ପଞ୍ଜୁରିଟି *
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୬୫
- ସ୍ଥିତି
- ସାର୍ବଜନୀନ (Public domain)
ଖଳ ଖଳ ହୋଇ, କାଠଯୋଡ଼ି ପାଣି,କୂଳ ବନ୍ଧ ସେତୁ ସକଳ ଡେଇଁ,ତୀର ତରୁ ଗିରି ଉପାଡ଼ି ନିମିଷେ,ବେଗୁ ବେଗଭରେ ଯାଆ ରେ ବହି ।ଗଛ ଲତା କେତେ ଦୂର ବନଦେଶୁଁତୋ ବୁକେ, ତଟିନି, ଆସଇ ଭାସି;ଚାହୁଁ ଚାହୁଁ ପୁଣି କେଉଁ ଦେଶେ ଯାଇକେତେ ଦୂରେ ଯିବ ପାଣିରେ ମିଶି ।ସେହିଭଳି ଯାଉ ଏ ମୋ ପଞ୍ଜୁରିଟିଖରସ୍ରୋତେ ଭାସି ତୋ ଜଳଧାରେ,ଦୂର ଦେଶେ ତହିଁ ଅଦୃଶ୍ୟ ହୋଇ ରେବୁଡ଼ିଯାଉ ନଈ ଅତଳ ତଳେ ।ଯାହା ପାଇଁ ଏତେ ଯତନେ ସମ୍ପାଦିପଞ୍ଜୁରିଟି ଥିଲି ଆଦରେ ରଖି ,ସୁଖଦୁଃଖେ ମୋର ସମ୍ପଦବିପଦେପ୍ରାଣମିତ ସେ ତ, ନୁହଇ ପକ୍ଷୀ ।ସେହୁ ପୁଣି ମୋର କୁଟୀରଟିକରସୁଖ ଶିରୀ ଯାହା ବିସୋରି ଦେଇ,ଏ ମହୀମଣ୍ଡଳୁଁ ମେଲାଣି ନେଇ ରେକେଉଁ ଦେଶେ ଏବେ ରହିଲା ଯାଇ ?ଗଗନ ବିତାନେ କି ସରାଗେ ଆହାବିହଗନିକର ଉଡ଼ନ୍ତି ଏବେ;ଗୋଟିଏ କି ଯାଇ ସେ ଦୂର ରାଇଜୁତା ବାରତା ଆଣି ପାରିବ ଲବେ ?ତରୁରୁ ତରୁକୁ ଉଡ଼ିଗଲା ବେଳେଛାୟା ଗୋଟି ଗୋଟି ଯାଉଛି ଭାସି ;ଏହିଭଳି ଆହା ନିମଷକ ଦେଖାତା ଛାୟା ମୋ ପାଶେ ଦିଅନ୍ତା ଆସି !ବାଟଘାଟୁ ଫେରି ଆସିବାରେ ମୋରପଲକ ମାତର ଉଛୁର ଯେବେ,ପଞ୍ଜୁରିଭିତରୁ ଚାହିଁ ରହିଥାଏଡାକି ପକ୍ଷୀ ସୁଧା ସେନେହ ରବେ ।ଏବେ ଯେବେ ଘରେ ଏତେବେଳ ଅନ୍ତେମିଳିବ ସେଭଳି ଆବର ଯାଇ,କିଏ ଆଉ ଆଜି ଡାକିବ ରେ ମୋତେ,ବସିଥିବ ଅବା ବାଟ ମୋ ଚାହିଁ ?ପରାଣେ ପରାଣ ଢାଳି ତା ସମ୍ପଦେପଞ୍ଜୁରିରେ ତାକୁ ରଖିଲି ଆଣି;ଡାଳେ ଡାଳେ ଆହା ଉଡ଼ିଥିଲେ ବନେ,କ୍ରୂର ହାତେ କାଳ ନ ଥାନ୍ତା ଟାଣି ।ପ୍ରୀତିଡୋରେ ସିନା ହୃଦେ ହୃଦ ବାନ୍ଧିବେନି ଜନେ ଥିଲୁ ଉଷତେ ରହି;ସେ ପ୍ରାଣ ପକ୍ଷୀଟି ତେଜି ଗଲା ଯେବେ,କି ସୁଖ ମୋର ବା ଏ ଭାରା ବହି ?ବହି ନିଅ ଖରେ, କାଠଯୋଡ଼ି ପାଣି,ବାଲି ଶିଳା ପଙ୍କେ ଦିଅ ରେ ପୋତି;ପରାଣର ଏ ଯେ ପଞ୍ଜୁରିଟି ମୋରଫିଙ୍ଗିଦେଲି ତୋର ଗରଭେ ଏଥି ।
କବି କଟକରେ ପଢ଼ିବା ସମୟରେ ତାଙ୍କ ବସାଘରେ ଗୋଟିଏ ଶୁଆ ପୋଷା ହୋଇଥିଲା-। ଶୁଆଟି ମରିଯିବାରୁ ପଞ୍ଜୁରିଟିକି କାଠଯୋଡ଼ି ପାଣିରେ ପକାଇ ଦିଆଗଲା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ