ମହାପୁରୁଷ
୧୮୭୫–୧୯୨୮
- ସଂକଳନ: ଚାରୁଚିତ୍ର
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୪
- ସ୍ଥିତି
- ସାର୍ବଜନୀନ (Public domain)
ପ୍ରାଚୀନ ଭାରତ ପୁଣ୍ୟର ଧାମ,କୋଟି ସ୍ମୃତିପୂର୍ଣ୍ଣ ଯାହାର ନାମ,ପବିତ୍ର ପୁରାଣ କୀରତିମୟ,ଜ୍ଞାନ–କର୍ମ–ପ୍ରେମ–ଯୋଗ–ଆଳୟ,ନିଜେ ଲୀଳାମୟ ହରିବ୍ରହ୍ମଜ୍ଞାନ ରତ୍ନଭଣ୍ଡାର ସ୍ୱରୂପେବାଛିନେଲେ କୃପା କରି ।ଜନକାଦି ଋଷି ଏ ଦେଶେ ଆସିଗଲେ ଆଦିଶାସ୍ତ୍ର ବେଦ ପ୍ରକାଶି,ରାମାୟଣ ମହାଭାରତ ବ୍ୟାସବାଲ୍ମୀକି ଏ ଦେଶେ କଲେ ପ୍ରକାଶ,ସାଂଖ୍ୟାଦି ଷଡ଼ଦର୍ଶନକପିଳାଦି ଋଷି ଜନ୍ମି ଏହି ଦେଶେକରିଥିଲେ ପ୍ରଣୟନ ।ମହାକର୍ମଯୋଗୀ ବୁଦ୍ଧ ଗୌତମପ୍ରଚାରି ‘ଅହିଂସା ପରମଧର୍ମ,ରିପୁନାଶ କର୍ମନିର୍ବାଣ ହେତୁ’,ଉଡ଼ାଇଲପେ ସାମ୍ୟ ଗୌରବ–କେତୁ,ରାମାନୁଜ ଶ୍ରୀଚୈତନ୍ୟ‘ନାମେ ଭକ୍ତି ଜୀବେ ଦୟା’ ଉପଦେଶିଏହି ଦେଶେ କଲେ ଧନ୍ୟ ।ପୁରାଣଗାୟକ ଶୁକ ସନକ,ମନୁ ପରାଶର ସ୍ମୃତିକାରକ,ଭବଭୂତି କାଳିଦାସାଦି କବି,ଭୂତଳେ ଅତୁଳ ଭାରତଛବି,ରାମ କୃଷ୍ଣ ଯାର ବୀର,ଜ୍ଞାନ–ଗରିମାରେ ଭାରତ ସମାନକେଉଁ ଦେଶ ପୃଥିବୀର ?ନାନକ, କବିର, ତୁଳସୀ ଦାସ,ତୁକାରାମ ବା ଜଗନ୍ନାଥ ଦାସ,ନାନା ଯୁଗେ ନାନା ସାଧୁ ସଜ୍ଜନ,ସମାଜସଂସ୍କାର କଲେ ସାଧନ,ଦେଶେ ଘୋର ବିଶୃଙ୍ଖଳାଘୋଟେ ଯେବେ ତେବେ ଜନ୍ମନ୍ତି ମହାତ୍ମାଘେନି ପରମାତ୍ମା କଳା ।ପୁଣି ଏ ଭାରତ ଦୁର୍ଭାଗ୍ୟ ବଳେପଡ଼ୁଥିଲା ଅବନତି–କବଳେ,ଏମନ୍ତ ସମୟେ ଜଗତଗୁରୁଅଭୟ ଉଚ୍ଚାରି ତ୍ରିଦିବ ପୁରୁପାଶ୍ଚାତ୍ୟ ଜ୍ଞାନ ରତନଅମାନିଶା–ଧ୍ୱାନ୍ତେ ଭାସ୍କର ପରାଏଭାରତେ କଲେ ପ୍ରେରଣ ।ଏକେଶ୍ୱରବାଦ–ପୁନଃସ୍ଥାପକଜାତୀଗତପୌରୋହିତ୍ୱ–ନାଶକସ୍ୱଦେଶବତ୍ସଳ ଉଦାରଚେତାସୁସଂସ୍କୃତ ନବ ଧର୍ମପ୍ରଣେତାଯୁଗଧର୍ମ ସଂସ୍ଥାପନକଲେ ଶାସ୍ତ୍ରଦର୍ଶୀ ସୁଜ୍ଞ ସଂସ୍କାରକଦୟାନନ୍ଦ ରାମମୋହନ ।
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ