ଧର୍ମ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: କଳ୍ପନାକୁଞ୍ଜ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୫
- ସ୍ଥିତି
- ସାର୍ବଜନୀନ (Public domain)
ମାନବକୁଳର ଧର୍ମ ପ୍ରଧାନ-ବନ୍ଧନୀ,କ୍ଷିପ୍ତମନେ ଶାସେ ସେହୁ କମ୍ପାଇ ତର୍ଜନୀ ।ବାତୁଳ-ବାରଣ-ମନ ଭ୍ରମେ ଯଥାତଥା,ଧର୍ମ ତାର ତୀକ୍ଷ୍ଣଲୌହ ଅଙ୍କୁଶ ସର୍ବଥା ।କାୟମନୋବାକ୍ୟେ ଯେହୁ ପ୍ରତିପାଳେ ଧର୍ମ,ତାହାର ଶରୀରେ ଧର୍ମ ହୁଏ ବଜ୍ରବର୍ମ ।ଅନିତ୍ୟ ପଦାର୍ଥ ନୁହେଁ ଧନପଦେ ଲେଖା,ଧର୍ମ ନିତ୍ୟ ଅପାର୍ଥିବ ମହାଧନ ଏକା ।ସର୍ବଧର୍ମ ଏକ, ନାହିଁ ପ୍ରବଳ ଦୁର୍ବଳ,ଲାଗେ କି ଶ୍ୱପତଗୃହ- ଅନଳ ଶୀତଳ ।ମିଳନ୍ତି ମହୀରେ ବହୁ ସଖା ପ୍ରିୟତର,ମହୀରେ ଆବଦ୍ଧ ମାତ୍ର ପ୍ରୀତି ତାହାଙ୍କର ।ଧର୍ମ ଏକା ନିତ୍ୟସଖା ଇହ ପରକାଳେ,ଛାୟା ପ୍ରାୟ ସତତ ସେ ସଙ୍ଗେ ସଙ୍ଗେ ଚାଲେ ।ଧର୍ମୋପରି ପ୍ରତିଷ୍ଠିତ ଜଗତର ପ୍ରାଣ,ତା ବିନା ସେ ହୋଇଯିବ ଭୀଷ୍ମଣ ଶ୍ମଶାନ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ