ମଣିକାଞ୍ଚନ
କୁନ୍ତଳା କୁମାରୀ ସାବତ · ଭାଗ ୩ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ତୃତୀୟ ସର୍ଗ
ବିଧାତାର ସୃଷ୍ଟି ସାର-ନମସ୍କାରଯୁବାବର ଗୁଣମଣି,ରୂପଗୁଣ ବେନି ଘେନି କେ ଦିଶନ୍ତିନର ଶିର-ଶିଖାମଣି !କବି କଳପନା ଯିବ କେତେ ଦୂରଉଚ୍ଚ କଳପନା ବଳି,ରୂପ କଳିବି କି ଗୁଣକୁ କଳିବିଏ ତାରା ସେ ତାରା ଝଳି ।ରୂପ ସୁରସାଣେ ଗୁଣ ସୁହାଟକଦିଗୁଣ ଝଟକ ବଢ଼େ,ରୂପ ସୁନାହାରେ ଖଞ୍ଜା ଗୁଣମଣିହୀରାଗଛ ମୋତିକଢ଼େ ।ରୂପ ସେ ସୁନ୍ଦର, ରୂପ ସେ ଉଦାର,ରୂପ ତାରକିତ ନିଶା,ଗୁଣ ପରି ତାର ତାରକା ଭାତିରେକୋମଳ କୌମୁଦୀ ମିଶା ।ରୂପ-ଜଳ-ଘନ- ସମାବେଶେ ଗୁଣନୀଳିମା ପରାୟେ ଝଳେ,ରୂପ କାନ୍ତ ନବ ବସନ୍ତ, ଗୁଣ କିଫୁଲବାସେ ପ୍ରତିଫଳେ ।ରୂପ-ରାଜୀବକୁ ଗୁଣ-ରବିରାଗସରାଗେ ଦେଇଛି ଚୁମ୍ୱ,ରୂପ-ଶାମପର୍ଣ୍ଣେ ଗୁଣ-ଫୁଲପନ୍ତି,ଶାନ୍ତି ସହ ଶୋହେ ଧ୍ରୁବ ।ରୂପ ଗୁଣ ସେ କି ଯୁବାବର ଅଙ୍ଗେଗଙ୍ଗା ଯମୁନା ସେ ମିଶା,ଛନ୍ଦ ସୁଲଳିତେ ଛନ୍ଦା କି କବିତା,ଗୀତ ସଙ୍ଗେ ଅବା ଦିଶା !ଚାହିଁଲାବେଳକୁ ଚମ୍ପକ ମୂରତିକମ୍ପେ ମନେ ଧଇରଯ,ପ୍ରେମ ଇଚ୍ଛେ ହେମ- ଅଙ୍ଗ ଆଲିଙ୍ଗନ,ଭକ୍ତି ଲୋଡ଼େ ପାଦରଜ ।ଚାହିଁଲା ସାବିତ୍ରୀ, ଚାହିଁଲା କ୍ଷଣକକ୍ଷଣକେ ନିଜକୁ ଭୁଲି,କମଳକୋମଳ ବଦନ କି ଲାଜ-ସଞ୍ଚାରେ ଗଲା ମଉଳି !ଶ୍ରୀପଦପଙ୍କଜ ପବିତ୍ର ତୀର୍ଥ ସେମଣିଲା ମନେ ସରାଗେ,ଆସନ ସେ ପଦ୍ମ- ପୟର ଛାୟାରେଇଚ୍ଛିଲା କି ଅନୁରାଗେ !ଚଞ୍ଚଳ ତା’ ମନ, ଚଞ୍ଚଳ ତା’ ନେତ୍ରଚିତ୍ରକର ତୂଳି ପରା,ଆଙ୍କିନେଲା କ୍ଷଣେ ମାନସପଟରେଯୁବାର ଶୋଭାପସରା ।ମୃଗାଙ୍କ-ଲାଞ୍ଛନ- ବଦନ ମୋହନମୃଗାକ୍ଷି-ଲାଞ୍ଛନ ଆଖି,ଲଳିତ ଲାବଣ୍ୟ- ସୁଧା ସୁଷମାରେଜେମା ମନ ରହେ ଲାଖି ।ଆଖି ନୁହେଁ ଅବା କ୍ଷୀରାବ୍ଧି କି, ତହିଁମନ୍ଦର ପଡ଼ିଛି ଢଳି,ଦିନାନ୍ତେ ଫୁଟନ୍ତ ମଲ୍ଲିକା କୋରକେନୀଳ ଭୃଙ୍ଗ ଅଛି ଗଳି !ଅବା କଇରବେ ଭ୍ରମୁଛି ଭ୍ରମର,ଚାହାଣି ଚାନ୍ଦିନୀ ଝଳେ,ଶାନ୍ତ ସରସେ ବା ଉଷା ଆଗମନେସଜ ସରସିଜ ଢଳେ !ମାତ୍ର ଜେମା ଆଖି ଦେଖେ ତହୁଁ ବଳିଆନ ଶୋଭା ଉଚ୍ଚତର,ମୁଖେ ପବିତ୍ରତା, ଶୁଭ୍ର ସରଳତା,ଦିବ୍ୟ ତେଜ ମନୋହର ।ପ୍ରଶାନ୍ତ ଗଭୀର ଚାହାଣିରେ ପୂରିରହିଛି ପ୍ରତିଭାରାଶି,ଅନ୍ତର ଆକାର ମହତ୍ତ୍ୱ ଗାରିମାନୟନେ ଉଠେ ଉଦ୍ଭାସି ।ସୁଦୂର ଅତୀତ ସ୍ୱପନରେ ଦିନେଦେଖିଥିଲା କି ସୁମତି,କ୍ଷୀଣ ସ୍ମୃତିପଟେ ରହିଛି କି ଲେଖାଏ ସେହି ପ୍ରିୟ ମୂରତି ?ଅଚିହ୍ନା ଅଜଣା, ତଥାପି ଜେମାରପ୍ରାଣୁଁ ବଳି ପ୍ରିୟତର,‘‘ନିଜ ନିଜ’’ ବୋଲି କହେ ଜେମାମନଚିରବାଞ୍ଛିତ, ସୁନ୍ଦର ।ବିଶାଳ, ସରଳ ଶାଳ ତରୁବରବରବପୂ ଉପମିତ,ଆଜାନୁଲମ୍ୱିତ ବଳିଷ୍ଠ ଭୁଜଶ୍ରୀଶତ୍ରୁ-ଦର୍ପ-ବଳଜିତ ।ସୁବିଶାଳ ବକ୍ଷ ଅଙ୍ଗ ଶୋଭାରାଶିସମ କ୍ଷତ୍ରସୂତ ଦିଶେ,ବେଶ ତାପସର, ଚନ୍ଦ୍ର ଚଉପାଶେଶୁଭ୍ରାଭ୍ରମଣ୍ଡଳ କି ସେ !ପାଦପବଳ୍କଳ- ବିଜଡ଼ିତ ତନୁ,ହେମଗୌର ଦୀପ୍ତ କାନ୍ତି,ସ୍କନ୍ଧେ ଉପବୀତ, କରେ ଫୁଲପାତ୍ରମୂର୍ତ୍ତିମନ୍ତ ପୂତ ଶାନ୍ତି ।ଅବା ମୂର୍ତ୍ତିମନ୍ତ କାନ୍ତ ହେମବନ୍ତଗିରୀଶ ହିମଶଇଳ,ଉପବୀତ ସୂତ୍ର ସମା ସରସ୍ୱତୀଜଳଧାରା ଅନାବିଳ ।ସୁର-ତେଜ-ମର- ସୁଷମା ସମୂହସମାବେଶ ଏକାଧାରେ,ପରିମଳମୟ ଫୁଲମାଧୁରୀ କିମିଶିଛି ପ୍ରାତଃ ଶୋଭାରେ !ଚୁମ୍ୱିଛି କୁଞ୍ଚିତ କୁରଳ କପାଳେ,କାଦମ୍ୱିନୀ କୋଳେ ଶଶୀ,କିବା ସେ କମଳ- କୁସୁମ ପାଖୁଡ଼ା,ଭୃଙ୍ଗ ରହିଛନ୍ତି ବସି,ଅବା ସେ ଲାବଣ୍ୟ ଲହରୀ ଶୋଭନ,ଲଲାଟପଟ କି ତଟ,ନିଶୀଥ ଉପମା ସେ କୃଷ୍ଣ ସୁଷମା,ଭାଲ ଦିବା ଚିତ୍ରପଟ !ଭୁରୁରୂପେ ସେ କି ସ୍ମିତ ଚନ୍ଦ୍ରମୁଖେରମ୍ୟ କଳଙ୍କର ରେଖା,ଅବା ସେ ଉଜ୍ଜ୍ୱଳ କପାଳଫଳକେଦିବ୍ୟ ବର୍ଣ୍ଣାବଳୀ ରେଖା !ରୁଚିର ବଦନ ବରରୁଚି ରଶ୍ମିରବିରଶ୍ମି ସମତୁଲ,ତହିଁ ପୁଣି ସ୍ନିଗ୍ଧ ନୟନ ବେନି କିଚାନ୍ଦର ସୁଷମା ଠୁଳ !ଶିରାପ୍ରଶିରାରେ ତଡ଼ିତ ପ୍ରବାହନିମିଷେ ଗଲା ସଞ୍ଚରି,ହୃଦପାରାବାରେ ତୁମୂଳ ଝଟିକାଭାଙ୍ଗିଲା କି ଧୈର୍ଯ୍ୟତରୀ !ଜେମା ଭାବଭଙ୍ଗୀ ନିରେଖି ସଖୀଏକହିଲେ ଆଦରେ ଛଳି,‘‘ବଶୀକରଣର ମୋହନ ମନ୍ତରଜାଣେ କି ଏ ବନସ୍ଥଳୀ;ପାଦତଳ ବାନ୍ଧି- ଦେଲା କି ଏ ମାଟି,ବାନ୍ଧିଲା କି କାହା ମନ,ଆନତ ଆନନେ ଛିଡ଼ା କାହିଁପାଇଁ,କିମ୍ପା କମ୍ପେ ଅପଘନ ?’’ସରମେ ସାବିତ୍ରୀ ନ କହିଲା କଥା,ରହିଲା ଭୂଇଁକି ଚାହିଁ,ଏଣେ ସହସା ସେ ତାପସକୁମାରଅନାଇଲା କାହିଁ ପାଇଁ ?ସହସା ତା’ ଆଖି ରହିଗଲା ଲାଖିକାହାର ସୁନ୍ଦରାନନେ,ଶୋଭିନୀ ସେ ବର- ବର୍ଣ୍ଣିନୀ, ମୋହିନୀପଦ୍ମିନୀ କି ନାରୀ-ବନେ ।ନୟନେ ନୟନ ମିଶିଲା ସହସା,ମନରେ ମିଶିଲା ମନ,ଟାଣିନେଲା ଯୁବା ଅୟସ ଅନ୍ତରଚୁମ୍ୱକଶଳାକା ସମ ।ସର୍ବାଙ୍ଗୁଁ ପୁଲକ- ସ୍ୱେଦ ଗଲା ଦହି,ଲାଜେ ଉପୁଜିଲା ସୁଖ,ବିବେକ ପୀଡ଼ନେ ଭୀମମତି ଧୀରେନତ କଲା ପଦ୍ମମୁଖ ।ନିମିଷକ ଆଗେ ଥିଲା ସେ କି ଆନ,ନିମିଷେ ହେଲା ସେ ଭିନ୍ନଗଲା ବହୁଦୂରେ ମନ ପୁରାତନପୂରୁବୁଁ ଯଥା ପଶ୍ଚିମ ।କି କୁସୁମ ତୋଳି ଆସିଥିଲା ବନେତୋଳିଲା ଭ୍ରମେ କି ଫୁଲ,ଗରଳ ସୁଧାର ସଦନ ତହିଁ କିସୁଖ ଦୁଃଖ ଦୁଇ ଠୁଳ !ନବାଲୋକ ଆଜି ଯୁବା ଲୋଚନରେ,ନବଭାବ ହୃଦୟରେ,ନବପ୍ରେମ ଆଜି ନବୀନ ପ୍ରାଣରେ,ନବଶୋଭା ଚରାଚରେ ।ନବ ସଙ୍ଗୀତରେ ହୃଦତନ୍ତ୍ରୀ ଆଜିବାଜିଲା ମୋହନ ସ୍ୱନେ,ଉଲ୍ଲସିତ ଦେହ, ଉଚ୍ଛୁଳିଲା ସ୍ନେହଧରା, ସାଗର, ଗଗନେ ।ସଖାବେନି ମେଳେ ସ୍ନିଗ୍ଧ ପ୍ରାତଃକାଳେଆସିଥିଲେ ବୁଲି ବନ,ତୋଳି ଫୁଲକଳି ଦେବପୂଜା ପାଇଁନେବେ ପରା ତିନିଜଣ ।ପଛରେ ଗୋଡ଼ାଇ ଆସିଥିଲା ଏକକ୍ଷୁଦ୍ର ତୁରଙ୍ଗମ ଶିଶୁ,ସତ୍ୟର ଜୀବନ- ଅଧିକ ସେ କି ଗୋ,ସ୍ନେହରେ ମାନବଶିଶୁ ।ଆଉଁସି ଆଉଁସି ପୃଷ୍ଠଦେଶ ତା’ରକୋମଳ କରପରଶେଭାସୁଥିଲା ଯୁବା ବେନି ସଙ୍ଗୀ ସହଗଳ୍ପକ୍ଷୀରାର୍ଣ୍ଣବ ରସେ ।ବସନ୍ତ, ସୁରଥ, ସତ୍ୟ-ସଖାତ୍ରୟବୁଲୁଁ ବୁଲୁଁ ବନପ୍ରାନ୍ତେସହସା ଅସଂଖ୍ୟ ଲୋକଙ୍କୁ ନିରେଖିହେଲେ ବିସ୍ମିତ ଏକାନ୍ତେ ।ମୁନିକୁମାର ସେ କି କାର୍ଯ୍ୟ ତାଙ୍କରଘେନି ଆନ ପରିଚୟ,ବନେ କି କାରଣ ଭ୍ରମନ୍ତି ଏମାନେସଙ୍ଗେ ଘେନି କରୀ, ହୟ ।ପାରିଧି କରି କେ ଆସିଥିବେ ନୃପଏପରି ବିଚାରି ମନେକିଛିଦୂର ଯାଉଁ ଦେଖିଲେ ଅଦୂରେଉଭା ଶୋଭା ବାମାଗଣେ ।ମରତ ମାନବୀ ନୁହଁନ୍ତି ସେ ଅବାସ୍ୱରଗର ଅପସରୀ,କିମ୍ପା ଉଭା ଆଜି ନିକାଞ୍ଜନ ବନେନାରୀକଳେବର ଧରି !ବସନ୍ତ, ସୁରଥ- ମୁନିକୁମାର ସେ,ନ ଥିଲା ତହିଁକି ମନ,ମାତ୍ର ସତ୍ୟବାନ- ସେ ରାଜନନ୍ଦନ,ଅନାଇଲା ଘନଘନ ।ବସନ୍ତ, ସୁରଥ ବେନି ଜନେ ସତ୍ୟପଚାରିଲେ ତଥ୍ୟ କରି,‘‘ଜାଣ କି ଏମାନେ ଆସିଛନ୍ତି କାହୁଁ ?’’‘‘ନ ଜାଣୁଁ ହେ ତୁମ୍ଭପରି ।’’କହିଲେ ବେନିଏ, ବାଟ ଚାଲୁଁ ଚାଲୁଁବିଚାରିଲେ ସଖାତ୍ରୟ-ଜାଣିବା ନିଶ୍ଚୟ କେଉଁ କଉଶଳେଏହାଙ୍କର ପରିଚୟ ।କହଇ ବସନ୍ତ, ‘‘ପାରିଧି କରି କେନୃପ ଆସିଥିବେ କାହୁଁ,ଆସିଥିବେ ଜେମା ଗହଣେ, ସତ୍ୟ କିସତେ ଭୋଳ ଚାହୁଁ ଚାହୁଁ ?’’ଲାଜେ ସତ୍ୟବାନ କହେ ମଥା ପୋତି,‘‘ରଖ ସଖା ରଙ୍ଗରସ,କେଜାଣି କିପାଇଁ ଅତର୍କିତେ ଆଜିମନ ମୋ ହୋଇଛି ବଶ ।କି କୁକ୍ଷଣେ ଆଜି ଘରୁ ବାହାରିଲିସହସା ଏ କି କୁମତି,ଦୃଢ଼ତା ମୋହର ନାହିଁ ତଳେ, କ୍ଷୋଭେହୃଦୟ ହୁଏ କରତି ।ମୋ ନେତ୍ର ଅଗ୍ରତେ ବିସ୍ତାରେ କେ ଆଜିଦିବ୍ୟ ଇନ୍ଦ୍ରଜାଲ ମାୟା,ପ୍ରତି ପଦକ୍ଷେପେ ଚମକେ ମୋ ପ୍ରାଣ,ଡରେଁ ମୁଁ ଦେଖି ମୋ ଛାୟା ।କିଏସେ ସେ ନାରୀ ମନେ ନ ବିଚାରିରହି ତାପସଙ୍କ ମେଳେକଲି କି ଅଧର୍ମ !’’ ସଖା କହେ, ‘‘କାକ-ନୀଡ଼େ ପିକ ଧର୍ମ ହେଳେ ?ତୁମ୍ଭେ ରାଜପୁତ ରାଜନନ୍ଦିନୀରପାଣିଗ୍ରହ-ଯୋଗ୍ୟ ବର,ତୁମ୍ଭପରି ରାଜ- ଯୁବାବ୍ରଜେ କିଏଅଛି ଜ୍ଞାନୀ ବୀରବର ?’’‘‘ବୃଥା ସେ ପ୍ରଶଂସା, ଜାଣ ତୁମ୍ଭ ସଖାଗୁଣେ କେ ହୋଇବେ ବାଇ ?ରାଜ୍ୟହୀନ ପିତା ବନବାସୀ, ମୋରରାଜଗଉରବେ କାହିଁ ?କି ଅଛି କପାଳେ ଜଣାନାହିଁ ଭାଇ,କିମ୍ପା ଏ କୁଟିଳ ଆଶା,କୂପ କେ ଖୋଜନ୍ତା ମରୀଚିକା ଜଳେଶମନ୍ତା ଯଦି ପିପାସା ?ରମଣୀ ରସନ୍ତି ହୀରା, ମଣି, ସୁନା,କେ ରସିବ ଲୁହା ଖଣ୍ଡେ,ଚୂତ ତରୁ ଥାଉଁ କହ କି କାରଣେପୂଜିବ କେହୁ ଏରଣ୍ଡେ ?’’କହଇ ସୁରଥ, ‘‘କେତକୀ କାନନେକିପାଁ ବୁଲୁଥାଏ ଅଳି ?ସୁବାସ ଥିଲାକୁ, ମାତ୍ର ମଧୁଲୋଭୀକଣ୍ଟାରେ ନ ପାରେ ଗଳି ।’’‘‘ଉଚିତ ଉପମା ନୋହିଛି’’ ବସନ୍ତକହିଲା ପ୍ରତିବଚନେ,‘‘କେତକୀ-ସୁବାସ ଆସବ ବିହୁନେଭ୍ରମର ନଯାଏ ଭ୍ରମେ ।ରଙ୍ଗ ଟହ ଟହ ପଳାଶ କୁସୁମକହ କେ ଆଦରେ ଭାଇ,ପତର କୋଣରେ ଫୁଟନ୍ତା କାମିନୀବଳୀଏ ତୋଳନ୍ତି ଧାଇଁ ।ବାହାର ଝଳିରେ ଭୁଲେ କି ମନସ୍ୱୀ,ନରୁଁ ବଳି ନାରୀବୁଦ୍ଧି,ହୀରା ଛାଡ଼ି କାଚ କରେ କେ ପସରା,ଗୁଣ ଛାଡ଼ି ଭଜେ ରଦ୍ଧି ?’’‘‘ସ୍ୱପନେ ଅଥବା ସୁରଲୋକେ ଭାଇଅଛି ପ୍ରକୃତ ଆଦର,କୃତ୍ରିମ ମୋହରେ ମହୀ ବିମୋହିତ,ସୁନାକୁ ବଳେ ପିତ୍ତଳ ।ମାଣିକ୍ୟ ଆସନେ ବସେ କଟା କାଚ,ରୂପାକୁ ହରାଏ ରସ,ଅନ୍ତର କପଟ ଚାତୁରୀ ଘୋଡ଼ାଏମୁଖର ଶୁଖିଲା ହସ ।’’‘‘ନାରୀ ମାୟାବିନୀ ନାରୀ କୁହୁକିନୀବିଶ୍ୱାସଘାତିନୀ ଅତିକହିଛନ୍ତି ପରା ଋଷି ପରମ୍ପରା,ଭ୍ରମେ ନ ଯାଅ ତା’ କତି ।’’‘‘ତଥାପି ହେ ଭାଇ, ନାରୀ ଇଷ୍ଟଦେବୀ,ଗୃହଲକ୍ଷ୍ମୀ, ଧନସାର,ତୁମ୍ଭ ଭାଗ୍ୟେ ତାହା ଘଟନ୍ତା କି ସଖୀରାଜ୍ୟ ଧନ ତ ଅସାର ।ମୋତିମାଳ ଫିଙ୍ଗି ଗୁଞ୍ଜାକୁ ଆଦରେଶବରୁଣୀ ଯେଉଁପରିସେପରି ଦୁଃଶୀଳା ହୀନମତି ଜାୟାଲଭିଲେ ତ ଯିବ ସରି !ଇକ୍ଷୁରସଜାତ ମଧୁର ଶର୍କରାରସନା-ଆନନ୍ଦକର,ପଚି ସେ ଉପୁଜେ ତୀବ୍ର ସୁରାସାର,ଏ ସୁଧା, ସେ ହଳାହଳ ।’’କହଇ ସୁରଥ, ‘‘ରଖ ଯୁକ୍ତିତର୍କ,ମୁଁ ମନେ ରଖିଛି ଗଚ୍ଛି,ସତ୍ୟବାନ ସରି ବରବାଳା ଏକାଇନ୍ଦ୍ରଙ୍କୁ ଯେସନେ ଶଚୀ ।ସତ୍ୟ କରି କହ ସତ୍ୟ, ବେନିଜନେନ ଭୁଲିବ ଆମ୍ଭ ସଙ୍ଗ,ପ୍ରଜାପତି ତୁମ୍ଭ ସମ୍ୱନ୍ଧ ବାନ୍ଧିଛିନୁହେଁ ଏ ତ କଥାରଙ୍ଗ ।’’‘‘କି କହ ସୁରଥ ଅତି ଅସମ୍ଭବ’’କହେ ସତ୍ୟବାନ ଲାଜେ,‘‘ଯାହାକୁ ତାହାକୁ ଘେନି ରଙ୍ଗରସଏ ପରା ତୁମ୍ଭଙ୍କୁ ସାଜେ ।’’‘‘ଗଳ୍ପ ଶୁଣ’’ କହେ ସୁରଥ ଆଦରେ,‘‘ସପତ ବରଷ ବେଳେଯାଇଥିଲି ଏକ ନୃପତି ସଭାକୁବହୁ ମୁନିଋଷି ମେଳେ ।କରିଥିଲେ ରାଜା ମହା ମହୋତ୍ସବଜେମାମଣି ଜନ୍ମଲାଗି,ଭୁଲି ପାରିନାହିଁ ସେଦିନ କଥା ହେରହିଛି ମୋ ମନେ ଜାଗି ।ଏତେ ଦାନ ଧ୍ୟାନ ଦେଖିନାହିଁ କାହିଁଏତେ ସାଧୁସମାଗମ,ଭଜନ କୀର୍ତ୍ତନ ବିଭୁ ନାମ ଗାନଏତେ ଦାନ ବିତରଣ ।ପୂର୍ବତନ ଆମ୍ଭ ଆଶ୍ରମକରତାକପିଧ୍ୱଜ ମହାମୁନି,ବିହିଥିଲେ ନାମ ‘ସାବିତ୍ରୀ’ ଜେମାରଦେବୀଙ୍କ ମହିମା ଶୁଣି ।ଶୁଣିଥିଲି ସଖା, ମଦ୍ରପତି ଜେମାସାବିତ୍ରୀ ଅଦ୍ଭୁତ ନାରୀ,ନାରୀ ନୁହେଁ ସେ ତ ଦେବୀ ବୀଣାପାଣି,ଅତି ବିଦୁଷୀ କୁମାରୀ ।ଦେଶଦେଶାନ୍ତରେ ସଞ୍ଚରେ ତା’ ଯଶଃତୁମ୍ଭେ ଶୁଣିଥିବ ପରା,ସାକ୍ଷାତ ଶଙ୍କରୀ, ଓହ୍ଲାଇ ଆସି କିମଣିଛନ୍ତି ମଦ୍ରଧରା ।’’କହିଲା ବସନ୍ତ, ‘‘ହେଲି ତେବେ ହେଲାସତ୍ୟଯୋଗ୍ୟ ବନନାରୀ’’ଲାଜେ ସତ୍ୟବାନ ରୋଷ କହିଲା ସେ‘‘ଲଜ୍ଜା କି ନାହିଁ କାହାରି ?ବିବାହ କଥାରେ ଖେଳ କଉତୁକତୁମ୍ଭେ ପରା ମୁନିସୁତ,ବକ ନେଇ କୁଞ୍ଜେ ଖଞ୍ଜୁଛ କିପାଇଁ,ହଂସ ଯଦି ଉପଯୁକ୍ତ ।ବସନ୍ତ, ସୁରଥ ତୁମ୍ଭ ଯୋଗୁଁ ଆଉବରତି ନ ପାରେଁ ଠୁଳେ,କାହିଁ ସେ ସାବିତ୍ରୀ, କାହିଁ ସତ୍ୟବାନ,ଅଙ୍ଗାର କି ହୀରା ତୁଲେ ?ନୋହିଲା କଥାକୁ ହୋଇଲା କରିଣକରୁଥିବ ପରିହାସ,ମଦ୍ରରାଜ ଜେମା ଆସିବ ମୋ ସଙ୍ଗେକରିବାକୁ ବନବାସ ?ଥାଉଁ ଅଙ୍ଗ, ବଙ୍ଗ, କଳିଙ୍ଗ, ତୈଲଙ୍ଗ,ଚେଦି, ଭୋଜରାଜ୍ୟପତି,ବିରାଟ, ବିଦେହ, ପାଞ୍ଚାଳ, କୋଶଳ,କର୍ଣ୍ଣାଟ, କାଞ୍ଚି ନୃପତି,ମହା ମହାରାଜ ଜେମାମଣି ତୁଲେବରିବେ ବନବାସୀକି,କିପାଁ ପରିହାସ କର ନ ଜାଣି ମୋମନ ଜନେ ଧିକି ଧିକି ।ନୃପସୁତ କେହି ନୋହିଲେ ସାହସୀଧରିବାକୁ ଯାହା କର,ଶୁଣି ନ ଥିଲେ କି କହୁଥିଲେ ଦିନେମୁନିବର ଶ୍ୱେତାମ୍ୱର ।ତୀର୍ଥ ପର୍ଯ୍ୟଟନୁଁ ଫେରି ସେ ଆସନ୍ତେପଚାରନ୍ତେ ପିତା ମମ,ନାନା ଜନପଦ ସନ୍ଦେଶ କହିଣ-ଥିଲେ ସେ ମୁନିସତ୍ତମ ।ସ୍ୱୟଂବର ସଭା ଭଗ୍ନ କିବା କ୍ଷୋଭେରାଜା ଅଶ୍ୱପତିଙ୍କର,ନିମନ୍ତ୍ରଣେ କେହି ନ ଆସିଲେ ନୃପ‘ଅଯୋଗ୍ୟ’ ବିହି ଉତ୍ତର ।ଏଥୁଁ ବଳି କଥା ଅଛି କି ହେ ସଖାକ୍ଷତ୍ରକୁଳେ ଅଭିନବ ।ଅଭିନବ ଲୋକେ କହନ୍ତି ସାବିତ୍ରୀ,ଦେବୀଅଂଶୁ ଉଦ୍ଭବ ।ଯଥାର୍ଥ ଯଦି ତା’, ଦେବତା କେହି ତା’ପତିପଣେ ହେବେ ସରି,ନୋହିବ ତ ସରି କିଙ୍କରପଣକୁଛଅଗଣ୍ଡା ମୋହ ପରି ।ମୁଁ ପୁଣି ଦରିଦ୍ର କାନନନିବାସୀହେଲି ତା’ର ଯୋଗ୍ୟ ବର,ମରୀଚିକା ଜଳ- ଭ୍ରମ ଏ କି ଅବାଆକାଶେ ତୋଳିବା ଘର !ରଙ୍ଗ ଦେଖେ କେତେ, ବୃଥା କଷ୍ଟ ଦିଅରାଜ୍ୟହୀନ ଭାବି ଭାଇ,’’କହିଲେ ସଖାଏ, ‘‘ଏଡ଼େ ରୋଷ ତବ,ତା’ ଆମ୍ଭ ମନରେ ନାହିଁ ।ସତ୍ୟ କଥା ଲାଗି କିପାଁ ପେଟବ୍ୟଥା,ଚିହ୍ନରା ଚିହ୍ନଇ ମଣି,ଗୁଣୀ ଚିହ୍ନେ ଗୁଣ, କହୁଁ ସେଥିପାଇଁଗୁଣବତୀ ଜେମାମଣି ।’’‘‘ତୁମ୍ଭ ଜେମା କଥା ରଖ ତୁମ୍ଭ ଘରେ,ଜେମାରେ କି କାର୍ଯ୍ୟ ମୋର,ଭାଷିଲା ବସନ୍ତ, ‘‘ଏବେ ତେବେ କହହୋଇଛ କିମ୍ପାଇ ଚୋର ।ବନ ଭ୍ରମି ଦେବୀ ଆସି ତା’ର ତୁମ୍ଭଆଖିରୁ ନିସ୍ତାର ନାହିଁ,ପରିଚୟ ଜାଣି- ପାରିବା କାରଣକୌତୂହଳ କାହିଁ ପାଇଁ ?’’ପରିଚୟେ ଦୋଷ ଅଛି କି ବିଶେଷ,ମୁଁ ତ ଭାବିନାହିଁ କିଛି ।’’‘‘ତୁମ୍ଭେ ନ ଭାବିଛ,’’ କହିଲା ବସନ୍ତ,‘‘ସେ ରାଗସାଗର ବୀଚି ।ରତ୍ନ ଲାଭ ସିନା ହେବ ପରେ, ଏବେବୁଡ଼ ଆଗେ ସିନ୍ଧୁ ଜଳେ,ରତ୍ନ କି ଭାସୁଛି ଲହରୀ ପ୍ରବାହେ ?ରହିଛି ଅତଳ ତଳେ ।ଶାମୁକା ଫିଟାଇ ମୁକୁତା କାଢ଼ିବ,ଖଣି ଖୋଳି ସିନା ହୀରା,ବିନାୟାସେ ସିନ୍ଧି କାହିଁ, କାଢ଼ୁଥିଲେକଥାରେ ଜୀରାରୁ ଶିରା ।’’ସମାପି ବଚନ ଧାଇଁଲେ ବେନିଏ,ମିଳିଲେ ସାବିତ୍ରୀ ପାଶେ,ଖୋଜେ ଯାହା ମଳୁ କହେ କି ବଇଦମଳୁର ଅରୁଚି ନାଶେ ।ମଞ୍ଜୁଆତି ତରୁ ମଞ୍ଜୁ ଫୁଲପୁଞ୍ଜେଜେମା ହେଉଁ ଅଭିଳାଷୀଡାଳ ନୁଆଁଇଣ ଛିଣ୍ଡାଉଣଥିଲେତାଙ୍କ ସହଚରୀ ଦାସୀ ।କମ୍ପେ କଳେବର ଭାବାବେଶେ, ଲାଜେମନ ଆନନ୍ଦେ ଅଧୀର,ଭାବୀ ଭାବନାରେ ମିଶି କଳପନାସୃଜେ କି ଚିତ୍ର ରୁଚିର !ନ ଚଳୁଁ ଚରଣ ବାଜିଲା ଶ୍ରବଣେକାହାର ଚରଣଧ୍ୱନି,ପଛକୁ ଅନାଇ ବେନି ମୁନିସୁତେଆସିବା ଦେଖିଲା ଧନୀ ।ଛାତିରେ ଛନକା ପଶିଗଲାପରା,ଚମକିପଡ଼ିଲା ଚାହିଁ,ଖସିଗଲା ସତେ ନୟନରୁ ତାରା,ଦେହଯାକ ଝାଇଁ ଝାଇଁ ।ପଲକେ ସମ୍ଭାଳି- ନେଲା ଭାବାବେଗନ ଦେଖୁଣୁ ଆନ ଆଖି,ଫୁଲ ତୋଳିବାରେ ହେଲା ତତପରଫୁଲ୍ଲମୁଖେ କମଳାକ୍ଷୀ ।ଆସିଣ ଅଗ୍ରତେ ଛିଡ଼ା ହେଲେ ଧୀରେବସନ୍ତ, ସୁରଥ ବେନି,ହେଲେ ଆସି ଉଭା ହରି ହର କିବାତୀରା ମିଥୁନ ଏ ବେନି ।ସମ୍ଭ୍ରମେ ସୁଶୀଳ ବିହି ନମସ୍କାରଭାଷନ୍ତି ବିନମ୍ର ସ୍ୱରେ,‘‘ଆଶ୍ରମବାସୀଏ ନ ଫେରାନ୍ତି ଦେବୀ,ଅତିଥିଙ୍କୁ ଅନାଦରେ ।ଦେବୀ ବା ମାନବୀ ହୁଅନ୍ତୁ, ଆମ୍ଭରଆଶ୍ରମ ଦୁଆର ମେଲା,ପୂତ ପଦଧୂଳି ଅର୍ପଣ ପ୍ରସାଦେନ କରିବେ କେଭେଁ ହେଳା ।କଥାଟିଏ ମାତ୍ର ନିବେଦନ ଲାଗିଉଦ୍ବିଗ୍ନ ଆମ୍ଭ ମନ,ଦେବୀ କି ମାନବୀ କେ ହେବେ ଆପଣପବିତ୍ରିଲେ ତପୋବନ ?’’ଜେମାମୁଖ ଚାହିଁ ଭାଷେ ଜେମାସଖୀ‘‘ମଦ୍ର ମହୀପତି ସୁତା,ମହୀମଣ୍ଡନା ଏ ସାବିତ୍ରୀ, ସୁଶୀଳାମହତ ସଦ୍ଗୁଣଯୁତା ।’’ଚାହିଁଲା ବସନ୍ତ ଚାହିଁଲା ସୁରଥ,କ୍ଷଣେ ଭଜି ମହାସ୍ତମ୍ଭ,ସାବିତ୍ରୀ, ସାବିତ୍ରୀ- ଦେବୀଙ୍କ ସନ୍ତତିଅଗ୍ରେ ଉଭା, ଅସମ୍ଭବ !କ୍ଷଣେ ନେଲେ କଳି ଅପୂର୍ବ ଲାବଣ୍ୟଦେବୀତେଜ ଜିଣି ଜ୍ୟୋତି,ସତ୍ୟଚିତ୍ତ କିପାଁ ଭଜଇ ବିକାରନିରେଖି ଏ ମହାଦ୍ୟୁତି ।ନୁହେଁ ତା’ ଯୌବନ- ସୌନ୍ଦର୍ଯ୍ୟ ମହିମାନେତ୍ରସ୍ମିତ ବୀଚିଭଙ୍ଗ,ଶତ ସୂର୍ଯ୍ୟ-ଶଶି- ପ୍ରଭା ରାଶିରାଶିସ୍ଫୁରେ ବାମା ଦିବ୍ୟ ଅଙ୍ଗ ।ଗଭୀର ସାଗର- ନୀଳିମ ଲହରୀକି ଭାବସୁଷମାଭରା,ଶତ ସ୍ନେହରତ୍ନ ପ୍ରଚ୍ଛନ୍ନ ଲୋଚନକଟାକ୍ଷେ ଜିଣିବ ଧରା ।ଯୁକ୍ତ କରପୁଟେ ପ୍ରଣମି ସୁରଥବସନ୍ତ ସଙ୍ଗତେ ଭାଷେ,‘‘ଦେବୀ, ତବ ପୂତ ଚରଣ ଦର୍ଶନେଧନ୍ୟ ଆଜି ମହୋଲ୍ଲାସେ !କୃତାର୍ଥେ ଆମ୍ଭେ ଗୋ ଯେଣୁ ଆମ୍ଭ ସଖାକୌତୂହଳୀ ସତ୍ୟବାନଦେବୀ ପରିଚୟ ପ୍ରାପ୍ତି ପ୍ରତ୍ୟାଶାରେପ୍ରେରିଲେ ଆମ୍ଭଙ୍କୁ ଜାଣ ।ଶାଲ୍ୱ ନରପତି ଋଷି ଦ୍ୟୁମତ୍ସେନମହିଷୀ ମହିମାବତୀ,ସୁତ ସତ୍ୟବାନ ଘେନି ବନାଶ୍ରମେରହିଛନ୍ତି ମହାମତୀ,ସ୍ୱଭାବେ ପ୍ରଶାନ୍ତ ଉଦାର ଅନ୍ତରମହାତେଜା, ଅରିତ୍ରାସୀ,ହରାଇ କୁକ୍ଷେଣେ ସେବକ କୁଚକ୍ରେରାଜ୍ୟ, ଆଜି ବନବାସୀ ।ଅନ୍ଧ ମହାରାଜା ବେନୀ ନେତ୍ର ଦେବୀ,ଏଡ଼େ କଷଣ ତାଙ୍କର,ବିଭୁ ଧ୍ରୁବ ପଦୁଁ ଭକତି ବିଶ୍ୱାସଠୁଳ ନ ହେଲା ଅନ୍ତର ।‘ଦୟାମୟ ହରି ହରିନେଲେ ରାଜ୍ୟସୁଖ, ନେତ୍ର, ପବିତ୍ରିଣ,ଚିତ୍ତ କଳୁଷିତ, ଉଜ୍ଜ୍ୱଳି ଅନ୍ତର-ଅନ୍ଧାର ମହାମହିମ ।’ସଦା ଏହିପରି ଆନନ୍ଦ ବଚନ,ରାଜା ତ ନୁହନ୍ତି, ଋଷି,ମହିଷୀ ତାଙ୍କର ଦେବୀ ମାଳବିକାଧରମ ଶାସ୍ତ୍ରେ ବିଦୁଷୀ ।ସତୀ ଶିରୋମଣି ପତି ସାର ମଣିନ ସୁମରି ପିତୃଗୃହ-ସୁଖ ସମ୍ପତ୍ତିକି, ପତି ବିପତ୍ତିକିବରିଲେ ନ ଢାଳି ଲୁହ ।ସୁତ ସତ୍ୟବାନ ତେଜେ ଅପ୍ରତିମସତ୍ୟନିଷ୍ଠ, ଧର୍ମମତି,ସତ୍ୟେ ଆସ୍ଥା ଜାଣି ରଖିଲେ ଏ ନାମଚିତ୍ରରଥ ମହାଯତି ।ସ୍ୱଭାବେ ସୁଶୀଳ, ନିର୍ମଳ ଚରିତ୍ରକ୍ଷାତ୍ର ତେଜେ ପୁରନ୍ଦର,ଜନକ ଜନନୀ ଚରଣକମଳନିତ୍ୟ ସେବା ତତପର ।ଅଶେଷ ସଦ୍ଗୁଣ ସମ୍ପନ୍ନ ମନୀଷୀସର୍ବବିଦ୍ୟାବିଶାରଦ,ଅମୃତାଂଶୁ ଅଙ୍ଗେ କଳଙ୍କ ପରାଏଏକା ସେ ହୀନସମ୍ପଦବନଦେବୀ ଭାବି ବନ୍ଦିବା କାରଣହେଲେ ଅବା ଅଭିଳାଷୀ,କଳେ ବହି ଦୟା ଧୃଷ୍ଟତା ମାର୍ଜନହେବୁଁ ହେ ପରମୋଲ୍ଲାସୀ ।’’‘‘ନମସ୍କାର ମୋର ଜଣାଅ’’ କହିଲେବିନମ୍ରେ ରମଣୀମଣି,‘‘ତୁମ୍ଭ ବନ୍ଧୁ ପାଦ- ପଦ୍ମତଳେ, ଯେଣୁସେ ସର୍ବ ସଦ୍ଗୁଣ ଖଣି ।ରାଜା ତ ପୂଜିତ ସ୍ୱଦେଶେ ପଣ୍ଡିତପୂଜିତ ସକଳ ଦେଶେ,ଉଚିତ ଆମ୍ଭର ଶ୍ରୀପଦବନ୍ଦନା,ଜାଣ ତୁମ୍ଭେ ସବିଶେଷେ ।ହେ ମୁନିନନ୍ଦନ, ଜଗତବନ୍ଦନତୁମ୍ଭେ ଯେଣୁ ବ୍ରହ୍ମଚାରୀ,ନ ଭୁଲିବେ ଯେହ୍ନେ ତୁମ୍ଭ ସଖା ମଣିଆମ୍ଭକୁ ସାମାନ୍ୟ ନାରୀ ।ତୁଚ୍ଛ ରାଜ୍ୟ ଧନ ଚରିତ୍ର ତୁଳନେ,ସଖା ତବ ପୁଣ୍ୟବାନ,ପ୍ରଭାତେ ସ୍ମରଣ କରୁଥିବୁଁ ଆମ୍ଭେପବିତ୍ର ମହତ ନାମ ।’’ନୀରବିଲେ ଜେମା ଫେରିଲେ ତାପସସଖା ତ୍ରୟ ଗଲେ ଘର,ଆକୁଳ ହୃଦୟ- ଭାର ବହି କ୍ଷଣେଗତି ହତ ଚରଣର ।ଅଦୃଶ୍ୟ ହୁଅନ୍ତେ ଆଶା-ଚକ୍ରବାଳେଦିନାନ୍ତ ତପନ ଯଥା,ଫେରିଲେ ସାବିତ୍ରୀ ଶିବିକା ଉଦ୍ଦେଶ୍ୟେମନେ ବହି ପ୍ରେମ ବ୍ୟଥା !