ନିର୍ଝର
୧୮୯୮–୧୯୬୫
- ସଂକଳନ: ପ୍ରଭାତ କୁସୁମ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୩୮
- ସ୍ଥିତି
- ସାର୍ବଜନୀନ (Public domain)
ନିକୁଞ୍ଜ ବିଚ୍ଛୁରିତ ଗିରି-ନିତମ୍ବେପ୍ରାବୃଟେ ଯହିଁ ଚଳ-ଜଳଦ ଚୁମ୍ବେଝରେ ଗମ୍ଭୀର ନାଦେ ଝର ସନ୍ତତମୁମୁକ୍ଷୁ ଚିତ୍ତେ ଯଥା ପ୍ରେମ ଶାଶ୍ୱତ ॥
ଆଲିଙ୍ଗି ଶିଳା-ଅଙ୍ଗ ପୁଲକେ ନିତିମଧୁ ସଙ୍ଗୀତେ ଲୋଳ-ତରଙ୍ଗତତିଖେଳନ୍ତି ଫେନ-ହାସେ ଉଚ୍ଛୁଳି ଉଚ୍ଚେସରସ ଭକ୍ତି ସିନା ମୁକତି ସୂଚେ ॥
କୁଞ୍ଜ-କୁସୁମ-ମୟ ତଳପ ତଳଲଙ୍ଘି ଅୟନେ ଭୀମ-କାନ୍ତ ଉପଳ,ଧାବିତ ତରଙ୍ଗିଣୀ-ଦିଗେ ସର୍ବଥାମରଣ-ଦିଗେ ବିଶ୍ୱ-ଜୀବନ ଯଥା ॥
ଅଙ୍ଗ ତରଙ୍ଗେ ରଚି ରଜତ-ହାରଅରପେ ତୀରଦେଶେ ସ୍ନେହ-ସମ୍ଭାର;ନ ରହେ ଭେଦାଭେଦ ଉଭ ଜୀବନେପ୍ରେମ-ଉଚ୍ଛ୍ୱାସ ଯଥା ଆତ୍ମ-ଦର୍ଶନେ ॥
ଚିର ଶ୍ୟାମଳ ତଟ-ବିଟପୀ-ମାଳ-ଅଙ୍ଗ କୁସୁମେ ଯହିଁ ନିତ୍ୟ ଉଜ୍ଜ୍ୱଳବହୁ ନିର୍ଝର ! ତହିଁ ପୁଲକଭରେବୈରାଗ୍ୟ ଗଙ୍ଗା କି’ସେ ସାଧୁ ଅନ୍ତରେ ?ନୀର ସ୍ପରଶେ କାହିଁ ତପନ-କରଝଳେ ବାସବ ଧନୁ କିବା ସୁନ୍ଦରସ୍ତମ୍ଭ, ବେପଥୁ, ସ୍ୱେଦ, ଅଶ୍ରୁ ଯେସନଯତି ଜୀବନେ ହୁଏ ପ୍ରତିପାଦନ ॥
ଗୈରିକ ସ୍ତର କାହିଁ ଚଳ-ସଲିଳ-ପରଶମାତ୍ରେ କରେ ତନୁ ଆବିଳ,ମୋହ ପରଶେ ଯଥା ସାତ୍ୱିକ ପ୍ରାଣପଲକେ ହୋଇଯାଏ ପାପ-ନିଧାନ ॥
ଲତାଗହଳେ ବହେ ରଜତ ଧାରଭବ-କଳୁଷ-ପଙ୍କେ ମୁକ୍ତି ପ୍ରକାର;କୁଟିଳା ଗତି ବହେ ଶିଳା ପ୍ରଭାବେଯଥା ନିୟତି ଗତି ଅଟଇ ଭବେ ॥
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର