ମୃଗେଶ୍ୱର
୧୮୪୮–୧୯୧୮
- ସଂକଳନ: କରତାଳି
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୨୨୮
- ସ୍ଥିତି
- ସାର୍ବଜନୀନ (Public domain)
ଯାଆଁଳା ପାଶରେ ଯାଇ,ମୃଗେଶ୍ୱର ଦେଖାପାଇ ।କ୍ଷୁଦ୍ରନାଳେ କରି ସ୍ନାନ,କଲି ମୁଁ ଦେବଦର୍ଶନ ହେ ।୧।ଭୁବନେଶ୍ୱର ଦେଉଳ,ଦିଶେ ସେଠାକୁ ମଞ୍ଜୁଳ ।ପାଶେ ପଲ୍ଲୀବାସୀଙ୍କର,ବେଦନା ହରନ୍ତି ହର ହେ ।୨।କରୁଅଛି ନିବେଦନା,ଲାଗିଲା ଘୋର ଯାତନା ।ତୁମ୍ଭେ ମୋ ଔଷଧପାଣି,ବଞ୍ଚାଇବ ମନ ଜାଣି ହେ ।୩।ଛତାବର ବୁଧେଶ୍ୱରଆହେ ପ୍ରଭୁ ବୁଧେଶ୍ୱର,ଖୋରଧାର ଛତାବର ।ଗ୍ରାମରେ ଅଛି ଆସ୍ଥାନ,ରାଜପଥ ସନ୍ନିଧାନ ହେ ।୧।ଖାଉଅଛ ଝରପାଣି,ମୁରଲୀ ଦେଉଛ ଟାଣି ।ନହୁଏ ଶରଦି କାଶ,କେବଳ ଧୂଆଁର ଖାସ ହେ ।୨।ବାଲ୍ୟକାଳ ଦିଅଁ ମୋର,କୁହା ପୁଚ୍ଛା ଅଛି ଘୋର ।ସୂର୍ଯ୍ୟସ୍ତବ ବିନାୟକ,ପଢ଼ିଚି ଉମାନାୟକ ହେ ।୩।ଥିଲ ସେବେ ପିଲା ଦିଅଁ,ଗଞ୍ଜାଇ ଖାଇଣ ଡିଅଁ ।ଏବେ ଛାଡ ସେହି ରୀତଦେବସମାଜେ ଅକୀର୍ତ୍ତି ହେ ।୪।ଲକ୍ଷ୍ମୀ ସାଆଁନ୍ତାଣୀଙ୍କର,ହୋଇଗଲା ଅନାଦର ।କରଣସାମନ୍ତମାନେ,ରହଛନ୍ତି, ଅଭିମାନେ ହେ ।୫।ଉଡିଗଲା ଘରୁ ଧନ,ସର୍ବଦା ଦୁଃଖିତ ମନ ।ଥିଲା ଯେମନ୍ତ ବଭବ,କରିଛ ତ ଅନୁଭବ ହେ ।୬।ତୁମ୍ଭ ପାଶେ ଭୋଗରାଗ,ହେଉଥଲା ଯେତେ ଆଗ ।ଆଉ କି ଅଛି ସେପରି,ଏଣୁ ବୁଝ କାମଅରି ହେ ।୭।ଚାଉଳ କିଣାରେ ଝଡି,ଯିବ ହରିବୋଲ ପଡି ।ଦେଶେ କାହିଁକି ଏମନ୍ତ,ବୁଝାଅ କରି ହେମନ୍ତ ।୮।ଧରି ଭରିଦିଅ ଶିରୀ,ବସାଇ ଖ୍ୱାଇବେ କ୍ଷୀରି ।ଚଞ୍ଚଳରେ ଦୁର୍ଗାପତି,ହର ହ ର ମୋ ଦୁର୍ଗତି ହେ ।୯।କଷଣମଟାଗାଦି (ପଟାମୁଣ୍ଡାଇ)କଷଣମଟାର ଗାଦି,ଯୋଗୀଛନ୍ତ ଯୋଗସାଧି ।ହୋଇଛି ଗୁମ୍ଫା ନିର୍ମାଣ,ଗଠନ ପ୍ରଣାଳୀ ଟାଣ ହେ ।୧।ସାଧୁଙ୍କ ସିଦ୍ଧି ବିରାଟ,କରିଥାନ୍ତି ହରିହାଟ ।