ନିକୁଞ୍ଜ ଲତା
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୬୮
- ସ୍ଥିତି
- ସାର୍ବଜନୀନ (Public domain)
ନିକୁଞ୍ଜ କହଇ ଆଗୋ ଲତା ! ତୋହ ଯୋଗୁଁ ମୁହିଁ ହେଲି ଧନ୍ୟ,ଲତିକା କହଇ ମୋ ଅସ୍ତିତ୍ୱ ତୋହ କୃପା ବିନା ନୁହେଁ ଅନ୍ୟ ।ନିକୁଞ୍ଜ କହଇ ମୋର ତନୁ ତୋହ ଯୋଗୁଁ ଶୋଭାଯୁତ ସିନା,ଲତିକା କହଇ ମୋର ଜନ୍ମ ଅସମ୍ଭବ ତୋ ଅସ୍ତିତ୍ୱ ବିନା ।ପଡ଼ିଥାନ୍ତି ଅସୁନ୍ଦର ହୋଇ ଉଷର ବୋଲିଣ ପ୍ରାଣିଗଣ,ଆଦର ତ ନ କରନ୍ତେ କେହି ନ ଚାହାନ୍ତେ କେହି ମୋ ଆନନ ।ତୋହ ଯୋଗୁଁ ପୁଷ୍ପଫଳ ଯୁକ୍ତ ସୁଷମାସୁବାସଯୁତ ମୁହିଁଆନନ୍ଦ ପ୍ରଫୁଲ୍ଲ ଶାନ୍ତି−ସୁଧା−ପୂର୍ଣ୍ଣ ହୋଇ ଧନ୍ୟ ସିନା ମୁହିଁ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ