ପଞ୍ଚମାତା
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ତୀର୍ଥବାରି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୦
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରକୃତି ପରମା ମାତା, ଶାଶ୍ୱତୀ, କଲ୍ୟାଣୀ,ବାରମ୍ବାର ଜାତ କରି ଦେହୁ ଆପଣାର,ମିଶାଏ ଅନ୍ତିମେ ଅଙ୍କେ, ଆଦିମାତା ସେହୁ ।ଦ୍ୱିତୀୟା ମା ଗର୍ଭଧାରୀ, ଭବ-ମରୁ ସ୍ଥଳେଶାନ୍ତି-ସ୍ନେହ-ତରଙ୍ଗିଣୀ, ସନ୍ତତିକୁଳର ।ମହାସ୍ୱର୍ଗ, ମହାତୀର୍ଥ ତୃତୀୟା ଜନନୀଜନ୍ମଭୂମି, ଯା ଅମୃତ କ୍ରୋଡ଼େ ସାଧେ ଜୀବଆତ୍ମୋନ୍ନତି, ଆତ୍ମପୁଷ୍ଟି । ଦେବୀ ମାତୃଭାଷାଚତୁର୍ଥୀ ମାତୃକା -ମହାମହିମା-ମଣ୍ଡିତା ।ପଞ୍ଚମା ପ୍ରସୂତି ବିଦ୍ୟା, ଚତୁର୍ବର୍ଗପ୍ରଦା,ଗଢ଼େ ସେ ଚରିତ୍ର-ତନୁ, ପାରଇ ସେ କରିମାନବେ ଅମର, ଲୌହେ ସ୍ୱର୍ଣ୍ଣ, ଜ୍ୟୋତ୍ସ୍ନା ତମେ,ଏ ପଞ୍ଚମାତୃକାପଦ ସେବେ ଯେ ତନ୍ମୟେ,ସେହି ଏକା ଭାଗ୍ୟଧର ମାନବ ସମାଜେ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ