ବର୍ଷା ସଙ୍ଗୀତ
ଲକ୍ଷ୍ମୀକାନ୍ତ ମହାପାତ୍ର
୧୮୮୮–୧୯୫୩
- ସଂକଳନ: କଲ୍ଲୋଳ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୮୯
- ସ୍ଥିତି
- ସାର୍ବଜନୀନ (Public domain)
ଶ୍ରାବଣ ଘନ ଘୋର ଗରଜିଧଇରଜ ମମ ନାଶଇପ୍ରଳୟ-ସିନ୍ଧୁ-ଲହରୀ-ସମାନଗଗନ ଆବରି ଆସଇ ।ଚମକେ ବିଜୁଳି ଘନ ଘନ ଘନ,ଆକୁଳ ପରାଣ ହୁଏ ଛନଛନଝର ଝର ଝର ବାରି ବରଷଣ,ଥର ଥର ଥର କମ୍ପିତ ହିଆ,ଝରଝର ବାଆ ତ୍ରାସଇ ।କେତକୀ ରେଣୁ ଉଗ୍ର ସୁବାସେନବ କଦମ୍ବ ପୁଲକ ହାସେଅସାର-ସିକ୍ତ ଧରଣୀ-ଶ୍ୱାସେଅତୀତ-ତିମିର-ସୁପ୍ତ-କାହାଣୀନବଜାଗରଣେ ଭାସଇ ।ଶ୍ୟାମ ଧରଣୀ ହରିତ କ୍ଷେତ୍ରହରଇ ଆଜିରେ ବ୍ୟାକୁଳ ନେତ୍ରଚାତକ ଶିଖି ହରଷ ନୃତ୍ୟହରଷ ବିଷାଦ ଅଭିନବ ଭାବେହୃଦୟ ମୋର ଶାସଇ ।ଘନ ଗରଜନ, ବରଷା ପତନ,ମଣ୍ଡୁକକୁଳ ଧୈବତ ସ୍ୱନ ।ସରାଳୀ ବଲାକା ତୀବ୍ର ନିସ୍ୱନ,ଲଳିତ କରୁଣ ବିଶ୍ୱ ସଙ୍ଗୀତେଚିତ୍ତ ବୃତ୍ତି ଗ୍ରାସଇ ।
ସମ୍ବନ୍ଧିତ ରଚନା
ଗୋପାଳକୃଷ୍ଣଙ୍କ ଚଉତିଶା
ଗୋପାଳକୃଷ୍ଣ ପଟ୍ଟନାୟକ
ନାନାବାୟା ଗିତ
ନନ୍ଦକିଶୋର ବଳ