନା ?କେଉଁ ଦୋଷେ ମୋର କୌଶଲ୍ୟାର ଦୁଃଖଛାମୁରେ ନ ହେଲା ଘେନା ।ସର୍ବ ସାକ୍ଷୀରୂପେ ହେ ଗ୍ରହ ନକ୍ଷତ୍ରଭ୍ରମୁଛ ତ ବ୍ୟୋମପଥେ,ଏ ପାପର ଛାଇ ପଡ଼ି ନ ଥିଲା କିତୁମ ଜ୍ୟୋତିର୍ମୟ ରଥେ ?ଅଥବା କରୁଛି ଛାମୁରେ ତୁମ୍ଭରବୃଥା ମୁହିଁ ଏ ବିଳାପ,ତୁମ୍ଭ କ୍ଷୋଭ ଜାତ କରି ନ ପାରଇମର୍ତ୍ତ୍ୟଲୋକ ପାପତାପ ।ଆରତ ଭଞ୍ଜନ ବାନାଟି ତୁମରିଆହେ ପ୍ରଭୁ ଭଗବାନ,ଆତୁର ଗୁହାରି ଶୁଣିବାକୁ ନାଥଡେରିଥାଅ ଟିକି କାନ ?ରାଜା ପରେ ରାଜା ରାଜେଶ୍ୱେରବିଶ୍ୱେ ତୁମ୍ଭେ ମହାବାହୁ,ତୁମ୍ଭ ହସ୍ତେ ଚକ୍ର ଥାଉଁ ଏ ଚନ୍ଦ୍ରମାଗ୍ରାସିଲା ଏ ପାପ ରାହୁ ।ଆରତର ମାତ୍ରା କେତେ ହେଲେ ନାଥଟଳେ କୃପା ସିଂହାସନ ?ସଂଶୟ ଫେଡ଼ିବା ପାଇଁ ଆଜ୍ଞା ହେଉଶ୍ରୀମୁଖୁଁ ପ୍ରିତିବଚନ ।ଭୁଭାର ହରଣ ଲାଗି ଯୁଗେ ଯୁଗେହୁଅ ପ୍ରଭୁ ଅବତାର,ପୂର୍ଣ୍ଣ ହେବାପାଇଁ ଆଉ କେତେ ଅଛିଅବନୀର ପାପଭାର ?’’ଏହା କହୁଁ କହୁଁ ଶୋକାବେଗେ ରୁଦ୍ଧହୋଇଗଲା କଣ୍ଠ- ସ୍ୱର,କୋପେ ନେତ୍ରୁ ଅଗ୍ନି କଣା ନିଃସରିଲାସ୍ଫୁରିଲା ରଙ୍ଗ ଅଧର ।ରତନ ହଜାଇ ଭୁଜଙ୍ଗୀ ଯେସନଶ୍ୱାସୁଥାଇ ଘନ ଘନ,କୋପ-ଧାରା ପ୍ରାଏ ଦେବୀଙ୍କ ନାସାରୁବହିଲା ଖର- ପବନ ।କଷ୍ଟେ ମନସ୍ୱିନୀ ଉତ୍ତରଳ କ୍ରୋଧରୋଧିଣ ଧୈର୍ଯ୍ୟ-ରଜ୍ଜୁରେ,ନିଶାନ୍ତ ଅନ୍ଧାରେ ମୃଦୁପାଦଚାରେଫେରିଗଲେ ହଂସପୁରେ ।
ଦ୍ୱିତୀୟ ସର୍ଗ
ଫିଟାଇଲେ ପ୍ରାଚୀ ତୋତ୍ତଣ ଅରୁଣବରଣା ଉଷା ସୁନ୍ଦରୀ,ପୂର୍ଣ୍ଣମାସୀ ରବି- ସ୍ୱର୍ଣ୍ଣରଥ ଚକ୍ରକାଟିଲା ସିନ୍ଧୁ- ଲହରୀ ।ସବିତା ବିହୁନେ ଥିଲା ପ୍ରାଚୀ- ବାଳୀବିରହ ଦୁଃଖେ ବିଧୁରା,ସମାଗମେ ଏବେ ଗଣ୍ଡ ସୁନ୍ଦରୀରଫିଟିଲା ଲାଜ- ସିନ୍ଦୁରା,ପ୍ରଭାତ ସନ୍ଧ୍ୟାର ଅଭିନବ- ରାଗେରଞ୍ଜିତ ହୋଇ ସତ୍ତ୍ୱର,ବେଳାରେ ପନ୍ଧିଲେ ବାଲିସ୍ତୁପେ ଅବାବନ୍ଧୁଲି-ପୁଷ୍ପ-ଶେଖର ।କ୍ରମେ କ୍ରମେ ଚକ୍ର ବାଳ ରେଖା ଲଙ୍ଘିସ୍ଫୁରିଲା ବାଳ କିରଣ,ଚକ୍ର-ନାଭି-ଉର୍ଦ୍ଧ୍ୱେ ଅର- ରେଖାବଳୀପରାଏ ଦିଶି ଶୋଭନ ।ସ୍ୱର୍ଣ୍ଣ-ଶଳ୍କପୁଞ୍ଜ ପରାୟେ ପ୍ରଳୟମୀନ-ରୂପୀ ବିଷ୍ଣୁଙ୍କର,ଧପ ଧପ ହୋଇ ପ୍ରାଚୀ ମୂଳେ ଝଳେଊର୍ମିମାଳୀ ରତ୍ନାକର ।ଅବା ସିନ୍ଧୁଶାୟୀ ଶ୍ରୀପତି-ସମ୍ମୁଖେଆବରି ସମୁଦ୍ର ଫେଣା,ସୁବର୍ଣ୍ଣ ସଙ୍କାଶ ବୈନତେୟ ଝାଡ଼େଯୋଜନ- ବିସ୍ତାରି- ଡେଣା ।ଖୁରାରୁ ଚଷକ ଝଟତି ଅଲଗାହୋଇଗଲେ ଯଥା ଦିଶେ,ସେହିପରି ରବି ନୀର ଶଯ୍ୟା ତେଜିଉଠିଲେ ନଭେ ନିମିଷେ ।ସାଗର ଗରଭୁଁ କି ଅବା ଉଦୟଆଲୋକେ ଝଲକାନନା,ସୁବର୍ଣ୍ଣ ଶୃଙ୍ଖଳେ ସୁବର୍ଣ୍ଣ -କଳସେତୋଳୁଛନ୍ତି ଦିଗଙ୍ଗନା ।ରାତ୍ରେ ଶୀତ ବାତେ ସମଗରା ଦହୁପ୍ରସୂତ ହୋଇ କୁହୁଡ଼ି,ମଳୟ ସମୀରେ ରବି-କରେ-ଗଲାଦିଗ ଦିଗନ୍ତରେ ଉଡ଼ି ।ସମଗରା ପଦ୍ମ ବନେ କମଳିନୀନୟନୁଁ ହିମ ଲୋତକ,ସରାଗେ ପୋଛିଲେ ନିଜ କରେ ଦେବମିହିର ବିଶ୍ୱ-ଦ୍ୟୋର୍ତକ ।ଖେଳିଲେ ସୁନୀଳ ସମଗରା ବକ୍ଷେଚଟୁଳ ଶଫରୀ-କାଳ,ରବିଙ୍କି ଦେଖିବା ପାଇଁ ସମଗରାଫେଡ଼ିଲେ କି ନେତ୍ରମାଳ ।କ୍ରମେ ବାଳାତପ ଶ୍ରୀକ୍ଷେତ୍ରେ ରଞ୍ଜିଲାସୌଧମାଳା ଅବଦାତ,ଗୌରୀ ଗୁରୁ ଶ୍ୱେତ ଶୃଙ୍ଗୁ ଝରିଲା କିଗୈରିକ ଧାରା ପ୍ରପାତ ।ଫଗୁମୟ ଦାଣ୍ଡେ ଧ୍ୱଜମୟ ନଭେକୁସୁମମୟ ଆରାମେ,ବାରି ହେଉନାହିଁ ପୁନରୁକ୍ତି ଦୋଷବାଳାତପ କ୍ଷେତ୍ର ଧାମେ ।ବହୁ ଦିନ ପରେ ଆଜ ମହାରାଜବିଜେ ହେବେ ନିଜ ପୁରେନବ-ସୁଖ ରବି ଆଜ ଉଇଁ ଦୁଃଖତମକୁ ତଡ଼ିବେ ଦୂରେ ।ରାଜ ଦରଶନ ପୂଣ୍ୟ ଲଭିବାକୁଉତ୍ସୁକ ଆଜ ସକଳେ,ପ୍ରାତେ ଜନସ୍ରୋତ ଜନପଦୁଁ ତେଣୁବହୁଅଛି ନୀଳାଚଳେ ।ଯାର ଯେତେ ଥିଲା ପରିଚ୍ଛଦ, ପୁଣିଯାର ଯେତେ ଅଳଙ୍କାର,ବହୁଦିନ ପରେ ପଦାକୁ ସେ ସବୁହୋଇଛି ଆଜ ବାହାର ।ନାଗରୀଙ୍କ ବେଶ ଭୁଷାରେ ନୟନମଜ୍ଜୁଅଛି କୁତୂହଳେ,ଶାରଦ ସୂର୍ଯ୍ୟାସ୍ତ ଶୋଭା ଖେଳଇ କିଅବତରି ଧରା ତଳେ ।ଠିକରି ପଡ଼ୁଛି ଠାବେ ଠାବେ ନେତ୍ରହେରି ଏ ଚନ୍ଦ୍ରମା ହାଟ,ହୃଦୟେ ପଶିବା ପାଇଁ ସେ ସୁଷମାଭାଙ୍ଗୁଛି ଧୈର୍ଯ୍ୟ କବାଟ ।ଦାଣ୍ଡେ ନିଜ ନିଜ ବିପଣି ମଣ୍ଡନେବ୍ୟାପୃତ ଆଜ ବଣିକେ,ରଥ୍ୟ ସଂସ୍କରଣ ତୋରଣା- ଗଠନେବ୍ୟାପୃତ ଯେତେ ବୈଷ୍ଟିକେ ।ବେହରଣ ଲାଗି ଦେଉଳ ସମ୍ମୁଖେହେଉଛି ମଞ୍ଚ ରଚନା,ସରଣୀର ଉର୍ଦ୍ଧ୍ୱେ ଲମ୍ବିତ ହେଉଛିସପୁଷ୍ପ ସ୍ୱର୍ଣ୍ଣ ତୋରଣା ।ପ୍ରତିଦ୍ୱାରେ ପୁଷ୍ପ ଦାମ ବିଲମ୍ବିତକଦଳୀ- ତରୁ ରୋପିତ,ପ୍ରତି ଦେହଳୀରେ ବେନିପାଶେ ହେଲାପୂର୍ଣ୍ଣ-କୁମ୍ଭ ସଂସ୍ଥାପିତ ।ବଡ଼ଦାଣ୍ଡଠାରୁ ବେଳାତଟେ ଯହିଁବିରାଜନ୍ତି ମହାବୀର,ସଙ୍ଗୀ ରାଜାଙ୍କର ବାସ ପାଇଁ ହେଲାପ୍ରୋଥିତ ପଟ ମନ୍ଦିର ।ଏହା ପରେ ପୁଣି ଲାଗିଛି ନଗରେସ୍ଥଳେ ସ୍ଥଳେ ଦୋଳଯାତ୍ରା,କଳାରୂପେ ଯାହା ଚଳୁଥିଲା ଏବେଭଜିଛି ସେ ପୂର୍ଣ୍ଣମାତ୍ରା ।ମହାହର୍ଷ-ଭରେ ଉନ୍ନତ୍ତ ସରବେସ୍ଥବିର ଯୁବା ବାଳକ,ମର୍ତ୍ତ୍ୟ-ବଇକୁଣ୍ଠ ନାମ ଶ୍ରୀକ୍ଷେତ୍ରରହୋଇଛି କାର୍ଯ୍ୟେ ସାର୍ଥକ ।ରବିଙ୍କି ଅନାଇ ବୃନ୍ତେ ଯେହ୍ନେ ଉଷାଉଚ୍ଛ୍ୱାସେ ଫୁଲ୍ଲ ରାଜୀବ,ରାଜ ଆଗମନ ବେଳକୁ ଅନାଇସମସ୍ତେ ଆଜ ଉଦ୍ଗ୍ରୀବ ।ଛଅଘଡ଼ି ଦିନ ଉଦ୍ୟାନେ ରଟିଲାକୁରରୀ- କଣ୍ଠ- ଘଟିକା,ପୁରେ ପ୍ରବେଶିଲା ସାଦିଦଳେ ବୃତଦ୍ୱିରଦ ଦନ୍ତ ଶିବିକାସ୍ୱର୍ଣ୍ଣ-ତାରକିତ ରଙ୍ଗବେଳେ-ବାସେଆବୃତ ଶିବିକା ଶିର,ଚକ୍ରାକାରେ ଚଉ ପାଶେ ବେଢ଼ିଅଛିପ୍ରହରୀ-ଅସ୍ତ୍ର-ପ୍ରାଚୀର ।ବଡ଼ଦାଣ୍ଡେ ରୁଣ୍ଡ ଅସଂଖ୍ୟ-ଦର୍ଶକ-ସିନ୍ଧୁଭେଦି ଅନାୟାସେ,ପ୍ରବେଶିଲା ଯାଇ ସତ୍ୱରେ ଶିବିକାନବର ତୋରଣ ପାଶେ ।‘‘ରତ୍ଞ୍ଚିରା ତୀରେ ବିରାଜନ୍ତି ଆଜବୀର ରତ୍ନପୁର ଜେତା,ବିଜେ ହେବ ପୁରେ ପ୍ରଦୋଷେ’’ ବାରତାକହିଲା ପ୍ରହରୀ ନେତା ।ନିଜ ସୀମା ଜାଣି ପ୍ରହରୀ ସୈନିକେରହିଲେ ପୁର ବାହାରେ,ଶିବିକାକୁ ଘେନି ପଶିଲେ ବାହକେରାଣୀହଂସ ଦ୍ୱାରେ ।ମହାଦେବୀ ସଙ୍ଗେ ମହିଷୀଏ ଆସିଉଭା ହେଲେ ସେ ପ୍ରାଙ୍ଗଣେ,ଆଚମ୍ବିତେ ଅବା ନବ ଆମ୍ବୋଜିନୀଫୁଟିଗଲା ପଦ୍ମବନେ ।ଶିବିକାରୁ ତହୁଁଡ ଓହ୍ଲାଇଲେ ରତ୍ନପୁର-ଜେମା ରତ୍ନହାରା,ସନ୍ଧ୍ୟା-ମେଘୁଁ ଅବା ଉଇଁ ବାହାରରିଲାବିହାୟସେ କାବ୍ୟତାରା ।କାବ୍ୟ-ତାରା-ପାଶେ ଆନ ତାରା ଯେହ୍ନେଦିଶନ୍ତି ନଭେ ନିଷ୍ପ୍ରଭ,ରାଜ ଅବରୋଧ ରୂପ- ଅଭିମାନସେ ରୂପେ ହେଲା ଖରବ ।କେତେ ସୁକୁମାର ବପୁ, ସତେ ଅବାମଉଳି ଯିବ ପରଶେ,ହସ୍ତ ନ ଲଗାଇ ଗଢ଼ିଲେ କି ବିହିକେବଳ ଚିନ୍ତି ମାନସେ ।ଉପମାର ପ୍ରତି ଉପମା ରୂପସୀବିଭୁଷଣ ଭୂଷଣର,ବୃଥା ଶ୍ରମ ସିନା ଏ ଥାଉଁ ବହିବାଫୁଲ ଶର ମଦନର ।ଯହିଁ ଯା ଶୋଭିବ ସେହି ତା ବିଧାତାଖଞ୍ଜିଛନ୍ତି ସେହି ସ୍ଥାନେ,ରସାଣିଛି ପୁଣ ଶୋକେ ସେ ମୂରତିମଧୁର-ସ୍ନିଗଧ-ରସାଣେ ।ମ୍ରିୟମ୍ରାଣ ଆହା ଅମ୍ବୁରାଶି ତଳେକିବା ବିମ୍ବାଧରା ରମା,ଅଥବା ବହୁଳ- ପକ୍ଷେ ପ୍ରାଚୀମୂଳେହିମାଂଶୁ କଳା ଚରମା ।ବନେ ନିର୍ବାସିତା ସୀତା ଅବା ରାମ-ହୃଦୟ-ଜ୍ୟୋତ୍ସ୍ନା-ରୁପିଣୀ,ହିମାଚଳେ କାମ ବିୟୋଗ- ବିଧୁରାକିମ୍ବା କାମ-ସୀମନ୍ତିନୀ ।କାଳିନ୍ଦୀ ପୁଳିନେ ଶ୍ୟାମ ବିରହିଣୀଅବା ବୃଷଭାନୁ-ସୂତା,ଅବା ନବରମା କରୁଣା ସମୁଦ୍ରମନ୍ଥନରୁ ସମୁଭୂତା ।ଚାରୁ ଅଙ୍ଗ-ଯଷ୍ଟି ସରଳ ସୁଢଳଯେସନେ ଶାଲ ବଲ୍ଲରୀ,ବିଜୁଳିରେ ଘନ ପରି ଜଡ଼ିଅଛିରତ୍ନଶାଢ଼ୀ ନିଳାମ୍ବରୀ ।କୁମୁଦେ କୌମୁଦୀ ଲାସ୍ୟ-ହାସ୍ୟ-ଆସ୍ୟମଣ୍ଡଳୁ ଯାଇଛି ଲୁଚି,ଜମ୍ବୁନଦ ବର୍ଣ୍ଣେ ବୋଳିଅଛି ଆହାଶୋକ କମ୍ବୁବର ରୁଚି ।କ୍ଷମା କ୍ଷୀଣ ଗୌର କପୋଳ ଫଳକଭଜିଅଛି ପାଣ୍ଡୁରତା,ତହିଁ ଜଡ଼ିଅଛି ଅସ୍ତବ୍ୟସ୍ତେ ନୀଳ-ବିଳୋଳ-ଅଳକ-ଲତା ।ନିରଞ୍ଜନ ନେତ୍ର ନୀଳୋତ୍ପଳ-ଯୁଗରୋଦନ ଯୋଗୁ ଲୋହିତ,ଉଷ୍ଣଶ୍ୱାସାନନିଳେ ଚାରୁ ବିମ୍ବାଧରଭିନ୍ନ ବର୍ଣ୍ଣେ ବିଭାସିତ ।ନୀଳ ପକ୍ଷ୍ମମାଳେ ଅଶ୍ରୁବିନ୍ଦୁ ଝଳେସ୍ୱଚ୍ଛ ମୁକ୍ତାଫଳ ଜିଣି,ଦିବୁଁ ଅବତୀର୍ଣ୍ଣ ଭବତଳେ ଅବାକରୁଣା କି ଶରୀରିଣୀ ।ଦେଖି ବରାଙ୍ଗୀର ନୀଳାମ୍ବର ଶୋଭାସୁଚାରୁ ଅଙ୍ଗ ଲତିକା,ସ୍ମରିଲେ ରାଣୀଏ ପରିଚିତ ନୀଳସିନ୍ଧୁ ହିଲ୍ଲୋଳ, ଚନ୍ଦ୍ରିକା ।ଦେବୀ ପାଦ ଧରି କାନ୍ଦିଲା ସୁନ୍ଦରୀଲୋଟାଇ ଭୂମେ ବକ୍ଷୋଜ,ତ୍ୱିଷାମ୍ପତି-ଦୂତୀ ଉଷାପଦେ ଯେହ୍ନେଶିଶିର- ସିକ୍ତ- ସରୋଜ ।ଗଦଗଦ ଭାଷେ କହଇ, 'ଦେବୀ ଗୋ,ମୁହିଁ ଭାଗ୍ୟହୀନା ଅତି,ଜଗତେ ସୁଭାଗୀ- ମହିଳା-ମଣ୍ଡଳେତୁମ୍ଭେ ମହାଭାଗ୍ୟବତୀ ।ଦଗ୍ଧ ମୁଖୁ ମୋର ଲୁହ ପୋଛିବାକୁକେହି ନାହିଁ ନର କୁଳେ,ଆଶ୍ରାହୀନା ହୋଇ ଅଭାଗିନୀ ମୁହିଁଭାସୁଛି ସିନା ଆକୂଳେ ।କୁକ୍ଷଣେ ଜନନୀ- ଜଠରୁ ମହୀରେପଡ଼ି ମୁହିଁ ଅଲକ୍ଷଣୀସୁଖୋଚିତ ପିତା ମାତାଙ୍କର ହେଲିଯେତେ ଅନର୍ଥର ଖଣି ।ସର୍ବ- ସୁଖ- ପାତ୍ରୀ ହୋଇ ବଢ଼ିଥିଲଅତୁଳ- ସ୍ନେହେ ପିତାର,ସେ ଋଣ ଶୁଝିଲି ହୋଇ ରାଜାଙ୍କରଜୀବନ- ତରୁ- କୁଠାର ।ରାଜସୁତା ହୋଇ ଲଲାଟେ ମୋହରଲେଖାଥିଲା ଏ ଦୁର୍ଗତି,କେଉଁ ଭିକାରୁଣୀ ହେବ ଦେବି ଏବେମୋର ଭାଗ୍ୟେ ସ୍ପୃହାବତୀ ?ବିପଦ-ଅନ୍ଧାରେ ଭବ-ମରୁଭୂମେଭ୍ରମି ହୋଇଅଛି ବଣା,ସୁଖେ ବଢ଼ି ଦୁଃଖ ଭାଗୀ ହେବାଠାରୁକିବା ଅଛି ବିଡ଼ମ୍ବନା ।ଅସ୍ତବ୍ୟସ୍ତ ହୋଇ ହେ ଦେବୀ, ଦାରୁଣବିଷାଦର ସ୍ରୋତ-ଚୟେ,ଦୁଃଖ ଜଳେ ଭାସି ଲାଗିଲି ଆସି ମୁଁତୁମ୍ଭରିଚରଣାଶ୍ରୟେ ।ଆତୁର ତାରିବା ପାଇଁ ଦେଇଛନ୍ତିତୁମ୍ଭଙ୍କୁ ପ୍ରଭୁ ଶକତି,ତୁମ୍ଭ ଦରଶନ ଆଶାରେ ଏ ପିଣ୍ଡଏ ପ୍ରାଣ ଥିଲା ବରତି ।ମାତୃ ପିତୃହୀନା ଅନାଥା ବାଳିକାଶରଣ ମାଗେ ବିକଳେ,ଶରଣ ସମ୍ଭାଳ ଦୁଃଖୀ ଝିଅକୁ ମାରଖ ଶ୍ରୀଚରଣ ତଳେ ।କରୁଣ୍ୟ ପ୍ରତିମା ଅନ୍ନପୁର୍ଣ୍ଣା ଚାରୁ-ବଦନ- ଇନ୍ଦୁ- ମାଧୁରୀ,ଦେଖି ସମବେତ ରାଣୀଙ୍କର ଗଲାଲୋତକ ଲୋଚନେ ପୂରି ।ସାନ୍ତ୍ୱନା ବଚନେ ମହାଦେବୀ ତାକୁଆଶ୍ୱାସ ଦେଇ ସତ୍ତ୍ୱରେ,ନିଜ ଚଉଁରିକି ନେଇଗଲେ ତାରହସ୍ତଧରି ମହାଦରେ ।ଯିବାବେଳେ ବେନି ସୁନ୍ଦରୀର ଶୋଭାଅନ୍ୟୋନ୍ୟ ଯୋଗେ ବିଳସୁଁ,ଦିଶୁଥଲା ଯେହ୍ନେ ଉଇଁଛି ଭୁତଳେଯୁଗ୍ମତାରା ପୁନର୍ବସୁ ।ବସନ୍ତ- ଆକାଶ- କେନ୍ଦ୍ରେ ବିରାଜିଲେଗ୍ରହମାନଙ୍କର ରାଜା,ମନ୍ଦ୍ର ନାଦେ ବଡ଼ ଦେଉଳେ ବାଜିଲାମଧ୍ୟାହ୍ନ ଧୂପର ବାଜା ।ପ୍ରଭାକର-କର ଖରତର ହୋଇଉତ୍ତାପେ ତାପିଲା ମହୀ,ତରୁ ତଳେ ଆର୍ଦ୍ର ମନ୍ଦାରେ ପ୍ରାଙ୍ଗଣେବସିଲା ଯାଇ ବରହୀ ।ପିଞ୍ଜରୁ ଶାରିକା 'କଳ' 'କଳ' ହୋଇରାବିଲା ଉଚ୍ଚେ ସଘନେ,ଉଦ୍ୟାନ ମୃଗୀଏ ବିଶ୍ରାମ ଭଜିଲେଶୀତଳ ପୁନ୍ନାଗ ବନେ ।କଷ୍ଟେ ଦିନ କୃତ୍ୟ ବିହି ମହାଦେବୀଦୁଃଖ ଭାର ବହି ବକ୍ଷେ,ଅନ୍ନପୂର୍ଣ୍ଣା ସଙ୍ଗେ ଏକାକିନୀ ଯାଇବସିଲେ ନିଭୃତ କକ୍ଷେ ।ବାଳାପ୍ରତି ପକ୍ଷ ପାତ ହୋଇଥିଲାସ୍ୱଭାବେ ଦେବୀଙ୍କ ଚିତ୍ତ,ଦୁଃଖୀକି ପାଇଲେ ଯେ ସୁଖ ଦୁଃଖୀରସୁଖୀ ସେ ସୁଖେ ବଞ୍ଚିତ ।ପୁଛିଲେ ପାର୍ବତୀ ସ୍ନେହମୟ ଭାଷେଆଶ୍ୱାସି ମନ ବାଳାର,କହ ଚାରୁଶୀଳା ମୂଳରୁ ଯେତେକଯୁଦ୍ଧଭୂମି ସମାଚାର ।ଏତେ କାଳ ଦୁର୍ଗ ରତ୍ନପୁର ପତିସମ୍ଭାଳି ବଳେ କୌଶଳେ ।କି ବିପାକେ ପୁଣି ନିଜ ପ୍ରାଣ ଦେଲେଆହୁତି ଆହବାନଳେ ।କି କୌଶଳ ରାଏ ଆଣିଲେ ଏ ପୁରେରତ୍ନପୁର ରତ୍ନୋତ୍ତମା,ଅନ୍ନପୂର୍ଣ୍ଣା ସ୍ୱର୍ଣ୍ଣ- ନଳିନୀ, ରୂପରଅମଳ ନବ ଚନ୍ଦ୍ରମା ।ମହାଦେବୀ ମୁଖୁ ଏହିରୂପେ ଶୁଣିନିଜ ରୂପ ଶ୍ଳାଘାଗିର,ଗଣ୍ଡେ ଅଧରୋଷ୍ଠେ ଲାଜ-ପାଟଳିମାଫୁଟିଲା ବିମ୍ବାଧରୀର ।କମ୍ୱୁକଣ୍ଠୀ ବାଷ୍ପ- ରୁଦ୍ଧ- କଣ୍ଠେ କହେକରେ ନେତ୍ରଯୁଗ ମଳି,ଧିକ ଏ ରୂପକୁ ଏହି ସିନା ଦେବୀଭିଆଇଲା ଯେତେ କଳି ।ଏହାପାଇଁ ରତ୍ନ ପୁର ରାଜଧାନୀଭଜିଲା କାଳ ଗରଭ,ଏହା ପାଇଁ କେତେ ମହାପ୍ରାଣୀ ହେଲେଆହବାନଳେ ଶଳଭ ।ଏହା ପାଇଁ ସେହି ହାସ୍ୟମୟୀ ପୁରୀହେଲାଟି ମହାଶ୍ମଶାନ,ଏହା ପାଇଁ ସେହି ତନୁଜା ବତ୍ସଳରାଜା ହରାଇଲେ ପ୍ରାଣ ।ହା ହାରେ ଦଇବ ସେ ପିତାକୁ ନେଇରଖିଲୁ ମୋତେ ଜିଆଇ,ଏଡ଼େ ଦୁଃଖେ ଏହି କଠିନ ପରାଣପିଣ୍ଡୁଁ ବାହାରିଲା ନାହିଁ ।ଏହା ବୋଲି ବାଳା ଭୂତଳେ ପଡ଼ିଲାଛିନ୍ନ ତାର ବୀଣା ପରି,ସମ ଦୁଃଖେ ଦୁଃଖୀ ପାର୍ବତୀ ବାଳାକୁନେଲେ ନିଜ କୋଳେ ଧରି ।ଉତ୍ତରଳ ଶୋକ ଝଟତି ବୁଡ଼ାଇଦେଲା ଯୁବତୀର ଧୂତି,ପ୍ରିୟ ସଖୀ ପ୍ରାୟେ ମୂର୍ଚ୍ଚା ଆଣିଦେଲାଶୋକର କ୍ଷଣେ ବିସ୍ମୃତି ।ସୁନ୍ଦରୀର ଚାରୁ ବଦନ ସରୋଜେଶୀତଳ ସଳିଳେ ସିଞ୍ଚି,ଚେତା କରାଇଲେ ଯତନେ ମହିଷୀରତନେ ପଣତେ ବିଞ୍ଚି ।ବୋଇଲେ ସେ କଥା କହିବାକୁ ଯେବେହୃଦ ହେଉଅଛି ଘାରି,ତୁନି ହ, ସେ କଥା ଶୁଣିବାକୁ ମନବଳୁନାହିଁ ସୁକୁମାରି ।ବୀଣା ଜିଣା ସ୍ୱରେ କହେ ଜେମା ଆହାଏ ସ୍ନେହ ପାଇବି କାହୁଁ ?ତୁମ୍ଭଠାରେ ଦୁଃଖ ନ କହିବି ତେବେକହିବି କାହାକୁ ଆଉ ?ଭବ ମରୁ-ସ୍ଥଳେ ଦୟାମୟୀ ତୁମ୍ଭେଶୀତଳ- ବାରି- ନିର୍ଝର,ତରଳ ହେବାକୁ ଜାଣେ ପରଦୁଃଖେକୋମଳ ତୁମ୍ଭ ଅନ୍ତର ।ଦେବି ଗୋ, ପ୍ରାବୃଟେ ତଟିନୀ ଯେସନେନ ପାରେ ବାରି ସମ୍ଭାଳି,ଅସମ୍ଭାଳେ ହୃଦୁଁ ତାର ପ୍ରବାହକୁବେନି କୂଳେ ଦିଏ ଢାଳି ।ଦୁଃଖୀ ସେହିପରି ହୃଦେ ଯେବେ ତାରବଳିପଡ଼େ ହୃଦ- ବ୍ୟଥା,ସମ-ଦୁଃଖୀ ଜନେ ହୃଦୟ ଫିଟାଇକହେ ନିଜ ଦୁଃଖ କଥା ।କରୁଣା ବିହୁନେ ଦୁଃଖୀକି ମୁଖରକରଇ ଆବର କିଏ,ତୋ ପରି କରୁଣା ମୟୀ ଭବେ ସିନାକୋଟିରେ ମିଳେ ଗୋଟିଏ ।ଦିନଯାକ ଜଳି ଚଣ୍ଡ ଅଂଶୁମାଳିପ୍ରଚଣ୍ଡ କର ହୁତାଶେକୁମୁଦିନୀ ହୃଦ ଫେଡ଼େ ବିଶ୍ୱବନ୍ଦ୍ୟାଚନ୍ଦ୍ରିକା ସୁନ୍ଦରୀ ପାଶେ ।ଏ ନିର୍ଦ୍ଦୟ- ଭବେ ମହାଦବି, ତୋତେଦୟାର ମୂରତି ଜାଣି,ଶ୍ରୀପଦେ ଏ ଦୀନା ଅନାଥା ତେସନେକହିବ ଦୁଃଖ କାହାଣୀ ।ଦୟାମୟି ତୋର ଚରଣ ସରୋଜଦୁଃଖୀର ଆଶ୍ରୟ ସ୍ଥଳୀ,ଦୟା ଏକା ସିନା ସହିପାରେ ଦେବିଦୁଃଖର ଯେତେକ ଅଳି ।ଅବଧାନ ହେଉ ଛାମୁରେ ଆରତିକରୁଛି ଦୁଃଖୀ ଗୋଚର,ତୁମ୍ଭେ ଯେବେ ଦୁଃଖ ନ ଶୁଣିବ ଦେବିଶୁଣିବ କିଏ ଆବର ?ଏକମାତ୍ର ମୁହିଁ ଅଟଇ ସନ୍ତତିରତ୍ନପୁର ପତିଙ୍କର,ଜନ୍ମ ଦେଇ ଜନ୍ମ ଦିନେ ମାତା ମୋତେଛାଡ଼ିଗଲେ ଲୋକାନ୍ତର ।ଜନ୍ମକାଳୁ ମୁହିଁ ଏହିରୂପେ ଦେବିହୋଇଣ ଥିଲି ଅନାଥା,ମାତୃ ସ୍ନେହମୟ ପିତାମୋର ପକ୍ଷେସେହି ହେଲେ ପିତାମାତା ।ଭବେ ପିତୃସ୍ନେହ ମହିମାକୁ ଅବାକରିବା ପାଇଁ ପ୍ରଥିତ,ବିଧି କଲେ ମୋର ଜନ୍ମ-ଦିନୁ ମୋତେଜନନୀ ସ୍ନେହୁ ବଞ୍ଚିତ ।ପ୍ରେୟସୀ ବିୟୋଗ- ଶୋକେ ରାଜାଙ୍କରହେଲେହେଁ ମନ ବିଧୁର,ମୋତେ ଦେଖି ସେହି ଶୋକ ନରପତିମନୁ କରିଥିଲେ ଦୂର ।ସୁଖୀ ହୋଇଥିଲେ ମୋତେ ପାଇ ଯେହ୍ନେଦରିଦ୍ର କୋଟି ବିଭବ,ପୁତ୍ରଜନ୍ମଠାରୁ ବଳିକରି ମୋରପାଳିଲେ ଜନ୍ମ ଉତ୍ସାବ ।ପାଞ୍ଚବର୍ଷ କାଳ ଅପାଳକେ ଦେଶହୋଇଥିଲେ ନାରଖାର,ହସୁଥିଲା ମାତ୍ର ମୋର ଜନ୍ମ ବର୍ଷେଶସ୍ୟେ ମୁଖ ବସୁଧାର ।ବହୁକାଳ ପରେ ପୂରିଥିଲା ଯେଣୁଁପ୍ରଜାଙ୍କର ମନସ୍କାମ,ଅନ୍ନପୁର୍ଣ୍ଣା ଦେଖି ମହୀଙ୍କି ରଖିଲେଅନ୍ନପୁର୍ଣ୍ଣା ମୋର ନାମ ।ମୃତ ମହିଷୀର ମୂର୍ତ୍ତିମତୀ ସ୍ମୃତିପ୍ରାୟେ ସ୍ନେହେ ମୋତେ ମଣି,ନୟନର ମଣି ପ୍ରାୟେ ମଣୁଥିଲେସ୍ନେହେ ସଦା ନରମଣି ।ସ୍ନେହଭୋଳେ ତାତ କରୁଥିଲେ ମୋତେନିଜ ଅଙ୍କାସନ ଶାୟୀ,ଅଙ୍କଛଡ଼ା ହେଲେ ରଙ୍କ ପ୍ରାୟେ ରାଏଝୁରୁଥିଲେ ମୋର ପାଇଁ ।ଅବ୍ୟକ୍ତ- ବାସନା କ୍ଷୁଦ୍ର- ହୃଦେ ମୋରହେବା କ୍ଷଣି ସମୁଦିତ,ସମକାଳେ ହେଉ- ଥିଲା ତାଙ୍କ ସ୍ନେହମୁକୁରେ ପ୍ରତିଫଳିତ ।ଏହିରୂପେ ଗଲା ମଧୁର ଶୈଶବଦୁଃଖଶୋକେ ଅନାବିଳ,କ୍ରମେ ପ୍ରସରିଲା ଜୀବନ- କାନନେଯୌବନ ମଳୟାନୀଳ ।ମଳୟରେ ଶ୍ୱାସେ ପଦ୍ମକଳି ହେଲେସରସୀ- କୋଳୁ ବାହାର,ଲାଗି ରହିଥାଏ ସରସୀ ଉରସେମୃଣାଳ ଯେସନେ ତାର ।ଲଜ୍ଜାଭୀତି-ବଶେ ପିତୃପାଶେ ମୁହିଁସ୍ୱତନ୍ତ୍ର ହୋଇ କୈଶୋରେ,ହୃଦୟ ମୋହର ବନ୍ଧା ଥିଲା ତାଙ୍କପାଦପଦ୍ମେ ସ୍ନେହ- ଡୋରେ ।ସ୍ୱହସ୍ତେ ରୋପିତ ଯତନେ ବର୍ଦ୍ଧିତପ୍ରସୂନ ଲତା ପୁଷ୍ପିତ,ଦେଖି ପ୍ରମୁଦିତ ହୁଅଇ ଯେସନେଉଦ୍ୟାନପାଳର ଚିତ୍ତ ।ତହୁଁ ଶତଗୁଣେ ହର୍ଷ ଉପୁଜିଲାହୃଦୟେ ନୃପ-ମଣିର,ଯୌବନର ସୀମା ପରଶିଲା ଯହୁଁବୟଃକ୍ରମ ଦୁଃଖିନୀର ।କି ଅଛି ଜଗତେ ସ୍ନହମୟ ପିତା-ସ୍ମେହ ସଙ୍ଗେ ହେବ ଲକ୍ଷ,ପିତୃ ସ୍ନେହ ସଙ୍ଗେ ତୁଳା ଲଭିବାକୁକେବଳ ସିନ୍ଧୁ ସେ ଶକ୍ୟ ।ଅଗାଧ ଗଭୀର ପିତୃ- ସ୍ନେହ ଦେବିଅଗାଧ ଯେସନ ସିନ୍ଧୁ,ସନ୍ତତି ବୃଦ୍ଧିରେ ପିତୃସ୍ନେହ ବଢ଼େସିନ୍ଧୁ ଦେଖି ପୂର୍ଣ୍ଣଇନ୍ଦୁ ।ଲୋକ-ରକ୍ଷା ହେତୁ ଲୋକ ପିତାଙ୍କରଅମୋଘ- ଆଦେଶ- ଫଳେ,ସୁରଧୁନୀ ପ୍ରାୟେ ପିତୃ ସ୍ନେହ ଦିବୁଁଓହ୍ଲାଇଛି ଭବ ତଳେ ।ପରଣୟ ଯୋଗ୍ୟ ବୟଃ ଦେଖି ମୋରହରଷେ ହୋଇ ଆପ୍ଳୁତ,ପାତ୍ର ଅନ୍ୱେଷିଲେ ରତ୍ନପୁର- ପତିନାନା ଦେଶେ ପେଷି ଦୂତ ।ରାଜପୁତ୍ରବୃନ୍ଦେ ନିମନ୍ତ୍ରଣ କରିଚୌଦିଗେ ପେଷିଲେ ଲେଖ,ସ୍ୱୟମ୍ୱର ପାଇଁ କରାଇଲେ ଠୁଳସମ୍ଭାର ପୁରେ ଅନେକ ।ଯଥାକାଳେ ମୋତେ ରାଜ୍ୟ ସଙ୍ଗେ ଯୋଗ୍ୟପାତ୍ରେ କରି ସମର୍ପଣ,ବନେ ବାନପ୍ରସ୍ଥ ବ୍ରତ ଆଚରିବେମନାସିଥିଲେ ରାଜନ ।ସଂସାର ଗହଳେ ମଧ୍ୟେ ଥାଇ ପିତାସଦା ଥିଲେ ଉଦାସୀନ,ବିଷୟ-ବିଷରେ ବୁଡ଼ି ରହିଥିଲେବିଷୟ ବାସନାହୀନ ।ନିଜେ ରସହୀନ ଉତ୍ତୁଙ୍ଗ ଶିଖରୀଆଦରେ ପୋଷଇ ଯଥା,ନିର୍ମଳ ନିର୍ଝର ନୀରଦାନେ ସଦାପଦାଶ୍ରିତ ତରୁଲତା ।ଲାଳସା ବିହୀନ ହୋଇ ପାଳୁଥିଲେପ୍ରଜା ରତ୍ନପୁର ପତି,ରାଜ ରୂପେ ବାହ୍ୟେ ଦିଶୁଥିଲେ ମାତ୍ରହୃଦୟେ ଥିଲେ ସେ ଯତି ।ମାତାଙ୍କର ମୃତ୍ୟୁ ସଙ୍ଗେ ତୁଟିଥିଲାସଂସାରର ସ୍ନେହ-ପାଶ,ମୋତେ ମଣୁଥିଲେ ସ୍ନେହେ ସେହି ମୃତମହିଷୀର ପୂତ ନ୍ୟାସ ।ଭାବିଥିଲେ ମୋତେ ରାଜ୍ୟ ସଙ୍ଗେ କରିଯୋଗ୍ୟ ପାତ୍ର କରଗତ,ମାତାଙ୍କର ସ୍ନେହ ଋଣ ମୁକ୍ତ ହୋଇବିଷୟୁ ହେବେ ବିରତ ।ଦାସପୁର ଦୁର୍ଗ- ଅବରୋଧେ ରତଥିଲେ ରାଜା ଗଙ୍ଗେଶ୍ୱର,ସଙ୍ଗେ ଥିଲେ ଯୁବ- ରାଜ ଏକଜାତଅପର ନୃପ କୁମର ।ଏହା ଜାଣି ତାତ ମହୀଦେବ ହସ୍ତେପଠାଇଲେ ମହାହ୍ଲାଦେ,ସର୍ବ ରାଜସୁତେ ନିମନ୍ତ୍ର କରିଲେଖ ଗଙ୍ଗେଶ୍ୱର ପାଦେ ।ଅଳ୍ପଦିନ ପରେ ଦାସପୁରୁଁ ଦେବିଆସିଲେ ପ୍ରତି-ଉତ୍ତର,ପତ୍ନୀରୂପେ ମୋତେ ଯାଚିଥିଲେ ତହିଁନିଜେ ଦେବ ଗଙ୍ଗେଶ୍ୱର ।ଲେଖା ପାଇ ରତ୍ନ ପୁର ପତିଙ୍କରହେଲା ମନ ଖିନ୍ନ ଅତି,ପୁଣି ଦୂତ ପେଷି ଗଙ୍ଗେଶ୍ୱରଦେବେଜଣାଇଲେ ଅସମ୍ମତି ।ଲେଖା ପାଇ ହେଲା ଗଙ୍ଗେଶ୍ୱରଙ୍କରଅରୁଣ ବେନି ଲୋଚନ,ପୂର୍ଣ୍ଣାହୁତି ଲଭି ଯଜ୍ଞକୁଣ୍ଡେ ଯେହ୍ନେଭୀଷଣେ ଜଳେ ଜ୍ୱଳନ ।କୋପ ବିକମ୍ପିତ ସ୍ୱରେ ପ୍ରଣିଧିକିକହିଲେ ତହୁଁ ହୁଙ୍କାରି,"ଆସନ୍ନ ମୃତ୍ୟୁର ନିଜ ବୁଦ୍ଧି ସିନାହୁଅଇ ତାର ଭଗାରି ।କି କହିବି ଆରେ ବର୍ବର ରାଜ୍ୟରବର୍ବର ବାରତା ବହ,ନିଶ୍ଚେ ରାଜା ତୋର ନିଜ ମୁଣ୍ଡ ଭାରମଣଇ ସ୍କନ୍ଦେ ଦୁଃସହ ।ଏ ଲେଖର ପ୍ରତି ଲେଖ ଦେବି ମୁହିଁବେଗେ ରତ୍ନପୁରେ ପଶି,ଲେଖନୀ ତାହାର ଏହି ଅସୀ ତୋରରାଜ ରକ୍ତ ହେବ ମସୀ ।ଏହା କହି ରାୟେ ପାର୍ଶ୍ୱଚର ରାଜକୁମାରଙ୍କୁ କରି ଲକ୍ଷ,ବୋଇଲେ, 'ଶଶକ ମନାସଇ ଏବେଧରସିବାକୁ ହର୍ଯ୍ୟକ୍ଷ ।ରତ୍ନପୁର ପତି କଣ୍ଡୁଳ-ଚରଣଲୋଡ଼ଇ ଲୌହନିଗଡ଼,ଉଠ ଏହିକ୍ଷଣି ଉଠାଇ ଛାଉଣିଯିବି ରତ୍ନପୁର ଗଡ଼ ।ଦୁଷ୍ଟେ ଶିଷ୍ଟାଚାର ଦୁଷ୍ଟପଣ ତାରଅଧିକେ ଦିଏ ବଢ଼ାଇ,ଆଉଁଷିଲେ କେବେ ମତ୍ତ ମତଙ୍ଗଜବଶକୁ ଆସଇ ନାହିଁ ।କହୁଅଛି ଯାହା ଅନ୍ୟଥା ନୋହିବକଦାଚିତେ ମୋର ଗିରବାନ୍ଧି ଆଣିଦେବ ବର୍ବର ରାଜାକୁତୁମ୍ଭ ମଧ୍ୟେ ସେହି ବୀର ।ସେହି ବୀର ସଙ୍ଗେ ବିଭାଦେବି ମୁହିଁଅଣାଇ ପୁରୁ ବାଳୀକି,ଶତ ଅନ୍ନପୂର୍ଣ୍ଣା ନୁହଇ ଯାହାରଭାଜନ ନିଉଛାଳିକି ।ରାଜା ଆଜ୍ଞା ପାଇ ରାଜପୁତ୍ରମାନେସେହିକ୍ଷଣି ହେଲେ ସଜ,ପ୍ରସ୍ଥାନ ଦୁନ୍ଦୁଭି ନାଦେ ସଜ ହେଲେଚତୁରଙ୍ଗ ସେନା ବ୍ରଜ ।ଦାସପୁର ଜୟ ଲାଗି କୁମାରଙ୍କୁରଖି ତହିଁ ନରରାଣ,ଅର୍ଦ୍ଧ ସେନାସଙ୍ଗେ ସେହିକ୍ଷଣି ତହୁଁସରୋକ୍ଷେ କଲେ ପ୍ରୟାଣ ।ସ୍ୱୟମ୍ବର ପାଇଁ ଯେଉଁ ଦିନ ଦେବିପୂର୍ବୁ ହୋଇଥିଲା ସ୍ଥିର,ସାଳନ୍ଦୀ ସନ୍ନିଧେ ସେହି ଦିନ ହେଲାପ୍ରୋଥିତ ଶତ୍ରୁ ଶିବିର ।ଉତ୍ସବ ଆଶାରେ ଆଶାୟୀ ହୋଇଣବହୁଦିନୁ ଦିନ ଗଣି,ଆତଙ୍କେ ଶୁଣିଲେ ରତ୍ନପୁରବାସୀଅରାତି ଦୁନ୍ଦୁଭି ଧ୍ୱନି ।ତୁରଙ୍ଗମ ହ୍ରେସା ମାତଙ୍ଗ ବୃହିତସୈନ୍ୟଙ୍କର ସିଂହନାଦ,ଶୁଣି ଉପୁଜିଲା ପୁରବାସିଙ୍କରହୃଦୟେ ମହାବିଷାଦ ।ଉତ୍କଳ ସମ୍ରାଟ ଡରାଟ ବାହିନୀସହିତେ ସମ୍ମୁଖ ରଣ,ଅସମ୍ଭବ ଜାଣି ଦୁର୍ଗ ରକ୍ଷା ଲାଗିକଲେ ତାତ ଆୟୋଜନ ।ସାଳନ୍ଦୀ ତଟିନୀ- ତୀରେ ପ୍ରବେଶନ୍ତେଉତ୍କଳପତିଙ୍କ ଥାଟ,ପ୍ରତିହାରି ଦଳେ କିଳିଦେଲେ ସେହିମୁହୂର୍ତ୍ତେ ଗଡ଼ କବାଟ ।ବେନି ପାର୍ଶ୍ୱେ ମହା- ବନ, ପୃଷ୍ଠେ ତୁଙ୍ଗଶିଖରି ଟେକନ୍ତି ଶିଖା,ପଶ୍ଚିମେ ସମ୍ମୁଖେ ସାଳନ୍ଦି ଦୁର୍ଗରନିସର୍ଗ-ଜାତ ପରିଖା ।ତିନି ଦେଗେ ଦୁର୍ଗ ଅଗମ୍ୟ କେବଳପଶ୍ଚିମ ପ୍ରାଚୀର ପାଇଁ,ଦଶଶତ ଧନ୍ୱୀ ପଦାତି ସତ୍ୱରେନିଯୋଜିଲେ ନରସାଇଁ ।ଚାପେ ଖଞ୍ଜି ଅଗ୍ନି- ଶିଖା ସମ ରୋଗନିଜ ପ୍ରାଣ ତୃଣ ଗଣି,ସଦର୍ପେ ପ୍ରାଚୀର ଶିରେ ଭ୍ରମିଲେ ସେଫଣାତୋଳି ଯେହ୍ନେ ଫଣୀ ।ପଣସ ଶରୀରେ କଣ୍ଟକ କୁପିତସଲ୍ଲକୀ ଶରୀରେ କାଠି-ପ୍ରାଏ ତାଙ୍କ ହସ୍ତେ ବିଶିଖ ରହିଲାଅରାତି- ସୁଖେ ତରାଟି ।ସ୍ୱକାର୍ଯ୍ୟ ସାଧନେ ବ୍ରତି ଯହି ଦେହପାତନେ ନୋହି କାତର,ଥାଉ ଆନ ନିଜେ ଭାଗ୍ୟଲକ୍ଷ୍ମୀ ତାଙ୍କୁଯୋଡ଼ନ୍ତି କର-ପତର ।ଅମୋଘ ସନ୍ଧାନେ ବିନ୍ଧି ଶର ଶୂରେଶତ୍ରୃଙ୍କୁ କଲେ ଅଥୟ,ଶରପ୍ରସରର ସୀମା ହେଲା ତାଙ୍କକୃତାନ୍ତର ରଙ୍ଗାଳୟ ।ଦକ୍ଷ କର ତାଙ୍କ ଦିଶୁଥିଲା ଯେହ୍ନେସଦା ଲଗ୍ନ ନିଷଙ୍ଗରେ,ପ୍ରସବୁଥିଲା କି ଅଦ୍ଭତେ ଶିଞ୍ଜିନୀଶରଶ୍ରେଣୀ ନିରନ୍ତରେ ।ରମ୍ଭାତ୍ୱକ ପ୍ରାଏ ହେଳେ ସେ ଭେଦିଲେଚର୍ମ ବର୍ମ ବିପକ୍ଷର,ଗୁନ୍ଥିଦେଲେ ହସ୍ତୀ ଦେହେ ହସ୍ତିପକ,ଅଶ୍ୱ-ଦେହେ ସାଦିବର ।ମୁଣ୍ଡ ବଞ୍ଚାଇବା ପାଇଁ ଯେତେ ଯୋଧେପିନ୍ଧିଥିଲେ ଶିରସ୍ତ୍ରାଣ,ମୁଣ୍ଡ ବଞ୍ଚାଇ ସେ ପାଦେ ଛିନ୍ନ ହୋଇରଣେ ବିସର୍ଜିଲେ ପ୍ରାଣ ।ପ୍ରାଣରଙ୍କ ଯେହୁ କାପୁରୁଷ ରଣେଭଙ୍ଗ ଦେଲେ ପ୍ରାଣ ଲାଗି,ପୃଷ୍ଠେ ହାଣ ଖାଇ ହେଲେ ସେହି ସିନାବୃଥା ଅପଯଶଭାଗୀ,ଏକ ଏକ ହୋଇ ରାଜପୁତ୍ର ଆସିସଦଳେ କଲେ ଚଢ଼ାଉ,କେତେ ମଲେ କେତେ ରଣୁ ବାହୁଡ଼ିଲେଧିକ୍କାରିଣ ନିଜ ବାହୁ ।ସମର ଦୁର୍ମଦ କେତେ ମହାଯୋଦ୍ଧାରାଜଦ୍ୱାରେ ଯଶ ଲୋଡ଼ି,ଆସିଥିଲେ ଦମ୍ଭେ ଓଷ୍ଠ କାମୁଡ଼ିଣପଡ଼ିଲେ ମାଟି କାମୋଡ଼ି ।ଧନ୍ୟ କଉଶଳ କ୍ରୁରକାରୁଣିକରତ୍ନପୁର ଧନ୍ୱୀଙ୍କର,ଶିର ଉତ୍ତାରି ଯା ଅରିଙ୍କି ନ ଦେଲାବ୍ରଣଜ୍ଞାନ ଅବସର ।ଭୈରବ ଭୈରବୀ ଭୋଜି- ଭୂମି ପ୍ରାଏଦିଶିଲା ସଂଗ୍ରାମ ସ୍ଥଳୀ,ଶତଚ୍ଛିନ୍ନ ଶିରଃ ଫଳ ହେଲା ତହିଁକିରୀଟ ଚଷକାବଳୀ ।ଶବ ମେଦ ଦିବ୍ୟ ଚନ୍ଦନ ଶବରହୃଦ ଦିବ୍ୟ ସିଂହାସନ,ସଦ୍ୟଃପାତ ରକ୍ତ ପାଟଳ ମଦିରାପ୍ରେତକୁଳ-ସନ୍ତର୍ପଣ ।