ମୋହାନ୍ତେ
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୧
- ସ୍ଥିତି
- ସାର୍ବଜନୀନ (Public domain)
ଥିଲି ମୁହିଁ ନିଦ୍ରା ନିମଗନଦେଖୁଥିଲି କେବଣ ସ୍ୱପନ !କଟାକ୍ଷେ ମୋ ନିଦ୍ରାଗଲା ଭାଙ୍ଗିସେ ସ୍ୱପନ ଅଛି ପ୍ରାଣେ ଲାଗି ।ଦେଖୁଥିଲି କେସନ ସ୍ୱପନ-ନିଦ୍ରାଭଙ୍ଗେ ହେଲି ବିସ୍ମରଣ,କିନ୍ତୁ ତା’ର ଅସ୍ପଷ୍ଟ ଆଭାସକରିଅଛି ସିକ୍ତ ହୃଦଦେଶ ।ଅସ୍ପଷ୍ଟ ବିଷାଦମୟ କାୟାପ୍ରାଣପରେ ପକାଇଛି ଛାୟା,ବିଷାଦର ବନ୍ୟା ସୁପ୍ରବଳଅନ୍ତରାତ୍ମା ହେଉଛି ବିକଳ ।ଉଠୁଅଛି ପ୍ରାଣୁଁ ହାହାକାରନ ଜାଣଇ ହେତୁ ମୁଁ ତାହାରବିଗତ ଜୀବନ ଦୁଃଖରାଶିଆସୁଛି କିସ୍ମୃତି−ସ୍ରୋତେ ଭାସି ?ଦୂରସ୍ଥିତ ବିରହର ବଂଶୀ−ସ୍ୱନ ପ୍ରାଣ ଅଛି କି ସ୍ପରଶି ?ଅବା ପ୍ରାଣ ଗଭୀର ପ୍ରଦେଶ,ତୀକ୍ଷ୍ଣ ଶଲ୍ୟ କରିଛି ପ୍ରବେଶ,ଯାଉଛି ରୁଧିର ଧାର ବହିଯାତନା ମୁଁ ନ ପାରଇ ସହି ।ଏତେବେଳେ ହେଲା ମୋ ସ୍ମରଣନିଦାରୁଣ ବିଷାଦ କାରଣ ।ପଢ଼ୁଥିଲେ ପ୍ରଣୟ ଚରିତସୁଧାରସେ ଆର୍ଦ୍ର ଥିଲା ଚିତ୍ତ ।ଶେଷେ “ବିଷକୁମ୍ଭ ପୟୋମୁଖ”ଦେଖି ପ୍ରାଣେ ନିଦାରୁଣ ଦୁଃଖ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ