ପବନ
କବିବର · ୧୮୪୮–୧୯୦୮ · ରାଧାନାଥ ଯୁଗ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୭୮
- ସ୍ଥିତି
- ସାର୍ବଜନୀନ (Public domain)
କେ ତୋ ସମ ବଳୀ କହ ସମୀର ?ଅସୀମ ଅନନ୍ତ ତୋହ ଶରୀର,କେତେ ଭଙ୍ଗି କରି କେତେ ଆଡ଼ ଚରିନ ହୁଅଇ କ୍ଳାନ୍ତ, ନିତ୍ୟ ଅସ୍ଥିରଅଟୁ ତୁ, ତୋ ଗୁଣ ବଳଇ ଗିର ।୧।ଶରୀରୀ ଜୀବର ଜୀବ ଧାରଣ,ତୋ ଯୋଗୁଁ ହୁଅଇ ହେ ସମୀରଣ,ସ୍ଥଳଚର ସ୍ଥଳେ ମୀନ ଆଦି ଜଳେତୋ ପ୍ରଭାବେ ନଭ ଖଗ ଚେତନତୋ ବିନୁ ସମସ୍ତେ ହେବେ ନିଧନ ।୨।କେ କହିବ କେତେ ତୋହୋ ବୟସ ?ନରବର-କୀର୍ତ୍ତି ନର-ପୌରୁଷ,ଦେଖାଇ ଜଗତେ ରାଜଧାନୀ କେତେଲୋପିଲେ ହୋଇଣ କାଳର ବଶ,ମାତ୍ର ତୋ ଦେହେ ଯୌବନ ରଭସ ।୩।ଆଦି ସୃଷ୍ଟି କାଳେ ଈଶ ଆଦେଶେଅବତୀର୍ଣ୍ଣ ହୋଇ ଅମ୍ବର ଦେଶେହେମ ଘନାସନେ ବସି ସୁରଗଣେକ୍ଷେପିଲେ କୁସୁମ ଅବନୀ-କେଶେ,ବାସିଲା ତୋ ତନୁ ତହୁଁ ବିଶେଷେ ।୪।ଅଗ୍ରତେ ଯେ ଫୁଲ ଚାରୁ ବିକସିକମ୍ପୁଅଛି ମୃଦୁ ତୋ କୋଳେ ହସି,ଏତିକି ସମ୍ବନ୍ଧ ସୁମନ ସୁଗନ୍ଧତୋ ଗାତ୍ରେ ଲେପିବ ଆରେ ସୁରସି,କ୍ଷଣକେ ପଡ଼ିବ ଭୁତଳେ ଖସି ।୫।ବିମଳା ତଟିନୀ ତଟ କାନନେବସନ୍ତେ କୋକିଳ ଭ୍ରମର ସ୍ୱନେନଦୀ କଳକଳ ଶୁଣିଣ ଚଞ୍ଚଳହୁଅଇ ତୋ ମନ ଚାଟୁ ବଚନେନଦୀକୁ ରହସ୍ୟ ଭାଷୁ ବିଜନେ ୬।ବାସର-ଯୌବନେ ବିଟପି-ତଳେବସନ୍ତି କଳାପି-କୁଳ କୁଶଳେ,ରତନଖଚିତ ପୁଚ୍ଛ ଆନ୍ଦୋଳିତକରୁ ତୁ ସେକାଳେ ବହି ଶୀତଳେସେ ଛବି ରସିକ ରସନା ବଳେ ।୭।ନିଦାଘ-ପ୍ରଭାତେ କମଳାକରେନବୋଦିତ-ରବି-ଛବି ଆଗରେଦେଖି ହରଷିତ ସରୋଜିନୀ-ଚିତ୍ତତୋ ସ୍ପର୍ଶେ ସେ ହସେ ପ୍ରମୋଦଭରେ,ଇନ୍ଦିରା ଯେସନେ ନୀଳ ସାଗରେ ।୮।ବିଷ୍ଣୁପ୍ରାୟେ ନୀଳ ନୀରଦବରବନମାଳା ପ୍ରାୟ ଚାପ ଇନ୍ଦ୍ରରଯା ଦେହେ ଶୋଭଇ, ଯା କୋଳେ ଥରଇଚପଳା ଅବଳା ଦୀପି ଅମ୍ବରଶ୍ୟାମ ସୀମନ୍ତିନୀ ସମ ସୁନ୍ଦର ।୯।ସେ ଘନ ଉତ୍ତୁଙ୍ଗ ଶିଖରୀ-ଶିରେକନ୍ଦର ଝଙ୍କାରି ନାଦେ ଗଭୀରେ,ତାକୁ ପୃଷ୍ଠାସନେ ଘେନି ବ୍ୟୋମାଙ୍ଗନେଯେବେ ତୁ ଉଠୁ, ମୋ ହୃଦ ମନ୍ଦିରେସ୍ପୁରଇ ଖଗେନ୍ଦ୍ର-ଛବି ରୁଚିରେ ।୧୦।ପ୍ରଫୁଲ୍ଲ ସୁରଭି କଦମ୍ବ-ମୂଳେ,