ପରମହଂସନାଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୧
- ସ୍ଥିତି
- ସାର୍ବଜନୀନ (Public domain)
ହେ ପରମହଂସନାଥ,ଶତବାର ପ୍ରଣିପାତ ।କାଠଯୋଡ଼ିନଦୀ ଦାଢ଼ୀ,ବାଲି ଧରଣୀକି ମାଡ଼ି ହେ ।୧।ରଖିଚ ଦିବ୍ୟଆସ୍ଥାନ,କରୁଛ ଭୋଜନ ପାନ ।ରସଗୋଲା ଲତୁ ପେଡା,କଦଳି ନଡିଆ ଫେଡା ହେ ।୨।ଉପାଦେୟ ସରପଣା,ଭାଙ୍ଗ ମଶଲାରେ ଛଣା ।ମନ୍ଦିର ପୂର୍ବ କାହାଣୀ,ଯାହା ଶୁଣିଅଛି ଜାଣି ହେ ।୩।ପ୍ରବାଦ ରହଛି ଯାହା,ଏପରେ ବର୍ଣ୍ଣିବି ତାହା ।ହାତୀ ଚଢ଼ି ରାଜା ଥରେ,ବୁଲୁଥିଲେ ଏହି ଠାରେ ହେ ।୪।ବାଲିରେ ହାତୀର ପାଦ,ବୁଡ଼ି ନ ଉଠେ ପ୍ରମାଦ ।ରାଜାଙ୍କୁ ହେଲା ସ୍ୱପନ,ଦେଉଳ କର ଗଠନ ହେ ।୫।ରାଜା ଗଢ଼ିଲେ ଦେଉଳ,ଗଳିପଡଇ ପାତାଳ ।ବହୁତ କଲେ ବିନତି,ପ୍ରସନ୍ନରେ ଦୁର୍ଗାପତି ହେ ।୬।ଦେଲ ଏମନ୍ତ ଆଦେଶ,ଶୁଣ ଉତ୍କଳନରେଶ ।ଦେଉଳର ଉଭା ଯେତେ,ପୋତା ସେ ରହିବ ତେତେ ହେ ।ପ୍ରଭୁଙ୍କ ଆଜ୍ଞା ଯେମନ୍ତ,ରାଜନ କଲେ ତେମନ୍ତ ।ଏ ମୋଟ ଉଚ୍ଚ ସୁଢ଼ଳେ,ଦେଉଳ କାହିଁ ମଣ୍ଡଳେ ହେ ।୮।ହେ ନାଥ କର ସୁଦୟା,ଭଲ ହେଉ ମୋର କାୟା ।ପାଇବି ଶ୍ରୀପାଦୋଦକ,ଜୀବନ ହେବ ସାର୍ଥକ ହେ ।୯।ପଟିଆ ସୋମନାଥପ୍ରତିଷ୍ଠିତ ପଞ୍ଚମାଥ,ଆହେ ଦେବ ସୋମନାଥ ।ପଲ୍ଲୀରେ ଆଖଡା କରି,ବିରାଜିଛ କାମ ଅରି ହେ ।୧।କରାଇ ଫୁଲ ମାଜଣା,ପୀଠରେ ଦେଲେ ଧାରଣା ।ନ ରହେ ବ୍ୟାଧିଗଂଜନା,ମହିମା ପଡ଼ଇ ଜଣା ହେ ।୨।ଅନ୍ଧ ପାଏ ଚକ୍ଷୁଦାନ,ଅପୁତ୍ରିକ ପୁତ୍ରବାନ ।ଗରିବଙ୍କୁ ଦିଅ ଦାନା,ଉଡୁଅଛି ତବ ବାନା ହେ ।୩।ମଣ୍ଡାଇ ପୁଷ୍ପ ଚନ୍ଦନ,ଖଞ୍ଜାଇ ନାଗବନ୍ଧନ,କରିଥାନ୍ତି ଜଳାଶାୟୀ,ରକ୍ତ ଇଚ୍ଛା ଅନୁଯାୟୀ ହେ ।୪।କେ ନେଇ ପୁଲ ଗଇଶ,ମସ୍ତକେ ମଣ୍ଡେ ଗିରୀଶ ।ସୁନିଷ୍ଠ ସୁବିଚକ୍ଷଣ,ତୁମ୍ଭର ସେବକଗଣ ହେ ।୫।ହର ହେ ମୋ ଦୁଃଖ ହର,ହେଉଛି ବଡ କାତର ।ନ ହୁଅ ଆଉ ନିଷ୍ଠୁର,ତରତର କର ଦୂର ହେ ।୬।