ପବନ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୩
- ସ୍ଥିତି
- ସାର୍ବଜନୀନ (Public domain)
ବିଧାତାର ମହାଶକ୍ତି ତୁହି ରେ ପବନ,ସମ୍ପୂର୍ଣ୍ଣ ସାର୍ଥକ ତୋର ଅଭିଧା ‘‘ଜୀବନ’’ ।ପ୍ରଧାନ-ଚାଳକ ତୁହି ଶରୀର-ଯନ୍ତ୍ରର,ତୋହଠାରେ ଭେଦାଭେଦ ନାହିଁ ଆତ୍ମପର ।ସୃଷ୍ଟିକାଳୁ କରୁଅଛୁ ଗତି ଅବିରାମ,ବିଶ୍ରାମ ଦୂରରୁ କରେ ତୋ ପଦେ ପ୍ରଣାମ ।ରହିଅଛୁ ପରିପୂରି ଅନ୍ତରେ ବାହାରେ,ସେବନ୍ତି ପ୍ରାଣୀଏ ସଦା ଆହାରେ ବିହାରେ ।ପ୍ରକୃତି ଆଜ୍ଞାରେ ଧରୁ ଶୀତ ଉଷ୍ଣ ଭାବ,ଭୀତ ହୁଏ ସୃଷ୍ଟି ହେରି ତୋ ରୁଦ୍ର ପ୍ରଭାବ ।ଆଚରିଛୁ ନିତ୍ୟବ୍ରତ ଧରା ପର୍ଯ୍ୟଟନ,ପୃଥ୍ୱୀ ପୁରାବୃତ୍ତବେତ୍ତା ଯେଣୁ ପୁରାତନ ।ନାହିଁ ତୋ ଆକାର ବର୍ଣ୍ଣ ସଦା ଶୂନ୍ୟମୟ,ସ୍ପର୍ଶେ ମାତ୍ର ଦେଉ ମହା- ସତ୍ତା ପରିଚୟ ।ତୋ ମହାମହିମା ଚିନ୍ତି ହୁଏ ମୁଁ ସ୍ତମ୍ଭିତ,ନଭ ପ୍ରାୟ ତୁହି ଧ୍ୟ୍ୟାନ ଧାରଣା ଅତୀତ ।ଇଚ୍ଛା କଲେ ମୁହୂର୍ତ୍ତକେ ତୁହି ପବମାନ,କରିପାରୁ ଏ ମହୀକି ଭୀଷଣ ଶ୍ମଶାନ ।କର୍ମ ସିନା ବାରିଦିଏ ବୋଲି ମାନବ ଦେବତା,ଚିହ୍ନାଏ ଦେବତା ବୋଲି ତୋତେ ତୋ କ୍ଷମତା ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ