ପାଇକର ଯୁଦ୍ଧଯାତ୍ରା
୧୮୯୮–୧୯୬୫
- ସଂକଳନ: ପାହାଚ ତଳର ଘାଷ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୯୬
- ସ୍ଥିତି
- ସାର୍ବଜନୀନ (Public domain)
ସେଦିନ ଅଶିଣର ରଜନୀ ସୁଗଭୀର ବିଜୁଳି ହସେ,କୁଳିଶ ଉଠେ ଥରି ପଲ୍ଲୀପୁର ଧରି ଓଡ଼ିଶା ଦେଶେ ।ଶୁଭିଲା ରଣଭେରୀ ବଣପାହାଡ଼ ଚିରି ସେ ଭଳି ଦିନେଉଠିଲେ କିଏ କେତେ ସମର-ଜାଗ୍ରତେ ଆକୁଳ ମନେ ।ଲାଗିଲା ପୁରେ ପୁରେ ସେ ଘୋର ଅନ୍ଧାରେ ଚରଚା ଖାଲି,ଦୂରେ ସେ ଗଜପତି ଡାକି ପଠାଇଛନ୍ତି ଯିବାକୁ କାଲି ।ଡାକୁଆ ଦେଲା ଡାକ, ଉଠିଲେ ପୁରଯାକ, ଡେରିଲେ କାନ,‘‘ଉଠରେ ଉଠ ଭାଇ, କରେ ଖଡ଼ଗ ବହି ରଖିବ ମାନ ।ସମର-କାଙ୍ଗାଳ ଧର ହେ ଧନୁଶର, ପାହିବ ରାତି,ଦୁଆରେ ବଇରୀ ସେ ଆସଇ ଉପହାସେ ସମରେ ମାତି ।ବିଶୋଇ ଆସ ଉଠି, ଖଡ଼ଗେ ଦେଇ ମୁଠି ପଧାନେ ଆସ,କି କର ପରିଡ଼େ ହେ, ଆହୁରି ବେଳ ସହେ ! ନ ଲାଗେ ପ୍ରାସ ।ଉଠ ହେ ସୁନ୍ଦରା, ରଜନୀ ଥାଉ ପରା ଲାଗିବ ରଣ,କାହିଁ ସେ ଶାସମଲ, ନ ହୁଅ ଚଞ୍ଚଳ ନ ଗାଅ ଗାନ’’ ।ବାଜିଲା ରଣଭେରୀ, ଉଠିଲା ଥରି ଥରି, ସେ ପୁରେ ପ୍ରାଣଘରକେ ଜଣେ ଜଣେ ସମର ପ୍ରଙ୍ଗଣେ ଜୀବନ ଦାନ ।ଶତେକ ଯୁବାଜନ ଏକୁ ବଳଇ ଆନ ଗଠନ ରୂପେ,ସେ ଶତ ମୁଖେ ହସେ, ଜୀବନ ପ୍ରୀତି ରସେ କି ଅପରୂପେ ।ସେ ଯୁବା ହୃଦେ ତଳେ ଉଚ୍ଛୁଳେ କଳ କଳେ ଜୀବନ ନଈ,ଜନନୀ ପ୍ରୀତିଭରେ ସିକ୍ତ କରିବେ ରେ ସମରଭୂଇଁ ।ଶ୍ରାବଣ ଅନ୍ଧାରେ, ପଲ୍ଲୀ ତରୁ ତଳେ ସକଳେ ଉଭା,କରକେ କଳବାଳ, କରକେ ଶହେ ଢାଲ ଲାଗିଲା ସଭା ।କହିଲେ ଯୁବା କେହି, ଆଉ ତ ରାତି ନାହିଁ ଚାଲ ହେ ଚାଲ,ମୋ ବାପା ଯାଇଥିଲେ ଏପରି ରଜନୀରେ ଶୁଣିଛି ବୀର ।ସିଂହଭୂମେ କାହିଁ, ସମରେ ପ୍ରାଣ ଦେଇ, କହନ୍ତି ମାଆ,ଯିବି ମୁଁ ଆଜି ଚାଲି ସେ ପଦ ଅନୁସରି ପ୍ରଭୁ ମୋ ସାହା ।କହଇ ଆନ ବୀର, ଉଚ୍ଚେ ଟେକି ଶିର ‘‘ଏ ବାହୁ ତଳେଚାଳିଶ ବରଷର ବୀର-ରକତଧାର ଉଛୁଳି ଖେଳେ ।ମୋ ପରି ଦଶ ଜଣ ଅରପିଛନ୍ତି ପ୍ରାଣ ସମର ଶେଯେ,ନ ଜାଣେ କିଏ ଲେଶେ, ଶତ୍ରୁଶଲ ଯଶେ ଓଡ଼ିଶା ଦେଶେ ?’’କହେ କେ ଆନ ଉଠି ଖଡ଼ଗେ ଦେଇ ମୁଠି ଫୁଲାଇି ଛାତି,ଦୂରେ ସେ କାଞ୍ଚିଗଡ଼େ ମୋହରି ଭାଇ ମଲେ ଫୁଟାଇ ଛତି ।କେ କହେ ହସି ହସି ‘‘ସେ ଦିନ ମୋ ମାଉସୀ ପହିଲି ପାଳିଆସିଲା ଘରେ, ମୋର ମଉସା ଗଲେ ଦୂରେ ବିଦେଶେ ଚଳି ।ଫେରିଲା ଦଶ ମାସେ ଖବର ଅବଶେଷେ ଶୋଇଲେ ରଣେ,ସେ ଥର ଗଜପତି ଗଉଡ଼ ଦେଶ ଜିତି ଥିଲେଟି କ୍ଷଣେ’’ ।ଅଳପେ ଟେକି ଶିର କହିଲା କେଉଁ ବୀର ‘‘ଶୁଣିନ ବାରେ ?ଦିନକେ ଅଶୀ କୋଶ ବରଜି ଭୋକ ଶୋଷ ମୋ ବାପା ଥରେ ।ଚଳାଇଥିଲେ ଘୋଡ଼ା, ପଡ଼ିଲେ ପଥେ ଧରା, ବଇରୀଗଣଖବର ଦେବା ଆଶେ ବନ୍ଦୀ କଲେ ମାସେ କି ହଇରାଣ ।ନ କହି ପଦେ ବାଣୀ ମୋ ବାପା ବୀରମଣି, ତେଜିଲେ ଦେହ,ସହିଲେ ଦୁଃଖ ଯେତେ, କିଏ ସେ ଦେଶେ ଏତେ ସହିଛି କହ ?’’ବାହାରେ ମାରି କର କିଏ ସେ ବୀରବର ତେଜିଲା ତାନ‘‘ଦକ୍ଷିଣ କବାଟରେ ବୁକୁଟି ଲୁହା ବାଡ଼ କୁଳିଶୁ ଟାଣ’’ ।ଆବର କହେ କହୁ ‘‘ବୁକେ ବୁହାଇ ଲହୁ ଲେଖିଲେ ଚିଠିପାଇକ ରାୟ କୁଳେ ସେ କାଳେ ଥିଲେ ବୀରେ ଗରବେ ମାତି ।ରକତ ଚିଠି ଧରି ସମରେ ଗଲେ ଚଳି ସେ ବୀର ସୁତକହିଲେ ବାପା ମୋର-ଲାଗରେ ଥର ଥର ଆସିଛି ମୁଁ ତ ।ବରଷ ଦଶ ମତେ, ବତାଅ ଯାହା ମୋତେ ପାଳିବି ଏଥିପାଇକରାୟ ସୁତ ! ନ ଫେରିପାରେ ସେ ତ ନ ଜାଣେ ଭୀତି’’ ।ଏପରି କେତେ କଥା, କି ସେ ଗାଇବ ତା କଲମ ମୁନେକହିଲେ ବିଶ୍ୱାଳ, ବାହିନୀପତି ବୀର, ଗରବପଣେ ।କହିଲେ ଚମ୍ପତି, କିଏ ଯେ କେତେ ଉଠି ଗାଇଲେ ଗୀତଫାଟିଲା ସିନ୍ଦୂରା, ହସିଲା ଅବା ଧାରା ବିଜୟେ ମାତି ।ସମର-ଯାତ୍ରା ଏ ଚାଲିଲେ ନିର୍ଭୟେ ପଲ୍ଲୀ ବୀରେ,କେ ଗାଏ ବାପଗୁଣ, ଧରଇ ଭାଇ ନାମ ଆବେଗଭରେ ।ପଛରେ ହୁଳହୁଳି ନାରୀଏ ଦେଲେ ତୋଳି ଶଙ୍ଖ ବାଜେ,ରକତ ଉଠେ ତାତି, ଥରିଲା ବସୁମତୀ ସମର ସାଜେ ।ଫେରିବା ଆଶା ତିଳେ ନାହିଁ ଯେ ହୃଦୟରେ ବିଜୟ ବିନା,ମରଣେ ନାହିଁ ଭୟ ଓଡ଼ିଆ ଦୁର୍ଜୟ ଜଗତଜିଣା ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର
ଅଛତ ଅନ୍ତରେ
ଲକ୍ଷ୍ମୀନାରାୟଣ ସାହୁ
ଗୀତାଭିଧାନ
ଉପେନ୍ଦ୍ର ଭଞ୍ଜ