ଜନ୍ମଦିନ
ପଣ୍ଡିତ · ୧୮୮୬–୧୯୫୬
- ସଂକଳନ: ଚୟନ
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୩୪୬
- ସ୍ଥିତି
- ସାର୍ବଜନୀନ (Public domain)
କୋଡ଼ିଏ ଉପରେ ପୁଣି ବରଷ ନଅଟିଏ ମୋର ଜୀବନୁ ଏବେ ଗଲା ଆଜି ବିତି ;ସେ ସତ୍ୟ ମୁଁ ନ ଜାଣିଲି କିଛି;ଜନମ ଅଧକେ ମୋର ବିହରିବା ସୁଖେସାରିଦେଇ ତରତରେ, ମରଣ ଅଧକେଆସି ଏବେ ଦୂରେ ବସିଛି ।ଏତେଦିନେ ଜୀବନର ଭଲମନ୍ଦ କିବା ଫଳ,ସୁଖ ଦୁଃଖ କିବା ମୋତେ କିଛି ଦିଶୁ ନାହିଁ;କିପାଁ ଏ ଜନମ ମୋର ବୁଝି ନ ପାରଇ ।ସେତେବେଳେ କଥାମାନ ରହିଛି ସେଭଳି;ତିଳେ ହେଲେ ଏ ପରାଣ ଥାଆନ୍ତା ବଦଳି ।ତହିଁ ବା ମାପି ମୋ ଏ ଜୀବନ ଟିକ,ଲଭନ୍ତି ଏ ଦୁଃଖେ ଲବେ ହେଲେ ସୁଖଯହିଁ ଦେଖେ କିଛି ପାଲଟ ଜୀବନେ;ବାରେ ତାରେ ଲୋଡ଼ି ନ ଥିଲି ସ୍ୱପନେ ।ଏ କି ଆହା ନିରାଶା ଅନ୍ତରେ,ଧରନ୍ତେ ନିମିଷେ ସବୁ ଲିଭିଯାଏ କରେ ।ଗଛ ପତ୍ରେ ଆଜି ନ ଦେଖଇ ଶିରୀ,ସଲିଳ କଲ୍ଲୋଳେ ନାହିଁ କଳ କେଳି;ପୂରୁବ ସରାଗେ ନ ବହେ ପବନ,ପ୍ରଦୋଷ ଗଗନେ ନାହିଁ ସେ ମୋହନ;ଫୁଲେ ବସୁ ନାହିଁ ତା ଚିହ୍ନା ଅଳିଟି,ସେ କୋଇଲି ତାଳେ ଗାଉ ନାହିଁ ଗୀତି;ସେ ଲତା ସେ ଗଛେ ଅଙ୍ଗ ଭଙ୍ଗ ଦେଇ,ପ୍ରୀତି ତୁନି କଥା ଆଉ କହୁ ନାହିଁ;ଯିଏ ଯହିଁ ଥିଲା ପରାଣ ଦୋସର,ସେସବୁ ମୁଁ ତହିଁ ନ ଦେଖେ ଆବର ।ଏ କି ମହା ନିରାଶା ଜୀବନେ,ଦିନେ ହେଲେ ଲୋଡ଼ା କେବେ ଥାଆନ୍ତା ସ୍ୱପନେ ।ଯିବାର ଜୀବନ ଯାହା ଚାଲି ତ ଗଲାଣି;ଆଉ ଦିନେ ତା ସଙ୍ଗତେ ଯିବ କିପାଁ ପୁଣି ?ଆଜି ଏ ଜନମଦିନେ, ଜୀବନ ସମ୍ୱଳ,ନବଜନ୍ମ ବାରେକ ମୁଁ ପାଆନ୍ତି ଦୋସର ।ସାଇ ପଡ଼ିଶାଏ ଆସି, ଟିକି ,ପିଲା ପାଖେ ବସି,ତୋଷି ହେଉଥାନ୍ତେ କେତେ,ପିଲାଟିର ସୁଖଶିରୀ ନିରେଖି ଉଷତେ ।ଆଜିଠାରୁ ହେଉ ମୋର ପୁନର୍ଜନ୍ମ ଜୀବନର,ବାଳୁତ ବୟସେ ପୁଣି ବିହରିବି ସୁଖେ;ବାଳଇନ୍ଦୁ ଶିରୀ ଖେଳି ଯାଉଥିବ ମୁଖେ ।ବନ ପରବତେ ଯାଇ, ଭ୍ରମିବି ସେଭଳି ମୁହିଁ,କଣ୍ଟା ଖୁଞ୍ଚ ଗଳୁଥିବ ପାଦେ;ଲବେ ହେଲେ ଖେଦ ତେବେ ଥିବ ନାହିଁ ହୃଦେ ।ପତ୍ରେ, ଫୁଲେ ନୀରେ କିବା ସମୀର-ଲହରେସେ ଯେ ପିଲାଦିନ ଶୋଭା ନାହିଁ ଆଉ ତିଳେ;ସେହି କଥା ଦିବାନିଶି, ଝୁରି ହେଉଅଛି ବସି ।ନୀଳ ନିରିମଳ ଚନ୍ଦ୍ରମା ଗଗନେ,ଭାନୁ ଉଇଁବାର ପାହାନ୍ତି ମୋହନେ;କାହିଁ ତ ନ ଦେଖେ ସେ ପୂରୁବ ଶିରୀ,କାହିଁ ନାହିଁ ଆଉ ସେ ସରଗ କେଳି;ଯାଇଛି ସତେ କି ଚିରଦିନ ପାଇଁ,ଏ ମୋର ମରତେ ଫେରିବ ,ସେ ନାହିଁ ?ଏ ସଂସାର ଘରୁ ଘେନି ମୋ ମେଳାଣି,ଚାଲିଯିବା ବେଳେ ହେବ ଯେବେ ପୁଣି,ଜନମେ ଯାହାକୁ ଦେଖିଥିଲି ସୁଖେ,ପ୍ରାଣେ ପ୍ରାଣ ବାନ୍ଧି ରଖିଥିଲି ବୁକେ,ତାକୁ କି ବାରେକ ଦେଖିବି ମୁଁ ନାହିଁ,ଯିବାବେଳ କଥାପଦକର ପାଇଁ ?ସେ ନିଧି ସଙ୍ଗତେ ଯେବେ ଭେଟନ୍ତି ଦୋସର,ଚିର ଶଇଶବେ ଦିନ ବିତିଯାନ୍ତା ମୋର ।ମରନ୍ତି ପୁଲକେ ପୁଣିଯେଭଳିଟି ଥିଲି ମୁଁ ଜନମି ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ
ଅମୃତନିଧି ଚଉତିଶା
ଦୀନକୃଷ୍ଣ ଦାସ
ଓଗାଳ ଖଣ୍ଡ ପ୍ରଥମ ଭାଗ
ଅଚ୍ୟୁତାନନ୍ଦ ଦାସ