Maud: Tennyson.
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୩ ମିନିଟ୍
- ଶବ୍ଦ
- ୪୫୦
- ସ୍ଥିତି
- ସାର୍ବଜନୀନ (Public domain)
ଦୁଇ ଭ୍ରମର ମିଳି ପ୍ରବାସ କରି ଗଲେଭ୍ରମିଲେ ସୁଦୂର ବିଦେଶେ,ଏମନ୍ତ ବହୁ କାଳ ବହିଣ ଗଲା ଚାଲିବାହୁଡ଼ି ନଇଲେ ସ୍ୱଦେଶେ ।ଏକର ବାଲ୍ୟ ସଖୀ କ୍ଷୀର−ନୀର−ବାନ୍ଧବୀଲତାଏ ଥିଲା; ଦିନ ଯାଉଁକୋମଳ ଅଙ୍ଗରେ ଯେ କଢ଼ିଟି ହୋଇଥିଲାଫଟି ସେ ଦିଶେ ଦାଉ ଦାଉ ।ପ୍ରଭାତ−ସମୀରଣେ ଦୋହଲୁଥାଏ ଲତାଶାଖାରେ ବସି ପକ୍ଷୀ ଗାଏ,ନିଶିପାତ ନୀହାର− ଛଳେ ସେ ଚାରୁଲତାନୟନୁଁ ଧାରା ଝରୁଥାଏ ।ବେଳ ଯାଆନ୍ତେ ବୁଡ଼ି ମାଡ଼ି ଆସେ ଅନ୍ଧାରଫେରନ୍ତି ଗୋଗୋଷ୍ଠେ ଗୋଧନ,ପଥେ ପଥିକମାନେ ପୁଷ୍ପିତା ଲତା−ଅଙ୍ଗେଫେରନ୍ତି ସତୃଷ୍ଣ ନୟନ ।କୃଷକ ନିଜ କ୍ଷେତୁଁ ହାଟୁଆ ଗ୍ରାମ−ହାଟୁପଠାରୁ ଗୋପାଳନ ଫେରଇ,ବନ−ଅନ୍ତରାଳରୁ ଚକ୍ରବାକ ମିଥୁନଡାକ ଦିଅନ୍ତି ରହି ରହି ।ମେଲାଣି−ଗୀତ ଗାଇ ବସା−ଗଛ ଆଡ଼କୁଆକାଶେ ଉଡ଼ିଯାଏ ପକ୍ଷୀକଣ୍ଠେ ବାହୁ ଛନ୍ଦିଣ ଲତା ବିତାନ ତଳେବୁଲନ୍ତି ଆସି ସଖା ସଖୀ ।ଆଲୋକ ଅନ୍ଧକାର− ରମ୍ୟ ମଧୁମିଳନଦେଖନ୍ତି ଏକାକାନୀ ଲତାମଧୁପୂର୍ଣ୍ଣ କୁସୁମ ପୀଡ଼େ ଲତାର ଅଙ୍ଗ,ବିଚ୍ଛେଦେ ହୁଏ ସେ ଆରତା ।ଏମନ୍ତେ ବହୁକାଳେ ଏକଇ ଷଟପଦବାହୁଡ଼ି ଅଇଲା ସ୍ୱଦେଶେ,ସ୍ୱବନ୍ଧୁ−ଅଦର୍ଶନେ ଢଳିପଡ଼ିଲା ଲତାଦାରୁଣ ବିଷାଦ ଆବେଶେ !ଜେମାଦେଈ
-୧-
“ଉଡ଼ିଗଲେ ଗେଣ୍ଡାଳିଆ ଝାଡ଼ି ଦେଲେ ପଖି,ଜେମାଦେଈ କାନ୍ଦୁଛନ୍ତି ବୁଢ଼ା ବର ଦେଖି ।ବାପା ବୋଇଲେ ଝିଅ ମୋର ବାର ବରଷର,ମା ବୋଇଲେ ଝିଅ ମୋର କୋଠାକୁ ସୁନ୍ଦରଭାଇ ବୋଇଲେ ଭଉଣୀ ମୋର କତି ପାଶେ ଥାଉହିଂସିକି ଭାଉଜ କହେ ଦୂର ଦେଶେ ଯାଉ ।”
-୨-
ଉଡ଼ିଗଲେ ଗେଣ୍ଡାଳିଆ ଝାଡିଦେଲେ ପର,ଜେମାଦେଈଙ୍କର ବର ଅଶି ବରଷର ।ଝାଡ଼ିଦେଲେ ପର ଉଡ଼ିଗଲେ ଗେଣ୍ଡାଳିଆ,ଜେମାଦେଈଙ୍କର ବର କୋଇଲିକାଳିଆ ।ଜଗନ୍ନାଥଙ୍କର ସିନା ଅଟଇ ବଡ଼ାଇ,କାହାକୁ ଦିଅନ୍ତି ପାଟ କାହାକୁ ଗଡ଼ାଇ ।
-୩-
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ