ମଣିକାଞ୍ଚନ
କୁନ୍ତଳା କୁମାରୀ ସାବତ · ଭାଗ ୨ / ୫
ସମ୍ପୂର୍ଣ୍ଣ ସୂଚୀପତ୍ର
ଦ୍ୱିତୀୟ ସର୍ଗ
ଦିନେ ସନ୍ଧ୍ୟାଗମେ ସାରି ସ୍ନାନବିଧିଜେମା ଅଗ୍ନି-ଆୟତନେପୂଜା ସାରି ଶୁଚି- ପ୍ରସାଦ ପ୍ରସୂନଘେନିଲେ ଭକତିମନେ ।ଦେବ ବିତାନରୁ ବାହାରି ବରାଙ୍ଗୀକାନ୍ତି ଦିଶେ ଊର୍ଜସ୍ୱଳ,ମର୍ତ୍ତ୍ୟର କୁସୁମ ନୁହେଁ ଅବା ବାଳା,ସ୍ୱରଗର ଶତଦଳ ।ଶୁଚି ଶୁଭ୍ରବାସ ଆବରି ବରାଙ୍ଗେଜିତଘନ ମୁକ୍ତକେଶୀଦିଶେ ସ୍ୱୟଂ ଦେବୀ ବରଦା ଉଭା କି,ଅବା ସ୍ୱାହା ଅଗ୍ନିବେଶୀ ।ଉଜ୍ଜ୍ୱଳ ଲୋଚନେ କଜ୍ଜ୍ୱଳରେଖା ସେଜ୍ୟୋତିଃ ପାଶେ ତମ ସରି,ନୁହଇ ଲୋଚନ, ଉଭା କି ମରତେ‘କରୁଣା’ ମୂରତି ଧରି !ଶଶାଙ୍କରେ ଅଙ୍କ ଅଙ୍କା ସରି ଶୋଭେମୃଗମଦ ବିନ୍ଦୁଭାରେ,ଚନ୍ଦନଚର୍ଚ୍ଚିତ ବରକଳେବରାଦୀପ୍ତ ମଣିଜ୍ୟୋତିକାଳେ ।ସରଳ ସୁଢ଼ଳ ଶାଳ ଲତା ଅଙ୍ଗୁଜ୍ୟୋତି କି ବାହାରେ ଫୁଟି,ସନ୍ଧ୍ୟା ମୃଦୁଛାୟା ଭେଦି ଅଗ୍ରସରେଅନ୍ଧାର କି ଯାଏ ତୁଟି !ପ୍ରବାଳମାଳିକା- ଅଧର ବିମ୍ୱ କିତୂଳିକାରେ ଲେଖା ଭଳି,ଢଳିଥିଲା ସମ କଳା ଅଳିଶ୍ରେଣୀମୁଖପଦ୍ମେ ଭୁରୁ ଝଳି !ଶ୍ରୀକରକମଳେ ଲଳିତ ସୁମନ,ଶୋଭା ସେ ନୁହଇ କଳି,ମରାଳଗାମିନୀ ମଞ୍ଜୁ ମୋତି ମତିଚାରେ ସୁବଙ୍କିମେ ଢଳି ।ପିତୃ ପଦତନେ ଅରପିଣ ଫୁଲନମିଲା ଭକତିଭରେ,ସ୍ନେହାର୍ଦ୍ର ନୟନେ ରାଜା ଅଶ୍ୱପତିଅନାଇଲେ ମୁଖେ ଥରେ ।ଝଟକ ହାଟକ ଦେବୀ ପ୍ରତିମା କିସୁରଭି ମୂରତି ମତି,ନିଦାଘ ତପନ ସମ ଦିବ୍ୟତେଜଃପ୍ରଭାସ୍ନାନେ ଜ୍ୟୋତିଷ୍ମତୀ ।କରୁଣଲୋଚନା ଦୟାଶୀଳଚିତ୍ତାସୁକେଶୀ ଜଳଦପନ୍ତିହିମବିନ୍ଦୁସ୍ନାତ ତରୁମୂଳେ ଝରାଶେଫାଳୀ ସୌରଭବତୀଅବା ସେ ହେମନ୍ତ- ନିଶାନ୍ତେ ଫୁଟନ୍ତାନବୀନ ନଳିନ-କଢ଼ି,ବାଳାର୍କ-କନକ- କିରଣ ରେଖା କିବଦନେ ରହିଛି ପଡ଼ି !ଶିଶିର-ପ୍ରଭାତ- ଶତବର୍ଗ ଶୋଭାକଳଧୌତ କାନ୍ତିହର,ଶୋଭାସଦନାର ଶରୀର ସୁକାନ୍ତିତହୁଁ ବଳି ମନୋହର ।କ୍ଷୋଭ ରାଜାମନେ ଭଜିଲା ସହସା-ଏପରା ତନୟା ସମ,ବର ନ ମିଳନ୍ତେ ବର ଅନ୍ୱେଷଣେକରିଯିବ ଦେଶାଟନ ।ନୁହେଁ ତ ଦୁର୍ବଳ ହୃଦୟ ତାଙ୍କରଯୋଗବଳେ ବଳବାନ,ସହସା ସହସ୍ର ଶୋକ ମାରି ମନେଅର୍ପିଲେ କର୍ତ୍ତବ୍ୟେ ପ୍ରାଣ ।ନିବଦ୍ଧଅଞ୍ଜଳି ବାଳାକୁ ସମ୍ୱୋଧିକହିଲେ କୋମଳ ଗିର,‘‘ଧର୍ମବିଧି ସବୁ ଜାଣୁ ତୁହି ବତ୍ସେ,ପ୍ରଥା ଯେ ଆମ୍ଭର ଚିର ।ଜାଣୁଁ ଆମ୍ଭେ ତୋର ବିଦ୍ୟା ବୁଦ୍ଧି ଗୁଣ,ପ୍ରଶଂସା କି ପ୍ରୟୋଜନ ?ମହତ କରମ ଏକ ଆଜି ତୋତେକରୁଅଛୁଁ ଅରପଣ ।ଜାଣୁ ବତ୍ସେ ତୁହି, ନିନ୍ଦନୀୟ ପିତାଯା ଗୃହେ କୁମାରୀ ସୁତା,ହେଳାଭାବେ ତାକୁ ନ କରେ ସମୟେଗୁଣବାନ ପାତ୍ରଯୁତାନିନ୍ଦନୀୟ ସେହି ସନ୍ତାନ ଯେ ତା’ରକନକ ମରଣ ପରେବିମୁଖ ଜନନୀ- ପାଳନେ, ତ୍ରିକାଳେଗତି ତା’ର ନରକରେ ।ଦାର ପରିଗ୍ରହେ ନରପତି ଯଦିନ ବଳାନ୍ତି ନିଜ ମନ,ନିନ୍ଦନୀୟ ସେହି, ବିୟୋଗାନ୍ତେ ତନୁଶୂନ୍ୟ ଭଜେ ସିଂହାସନ ।ପୂଜ୍ୟପାଦ ଆର୍ଯ୍ୟ- ଋଷିବୃନ୍ଦଗିରହେଳା କି କରିବୁଁ ମନେ,ନ ପାଇଲୁଁ ଯେଣୁ ଯୋଗ୍ୟ ବର ତୋରଶାନ୍ତି ନ ଲଭୁଛୁଁ କ୍ଷଣେ ।ଦିବାନିଶି ଆମ୍ଭ ଚିନ୍ତା ତୋହଲାଗି,ମନରେ ବିଚାରୁଁ ଏବେ,ନିଜ ପତି ନିଜେ ବରି ତ ପାରିବ,କନ୍ୟା ଗୁଣବତୀ ଯେବେ ।ସ୍ୱୟଂବର ପ୍ରଥା ଧର୍ମ କ୍ଷତ୍ରକୁଳେ,ଶ୍ରେଷ୍ଠ ରାଜସୁତାଗଣ,କରିଥିଲେ ପତି ନିଜ ବୁଦ୍ଧି ଜ୍ଞାନେ,ରୀତି ଏ ତ ପ୍ରଚଳନ,ମା’ ତୁହି ଧାର୍ମିକା ସୁଶୀଳା ଜାଣି ଲୋ,ଆଦେଶଛୁଁ ତୋତେ ଆଜି,ବର ନିଜ ପତି ସ୍ୱଚ୍ଛନ୍ଦେ ସୁମନେଭ୍ରମି ଜନପଦରାଜି ।ବରିବୁ ତୁ ଯାକୁ ସାନନ୍ଦେ ଆମ୍ଭେ ଗୋବରିବୁଁ ଜାମାତୃପଦେ,କରିଛୁଁ ସିଦ୍ଧାନ୍ତ ଚିନ୍ତି ବହୁଦିନଯୋଗ୍ୟା ତୁ ସ୍ୱନିରବନ୍ଧେ ।ସଖୀ ଚେଟୀ ମେଳେ ହୁଅ ଗୋ ବାହାରଶୁଭଦିନେ ଆଜ୍ଞାମତେଗୁରୁଦେବଙ୍କର, ବୃଦ୍ଧ ମନ୍ତ୍ରୀ ପାତ୍ରପ୍ରବୀଣା ଯିବେ ସଙ୍ଗତେ ।ଭ୍ରମିବୁ ହରଷେ ନାନା ଦିଗଦେଶ,ତୀର୍ଥ ଦରଶନ ଶେଷେ,ଅଭୀଷ୍ଟ ସିଦ୍ଧିରେ ତୁରନ୍ତେ ବାହୁଡ଼ିଆସି ପହଞ୍ଚିବୁ ଦେଶେକରିବା କାରଣେ ଇଚ୍ଛାମତ କର୍ମଦେଲୁଁ ଆମ୍ଭେ ଅନୁମତି,ଧର୍ମନେତ୍ରେ ହୀନ ତୋ କାର୍ଯ୍ୟେ ମାଆ ଲୋ,ନୋହୁ ରାଜା ଅଶ୍ୱପତି ।ଏପରି ଜନଙ୍କୁ କରିବୁ ଲୋ ଜେମା,ଦେବେ ନ କରିବେ ରୋଷ,ନୋହିବୁଁ ପତିତ ଅଧରମ ହେତୁ,ନରେ ନ ଧରିବେ ଦୋଷ ।’’ନତନେତ୍ରେ ଜେମା ଯୋଡ଼ି କରଯୁଗକହିଲେ ‘‘ତଥାସ୍ତୁ’’ ଧୀରେ,ଆଶୀର୍ବାଦ ଶତ କରୁଁ କରୁଁ ରାଜାହସ୍ତ ଅରପିଲେ ଶିରେ ।ଲଭିଛନ୍ତି ଜେମା ରାଜ-ଅନୁମତିଯିବେ ବର ଅନ୍ୱେଷଣେ,ହେଲା ପ୍ରଚାରିତ କ୍ଷଣେ ଅନ୍ତଃପୁରେଦାବାନଳ ଯଥା ବନେ ।କିଛି ନ କହିଲେ ସ୍ନେହଶୀଳା ମାତାଗଣ୍ଡ ପାଣ୍ଡୁ ଗଲା ଦିଶି,ପୁଣି ପରକ୍ଷଣେ ଜେମା ବିଭା କଥା,ସୁଖ ଗଲା ଦୁଃଖେ ମିଶି ।ମନେମନେ କେତେ ଡାକିଲେ ଦେବତା,ସାବିତ୍ରୀ ଲଭୁ ମୋ ବର,ନ ଥାନ୍ତୁ ସେପରି ତ୍ରିଭୁବନେ କେହିଗୁଣବାନ ଶ୍ରେଷ୍ଠ ନର ।ହେଉ ସେ ନିଜର ତୁଳା ନିଜେ, ଆନନ ଥାଉ ତା’ ପଟାନ୍ତର,ତଥାପି ଜେମାର ଭବିଷ୍ୟ ବିଚ୍ଛେଦଭାବି ଅନ୍ତର କାତର ।ବହୁ ତପସ୍ୟାର ଫଳ ସେ ନନ୍ଦିନୀନେତ୍ରମନବିନୋଦିନୀ,ଦେବୀଦତ୍ତା, ଦେବୀ କୃପା କରି ଏବେକରନ୍ତୁ ଗୋ ସୌଭାଗିନୀ ।ଯା ନାମ ସ୍ମରଣେ ଆଣିବା କାରଣସାବିତ୍ରୀ ବିହିଲେ ନାମସେ ଦେବୀ ଏକ୍ଷଣେ ବରଦାରୂପିଣୀପୂରାନ୍ତୁ ଗୋ ମନସ୍କାମ ।ପ୍ରଭାତିଲା, ରାତି, ବାହାରିଲେ ଜେମାସଖୀବୃନ୍ଦ ସଙ୍ଗେ ମିଳି,କାନ୍ଦିଲେ ନୀରବେ ରାଣୀ କଉଶଲ୍ୟାହୃଦୟ-କବାଟ କିଳି ।ଜେମା ପଥେ ବିଘ୍ନ ହେବ ଭାବି ଭୟେନେତ୍ରୁ ନ ବୁହାଇ ବାରିଉପାଧାନେ ମୁଖ ହେମ ପଲଙ୍କରେଗୁଞ୍ଜିଲେ ମନକୁ ମାରି ।ସେ ତ ଥିଲେ ଦିନେ ମାତାଙ୍କ ନନ୍ଦିନୀପିତୃଚିତ୍ତ ପ୍ରହ୍ଲାଦିନୀ,ବିବାହାନ୍ତେ ପୁଣି ପତିନିକେତନେହେଲେ ସ୍ୱାମୀସୁହାଗିନୀଜେମା ମଧ୍ୟ ତାହା ହୋଇବା ବିହିତ,କରିବେ କିମ୍ପା ସେ ଦୁଃଖ,ନ ବୁଝି ତଥାପି ମନଟା କିଜାଣିକିମ୍ପାଇଁ ବିଷାଦେ ମୂକ ?ଯାଇନାହିଁ ଜେମା ଶ୍ୱଶୁର ଘରକୁ,ଯାଇଛି ତ ଦେଶ ଭ୍ରମି,କି କରିବ କହ ସମ୍ପ୍ରଦାନ ଅନ୍ତେ,ତା’ର ଦୁଃଖିନୀ ଜନନୀ ?ଆନ୍ଦୋଳି ଗୋପନେ କେତେ କଥା ମନେମଉନେ ରହିଲେ ରାଣୀ,ଶୁଦ୍ଧାନ୍ତେ ଦିନାନ୍ତେ ରାଜା ପ୍ରବେଶନ୍ତେମୁଖ ଦେଖି ନେଲେ ଜାଣି ।‘‘କହ କି କାରଣେ ଶୋକ କର ରାଣୀ,ଏତ ଅତି ଅନୁଚିତ’’ରାଜାଙ୍କ ବଚନେ ସଲଜ୍ଜେ କହିଲେ,‘‘ଶୋକ ମୁଁ କରୁ ନାହିଁ ତ ।ନିତି ଥାଏ ପାଖେ, ଲାଗେ ଏକା ଏକା,ତେଣୁ ମନେ ଏହି ଦୁଃଖ,ଝିଅ ଘରେ କିଏ ରଖିଛି କି ନାଥ,ହେବ କିମ୍ପା ଅନିଚ୍ଛୁକ ?ସୃଜିଛି ବିଧାତା ପରଘର ପାଇଁ,ମୋ ନିଜ କଥାକୁ ଭାଳି,ମନ କଷ୍ଟ ମନେ ରହିଛି ମାରିଣବୃଥା ନେତ୍ରବାରି ଢାଳି ।’’‘‘ସତ୍ୟ ସତ୍ୟ ଦେବୀ ! ତୁମ୍ଭ ଯୋଗ୍ୟ କଥାଶ୍ରବଣେ ତୋଷ ମୁଁ ଅତି,ବହୁଭାଗ୍ୟ ମୋର ପତ୍ନୀରୂପେ ପ୍ରାପ୍ତତୁମ୍ଭ ତୁଲ୍ୟ ଗୁଣବତୀ ।ତୁମ୍ଭ ଯୋଗୁଁ ଦେବୀ, କଠୋର ସାଧନାସଂଯମେ ଲଭିଛି ସିଦ୍ଧି,ଧର୍ମପଥେ ଭାର୍ଯ୍ୟା ସହାୟ, ସେ ସିନାଦୈବ ଅନୁକୂଳ ବିଧି ।’’ଏଣେ ଜେମାମଣି ସଖୀଙ୍କ ଗହଣେଶିବିକା ଆରୋହି ଭ୍ରମେ,ଘନ ଘନ ମାତୃ- ମ୍ଳାନ ମୁଖଚ୍ଛବିଦିଶିଯାଉଥାଏ ମନେ ।କରୁଣ ନୟନ- ସ୍ନିଗ୍ଧ ଚାହାଣିରେଶୁଭାଶିଷ ଛଳେ ଚାହିଁକୋଳୁଁ କି ଜେମାକୁ ବିଦାୟ ଦେବାକୁମନ କରୁଥାଏ ‘ନାହିଁ’ !ତଥାପି ଜେମାର ମଙ୍ଗଳ ଭାବି ସେପାସୋରିଣ ଥିଲେ ସ୍ନେହ,ରହି ରହି ଜେମା- ମନେପଡ଼ି ସବୁଜଡ଼ ଭଜୁଥିଲା ଦେହ ।ସୁଗମ୍ଭୀରା ଯେଣୁ ଅଳପହାସିନୀସୁକାର୍ଯ୍ୟେ ନିହିଛି ମନ,ଭ୍ରମେ ଦିଶେ ଦିଶେ ନାନା ଜନପଦେତୀର୍ଥରାଜି ଅଗଣନ ।ଦେଶଭ୍ରମଣେ ତା’ ତୃପ୍ତ ଅତି ମତିନିରେଖି ପ୍ରକୃତ ଶୋଭା,କିନ୍ତୁ କାହିଁ କେଉଁ ନର ତ ନୋହିଲାଜେମାମଣି-ମନୋଲୋଭା ।ବାହାରିଣ ଘରୁ ଭ୍ରମିଲା କେତେ ସେବନ ଗିରି ଜନପଦ,ହିମ-ଊର୍ଜସ୍ୱଳ କାଶ୍ମୀର ଅଞ୍ଚଳ,ଭବେ କି ସେ ବିଷ୍ଣୁପଦ !ମରତେ ଅମରା- ବତୀ ଶୋଭାବତୀନିବାସ ଲକ୍ଷ୍ମୀର ଯହିଁ,ଚିର ନିକେତନ ରଚନା ମାନସେସୁରଭି ଶିଶିର ତହିଁ ।ଦ୍ୱନ୍ଦ୍ୱ ପରସ୍ପରେ ବିରଚି ବିଶେଷେଶିରୀ ବଢ଼ାଇଲେ ବେନି,ଏକ ଫୁଲ ଫଳେ ବିରାଜିଲା, ଆନଶୋଭିଲା ତୁହିନ ଘେନି ।ତହିଁ ନରପତି ବିଶାଳ ସମ୍ପତ୍ତିନ ରସିଲା ଜେମା ମନ,ଦିବ୍ୟ ମୁକ୍ତାଲୋଭୀ ଭୁଲିବ କି କାହିଁଦର୍ଶନେ ଶିଶିର-କ’ଣ ?ହୃଦଶୋଭୀ-ସିନ୍ଧୁ- ନଦ ସୁପଦକପଞ୍ଚହାର ପଞ୍ଚନଦ,ରତ୍ନାକର ଯାର ଶ୍ରୀପଦ କିଙ୍କରରମ୍ୟ ଲବଣାମ୍ଭୁ ହ୍ରଦ;ଯହିଁ ବେଦମାତା ତୁଷ୍ଟ ବେଦଗୀତେବିରାଜି ବରଦା ସମା,ତହିଁ ନରପତି ସୁତେ ନ ରସିଲାମଦ୍ରଦେଶ ମନୋରମାହୀରା କାଚ ବେନି ମୂଲ୍ୟ ଯେ ବୁଝଇକାସେ କି ଭୁଲିବ କେବେ,ରୂପ ଚକ ଚକ, ଗୁଣର ପରଖସଲିଳେ ବୁଡ଼ଇ ଯେବେ ।ସରଯୂ-ସୁହାରା ଅଯୋଧ୍ୟା ନଗରୀନିଖିଳେ କି ନାକ ଶିରୀ,ନବୀନ ନୃପତି ନରୋତ୍ତମ ରଣ-କୁଶଳୀ ଦୁଷ୍ଟ ବଇରୀ ।ପ୍ରତାପେ କମ୍ପଇ ବାସୁକିର ଶିରେଅବନୀ ସାଗରାମ୍ବରା,ମଦ୍ରମହୀମଣି ଜେମା ମନ କିନ୍ତୁନିମିଷେ ନ ଦେଲା ଧରା ।ଜିଣି ନୀଳିମାରେ ଜୀମୂତ ପଟଳଅଳକା ଅବଳା ଶିରେ,ଚିତ୍ର ଶତପତ୍ର- ପ୍ରଫୁଲ୍ଲ ତରଙ୍ଗଯମୁନା ବହଇ ଧୀରେ ।ଦେବ ଉପବନ ସମ ବୃନ୍ଦାବନମଥୁରା ତହୁଁକି ତୋରା ?ନମିଳିଲା କିନ୍ତୁ ସେହି ସେ ଖଣ୍ଡକେଜେମାମଣି ମନଚୋରା ।ଜିଣି ଅବହେଳେ ଜାହ୍ନବୀ-ଜୀବନ-ସିଞ୍ଚିତ ସୁଚାରୁ ମହୀ-ନିବାସୀ ନରେଶ ନନ୍ଦନନିକରବୃଥା ହତାଶ୍ୱାସେ ଦହିଫେରିଲା ସୁଚାରୁ- ହାସିନୀ କଳିଙ୍ଗେତ୍ରଇରଙ୍ଗେ, ଅଙ୍ଗେ, ବଙ୍ଗେ,ମିଶିଛି ଆଦରେ ଯହିଁ ଭାଗୀରଥୀରମ୍ୱଣାମ୍ୱୁ ପତି ଅଙ୍ଗେ ।ତହୁଁ ହରିଣାକ୍ଷୀ ଦକ୍ଷିଣେ ଭ୍ରମିଣକଙ୍କଣେ, ମାଳବେ ବୁଲେ,ଗୋଦାବରୀ, ରେବା, କୃଷ୍ଣା ତଟଦେଶେବିନ୍ଧ୍ୟାଟବୀ ପାଦମୂଳେ ।ଗୁର୍ଜରେ, ସୁରାଷ୍ଟ୍ରେ ସାରି ଦେଶାଟନଫେରିଲା ଦକ୍ଷିଣାପଥେ,କିନ୍ତୁ ଯୋଗ୍ୟ ପାତ୍ର ଏକ ନ ମିଳନ୍ତେବିଫଳିତ ମନୋରଥେ ।ବିଫଳ ଉଦ୍ୟମେ ବାହୁଡ଼ିବେ ଘରେ,ନ ବରିବେ ହୀନ ବର,ଜେମାର ଅଭୀଷ୍ଟ ସିଦ୍ଧି ନୋହିଲାକୁପାତ୍ରମିତ୍ରେ ହରବର ।ଚିନ୍ତିଲେ ଅନେକ ସଚିବ ପ୍ରାଚୀନବାଳା ଅତି ଅଦଭୁତ,ଦେବୀକନ୍ୟା ପରା, ଯୋଗ୍ୟ ସେଥିପାଇଁନୋହିଲେ କି ରାଜସୁତ !ଦେବଦା ମହତ ନିଶ୍ଚେ ପତି କେହି,ଆସିବେ ସମୟେ ସେ ତ,ଜେମାସମ ବର ନ ମିଳିବା ତେଣୁବିଧାତାର ଅଭିପ୍ରେତ ।ଦିନେ ପ୍ରାତଃ କାଳେ କହିଲେ ସଚିବ,‘‘ଅବଧାନ ଜେମାମଣି,ସ୍ୱଦେଶେ ଏଥର ଫେରିବା, ଏବେ ତଦେଶାଟନ ସାରିଲାଣି ।’’‘‘ଦେଖିନାହିଁ ବନ, ଉତ୍ସୁକ ମୋ ମନବିନ୍ଧ୍ୟାଟବୀ ଦରଶନେ,ଗିରି ଚିତ୍ରକୂଟ ଋଷିଙ୍କ ନିବାସ-ପବିତ୍ର ମୁନି ଆଶ୍ରମେଫଳମୂଳାତିଥି ହେବା ମୋ ବାସନା,କହ ଏଥି କିବା ଦୋଷ ?ଦେବପୂତ ଗୀତ ଋଷି ଶ୍ରୀମୁଖରୁଶୁଣି ତ ଲଭିବି ତୋଷ ।’’ଏତେ ଭାଷି ଜେମା ନୀରବନ୍ତେ ବୃଦ୍ଧକହିଲେ ସମ୍ଭ୍ରମେ ଅତି ?’’‘‘ହେବ ସାହସିନୀ ବନଭ୍ରମଣେ କି,ନୋହିବ କି ଭୀତ ଅତି ?’’‘‘ପବିତ୍ର ସେ ବନ ତୀର୍ଥଶିରୋମଣି,ତୀର୍ଥ ଦରଶନ ଲାଗିପିତୃ ଅନୁମତି ଲଭିଅଛି, ତେଣୁବାଞ୍ଛା ମୋ ନ ପାରେ ତ୍ୟାଗି ।’’କହିଣ ‘ତଥାସ୍ତୁ’ ପାତ୍ରମିତ୍ର ଆଦିବାହାରିଲେ ଭ୍ରମି ବନ,ଖଣ୍ଡିପାରେ କେହୁ ବିଧିଲିପି କହ,ହେଉ ସେ ମହାନ ଜନ ।ସାବିତ୍ରୀ ସୁଶୀଳା ରାଜଋଷିବାଳାଦେବୀ ସ୍ୱଭାବେ ସେ ପୂତା,ବନର ନିସର୍ଗ ଛବି ଅବଲୋକିହେଲା ଅତି ହର୍ଷଯୁତା ।ବନ ସେ ସୁନ୍ଦର ବନ ସେ ଉଦାରବନ ସେ ମହତ ଅତି,ତରୁଲତା-ଜଟା- ଭାର ବହି ଶିରେଉଭା ନଗ ବୃଦ୍ଧ ଯତି ।ମଉନ ବରତେ ଅୟୁତ ଅୟୁତବରଷ ତପିଛି ଗିରି,ଜିଣିନାହିଁ ଇନ୍ଦ୍ର- ପଦ ଯଦି ହେଳେଜିଣିଛି ଅମର-ଶିରୀ ।ପ୍ରବାଦ ତ ତିର ବିସମ୍ୱାଦୀ ନଗରାଜ ସ୍ୱର୍ଗରାଜ ବେନି,ବିଚ୍ଛେଦି ଅଦ୍ରିର ପକ୍ଷ ସହସ୍ରାକ୍ଷବିଭୀଷଣ ବଜ୍ର ଘେନିଅଚଳ ନାମ ତା’ ଚଳାଇଲେ ବଳେବଳାରାତି ବସୁଧାରେ,ଶୈଳେଶ୍ୱର ସୁତ ପଶିଲା ମୈନାକଆତଙ୍କେ କରୁଣାଗାରେ ।ହିମ-ଊର୍ଜସ୍ୱଳ ବିଶାଳ ବପୁ ତା’ନିଜେ ଜଳଦଳପତିପାତାଳ ଗରଭେ ଲୁଚାଇ ଲଭିଲେଭବେ ବିଶାଳ କୀରତି ।କ୍ଷୋଭେ ଅଭ୍ରଭେଦୀ ଅଦ୍ରି ଅଦ୍ୟାବଧିସ୍ମରିଣ ପୁରୁବ କଥାତପୁଛି ଆତପେ, ନିର୍ଝର ପରାଏଝରୁଛି ତା’ ହୃଦବ୍ୟଥା ।ରୁକ୍ଷବକ୍ଷ ଶୈଳ ଶିଳା ଫାଟ ତଳେଝରିପଡ଼େ ସ୍ୱଚ୍ଛ ଝର,ରୁକ୍ଷ ସିନା ଦେହ, ଅନ୍ତର ଭିତରସ୍ନେହେ ସ୍ୱତଃ ଜରଜର ।କମ୍ୱୁକମ କଣ୍ଠେ ଶାଣିତ ଛୁରିକାଭେଦି ନ ଲଭିଲା ବ୍ୟଥା,ନିର୍ଝର ନିରେଖି ମନେପଡ଼େ ଦୁଷ୍ଟଦସ୍ୟୁ ରତ୍ନାକର କଥା ।ତୁଚ୍ଛ ଅର୍ଥ ହେତୁ ବାନ୍ଧିଲା ବ୍ରାହ୍ମଣେଚୋର କଳଙ୍କିତ କରେ,କ୍ରୌଞ୍ଚ ମିଥୁନର ବିଚ୍ଛେଦ ଦୁଃଖେ ତତା’ ନୟନୁ ନୀର ଝରେ ।କୈଳାସ ଶିଖରୁ ଜାହ୍ନବୀଜୀବନଜିଣି ଯା ଶ୍ଳୋକଲହରୀ ।ପ୍ଲାବିଲା ଭାରତ ଓହ୍ଲାଇ ତା’ କଣ୍ଠୁପବିତ୍ର କାବ୍ୟଶିଖରୀ ।କାହିଁ ସେ ବାଲ୍ମୀକି କବିକୁଳଗୁରୁପକ୍ଷୀଗୁରୁ ପିକ ସରିଭାରତ ବସନ୍ତ- ମୁକୁଳିତ ଚୂତ-କାନନକୁଞ୍ଜବିହାରୀ ?ନୀରବ ସେ ବୀଣା- ନୀରବ ନୁହେଁ ତଝର୍ଝରେ ବନ୍ଧୁର ଶୈଳ-ଭାରତ ବିଦୀର୍ଣ୍ଣ ଶିଳାବକ୍ଷେ ସ୍ରୋତରାମାୟଣ ଅନାବିଳ ।ନିଭିଛି ଭାରତ- ପୂରୁବ ଗୌରବ-ଜ୍ୟୋତି, ଏବେ ଅମାରାତି,ଅତୀତ ସ୍ମରଣେ କି ଲାଭ ହେ କହଦୁଃଖେ ମାତ୍ର ଫାଟେ ଛାତି ।ଯାଅ ଗୋ ଅତୀତ ସ୍ମୃତିପଟୁଁ ମୋର,ଦେଖାଅ କେବଳ ଚିତ୍ରି ।ମହନୀୟ ଦୃଶ୍ୟ ସେ ମହାବନରଭ୍ରମିଲା ଯହିଁ ସାବିତ୍ରୀବନେ ଫୁଲଫଳ ରାଶି ରାଶି ଠୁଳ,ବର୍ଣ୍ଣନା ହାରିଛି ତହିଁ,ବିବିଧ ଶୋଭା ଗୋ ମେଳ ଏକାଧାରେ,ଅଳକା କି ଶୋଭେ ମହୀ !କାହିଁ ମାଳ ମାଳ ବନସ୍ପତିଦଳକାହିଁ ମାଳ ମାଳ ଲତା,ଅନ୍ତର ଅନ୍ଧାର ପୂରି ରହି କାହିଁଭୁଲାଉଛି ଆତ୍ମସତ୍ତା ।ପ୍ରଶାନ୍ତ ସରସୀ- ନୀଳ ବାରିରାଶିମଣ୍ଡିଛି ସୁମନବ୍ରଜ,ବିମଳ କୋମଳ ମଳୟ ମାରୁତେଉଡ଼ି ପଡ଼େ ଫୁଲରଜ ।କାହିଁ ଗୁଣୁଗୁଣୁ ଗାଉଛି ଭ୍ରମରକାହିଁ ପିକ କୁହୁକୁହୁ,କାହିଁ କାକସ୍ୱନ, ଝିଙ୍କାରି ଝଙ୍କାର,କପୋତ କରୁଣ ହୁଁ ହୁଁ ।ମେଳ ନଦୀକୂଳେ ନଦୀକୂଳବନ୍ଧୁବକାବଳୀ ମାଳ ମାଳ,ବୃକ୍ଷେ ତୀକ୍ଷ୍ଣଚଞ୍ଚୁ ବସିଅଛି ଶୁକଆଶ୍ରିଣ ଶ୍ୟାମଳ ଡାଳ ।କାହିଁ ବେତ୍ର ବନ କାହିଁ କିଆ କୁଞ୍ଜକାହିଁ ଚୂତ ତରୁବୀଥି,କାହିଁ ନାଗଲତା ପୂଗ ଅଗଶରେଜଡ଼ି ବଢ଼ାଇଛି ପ୍ରୀତି ।ଜୀବନେ ମରଣେ ସାଥୀ ପରସ୍ପରଏ ସିନା ବିଶୁଦ୍ଧ ପ୍ରେମ,ସରି କି ସଙ୍ଗତେ ତୁଳା ଲଭିବାକୁରାଜକୋଷ ମଣି ହେମ !ଶିମୁଳ, ପଳାଶ, ଶାଳ, କେନ୍ଦୁ, ଜାମୁଫୁଲ-ପ୍ରଫୁଲ୍ଲିତ ଡାଳ,କୂର୍ମ, ଦେବଦାରୁ, ଶିଶୁ, ପିଆଶାଳ,ପଣସ ତ ମାଳ ମାଳ ।କାହିଁ ବୃଦ୍ଧ ବଟ ଓହଳ ଗହଳେଅନ୍ଧାର ରହିଛି ବାନ୍ଧି,ପ୍ରାଚୀନ ଅଶ୍ୱତ୍ଥ ପିପ୍ପଳ କାହିଁ ବାପରସ୍ପରେ ବିସମ୍ୱାଦୀ ।ପତର ଶ୍ୟାମଳ ତେନ୍ତୁଳି ତରୁରେଆସିଲାଣି ଫୁଲ ଫୁଟି,ରଙ୍ଗଣୀ, ଅଶୋକ ବଢ଼ାଇଛନ୍ତି କିସ୍ନେହରଙ୍ଗ ଫୁଲ ମୁଠି ।ଘନ ମହାବନେ ଶୁଭେ ଦୂରେ ଦୂରେବ୍ୟାଘ୍ର ଭୀମ ଗରଜନ,ଚଞ୍ଚଳେ ଚଞ୍ଚଳେ ପକାନ୍ତି କୁରଙ୍ଗେସୁଚଳିତ ସୁଲୋଚନ ।ବହେ କ୍ଷୁଦ୍ର କ୍ଷୁଦ୍ର ଗିରିପାଦେ ନଦୀ,ଜଳ ସ୍ୱଚ୍ଛ ହୀରାଧାରା,ତୀରତରୁଦଳ- ଝରା ଫୁଲବ୍ରଜସତେ ନୀଳାକାଶେ ତାରା !ଲୁଚି ବୃକ୍ଷକାଣ୍ଡେ ଖେଳୁଛି ଗୁଣ୍ଡୁଚିରମ୍ୟ ଲୁଚୁକାଳି କିବା,ଅର୍ଦ୍ଧଭୁକ୍ତ ଫଳ ଖସିପଡ଼େ ମୁଖୁଁ,ପକ୍ଷୀ ଗିଳେ ତୋଳି ଗ୍ରୀବା ।ବିସ୍ତାରିତ-ଛତ୍ର- ପତ୍ର-ଦଳଶିରତାଳ-ତଳେ ଭୀମ ଅହିବୁଲେ ଫଣା ଟେକି, ତା’ ଅଦୂରେ ପୁଣିକରୁଛି ନାଟ ବରହୀ !କି ଗରବୀ କେକୀ ପୁଚ୍ଛ ଉଚ୍ଚେ ଟେକିଦେଖାଉ କି ଚନ୍ଦ୍ର-ଶିରୀ,ପାଦକୁ ଅନାଇ ମନ ମରୁଥାଇ,ବିଧାତା ଏଡ଼େ ବଇରୀ !କାହିଁ ବା ବିକଚ କମଳ କୁସୁମ-କାନନଶୋଭିତ ସରେଶଙ୍ଖ ମଲମଲ ହଂସୀ ଦଳଦଳହଂସରାଜ କେଳି କରେ ।ଚଞ୍ଚୁ ମୁନେ ଟାଣି ମୃଣାଳ ସହସାପଡ଼େ ଘୋର ପରମାଦ,ଅମୃତ ଭୋଜନୁଁ ଉଠେ କି ଉପାସୀନ ପୁରୁଣୁ ମନ ସାଧ ।ମହା କୋଳାହଳେ ପୂରାଇ ଦିଗନ୍ତଦନ୍ତାବଳ ଦଳେଶ୍ୱରସରସେ ପଶିଣ ଦଳଇ ଦରପେପଦ୍ମଦଳ ମନୋହର ।ଉଡ଼ି ତ ପଳାନ୍ତି ହଂସ, ହଂସରାଳୀବକାଳି, ବାଲିକୁକ୍କୁଟ,ଆନନ୍ଦଅମୃତେ ନୈରାଶ୍ୟବିଷ କିମିଶାଇବା ବିହି କୂଟ !ବାପୀତଟବନ ବଟବିଟପୀରେବାୟସ, କଜ୍ଜଳପାତିକୋକିଳ, ମଇନା, ହଳଦିବସନ୍ତନୀଡ଼େ କ୍ଷଣେ ଲୁଚିଯାନ୍ତି ।ପ୍ରଶାନ୍ତ ପବିତ୍ର ବନ ଆଶ୍ରମରଦୂରୁଁ ଦିଶେ ନାରିକେଳ,ଦ୍ରୁମଶ୍ରେଣୀ ଶୋଭା ବଂଶକୁଞ୍ଜ ଛବିନିମ୍ୱ, ଆମ୍ୱ ତହିଁ ମେଳ ।ଚନ୍ଦନ ସୁବାସ- ବାସିତ କାହିଁ ବାବନାବଳୀ ମନୋହର,ବଦରୀ, ଦାଡ଼ିମ୍ୱ, ନୀପ, ନାରଙ୍ଗ ତକାହିଁ ବନ୍ଧୁ ପରସ୍ପର ।ଦେଖୁଁ ଦେଖୁଁ ଜେମା ଭାବରେ ବିଭୋରପୁଲକାଶ୍ରୁ ନୟନରେ,ମିଳିଲେ ଆସିଣ ପ୍ରାତେ ଦିନେ କେଉଁଋଷି ପୁଣ୍ୟ ଆଶ୍ରମରେ ।ଋଷିଆଶ୍ରମ ସେ ମରତେ ତ୍ରିଦିବ,ପଙ୍କସରେ ପଦ୍ମ ଯଥା,ହଜିଛି ତହିଁ କି ଶୋକ-ଦୁଃଖ-ତାପ,କାମନା, ବାସନା ବ୍ୟଥା ।ବନ ମଧ୍ୟେ ଅତି ବିସ୍ତୃତ ଭୂଖଣ୍ଡପରିଷ୍କୃତ ପରିଚ୍ଛନ୍ନ,କ୍ଷୁଦ୍ର କ୍ଷୁଦ୍ର କୁଟୀ ମୁନିଋଷିଙ୍କରକି ପାବନ ଶୋଭାବନ !ସ୍ୱଭାବେ ସନ୍ତୁଷ୍ଟ ତାପସ ତାପସୀସଂଯମୀ ସୁଧୀର ଶାନ୍ତ,ପୁଣ୍ୟଶ୍ରୀ ବିସ୍ତାରି ଆବାସ ତାଙ୍କରଶୋଭିଛି କି ବନପ୍ରାପ୍ତ !ସରମ କୁସୁମ ଫଳ ପର୍ଣ୍ଣେ ପୂରିସରସ ପାଦପପନ୍ତି,ସୁଷମା ନିରେଖି ମନେହୁଏ ସତେସ୍ୱୟଂ ଲକ୍ଷ୍ମୀ ନିବସନ୍ତି ।ତୃଣ ଆସ୍ତରଣେ ଚରେ ମୃଗଶିଶୁମେଷଶିଶୁ ବତ୍ସତରୀ,କାହିଁ ତୃଣ ମୁଖେ ଦିଏ ଶାବକରମୁନିକନ୍ୟା କରେ ଧରି ।ସ୍ୱଭାବେ ସରଳା ତାରବ-ବଳ୍କଳାଅଳଙ୍କାରଶୂନ୍ୟ-ବେଶୀମଣ୍ଡି ଫୁଲମାଳେ କଳେବର କାନ୍ତିବଢ଼ାଇଛି ମଞ୍ଜୁକେଶୀ ।ତାପସୀ ତରୁଣ ପଶିଣ ଉଦ୍ୟାନେତୋଳୁଛନ୍ତି ପୂଜାଫୁଲ,ହୋମପୂତ ଗନ୍ଧ ମିଶଇ ସମୀରେ,ସେ କି ପୁଶ୍ୟାମ୍ୱ ଠୁଳ !କାହିଁ ବୃଦ୍ଧ ଯତି ଧ୍ୟାନମଗ୍ନ ଯୋଗୀନେତ୍ର ବେନି ନିମୀଳିତ,କାହିଁ ବା ତାପସ ମାଳା ଜପି ଜପିସ୍ତୋତ୍ରପାଠେ ଅବହିତ ।ନିରେଖୁଁ ନିରେଖୁଁ ଇଚ୍ଛିଲା ସାବିତ୍ରୀଅନ୍ତରେ ଆଶ୍ରମ ବାସ,ଇଚ୍ଛିଲା ବଳ୍କଳ- ବସନେ ନାଶିବଅଙ୍ଗୁ ଅଳଙ୍କାର ପ୍ରାସ ।ପିନ୍ଧି ଫୁଲଭୂଷା ଫୁଲରାଣୀ ପରିପ୍ରାତଃ ସନ୍ଧ୍ୟା ଦେବାର୍ଚ୍ଚନେକଟାଇବ ଦିନ ବାସନା ପ୍ରବଳଉଠିଲା ତାହାରି ମନେ ।ତେଜିଣ ଶିବିକା ପଡ଼ିଲେ ଓହ୍ଲାଇସଖିମେଳେ ରାଜସୁତା,ପିଞ୍ଜର ପକ୍ଷୀ କି ଆଜି ଏତେଦିନେହୋଇଲା ବନ୍ଧନମୁକ୍ତା !ବୁଲି ବୁଲି ବନ- ଶୋଭା ଦେଖିବାରଉଦେ ମନେ ଅଭିଳାଷ,ସଚିବ ସାମନ୍ତ ବସି ବୃକ୍ଷମୂଳେକଲେ ସୁଖେ ଶ୍ରମ ନାଶ !ମାଧବୀ, ମାଳତୀ, ରମା, ଉମା ସଖୀ-ଚତୁଷ୍ଟୟ ସଙ୍ଗେ ଘେନିଭ୍ରମନ୍ତି ସାବିତ୍ରୀ ଏଣେତେଣେ ଯଥାଭ୍ରମିଥିଲେ ଯାଜ୍ଞସେନୀ ।ପାଣ୍ଡବଙ୍କ ମେଳେ ବୁଲିଥିଲେ ସେହି,ଏ ବୁଲନ୍ତି ସଖୀମେଳେ,ନୀରଦବରଣା ଯାଜ୍ଞସେନୀ ଏ ତସ୍ଫୁରତ୍ଶମ୍ପା ଗତିବେଳେ ।ପ୍ରଫୁଲ୍ଲ-କମଳ- କୋମଳବଦନାକୁନ୍ଦକଳି-ସୁରଦନାସ୍ମିତ ମୁଖେ ସୁଖେ ଚିହ୍ନାନ୍ତି ସଖୀଙ୍କିବୃକ୍ଷଲତା ଅଗଣନା ।ଅଶେଷ ବିଜ୍ଞାନ- ଜ୍ଞାନେ ସୁପଣ୍ଡିତାସୁରଭି ନାରୀରରାମବଖାଣନ୍ତି ସଖୀ- ବ୍ରଜ ସମୀପରେଫୁଲ ଫଳ ପର୍ଣ୍ଣ ନାମ ।ସ୍ୱଭାବେ ବସନ୍ତ ସୁକାନ୍ତ ପ୍ରଶାନ୍ତରଞ୍ଜିଛି ସେ ବନସ୍ଥଳୀ,ଫୁଟିଛି ତେଣୁ କି ଗଞ୍ଜି ଶୋଭାରଣୀନନ୍ଦନର ଶୋଭାବଳୀ !ଫୁଲ୍ଲ ନାଗେଶ୍ୱର କେଶର ବିକାଶହେବ ହର-କରୀ ଅବା,ହରି-ହୟ ପ୍ରିୟ ପାରିଜାତ ଜିଣିମୁଞ୍ଜରେ ମଞ୍ଜୁଳ ଜବା ।ଜଗତଜନନୀ- ରଞ୍ଜିତ ରାଜୀବଯୁଗଳ ଚରଣ ତଳେସେବା ଅଧିକାର ଲଭି କି ମନ୍ଦାରବର୍ଣ୍ଣ ବଇଭବେ ଝଳେ !’ଶୋକନାଶୀ ଶୁଚି- ପୁଷ୍ପପୁଞ୍ଜେ ମଞ୍ଜୁଅଶୋକ କି ଋଷି ସରି,ଦୟାବତୀ ନେତ୍ର- ନୀରବିନ୍ଦୁ ଅବାବକୁଳ ମୂଳେ ସେ ଝରି !ବସନ୍ତରସିକ ପିକ ପିକବଧୂକେଳିକୁଞ୍ଜ ସହକାରନବ ସୁପଲ୍ଲବ ବକୁଳ ବସନେବନ୍ଦେ ପାଦ ବିଧାତାର ।ମଞ୍ଜୁ ଗୁଞ୍ଜରଣେ ଗୁଞ୍ଜି ମଧୁବ୍ରତପ୍ରଚାରେ କି ମଧୁ ଯଶ,ମଳୟ ମାରୁତେ ମାଧବୀ ନିଆଳୀଫୁଟି ମୁଖ ହସହସ ।ନିକାଞ୍ଜନ ବନ- ଶୋଭିତ ଆଶ୍ରମେଉଭା ସତେ ଶୋଭାରାଣୀ,ଭୋଳ ଜେମାମଣି ସେ ଶୋଭା-ସୁଧାରେନିଜର ଶୋଭା ନ ଜାଣି ।ବସନ୍ତ-ବସନ ଫୁଲଜରିଦିଆପିନ୍ଧିଛି କି ବର ଅଙ୍ଗେ,ଦିନାନ୍ତ-ରଞ୍ଜିତ ବାରୁଣୀ ଗଗନ-ଝଲକ କି ଫୁଲ ରଙ୍ଗେ !ନୀଳ ମେଘେ ରମ୍ୟ ଇନ୍ଦ୍ରଚାପ ସରିପତ୍ରଦଳେ ଫୁଲହାର,ଧାତକୀ ତିଳେଇ ଧଳା ପାଟଳିମାମିଶି ରଙ୍ଗ ଏକାକାର ।ଜଳେ ସ୍ଥଳେ ପଦ୍ମ ଫୁଟଇ, ଏକାଳେଆକାଶେ ଫୁଟିଛି ଅବା,ଉଜ୍ଜ୍ୱଳ ଇଜ୍ଜଳ, ଶିମୁଳ, ପଳାଶଶିରେ ବହି ଫୁଲଗଭା ।ପୀତ ଗନିଆରୀ କାଞ୍ଚନ ସୁନାରୀସୁନାଶିରୀ ଫୁଲଝରା,ସୁନାସୀର-ପଦ- ସାର ପଦ୍ମସମାସୁନାରୀ ରୂପପସରା ।ଶଚୀ ଶୋଭାବୀଚି ରାଗସାଗରରରୁଚି ପାରିଜାତେ ଯାରତା’ ବରାଙ୍ଗ ରଙ୍ଗ ଦରପ ଭଙ୍ଗାଇବୋଲାନ୍ତି ସେ ସୁନାହାରବାତାବୀ ବାସଙ୍ଗ ଲଭି ମଧୁସଙ୍ଗଫୁଲେ ଦିଶୁଛନ୍ତି ତୋରା,(ସେ କି) ମାଧବ ବରାଙ୍ଗେ ଫୁଲ ଶୋଭା-ଅଙ୍ଗୀରାଈମଣି ଚମ୍ପାଗୋରା !ଫୁଲ୍ଲ ଶୋଭାଞ୍ଜନ ପ୍ରସୂନ ଶୋଭାରେବିଳସୁଛି ଫୁଲଚୁଇଁ,ଦାସୀ ସହଚରୀ ଫୁଲବେଶେ ଏବେସଜାଡ଼ନ୍ତି ବନଭୂଇଁ ।ପଲ୍ଲବପାଟଳ କାନନ ଶୋଭାରେପାଟଳୀ ମିଶିଛି ପୁଣି,ପତରେ ପତରେ କୁଞ୍ଜେ କୁଞ୍ଜେ ଆହାଫୁଲ କେ ଦେଇଛି ବୁଣି ?ବନଭୂମି ଅନ୍ତେ ଆଶ୍ରମସରଣୀ,ବେନିପାଶେ ଫୁଲକୁଞ୍ଜ,ସେବତୀ, ରଙ୍ଗଣୀ, କାମିନୀ, କରବୀ,ତରାଟ, ତୁଳସୀପୁଞ୍ଜ ।ଫୁଲ ପେନ୍ଥା ପେନ୍ଥା ନଇଁ ସେ ଓହଳିଭୂଇଁ ଛୁଇଁ ପଡ଼େ ଡାଳ,କଣ୍ଟା ଫୁଲ ବେନି ଘେନି କୁରୁବକବାଡ଼ କରେ ମାଳମାଳ ।ତା’ ସଙ୍ଗେ ସଙ୍ଗାତ ନିମ୍ୱ, ଆଷାଢ଼ୁଆପିନ୍ଧି ଫୁଲ ଧଳା ଧଳା,ବରକୋଳି, କେନ୍ଦୁ ଜାମୁ, ଆମ୍ୱ ଗଛଡାଳେ ଛନ୍ଦି ଛନ୍ଦି ଗଳା ।ପକ୍ୱ ଫଳ ଧରି କେ ବଡ଼ ସୁହାଗୀଧରିଛି କେ ଫଳ କଷି,ନିଜ ଶୋଭା ଅଜ୍ଞ ମନୋଜ୍ଞ ଭାବିଣଅପରେ ଅଛନ୍ତି ରସି ।ଖରା ଝିକି ଝିକି ମାରୁଛି ପତରେଫୁଲୁଁ ଖସେ ହିମହାର,ଠାବେ ଠାବେ ଆହା ନଇଁଛି ଭଇଁଚନ ସହି ପତରଭାର ।ଏ ଗଛୁଁ ସେ ଗଛୁଁ ସିନ୍ଦୂରମୁଣ୍ଡୀ କିଉଡ଼ିବୁଲେ ରାବି ରାବି,ଗୀତ କି ଗାଉଛି ହଳଦୀବସନ୍ତବସନ୍ତ ବନ୍ଦନା ଭାବି !ମୁନିଟି ପରାଏ ଆଖି ମୁଦି ଶୁକଜାଗ୍ରତେ ଶୋଇଛି ପରା,ଆହାର ଖୋଜଇ ଏଣେତେଣେ ବଣି,କାକ ଡାକିଉଠେ ତ୍ୱରା ।ଖୁଣ୍ଟେ ଖୁଦକଣା ପୋଷା ପାରାବତ,ବାଜଇ ଝୁମୁକା ପାଦେ,ଅନୁକରି ପିକ- କୁହୁ କୁହୁ କିବାବୁଲେ ହର୍ଷେ ହୁଁ ହୁଁ ନାଦେ !ରୂପ ଗରବରେ ମୟୂର ମୟୂରୀପୁଛ ଟେକି ଫରଫର,ଘରଚଟିଆ ସେ ଏ ଗଛୁଁ ସେ ଗଛୁଁଉଡ଼ୁଥାଏ ତରତର ।ବାଆ ପାଣି କଲେ କି ଯାଏ ବାୟାର,ବସା ତ ଝୁଲଇ ଡାଳେ,ପଲ ପଲ ହୋଇ ଉଡ଼ି ବସୁଛନ୍ତିକି ଦକା ସଞ୍ଜେ ସକାଳେ ?କଜଳପାତିଟି ବସିଛି ନୀରବେବୃକ୍ଷ ଅଗ ଡାଳେ ଯାଇ,ଲାଜେ ମରେ କି ସେ ନିଜ କଳା ରୂପେଜେମାମଣି ରୂପ ନାହିଁ ।ହାତ ଧରାଧରି ଚାଲିଛନ୍ତି ଜେମା,ଚାଲିଛନ୍ତି ପ୍ରିୟ ଆଳୀ,ନମନ୍ତି ସମ୍ଭ୍ରମେ ମୁନିକୁମାରୀଏକେ ନୃପକୁମାରୀ ଭାଳି ।ଲାଜେ ଘୁଞ୍ଚି ଜେମା ମଉନେ ଶିରକୁନୁଆଇଁ ବଦନ୍ତି ତ୍ୱରା,ଆସିଅଛି କାହିଁ ନ ପଚାରେ କେହି,ବାଚାଳତା ହେବ ପରା ।ସୁଚାରୁଚାଳିତ ଆଶ୍ରମ ନିୟମେତାପସ ତାପସୀ ସଂଘ,ଶାସନ୍ତି ଋଷିଏ ବିହି ଦଣ୍ଡ ଗୁରୁକରେ କେ ନିୟମ ଭଙ୍ଗ ।ଅତିଥିର ସେବା କରିବାର କିନ୍ତୁନ ଥିଲା କାହାରି ମନା,ଫୁଲ ଫଳ ଜଳ ଘେନି ଜେମାପାଶେଉଭା ହେଲେ ଋଷିକନ୍ୟା ।ସରମେ ଆଦରେ ନମି ତାପସୀଙ୍କିଫଳଟି ଘେନିଲେ ହାତେ,ପଚାରିଲେ ଆସି ବୃଦ୍ଧା କେହି, ‘‘ମା ଗୋ,ଭ୍ରମ କିମ୍ପା ବନେ ପ୍ରାତେ ?’’‘‘ତୀର୍ଥ ଦରଶନେ ଆସିଅଛି ମାତା’’କହିଲେ ସାବିତ୍ରୀ ନମି,କହେ ସଖୀ, ‘‘ମଦ୍ର- ରାଜଜେମା, ପିତା,ଅଶ୍ୱପତି ପରାକ୍ରମୀ ।’’‘ମଦ୍ରରାଜଜେମା ସାବିତ୍ରୀ’ ଶ୍ରବଣେବିସ୍ମିତା ତାପସୀ ଅତି,ପୁଚ୍ଛିଲେ ସମ୍ଭ୍ରମେ ଘେନିଯିବେ ଅବାଆଶ୍ରମେ ଋଷିଙ୍କ କତି ।ସମ୍ଭ୍ରମ-ସରମେ ଆଦର ଆହ୍ୱାନପ୍ରତ୍ୟାଖ୍ୟାନି କଉଶଳେଶିଷ୍ଟ ଭାଷେ ତୋଷି ତାପସୀନିଚୟେଭ୍ରମିଲେ ସଖୀଙ୍କ ଦଳେ ।କିଛି ଦୂର ଯାଉଁ ପଥ ଆନ ପ୍ରାନ୍ତେନିରେଖେ ମାଧବୀ ଫେରି,ଉଭା ସେ କେ ସୂର୍ଯ୍ୟ- ମଣ୍ଡଳସନ୍ନିଭଋଷିସୁତ-ଗ୍ରହ ଘେରି ।କରକେ ଧରିଣ କ୍ଷୁଦ୍ର ଆମ୍ୱଶିଶୁଆନ କର ସଖା ସ୍କନ୍ଧେଉଭା ସେ ମୁରତି, ଭବେ ବିଜେ ଅବାନାରାୟଣ ମହାନନ୍ଦେ !ଫେରିଣ ସହସା ଚାହିଁଲେ ସାବିତ୍ରୀପଲକେ ପୁଲକେ ଭାସିଦିବ୍ୟ ଜ୍ୟୋତିଷ୍ମାନ ଉଦାର ସୁନ୍ଦରଯୁବା ସେ କି ସ୍ୱର୍ଗବାସୀ !ଆନତ ଆନନେ ଜଡ଼ିତ ସରମେସାବିତ୍ରୀ ମରମ ବାଜିବିନ୍ଧିଲା କାହାର ବିଶାଳ ବିମଳନେତ୍ର-ଜ୍ୟୋତିଃ-ଶରରାଜି ।ସାବିତ୍ରୀ ! ସାବିତ୍ରୀ ! ଆତ୍ମସତ୍ତା ତୋରହଜିଲା କି ଏହି କାଳେ,କହେ ତେଣୁ ଆଗୋ, ବିଧିଲିପି କେହିଖଣ୍ଡିଛି କି କାଳେ କାଳେ ?