ନବବର୍ଷେ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୫୦
- ସ୍ଥିତି
- ସାର୍ବଜନୀନ (Public domain)
ଚାହୁଁ ଚାହିଁ ପୁଣି ବର୍ଷେ କାଳ−ପାରାବାରେନୀରବେ ଉଭେଇ ଗଲା ବୁଦ୍ବୁଦ୍ ଆକାରେ ।ଅଜ୍ଞାତେ ଜୀବନସ୍ରୋତେ ଆସୁଥିଲି ଭାସି,ଚମକି ପଡ଼ିଲି ଆଜି ବର୍ଷଶେଷେ ଆସି ।ଆଜି ମନେ ପଡ଼େ ମୋର ବିଗତ ବତ୍ସରତା ସଙ୍ଗେ ଅତୀତ−ଗର୍ଭେ ଯୁଗଯୁଗାନ୍ତର ।ଶୁଭେ ଦୂର ପଶ୍ଚାତରେ ବିଶାଦ ସଙ୍ଗୀତଆର୍ତ୍ତହାହାକାର ମର୍ମ୍ମୁଁ ହୁଅଇ ଉତ୍ଥିତ ।ଅତୀତ ବକ୍ଷରେ ରାଜେ ଭଗ୍ନ ସ୍ତୂପରାଜିବ୍ୟର୍ଥ ଆଶା ପ୍ରାଶେ ତୀବ୍ର କ୍ଳେଶ ଦିଏ ଆଜି ।ମଳିନ ହିମାଂଶୁ କାନ୍ଦେ ପଶ୍ଚିମାଶା ତଟେଅଙ୍କିତ ଅତୀତ−ମୃତ−ଚିତ୍ର ସୃତିପଟେ ।କିନ୍ତୁ ସମ୍ମୁଖରେ କରି ନଭ ଉଦ୍ଭାସିତପ୍ରାଚୀକୋଳେ ବାଳଭାନୁ ଉଦ୍ଦାମେ ଉଦିତ ।ମଧୁବ୍ରୀଡ଼ାନତ ନେତ୍ରେ ମୁଗ୍ଧା ଦେବବାଳା,ଲମ୍ବାଇ ପ୍ରଣୟୀ ଗଳେ ବରଣର ମାଳାନବୀନ ଭବିଷ୍ୟ ଗେହେ ନବୀନ ଜୀବନନବ ପରିବାର ଆଶେ କରେ ଆୟୋଜନ ।ଦେଖିଣ ଏ ମଧୁମେଳ ମୋହିତ ମୋ ମନପୂର୍ବ କ୍ଷୋଭ ବିସ୍ମୃତିର ନୀରେ ନିମଗନ ।ଦେଖିଲି ବିବାହୋତ୍ସବେ ସର୍ବ ସଖୀଗଣଉତ୍କଳେ ନ ଦେଖି କ୍ଷୁବ୍ଧ ହେଲା ପୁଣି ମନ ।ପୁଚ୍ଛିଲି ପଥିକବରେ କହିପାର ଭାଇ,ଉତ୍ସବେ ଉତ୍କଳମାତା କିପାଁ ଆସିନାହିଁ ?ବୋଇଲେ, “ଉତ୍କଳ ହୋଇଅଛି ଅଙ୍ଗହୀନାଗଞ୍ଜାମ, ସମ୍ବଲପୁର, କାନ୍ଥିରୁ ବିଚ୍ଛିନ୍ନା ” ।ଭାବିଲି କିଏ ସେ ଅଚି ଏ ମହୀମଣ୍ଡଳେପୂର୍ଣ୍ଣାଙ୍ଗ ନବୀନ ବଳ ଦେବ ମା ଉତ୍କଳେ ?
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ