ମାନସୀମୂର୍ତ୍ତି
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ବସନ୍ତ କୋକିଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୮
- ସ୍ଥିତି
- ସାର୍ବଜନୀନ (Public domain)
ଦୂରେ ଥାଅ ଇପ୍ସିତ ହେ ନ ଆସ ମୋ ପାଶ,ମୋହ−ମରୀଚିକା ମୋର ନ କରି ବିନାଶ ।ପାଦ୍ୟଅର୍ଘ୍ୟ ଦେଇ ସଦା ହେ ରମ୍ୟ ସୁନ୍ଦର ,ସେ ବରେଣ୍ୟ ପ୍ରତିମାକୁ କରି ନମସ୍କାର ।ପ୍ରାଣର ଗଭୀର ଦେଶେ କରିବି ମୁଁ ସ୍ତବ,ଦେଖିବି ସେ ଚାରୁ ମୂର୍ତ୍ତି ଚିର ଅଭିନବ ।ଦିଅ ନାହିଁ ଧରା ବନ୍ଧୁ ନ ଭାଙ୍ଗ ମୋ ମୋହ,ନ ଘଟାଅ କ୍ଷୁଦ୍ର ପ୍ରାଣେ ଦାରୁଣ ବିଦ୍ରୋହ ।ପରଶେ ମଳିନ ହୁଏ ବିକଳ ପ୍ରସୂନ,ଅପସରି ଯାଏ ମାୟା ମରୀଚିକାପୂର୍ଣ୍ଣ ।ଭକ୍ତି−ପୁଷ୍ପାଞ୍ଜଳି ଢାଳି ମୋ ମୁଗ୍ଧ ହୃଦୟଦୂରରୁ ପ୍ରଣମୁ ସଖା ଶ୍ରୀଚରଣଦ୍ୱୟ ।ଅପସାରି ମୋହ ମୃଗତୃଷ୍ଣିକା ଇପ୍ସିତ ।ସେ ମଧୁର ସୁଖୁଁ ସଖା ନ କର ବଞ୍ଚିତ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ