ନିମନ୍ତ୍ରଣ
ଚିନ୍ତାମଣି ମହାନ୍ତି
୧୮୬୭–୧୯୪୩
- ସଂକଳନ: ବ୍ରଜରେଣୁ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୨୦
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରାଣବନ୍ଧୁ, ଘେନ ମୋର ପ୍ରାଣ-ନିମନ୍ତ୍ରଣ,ତୁମ୍ଭେ ବିଶ୍ୱଚକ୍ରବର୍ତ୍ତୀ, ମୁଁ ନଗଣ୍ୟ ଜନ ।ପୂଜିବି ପୟର ତବ - ତବ ଦତ୍ତ ଚିତେ,କୃପା ବହି କର ପ୍ରଭୁ ହୃଦୟରେ ବିଜେ ।ଅନ୍ୟ ପୂଜା ଦ୍ରବ୍ୟେ ମୋର ନାହିଁ କିଛି ଭାଗ,କେବଳ ଯୋଡିଏ ମୋର - ଭକ୍ତି, ଅନୁରାଗ ।ରଖିଛି ଭକ୍ତିରେ ଗଢ଼ି ରାଜ-ସିଂହାସନ,ଅନୁରାଗ-ରତ୍ନେ ତାକୁ କରିଛି ମଣ୍ଡନ ।ବସ ଆସି ତହିଁ ଦେବ ଭକ୍ତ ଭାବଗ୍ରାହୀ,ଦେଖି ତୁମ୍ଭ ଜ୍ୟୋତିର୍ମୂର୍ତ୍ତି ଲଭିବି ମୁଁ ତ୍ରାହି ।ତୁମ୍ଭରି ଉଦ୍ୟାନୁ ତୋଳି କୁସୁମସମ୍ଭାର,ଗୁନ୍ଥି ତାହା ଲମ୍ବାଇବି ତୁମ୍ଭ କଣ୍ଠେ ହାର ।ଏହିଟିକ ଶାଧ ମୋର କର ହେ ପୂରଣ,ପ୍ରତିଦାନେ କରିବି ମୁଁ ଆତ୍ମସମର୍ପଣ ।ଦୀନ ବୋଲି ନ କର ମୋ ନିମନ୍ତ୍ରଣେ ହତ,ମୁଁ ସିନା ଇତର, ମାତ୍ର ତୁମ୍ଭେ ଯେ ମହତ ।ମହତ ସମୀପେ କଲେ ବିନୟେ ପ୍ରାର୍ଥନା,ସଫଳ ନିଶ୍ଚୟ ହୁଏ ଯାଚକ କାମନା ।ତୁମ୍ଭେ କୃପା-ଜଳଧର, ମୁଁ ଦୀନ ଚାତକ ।ତୁମ୍ଭେ ମହାଦାନଶୀଳ, ମୁଁ ଛାର ଯାଚକ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ