ମହାପ୍ରୟାଣ — ଲକ୍ଷ୍ମୀକାନ୍ତ ମହାପାତ୍ର · ସ୍ୱର୍ଣ୍ଣଲିପି* ବ୍ୟାସକବି ଫକିରମୋହନଙ୍କହେ କବି, ହେ ଦେବ, ଗୁରୋ, ବାଣୀବର ପୁତ୍ର,ଉତ୍କଳର ସାହିତ୍ୟ ନାୟକ ।ସାହିତ୍ୟର ଗନ୍ତା ଘରେ ସୁଯୋଗ୍ୟ ଭଣ୍ଡାରୀ ।ବାଣୀ-ବୀଣା-ବିଚିତ୍ର-ଗାୟକ ।ଜଜର ବୁଦ୍ଦୁଦ ପ୍ରାୟ ମାନବ ଜୀବନ,ଅନ୍ଧକାର ବୁଜି ଦେଲେ ଆଖି ।ସେ ଜୀବନେ ସମ୍ପାଦିଲ କୋଟି ଜୀବନରକର୍ମ ତୁମ୍ଭେ ସାଧକ ଏକାକୀ ।ସଂସାରର ଝଞାବାତ ଘୋର ଆବର୍ତ୍ତନେତିଳେ ମାତ୍ର ନୋହିଲେ କାତର ।ସେହି ନିଷ୍ଠା, ସେ ତପସ୍ୟା, ସେ ସାଧନା ଆଗେସିଦ୍ଧି ଆଉ କେତେ କା ମାତର !ଜୀବନର ସୁଖ ଦୁଃଖ ଘୂର୍ଣ୍ଣିପାକେ ପଡ଼ିଶିକ୍ଷା କଲ ଯେ ଲୋକ ଚରିତ୍ର,ହେ ବିନ୍ଧାଣି, କାବ୍ୟରୂପେ ରଖି ଗଲ ତାରଜଗତରେ କି ସୁନ୍ଦର ଚିତ୍ର ।ହୃଦୟର ରକ୍ତଦାନେ ବିଡ଼ିଥିଲ ନିଜେଦୁନିଆର ଯେଉଁ ଗୂଢ଼ ନୀତି ।ଲୋକ ଶିକ୍ଷା ପାଇଁ ସର୍ବ ପ୍ରକାଶିତ ତାହାଦେଖାଇଲ ମାନବର ପ୍ରୀତି ।ପଥଭ୍ରାନ୍ତ ଆତ୍ମାଙ୍କର ଅପୂର୍ବ ମିଳନଜଗତରେ କିରୂପେ ସମ୍ଭବେ;ମାନବର କୃତକର୍ମ ନ ଯାଏ ନିଷ୍ଫଳେ,ପୁରଷ୍କାର ‘‘ପ୍ରାୟଶ୍ଚିତ୍ତ’’ ଭବେ ।କବିତା-କାନନେ ପଶି ତୋଳି ‘‘ସୂତାଫୁଲ’’ବାଣୀ-ପଦ୍ମେ ଦେଲ ‘‘ଉପହାର’’ହେ ପ୍ରେମିକ, ମୁଗ୍ଧ କବି, ଅନୁଭବୀ ବିନାକେ ବୁଝିବ ମର୍ଯ୍ୟାଦା ତାହାର ।ଜଗତରେ ଯାହା କିଛି ହେୟ ଅପଦାର୍ଥଦୂରୁଁ ଛିଛିକାର କରେ ନର,ବିଶ୍ୱାସୀ ପ୍ରେମିକ ନେତ୍ରେ ମହାମୂଲ୍ୟବାନସବୁ ସତ୍ୟ, ଶିବ ଓ ସୁନ୍ଦର ।ଏହି ତତ୍ତ୍ୱ ଭେଦି ଥିଲ ଅନ୍ତରେ ଅନ୍ତରେଥିଲ ଯେଣୁ ଈଶ୍ୱରେ ବିଶ୍ୱାସୀଆହରିଣ ‘‘ଧୂଳିକଣା’’ ସଜାଡ଼ିଲ ଅର୍ଘ୍ୟଦିବ୍ୟ ଭୋଗ, ପରମ ଉଦାସୀ ।‘‘ଅବସର ବାସେ’’ ଥାଇ ରୋଗ-ତାପ ଭୂଲିଲୟ ଯୋଗେ ନିବେଶିଲ ଚିତ୍ତ ।ମାନବ ସମାଜେ ଆଣି ଦେଲ ଉପହାରତଥି ଲବ୍ଧ ଅପ୍ରମିତ ବିତ୍ତ ।ଦେବଗୀତା ଭାରତାଦି ମହାଗ୍ରନ୍ଥ ମାନଉତ୍କଳରେ ଭାଷାନ୍ତର କରି,ଦେଖାଇଲ ଯେଉଁ ଶକ୍ତି କେମନ୍ତ ହେ ତାହାଶୀର୍ଣ୍ଣ ଦେହେ ଥିଲ ଦେବ ଧରି ?ଉତ୍କଳ ଭାଷାର ଘୋର ଦୁର୍ଦ୍ଦିନ ସମୟେ,ତୁମ୍ଭେସିନା ହେଲ କର୍ଣ୍ଣଧାର,ଅଦମ୍ୟ ଉଦ୍ୟମେ ମାତି ଆହେ, କର୍ମବୀର
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶାଗୋପାଳକୃଷ୍ଣ ପଟ୍ଟନାୟକ ଗୋପାଳକୃଷ୍ଣ ପଟ୍ଟନାୟକ
ନନ୍ଦକିଶୋର ବଳ
ଅକାଳ ସରଣୁ କଲ ଯାର ।
ନୋହିଲେ ନ ଥାନ୍ତା ଆଜି ଚିହ୍ନବର୍ଣ୍ଣ ତାର
ହୋଇଥାନ୍ତା ସ୍ମୃତି ପୁରାତନୀ ।
ଓଡ଼ିଆ ନାମରେ ଆଉ ପଡ଼ନ୍ତା କି ଗାର
କିଏ କିମ୍ପା ଧରନ୍ତା ଲେଖନୀ ?
‘‘ସଂସାରରେ ଚିରଦିନ ରହି ନାହିଁ କେହି
ଜନମିଲେ ଅବଶ୍ୟ ମରଣ’’
ଏ ଶିକ୍ଷା ଦେଇଛ ତୁମ୍ଭେ, ତେବେ କାହିଁ ପାଇଁ
ବିଷାଦର କିବା ପ୍ରୟୋଜନ ?
ତୁମ୍ଭର ଉତ୍ସାହ ବାକ୍ୟ ପଡ଼ିଛି ଯା କାନେ,
ତହିଁ ତାହା ପ୍ରସବିଛି ଫଳ,
ଉତ୍କଳକୁ ଦେଇଗଲ ଯେଉଁ ବୀଜ ମନ୍ତ୍ର
ସାଧକକୁ ଦେବ ନବ ବଳ ।
ତବ ସ୍ନେହ ଆର୍ଶୀବାଦ ଆଶ୍ୱାସନା ବାଣୀ
କାନେ କାନେ ଉଠୁଅଛି ବାଜି,
ରୋଗ ଶଯ୍ୟା ପରେ ମୋର ଅବଶ ଲେଖନୀ
କ୍ଷଣ ପାଇଁ ଜାଗରିତ ଆଜି ।
ଲଭିଲ ନିର୍ବାଣ ନିଜେ, କିନ୍ତୁ ଉତ୍କଳରେ
ଜାଳିଗଲ ଯେଉଁ ଜ୍ଞାନବତୀ,
ଯୁଗେ ଯୁଗେ ଉତ୍କଳକୁ ଦେଖାଇବ ପଥ
ଭାରତୀର ଅକ୍ଷୟ ଆରତୀ ।
ଯାଅ ଦେବ, କର୍ମମୟ ଜୀବନର ଅନ୍ତେ
ଲଭି ଯାଇଁ ଅଛନ୍ତି ବିଶ୍ରାମ,
ଜୀବନ ସଂଗ୍ରାମ ନାହିଁ, ଚିନ୍ତା, ଦକ, କ୍ଲେଶ ।
ଶାନ୍ତିପୂର୍ଣ୍ଣ ସେ ଅମୃତ ଧାମ ।
ସଂସାରର କୃତଘ୍ନତା ପାପ ତାପ ଭୁଲି
ରୋଗ ଶୋକ ଯନ୍ତ୍ରଣା ପାଶୋରି ।
ସେ ଶାନ୍ତି କାନନେ ବସି ନନ୍ଦନ ଆମୋଦେ
ଗାଉଥିବ ଅମର ବଂଶରୀ ।
ନବଜାତ କୁମାରପ୍ରତି ପିତାର ଆହ୍ୱାନ
* ରାୟ ବାହାଦୂର ସାମାନ୍ତ ରାଧାଚରଣ ଦାସଙ୍କର ପୁତ୍ରଲାଭ ଉପଲକ୍ଷରେ ।
ଆସରେ ଆସରେ ପରାଣ ସଙ୍ଖାଳି
ଆସରେ ଜୀବନ ଧନ,
ଅର୍ଘ୍ୟଥାଳୀ ଧରି ବନ୍ଦାଇ ନିଅଗୋ
ଯତନରେ ପୁରଜନ ।
ଆସରେ ଆସରେ ମୋ ନେତ୍ର ପିତୁଳା
ଆସରେ ନୟନ ତରା,
ଆସିଲାଣି ମୋର ଆନନ୍ଦ ପସରା
ସଙ୍ଖୁଳି ନିଅଗୋ ହରା ।
ଆସରେ ମୋ ଚିର-ଆକାଙ୍କ୍ଷିତ ଧନ
ଆସରେ ହୃଦୟ ନିଧି,
ମୋ କୁଳ-ପ୍ରଦୀପ, ଆସ; ତୋତେ ପରା,
ପଠାଇ ଅଛନ୍ତି ବିଧି ।
ରଖିଛି ମୁଁ ହୃଦେ ସ୍ନେହର ଅମୃତ
ନୟନେ ଆନନ୍ଦ ବାରି,
ବରଷୁ ତୋ ଶିରେ ସେ କଲ୍ୟାଣ ଧାରା
ହୃଦୟ-ଆହ୍ଲାଦ-କାରୀ ।
ଜନନୀ ନୟନୁଁ, ସ୍ତନୁଁ ବହି ଯାଉ
ଶରଧା ପିୟୁଷ ରାଶି,
ଆସରେ ଜନନୀ-ଜୀବର ଜୀବନ
ସେ ସ୍ରୋତରେ ଭାସି ଭାସି ।
ବାଜିଉଠୁ ଏବେ ମଙ୍ଗଳ ମହୁରି
ଶୁଭଶଙ୍ଖ ଉଠୁବାଜି,
ସେ ସୁର ସଙ୍ଗୀତ ତାଳ ଲୟ ସନେ
ନାଚି ନାଚି ଆସ ଆଜି ।
ବହିଆସୁ ଏବେ ମଳୟ ଅନିଳ
ଧୋଇ ନନ୍ଦନର ବାସ ।
ତା’ମୃଦୁ ତରଙ୍ଗେ ଚାରୁଅଙ୍ଗ ଭଙ୍ଗେ
ଦୋହଲି ଦୋହଲି ଆସ ।
ସ୍ୱରଗର ଜୀବ ସ୍ୱରଗ ତରାର
କିରଣ ନୟନେ ଧରି,
ଆସରେ ଓହ୍ଲାଇ ମୋପୁର ଅନ୍ଧାର
ସେ ଜ୍ୟୋତିରେ ଯାଉହରି ।
ଚନ୍ଦ୍ରମା-ଲାବଣ୍ୟ ବଦନରେ ବୋଳି
ଆସରେ ମୋର ଭବନେ,
ଆସ ଆସ ମୋର ନୟନ-ଛବିରେ
ଛବିଳ ଚନ୍ଦ୍ରିକା-ସନେ,
ଜନନୀ-ଜଠରେ ଯେ ପ୍ରତିଜ୍ଞା କଲୁ
କରଯୋଡ଼େ ବିଭୁ ପଦେ ।
ସେ କଥାଟି କେବେ ଭୁଲିବି ନାହିଁଟି
ମାତିଣ ସଂସାର-ମଦେ ।
ଜନନୀ-ଗରଭୁଁ ଭୂମିଷ୍ଠ ହୋଇଣ
କାନ୍ଦିଲ ତୁ ଉଚ୍ଚସ୍ୱରେ,
ଅନ୍ୟଜନେ ଦେଖି ତୋମୁଖ ଚନ୍ଦ୍ରମା
ହସିଲେ ଆହ୍ଲାଦ-ଭରେ ।
ଏପରି କରଣି କରିବୁ ଧରାରେ
ଯେହ୍ନେ ତୋର ଯିବା ବେଳେ
ସକଳେ କାନ୍ଦିବେ, ହସି ହସି ତୁହି
ଚାଲିଯିବୁ ଅବହେଳେ ।
ଏତିକି କଲ୍ୟାଣ, ବିଭୁଙ୍କ ଚରଣେ
ସଦାଥାଉ ତୋର ଲୟ,
ସଂସାର-ଗହନେ ଦେଖାନ୍ତୁ ତୋପଥ
ସେହି ବିଭୁ ଦୟାମୟ ।
ମାଆ ମାଆ ସେ ଦେଶକୁ ଯିବିନାହିଁ ମୁହି
ମାଆ ମାଆ ସେ ଦେଶକୁ ଯିବିନାହିଁ ମୁହିଁ ଲୋ,
କିଭଳି ସେ ଦେଶ ମୁ ତ କିଛିଜାଣେ ନାହିଁ ଲୋ ।
ସେ ଦେଶେ କି ନଦୀ-ଜଳ
ଅଟେ ଏଡ଼େ ସୁବିମଳ,
କୁଳୁ କୁଳୁ ଧ୍ୱନିକରି ଯାଉଥାଇ ବହି ଲୋ ?
କେତେ ବର୍ଣ୍ଣ ପକ୍ଷିଗଣ ଉଡ଼ୁଥାନ୍ତି ତହିଁ ଲୋ ?
ସେ ଦେଶେ କି ବହେ ଏଡ଼େ ସୁଶୀତଳ ପବନ,
ଯାହାର ପରଶେ ତୃପ୍ତ ହୋଇବ ମୋ ଜୀବନ ।
ଅମୃତନିଧି ଚଉତିଶାଦୀନକୃଷ୍ଣ ଦାସ ଓଗାଳ ଖଣ୍ଡ ପ୍ରଥମ ଭାଗଅଚ୍ୟୁତାନନ୍ଦ ଦାସ ଅଚ୍ୟୁତାନନ୍ଦ ଦାସ