ନବବର୍ଷେ (୧)
୧୮୭୫–୧୯୨୮
- ସଂକଳନ: ପ୍ରଭାତ-ସଙ୍ଗୀତ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୯୬
- ସ୍ଥିତି
- ସାର୍ବଜନୀନ (Public domain)
ହେ ନୂତନ ହେ ଅପୂର୍ବ ହେ ଦୁର୍ବୋଧ୍ୟ ହେ ଚିରବାଞ୍ଚତ ।ତୋହ ପଛେ ପଛେ କିମ୍ପା ମୁଗ୍ଧବତ ଧାଏଁ ମମ ଚିତ୍ତ ?ପାଶେ ଯାହା ଅଛି ମୋର ପାଇଅଛି ଯାହା ମୁଁ ଅନ୍ତରେ,ନାହିଁ ମାୟା ତାହା ପ୍ରତି ମୋହ ମମ ଅଜ୍ଞାତ ରାଜ୍ୟରେ ।ସେ ସୁଷ୍ମପ୍ତ ସେ ନିଭୃତ ପୁରେ ମମ ପ୍ରବେଶ−ବାସନା,ଛାୟାବାଜୀ ସମ ଯେଉଁ ମାୟା−ରାଜ୍ୟ ସୁଜଇ କଳ୍ପନାବଦ୍ଧତୃପ୍ତ ବର୍ତ୍ତମାନ ଜ୍ଞାତ ରାଜ୍ୟେ ନ ମାନଇ ମନ,ହେ ନୂତନ ଅନନ୍ତର ଛାୟା ତୁହି ହେ ମନୋମୋହନ ।ନବବର୍ଷ ପ୍ରଭାତରେ ଅର୍ଘସ୍ଥାଳୀ ଧରି ବଦ୍ଧ ହସ୍ତେତବ ପ୍ରତୀକ୍ଷାରେ ଆଜି ଉଭା ହୋଇ ରହିଛି ସନ୍ତ୍ରସ୍ତେ ।ହେ ନୂତନ ହେ ଅପୂର୍ବ ହେ ଅନନ୍ତ ହେ ଚିରବାଞ୍ଚିତ,ତବ ଅନୁରକ୍ତ ମୁହିଁ କର କର୍ମ−ତଞ୍ଚଳ ମୋ ଚିତ୍ତ ।ଏ ପୂର୍ବ−ଉଦଧି ତଟେ ନବ−ଉଷା କି ନବ ଉଦନ୍ତ—ଧରି ଗର୍ତ୍ତେ ବିରାଜିବ ଉଜଳିଣ ପରାଚୀ ଦିଗନ୍ତ ।ନୀରବରେ ନବବର୍ଷ ଦୂତ କେଉଁ ନବ ସମାଚାରଉଦାର ଆକାଶେ ଉଚ୍ଚୋନୀରବରେ କରିବ ପ୍ରଚାର ।ବାରିଧିର ବାରିରାଶି ଉଚ୍ଛ୍ୱସିତ ଯେହ୍ନେ ନିରନ୍ତରକଠିନ ସୀମାକୁ ଅତିକ୍ରମି ଯିବାପାଇଁ କି ତତ୍ପର ।ଚଉପାଶେ ସୀମାବଦ୍ଧ ହେଲେହେଁ ମୋ ସଂକୀର୍ଣ୍ଣ ଶକତି,ହେ ଅନନ୍ତ ! ତୋତେଚାହିଁ ରହିଥିବି ସ୍ୱକର୍ତ୍ତବ୍ୟ−ବ୍ରତୀ ।ବନପ୍ରିୟ
—୧—
ପୁଣି ବର୍ଷକ ପରେ ବସନ୍ତ ନିଶାନ୍ତରେଶୁଭିଲା ପଞ୍ଚମ ସୁସ୍ୱର !ପୁଣି ଶୁଣି ସେ ସ୍ୱନ ଭୁବନ ବିମୋହନଉଦାସ ପରାଣ ମୋହର !ସ୍ମରଣ ହୁଏ ଗତ କଥାଅତୀତ ଜୀବନ ବାରତା,ଅପୂର୍ବ ଅଭ୍ୟାଗତ କାହୁଁ ତୁ ସମାଗତନବ−ବସନ୍ତ−ବାର୍ତ୍ତାହର ରେ ବନପ୍ରିୟ ।
—୨—
ପିକ ! ତୋ“କୁହୁ” ସ୍ୱନେ ପଡ଼ଇ ମୋର ମନେମଧୁର−ଶୈଶବ−ଜୀବନକେତେ ନଦୀ−ପ୍ରାନ୍ତର ଘର−ଗ୍ରାମ−ନଗରକେଦାର−ସର ଗିରିବନ ।
ସମ୍ବନ୍ଧିତ ରଚନା
ନାନାବାୟା ଗିତ
ନନ୍ଦକିଶୋର ବଳ
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ