କୁଶଳେଶ୍ୱର
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ପ୍ରଭୁ କୁଶଳେଶ୍ୱର,ପ୍ରଜା କୁଶଳ ନ ସ୍ମର ।ପଡିଛି ଆଜି ମୋ ପାଳି,ଦେବି ମନୋମତ ଗାଳି ହେ ।୧।କେନ୍ଦୁଝର ରାଜ୍ୟେଶ୍ୱର,ଭରିଲେ ତବ ଭଣ୍ଡାର,ବିଶାଳ ଛତ୍ର ଚାମର,ସୁବର୍ଣ୍ଣ ଚନ୍ଦ୍ର କେଶର ହେ ।୨।ରୁପାନାଗ ଟେକେ ଫଣା,ମନ କରୁଅଛି ବଣା ।ଭୟେ ଦର୍ଶକ କାତର,ଯିବା ପାଇଁ ସମୀପର ହେ ।୩।ବିପୁଳ ସମ୍ପରି ପାଇ,ଗର୍ବ ମନେ ଅଛ ଧ୍ୟାଇ ।ଗଂଜାଇ ଧୁତୁରାଫଳ,ହେଲେ ତୁମ୍ଭର ସକଳ ହେ ।୪।ହୋଇଚ ଅନ୍ଧାରକଣା,ସଦା ଖାଇ ଭାଙ୍ଗପଣା ।କେତେ କରୁଅଛ ଭାଙ୍ଗି,ଯିବ ଧାନଘର ଭାଙ୍ଗି ହେ ।୫।ପ୍ରଜାଙ୍କର କଷ୍ଟ କଥା,ଥରେ ଶୁଣ ଟେକି ମଥା ।ଧଇଲେ ବିତଣ୍ଡା ଭାବ,କମିବ ତୁମ୍ଭ ପ୍ରଭାବ ହେ ।୬।ଲୁଚି ନ ବସିଣ କର୍ତ୍ତା,ଦିଅ ହେ କୁଶଳବାର୍ତ୍ତା ।ନୋହିଲେ ଏ ଗାଦି ଛାଡ,ଶ୍ମଶାନଭୂମିକି ମାଡ ହେ ।୭।