ମୁଁ ଯେବେ ମରିବି — ଗୋଦାବରୀଶ ମହାପାତ୍ର · ସ୍ୱର୍ଣ୍ଣଲିପିମରିବି ବୋଲି ବସିଲି ଦିନେପାରିଲି ନାହିଁ ମରିସେଇ କଥା ମୁଁ କହୁଚି ଆଜିକଲମ ହାତେ ଧରି-ଲେଖୁଚି ‘ନିଆଁଖୁଣ୍ଟା’ ଏବେବସି ଭୁବନେଶ୍ୱରେଆର ଜନମେ ଜନ୍ମ ହେବିକେଉଁଠି କାହା ଘରେ ?କେଉଁ ବନାନୀ ଶ୍ୟାମଳ କୋଳେ,କେଉଁ ପାହାଡ଼ ତଳେଅଥବା କେଉଁ ପଲ୍ଲୀ ଗାଏଁଫେରିବି ଆଉ ଥରେ ।ଚିନ୍ତା ମୋର ହୋଇଚି ବଡ଼ବିଚାରି ଏଇ କଥା,କେଉଁଠି ପୁଣି ଜନ୍ମ ହେବିକିଏ ସେ କହିବ ତା’ ?ବିଚାର କରେ, ଶ୍ରୀ ମହତାବଅଗରପଡ଼ା ଘରେଜନ୍ମ ଯେବେ ଲଭିବି ମୁହିଁଏଇ ଜନମ ପରେ,ହେଇ ବା’ ପାରେ ମନ୍ତ୍ରୀ ଥରେଉଡ଼ାଇ ଜୟ ଧ୍ୱଜା,କହିବେ ଦେଶେ ସକଳେ ମତେଅଗରପଡ଼ା ରଜା !ତଥାପି ମୋର ନ ବଳେ ମନ,ମରିବି ଖଟି ଖଟି,କିଏ ସେ ମୋର ବୁଲିବ ସାରା-ଦେଶରେ କରି ପାଟି !ଆଉ ଯେ ଥିବେ ମନ୍ତ୍ରୀମାନେମଉଜେ ଥିବେ ଶୋଇ,ଅଗରପଡ଼ା ଉଆସେ ମୁହିଁଜନ୍ମ ହେବି ନାହିଁ !ମନ ମୋ ହୁଏ ଶ୍ରୀ କାନଗୋଇବଂଶେ ହେବି ଜାତ,ଦୁଗ୍ଧଫେନ୍ଶୁକ୍ଳ ବେଶେହୋଇବି ଆତଯାତ ।କହିବି ଖଥା ଅଳ୍ପ କରି,ରହିବି ସବୁଥିରେ,ଗୋଟିଏ କଥା ଭାବିଲେ ଖାଲିଚିତ୍ତ ମୋର ଥରେ-ଜନମ ଦିନୁ ଚଷମା ଯୋଡ଼େଆଖିରେ ରଖି ରଖି,ହୋଇ ପାରିବି ନାଇଁ ମୁଁ କେବେଜୀବନେ ଚାରିଆଖି ।ସେ ଆଶା ଛାଡ଼ି ବିଚାର କରେ-ତିଆରି ନନା ଘରେ,ଜନ୍ମ ଯେବେ ନେବି ରେ ଭାଇ,ଭାଗ୍ୟେ ମୋର ଥିଲେ !ସେଥିକି ରାଜି, କେବଳ ଭାବେ-ମାଂସ ମାଛ ଛାଡ଼ି,ମନ୍ତ୍ରୀ ହୋଇ ପାରିବିନାଇହବିଷ ନିତି କରି ।ଚମତ୍କାର ହୋଇବ ଭାଇ,ହୋଇବି ଯେବେ ବୋଷ,ଘୋଡ଼େଇ ରଖି ପାରିବି ଯେତେଭିତରେ ଥିବା ଦୋଷ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପଗଙ୍ଗାଧର ମେହେର ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟଗଙ୍ଗାଧର ମେହେର ଗଙ୍ଗାଧର ମେହେର
କେବଳ ମୋର ହେଉଚି ଭୟ
ହୋଇବ ବେକ ରକା,
କହିବି ନାହିଁ, ହୋଇବି ନାହିଁ
ଉପରମୁହଁଟେକା ।
ବରିହା ଅଜା ପରିବାରଟା
ଚମତ୍କାର ଭଲ
ନାମଟା ଶୁଣି ଲାଗୁଚି ଲୋଭ-
ରଣଜିତ୍ସିଂ ଲାଲ ।
ଏତିକି ଖାଲି ଖଟକା ଲାଗେ,
କାନରେ ଦିଏ ହାତ,
ଭୁବନେଶ୍ୱର ହୋଇବ ଯେବେ
କୁସ୍ତି କସରତ !
କଟକେ ବସା ନ ଥାଇ ମୁହିଁ
ରହିବି କାହା ଘରେ,
ବରିହା ପିଲା ହୋଇବି ନାଇଁ
କେବଳ ଏଇ ଡରେ !
ଏ ସବୁ ଛାଡ଼ି ମିଶ୍ର ଘରେ
ଜନ୍ମ ନେଲେ ଭାଇ,
ମନେ କରୁଚି ହୋଇବ ଭଲ
ସାରା ଦେଶଟା ପାଇଁ ।
ସ୍ୱାସ୍ଥ୍ୟ ଆଉ ଶିକ୍ଷା ଯାହା
ଜୀବନେ ହେବ ଲୋଡ଼ା,
ସେଇଠି, ଶୁଣେ, ମିଳିପାରିବ
ସବୁରୁ ଥୋଡ଼ା ଥୋଡ଼ା ।
ଏତିକି ଖାଲି ଭାଳଇ ମନେ -
ହୋଇବ ଯେବେ ରୋଗ,
ପାଇପାରିବି ନାହିଁ ମୁଁ ବସି
ଘୋଟା-ବିଜୟା-ଯୋଗ !
ବିଚାରେ ତେଣୁ, ଯେଉଁ ଗାଆଁରେ
ଏଇ ଜନମେ ରହି,
ସାଙ୍ଗ ସାଥୀ ଦୁଃଖ ସୁଖେ
ଜୀବନ ଗଲା ପାଇ,
ଯେଉଁ ଗାଆଁର ପାଣି-ପବନ
ଅଙ୍ଗେ ଦେଲା ବଳ,
ଯା ଭୂଇଁ ତଳ ଧୂଳିରେ ରଚି
ଥିଲି ମୁଁ ଖେଳଘର,
ଯେଉଁ ବକୁଳ ମୂଳରେ ବସି
ରଚିଲି ଫୁଲମାଳା,
ଯେଉଁ ନିର୍ଜନ କୁଟୀର କୋଳେ
ଢାଳିଚି ଲୁହ ଧାରା,
ଆପଣା ସଖା ବନ୍ଧୁ ବୋଲି
ଯାହାରେ ଅଛି ଡାକି,
ସେ ଭୂଇଁ ସେବା କରିବାକୁ ତ
ରହିଚି ବହୁ ବାକି ।
ସେଇଠି ‘ନିଆଖୁଣ୍ଟା’ ହେବ
ସେଇ ଥାନରେ ଲେଖା ।
ଜରୁରୀ ପରିସ୍ଥିତି
ଜରୁରୀ ପରିସ୍ଥିତି ଦେଇଚି ଦେଖା ଏଥି
ଜାଣ କି ସହି,
ବିଲକୁ ଚାହିଁ ଚଷା ଗାଲରେ ହାତ ଦେଇ
ବସିଚ ଚାହିଁ ।
ସେ ଦିଲ୍ଲୀ - ସିଂହାସନେ ରାଜାଜୀ ବସି ତେଣେ
ଦିଅନ୍ତି ଡାକ -
ବିପଦ ଆସେ, କର ମାଣ୍ଡିଆ, ମକା, ଯବ
ଦେଶଟାଯାକ ।
ବସି ଶ୍ରେକ୍ଷେତ୍ର-ବାସେ ଜନାବ ଆସଫ୍ସେ
ଡାକନ୍ତି ଆଜି-
ଯିବ ବା ଯହିଁ ଅଛ କଦଳୀ କର ଚାଷ,
ଲଗାଅ ମଞ୍ଜି ।
ଶ୍ରୀ କାନଗୋଇ ଥାଇ କହନ୍ତି - ଦେଶଭାଇ
କଦଳୀ ଖାଅ,
ବାରଣ୍ଡା ଘର ଛାଡ଼ି ବୁଣ ହେ ମୁଗ, ବିରି,
ଯେଉଁଠି ପାଅ ।
ଜରୁରୀ ପରିସ୍ଥିତି ଦେଇଚି ଦେଖା ଏଥି,
ମୋଟର ଚାଲେ
ଦରମାଠାରୁ ବେଶି ଟି. ଏ.ଟା ହେଲା ଆସି
ଏ କଳିକାଳେ ।
କହଇ ‘ବନମାଳୀ’ ‘ବନା’ ମୁଁ ଥିଲି କାଲି
ବଦଳିଗଲି
ଜରୁରୀ ପରିସ୍ଥିତି ଘଟାଇ ଦେଲା ମୋତେ
ପଦଳୀ କରି ।
ଜରୁରୀ ପରିସ୍ଥିତି ଦେଶରେ ଅଛି ନିତି,
ନାରଣା କହେ,
କୁଟୀର ଘର ମୋର ‘ସିମେଣ୍ଟେ’ ଭରପୂର
ଆପଣାଛାଏଁ ।
ଦେଶଟା ଥାଇ ଅଜ୍ଞ ହେଲି ମୁଁ ‘ବିଶେଷଜ୍ଞ’
ହଠାତ୍କାଲି
‘ବରଜୁ’ ବୁଢ଼ା କହେ ଜରୁରୀ ପରିସ୍ଥିତି
ହେଲାଣି ବୋଲି ।
ପୀରତି - ପଥେ ଏବେ ଜରୁରୀ ପରିସ୍ଥିତି
ଦେଇଚି ଦେଖା
ଶ୍ରୀ ମଧୁ ମହାପାତ୍ରେ କରନ୍ତି ଖାଲି ପ୍ରୀତି-
ଚିଟାଉ ଲେଖା ।
କରନ୍ତି କୋଳାଗ୍ରତ । ଗଞ୍ଜାମ କରାପୁଟ
ତେଲଗୁ ଭାଇ
କାକର ପାଣି ବିଲେ ରଇତ ଧାନ ଦେଲେ
ରସିଦ ନାଇଁ ।
ପଡ଼ିଚି ଢିଙ୍କି ଖାଲି ଧାନ ତ ନାଇଁ ବୋଲି
ଜରୁରୀ ବେଳ
ପୂରୁନି ‘ମିଲ୍’ ପେଟ ଧାନରେ, କହନ୍ତି ତ
କରୁଣାକର ।
ବିକାଶ ବିଭାଗରେ ଜରୁରୀ ପରିସ୍ଥିତି
ଦେଇଚି ଦେଖା-
ହିରଣ୍ୟ ଗର୍ଭେ ତାର ହେଉଚି କାରବାର
ଟଙ୍କା ଓ ଲେଖା ।
କମିଟି ବସେ ଏଥି ଚାରି – କି ଛଅ ନିତି
ଗଣିବ କିଏ,
କମଳଯାକ ବାଳ, ମେମ୍ବର ଧନୁର୍ଦ୍ଧର
ଓଡ଼ିଆ ପୁଏ !
ରଇତ ମାଛ ହେଲେ ବିରାଡ଼ି ସଭାପତି,
ମେମ୍ବର ଚିଲ,
ମାସକ ରିପୋର୍ଟକୁ ଛ’ମାସ କାଳ ଗଲା,
ଜରୁରୀ ବେଳ !
ଦେଉଳଠାରୁ ବଳି ହେଲାଣି ମୁଖଶାଳା
ଜରୁରୀ କାଳେ,
କରିବାଠାରୁ ବେଶି ହୋଲାଣି କଥାକୁହା
ଏ ମହୀତଳେ ।
ମରିବାଠାରୁ ବଳି ହେଲାଣି ଆୟୋଜନ
ଜୀବନଲୀଳା,
ସହୀ ଗୋ କହ ମୋତେ କିମିତି ଚଳିବାଟି
ଜରୁରୀ ବେଳା !
ଅଛତ ଅନ୍ତରେଲକ୍ଷ୍ମୀନାରାୟଣ ସାହୁ