ମଧୁରେଖା — ଲକ୍ଷ୍ମୀନାରାୟଣ ସାହୁ · ସ୍ୱର୍ଣ୍ଣଲିପିପରାଣର ବ୍ୟଥା ଯେ ଜାଣେ ସେ ପରମଆତ୍ମୀୟତାହାରେ ଲଭି ଜୀବନ ଭବେ ଶାନ୍ତିର ନିଳୟ ।ଦେଖାତ ସେ ଦିନ ମାତରମନେ ହୁଏ ଯେତେ ବହୁ ଜନମରସାଥୀ ପରା ସେ ମୋହର ।ମେଘ ଛାଇ ଯାଏ ଯେବେ ଆକାଶେଗଗନର ଦୀପ ଲୁଚି ଯାଏଁ କେଉଁ ଦିଶେ ।ଧରା ରାଣୀ ବଦନେ ବିଷାଦ ଛାୟାଘେରି ବୁଲେ ଯେହ୍ନେ ଏ କି ମାୟା ।ଫିଟିଯାଏ ପୁଣି ସୂର୍ଯ୍ୟ ଆଲୋକ ଆସେମନ ମୋହର ତହିଁ ସୁଖେ ଦୁଃଖେ ଭାସେଏହିପରି ବୁଲି ବୁଲି ମହୀଯାଉଥାଏଁ ଯେବେ ଅଜଣା ପଥେଉଦେ ହୁଅନ୍ତି ଯେହୁ ଅରୁଣ ରଥେନମସ୍କାର ନମସ୍କାର ନମସ୍କାର ତାହାରେକିଛି ନୋହୁ ପଛେ ସେ ଅଛନ୍ତି ରେ !ମାନବର କେତେ ଆଶା କେତେ ଭରସାମୁହୂର୍ତ୍ତକେ ହୁଏ ଚୂନାକିଏ କହିବ କିପରି କି ହୁଏ ନ ଯାଏତକେତେବେଳେ ଏହା ଜଣା ।ଗତି ବିଧି ଜଗତର ପରିବର୍ତ୍ତନ ହୁଏ ବାର ବାରକିପାଇଁ କିପରି ହୁଏ ଏହି ସବୁ କଥା ନ ଜାଣେ ଭଲେନ ଜାଣଇ କେହି ହେଲେସମସ୍ତେ ଅନ୍ଧାରେ ବୁଲୁଛୁଁ ସିନା, ତାଙ୍କରି ଆଶୀର୍ବାଦ ବିନାକିଛି ନାହିଁ କାହାର, ମାନବ ! ବୃଥା ଗର୍ବ ପରିହର ।ନେଇଯାଅ ମୋତେ ପ୍ରଭୁ ତୁମ ଇଚ୍ଛାମତେ,ଏତିକି ମୁହିଁ ଅନୁଭବେଏତିକି ମୁହିଁ ଜାଣେ ଗରବେ ।ନେଇଯାଅ ସାଥେ ସାଥେ ତୁମେ ଯହିଁ ଇଚ୍ଛ ମୋତେମୁଁ ତ ବୁଝୁଛି ତୁମେ ଅଛ ସବୁ ଠାଇଁବୁଝିଛି ବୁଝିଛି ପରା ଅନୁଭବଇଁ ।କିଛିତ ନ ଯାଏ ଜଣା ଏ କି ଭବ ଘୋରେ ବଣାଯାହାର ଯହିଁକି ତାହାର ତହିଁକିଯୋଖାଉଛନ୍ତି ପ୍ରଭୁ ବାନା ।ସଂସାର ପଥେ କାହାର ସାଥେ ବୁଲିବି ମୁହିଁଯାହାର ସାଥେ ବୁଲେଁ ପଛେଁସକଳ ଅନ୍ତରେ ଅଛଇ ସେହି ।ମୁଁ କି ଚାହେଁ ଧନ ଗରବ ? ନାହିଁ ନାହିଁ ,ମୋର ତହିଁ କିଛି ଲୋଡ଼ାଅନେକ ଲୋକେ ଅନେକ କଥା ଚାହାନ୍ତିସତେ ମୁଁ ଚାହେଁ କିଞ୍ଚିତେ ଦିଅ ମୋତେ ଥୋଡ଼ା ଥୋଡ଼ା ।ଚାହେଁ ମୁଁ ପ୍ରିୟ ସଖା ସଖୀ ଦୁଇ ଚାରିଜଣରଖିବେ ମୋତେ ତାଙ୍କ ସାଥେ ପ୍ରିୟ କରିଣ ।ସ୍ନେହରେ ଭୋଳିବି ଯେହ୍ନେ ସଦା ତାଙ୍କ ସନେଏତିକି କରୁଣା ପାଇଲେ ମୁହିଁ ଧନ୍ୟ ହେବି ଜାଣେଁ ।ଗଭୀର ଯେ କଥା ଗଭୀର ଯେ ପ୍ରେମଭାଷାରେ ତା ନ ଦିଏ ଧରା କଥାରେ ନୁହେଁ କ୍ଷେମ
ସମ୍ବନ୍ଧିତ ରଚନା
ରାଧାନାଥ ରାୟ
ଚିନ୍ତାମଣି ମହାନ୍ତି
ନୀରବ ନିଭୃତେ ଉତ୍ସ ଉଠେ ଉଚ୍ଛ୍ୱସି
ପ୍ରକାଶ ତାହାର ଗଙ୍ଗା ଯମୁନା
କେଉଁ କୈଳାସ ତୀର୍ଥେ କେଉଁ
ହିମାଳୟ ଅବସଥେ
ଗଭୀର ତାହା ମାତ୍ର ଜଣା
ପ୍ରେମ ଯହିଁ ନିଗୂଢ଼ ଭାଷା ତହିଁ ମୂଢ଼
ଭାଷା ନାହିଁ ତାହାପାଇଁ
ଅନନ୍ତ ଆକାଶ କେନ୍ଦ୍ରେ ମୁରଜ ମନ୍ଦ୍ରେ
କେ ଜାଣେ କେ ଅଛଇ ।
ଅଛଇ ସେହି ଅତି ଗଭୀରେ ଅତି ଦୂରେ
ଜାଣଇଁ ମୁହିଁ ଛୁଇଁ ନ ପାରେଁ ଛୁଏଁ ବା ଗଭୀରେ
ସାଗରର ମଣି ଶଯ୍ୟା ତଳେ ଅନ୍ତରର ଭୋଳେ
ସ୍ଥିର ହୋଇ ରହିଛନ୍ତି ସେହି ।
ଉପରେ ତାହାର ଉଚ୍ଛ୍ୱାସ ଚିର ନିଶ୍ୱାସ
ପରଶେ ମାନବ ତାହାକୁ ପାଇ
ପ୍ରେମରେ ପ୍ରେମରେ ବହୁ ଦୂରେ
ଦୂରେ ରହି କେତେ ପ୍ରେମେ ବନ୍ଧା
ଅରୁଣ ଉଠିଲେ ପଙ୍କଜ
ଫୁଟଇ କିଏ କରିବ ନିନ୍ଦା ।
ସ୍ୱାତୀ ନକ୍ଷତ୍ର ଜଳ ପିଇବାପାଇଁ
ଚାତକ ପରା ଶୁଷ୍କକଣ୍ଠେ ବସିଥାଇ
ଦୂରୁ ଦୂରୁ ପ୍ରେମ ପରଶ, ମହତ ଉଦାର ଆଦରଶ
ଗଭୀରେ ଗଭୀରେ ଦୂରେ ଦୂରେ ରହି ପୁଣି ପରଶ ।
ସେହି ମୋର ହୋଇଛି ଭାବନା
କିପରି ଛୁଇଁବି ମଣିରତ୍ନ ସୁନା
ଅଛି ଯାହା ସାଗର ବେଦୀ ତଳେ
କିପରି ଛୁଇଁବି ବିଶ୍ୱର କେନ୍ଦ୍ର
ମନର ଗଭୀର ପୁରେ
ଯହିଁ ସତେ ପ୍ରେମର ପରଶ ମିଳେ ।
ମିଳନର ସୁଖ ମିଳନର ଆଶୀର୍ବାଦ
ମିଳନେ ମିଳନେ ଦେଶ-ପ୍ରାଣ ଜାଣେ
ଜାତି ପ୍ରାଣ ଜାଣେ ।
ମିଳନର ଅଭାବେ ଜାତି ପ୍ରାଣ ଭବେ
ଶୁଖିଯାଏ ଶୁଖିଯଏ ସିନା ।
ଓଡ଼ିଆ ଭାଇ ମିଳିତ ହୋଇ ହୁଅ ଏକ ମନ ଏକ ପ୍ରାଣ
ନୁହ ଆନ ମନା
ଅଛି କି ବିଭବ ଅଛି କି ସମ୍ଭବ ଓଡ଼ିଆ ପୁଣି
ବୋଇତ ନେବ ସାଗର ପାରି
ଆଶାତରୁ ସିନା ହୋଇଛି ଛିନ୍ନ, ଓଡ଼ିଆ ହୋଇଛି ଭିନ୍ନ ଭିନ୍ନ
ପୁଣି ସେ କେବେ ଯିବ ସମ୍ପଦେ ଭରି ।
ଦେଖ ଆନ ଆନ ଜାତି
ମିଳି ମିଶି କେତେ ରହନ୍ତି
କାମ କରନ୍ତି ସନ୍ତତ ଜାତିର ପାଇଁ
ଧନ ମନ ଦେଇ
ଆମେ ଖାଲି ଭାଇ ତୁଚ୍ଛ ହୋଇ
ନାମ ଅର୍ଜିବାରେ ଈର୍ଷିତ ହୋଇ
ଯାଉଛୁଁ ଛିଡ଼ି ବଡ଼ ହେବା କହ କାହାକୁ ନେଇ ।
ଜାଗ ଭଲା ଥରେ ଓଡ଼ିଆ ଭାଇ ରେ
ସେବା କର ଦେଶ ଭାଇରେ
ଉଠାଅ ଏ ଜାତିକୁ ମହତ ଶିଖରେ
ଯହିଁ ବାରଦ ସଞ୍ଚରେ ।
ସେହିଠାରୁ ବର୍ଷ ଅମୃତଧାରା
ଜାତି ପୁଣି ଉଠୁ ହୋଇ ସମ୍ପଦେ ଭରା ।
ପିଲା ଦିନର ସାଙ୍ଗ, ପିଲା ଦିନର ସାଙ୍ଗ
ଖେଳୁଥିଲେ ନାନାରଙ୍ଗ
କନକଲତା କଳପତରୁ ସଙ୍ଗେ
କଳପତରୁ କନକଲତା ରଙ୍ଗେ
ଖେଳୁଥିଲେ ପଡ଼ୁଥିଲେ ଏକ ସଙ୍ଗେ ନାନା ରଙ୍ଗେ
ଧୀର ପାଟଣା ଗ୍ରାମଟି ତାଙ୍କର
ଦୈବ ଏବେ ଘେନିଗଲା କେଉଁ ପୁର ।
ପିଲା ପିଲାଟି କାଟିଲେ ବାଳୁତ କାଳ
ବିବାହ ବୟସ ଆସି ହେଲା
କନକ ଯିବ ଶାଶୁଘର
ନାୟକ ଝିଅଟି ପରା ଅତି ସୁନ୍ଦରୀ
ସ୍ନେହରେ ଭରି
ପୁଅଟିତ ତେଲି ଘର ତା ସଙ୍ଗେ ବିବାହ
ହୋଇବ କିପରି ।
ବୁଝିଛି ଯୁବକ ରସର କଥା
ସେ ପୁଣି ତାର କନକ ଲତା
କନକ ପୁଣି ବୁଝିଛି କିଛି କିଛି ।
ତେଣୁ ପାଞ୍ଚ କରି ତେଲି ଘର ପୁଅ ତାକୁ ନେଲା କଲିକତା
କନକ ଚଳିଲା ଜୀବନ ମୁରୁଛି
ଧନବନ୍ତ ପୁଅ ତେଲି ଘର ପୁଅ
ରହିଲେ ଦୂର ଦେଶେ ପ୍ରେମ ପରସ୍ପରେ କରି ନିଅ ନିଅ ।
ଦେଶକୁ ଫେରିଲେ କିଛି କାଳ ପରେ
ରହିଲେ ସାଙ୍ଗରେ ଅଲଗା ଘରେ ।
ତେଲି ଘର ପୁଅ ନାୟକ ଝିଅ ପ୍ରେମରେ ରସିଛନ୍ତି
ଏହା କିଏ କେଉଁ କାଳରେ ସହିବ ରେ ।
ଅସହ୍ୟ ହେଲା ତେଣୁ ବସ ବାସ ତାଙ୍କର
ଦିନେ ପାଞ୍ଚ କଲେ ଏଇଠି ଜୀବନ ହାରି
ଦୁହେଁ ଯିବା ମରଣ ସେ ପାର ।
ଝୁଲିଲେ ତହୁଁ ବରଗଛ ଡ଼ାଳେ ଦଉଡ଼ି ଲଗାଇ
ପରସ୍ପରେ କେତେ ଘେନାଇ ଘେନାଇ
ହୋଇଗଲା ଦୁଇ ଶରୀର ଏକ
ପ୍ରାଣ ବାହାରିଗଲା ଗଳାରେ ଫାଶି ନେଇଛନ୍ତି ଭେକ ।
ସକାଳୁ ଆସି ଲୋକ ଜମା ହେଲେ
ପ୍ରେମିକ ପ୍ରେମିକା ଦୁହେଁ
ଖତେଇ କହୁଛନ୍ତି ଦେଖ ରେ ଦେଖ ।
ରୂପର ସାଗରେ ରେଖାର ପାରେ ଅଛଇ ଅଲେଖ
ଅନ୍ତର ଭିତରେ ପଶିଣ ଗଭୀରେ ତାହାଙ୍କୁ ନିରେଖ ।
କିଏ ସେ କିଛି ଜଣା ନାହିଁ
ସେହି କିନ୍ତୁ ସକଳର ସାଇଁ
ସବୁ ଗଛର ଅଛଇ ଚେର
ସବୁ ଅନ୍ତର ଅଛନ୍ତି ଈଶ୍ୱର
ଜୀବନ ଭିତରେ ପ୍ରଭେଦ ମଧ୍ୟରେ
ରସରାଜ ବସି ରହନ୍ତି ତହିଁ ରେ
ତାହାଙ୍କୁ କରିବ ଭିନ୍ନ ଏହା କି କେବେ ହେବ
ପ୍ରେମର ପିତୁଳା ରସରେ ଭରା ନୋହିବ ତହିଁରେ କେବେ ଅଭାବ !
ରସ ଆସ୍ୱାଦନ ପାଇଁ
କବି ଶିଳ୍ପୀ ଯେତେ ଭାଇ
ଧାଇଁଛନ୍ତି ଜୀବନ ଭରି ପାଇବେ ପୂରି
ରସିବେ ରସରାଜ ସହ ଆପଣା ମନ ଭରି ।
କବି ସେଥିପାଇଁ ଧାଏଁ ଅନ୍ତରେ ବାହାରେ
ଖୋଜି ବୁଲେ ଅମୃତ ନିଖିଳେ ନିଖିଳେ ।
ରୂପସୀ ଉର୍ବଶୀ ଚିତ୍ରାଙ୍ଗଦା ମେନକା
କବି ଶିଳ୍ପୀ ସଂଯୋଗେ ଏ ସବୁ ଜୀବନ୍ତ ଏକା
କୋଣାରକ ଆଦି ଭାସ୍କର୍ଯ୍ୟ ଆଜ
ଅଦ୍ଭୁତ ସେହି କବି ଶିଳ୍ପୀର ଜୀବନ ନିଜ
ସେ ଯେ ତାର ଚିର ଜୀବନର ସାଧନା ସଜ ।
ନିଜର ରୂପ ନିଜେ କେବେ ଦେଖି ପାରିଲି ନାହିଁ
ଦର୍ପଣେ ଯାହା ଦେଖିଲି ମୁହିଁ ।
ସେତ ନିଜର ରୂପ ଅନୁରୂପ
ନୁହେଁ ତାହା ପୁଣି ଅବିକଳ ଅନୁରୂପ ।
ଡାହାଣ ହାତଟି ମୋର ହୋଇଯାଏ ଦର୍ପଣେ ବାମହାତ ପରା
ଡାହାଣ ଚକ୍ଷୁଟି ମୋହର ସେହିପରି ହୁଏ ଦକ୍ଷିଣେ ତରା ।
ସବୁ ଏହିପରି ବିପରୀତ କେହି ନ ଦିଅଇ ଧରା
ମୁଁ ନିଜକୁ ନ ଦେଖିଲି କେବେ ହେଲେ ପୂରା
ଆଉ ଚିହ୍ନିବି କାହାକୁ ଜଗତେ କିପରି
ମୋହରେ ମୁହିଁ ଚିହ୍ନି ଯେବେ ନ ପାରି ।
ତଥାପି ଅଛଇ ଏତିକି ବିଶ୍ୱାସ
ପ୍ରିୟତମ ମୋର ପକାଏ ଯେବେ ମୋ ଉପରେ ପ୍ରେମର ନିଶ୍ୱାସ
ସବୁ ଦେଖି ନିଏ ସେ ମୋହର
ସେ କହେ ଯାହା ପୂର୍ଣ୍ଣ ସତ୍ୟ ତାହା ମୋଠାର ।
ସେହିପରି ପ୍ରିୟତମର ରୂପ ମୁଁ ଦେଖେଁ ଭାରି
ପ୍ରିୟତମ ଜାଣେ ମୋଠାରୁ ତାଠାରୁ ସତ୍ୟ କିପରି ।
ପ୍ରିୟ ପରସ୍ପରେ ଦିଅନ୍ତି ପରସ୍ପରେଁ ଧରା
ମୋହନ୍ତି ପରସ୍ପରେ କହନ୍ତି କଥା ଅପାରା ।
ଦିବସ ଯାମିନୀ ତେଣୁ ପ୍ରିୟତମ ମୋର ପାଶେ ଥାଉ
ଏହି ପ୍ରାର୍ଥନା କରଇ ମୁହିଁ ସକଳଠାରେ
ଯେ ଯାହାର ପ୍ରିୟତମ ସେ ତାହାଠାରେ ଚିରଦିନ ରହୁ ।
ଦେବୋପମ ନର ତୁମ୍ଭେ ବିଧାତାଙ୍କ ଆଶୀର୍ବାଦ ଯେ
ଧନ୍ୟ ହେବ ଧରଣୀ ପୁଣ୍ୟ ଜନେ ଯେବେ ହେବ ଭରଣି ।
ମନେ ହୁଏ ସଖା ତୁମେ ପ୍ରିୟଜନ ମୋହର
ମାଗିଲି ଆଗେ ତେଣୁ ମନେ ମନେ ଦୟା ତୁମ୍ଭର ।
ସାର୍ଥକ କରୁଛ ଜୀବନ ତୁମ୍ଭର ଦୟା ଧର୍ମ ଆଚରି
ତୁମ୍ଭ ସାହାଯ୍ୟେ ଜନ ସେବାକରି
ମୂକର ମୁଖେ ଭାଷା, ପୀଡ଼ିତ ପୀଡ଼ା ନାଶ
କୁଷ୍ଠ ଗଳିତର ସେବା ଲାଗିଛି ତହିଁ ଯେତେ ପାରେଁ ଅବା ।
କରୁଅଛି ଏହି ସେବା ବିଂଶ ବର୍ଷଧରି
ଆଣୁଛି ଅର୍ଥ ଦ୍ରବ୍ୟ ଭିକ୍ଷା କରି
ଜପୁଛି ଜୀବନ ଚିର ସେବା ବ୍ରତ ଧରି
ଆଜି ବାଞ୍ଛିତ ଆପଣ, ଏ କାର୍ଯ୍ୟେ କରୁଣା ଘେନ ।
ସରୋଜିନୀ ଉଲ୍ଲସେ ସୌରକର ପରଶେ
କୁମୁଦ ହସେ ସିନା କୌମୁଦୀ ହାସେ
ଚାତକୀ ଚାହିଁ ରହେ ଆକାଶ ଜଳେ
ପତିବ୍ରତା ପତ୍ନୀ ସ୍ନାନ କରେ ଗଙ୍ଗାଜଳେ ।
ବିପଟୀ ବିଟ ଖୋଜେ ସାରା ନିଶି
କାମୁକ ରତି ଖୋଜେ ସକଳ ଦିଶି
ମଧୁକର ମଧୁ ଲୁଟେ ପୁଷ୍ପେ ପୁଷ୍ପେ
ଛାଡ଼ି ନିଜ ପତ୍ନୀ ଲମ୍ପଟ ଲୋଭେ ଶଷ୍ପେ ।
ବିଧାତାର ବିଧି ବୁଝିବାର ଅବିଧି
ବିଶ୍ୱାସ ଅବିଶ୍ୱାସର ଏ ବିଚିତ୍ର ବାରିଧି ।
ବିଷୟ ବାସନା ପୂରେ ମନ ମୋର ଘୂରେ
ଅନ୍ଧକାର ଆହୁରି ଯାଇ ନାହିଁ ଅପସରି
ଆଲୋକ ଅନ୍ଧାରେ ବସି ମୁହିଁ ଭାବୁଛି କିପରି ।
ନାହିଁ ନାହିଁ କି ଭାଗ୍ୟେ ମୋର ବିଷୟ ବୁଦ୍ଧି
ନାହିଁ ନାହିଁ କି ମୋର ଶକତି ସିଦ୍ଧି ।
କେବେ କି ବିଜନେ ବସି ମନେ ମନେ ରସି
କଟାଇବି ବୃଥାରେ କାଳ
ଅବା ଯିବି ଚାଲି ହେଲାଣି ବେଳ ।
ସାଗର କୂଳେ ବସିବି ଏକାକୀ
ଲଭିବି ମନେ ମନେ ସୁଖ ଶାନ୍ତି ଯେତିକି ।
ପରିଶ୍ରମ ମୋର ହେବ କି ନିରର୍ଥକ
ଚାହିଁବି କି ଖାଲି ଏବେ ଭକ ଭକ ।
କାହିପାଇଁ ଭାବନା ଲକ୍ଷ୍ୟକୁ ସଦା ଅନା
ସେହି ପଥେ ଲାଗିଥା କର୍ମେ
ନ ଭାବି ନ ଭୟକରି ନର୍ମେ ।
ଫଳିବ ଫଳ ଆପଣା ମନ
ପ୍ରକୃତି ସେ ଯେ ଆଣିବୁ ଧନ ।
ଦେବ ଦତ୍ତ ଊଷାରାଣୀ ସାଙ୍ଗେ ଖେଳେ
ଖେଳିଲେ ଜୀବନେ ଊଷାର ଭୋଳେ ।
ଏବେ ଆସିଲା ବଉଦ ଘେରି କରମ ଫେରେ ।
ଥିଲେ ଦୁଇ ମନେ ହେଲା ବହୁ ହୋଇ ଦେଖା ଦେବୁଁ ଜୀବନେ
ଏଣୁ ପୁଅ ଝିଅ ଦୁଇ ହୋଇଲେ ହୋଇଲେ ଚାରିଜଣେ ।
ଦେବତା ଦାନ ଆହୁରି ଜଣେ
ଅନାଥିନୀ ରହେ ଭାଇ ଭଉଣୀ ଜ୍ଞାନେ
ଆଶାର ଆଲୋକ ଚାଲି ଯାଇଅଛି
ରହିଅଛି କେବଳ ସ୍ୱପନ
କର୍ମର ତାଡ଼ନା ଜୀବନର ଗଞ୍ଜଣା
ଦୂରେ ରଖିଅଛି ନିଧୁବନ ।
ରସର କଷ ଜୀବନର ବିଷ
ସବୁ କରିବାକୁ ହେବ ପାନ ।
ମୁଁ ଭୁଖିଲା ମୁଁ ଖାଇବି ମୋର ବାହୁକୁ
ମୁଁ ବିଷ୍କ ହସିବି ବିକଟ ହାସକୁ ।
ଚାହେଁ ମୁଁ ଜଗତେ ସକଳେ ଖୁବିବି
ଏତେ ଅନାଦର ଜୀବନ କିପାଇଁ ବିତାଇବି ।
ଯେଉଁଦିନ ନାହିଁ ମୋର ସୁଖ
ନାହିଁ ଯେବେ ମୋର କେହି ସୁସଖ
ମୁଁ କିପାଇଁ ରହିବି ଉଚ୍ଚ ଘରେ ପଡ଼ି
କଠିନ କଠୋର ଜୀବନେ ଛାଡ଼ିବି ରଡ଼ି ।
ପ୍ରଳୟର ଝଞ୍ଜା ଜୀବନେ ଯାଉ ବହି
ଉନ୍ମାଦନା ଆସୁ ପ୍ରାଣେ ପ୍ରାଣ ଦହି ।
ଉଦ୍ଗାରେ ମୁହିଁ ଅନଳ ଅମୀୟ ନ ହେଉ
ମୁଁ ନାଶିବି ତ୍ରାସିବି ଝାସିବି ଜୀବନ ଯାଉ ।
ଆସିବ କି କେହି ମୋ ସାଙ୍ଗେ ହେବ ସାଙ୍ଗ
ଜୀବନେ ଆମର କରିବା ଭୀଷଣ ରଣ ରଙ୍ଗ ।
ଜିଣିବି ଜିଣିବି ପରା ଜୟ ନ ଗଣିବି
ଏତିକି ଏତିକି ହେଲେ ଯାଇଁ ଶାନ୍ତି ପାଇବି ॥
ଆଲୋ ମୋର ବିଜୁଳୀପଙ୍ଖାତୋହରିପାଇଁ ମନ ମୋର ରଙ୍କାଯେତେବେଳେ ଚାହେଁ ସେତେବେଳେ ଥାଉଘୂରି ଘୂରି ମୋତେ ମଳୟ ଦେଉ ।ପଙ୍ଖା ମୋର ବିଜୁଳୀପଙ୍ଖା ମୋହର ସହରେ ତୋର ବାସକୁଟୀରେ ମୋହର ପ୍ରବେଶି କେବେ କରିବ କି ହାସ ।ନୀରବ ଭାବେ ବସିବି ମୁହିଁ ତୁମରି ସନ୍ଧାନେ ରହି-ସନ୍ଧ୍ୟା ଯେବେ ଆସିବ ଘେରି ମଳୟ ସାଥେ ବହି ।ଆସିବ ତୁମ୍ଭେ ନୀରବ ପାଦେକଣ୍ଟକ ଏଡ଼ି ପଦେ ପଦେଗୀତଟି ମୋହର କର୍ଣ୍ଣରେ ଯେବେ ପଶିବ ଦହି ଦହି ।ଆସିବ ହୃଦେ ରକ୍ତିମ ରାଗେପଶ୍ଚିମ ସୂର୍ଯ୍ୟ ଯେବେ ବିରାଗେଯାଉଥିବ ବୁଡ଼ି ପଶ୍ଚିମ ଗଗନେ ନୀରବେ ରହି ରହି ।ଆଜି ଖାଲି ବସି ମୁହିଁ ଭାଳୁଥିବି ତୁମ୍ଭ କଥାଦୂରେ ମୁହିଁ ବସି ରହି ଦିନୁଁ ଦିନୁ ମ୍ରିୟମାଣ ।ଆସ ସଖା ଦେଖିଯାଅ ଅନ୍ଧ ମୁହିଁ ହୀନିମାନ ।ଦୂର ବିହଗ ମୋର ଦିନରାତି ଦୁଃଖ ସାରଆଶାନେତ୍ରେ ଚାହିଁ ମୁହିଁ ଭାବୁଛି ତୋହରେ ଏ ପ୍ରାଣ ।ଥରେ ଥରେ ଭଜି ଫେରେ ବୁଡ଼ି ଯାଉଛି ଏ ଚେତା !ଅନ୍ତରେ ଅନ୍ତରେ ଖେଳେ ତୋର ସେହି ପ୍ରିୟ ମୂରତି ପଥା ।କୁହୁ କୁହୁ କରେ ପ୍ରାଣକହିଦିଏ ଅନ୍ତର ଗାନଯିଏ ଥାଆନ୍ତି ଜଗିଣ ।ଶୁଣି ଦେଲେ ଯାଏ ମାନ ॥
ମଳୟ ଚନ୍ଦନର ବାସ ମୋର ପ୍ରେମେଆସ ଆସ ସଖା ସଖୀ ତ୍ୱରିତେ ବିଭ୍ରମେ ।ବୋଳିଦିଅ ସୌନ୍ଦର୍ଯ୍ୟ ତୁମ୍ଭରଭାସିଯିବ ପୂରିଯିବ ଦଶଦିଗ ଗନ୍ଧେ ହେବ ବିଭୋର ।ଚୁମ୍ବନର ରୂପ ମୋର ଶ୍ରାବଣର ଧାରା ପରାଏସ୍ନାନ କର ତହିଁ ତୁମ୍ଭେ ଅକାତରେ ଆନନ୍ଦେ ଭରି ହେ ।କେତେ ପ୍ରେମେ କେତେ ଭାବେ ଭାବେ ନିମଜ୍ଜନଏହି ମୋହର ଭାବନା ଦେଖା ନାହିଁ ପ୍ରିୟ ଅନେକ ଦିନ ।ଆସ ଆସ ଶ୍ରାବଣ ରାତିରେଘନ ଘୋର ବରଷା ମଧ୍ୟେ ଥିବା ଶୋଇ ତୁମ୍ଭେ ମୁହିଁ ରେ ।ଉଠିବା ସକାଳୁ ବସିବା ଭାଳିଜୀବନର ସୁଖ ଦୁଃଖ କିଛିକ୍ଷଣ ଯିବାଭୁଲି ।ଖାଲି ବସି ରହିବା ଅନନ୍ତେ ଭୋଳି ।ଆସ ପ୍ରିୟ ଶ୍ରାବଣର ବେଳାଯାଉଅଛି ଚାଲି ଶ୍ରାବଣର ଧାରାଏକାକୀ ରଜନୀରେ ଡରିବ ପରାଧରିଥିବି ବକ୍ଷେ ଜଡ଼ି ଅପୂର୍ବହେବ ତାହା ମୋ ଜୀବନ ସାରା ।ପୂର୍ଣ୍ଣକର ପୂର୍ଣ୍ଣକର ପୂର୍ଣ୍ଣକରଆପଣାରେ ପ୍ରେମ ହେମ ହେବିରହର ନିଶ୍ୱାସେ ମୋରଶୁଖି ଯିବ ଭିଜା ବାଳ ତବ ମୁଣ୍ଡର ।ଆସ ଆସ ତହିଁ ଶୁଖାଇ ଦିଅ ତବ ବାଳହେ ମୋର ପ୍ରିୟ ହେଲିଣି ମୁଁ ଅସମ୍ଭାଳ ।ଆଲିଙ୍ଗନ ମୋର ତପ୍ତ ବହ୍ନିଜାଳି ନିଅ ହୃଦେ ତବ ଦୀପଜ୍ୱଳି ଉଠୁ ପ୍ରେମେ ପ୍ରେମେ ପ୍ରତି ହୃଦଦିଅ ଦିଅ ତବ କୁଞ୍ଜବନ ଆଲିଙ୍ଗନ ।ଫୁଲ ପଡ଼ୁଛି ଝରିଦୁଖିନୀ ଭଉଣୀ ମୋରକାମ କରୁଛି ଆପଣା ମନକୁ ଭରି ।ପୁରୁଣା ମୋର ଚିହ୍ନାସ୍ନେହର ବିକାର ନାହିଁ ଜଣାଅଛି ତହିଁ ବହୁ ଦିନର ସୁନ୍ଦର ଭାବ ।ଭଉଣୀ ମୋର ଏହି ଘରେକନ୍ୟା ମୋହର ସରବ ।ଚାଲିଛନ୍ତି ଜୀବନ ପଥେ ପରିଶ୍ରମ କରିଦୁଃଖୀ ଭାଇ ମୋହରିତାଙ୍କରି ଘରେ ମୁଁ ଚିର ଭିକାରୀସ୍ନେହର ବନ୍ଧୁତାର ଭିକାରୀ ।ନମୋ ନମଃ ଘେନ ମୋର ନମସ୍କାରମୋର ଗିରିଧର ଗୋପାଳଆଜି ଜଗତର ଆଦ୍ୟ ଲୀଳାସଙ୍ଗେ ମୋର ଖେଳ ।ମୁଁ ନୁହେଁ ଜଗତର ରଙ୍ଗଲୀଳା ସାଥୀମୋ ପରାଣ ଗୁନ୍ଥା ଅପୂରୁବେ ତୋହର ସାଥି ।ପ୍ରାତରୁ ପ୍ରଣାମ କରେଁ ସ୍ନାନ ପୂଜା ସାରିତୁମ୍ଭରି ସମ୍ମୁଖେ ବସି ସେବା ଧ୍ୟାନ କରେଁ ଭାରିଏହାହିଁ ମୋର ସମ୍ପତ୍ତି ଏହାହିଁ ମୋର ସୌରଭଏହାହିଁ ମୋର ଗୌରବଏକାକୀ ଚାଲିଛି ମୁହିଁ ଏ ଘରେ ରହି ।ଏ ଘରର ସୁଖ ଶାନ୍ତି ମୋର ଅଙ୍ଗେ ସୁଖ ନ ଲାଗଇ ।ଏମାନେ ଅନ୍ୟ ଭାବ ଧାରା ଲୋକସୁଖ ଯାହା ଏହାଙ୍କରଦୁଃଖ ଲାଗେ ମୋତେ ବାର ବାରଉଦ୍ଧର ଉଦ୍ଧର ପ୍ରଭୁ ଗିରିଧର ଗୋପାଳନମୋ ନମଃ ଘେନ ମୋର ନମସ୍କାର ।ସେହି ଶ୍ରାବଣ ରାତି ଅଛି ବରାତିଯାହା ଆସିଥିଲା ମୋହ କତିଆର ବରଷ ଏହି ରାତିସଖା ମୋହର ଥିଲା ବନ୍ଧୁ ଗହଣେ ତାରକା ସତେତୁମେ ପରା ଥିଲ ତହିଁ ଚନ୍ଦ୍ର ମୋ ବକ୍ର ଚନ୍ଦ୍ରନିଶୀଥେ ତାରକା ରହିଥିଲେ ବିରାଜି ।ଶାନ୍ତ ସ୍ତବ୍ଧ ଥିଲା ସ୍ୱର୍ଗଆକାଶୁ ଝରୁଥିଲା ନିଶବ୍ଦେ ପ୍ରେମ ସ୍ନେହ ବର୍ଗଜାଣିବାର ଲୋକ ଦେଉଥିଲା ତାକୁ.........ଆଜି ସଖା ନାହିଁ ତୁମେ ମୋ କତିମୋ ହୃଦ ହୋଇଛି ଶୂନ୍ୟ ନାହିଁ ତବ ପ୍ରେମ ମୂରତି ।ତହିଁ ଦେଖୁଛି ସତ କିନ୍ତୁ କାହିଁକି ମନ ନାହିଁ ତ ।ତଥାପି ପୂର୍ବ ଜନ୍ମର ସ୍ମୃତିସମ ଚାଲିଯାଇଛ କାହା ପାଶେମୁଁ ଦେଖି ନ ପାରେଁ ଅଧିକେପ୍ରାଣର ବେଦନା କିଛି ନାହିଁ ସତ ଦୁଃଖତଥାପି ଆଜିକ କାହାରେ, ଏ ଜୀବନ ସରସି ବାରେ ।ଧରଣୀ ଶୋଇଛି ରମଣୀ ଆକାଶ ଚାହିଁଛି ରହିସ୍ତବ୍ଧ ପ୍ରତିବିମ୍ବ ପଡ଼େ ଧରଣୀ ପରେ ରହିତାରକା ରହିଛ ସୁନ୍ଦର ଜକ ଜକ ହେଉଛ ତହିଁ ପରମୋର ହୃଦୟ ପୁର କାଳ ସେ ତରଙ୍ଗପରଶ କରେ ତବ କିରଣ ମୋର ଅଙ୍ଗନାହିଁ ସେ ଭାବନା, ଯାହାକୁ ନ ପାଇ ହେଉଥିଲି ଉଚ୍ଛନାଆଜି ଏକାକୀ ନୋହି ବିକଳ, ବସିଛି ଶୋଇଛି ନୋହି ଉଦ୍ବେଳବକ୍ର ଚନ୍ଦ୍ର ମୋର ନମସ୍କାର, ତୁମେ ଅଛ ମୋର ସେହି ଢେର ।ତୁମେ ଚିର ଦିନର ସଖା, ଚିର ଦିନର ସ୍ୱାମୀତୁମ୍ଭ ବିନା ନାହିଁ ମୋର ଅନ୍ୟ ଗତିତୁମେ ମୋର ଚିର ଦିନର ସାଥୀତୁମେ ପୁଣି ଯେବେ ଦେବ ଆଣି ପ୍ରେମର ବସ୍ତୁପୁଲକିବି ମୁହିଁ ତହିଁ ଯାଇଁ ଆଜି ରହିଛି ଅନାଦୃତ ବସ୍ତୁଧନୀ ମୌନୀ ବୃକ୍ଷ ମୋର ସାକ୍ଷୀ କିଏ ଆସିଥିଲା ହୃଦୟେଚାଲିଛି କେଉଁ ନାରୀ କେଉଁ ଦୁର୍ବୃତ୍ତକୁ ସ୍ନେହକରିଯିବ ସେ ତହିଁ ବୁଡ଼ି ।ଭାଇ ତାହାର ସଙ୍ଗେ ଅଛି ତହିଁ ସେ ଦୁର୍ବୃତ୍ତ ନ ପାରେ କିଛିପିତା ଚିନ୍ତିତ କି କରିବ ହତାଶେ ଆଶେ ମୋ ପାଶେକେସନେ କିଏ ତାକୁ ରକ୍ଷା କରିବ ।ଏ ମହୀମଣ୍ଡଳେ କାହାର ସାଥେ ମୁଁ ଏବେ ଭୋଳେଁକେହି ମୋହର ନାହିଁ ମୁଁ କି ଖାଲି ନିରର୍ଥକ ବସି ଅଛଇଁ ?ବିଫଳ ତହିଁ କିଛି ଯେବେ କଲି ନାହିଁକୋକିଳର କୁହୁ ଯେବେ ନାହିଁ ।ଅନ୍ତର ଯେବେ ଏତେ ସ୍ଥିର ହୋଇକିଛି ଭାବନା ତରଙ୍ଗ ତହିଁ ନ ରହି ।ଚାଲିଥାଏ ଜୀବନ, ନୁହେଁ ସେ ଜୀବନସେ ଅମୃତ ନୁହେଁ ଅଟେ ମରଣଏହି ଭାବନା ମୋହର ଜୀବନ ବ୍ୟାପାର ଅପାରଆଜି ବୁଝି ନୁହେଁ ଅଟେ ମରଣକିନ୍ତୁ ନ ଲାଗଇ ହିଲ୍ଲୋଳ, ସବୁ ମାତ୍ର ସ୍ଥିରଜୀବନର ଊର୍ମି ଯେବେ ଆସେ ଚୁମିସୁନ୍ଦର ସେ ଆଗମନ, ସୁନ୍ଦର ସେ ନର୍ତ୍ତନସୁନ୍ଦର ସେ ଉଚ୍ଛ୍ୱାସ, ସୁନ୍ଦର ସେ ଦୀର୍ଘ-ନିଶ୍ୱାସସୁନ୍ଦର ସୁନ୍ଦର ଅତି ସୁନ୍ଦରଚିର କାଳ ରାସ ଲୀଳା ଦୋଳା ଅମୃତ ଭେଳାଚିରକାଳ ଚିରକାଳ ଚିରକାଳହୃଦୟ ପ୍ରେମେ ବିଭୋଳ, ସେହି ସିନା ଜୀବନ ଦୋଳାଜୀବନ ଦେବତା ତହିଁ କରୁଥାନ୍ତି ଖେଳାଲାଗଇ ହୃଦୟେ ପବନ ବହଇ ମଳୟ ସନ ସନଜୀବନ ହୁଏ ଧନ୍ୟ, କେହି ପରମ କାରୁଣ୍ୟଆସୁଛି ଏବେ ଊଷା, ସବୁ ହେବ ଫରଚାମୋର ଚିନ୍ତା ଯିବ ପଳେଇ ରଜନୀ ସାଥେ ଭାଇ ।ଊଷା ନମସ୍କାର, ଦିଅ ନବ ଭାଷା ଦିଅ ତବ ମୁଖଊଷା ପ୍ରଥମ ଜନମର ସେହିରୂପ ରଖିଛ ଅନୂପନାହିଁ କଳଙ୍କ ନାହିଁ ଝଲକତୁମେ ଊଷା ଗୈରିକ ଭାଷାତୁମରି ଭାଷାରେ ମୋଚିତ୍ତ ରଙ୍ଗାଇ କରୁଥିବି ସଦା ହରଷନୁହେଁ ସେ ସାଗର ଉଚ୍ଛ୍ୱସ ତଥାପି ଯୋଗୀ ଋଷି ଚିତ୍ତପରଶଊଷା ତୁମ୍ଭେ ସକଳ ଜନ ଭରସାକହଲୋ ମୋତେ ‘ ଏ କିହେଲା ସତେକାହିଁକି କୋକିଳ ମୋର ଅନ୍ତରେ ନ କରେ କୂଜନକାହିଁକି ଆଜି ସବୁ ଶୂନ୍ୟ ?ଆଜି କାହାନାମ ପୁକାରି ପୁକାରିଜୀବନ ଦେବି ମୋର ବିତରି ବିତରିକି ଏ ମୋର ଜୀବନ ସ୍ୱାମୀକାହାରେ ମୁଁ ଡ଼ାକିବି ଦିବସ ଯାମୀକିଏ ମୋର ଶ୍ୟାମସୁନ୍ଦରକାହାର ଉର କରିବ ମୋର ଚିତ୍ତ ସ୍ଥିର ।ଆଜି ବିଷାଦେ ଚିତ୍ତ ଭରାଆଜି ନାହିଁ ଆଲୋକ ପୁଲକ ଅଛି ଆଜି ଶ୍ୟାମ ଧରା ।କିନ୍ତୁ ମୋର ଶ୍ୟାମ ନଦିଏ ଧରା ।ଆଜି ଖୋଜିବି ମୁଁ ତାକୁ କାହାଠାରେକିଏ ସେ ଜନ ଆସିବ କେଉଁ ମୁହୂର୍ତ୍ତରେଆକାଶେ ଅଛି ତାରା ଆହୁରି ମିଳି ନାହିଁ ପରାଆକାଶେ କୋଣେ ଶୋଇଛି ମେଘ, ଆହୁରି ଚଳିନାହିଁ ବେଗଚାନ୍ଦମୋହର ରହିଛି ସୁନ୍ଦରକୁକ୍କୁଟ ଦେଉଛି ରାବ ତାହାର, ଉଠ ଉଠ ସତ୍ୱରଶାନ୍ତ ସୁନ୍ଦର ଧୂସର ଉଷାକାହାରେ ମୋହର ଚିତ୍ତ ଏବେ କରିବ ଭରସାମୂରୁଖ ଆମେ ନ ଜାଣୁ କିଛିକିଏ ସେ ଆମକୁ ଦେବେ ଜ୍ଞାନ କିଛି କିଛି ।ଆମ ପୁଅ ଝିଏ ପାଠ ନପଢ଼ି ହେ ଯାଉଛନ୍ତି ସଢ଼ିକି ସୁଖ ମୂର୍ଖ ହୋଇ ବଢ଼ି ?ରହି ଥିଲୁଁ ଆମେ ଯଥା କଥାରେଆଜି ସକାଳ ସଞ୍ଜ ଏହି ଭାବନାରେଦିନ ଯାଉଛି କଟିମନ ହେଉଛି ଛାଟିକିଏ ସେ କିପରି ଦେଖାଇବେ ଆମକୁ ବାଟ କାଟିରେ ।ବେଦନାରେ ଭରୁଛୁଁ ସିନାମରମ ଆମର କରମ ବିନାଯାଉଛି ଚାଲି ହୀନ ହୀନାଦିଅହେ ଭରି ବିଦ୍ୟାର ଭଣ୍ଡାର କିଏ ଆହେ କାଣ୍ଡାରି ।ଆମେ ପିଲା ପିଲିହସିବୁ ଖିଲି ଖିଲିଚଢ଼େଇ ପରିକରିବୁଁ କିଚିରି ମିଚିରି ।ଆମେ ନଟ ଖଟିଆସବୁବେଳେ ଖୁଟୁ ଖୁଟିଆମାଷ୍ଟରେ ଆମ ସାଙ୍ଗରେ ପାରିବେନାହିଁ ।ଠକାଇ ଦେବୁଁ ତାଙ୍କୁ ମିଛ ସତ କହି ।ଆମେ ପରା ଗେହ୍ଲା, ଆମେ ପରା ଗେହ୍ଲୀଆମପାଇଁ ବୋଉ ଆମର ସଦା ଲଗାଇଥାଏ ଚୁହ୍ଲୀଆମେ ଖାଲି ଚିମିଟା ଚିମିଟିହୋଇ କରୁ ଗୋଳ ମାଳମାଷ୍ଟରେ ଯେବେ ନ ଥାନ୍ତି ଭାରି ମଜା ଆମ୍ଭର ।କାହାର ଆଖିରେ ନିଦ ନାହିଁରେଏହି ବାଦଲ ରାତି ବାରି ବରଷିଛି ସାରା ରାତି ।ସେହି ଏକାକୀ ବସି ରାତି ସାରା କାନ୍ଦିଛି କାହାରେ ରସିସେହି ତାହାର ଆସିବେ ଆସିବେ ବୋଲି ରାତି ପାହିଗଲା ଆସି ।ମେଘ ଯାକ ଯେତେ କାନ୍ଦୁଛନ୍ତି ଅତିତା କାନ୍ଦ ତହିଁରେ ମିଶାଇ ସତୀକାନ୍ଦିଛି ବସିଛି ଭାଳି ସାରା ରାତି ।ସତେ କି ଆଉ ନିର୍ମଳ ହେବ ଆକାଶରାକା ଶଶୀ ପୁଣି ହସିବ ସେ ବସିବ ଆସି ତା ପାଶେ ।ଝୁରି ଝୁରି ସିନା ସରିବ ସେହିକହିବି ଆଜି ତା ପାଶେ ଆସିବେ ନାହିଁ ।କେହି ଆସିଲେ ଆଶ୍ୱାସ ମିଳିବକେହି ଆସିଲେ ବିଶ୍ୱାସ ପାଇବ ।ଯାଇନି ଯାଇନି ତାର ଯୌବନ ଚାଲିବସିଛି ବସିଛି ସେ ଘେନି ଅର୍ଘ୍ୟ ଥାଳୀ ।କାହାର ପଥେ ଚଳିବି ରଥେଭାବନା ମୋର ଏହି ଜଗତେସୁନ୍ଦର କିଏ କହତ ହେଯିବି ମୁହିଁ ଚଳି ତାହାରି ସାଥେ ।ପଥେ ପଥେ ମୋର କଣ୍ଟକ ବାଜେକିଏ ମୋହର ସାଥୀ ହେବ ଯେଆସ ଆସ ବିରହ ମିଳନର ଶ୍ୟାମ ସଖାଦିଅ ଦିଅ ଅନ୍ତରେ ତୁମର ମଧୁର ଦେଖାହରି ସୁନ୍ଦର ଗିରି ବନ ସୁନ୍ଦରସୁନ୍ଦର ଶ୍ୟାମ ନୀଳ ଘନ ।ଆଉ ସୁନ୍ଦର ଶିଶୁ ପରାଣ ଜୀବନ ମୋର ରହୁ ଚିର ଦିନ ।ଆକାଶ ପଥେ ଚଳିବି ରଥେଆଲୋକ ଯିବ ଆକାଶ ଅବନୀ ପୂରିଡ଼ାକିବି ବନ୍ଧୁ ତୁମରି ସାଥେଆନନ୍ଦେ ମିଳି ଚିରଦିନ ଶ୍ରୀହରି ଶ୍ରୀହରି ।ନୀରବ ରଜନୀ ନୀରବ ତାରା ବାଦଲ ଭରାଘନ ଘୋର ଅନ୍ଧକାର ଘେରି ଆସେ ଆକାଶେକଳା କଳା ବଉଦ ଭିତରେ ହୀରକ ତାରକା ସୁନ୍ଦର ଦିଶେଜୁଳୁ ଜୁଳୁଆ ଜଳଇ ଜକ ଜକପତଙ୍ଗ କେତେ କରନ୍ତି ରକ ରକ ।ଆକାଶ ଆଡ଼େ ମନ ଧାଏଁ ରେକିଏ ସେ ଉଦାସୀପରାଣେ ଦେଉଛି ହସି ।ମୁଁ ଏକାକୀ ହୋଇ ଯାଏଁ ଜୀବନେ ବସିକେହି କି ମୋହର ନାହିଁ ଏକାନ୍ତେ ଯିବି ରସିଇନ୍ଦ୍ରଧନୁ ପଡ଼ିଲା ସକାଳ ଆକାଶେ ।ନୀଳ ରକ୍ତ ପୀତ ବଉଦଚିତ୍ତ ଜଗାଏ ଆଶାର ସ୍ପନ୍ଦନଏକାକୀ ବନ ପଥେଶୁଣେ ଯେବେ ତାହାର ବଂଶୀ ବାଦନପରମ ଆଶ୍ରୟ ଦାତା ଭକତ ବତ୍ସଳ ପ୍ରେମଧନ ।ଗୋଲାପ ବରନୀ ସୁହାଗ ଭରାଆସିଲ ମୋ ହାତେ ସୁନ୍ଦର ପରାଫୁଟିଥିଲ ଡାଳେ ବସିଥିଲ ହସୁଥିଲ କୁସୁମ କାନନେଏକାକୀ ଉଜ୍ଜ୍ୱଳି ଦଶ ଦିଗ ଆଣି ଦେଲେ ମୋତେ ସୁହାଗେ ଭରିପ୍ରେମିକ ମୋର ସ୍ନେହ ସୁନ୍ଦରଶୋହଳ ମୋ ହାତେ ପ୍ରାଣେ ପୂରାଇଲ ମୋତେଜୀବନ ମୋର ଯାଉ, ଗୋଲାପ ମୋର ହାତେ ଥାଉନୁହେଁ ବାଦଶାହା ମୁହିଁ ତୋହରି ସାଥେଲୋ ଗୋଲାପ ସୁନ୍ଦରୀଆଜି ବାଦଶାହା ହେଲି ମୁହିଁ ।ପ୍ରିୟ ! ଘେନ ମୋର ପରାଣର ଆଲିଙ୍ଗନଘେନ ମୋର ନୟନର ଦର୍ଶନହରଷୁ ଅନ୍ତର, ପଢ଼ ହେ ମନ୍ତରଚିର ସ୍ନେହାଧୀନ ରହେ ତୁମ୍ଭର ।ବୁଢ଼ୀଟିଏ ଅଛି କରମ ପାରେବୁଢ଼ୀଟିଏ ମୋର ସୁନା ଝିଅରେ ।ତାର ପୁଅଟା ଯାଇଛି ଏ ଦେଶ ସେ ପାରେ,ଛୁଅଟା ତାର ରହିଛି ବୁଢ଼ୀ ସାଙ୍ଗରେବୁଢ଼ୀ ଲାଗିଛି ଧନ୍ଦାରେପଡ଼ିଛି କରମ ଫନ୍ଦାରେ ।ନିର୍ବେଦ ନିର୍ବାଣ ପରି, ବୁଢ଼ୀର ଜୀବନ ଭାରିଚାଲିଛି ସୁଖରେ ଦୁଃଖରେସେହି ବୁଢ଼ୀ ମୋର ମାଆମୁଁ ଅଟଇ ତାର ଛୁଆସରୁ ଚାଉଳ ଦିଓଟି ଫୁଟାଇ ସେଖାଇବାକୁ ଦେବ ଯତନେ ଯେସ୍ନେହର ଅଗାର କୁଡ଼ିଆ ଘରସ୍ନେହ ବିନା ଗନ୍ତାଘର ଶୂନ୍ୟ ଅସାର ।ଯବନିକା ପତନ କରିଣ ଶ୍ରବଣଜୀବନର ଯବନିକା ଆଜି ହେଲା କି ପତନବରଷାର ବାରିଟୋପା ପଡ଼ଇ ଟପର ଟପରଯାଉଛି କି ଚାଲି ଜୀବନ ମୋହରବିନ୍ଦୁ ବିନ୍ଦୁ କରି ଧୀର ଧୀରଏ ଜୀବନ ଚାଲିଯାଏ ଯେହ୍ନେ ଜୀବନ ନାହିଁ ମୋହର ।କେତେବେଳେ ମେଘ ଆବରଣକେତେବେଳେ ତପନର କିରଣକି ସୁଖ କାହିଁ ଗଲା ତାହା ବୁଝିବାକୁ ଶକତି ମୋହର ନାହିଁ ଜାଣକାହାର ଆନନଦିଶିଯାଏ ଛନ ଛନସେହି ଯେ ଯାଇଛନ୍ତି ଆର ବରଷଆଉ ଫେରି ନାହାନ୍ତି ବାରି ବରଷପିଲାଟିଏ ତାହାର ଏକୁଟିଆ ହୋଇବୁଲେ ଭବ ସଂସାର ।ବୁଢ଼ୀ ଆଈଟି ଭାବି ଭାବି ତାରି ପାଇଁଚାଲୁଛି ବାଟ ଦିନ ରାତି ନାହିଁ ବିକଳେ ବାଇଯାଇଥିଲି ମୁହିଁ ବୀର ଘରେଖୁଆଇଲା ତା ବୁଢ଼ୀମା ଦୁଧ ଘିଅରେମାଛ ଥିଲା ତାର ସାଥେଖାଇଲି ଭାତ ହାତେ ହାତେମନେ ଥିବ ଏହି କଥାଢେଙ୍କି କୁଟି ମାରେ ମରମ ବ୍ୟଥାଘୁରେ ବୀରର ମା ମାଉସୀ ବୁଢ଼ୀମାସଂସାର ପଥରେ ଚାହିଁ ରହିଛନ୍ତି ବୀରକୁ ମାଦୟା ରଖ ବୀର ଉପରେହେ ଭାଇ ଭଉଣୀ ଯେତେ ଅଛରେ ।ଜହ୍ନି ଫୁଲ ଶୋଭା ଦେଖିଲି ଆଜଥିଲି ଯେବେ ଏକାକୀ ନ ଥିଲା ବ୍ୟାଜ ।କେଡ଼େ ତୋରା ସେ ଦିଶଇ ମୋତେସତୀ ସୁନ୍ଦରୀ ରାଧା କି ସେ ସତେ ।ନୀଳଘନ ତମାଳ ଶାଖେ ଶାଖେଜହ୍ନି ଫୁଲ ମୋର ଶରଧା ସହୀ ତାକୁ ମୁଁ ଦେଖେଁ ।ଆଜି ବାଲିଘର ଖେଳ ଜହ୍ନରାତିରେଫୁଟିଥାଏ ଯେବେ ଜହ୍ନି ଫୁଲ ଛାତି ଛାତିରେ ।ମନେ ପଡ଼େ ସେହି କଥାଏକାକୀ ବୁଲି ମରମେ ପାଏ ବ୍ୟଥାକାଲି ଏତେ ସାଙ୍ଗ ସୁଖ ଆଜି ଏତେ ବିରହ ବ୍ୟଥାଆଜି ଏକାକୀ ମୁହିଁ ନାହିଁ କିଛି ସୁଖ ନାହିଁ ଅନ୍ୟଥା ।ଖୋଜୁଛି ମୁଁ ଖାଲି ତାହାରି ସୁରଅନ୍ତରେ ଯାହା ରହିଛି ଭର ପୂର ।ଲିଭି ନାହିଁ ଲିଭି ନାହିଁ ସେହି ଆଲୋକପ୍ରତିମା ମୋହର ଉଜ୍ଜ୍ୱଳ ଦିଶେ କମ୍ପାଏ ଭୂଲୋକ ଦ୍ୟୁଲୋକ ।ସେହି ମୋର ସମ୍ମୁଖେ ଉଭାତାହାରି ପାଇଁ ମୋର ମନ ଲୋଭାଆଜି ଗଛେ ଗଛେ ଫୁଟିଛି ଜହ୍ନିଫୁଲ କେତେ ସୁହାଗ ଭରାଆଜି ଭାବିବି ବସି ଗତ ଜୀବନରସକଳ ସୁଖ ହୋଇ ଆତ୍ମହରା ।କାହିଁ ବସନ୍ତ କାହିଁ କୋକିଳଆଜି ସକାଳ ସନ୍ଧ୍ୟା ବସି ମୁଁ ବ୍ୟାକୁଳ ।ସାରା ନିଶି ଜୀବନ ଯାଏ ଭାସିଅନିର୍ଦ୍ଦେଶେ କେଉଁ ଆଡ଼େସକାଳହେଲେ ନୀରସ ଆଳସ ଭୋଳେଜୀବନ ଯାଏ ଏଆଡ଼େ ସେ ଆଡ଼େ ।ଏପରି ଜୀବନେ କିସୁଖ ଅଛି କହସଙ୍ଗୀତ କର ସଙ୍ଗୀତ କର କେ ଅଛ ଦୟାବହ ।ମୋହର ପଶ୍ଚାତେ ଅଛକିସତେମୋହର ଭିତରେ ଅବାପ୍ରଭୁବୋଲି କିଏ କହନ୍ତି ଏତେତାଙ୍କରି ମୁଖକୁ ଚାହିଁବି ଅବା ।ବଜାଦେଖି ଥରେ ଭଲକରି ଶିଙ୍ଗାବଜା ବଜା ବଜାତୁ ଆବର ରଙ୍ଗାତୁତ ଜିଣିବୁ ଆକାଶଆମର ଜାତୀୟ ଜୀବନେ ଆଣିବୁ ବିକାଶଉତ୍କଳ ଧରା ହୋଇବ ସାରା ।ଚାବୁକ ଯେତେ ମାରିବୁ ସପାସପ୍ସାବାଡ଼ କରିଦେବୁ ଯେତେ ଦୁଷ୍ଟ ସକଳେମରିବେ ପଡ଼ି ଝଡ଼ି ପୋକ ପରି ନିଆଁରେ ଧପାଧପ୍ଆରେ ରଙ୍ଗ ଦେଖରେ ଉତ୍କଳେଅଛନ୍ତି ଯେତେ କାଙ୍ଗାଳେନାହିଁ ତାଙ୍କର ଗୁଣ ଗାରିମାଅଟନ୍ତି ସେହି ପାପର ସୀମାଦହନ୍ତି ଲୋକଙ୍କୁ ଆପଣାର ସ୍ୱାର୍ଥପାଇଁଏହିଲୋକ ଗୁଡ଼ାଙ୍କୁ ଦେତ ରଙ୍ଗାତୁ ଚୂନାକର୍ ଯାଇଁ ।ବନ୍ଧୁକ ଘେନି କରନ୍ତି ଶୀକାରଏହିସବୁ ମଣିଷ ଜାନୁଆରଜୀବନ ଆମ୍ଭର ସୁଖରକରି ଦିଅନ୍ତି ଦୁଃଖରବୁଦ୍ଧି ପରା ଲୋକଙ୍କର ଏତିକିଦୁଷ୍ଟକୁ ନମାରି ମାରନ୍ତି ପକ୍ଷୀକିକିରେ ତୁହି ମଣିଷ ହୋଇ କାହିଁକି ମାରିବୁ ଚଢ଼େଇକିଦୋଷ ତୋହର କରୁଛୁଁ କେବେ କହ ସତ୍ୱରବୋହିଲେ ତୋହର ବୁଦ୍ଧି ଭ୍ରମଇସାନ ସାନ ରଙ୍ଗରଙ୍ଗିଆ ଚଢ଼େଇ ଆମେଗାଇ ବିଭୁ ନାମ ସକଳ ପାଇଁ ସାରା ଦିନେଆମକୁ ତୁମେ ବୁନ୍ଧୁକ ଘେନି ଯମପରିଦିଅ ଯେ ଯମାଳୟେ ପୂରାଇ ଏହିକି ବୀରହ ଭାରି !ଖାଇବା ଲାଳସା ତୁମର ଏତେ ହେଲାଅସଂଖ୍ୟ ଫଳ ମୂଳ ଥାଉଁ ଥାଉଁ ଖାଇଲ ଆମରି ଗଳା ।ଛି ଛି ତୁମେ ହୀନ ଦେବତାନାହିଁକି ତୁମର ପିତା ମାତାନାହିଁକି ଆମର ସ୍ନେହ ସଂସାରଭାଙ୍ଗିଦିଅ କାହିଁକି ତୁମେ ଆମରିଘର ?ହେଉ ତେବେ ଯାହା କରିବ କରବୁଦ୍ଧି ବିବେକ ନାଶହେଲେ ମାନବ ଯିବ ଯମପୁରଜୀବନେ ଦେଲ ଦେଖା ଆଜି ନୂଆସଖାତୁମର ମୋହର, ପରାଣ ପରଶ ଏଥରହେଉ ଏଣିକି ଚିରସ୍ଥିର ।କେତେ ଆଶା କେତେ ଆଶଙ୍କା ବୁକୁରେ ଘେନିବୁଲିଛ ସଖା ବୁଲିଛ ଏକା, ଏଥର ବୁଲିବା ବେନିତୁମର ପ୍ରାଣର ବ୍ୟଥାପରାଣେ ଜାଗୁ ମୋର ଲେଖା ସେ କଥାକେଉଁ ଦିବସର କେଉଁ କଥା ଅନ୍ତରେ ରଖିଛ ପୋଷିଏଣିକି ତୁମେ ପରଶିବ ଆସି ଅନ୍ତର ନିବେଶି ।ସାଗର କୂଳେ ବସିବାଦୁହେଁଆକାଶେ ଚାହିଁ ଅନ୍ତର ମୋହେବସିବା ତହିଁ ଗଣିବା ବସି ସାଗରର ଊର୍ମିରାଶିସେହି ହେବ ଆମର ଜୀବନର ଧନ, ଦେବ ଚିତ୍ତ ସରସିଆସ ଆସ ନବସଖାନ ଶୁଖାଇ ମୁଖ ଦିଅ ଦେଖାବସିବା ଭାଷିବା ଅନ୍ତରେ ଡାକିବା ତାହାରେଦୂରିବ ଦୁଃଖ ଭରିବ ପ୍ରାର୍ଥନା ଆମ୍ଭର ଚିତ୍ତପୁରେ ।ଆଲିଙ୍ଗନ ମୋର ଘେନିବ କି କେହିହିଆ ପରଶ ପାଇଁ ଅଥୟ ମୁହିଁ ।ରାତିସାରା ଶୋଇ ଚମକିଛି ମୁହିଁ ଥରକୁ ଥରଆସ ଆସ ତ୍ୱରିତ ବନ୍ଧୁ ଆସ ଏଥର ।ରଜନୀ ସାରା ନିଶୀଥ ନିସ୍ତବଧ ପଡ଼ି ରହିଛି ମୁହିଁ ଏକାକୀଏ ଘୋର ସଂସାର ଜାଙ୍ଗଳେ ଲଭିବାକୁଥିଲା ଏ କଷଣ ଏଡ଼େ ଦୁଃଖଭାଗୀ ।ଲୁପ୍ତ ଚନ୍ଦ୍ର ତାରା ସୁପ୍ତ ମାନବ ଜଗତ ସାରା ।ରଜନୀ ଭୋରେ ଉଠିବେ ସେବନ୍ଧୁ ବାନ୍ଧବ ଦେଖିବେ ସେ ହସିବେ ସେକାହାକୁ ଘେନି ରସିବି ମୁହିଁଜଗତେ ମୋର କେହିକି ନାହିଁ ।କାହିଁକି ମୋର ହେଲା ଏ ନରକହାୟରେ ବିଧାତା କିପାଁ ପକାଇଲ ମୋତେ ଏ କୁମ୍ଭୀପାକ ।ସ୍ତିମିତ ଆଲୋକ ପାଶେ, ଥରି ଥରି ଆସେଚୋରା ମଳୟ ପବନଆଣ ତେବେ ହେ ଅଦ୍ୟ ଜୀବନର ଆଦରସଖା ମୋ ପାଶେ ମୋ ବନ୍ଧୁଜନ ।ଅଙ୍କୁଶ ମାର ଅଙ୍କୁଶ ମାରହେ ମଶକ ତୁମ୍ଭେ କି ଅଛ ଶତ ସହସ୍ରଅଙ୍କୁଶ ମାରଜୀବନେ ମୁହିଁ ଅଙ୍କୁଶ ଖାଇ ଖାଇନ ହେଲି ସିଧାଖାଇଲି ଯେତେ ବିଧାଏକଥା ଶୁଣିବ ଯେ କହିବ ସେ କିସଏଡ଼େ ଅଲାଜୁଆ ନିତି ବସି କଷେ କିସଖାଉ ଥାଏ ସିନା ସେ ନିତି ନିତି ବିଷ ।ପରାଣ ମୋହର ବିଷରେ କଷାଆଉ କି ରାଧା ଆଉ କି ସୁଖହେବ ମୋ କପାଳେ ବରଷାଯାଇଛି ଶୁଖି କପାଳ ମୋରଯାଉଛି ଯାହା ଅବା ଅଛି ବାକୀ ।ଆଉ କେତେ ଦିନ ପରେ ଏ ସଂସାର ଭିତରେରହିବାକୁ ମୋତେ ହେବ ମନା ।ଯିବି ମୁଁ ଛାଡ଼ି ଏ ଭୁବନଯାହା ଅନାଇବୁ ଅନାରାଧାର ପରାଣ କୃଷ୍ଣରେ ନ ଭଜିଲେକୃଷ୍ଣରେ ନ ମଜ୍ଜିଲେଜଗତ ଦିଶିବ ଅନ୍ଧାରଦଶ ଭୁବନ ହେବ ଅନ୍ଧାରନ ରହିବ କିଛି ମୂଲ୍ୟ ଜୀବନରଭଜ ଭଜ ଏବେ ସେହି କୃଷ୍ଣଧନଜୀବନକୁ କର ଆଲୋକେ ପୁଲକେ ପୂର୍ଣ୍ଣ ।ଅଙ୍ଗାଙ୍ଗୀ ଭାବେ ଜଗତ ଯାକ ଧରା ପରାତ୍ରିଭୁବନ ଯାକ ଧରା ପରାମୁଁ ଖାଲି ବାସୁଛି ଭାଳି ମୁଁ ଏକାକୀ ।ଜୀବନେ ଭବନେ ରହିବି ପରାକେତେ ମିଛ ଖଚ କହି, କେତେ ପରିଶ୍ରମକରିକେତେ କାର ଚୋରି ଧପ୍ପାବାଜି କରିଭାବୁଛି ଯେହ୍ନେ ଆଉକେହି ରହିବେ ନାହିଁଏ ସଂସାରେ ମୁଁ ରହିବି ପରା ଏକାକୀ ହୋଇଆଉ କାହାକୁ ନ ନେଇରେ ମୁଗ୍ଧ ଜନ ! ତୋହରି ଜନତ ରହିବେତୋହରି ସାଥେସେତ ତୋହରି ଜନ ଭାଇ !ତାଙ୍କର ସଂଖ୍ୟା ଅଳପ କଲୁଆଉ ଅଳପେ ଅଳପେ ବଢ଼ାଇଦେ ଯାଇ ।ଦେଖିବୁ ଅଙ୍ଗାଙ୍ଗୀ ଭାବେ ସକଳେ ତୋ ସାଥେରହିବେ କେସନେ କେତେ ସ୍ନେହେ ପ୍ରେମେ ରହିଅଞ୍ଜନ ଲଗାଇଦେ ସକଳ ଆଖିରେସକଳେ ମୋହ ଯାଇଁ ଆପଣା ପ୍ରେମରେଅଞ୍ଚଳ ଆଣିଦେ ସକଳ ପାଇଁଯାହାର ଅଞ୍ଚଳ ନାହିଁଦେଖିବୁ ତୁହି କି ସୁଖ ଲଭିବୁ ତୁହିହୃଦୟ ପୁଲକିବ ସରସେ ସରସୀରେପଦ୍ମ ଯେହ୍ନେ ମୁଗ୍ଧ ହୋଇ ।ଅଞ୍ଜଳି ଭରି କୁସୁମ ଘେନି ଦେ ସଜଳ ଚରଣେ ବିତାଇଦେ ସବୁ କୁସୁମ ସକଳ ହୃଦେ ବିଛାଇ ।ଦେ ସବୁ କୁସୁମ ସକଳ କଣ୍ଠେ ଲମ୍ବାଇଦେଖିବୁ ପ୍ରେମେ ପୁଲକିବ ତୋହର ତାହାର ହିୟାଜୁଆର ଆସିବ ପ୍ରେମରେ ମାତିବନୋହିବ ଅନ୍ତର, ପ୍ରେମେ ମାତିଯା ।ଅନ୍ତରଯାମୀ ଆସିବେ ତୋହର ପାଶେଅଭାବ ତୋହର ରହିବ ନାହିଁଅନ୍ତରାତ୍ମା ତୋର ପ୍ରସାଦେ ଭରିବଭୁବନ ଦିଶିବ ସୁନ୍ଦର ମଧୁର ସବୁ ମଧୁର ହୋଇଅନ୍ତର ଦୃଷ୍ଟି ତୋର କରରେ ଭାଇସକଳେ ପ୍ରେମେ ପୁଲକେ ଥରାଇରୂପ ନଗରେ ବୁଲି ବୁଲି ମୁହିଁଅରୂପର ସନ୍ଧାନ ପାଇଲି ନାହିଁଏବେ ରୂପରେ ନ ମାତିଅରୂପରେ ଯିବି ଭରିସଂସାରର ମୋହ ଏବେ ଯାଉ ମୋ ଠାରୁ ଅପସରିତାରକା ରହିଛନ୍ତି ଅନାଇଯିବେ ସେ ଧୀରେ ଧୀରେ ଉଭାଇକେହି ରହିବେ ନାହିଁସବୁ ଲୁଚି ଯିବେ ନାହିଁରହିବେ ଅବା ସବୁ ଭାଇରୂପର ସାଗର ପାରି ହୋଇଅରୂପ ନଗରେ ରହିବେ ଯାଇଁ ।ଯେ ଯାହାରେ ମଜ୍ଜେରୂପ ତାହାର ତା ଠାରେ ସୁନ୍ଦରଲୟଲା ଠାରେ ମଜ୍ଜିଲା ମଜାନୁରୂପଥିଲା ଲୟଲାର କଳାକାଠ ପରିମଜନୁ ତହିଁ ମଜିଲା ଯେବେଦେଖିଲା ରୂପ ଭାରିଦୀର୍ଘ ନୟନ ଭ୍ରମରୀ ପରାଏଭୁଲାଇଲା ପରା ମଜନୁ ଚିତ୍ତବନହେଲା ତେଣୁ ତାହାର ଗୁଞ୍ଜନେ ଅତି ଶୋଭାବନଆଖିରେ ଅଛି କାହାର ଶୋଭାକିଏ କଥାରେ ପ୍ରେମରେ ମନ ଲୋଭାରୂପରେ ଅଛି କେତେସୁଖରେ ମଜ୍ଜେ ଯେତେଖାଲି ରୂପରେ ନୁହେଁ ଗୁଣରେ ପୁଣି ଅଛି ସତେ ।କେତେ କେତେ ଲୟଲା ମୋର ମଜନୁ ସାରମୋହର ହୁଅ ତୁମ୍ଭେ ମୋ ସଖା ପ୍ରେମର ସାର ।ରଜନୀ ଭୋରେ ବଳୟ ବଜାଇକିଏ ସେ ସେହି ଚାଲିଗଲା ମୋର ଦୁଆରେତାରକା ରହିଅଛନ୍ତି ଅନାଇଦେଖି ହସି ଦେଲେ ସେ ରୂପ ସହିଅଭାଗା ମୁହିଁ ସେ ରୂପ ଦେଖିବାର ଭାଗ୍ୟ ନାହିଁ ।ଶୁଣିଲି ସତେ ଥରେ ଦୁଇଥରବଳୟ ବାଜଣା ତାରଅନୁମାନେ ସିନା ଆଣିଲି ପାଶେ ମୋହରଧରା ନ ଦେଲା ସେଈଷିତେ ହସି ଚାଲି ଗଲା ସେବସି ବସି ମୁହିଁ ଚାହିଁଲି ରହିତାରକା ଯେତେ ରହିଲେ ମୋ ସାଥେ ବସି ରହି ।ଜୀବନେ ଯେତେ ଦିନ ଏହିପରି ଥରେ ଥରେପାଉଥିବି ପ୍ରେମ କଳ୍ପତରୁ ପଲ୍ଲବ ସଞ୍ଚାରମନେ ମନେ ହେବି ଧନ୍ୟ ସକଳ ଅଧନ୍ୟତାମୋର ଯିବ ଅପସରି, ଦିବ୍ୟ ହେବ ମୋର ସଂସାର ।କଂଙ୍କଣ ନିକ୍ୱଣ ନିତି ଶୁଣିବି କେତେ କ୍ଷଣରଜନୀ ସଜନୀ ବେଶ ପିନ୍ଧି ରହିଛି ରାତି ମାନତାରକା ବାରତା ଶୁଣି ଶୁଣି ନୟନ ତନ୍ଦ୍ରା କ୍ଷୀଣଭାମିନୀ କାମିନୀ ଗରବ ଗାମିନୀ କଂକଣ କରେ ରଣ ରଣ ।ଅନୁକୂଳ ଅତିବେଳ ଆସି ପହଞ୍ଚିଲେ ହୁଅଇ ତନୁକ୍ଷୀଣଦକ୍ଷିଣୁ ମଳୟ ଆସେ ଯେବେ ବୋହି ଧୃଷ୍ଟ ଅଳିଗଣଘେରନ୍ତି ଯେବେ ମୋହି ମୋହି ତାହାକୁ ଲଭିବାକୁକରିବି କି ଶଠ ପଣ ॥
ପ୍ରେମିକ ସିନା ପ୍ରେମରେ ରହିଜୀବନେ ଦେଲେ ମଧୁ ବିତାଇ ।କାହାର ପ୍ରେମେ ଆନନ୍ଦ ଘନଭରିଥିଲେ କହ ପ୍ରୀତି ସୁଜାନତୋହରି ପ୍ରେମେ ଭରି ରହି ଜୀବନକଲେ ସିନା ମଧୁରେ ପ୍ରେମ ପୁଷ୍ପ ବନନାଗରୀ ଦାସେ ପଡ଼ିଲେ ପ୍ରେମେ ଜାଣବନୀ ଠନି ମଜାଇଥିଲ ତାଙ୍କ ମନ ଜାଣରସ ଖାନି ତୁମେବି ଥିଲି ପ୍ରେମିକ ଜନପ୍ରେମ ବିନା କି ଜୀବନ ନ ଲାଗେ ପୂର୍ଣ୍ଣସଂସାରୀ ପ୍ରେମରୁ ଗଲେ ଲୋକୋତ୍ତର ଦେଶେପ୍ରେମିକା ଅଗାର ଭୁଲିକି ପାରିବ ମନ ପରଶେବନୀ ଠନି ସୁଜାନ ତୁମେ ବି ଧନ୍ୟପ୍ରେମିକ ବନାଇଲେ ଆପଣା ଜଣ ।ନିନ୍ଦା ଲାଗିଲା ନାମେ କାହାରପ୍ରେମେ ମିଳିଥିଲେ ଯେଉଁ ନାରୀ ନରହେ ଅଭିମନ୍ୟୁ ଦେଲ ଇଚ୍ଛାରେ ଜୀବନ ସାରିଘାରି ଦେଲା ପ୍ରାଣ ତୋହର ହାୟରେ ଭାରି ।ରମଣୀ ମଣିଟି ଲାଜରେ ଏଡ଼େ ପଡ଼ିଲା କୂଅରେବସିଲ ଆସି ଯେବେ ତୁମ୍ଭେ ଦାଣ୍ଡ ଦୁଆରେସଂସାର ନିୟମ ପ୍ରେମକୁ ନ ଦିଏ ସାହାଯ୍ୟମରଇ ଜୀବନ ପ୍ରେମରେ ଭରେ ଯେହୁ ଆଜ ।ଯାହା ହେଉ ପଛେ ଜଣକ ପାଇଁ ଜଣେପ୍ରେମରେ ଦିଏ ଆପଣା ପ୍ରାଣ ଘାରି କେଉଁ ମନେ ।ପ୍ରସରୁଛି ନାସାନିଳ କି ସୁଖରେବନ୍ଧୁଜନ ଆଜି ଦେଇଛ ଦରଶନପ୍ରଭାତ ସମୀର ଲାଗିଛି ଅନ୍ତରେଆସିଛି ତା ସହିତ ବନ୍ଧୁ ଜନରେ ।ଦେବତା ଦରଶନ ଅଗ୍ରତେ କିସୁନ୍ଦରଭାଗ୍ୟ ଯେବେ ଆସେ ଆସେ ଏହି ପ୍ରକାରପୁଣ୍ୟ ଯେବେ ଅର୍ଜିବାରହୁଏ ସିନା ଆଗତ ଏହି ପ୍ରକାର ।ଆହୁରି ଯେତେ ପ୍ରିୟ ସତେଆସନ୍ତ ଉଇଁ ଦିଅନ୍ତି ଦେଖା ଅଯାଚିତେ ।ଏତେଦିନେ, ଦିନେ ଊଷା ଅନ୍ଧାରେପବିତ୍ର ସେ ଦରଶନ ପୁଣ୍ୟ ସୂଚକ ସତେ ।ପ୍ରିୟ ! ମୋ ସାଥେ ହୋଇଲ କଥାବିରହ ମୋହ ଲିଭିଲା ଗଲା ବ୍ୟଥାପୁଣ୍ୟ ମୋହର ସୁଚାଇ ଦେଇ ଚାଲିଗଲ ପ୍ରଭାତ ସହିତେଆହୁରି ମୋହର ସୁଖୀଜନ ଯେତେକରିଛନ୍ତି ଆପଣାର ମତେ ।ଦେଇଛନ୍ତି ଆନନ୍ଦ ଅବ୍ୟାଜେଆଜି ସତେ ମୋର ଦଶଦିଗର ଅନ୍ତରର ଦେବତା ବିଜେ ।ପାହିଗଲା ପାହିଗଲା ରଜନୀରାବିଦେଲା ରାବିଦେଲା କୁକ୍କୁଟ କାମିନୀଉଠଗୋ ଉଠଗୋ ସୁହାଗ ସଜନୀପଳାଇଲେଣି ଅନ୍ଧାର ରଜନୀସରଗ ଶଶୀ ଗଲେଣି ଲୁଚିଏବେ ଭାଳିଲେ କିଛି ଲାଭ ହେବକିଉଇଁବେ ତପନ ଏବେ କର ପୂଜା ମନ ଇଛିଦିଗେ ଦିଗେ ଗଲା ଲୁଚି ଅନ୍ଧାରଦିବସେ ବୁଲିବ ସିନା ଏବେ ହୋଇ କାତରସଜନୀ ଦିବସ ରଜନୀ କାହାର କୋଳେଭୋଳହୋଇ ରହିକୁହ ଅନାଥ ଅନନ୍ତରେ କିଏ ଛଳେ ।ରହିଛନ୍ତି ସୁନ୍ଦରେ ରଜନୀ ପ୍ରଭାତରେ ।ନାହିଁ ମୋର ପିତା ମାତାସ୍ୱର୍ଗ ମର୍ତ୍ତ୍ୟ କରିଛି ମୋର ପିତା ମାତା ।ନାହିଁ ମୋର ଦିବ୍ୟ ଶକ୍ତିସାଧୁତା ମୋର, ମୋର ସବୁ ଶକ୍ତି ।ନାହିଁ ମୋର ଉପାୟନମ୍ରତାହିଁ ମୋର ଏକମାତ୍ର ଉପାୟ ।ନାହିଁ ମୋର ମନ୍ତ୍ର ଶକ୍ତିଅନ୍ତରର ଶକ୍ତି ମୋର ଜୀବନର ଶକ୍ତି ।ନାହିଁ ମୋର ଜନ୍ମ ନାହିଁ ମୋର ମୃତ୍ୟୁଅନନ୍ତ ଜୀବନ ମୋର ଜନ୍ମ ମୃତ୍ୟୁ lନାହିଁ ମୋର ଶରୀରଧୈର୍ଯ୍ୟ ମୋର ଏକମାତ୍ର ଅସ୍ତ୍ର ।ନାହିଁ ମୋର ଚକ୍ଷୁତଡ଼ିତ ମୋର ଚକ୍ଷୁନାହିଁ ମୋର ଶ୍ରୋତ୍ରସଙ୍ଗୀତ ତରଙ୍ଗ ମୋର ଶ୍ରୋତ୍ରନାହିଁ ମୋର ଅଙ୍ଗତତ୍ପରତାହିଁ ମୋର ଏକମାତ୍ର ଅଙ୍ଗ ।ନାହିଁ ମୋର କଳ୍ପନାସମୟ ସୁବିଧା ମିଳଇ ଯେବେ ତେବେ ଜଳ୍ପନା ।ନାହିଁ ମୋର ଆଶ୍ଚର୍ଯ୍ୟଧର୍ମ ମୋର ଏକମାତ୍ର ଐଶ୍ୱର୍ଯ୍ୟ ।ନାହିଁ ମୋର ଅନ୍ୟ ମତଜୀବନେ ନତ ହୁଏ ମୁଁ ସକଳ ସାଥନାହିଁ ମୋର ଆନ ବନ୍ଧୁମନ ମୋର ବନ୍ଧୁ ସିନ୍ଧୁ ।ନାହିଁ ମୋର କେହି ଶତ୍ରୁଅସାବଧାନ ହେଲେ ତୁହି ମୋତେ ମାରୁ ।ନାହିଁ ମୋର ଆନ ବର୍ମଶୁଭ ପ୍ରୀତି ଧର୍ମମତି ମୋହର ବର୍ମ ।ନାହିଁ ମୋର ଦୁର୍ଗମନ ମୋର ଅଟଳ ସ୍ୱର୍ଗ ।ନାହିଁ ମୋର ତରବାରିମନର ଶାନ୍ତି ମୋର ଏକମାତ୍ର ତରବାରିମନୋହର ମନୋହର ବିଳାସ ହାସମଧୁର ମୃଦଙ୍ଗ ସୁନ୍ଦର ମୁରଲୀ ଶ୍ୱାସଲୀଳାବତୀ ମାନବତୀ ବସି ବସି ଆଶ୍ୱାସଲଭନ୍ତି ସଙ୍ଗୀତ ମନ ଛନ୍ଦେ କି ବିଶ୍ୱାସ ।କାହାର ବଙ୍କିମ ଚାହାଣୀ ରୁଦ୍ରରସେ ଭରାନୃତ୍ୟ କାହାର ଊର୍ମି ଉଚ୍ଛ୍ୱାସ ସାଗରର ପରାଲଲାଟେ ଜ୍ୱଳେ ଅଗ୍ନି ପ୍ରଳୟ ପୟୋଧି ଗଙ୍ଗାନଦୀଶ୍ମଶାନ ଜାଳେ ମୁଣ୍ଡ ମାଳେ ଅହି ରହି କରେ ଆମୋଦୀ ।ଫଣୀ ଫଣା ଘେନି କାରବାର ଯାହାରକଣ୍ଠ ନୀଳ ବିଷ ଭକ୍ଷିବାର ।ସଂସାର ରକ୍ଷିବାରଅମୃତ କାହାର ଆଶୀର୍ବାଦବିରୋଧ ଭାବେ ପୂର୍ଣ୍ଣ କିଏ ସେ ଶମ୍ଭୁ ପାଦ ।କଟାକ୍ଷ କାହାର ଜ୍ୱଳେ ଲହ ଲହଆଣେ ନୃତ୍ୟେ ତାହାର ଅସୀମ ପ୍ରଳୟ ।ଡ଼ମ୍ବରୁ କାହାର ହାତେ ବାଜେ ଡିବିଡିବିଶିବ କାହାର ନାମ କହ ଆହେ ଶିବ ।ମୃତ୍ୟୁର ଛାୟା କରାଳ ଘେରେକାହାର ପଶ୍ଚାତେ ରହେ ରେ ।ଭୀଷଣ ସେହି ଶିବ ଶଙ୍କରକାହିଁକି ଭୀତ ହୁଅରେ ।ସେ ପରା ପାର୍ବତୀ ପରାଣନୃତ୍ୟ କରିବେ ପୂର୍ଣ୍ଣ ମନଆନନ୍ଦ ଯାହାର ଶିବ ସୁନ୍ଦରରୂପ ତାହାର ହେଲେ ପ୍ରଳୟଙ୍କରଅଛି ଅଛି ଶଙ୍କର ସ୍ୱରୂପସେ ଯେ ଶିବ ସୁନ୍ଦର ଶାଶ୍ୱତ ରୂପ ॥
ମୋ ଜୀବନ କାହାଣୀଖାଲି ମୋତେ କି ଘେନିଯାହାର ଯାହାର ସାଥେଆସିଛି ମୁହିଁ ଦିବସ ରାତେ ।ସକଳେ ସେହି ଅଛନ୍ତି ସତେଅତି ବିଚିତ୍ରେ ଜଡ଼ାଇ ମୋ ସହିତେକହିବି କି କଥା କାହାରେଜୀବନ ମୋହର ନାହିଁରେ ।ଯାହାର ଯାହା ଥିଲା ମୋ ଜୀବନେ ସିନା ତାଳି ଦେଲାମୋହର କିଛି ନାହିଁ ମୁଁ ଯେ ପାରିହେବି ତାଙ୍କରି ସାଥେ ।ପାରିହେବି ଏ ଜୀବନ ବେଳାପରାଣ ମୋହର ଜୀବନ୍ତ ନୁହେଁକୁସୁମ ତହିଁ ଫୁଟନ୍ତ ନୁହେଁକୁସୁମ ତଳପେ ବାସନା ମୋର ମରି ମରି ଯାଉବାଲିର ଉପରେ ବସି ବସି ସେହି ମୋ ଦିବସ ନେଉ ।ତାହାର ସାଥେ ମୋହରି ହାତେରହିବା ଦିନ ବାକୀ ଯେତେ ଦିନସେତିକି ହେଲେ ପରାଣ ମୋହିବସୁନ୍ଦର ହେବ ମନ ।ଆସିଛ ଯଦି ଚନ୍ଦ୍ରମୋର ରୁହ ଆଉ କିଛି କ୍ଷଣକାହଁକି ଯାଅ ପଳାଇ ଏଡ଼େ ତ୍ୱରା ବହି ।ମୁଁ ପରା ଜୀବନଯାକ ତୋହରିପାଇଁ ଦେଖଥକି ଥକି ବୁଲି ବୁଲି ଆସିଛି କାଟି ଏତେ ପଥରେଖକୋକିଳ ଯେବେ ଯିବ ଚାଲିବସିବି ସିନା ମୁହିଁ ଭାଳିବସନ୍ତ ଯେବେ ହେବ ସ୍ଥଗିତମୋହର ପ୍ରାଣ ହେବ ସିନା ମୃତକାହାକୁ ଘେନି କହ ଅନାଇ ରହିବିହେ ମୋର ଚନ୍ଦ୍ର ରହିଥା ତୁହି ମୋହର ସାଥେବିଜନେ ଏକାକୀ ବସି ରହିବି ।ମୌନ ମୋର ସକଳ ଆଶା ସୁପ୍ତମୋର ଯେତେ ଭରସାସବୁ ହେଲା ଲୁପ୍ତ ତୁମେ ଯେବେ ସବୁ ଚାଲିଯିବଆସ ସଖା ବେଳ ଗଲା ୟାଙ୍କରି ପାଶେ ରହିବ ।ସାରାଟି ଦିବସ ଶୋଇଲି ମୁହିଁକଏ ଆସିଥିଲା କିଏ ଚାଲିଗଲାଜାଣିପାରିଲି ନାହିଁ ।ଦିନଟି ଯାକ ଏପରି ଗଲାଦିନ ପରେ ମାସଟି ମୋରମାସ ପରେ ବର୍ଷ ବର୍ଷ ଗଲା, ଗଲା ।ଶରତ ବସନ୍ତ ଶିଶିର ଗ୍ରୀଷ୍ମକାନନ କାନ୍ତାର ସାଗର ଭୂଧରସବୁ ଆସିଲେ ସବୁ ରହିଲେଚାଲିଗଲେ ପୁଣି କେତେ ।ଚନ୍ଦ୍ରଟି ମୋହର ଜୀବନ ସାଥୀଲକ୍ଷ୍ମୀ ମୋହର ସାଥେ ରହିଛନ୍ତିସକଳ ସାଥୀ ଆଉରି କେତେବିଜନ ବିପିନ ସାଥୀ ଯେତେହେ ପ୍ରିୟ ହେ ମଧୁରହେ ବିଜୟ ଲକ୍ଷ୍ମୀପରଶ ଲଭିବି ତୁମ୍ଭରସଦା ଏହି ଇଚ୍ଛା ମୋର ।ଅଧଟିଏ କଥା ତାରଅଧଟିଏ ହସ ତାର ଅଧରେସେହି ମୋର ଲକ୍ଷେ ସୁନା ହାୟରେ ।ଜୀବନେ ତାହାକୁ ସଦାରଖିବାକୁ ପାଶେ ପାଶେମନ ମୋର ସଦା ହରଷେହରଷେ ତା ପରଶେ ।ଲାଳସେ କାହାରଜୀବନେ ବୁଲେ ମୁହିଁସୁନ୍ଦର ମଧୁର ମୂରତିଦେଖିଲେ ଯହିଁମନମୋର ଲାଖିଯାଏ ସିନାଫିତା ଅଧଟିଏ ଝୁଲୁଛି ବଦନେତାହା ସରୋଜ ସୁନ୍ଦର ବଦନେ ।ବାଳିକାଟି ସେହି ସୁନ୍ଦର ବଦନଫିତାଟି କରିଛି ଚିତ୍ତ ବିମୋନ ।ରୁଦ୍ରଭୀଷଣ ମହା ପ୍ରଳୟଂକର ହେ ବିଧାତାଜୀବନର ଶଙ୍କା ବଜାଅ କି ଡଙ୍କାସାରାଟି ରାତ୍ରି ଭୀଷଣ ଯାତ୍ରୀକିଏ ସେ କିଏ ସେ କହ ।ତୁମେତ ତୁମେତ ଚିହ୍ନିଛି ମୁହିଁକାହିଁକି ଏ ଭୀଷଣ ରୂପ ବହଆସିଛ ମର୍ତ୍ତ୍ୟେ ଏକି ନୃତ୍ୟତାଣ୍ଡବ ଦାଣ୍ଡବମହାମାନବ ହେ ମହାମାନବ ।ଈଶ୍ୱର କି ତୁମ୍ଭେ କରାଳ ହେ ଦମ୍ଭେଚୂର୍ଣ୍ଣିବାକୁ ମାନବର ଦମ୍ଭଗର୍ଜୁଅଛ ଭୀଷଣ ହୁଁ କାରେଯେହ୍ନେ ସେ ତୁମ୍ଭ ପରିରମ୍ଭଧ୍ୱସ୍ତ କରି ନଷ୍ଟ କରିଧସାଇ କନ୍ଦାଇ ଛନ୍ଦାଇ ଗଲ ଚାଲିହେ ରୁଦ୍ର ଏହି ମୋର ଅଳି ।ଘୃଣାରେ ମନ ଗୋଳି ଘାଣ୍ଟି ହୋଇଗଲା ମୋରଶ୍ୟାମ ସିନା ଦଗାବାଜି କଲା ରାମ ସହିତରଦୁଇ ବନ୍ଧୁ କେତେ ପ୍ରୀତି ସାଥୀ ହୋଇ ଖେଳୁଥିଲେ କହଆଜି ଯୌବନେ ଏକ ଆରେକ ଠାରେ ଏତେ ଈର୍ଷାବହ ।ଶ୍ୟାମ ଥିଲା ଚତୁର ଚଞ୍ଚଳ ବୁଦ୍ଧିମାନ ।ରାମ କିଛି ଊଣାନୁହେଁ ମାତ୍ର ସ୍ଥିର ଗୁଣବାନ ।ରାମକଲା ଆଇ. ସି ଏସ୍, ପାସ୍, ହେଲା ମେଜେଷ୍ଟରଶ୍ୟାମ ସହି ନ ପାରେ ତା ତଳେ ରହିବାକୁଯେଣୁ ସେ ଡେପୁଟି ମେଜେଷ୍ଟର ।ଦିନେ ଯାଉଥିଲେ ଚଉଦୁଆରେ ଡଙ୍ଗାରେଖେଳ କଉତୁକରେ ଶ୍ୟାମ ଦେଲା ଗଡ଼ାଇ ନଦୀ ଗର୍ଭରେ ।ଉଠିଲା ରାମ କିଛି ବୁଝି ନ ପାରିକିଛିଦୂର ଯାଇଛନ୍ତି ଶ୍ୟାମର ଚଞ୍ଚକତା ପରି ।ହୋଇଲା କ୍ଷୁବ୍ଧ ଶ୍ୟାମ, ଛୁରିରେ କୁତା ରାମରକାଟିଲା ଗଭୀର କରି କଟିଲା ନଖ ପୟର ।ଦେଖି ଦେଖି ଏହା ଭାବିଲି ଆହା ଏ କି ରୀତି ଜଗତରକେତେ ଦିନ କି କଥା କରନ୍ତି ଜୁହାର ବାପା ଜୁହାର ।ବାଳକ ତୁମ୍ଭେମାନେ ଏତେ ଏତେବାହାରିଛ ଜଗତ ପଥେକରିବାକୁ ଜୟ ଜୟହେବାକୁ ବୀର ବୀର ।ଆଶୀର୍ବାଦ ଘେନ ମୋର ବାଳକେଜଗଦ୍ବୀର ହୁଅ ଯେତେଚାଲି ଧର୍ମ ପଥେ କର୍ମ ପଥେବୀର ହୋଇ ବୀରକାହାକୁ ନ ଡର ।ଉଠ ଉନ୍ନତି ଶିଖରଜ୍ଞାନ ଶିଖରହୁଂକାର ଜୟ ଶଙ୍କରହୁଅ ଉତ୍କଳ ବୀରତୋଷାମୋଦକାରୀ ଖୋସାମୋଦ କାରୀଦେମୋକ୍ଳିସ ତରବାରିମନେରଖ ମନେରଖ ଭାରିଡାୟୋନିସିଆସ ରାଜା ପାଶେଏହି ଖୋସା ମୁଦିଆରାଜାହୋଇ ଲିଭିଥିଲା ଯେଉଁ ଭାଣେଭୟେ ଖାଇଥିଲା ଜାବୁଡ଼ିଆଆଉଦିନେ ମୋହିଲା ସେ ରାଜାନୋହିଲା ସେ ଖୋସାମୁଦିଆବାବୁମାନେ ଆମର ମନେ କରଦେମୋକ୍ଳିସ ମୁଣ୍ଡ ଉପରଉନ୍ମୁକ୍ତ ତରବାରଝୁଲୁଥିଲା ଖଣ୍ଡିଏ ସୂତା ସହିତରରାଜା ଜୀବନ ନୁହେଁ ସୁଖରନୁହେଁ ଗୌରବରତୋଷାମୋଦିଆର ଜୀବନଆହୁରି ଭୟଙ୍କର ।ଆସ କିଷାଣ ହୃଦସିଂହାସନ,ବସ ଅଚିରେ ଜଗନ୍ନାଥୀସାରି ଦିବାର କାମ ପିଆର କତିବଡ଼ ମଧୁରେ ଜାଳଇ ବତି ।ଜଗତ ନ ଛୁଏଁ ତାକୁ ସେ ଯେ ବସେଅତି ସରାଗେ ପତ୍ନୀକୋଳହେଉ ସେ ଅଧମ ଧନ୍ୟ ଭଗବାନଦେଇଛ ହେ ପ୍ରେମଭୋଳ ।ବସି ସାଥେ ତବ ଦିବସ ନିଏଁ ସୁଖେବଡ଼ ସୁଖରେ ବଡ଼ ସୁଖରେତାହାର ପାଇଁ ମୋ ହୃଦ ପୁଲକେଅସ୍ପୃଶ୍ୟ କି ସଂସାରେ ।ଏ ବ୍ରଜ ବନରେ ଜଗତ ମେଳରେସମସ୍ତେ ଯେ ସମାନ ଗୋସତିର କତି ନିଅ ପ୍ରେମେ ଭିଡ଼ି ଅତିନକର ନକର ତୁ ମାନ ଗୋପ୍ରାତର ଶିର ଶିର ହେଲାଣି ଆରମ୍ଭ ହେଶୀତର ଆଗମନ ସୁଚଇ କି ସେନେହେ ।ମାସ ମାସ ଆସଇ ବଦଳେ ଋତୁ ତହିଁଗ୍ରୀଷମ ଯାଇ ଆସେ ବରଷା ଦୟା ବହି ।ଶରତର ସୁଷମା ମିଳି ଯାଏ ଗୋ ଶୀତେଦେଖୁଁ ଦେଖୁଁ ବସନ୍ତ ଆସେ ପିକ ସହିତେ ।ଜଗି ବସିଲେ ମୁହିଁ ଦେଖା ସେହି ଦିଅନ୍ତିଜବ ଆଗମନ ଯେ ତାଙ୍କର ନିତି ନିତି ।ଦୁଆର ଆଉଜି ମୋ କାନ ଡେରି ବସଇତେବେ ସିନା ମଧୁରେ ଆସ୍ୱାଦନ ମିଳଇ ।ନିତି ଜାଗ୍ରତ ଯେହୁ ନିତି ମିଳନ ତହୁଁଚରାଚର ସଂସାର ଘେରି ରହିଛି ସେହୁ ।ମୁହୂର୍ତ୍ତେ ବସ ସ୍ଥିର ପାଇବ ନିଶ୍ଚେଁ ତାଙ୍କୁତାଙ୍କ ସହ ଯେହୁ ଗୋ କରଇ ଗାଢ଼ ପ୍ରୀତିସଂସାର ଅବହେଳେ ନ ଥାଏ ଦୁଃଖ ଆର୍ତ୍ତିକୋକିଳ ମଧୁ ମାସେ ପ୍ରିୟେ ପୀରତି ଶୀତେଶରତେ କାଶତଣ୍ଡୀ ଶୁଣ ମୋର ଲୁଭିତେ ।ବର୍ଷାର ଗରଜନେ ଗ୍ରୀଷମର ଦୁର୍ଦ୍ଦିନେଜଡ଼ିତ ତୋ ସହିତେ ଗୋ ମୁଁ ତାଙ୍କ ଗହଣେ ।ଚାଲିଯିବା ସଂସାରୁ ଅଭିନୟ ସାରି ଗୋସେ ପାରେ ଭାଳିବା ଯେ ପ୍ରିୟେ ପାଶେ ବସି ଗୋପ୍ରିୟ ! କାନ୍ତ ! ମଧୁର । ଆସ ଆସ ହେ ଚିରଅଚିରେ ସ୍ଥାୟୀ ହୁଅ ପାଶେ ହେ ସୁଚିର ।ସୂର ଦାସ ମୋର ଘେନ ନମସ୍କାରକେଉଁ ପ୍ରଣୟନୀ ଧିକ୍କାରେଆପଣାର ଚକ୍ଷୁ ଫୁଟାଇଲ ଆପଣା ହାତରେ ।ଧନ୍ୟ ସୂର ଦାସ ମୋରଘେନ ଘେନ ନମସ୍କାରଅର୍ଜିଲ ଅକ୍ଷୟ ଯଶବିସ୍ତାରିଲ ଅପୂର୍ବ ବାତ୍ସଲ୍ୟ ରସସୂର ସାଗରେ ସ୍ନାନ ଯେ କରେନିତ୍ୟ ନିର୍ମଳ ହୋଇ ସେ ବାହାରେଜନ୍ମ ଯହିଁ ମୃତ୍ୟୁ ଯହିଁଜନ୍ମ କେବେ ମୃତ୍ୟୁ କେବେ କାହିଁ ।ଜନ୍ମ ନିତ୍ୟ ତବ ଭକ୍ତ ହୃଦେ ଏ ଭବମୃତ୍ୟୁ ତୁମ୍ଭର ନାହିଁଜନ୍ମ ତୁମ୍ଭର ପ୍ରତି ଭକ୍ତ ହୃଦେ ।ଆଉ ସ୍ଥାନ କାଳାକାଳ ନାହିଁ ।ସୂର ଦାସ ମୋରଘେନ ଘେନ ନମସ୍କାରଅନ୍ଧ ତୁମ୍ଭେ ଜ୍ଞାନାଲୋକ ବିସ୍ତାରପ୍ରେମାଲୋକ ବିସ୍ତାରଧନ୍ୟ ଧନ୍ୟ ସୂର ଦାସ ମୋର ।ଘେନ ଘେନ ମୋର ଅଞ୍ଜଳି ଭରା ନମସ୍କାର ।ଆସ ଆହେ ଶୁକଶୁଣାଅ ପୁଣି ଥରେସେ ଧର୍ମ କଥା ସେ ଧର୍ମ ଗାଥାଶୁଣାଇଥିଲ ଯାହା ଦ୍ୱାପରେ ।ରାଜରାଜେଶ୍ୱରେ ସନ୍ନ୍ୟାସୀରେ ।ଶୁଣାଅ ଏଥର ଆସିପୁଲକାଅ ସକଳ ଜଗତ ବାସୀଘରେ ଘରେ ଆଜି ଅଭାବ ମନୋମାଳିନ୍ୟ ।ମଦ ବିକାହେଲା ଗାଁ ଗାଁରେସାରିଦେଲା ବଂଶ ଆମ୍ଭର ।ଶୁଣାଅ ହେ ଶୁକ କେବେ ହେବ ଏ ନାମ ଧ୍ୱଂସ ।ପାପ ପ୍ରଣୟ କରି ଦେଲା ସାରିସକଳ ଜନବଢ଼ାଇଲା କଳୁଷକାନ୍ଦ ମାଡ଼େ ଦୁଃଖ ହୁଏ କିଛି କରିବାର ଶକ୍ତି ନଥାଏହଂସ କୋକ କୋକିଳ ଆଦି ଯେତେ ଅଛଆସ ଆଜି କାନ୍ଦ କନ୍ଦାଅଜଣାଅ ଆମ ସହିତେ ବିଭୁପାଦେ ଏହିକଥାସାରିଦେଲା ଆମ ଧର୍ମ କର୍ମ ଭୁଲାଇଲା ସଇତାନ ଯଥା ।ଅଶୋକ ଶିରୀଷ ପଙ୍କଜ ଚମ୍ପକଆସ ଆଜି ସକଳ ଶୋଭା ସଂପଦ ଛାଡ଼ିଖାଲି ବିଧାତା ଠାରେ ଆମ୍ଭ ସାଥେ କହଅଳିକିପରି ପାଇବୁ ରକ୍ଷା ଏହାଙ୍କ ହାତରୁ କାହାକୁ ଧରିସଖି ! କାହିଁ ରଖିବି ଏ ନେତ୍ରେ ଲୋ ସଖିଯେଣେ ଚାହିଁଦେଲେ ତେଣେ ସେଦିଶନ୍ତି ଜାଣେ ଏ କିସ ବିଚିତ୍ର ଲୋଏ ବଡ଼ ଅପୂର୍ବ ହେଲା ବୋଲିପୂର୍ବ, ପାଶକୁ ଚାହାନ୍ତେ ଫେରିଯମୁନା ତନ୍ମନା ହୋଇ ବହୁଛନ୍ତିନୀଳିମା ଛବିକି ଧରି ଲୋ ସଖିଦେଖି ଏ ଲକ୍ଷଣ ପାଲଟିତକ୍ଷଣ ଈକ୍ଷଣ କଲିସେ ଦିର୍ଗଗ ହୁନ୍ଦର ପୁଣି ପୁରନ୍ଦର,ନୀଳମଣି ତା ଛଇଳି ଲୋ ସଖିପଶ୍ଚିମକୁ ଆଜି ଚାହାନ୍ତେ ମୁଁଢ଼ାଳି ଗିରି ଗୋବର୍ଦ୍ଧନ ଶୋଭାନବ ପଲ୍ଲବେ, ତରୁଲତା ମଣ୍ଡିତକୋଟି ମରକତ ଆଭା ଲୋଭାଜିଲା ଚାତର ହେଲି ମୁଁକାତର ଉତ୍ତରକୁ ଦେଲି ଦୃଷ୍ଟିସେଦିଗେ ତମାଳ ବନ ମାଳି ମାଳ ସେଶ୍ୟାମଳ ଶୋଭାସୃଷ୍ଟି ଲୋ ସଖି ।ଆକାଶକୁ ଦୃଷ୍ଟି ଦେଲିରେବିମ୍ବୋଷ୍ଠି ଛିନ୍ନ ଚିତ୍ତ ଦକ ଦକସେ ନନ୍ଦନନ୍ଦନ କାନ୍ତି ନବଘନଦିଶିଗଲେ ଜକ ଜକ ଲୋ ସଖିଦଣ୍ଡେ ପରିଯନ୍ତେ ଗଣ୍ଡେକରଦେଇ ରହିଲି ବଦନ ପୋତିନବ ଦୁର୍ବାଙ୍କୁର ମହୀରେ ଅଙ୍କୁରସେ ପୁଣି ସେହି ଆକୃତି ଲୋ ସଖିଭାଜିଲା ଗୁମାନ ମାନମାନସରୁ ନୟନ ବୁଜିଲି ଯହୁଁଗୌର ଦ୍ୱିଜ କହେ ହୃଦୟ ମଧ୍ୟରେଉଦୟ ହୋଇଲେ ତହୁଁ ଲୋ ସଖିଆଖି ପତାପରେ ରଖିଥିଲିଯାକୁ ଚିରଦିନ ଧରି ଏତେଆଜି କାଗଜରେ ତାର ଲେଖାଟିଏମାତର ପାଇଲେ ସତେ ।ଭାଳଇ ମନରେ ପାଇଲିସତରେ କି ଅମୂଲ୍ୟ ନିଧି ମୁହିଁଆସ ଆସ ଆସ ଆହେ ସ୍ୱାଗତଯେ ଆସ ଆସ ମୋର ଭାଇ ।ନୟନୁ ଯାଇନ ପାସୋରମୋହନ ଅନ୍ତରୁ ଯିବ କିପରିଅଙ୍ଗୁଳିଟି କାର ଦେଖିଲେ ପ୍ରକାରମନେ ହୁଏ ଅଛି ଧରି ।ଜପାମାଳି ସବୁ ଭୁଲିଗଲି ବାବୁଖାଲି ମନେ ଗୁଣେ ମନସେ ତୁମ୍ଭର ନାମ ଆହେସଖାସତେ ସତେ ସତେ ତୁମ୍ଭନାମଆଉକି ଜୀବନେ କାହାକୁ ମୁଁ କ୍ଷଣେକରିବି ହେ ଆପଣାରତୁମେ ମୋର ସବୁ ତୁମେ ମୋରସବୁ ହୃଦୟ ନିଧିର ସାର ।କହିଛିତି କଥା ନ ରଖି ଗୋପନତୁମେ ମୋର ସବୁ ଧନଆଉ ଯେତେ ଦିନ ବୁଲିବିଭୁବନ ଭାଳିବ ତୁମ୍ଭଙ୍କୁ ମନ ।ବିଜନ ବିପନେ ସଜନ ଗହନେସବୁବେଳେ ତୁମେ ଅଛଅନ୍ତର ପୂରାଇ ତୁମକୁ ଛାଡ଼ିଣରହିବା ମୋହର ମିଛ ।ଛାଡ଼ି ତୋତେ ମୁହିଁ ରହିବିରେ କାହିଁଭାବି ତୁ କହତ ମୋତେଯେଣେ ବୁଲିଗଲେ ମନେ ତୁ ପଡ଼ୁରେକାନ୍ଦେ ମୁଁ ଯିବୁ କି ପ୍ରତେ ।ଆ ମୋର ଡଲି ଆ ମୋର ନାଲିଆସ ଆସ ଆଉ ସବୁ ଅଛ ଯେତେମୁଁ ଜାଣିଛି ତୁମକୁ, ତୁମେ ମୋର ପ୍ରିୟ ସଙ୍ଗୀତୁମ ବିନା ମୁଁ ରହି ନ ପାରେ ଦଣ୍ଡେହୁଏଁ ଛଟପଟ କେତେ ।ତୁମେ ପରା ମୋର ସରାଗ ସଖାକୁକୁର ବିଲେଇ ସାଙ୍ଗୀଆସ ମୋର ନେଉଳ ଆସ ମୋର ବଣିତୁମକୁ ପାଇ ମୁଁ ସକାଳେଖେଳିବି ଦିନଯାକ ପୁଣି ।ଶୀତ ଦିନେ ଲୁଗାପଟା ଘୋଡ଼ିଘରଟାରେ ପଡ଼ିଖେଳିବି ମଦନା ପ୍ରେମୀ ସାଥେତୁମକୁ ଘେନି ଶୋଇ ରାତେ ।ଉନ୍ମୁକ୍ତ ଦେବ ମନ୍ଦିରଆସ ଭାଇ ହରିଜନଉନ୍ମୁକ୍ତ ଆଜି ଦେବ ମନ୍ଦିରଆଜି ବଡ଼ ପୁଣ୍ୟ ଦିନଜୟ ଜୟ ନାଦ ଘୋଷ ତାଙ୍କରଜଗତ୍ ପିତାଙ୍କରତ୍ରିବାଙ୍କୁର ରାଜାଙ୍କର ପୁଣିକର ଜୟ ଜୟ କାରଆଜି ଉନ୍ମୁକ୍ତ ମନ୍ଦିର ଦ୍ୱାରଆଜି ଉନ୍ମୁକ୍ତ ସକଳ ମନ୍ଦିରଭକ୍ତ ଯେ ଯହିଁ ଅଛ ଆସ ଅନିବାରସୁନ୍ଦର ଆଜି ଆସ ହୋଇ ଆହୁରି ସୁନ୍ଦରନୀରାଜନା କରିବ ବିଭୁ ପୟରଧୂପ ଦୀପ ମଳୟାନିଳଆଜି ଭାରତ ପ୍ରଭାବ କରିଛି ସୁନ୍ଦରଜୟ ଜୟ ଜୟ ତ୍ରିବାଙ୍କୁଡ଼ ।ଯୁବକ ମଲେ ବଲେ ବୁଢ଼ୀସର ଦୋଳାରେ ପଶିଛି ବାଡ଼ିସଞ୍ଜ ବେଳକୁ କବାଟ କିଳାଡରରେ ମଲା ନନ୍ଦିଆ ଭୋଳାଓଡ଼ିଆ ପୁଅ ହାତ ଗୋଡ଼ ଥରେସେ କବାଟ କିଳି ଘରେ ମରେ ।କେତେ ଥର କେତେ ଥରସେ ଆଉ ମୁଁ ହୋଇଛି ବିବାଦହୋଇଛୁଁ ହର ବର ।ମୁହଁ ଦେଖା ଦେଖି ନାହିଁକଥା କହିବାର ନାହିଁଆସିଗଲା ପଥେ ଶିଶୁଟି ସାଥେଛଡ଼ା ଛଡ଼ି ହୋଇହେଲୁଁ ଚୁମ୍ବନେ ବାଇ ।ଦୁଃଖ ଅଭିମାନ ଅପମାନ ସବୁ ଗଲା ଉଭାଇ ।କେତେ ଥର କେତେ ଥର, କ୍ରନ୍ଦନେ ଭସାଇଛୁଁ ସଂସାରଶିଶୁ ଆସିଲା ପଥେଟେକି ନେଲି ମୁହିଁ, ଟେକି ନେଲା ସେହିମିଳିଗଲୁଁ ମନୋରଥେ ।ଅପୂର୍ବ ଶିଶୁର ରୀତି, ବାନ୍ଧଇ ସେ ପ୍ରୀତିରେ ଛାତିକୁ ଛାତି ।କରତି ହୋଇଥାଏ ଯେଉଁ ଛାତିଯୋଡ଼ି ଦିଏ ମୁହୂର୍ତ୍ତେ ଏ କି ରୀତି ।ଆଜି ବିଧାତା ଶୟନେ, ମନୋ ଭୁବନେ,ମରମ ମର୍ମର ପୁରେ ଡାକେ କାହାକୁ ମୋର ହିୟାହାୟ ହାୟ କରି, ଏଜୀବନ ଭରି ଦେଲି ସିନା ସାରିମୋହରିପାଇଁ ଖାଲି ଝୁରୁଛି ପପିୟା ।କେତେ ଯୁଗରୁ, ଆସିଲିଣି ଏ ମରତଭୂମି ପରେ,ସୁଖ, ସୁଆଗ, ସ୍ନେହ ପରାଗ କେତେ ହେଲା ମୋ ଦେହେ ବୋଳାଆଜି ଜଗତଯାକ ଖାଲି ଚାହେଁ ମୁହିଁ, ବ୍ୟକତ ଯେହ୍ନେ କିଛି ନାହିଁ,ଶୟନେ ସ୍ୱପନେ ସବୁ ଯେହ୍ନେ ଘେରା ।ମୋହର ସାଥୀ, ପ୍ରିୟା ପୀରତି, ଏତେ ଥିଲେ ଏତେ,ଆଜିକି ନାହାନ୍ତି ଜଗତେ, କେହି କେହି ମୋର ସତେକାହିଁକି ଲାଗଇ ନିରର୍ଥକ ଜୀବନ ବିହଗ ଅନର୍ଥକସାଙ୍ଗ କରି ଖେଳା ଏଥର ନୟନ ବୁଜିବି ଆଜ ରାତେ ।ଯାହାକୁ ଚାହିଁଲି, ସେହି ଆସି ଚାହିଁ ଦେଇ ଚାଲି ଗଲାନାହିଁ ଆଉ ମଧୁ, ନାହିଁ ଆଉ ଅମୃତ, ଏ ଜୀବନ ଶୁଷ୍କ ହେଲାଏଥର ଶ୍ମଶାନ ପରେ, ବସି ଦିନ ରାତିରେ କାହାକୁ ଡାକିବି କହ,କାହାର ହାତଧରିବି ମୁହିଁ ସେକି ମୋତେ ଦଗା ଦେଲା ।ବୁଢ଼ୀଟିଏ ସେହିତାର ଆଖିକୁ ଦିଶଇ ନାହିଁଯାଉଛି ସେହି ଗୋବର ଗୋଟେଇ ।ପୁଅଟିଏ ଥିଲା ତାରଯାଇଛି କରମ ଭୂମି ସେ ପାରଝିଅଟଏ ତାରପିଲା କବିଲା ଘେନି ଦୁଃଖରେ କଟାଏ ଅନ୍ୟ ଘର ।ପୁତୁରାଟି ତାରଭାରିଯା ପିଲା କବିଲା ଧରିବଡ଼ ଦୁଃଖରେ ଦିନ ନିଏ ହରି ।ବୁଢ଼ୀଟିଏ କେବେତାଠାରୁ ପାଏ ମନ୍ଦେ ମନ୍ଦେକେବେ ଫୁଟାଏ ଭାତ ମୁଠାଏ ନିଜେକିଏ ବୁଝୁଛି କା କଥା ଜୀବନ ଏସନ ଯାଏ ।ବୁଢ଼ୀଟି ମୋର ସାନ ମାଆଟି ପରିଥିଲା ମୋର ଝୁଅ ଯେପରିତାହାର ମୁଖ କେଡ଼େ ସୁଖସେ ଥିଲା ମୋ ନୟନ ମନ ପୂରି ।ଥିଲା ନାହିଁ ତାର ପଢ଼ା ପଢ଼ି ବେଶୀଥିଲା ନାହିଁ ତାକୁ ଅହଂକାର ପେଶି ।ଥିଲା ସେ ସ୍ୱଭାବ ସୁଲଭ ସୁନ୍ଦର ଝିଅରୂପରେ ଶ୍ୟାମଳ ଠାଣିରେ ଯେହ୍ନେ ଶଶୀ ।ଅଳପ ବୟସ ନାଗରୀ ନ ଥିଲା ସେହିଛଇଳୀ ପୁଣ ଜାଣି ନଥିଲା ମୋହୁଥିଲା ମହୀ ।ଗୃହିଣୀ ପରି ଘର ବୋହୂଟି ସାନ ବୋହୂଟିବୁଢ଼ୀ ମୋର ଥିଲା ସକଳର ଆଦରର ଖଣିଟି ।କିଏ ଜାଣିଥିଲା ବୁଢ଼ୀ ଚାଲିଯିବ ଛାଡ଼ି ଆମକୁ ।ଏଡ଼େ ଚଞ୍ଚଳ ହୋଇ ତାର ପିଲା ଦିଅଟିକୁ ।ଛାଡ଼ି ସ୍ୱାମୀକୁ ତାର ଏକାକୀଛାଡ଼ି ସଂସାରର ସକଳ ଦୁଃଖୀ ରଙ୍କୀ ।ମୁଁ ଥିଲି ବୁଢ଼ୀ ସ୍ନେହରେ ମଜ୍ଜିସେ ଥିଲା ମୋର ଝିଅ ଟାଣିଥିଲି ବୁକୁପାଶେକି ପୁଣ୍ୟ ଅର୍ଜି ।ଆଜି ହତଭାଗା ମୁହିଁ ପଶିଲା ମୋ କର୍ଣ୍ଣେ କୁଳିଶବୁଢ଼ୀ ନାହିଁ ଆଉ, ଚାଲିଗଲା ସେ ବଡ଼ ଶୀଘ୍ର ସେ ଆର ପାଶ ।ହେଲା ବୟସ ବାଇଶିହସୁଥିଲା ଯେହ୍ନେ ପୂର୍ଣ୍ଣ ଶଶୀ ।ଆଉ ପାଇବି ନାହିଁ ଛୁଇଁ ତାକୁ ଏ ଆଖିରେଝୁରିବି ମରି ବାକୀ ଦିନ ଯେତେଟା ଅଛି ମୋ ଭାଗ୍ୟରେ ।ଛୁଆ ଦୁଇଟି ତାର ଅଛନ୍ତି ଏଥିକେବେ ହରଷିବେ କାହାକୁ ମାଆଙ୍କ ପରି ଅତି ।ପିତାଟି ଏବେ ପତ୍ନୀ ହରାଇପିଲାଙ୍କ ସୁଖ ଦୁଃଖରେ ଆପଣାକୁ ଭରାଇକଟିବେ ଜୀବନ ଅତି ପୁଣ୍ୟବାନଆଉ ବିବାହ କରିବେ ନାହିଁ ଏହିପଣ ।ଭାବିଲା ବେଳକୁ ମୋତେ ମୁଁ ଧିକ୍କାରେକେଡ଼େ ବାତୁଳ ମୁହଁ ଭାଇ ରେ ।ପାଗଳ ପରି ବୁଲଇ ମୁହଁ ସାରା ଦିନ ଭାଇମନେ ଭାଳୁ ଥାଏଁ କାହାକୁ ପାଇଦିନ ଦିନ ମୋର ନେବି ଆନନ୍ଦେ ବାହିପ୍ରେମରେ ବାହି ।ମାଆଟି ମୋର, ବୁଢ଼ୀଟି ମୋର, ଝୁଅଟି ମୋରଆସିବୁ ଓହ୍ଲାଇ ସ୍ୱରଗ ପୁର ।ପୁଲକିବୁ ମନ ହରଷିବୁ ତନୁଓହ୍ଲାଇ ତୁହି ଅନ୍ତରେ ମୋର ସପନ ସପନୁବୁଢ଼ୀଟି ମୋର କୀର୍ତ୍ତିଦା ଥିଲା ନାମ ତୋରସେହି କୀର୍ତ୍ତିଦା ତୁହି ଚିରକାଳ ରହିହରଷିବୁ ସକଳ ମନଜାଣିଥିଲେ ତୋତେ ଯେଉଁ ଯେଉଁ ଜନ ।ଜୀବନ ତୋର ଦୁଃଖରେ ଯାଇଛିସଂସାର ନିୟମ କିଛି ନ ଯାଏ ଜଣା ।ବୁଢ଼ୀଟି ମୋର ସହିଛୁ ଯାହାପୁଷ୍ପ ଗନ୍ଧ ହୋଇ ଝସୁ ସେ ବ୍ୟଥା ସକଳ ଅନ୍ତର ।ଗୋପନ ପଥେ ଯାହାର ସାଥେଖେଳୁଥିଲି ରସୁଥିଲିଏତେ ଦିନ ଜୀବନ ପଥେସେହି ଆଜି ହେଲ ମୋହରସକଳ ବନ୍ଧନ ମୋର ଫିଟିଲାସକଳ ଅହଂକାର ମୋର ତୁଟିଲାରାଜା ରାଜେଶ୍ୱର ଥିଲା ମୋର ବନ୍ଧନଏବେ ଆନନ୍ଦେ ନିଶ୍ଚିନ୍ତେ କରିବିକୋକିଳ ସାଥେ କୂଜନ ।ଜୀବନ ପଥେ ତରୁଣୀ ସାଥେଚାଲିଯିବି ବାହି ଅନନ୍ତ ପଥେଯେ ଦିଗେ ଇଚ୍ଛା ଯେଉଁ ଦିନ ଇଚ୍ଛାକେହି କହିବେ ନାହିଁ ନ ହେବ ଏତେ ।ଆଜି ଫିଟିଛି ବନ୍ଧନ ମୋରକାଳାତୁଆଟିର ଫିଟିଛି ପିଞ୍ଜର ଦୁଆରଆଜି ଉଡ଼ିଛି ମନ ବାନ୍ଧବି ଘରପ୍ରେମେ ଭରିବାରଯେଉଁ ପଥେ ଯହିଁ ମିଳିବଯାହା ସୁଖେ ବାଞ୍ଛିବାରରାଜ ରାଜେଶ୍ୱର ବନ୍ଧନ ମୋର ତୁଟିଛି ଆଜିଆଜି ପ୍ରେମ ପଥେ ଅବଗାହି ମୁହିଁଯୌବନ ପରେ କସିବିଯୌବନ ଯାତ୍ରା ତାହାକୁ ଭଜି ।ସେହି ମୋହର ଅନ୍ତର ଦ୍ୱାରସେହି ମୋହର ସ୍ୱର୍ଗ ଦୁଆରତାହାର ହାତ ମୋହରି ହାତେ ରଖିଚାଲିବି ମୁହଁ ଭୁବନ ପଥେସକଳେ ସୁଖେ ନିରେଖିଆଜି ରାଜ ସିଂହାସନଯାଇଚି ଚାଲିତୁଟିଛି ମୋର ବନ୍ଧନକୋକିଳ ଆଜି ଗାଇବ ବନ ପଥେନିର୍ମଳ ରୁତେ ଅତି ନିରତେତାହାକୁ ପାଇ ଯାହାକୁ ପାଇଶୋଇବି ପ୍ରେମେ ଗୁପତେକେହି ନ ରଖିବେ ସନ୍ଧାନକେହି ନୋହିବେ ଈର୍ଷ୍ୟାବାନ ।ଆଜି ଜଳପଥେ ବନପଥେଯହିଁ ରହିବି ଯହିଁ ବିରଚିବ ଆବିରତେ ।ସଙ୍ଗିନୀ ମୋର ଖାୟାମ ସାକୀପରିରହିଥିବ ପାଶେ ପାଶେ ପ୍ରେମ ପିଆସେ ଭରି ।ଯାଉ ମୋର ସବୁମୁଁ ଚାହେଁ ସଂସାରେ ରହିବିସକଳ ସାଥେ ପ୍ରେମେ ପୂରିବି ।ଏହି ଇଚ୍ଛା ମୋର ଏତେ ଦିନ ପରହେଲା ମୁକ୍ତ ଜୀବନ ମୋର, ଆଜି ମୋହିବ ।ଆଗରେ ରହିଛି ଭୋକର ମଣିଷମାଟିର ମଣିଷତୃଷା ତାର ମେଣ୍ଟିବାର ପାଇଁକରଇ ସେ କେତେ ଆଶପଛରେ ରହିଛି ଆତ୍ମାର ମଣିକହୁଛି କେତେବେଳେକେତେବେଳେ ରହୁଛି ନିର୍ବେଦ ନିର୍ବିଶେଷଦୁଇ ମଣିଷ ଭିତରେ ଲାଗିଛି ଲୀଳାମାଟିର ମଣିଷ ପୂରାଇ ଆଶ ଉଠଇ ଅବଲୀଳାକେବେ ଅବା ପଡ଼ି ରହେ ସେ ମାଟି କାମୁଡ଼ିଉଠିବାକୁ ତାକୁ ଲାଗଇ ଅନେକ ବରଷ କରଇ ଅନେକ ରଡ଼ିଯାହା ହେଉ ପଛେ ଆପଣା ହାତେଆପଣା ଡୋରି ରଖିଛୁ ଆମ୍ଭେଦିନେ ହେଲେ ଦେରୀ ହେଲେ ଯେତେଉଠିବୁଁ ଉଜ୍ଜ୍ୱଳି ଯେହ୍ନେ ସକଳ ସୂର୍ଯ୍ୟ ପୂର୍ଣ୍ଣ ଦମ୍ଭେ ।ସେହି ଦିନ ପାଇଁ କରିଣ ପ୍ରତୀକ୍ଷାମାଟିର ମଣିଷ ଚାଲରେ ଭାଇମାଟିର ଭୋକ ଶେଷ କରିଉଠ ଆହେ ଅମର ପୁରେ ଯାଇଁ ।ତଥାପି ମାଟିର ମଣିଷ ମାଟିରେ ଆଶଦୁଃଖ ସୁଖେ ହୁଏ ସେ ଜଡ଼ି ।ମାଟିର ଭିତରେ ରସର ସାରପାଇଣ ସେ ଅମୃତେ ଯାଏ ବୁଡ଼ି ।କହିଥିଲି ମୋତେ ଆସିବ ସଞ୍ଜ ସାଥେବକୁଳ ମୂଳ ତଳେଅନ୍ଧାର ବେଳେ ଛୁଇଁବ ମୋତେସତେ ସତେ ସତେ ।ଆସିଲା ସଞ୍ଜ ଗୋଧୁଳି ଗଲା ବୁଜିସକଳେ ଗଲେ ଚାଲି ମୋହର ସକଳ ଆଶା ଗଲା ଭାଜି ।କହିଥିଲ ମୋତେ କୋକିଳ କୁଉ ସାଥେକରିଥିବ ମୋତେ ଅପେକ୍ଷାଚାହିଁଲି ମୁହିଁ ଦୀର୍ଘ ଦିବସ ମାସକରି ସେହି ପ୍ରତୀକ୍ଷା ।ଆସିଲା କୋକିଳ ଧ୍ୱନିଲା ଦିଗନ୍ତନୋହିଲା ତୁମର ଦେଖାଆନ ମନେ ମୁହିଁ ପାଗଳ ହୋଇ, ବୁଲେ ସାରା ଦିଶିକାହିଁ ପାଇବି ତୁମରି ଦେଖା ।କହିଥିଲ ମୋତେ, ସରିତ ସାଥେ, ରଜନୀ ରାତେଚନ୍ଦ୍ରମା ଯେବେ ହସିବମଧୁରେ ମଧୁରେ ମଧୁମାଳତୀ ହାତରେ ଘେନିମୋହର ଗଳାରେ ପିନ୍ଧାଇବ ।ସବୁତ ଆସିଲେ ସବୁତ ଗଲେତୁମେ ଗଲ କାହିଁମୋହର ଜୀବନ ବୃଥା ମାନରହିଛି ତୁମକୁ ଶୂନ୍ୟରେ ଚାହିଁ ।ସଖି ! କାହାକୁ ନିରେଖି ଜୀବନ ନେବିକହ ।ତୋହରି ପାଇଁ ଜୀବନ ମୋର ଅଥିର ହୁଅଇଉପାୟ ତୁହି ମୋତେ କହ ।ରଜନୀ ରାଣୀ ଭାରା ପରାଣେ ଗୀତ ଯେବେ କୁହାଟେ ।ସେହି ସ୍ୱନେ ତୋର ସନ୍ଧାନ ମିଳେ ସିନା ମୋର ହୃଦୟ ହାଟେଜୀବନ ପଥେ ରଜନୀ ରାତେ ସାରା ନିଶୀଥେସକଳେ କରେ ଯେବେ ଖାଁ ଖାଁତୋହରି ପାଇଁ ଆଖି ନପଡ଼େ ଭାବୁ ଥାଏ ବସିଡାକୁଥାଏ ଖାଲି ଆ’ ଆ’ ।କେହି ନାହିଁ ଯେବେ କେଉଁ ଆଡ଼େ ରଜନୀ ରାଣୀ ଡାକ ଶୁଭେସେହି ଡାକରେ ଝିଲ୍ଲୀଝଙ୍କାରେ ବସିଥାଏ ମୁହିଁ ଦମ୍ଭେ ।ମଲ୍ଲୀର ହାର କେତେ ଦୂରେ ଥିଲେବଳୟ ହାତୁଁ ଆସେ ଗନ୍ଧ ବହିମାନସ ପୁଲକେ ବସି ରହିଥାଏଁରଜନୀ ଯାଏ ପାହି ।ହୃଦୟ ଭିତରେ ତୁମକୁ ପାଇ ମୁହିଁ ଭରେଜୀବନ ମଧ୍ୟରେ ଆଉକିଛି ନାହିଁ ତୁମରି ଚିନ୍ତାରେ ମରେଁ ।ନୂଆ କଥାକି ଅଛି କହନୂଆ ପୀରତି କି ଦେବି କହଜଗତ ଯାକ କେଉଁ କାଳରୁ ଗଢ଼ାନୂଆକି ଆଉକିଛି ବାକୀଅଛିତା ବୋଲି କି ସବୁ କିସ ସଢ଼ା ।ନା, ନା, ସହି, ନାନା ନୁହେଁ ତାହାଯାହାକୁ ଯିଏ ସରସି ଥାଏପ୍ରେମରେ ପୁଲକ ଉପୁଜୁଥାଏନୂଆ ହୋଇ ଦେଖା ଦିଏ ଶରତେ ଶରତେକାଶତଣ୍ଡୀ ଫୁଲନୂଆହୋଇ ଆସେ ଶତ ଶତ କେତେ ଗେଣ୍ଡୁଫୁଲ କହତ ।ନୂଆ ନାହିଁ କିଛି ଚନ୍ଦ୍ର ସୂର୍ଯ୍ୟ ଗ୍ରହ ତାରାସବୁତ ସେପରି ରହିଛନ୍ତି ଚିରକାଳ ।କିନ୍ତୁ ସବୁ କି ତୁମକୁ ପୁରା ଦେଇଛନ୍ତି ଧରାତେବେ ସଖି ଆସ ଆସ ସଂସାର ଭିତରେକରିବା ଘର ନୂଆ ନୂଆପ୍ରୀତି ଆମରି ।ଗୋଟାଇବା ପାଇଁ ଫୁଲରୁ ପକ୍ଷୀରୁ ଆକାଶରୁ ଯାଇଁ ।ନୂଆ କିଛି ନାହିଁ ତ ସତ ଜଗତେତୁ ପରା ନୂଆ ମୁଁ ପରା ନୂଆପରତ ଯିବୁ ନାହିଁ କି ସତେ ।ନିତି ନୂଆ ନୂଆ ପରଶ ଆସେ କେତେ ।ସେତ ସବୁ ନୂଆ ନୂଆରେ ନୂଆତାହାକୁ ଘେନି ସଂସାର ଭିତରେ କରିବା ଘରଆ ତୁ ମୋର ସଖୀଟି ଆ’ ଆ’ ଆ’ ॥
କାହିଁ ତୁମର ସେ ପୁରୁଣା ସୁଆଗକାହିଁ ତୁମର ସେ ପୁରୁଣା ମନନିତି ଦେଖିବା ପାଇଁ ହେଉଥିଲ ଭାଇହେଉଥିଲ ଏତେ ଛନ ଛନଯାଇଛି ଚାଲି କୁଆଡ଼େ ମନନିତି ଦେଖି ଦେଖି ପୁରୁଣା ଜନଆଜି ନୂଆ ନୂଆ କେତେ ଆସନ୍ତି ସତେତଥାପି କହୁଛି ପୁରୁଣା ପାଇଁ ମୋର ମନ ଯେତେ ।ହୁଏ ଛନ ଛନ କହି ନ ପାରେଁଖାଲି ଏତିକି ସେ ମୋର ଯଦି,ସେ ମୋର ଯଦିଆସି ବସନ୍ତା ହୃଦିସୁନ୍ଦର ମଧୁର ନୂତନ କରି ଜୀବନ ମମହୁଅନ୍ତା ପୂର୍ଣ୍ଣହୁଅନ୍ତା ପୁଣି ନୂଆରେ ଭରାସୁଖ ସୁଆଗେ ଭରାବସିଛି ମୁହିଁ, କାକ କୋକିଳ କେହି ନାହିଁନୀରବତା ମୋତେ କହୁଛି ସତେକିଛି ଭୟ ନାହିଁମୁଁ ଅଛି ମୁଁ ଅଛି ତୁମ ସାଥେ ।ପୂରି ନାହିଁ ଆଶା ସତେ ପୂରି ନାହିଁ ଆଶାତୋତେ ଚାହିଁ ଚାହିଁ ମନ ପୂରିଛି ଅଛି ଭରସା ।ଆଖିରେ ତୋହର ପ୍ରେମର ଶିଖାହୃଦୟ ତୋହର ସ୍ନେହର ହାରଗଗନେ ତାର ଛବି ସତେ ଦେଖାଅନନ୍ତେ ତାର ରେଖା ପଡ଼ିବାରପୂରି ନାହିଁ ସତେ ସବୁ ଆଶାପୂରି ନାହିଁ ପୂରି ନାହିଁ ସତେତୋତେ ଚାହିଁ ଦେଲେ ଅନ୍ତର ପୂରେ ମନ ପୂରେପାଏଁ ଦେଖା କହେଁ ସେ ଅଛିରେ ଅଛିରେ ।ସେଥର କିଣିଲି ଜମି ବାର ବାଟୀଜିଣିଥିଲି ଲଟେରିରେ କୋଟିଏ କୋଟିକିଣି ନେଲି ସବୁ ଜମିତଡ଼ି ଦେଲି ଗରିବ ପରଜାରହିଲେ ବିଧାତାକୁ ନମି ।ଆସିଲା ଦୁର୍ଭିକ୍ଷ କରାଳ ରାକ୍ଷସଗୋଟି ଗୋଟି କରି ମଲେଘୋଟିଲା ମେଘ ଆକାଶଯାକ ।ରାତିସାରା ଘଡ଼ଘଡ଼ି ମାରିଲା ଏବକ ॥
ସବୁ ମଲେ ସବୁ ଗଲେହାଡ଼ କୁଢ଼ ହେଲା କେତେମୁଠିକ ପାଇଁ ଶରୀର ଦେଇନାରୀଏ ରହିଲେ କିଛିଦିନ ସତେ ।ମୋହରି ପାଇଁ ହୋଇଲା ଏତେ ପାପମୋହରି ପାଇଁ ମୋହରି ପାଇଁକି ସୁଖ ମୋର ବାର ବାଟୀରେଗଲେ ଚାଲି ସଭିଏଁ ରହିଲି ମୁଁ ଏକଚାହିଁଲି ଏବେ ଖାଲି ଭକ ଭକଧରମ ଅରଜି କରମ କରିସକଳ ସାଥେ ସୁଖ ଦୁଃଖରେ ରୁହନୋହିଲେ ଭାଇ ସଂସାର ଭିତରମଡ଼କ ପଡ଼ିବ ତୁମେ କାହିଁ ରହିବ କୁହକିସୁଖ ତୁମର ହୋଇବ ମୋତେ କହ ।ଦିନୁ ଦିନୁ ମୋତେ ନିଅ ତୁମ୍ଭେ ପାଶେସକଳେ ଯେବେ ଛାଡ଼ିଯିବେ ନକରି ଆଶେ ।ଧୀର ଧୀର କରି କଥା ସବୁ ଯେବେ ଯିବ ଫୁରିଥିରେ ଥିର କରି ନୟନ ମନ ମୋର ଥିର ହୋଇଯିବ ଭାରିସେହିଠି ତୁମେ ରହିବ ବିଭୁ ସେହିଠି ତୁମେ ରହିବକଣ୍ଟକ ଯେବେ ଦେହ ଯାକ ମୋର ଫୁଟିବ ।ଛାଡ଼ି ସକଳେ ଯିବେ ପଳାଇରହିବ ତୁମେ ନିଜେ ନିଜକୁ ଜଗାଇରହିବି ମୁହିଁ ତୁମରି ସାଥେଦିନ ରାତି ଚାହିଁ ଅବା ଶୋଇ ।ପୂଜାର ଅଭିମାନ କର ନାହିଁ ଭାଇପୂଜାର ଅଭିମାନ କର ନାହିଁ ।ଦିନ ଦିନ କରି ଯାଉଛି ପୂରିକିଏ ପଚାରୁଛି କାହାକୁ ଭାଇ ।ଥିଲ ଯେବେ ଭାବ ଶିଶୁ ସୁନ୍ଦରଜାଣିତ ନ ଥିଲ ପାପ ହୁନ୍ଦରଥିଲ କେତେ ଧୂଳି ମାଟିରେ ଖେଳିଆଜି ପୋଷାକ ପିନ୍ଧି ବାବୁ ସାଜିଲେଭିତରେ ହୋଇଛି ବାଲି ।ଫୁଟିଥିଲା କେତେ କେତେ ସୁମନହୃଦୟ କେଦାରେ ଦିଶୁଥିଲା ମୋହନଆଜି ଫୁଲ ଫୁଟେ ନାହିଁ ତହିଁଉପର ପୋଷାକେ ଉପର ପୂଜାରେମନ ଏତେ କର କିପାଇଁହତଭାଗ୍ୟ କେଡ଼େ ହତଭାଗ୍ୟ ଆହାରେ ତୁହିବସିଥିଲି ମୁହିଁ କିଛି ଭଲ ନ ଲାଗଇଁଆକାଶ ପଥେ ଉଡ଼ିଗଲା ବିହଗକହୁନାହିଁ କଥା କହିଗଲା ଯେହ୍ନେ ଆଉ ରହ ଦିନ ଦୁଇ ।ପରାଣ ମୋହର ପୂରିଗଲା ସେହିଶୂନ୍ୟତା ମୋର ରହିଲା ନାହିଁ ।ଉଜ୍ଜ୍ୱଳ ଦିଶିଲା ହୃଦୟ କନ୍ଦରଦିଶିଲେ ଦେବତା ରହିଛନ୍ତି ସେ ପୁରତାଙ୍କରି ସାଥେ ମୋ ଜୀବନ ଗୁନ୍ଥାତାଙ୍କରି ସାଥେ ମୋ କାରବାର ।ନଗ୍ନ ମୂର୍ତ୍ତି ମୋର ଦେଖି ଲାଗିଲା କି ଘୃଣାକରିଲ କି ଅପବ୍ୟବହାରମଦାଳସୀ ତରୁଣୀ ନଗ୍ନ ମୂର୍ତ୍ତି ଘେନିକର ତୁମେ ପୁଣି ଏତେ କାରବାର ।କମ୍ପ୍ର କଣ୍ଠେ ବିଜୁଳୀ ଝଟକେକି ଦେଖାଏ ଆପଣାର ନଗ୍ନ ମୂରତିଆକାଶ ଅବନୀ ଚାହିଁ ରହିଥାନ୍ତିମୁଗ୍ଧ ଚକିତ ସତେତ ଅତି ।ନଗ୍ନ ହୋଇ ଜନମ ହେଲନଗ୍ନ ହୋଇ ଯିବ ଚାଲି ସଂସାର ପାରିମୃତ୍ୟୁ ଅନ୍ତେ ଜନ୍ମ ପୂର୍ବେ କାହିଁଥିଲ ଜଣା ନାହିଁ ।ଜନ୍ମ ପରେ ମୃତ୍ୟୁ ସାଥେ ହୁଅ ଭାଇ ନଗ୍ନ ଉଦାରଭୟ କର କିପାଇଁପରଦା ପରଦା ଖୋଲି ଯାଉ ସବୁ ଆବରଣରହୁ କେବଳ ପ୍ରକୃତି ପରି ନଗ୍ନ ସବୁ ସ୍ୱଚ୍ଛ ମନ ।ତରଙ୍ଗ ତରଙ୍ଗ ଖେଳି ଯାଉଛି ଯାଉଛି ଚାଲିଆସୁଛି ପୁଣି ଆହୁରି ଖେଳୁଛି ଯାଉଛି ପୁଣି ବାହାରି ।ଫୁଲଟିଏ ଫୁଟି ପଡ଼ୁଛି ଝରି ଜନମୁଛି ଆନମରଣ ପାଇଁକି ଭୟ କିପାଇଁ ସକଳ ପରମ ବିଧାନତାରା ଗୋଟି ଗୋଟି ସଞ୍ଜରେ ଫୁଟିରାତି ସାଥେ ସାଥେ ଯାଉଛନ୍ତି ଛପି ।ଉଠୁଛନ୍ତି ପୁଣି ନିତି ସଞ୍ଜରେକିଏ କହିବ ଏହା ମନ୍ଦରାତ୍ର ।ଜ୍ଞାନ ବାପୀରେ ପିଇବା ପାଇଁସାନଟିରୁ ବଡ଼ଟି ଯାଏଁସକଳେ ଉଦ୍ଭୂତ ସକଳେନିଚରୁ ଉଚ୍ଚକୁ ଯାଏ ।ନିନ୍ଦରେ ମୋତେ ନିନ୍ଦିବ ଯେତେକାନ୍ଦିବି କାହିଁକି ରୁନ୍ଧିବି କାହିଁକିତୋହର ବାଟ ସତେ ।ତୁହି ଯାହା କରିବାର କରମୋହର ଜୀବନ ଲଭୁ ସାର୍ଥକତାପାଇ ତୋହର ନିନ୍ଦା ବାଣ ଆବର ।ପାଷାଣ କାଟି ପଥର ମୂରତି ଲବଣୀ ପରି ଦିଶେକାଟରେ ମୋତେ ଯେତେ କାଟିବସୁନ୍ଦର ହେବି ତହୁଁ ଅଧିକୁଁ ଅଧିକ ମୁଁ ଯେ ।ଗଛଟିଏ ବଢ଼ିଲେ ଫଳଟିଏ ଧରିଲେବାଟୋଇ କେତେ ଫିଙ୍ଗନ୍ତି ଢେଲା ପଥରଖାଆନ୍ତି ସବୁ ଖାଅ ତେମନ୍ତେ ଅଛିଯାହା ଯେଉଁ ଦିଗେ ମୋହର ।ଜନମ ମୋହର ସାର୍ଥକ ହେବ ସିନା ତହିଁରେନୋହିଲେ ଜନମି ବଞ୍ଚି ରହ ଖାଲିଟାରେ ମରିଗଲେବି ଫଳ କହ ଭାଇରେ ।ଦିନମାନ ମୋର ଅନ୍ଧାର ଅନ୍ଧାରଆକାଶ ପବନ ସବୁ ଯେହ୍ନେ ଆଜି ନୁହେଁ ମୋର ।ଲତିକା ଲତିକା କେତେ ଲତିକାଖେଳୁଛନ୍ତି କେତେ ତହିଁ ସୁନ୍ଦର ପକ୍ଷୀକା ।ଦେଖି ଦେଖି ମୁହିଁ ମନ ହେଲା ନାହିଁଅଇଲି ବାହାରି ବସିଲି ଭାଳି ମୋ ଘର କାହିଁଜୀବନ ପଥେ ମରଣ ରାତେତାରା ଗୋଟି ଗୋଟି ଲିଭିଯାଏସତେ କି ମୋର ଆଲୋକ କରିବାରକେହି ରହିବେ ନାହିଁ ଶେଷଯାଏ ।ଅଛନ୍ତି ମୋତେ ହୁଏ ପ୍ରତେ ଅଛନ୍ତି ଜଗତସାଇଁତାଙ୍କରି ଆଶ୍ରା ଧରିଣ ମୁହିଁ ବସିଥିବି ସୁଖେଦୁଃଖେ ନିର୍ବେଦ ହୋଇ ।କିଏ ଆସିଗଲେ ପରାଣ ପ୍ରିୟ ମୋରଚାରି ଦିଗ ଚାରି ଭୁବନ ଆଲୋକିତ ହେଲା ଅତି ସତ୍ୱର ।ଦିଶିଗଲା ସବୁ ଆଲୋକ-ସ୍ନାତ ସୁନ୍ଦର ପୁଣ୍ୟ ପୂତ ।କାହାର ଆଶୀର୍ବାଦ ସତେ ଭୁବନକୁ ଏତେ କରିଛି ଆଲୋକିତ ।ମହତ ଲୋକ କିଏସେ ଆଜି ଭୁବନକୁ ଅଇଲେ ଓହ୍ଲାଇଦିଗ ଦିଗନ୍ତ ସକଳ ପଥ ସୁନ୍ଦର ଆଲୋକିତ କହତ ଭାଇ ।ସାଧୁଜନ କେହି ଓହ୍ଲାଇଛି ଭାଇ ଧରା ଭୂମିପରଚିତ୍ତ ଆମ୍ଭର ତେଣୁ ପରଶ ପାଏ ତାହାର ।ଏହି ତୋର ବିଶଦ ବ୍ୟାଖ୍ୟାକବି ନାମେ ହୁଏ ତୋର ଆଖ୍ୟାପରର ଧନ ଏକତ୍ର କରି କରୁ ଥାଉ ରାଜପଣଛି ଛି ସେ କେତେ ଦିନ ।ଆଜି ଛାଡ଼ି ସେ ଭଣ୍ଡ ବେଶଯାହା ଅଛି ତାହା ଘେନି ଆସ ।ଭିକାରୀର ମୁଠିକ ପାଇଁ ମୋହର ମନ ନାହିଁରାଜ ରାଜେଶ୍ୱର ଧନ ଚୋରୀ କରିବାକୁ ଯାଇଁଆଜି ହରାଇଛି ଆପଣାର ସର୍ବସ୍ୱନାହିଁ ନାହିଁ କିଛି ମୋର ନିଜସ୍ୱହେ କବି ହେ ଅଭାଗା ଜନକାହିଁକି ଚୋରୀ କରୁ ତୁ ଦିନମାନ ।ଉତ୍କଳ ଗଗନେ ଆଜି ଚୋରମାନପଡ଼ିଲେଣି ଧରା ରାଜ ରାଜଡ଼ା କାରଖାନାମାନ ।ଆଜି ଛାଡ଼ି ସେ ଭଣ୍ଡ ବେଶପିନ୍ଧି ଆପଣା ଜୀର୍ଣ୍ଣ କନ୍ଥା ଜୀର୍ଣ୍ଣ ଚୀରବାସ ।ନାହିଁ ତହୁଁ ପାପ ନାହିଁ ତହିଁ ମାପଆପଣାର ଯାହା ଅଗାଧ ତାହା ସୁନ୍ଦର ସ୍ନିଗ୍ଧମଳିନ ହେଲେହେଁ ବାପ ।ନ କର ନକର ଚୋରୀଆପଣାର ଭାଷାରେ ଆପଣାର ଭାବକର ହେ ବ୍ୟକ୍ତ ଦିଶିବ ସୁନ୍ଦର ଭାରି ।କୁଆ କୋଇଲି ଚକୁଆ ଚକୋଇ ।ମାଟିର ନୋହି ଜୀବନ୍ତ ହେଲେଦିଶନ୍ତି ସକଳେ ଅମୃତ ପରି ମଧୁର ଭାଇ ।କରିବି ମୁଁ ସାଗର ସବୁ ମୋହରଜଗତ ଯାକ ଉପାଡ଼ି ଦେଇ ଫିଙ୍ଗିବି ଦୂରକରିବି ସବୁ ସାଗରବନାନୀ ଯାକ ଜାଳି ପୋଡ଼ି ଦେବି କରିବି ଛାର ଖାର ।ପୋଡ଼ି ଜଳି ଯିବେ ହିଂସ୍ର ଜନ୍ତୁ ଅଛନ୍ତି ଯେତେ ବ୍ୟାଘ୍ରଜୀବନ ଯାକ ହୋଇ ଦହଗଞ୍ଜଆଜି ଦେବି ସବୁ ଏକା ନିଶ୍ୱାସେ ଜାଳିମୋହନ ମୋହର ସୁଦୂର ଦୂରସାଗର ପାର ଗଗନ ପାର କେଉଁ ଦୁରାଚାରୀମହାକ୍ରୂର କାମନା ମୋରଦଶ ଦିଗ କରିବି ଅନ୍ଧକାରଉଲ୍କା ଉଡ଼ାଇବି ଝଞ୍ଜା ବୁହାଇବିସଂସାର କରିବି ନାରଖାର ।ଅମୀୟ ଅମୃତ ସବୁ କରି ଦେବି ବିଷକେହି ମୋ ପାଶେ ଆଉ ରକ୍ଷା ନ ପାଇବେସକଳେ ଲଭିବେ ଭୀଷଣ ତ୍ରାସ ।ଜୟ ମା କାଳୀ ଜୟ ମା ଚଣ୍ଡୀ ହୁଂକାର ଉଠିବଦୀପ ଧୂପ ଉଠିବ କୁହୁଳିସଂସାର ସାରା ଗନ୍ଧେ ମୋହର କରିବି ଭରପୂରଦମକେ ହଠାତ୍ ଉଠିବ ଜଳି ।ସୁନ୍ଦର କରିବି ଧରା ଭୁବନଧରିବି ଜାଳିବି ଯେତେ ପାପିଷ୍ଠ ହନୁମାନଜୀବନଟା ସାରା କଲେ କଲ ବଲନୁହଁନ୍ତି ସେ ମନୁଷ୍ୟ ହିଂସ୍ରଜନ୍ତୁ ସାର ।ତାଙ୍କୁ ଖାଲି ମାର ମାରନୁହଁନ୍ତି ସେ ମନୁଷ୍ୟ ପଶୁ ଅସାର ।ଦ୍ରୁମ୍ ଦ୍ରୁମି୍ ଦ୍ରୁମ୍ଧିନ୍ ଧିନ୍ ଧିନ୍ତାଥେଇ ତାଥେଇ ଥେଇଶଂ ଶଂ ଶଂଜଗତ ଯାକ ଝନ୍ଆସଇ ଶେଷ ପାଖେଇ ।ଆସ ସତ୍ୟବନ୍ତ ସୁନ୍ଦର ତୁମେ ହୁଅ ଏକାଠିପାପିଷ୍ଠ ଅଧମ ନରକବାସୀ କୃମି କୀଟ ଯେତୋଟିସବୁ ହେବେ ନାଶତୁମେ ନ ରହ ତାଙ୍କ ପାଶ ।କେଉଁ ମୃଗ ଶିଶୁ କେଉଁ ଯୁଗେଜନମି ଭାସି ଆସିଲା ଭରତ ଭାଗ୍ୟେଚାହିଁଥିଲା ଆଖି କରିଥିଲା ଛଳ ଛଳଦେଖି ତାହା ଭରତର ହେଲା ପ୍ରାଣ ଉଜ୍ଜ୍ୱଳ ।ଘେନିଲା ସେ ପାଶକୁ ଟାଣି ତାହାରେକହିଲା ବତ୍ସ ଆଜିଠୁଁ ରହ ମୋଠାରେଦିନ ଦିନ କରି ସ୍ନେହରେ ଭରିଚାଟିଲା ସେ ଭରତ ଶରୀରଚାହିଁଲା ସେ ଶିଶୁ ସେ ଚାହିଁଲା ମାତା ପିତା ଯେହ୍ନେ ଆବର ।ଏହିପରି ଦିନ ଗଲା ମୃଗ ଶିଶୁ ଡ଼େଇଁଲାଖେଳିଲା ବଢ଼ିଲାଘର ଛାଡ଼ି ସେ ଘାରି ହୋଇ ଘର ବୁଲିଲାଦାଣ୍ଡରେ ପଦାକୁ ବାହାରିଲାହେଉଁ ହେଉଁ ଏପରି ଗଲା ସେ ଜଙ୍ଗଲ ବୁଲିଫେରିଣ ଆସଇ ନିତିଯାଏ ସେ ଭରତ ପାଶେ କେତେ ସୁଆଗେ ଭରି ।ଭରତ ତେଣୁ ଚାହିଁ ରହିଥାନ୍ତିକେତେବେଳେ ଆସିବ ମୃଗ ଶିଶୁଘରକୁ ଫେରି ଅରଣ୍ୟୁ ବାହାରିଆଖି ଆଗରେ ସେ ମୋର ସଦା ଦିଶୁଏହିପରି ସ୍ନେହରେ ଦିନ ଦିନକେତେ ଦିନ ବର୍ଷ ଗଲା ଚାଲି ।ଦିନେ ଗଲା ସେ ମୃଗ ଆଉ ବାହୁଡ଼ି ନଇଲାବସିଛନ୍ତି ଭରତ ଭାଳି ।କେତେବେଳେ ଚାହିଁ ରହିଲେ ଅନାଇସେ ଦିନ ଆଉ ନ ଦେଲା ଦେଖାଅରଣ୍ୟେ ପେଷିଲେ ଲୋକ ନିଜେ ଚଳିଲେ ତହିଁ ।ନ ପାଇଲେ ଚିହ୍ନ ବର୍ଣ୍ଣ ରେଖାବାହୁଡ଼ି ଅଇଲେ ଏକାକୀ ହୋଇ ।ପ୍ରାଣେ ପ୍ରାଣେ ବାଜିଲା ଆଘାତଏତେ ଦିନ ଧରି ବଢ଼ାଇଥିଲି ମୁହିଁସ୍ନେହ କରିଥଲି ଏତେ କରୁଥିଲା ଆତଯାତ ।ଶେଷରେ ଏକାବେଳକେ ଗଲା ସେ କୁଆଡ଼େଦର୍ଶନ ତାର ଏ ନୟନେ ଆଉ କେଭେଁ ନ ମିଳିବରେ ।କେତେ ଭାବନା କେତେ ବେଦନାସବୁ ରହିଲା ହୃଦେ ଜମିଦିନ ଦିନ କରି ଲଭି ଗଲା ସିନା ସେ ଦୁଃଖମାତ୍ର ବ୍ୟଥାଟା ରହିଛି ତହିଁ ।ଟିକିଏ ବାଜି ଗଲେ ବ୍ୟଥା ବଡ଼ ବାଜଇହାୟରେ ମୃଗ ଶିଶୁ ତୋହର ସେ ଚାହାଣୀଆଉ ପାଇବି କି କାହିଁ ।ସେହି ଯେ ମୋହର ହୃଦୟ ସର୍ବସ୍ୱସେହି ଯେ ମୋହର ପରମ ଆୟୁଷସେହି ତୁହି ଗଲୁ କାହିଁ ବେଦନା ରହିଲା ଭରିହାୟରେ ବିଧାତଃ ଏତେ କରି ପିତଃଶେଷରେ ଦେଲ ମୋତେ ବୁଡ଼ାଇ ନ କରି ପାରି ।ଏତିକି ଦୁଃଖ ନ ଦେଖିବି ତାର ମୁଖସେ ରହିଥିବ ଚିର ମୋ ଆଗରେ ହୃଦୟ ମନ୍ଦିରେ ।ରହିଥିବ ସମ୍ମୁଖେ ଚିର ସୁଖ ଦୁଃଖେକିଏ ନେଇ ତାକୁ କିପରି ଗଲା ସେ ଚାଲି କୁଆଡ଼େ ।ଏହି ଦେଶର ମାଟିରେ ମୁହିଁ ମରିଯିବି ଯେବେଏହି ଦେଶର ମାଟିରେ ମୁହିଁ ରହିବି ଗଛ ହୋଇଏହି ଦେଶର ଜଳ ଏହି ଦେଶର ବାୟୁଏହି ଦେଶର ଜନ ଏହି ଦେଶର ହେଉଆତ୍ମଘାତୀ ବିଶ୍ୱାସଘାତୀ ଏ ଦେଶରେ ନ ରହୁ ।ଏହି ଦେଶର ମାଟିରେ ମୋର ଦେହର ମାଟି ମିଶୁଏହି ଦେଶର ଓଡ଼ିଶାର ଓଡ଼ିଆ ପୁଅ ସାଙ୍ଗେ ସେ ରସୁ ।ଏହି ଦେଶର ଫଳ ଫୁଲ ମୋହର ଲାଗୁ ଭଲ ।ଏହି ଦେଶର ଗିରି ବନାନୀ, ଦିଶୁ ମୋ ଆଖିରେ ଭୁବନ ମୋହିନୀଏହି ଦେଶର ଏହି ଦେଶର ଓଡ଼ିଆ ପୁଅ ମୁହିଁସାଗର ପାରି ଏକଲା ଭାଇ ବୋଇତ ନେବି ବାହି ।ଏହି ଦେଶର ଶିଳ୍ପ ସାହିତ୍ୟକରିବି ମୁହିଁ ମୋର ଆୟତ୍ତଜଗତେ ଯହିଁ ଯିବି ଦେଖାଇବି ତହିଁଦେଖ ଏ ଦେଶର ଗାରିମା ଗରିମା ସତ ।ଗୁରୁ ଗୋବିନ୍ଦ ଭଜ ଗୋବିନ୍ଦନମେ ମୁଁ ସେହି ପଦାରବିନ୍ଦସ୍ୱାର୍ଥ ଆପଣାର ପୂର୍ଣ୍ଣଭାବେ ଦେଇଥିଲେ ଯେହୁ ବଳିସେହି ମୋହର ପରମ ଗୁରୁ ଗୋବିନ୍ଦ ଝଳି ।ରହିଛନ୍ତି ଆଜି ଦିଗନ୍ତ କାଳ କାଳ ଅନାଇକହୁଛନ୍ତି ହେ ସୁପ୍ତ ମାନବ ଆସ ଆସ ଭାଇ ।ଚରିତ୍ର କର ସୁନ୍ଦରଆପଣାରେ ଦିଅ ବଳିସକଳ ପାଇଁ ଆପଣାରେ ତୁଚ୍ଛ, ଛାରନକର ନକର ଅହଂକାର ।ଦିନ ପରେ ଦିନ ଯାଉଛି ଚାଲି ଯିବ ଚାଲିକାଳପରେ କାଳ କେତେ ଆସିଛି ଯାଇଛି ଚାଲି ।କବି ରଥୀ ଅହଂକାରୀ ତେଜସ୍ୱୀ ବୀର କେତେଝଞ୍ଜା ବାତ୍ୟାପରି ସଂସାରଟା ସାରା ବୁଲିଛନ୍ତି ଯେତେ ।ସେ ସବୁର ସନ୍ଧାନ ନାହିଁରହିଛି ସନ୍ଧାନ ତାଙ୍କରି ପାଇଁ ।ଯେଉଁମାନେ ଜୀବନେ ଦେଇଥିଲେ ଆପଣାକୁ ବଳି ।ପରର ପାଇଁ ନ କରି ଅହଂକାର ଅନ୍ୟର ସ୍ୱାର୍ଥ ନ ଦଳିଯେଉଁମାନେ ଜୀବନେ ଦେଇଥିଲେ ଆପଣାକୁ ବଳିପରର ପାଇଁ ନ କରି ଅହଂକାର ଅନ୍ୟର ସ୍ୱାର୍ଥ ନ ଦଳି ॥
ଧନ୍ୟ ସେହି ଗୁରୁ ଗୋବିନ୍ଦ ତହିଁ ଅଟନ୍ତି ଜଣେ ଭାଇଜାନୁଆରୀ ଊଣେଇଶେ ତାଙ୍କର ଆଶୀଷେ ଜୀବନ ଦେବି ଛାଇ ।ଗରିବର ପାଇଁ, ଦଶର ପାଇଁ ଦେଶର ପାଇଁଭାଇ ସେ ବଞ୍ଚିଥିଲେ, ମରିଥିଲେ,ରହିଲେ ତେଣୁ ଅମର ହୋଇ ।ଯୀଶୁଖ୍ରିୀଷ୍ଟ ଅଛନ୍ତି ଯହିଁଶାନ୍ତି ମନ୍ତ୍ର ଆସଇ ପ୍ରଚାରିତ ହୋଇ ।ଯେଉଁ ଘରେ ବାସ କରନ୍ତି ସେହିମଳୟ ସମ ଧୀର ସୁନ୍ଦର ଦିଶନ୍ତି ଭାଇ ।ତାଙ୍କରି ନାମରେ ଜଗତସାଇଁ ସୁମରିବାରେଆସ ଆସ କେ ଅଛ ତାପିତ ଦଗ୍ଧ ପରାଣ ଦୁଃଖୀ ମୋରସେ ଜାଣିବେ ସକଳ ଦୂରିତ,ସକଳ ଦୂରିତ ସେ କରିବେ ଦୂର ।ଯିଶୁଖ୍ରୀଷ୍ଟ ଧର୍ମ ଅବତାର ପୁଣ୍ୟ ଅବତାରମହାମହିମ କଣ୍ଟକ କିରୀଟଯୁତ ମହାଅବତାର ।ତାଙ୍କରି ମୁଖକୁ ଚାହିଁ, ଶିଖିବା ସ୍ନେହ ଭାଇତାଙ୍କରି ପଦାଙ୍କ କରି ଅନୁସରଣଚାଲିଯିବା ସଂସାର ପଥେ ଦିନୁଦିନ ।ସୁନ୍ଦର ସେ ମଧୁର ସେ, ଅମୃତ ଅମୀୟ ସେତାଙ୍କରି ନାମ ସୁମରି, ତାଙ୍କରି କାର୍ଯ୍ୟ କରିଜଗତ ପଥେ ସେତୁ ବାନ୍ଧିବା ସ୍ୱର୍ଗ ସେ ।ଦିନମଣି ମୋର ଦିନ ଦିନ କରିଶୁଖି ଗଲା ରେଭାବି ଭାବି ମୁହିଁ କାହାକୁ ଅନାଇଁଜୀବନ ନେବି ରେ ।ଆସିଥିଲା ପଥେ ମୋ ଜୀବନପଥେଚାଲି ଗଲା କାହିଁମୋହର କଥାରେ ଚାଲୁଥିଲା ସେହିଆଜି ଗଲା କାହିଁକାହାକୁ କହିବି ମୋର ହୃଦ ବ୍ୟଥାକିଏ ଶୁଣିବ ଗୋଆସ ଆସ ଆସ ଦରଦୀ ହେ କେହିଜୀବନ ରଖ ଗୋଯେତେ ଥର ମୁହିଁ ସ୍ନେହ କରେ ଯାଇଁକହେ ସେତ କଥାଏଥର ଆଉତ ନ ଦିଏ ଗୋ ଦେଖାଦେଲା ସେ ଯେ ବ୍ୟଥା ॥
କହିଥିଲା ଏତେ ଆସିବଟି ସତେରବିବାର ଦିନବାଧାପଡ଼ୁ ଯେତେ ସବୁ ଏଡ଼ି ସେତେଆସିବା ନିରୂପଣ ।ଚାହିଁ ଚାହିଁ ମୁହିଁ ଦିନ ଗଲା ମୋରନଇଲା ଆଖରବିଶ୍ୱାସ ଏଥର କେବେହେଁ ନ ଯିବିକି ଫଳ ଚାହିଁବାର ।ଆସିବ ସେ ଯେବେ ଦିନେ ଦିନେ ଏବେମୋ ନୟନପଥେହେବ ଯଦି ସେହି ରସ ସୁଆଗିଆସେତିକି ମିଳିଛି ମୋତେ ।ସେତିକିରେ ମୁହିଁ ଧନ୍ୟ ହେବି ସହିଆଉ କିଛି କଥାନ ହେଉ ମୋ ଭାଗ୍ୟେ ଧନ୍ୟ କହିବି ମୁହିଁସେ ମୋର ପ୍ରିୟ ଯଥା ।ଧରାଧାମେ କେହି ନାହିଁ ସବୁ ଶୂନୁଶାନ୍ଆକାଶେ କେହି ନାହିଁ ଗଛରେ ନାହିଁ ଜାନ୍ ।ସବୁ ରହିଛି ଚିତ୍ର ପୁତ୍ତଳିକା ପରିଏ କିପରି କଥା କହିବି କାହାକୁ ଭାରି ।ମନର ମରମେ ରହିଛି ଏକାକୀକପୋତ କପୋତୀ ପଛରେ ଯେବେ ବୁଲଇ ସଖି ।ମଳୟ ଯାଇଛି ଥମିବିରହ ଯାଇଛି କମି ଏ କିପରି ନୂଆ ବିରହଆଜି ଅନୁଭବେ ମୁହିଁ ।ସଂସାରସାରା ଆଜି କିଛି କୋଳାହଳ ନାହିଁଦରଦୀ କେହି ଆସିଯିବେ ପରାକହିବେ ମୋତେ ଘେନ ଏ ବକ୍ଷ ଦିଅ ମୋତେ ଧରା ।ରାତ୍ରିର ଶେଷ ନିଶା ଅବଶେଷଆୟୁ ଆସେ ନିଃଶେଷସ୍ଥବିର ସେହି ଅବନତ ହୋଇସୃଷ୍ଟିକର୍ତ୍ତାରେ ନମେ, ମାଗେ କରୁଣା ଅବଶେଷ ।ପାଶେ ଅଛନ୍ତି ରହିଧାର୍ମିକ ପୁରୁଷ ସେହିବୃଦ୍ଧ ପାଶେ ଅଛନ୍ତି ରହିନତ ଅବନତ ବୃଦ୍ଧ ପାଶେ ଛିଡ଼ା ହୋଇ ।ରାତ୍ରିର ଶେଷ ନିଶା ଅବଶେଷପ୍ରସାରିତ କରୁଣା ଆଲୋକିତ ଅରୁଣାଦୀପ ଶେଷ, ନିଶା ଶେଷ ବୃଦ୍ଧ ଶେଷ ।ଜୀବନଟି ଅଳପ ମନ୍ଦେ ମନ୍ଦେ ଜଳପଗୋଲାପ ପରି ହୁଅ ସୁନ୍ଦର ଅମାପକାହାର କରୁଣା ପାଇକୁଞ୍ଜଲତା ସଜନୀ ଦେଇଛି ଫୁଟାଇଦିଅଟି ଫୁଲନାଲି ଟହଟହ ହସ ଭରା ଗାଲ ।ଜୀବନ ବାଟରେ ଏକାକୀ ରହିକାହାକୁ ଠାରଇ ନିତି ସେ ଯେ ଆସଇଧନ୍ୟଟି ତାର ଜୀବନଦୁଇ କୁଞ୍ଜ ଫୁଲ ସଜ ସରୋଜ ମଧୁର ଆନନହସି ହସି ରହିଛି ଅନାଇଯିବଚାଲି ଆଉ ଦି ଦିନ ଭାଇମାତ୍ରକ ସେ ମୋର ସ୍ମୃତି ଭିତରେ ରହିବ ଯାଇଁ ।କୁକୁର ହୋଇ ଜନ୍ମିଛି ମୁହିଁନାହିଁ ତହିଁ ମୋର ଭାବନାସେବି ପାରେଁ ଯଦି ଗୋଟିଏ ଜନସେହି ଜୀବନେ ଧନ୍ୟ ହେବି ସିନା ।ଜଗତଯାକ ସୁନ୍ଦର ମଧୁରମଧୁର ଲୀଳା ଲାଗିଛି ଚାରିଆଡ଼ମୁଁ ତହିଁରେ ମଧୁରେ ଖେଳିବି ସେବିବି ଜନଏହି ମୋହର ଆନନ୍ଦ ଏହି ମୋହର କାମନା ଜାଣ ।ଯାହାକୁ ଦେଖିଲେ ନୟନୁ ଗଳିବ ଜଳଚରଣ ତାହାର ଧୋଇବି ମୁହିଁ ଅତି ସଯତନ ।ପୋଛିବି ତାହା ଆପଣା ଶିର ଚିକୁରେଅଛନ୍ତି ତହିଁ ଜାଣିବି ନିଶ୍ଚେ ମୋ ଠାକୁରେ ।ସେବି ମାନବ ଜନ ସେବ ସକଳ ପ୍ରାଣୀଏତିକି ମାତର ସାର ଜାଣ ସେବାକୁ ଧନ୍ୟ ମାନି ।ଜାଗ୍ରତ କର ହେ ଭଗବାନ ଭାରତ ମୋରସୁଶୀଳ ପର ଉପକାରୀ କର ସବୁ ହିତକରକର ସର୍ବେ ଭାରତେ ଗୁଣୀଗର୍ବେ ଦୃଢ଼ବ୍ରତଧାରୀମାତୃଭୂମି ସେବାପାଇଁ ଆପଣାରେ ଦିଅନ୍ତୁ ବଳି ।ବିଶ୍ୱ ମଧ୍ୟେ ଭାରତ ମୋର ରହୁ ମହାରାଣୀପରି ।ଜାଗ୍ରତ କର ହେ ଭଗବାନଭାରତ ମୋର ହେଉ ଆଗୁଆନକାମ କ୍ରୋଧ ଲୋଭ ସବୁ ହେଉ ଚୁନ୍ଚାନନନ୍ଦନକାନନେ ହେଉ ଭରା ଭରୁ ସବୁ ମାନମାତୃଭୂମିର କର ଭାଇ ସର୍ବେ ଗୁଣ ଗାନସତ୍ୟ ପଥରେ ଉଠାଅ ହେ ଭଗବାନଜାଗ୍ରତ କର ଭାରତ ମୋର ହେ ଭଗବାନଯଶ ପତାକା ଧରି ଚାଲନ୍ତୁ ସଦା ଏହାରି ସନ୍ତାନଆପଣା କର୍ମେ ଆଲୋକିତ କର ସକଳସଂସାରଉଠ ଯୁବକ ନ ରୁହ ଭାଇ ଚାହିଁ ଭକଭକଲାଗିପଡ଼ କର କର ଶୀଘ୍ର ଏହି ଦେଶ ଉଦ୍ଧାର ।ରଘୁପତି କୋଳେ, ରତିରତା ସୀତା ଅତ ଭୋଳେରହିଥିଲେ ଯେବେ ମନେ କର ସର୍ବେଆଜି ଜଙ୍ଗଲେ କଠିନ କଠୋର ବାହୁଡ଼ୋରେରାମ ସହ ଦିଶନ୍ତି ଅଭିରାମ ଏବେ ।କି ସ୍ତମ୍ଭିତେ, ଚକିତେ ସର୍ବେ କହିଲେ ବନ୍ଧୁବରଧନ୍ୟ ତୁମ୍ଭେ ଭାତୃ ସହିତେ ନ ହେଲ ଅନ୍ୟଥାସହଧର୍ମିଣୀ ସେହି ଏକାକିନୀ ରହିବିରହେ ଜାପିଲେ ଦିବସ ବର୍ଷକବି ରହିଲେ ନିର୍ବାକ, ଭାଷା ରହିଲା ରହିଧନ୍ୟ ସେ, ନାହିଁ ଦୁଃଖ ନାହିଁ ହର୍ଷ ।ନିରତ ପାଠରତା ଯୁବତୀ ସେହିମନରେ ତାହାର ଆଉ କିଛି ଭାବନା ନାହିଁ ।ସୁନ୍ଦର ଚିତ୍ତ ସାଗରେ ଭ୍ରମିଛି ଯେହୁକି ସୁଖ ଚାହିଁବ ବାହାରେ କାହାକୁ ଆଉ ।ଜ୍ଞାନ କରେ ଆହରଣ ସୁନ୍ଦର ମଧୁରଦିନ ଦିନ ଯାଏ ଚାଲି ଅତି ସୁନ୍ଦର ।ବିଧୁ ବିଧୁର ଚକୋଇ ଚକୋର ନାହିଁ ତହିଁ ପରାକିଏ କହିବ ମନରେ ତାହାର କେବେ କି ଖେଳଇ ଧରା ।ଯାହା ହେଉ ପଛେ ରତନ ମଣିଟି ଖୋଜଇ ରତନକରି ଆହା ଦିନ ରାତି କରି କେତେ ଯତନ ।ପରମ ଆୟୁଷ ଜୀବନ ଶେଷ ହୋଇ ଯାଉଛିଧୀରେ ଧୀରେ ଅତି ଧୀରେ ଜୀବନ କେସନେ ଏବେ ହଲୁଛି ।ହଲୁନାହିଁ ପରା ଯାଉଛି ଧୀରେ ଧୀରେ ସରିତ ସରିବିହଗୀଟି ହାତରେ ଧରି ବସିଛନ୍ତି ବୃଦ୍ଧ ସକଳ ବିସୋରିସନ୍ଧ୍ୟା ଆଗତ ଜୀବନ ଯିବତ ଶାନ୍ତ ସ୍ତବ୍ଧ ଏବେ ସକଳଜୀବନ ଯାଏ ଧୀର ବହି କେହି ଏବେ ଭାଇ ନ ହୁଅ ବିକଳ ।ଏହି ପଥେ ସଖି ! ଏହି ପଥେ ପ୍ରିୟାଦେଖା ଅଛଇ କେତେ ପ୍ରୀତି,ଅଛଇ କେତେ ପୃଷ୍ପ କୋମଳ ହିୟା ।ଅଛଇ କେତେ ବିଜନ ପକ୍ଷୀଅନାଇ ରହିଛନ୍ତି ଜଗତ ସାକ୍ଷୀଏହି ପଥେ ସଖି, ଜୀବନେ ଈକ୍ଷିତୁମ୍ଭେ ମୁହିଁ ହାତ ଧରାଧରି ହୋଇଚାଲିବୁ ଏବେ ଅନନ୍ତମାର୍ଗେରାଜ ସୁଖଠାରୁ ବଳି ଏହି ବିଜନ ବିପିନ ପଥ ବାଦନ ।ହେବ ଗୋ ସଖି ଆସୁଥାଅ ପ୍ରିୟେ ଉପରେ ଅଛି ଗଗନନବଘନ ଶ୍ୟାମ ଦୁର୍ବାଦଳ ସରିତ ଜଳଚିତ୍ତ ଆମ୍ଭର କରିବ ପୂର୍ଣ୍ଣ ପୂର୍ଣ୍ଣକୁମ୍ଭ ଜଳ ।ସୁଖିନୀ ! ସୁହାସିନୀ ! ଧନ୍ୟ କରିଛ ଜୀବନ ଆପଣାରସୀବନେ ନିରତା ତୁମ୍ଭେ ଆଖିଟି ଉଜ୍ଜ୍ୱଳ ଦିଶୁଛି ମଧୁରସୂତ୍ରଟି ଲମ୍ବାଇ ଧରିଛ ହାତରେଜୀବନ ସୂତ୍ର ତୁମ୍ଭର ଗୁନ୍ଥିଦିଅ ଜଗତ ସାଥିରେ ।ଆସିଛ ଏଥି ସକଳ ସାଥି ପ୍ରେମେ ମାତିସୀବନେ ସୀବନେ ପୂରାଇବ ଆପଣା ଛାତି ।ଈଶ୍ୱର ସୁନ୍ଦର, ଜଗତ ସୁନ୍ଦରସୁନ୍ଦର ସକଳ ଚାରିଆଡ଼ତୁମ୍ଭର ଚିତ୍ତ ହେଉ ଚିର ମଧୁରରୁହ ତୁମ୍ଭେ ଚିର ସୁନ୍ଦର ।ହସ୍ତି ଶୁଣ୍ଢରେ ଆସିଲ ଗର୍ଭରେଚମକି ଉଠିଲେ ମାୟାଦେବୀଜନମିବେ ବୁଦ୍ଧ ଜଗତର ପାଇଁପ୍ରସନ୍ନ ସକଳେ ଦେବୀ ମାନବୀଧରାରେ ଓହ୍ଲାଇଲେ ଆଜି ଗୌତମ ବୁଦ୍ଧଉଠ ଉଠ ଜଗତବାସୀ ହୁଅ ଶୁଦ୍ଧହସ୍ତି ଶୁଣ୍ଢେ ଏବେ ଦଣ୍ଡେଆଜି ରାତ୍ରିରେ ଆଗମନଧନ୍ୟ ଧରା ଧନ୍ୟ ସକଳ ଜନ ।ଗୌତମ ବୁଦ୍ଧ କରିବେ ଶୁଦ୍ଧଆସ ଆସ ସକଳେ ବହନଚିତ୍ତ କରି ସୁନ୍ଦର ମୋହନ ।ବିରହୋତ୍ କଣ୍ଠିତା ପୁଷ୍ପପୁତାଧ୍ୟାନରତା ଥିଲେ ତୁମ୍ଭେ ଜାଣେ ଜାଣେଆସିଲେ ବିଧୁର ଜନ ଆପଣାରଫେରିଲେ ଦୁଃଖେ ଆପଣା ପଥେ ତେଣେଭାବିଲ କେତେ ହାୟରେ ଯେତେଏହି ଥିଲା ମୋର ଧରମେଫେରିଲେ ସେହି ଆକୁଳ ହୋଇଧରମ ମୋର ରହିଲା କାହିଁକି ସନ୍ଦେହେ ପଡ଼ିଲା ମନଏବେ ଆଉ କହି ନୁହଇଁ ।ଆଜି ଏତେ ଦିନେ ଧନ୍ୟ ମୁହିଁସନ୍ତାନ ମୁଖକୁ ଚାହିଁଆଜି ଏତେ ଦିନେ ଉଛୁଳି ଉଠିଛିସ୍ତନ ମୋହର ପ୍ରେମରେ ଭାଇଦିଗନ୍ତ ଅଛନ୍ତି ଅନାଇସନ୍ତାନ ମୋହର କ୍ରୋଡ଼ରେ ଥୋଇଆଜି ଆଉ କାହାକୁ ଅନାଇବି ନାହିଁଜୀବନ ଦେଇ ହଁ ଜୀବନ ଦେଇପାଳିବି ମୁହିଁସନ୍ତାନ ମୋର ଜନନୀର ବକ୍ଷେସନ୍ତାନ ସର୍ବସ୍ୱ ଭାଇ ।ନଝୁମ ରାତେ, ପ୍ରେମରେ ମାତିକିଏ ସେ ଏବେ ସ୍ନାନ ଘରେ ଯାଏସେତ ପରାଣ ମୋହର ଶୀତଳ କରେତାକୁ ପାଇଲେ ଅନ୍ତର ପାଏଶାନ୍ତିର ସେହି ମୂର୍ତ୍ତି ରହିପ୍ରେମର ଜ୍ୟୋତି ବିକିରେ ।କର୍ଣ୍ଣରେ ତାହାର କାନ ଫୁଲ ଆଭରଣଧ୍ରୁବ ତାରା ପରି ରହେଅବା ଶୁକ୍ରପରି ଶୋହେବୟସ ତାର ମଧ୍ୟ ବୟସକିଏସେ ତାର ନାଗରମୁହିଁ ତାର ହାତଧରିଥିଲି ବହୁ ଦିବସରବାଲ୍ୟରେ ଚମକିଥିଲା ବାଳାଏବେ ସେ ହୋଇଛି ଭୋଳାସେହି ମୋହର ଜୀବନ ଯୌବନ କଣ୍ଠହାର ।ସ୍ୱାଗତ ସ୍ୱାଗତ ହଂସୀ ସୁତ ସ୍ୱାଗତ ସ୍ୱାଗତଆଣିଛ ମୃଣାଳଦଣ୍ଡ ଚଞ୍ଚୁରେ ବୋହିକି ବାର୍ତ୍ତା କୁହତ ମୋତେ ଅଛନ୍ତି କି ସେ ମୋହିଆସ ଆସ ପ୍ରେମର ସୁତସୁନ୍ଦର ତୁମେ କୋମଳ ତୁମେ ମଧୁର ତୁମେମଧୁର ଆଜି ପ୍ରାତବୋଇଲେ ଏହା ରାଧା ଲଳିତା ସମସଖୀ ଦୁଇ ବସିଥିଲେ ପ୍ରମୋଦ ବନେ ବିହ୍ୱଳେକମଳ କେତେ ଚାରିଆଡ଼େ ଯେତେପୁଣି ହାତରେ ଧରିଛନ୍ତି ସରାଗେ କେତେ ।ହଂସୀ ସୁତ ଦେଲା ପତ୍ରକୋମଳ ମୃଣାଳଦଣ୍ଡେ ଲିଖିତପ୍ରେମର ଦୁଇ ଚିହ୍ନ ରାଧାକୃଷ୍ଣ ଯୁଗଳ ସେତହର୍ଷେ ପୁଲକ ସଂଜାତ ଗାତ୍ରେଫେରଇ ମୃଣାଳ ଘେନି ସଂମତି ପତ୍ରେ ।ବୀଣାପାଣି ମୋର ସରଗ ସୁଧାବୀଣାପାଣି ବୀଣାପାଣିସେ ଯେ ମୋର ଚିର ଆରାଧ୍ୟା ।ପଦ୍ମବନେ ଖେଳଇ ସେହି ବନଦେବୀଆପଣା ମନେ ବୀଣା ବାଦିକେହି ନାହାନ୍ତି ଯହିଁ ବନଦେବୀ ତହିଁଖେଳନ୍ତି ବାଆନ୍ତି ଆପଣା ମନେ ଯଦିତୁମେ କାହିଁକି ନ କର ତାହା ଭାଇଶୂନ୍ୟ ରାତିରେ ସକଳ ଛାତିରେନିଦ୍ରା ପୂରିଛି ଯେବେଉଠ ଉଠ ଆହେ ଭକତବନଦେବୀ ସହ ବିପଞ୍ଚୀ ବଜାଇମଧୁର ତାନେ ଡାକ ହେ ଏବେ ।ଜୀବନ ହାଟର ସଉଦା ସବୁ ଏଥର ଓହ୍ଲାଇଦିଅନିଶ୍ୱାସ ମାରି ସୁଖରେ ଭରି ଏଥର ସ୍ମରଗେ ରହ ।ସଂଧ୍ୟାର ମୁଖେ ତାରାଟି ଫୁଟେହସଟି କି ତୁମର ନ ଫୁଟିବ ଗୋଟେ ।ଜୀବନଟି ସାରା ଖଟିଛି ଅତି ଭାରାଏଥର ମୁକ୍ତ ହୋଇ ସକଳ ଛାଡ଼ିଦେଇ ଆସ ତ୍ୱରା ।ଜୀବନ ବୋଝ ରଖିଦିଅ ଆଉଚାଲ ମରୁଭୂମି ପଥେଖୋଜିବା ଯହିଁ ଅଛି ଜଳଜଳ ଦିଅନ୍ତି ଯେହୁ ॥
ଅଶୋକ ବନେ ବନ୍ଦିନୀ ସୀତା ଆପଣା ମନେଗୁଣୁଛନ୍ତି ସେହି କେତେ କି କଥା କିଏ ଜାଣେଅଶୋକ ତାଙ୍କର ଶୋକ ପାସୋରି ଦିଏହାୟରେ ଅଶୋକ ସ୍ତବକ ତୁମର ତାଙ୍କରି ପରେ ଝରେ ।ତେବେତ ତୁମେ ମହା ଅନୁଭୂତି ଭରାଜଗତଯାକ କେହି ନ ପଚାରୁସୀତା ରହିବେ ଅଶୋକ ବୃକ୍ଷ ସାଥେଚିରକାଳ ଯେତେ ପଛେ ହୃଦୟ ଥରୁହନୁମାନ ଯେବେ ଆସିବ ସନ୍ଦେଶ ବହିମୁକ୍ତି ଯେବେ ହେବ ରାମ ଆସିବେ ପତି ସେହି ।ସମାପ୍ତ
ବୈଦେହୀଶ ବିଳାସ (ଚତୁର୍ଥ ଭାଗ)ଉପେନ୍ଦ୍ର ଭଞ୍ଜ ବୈଦେହୀଶ ବିଳାସ (ତୃତୀୟ ଖଣ୍ଡ)ଉପେନ୍ଦ୍ର ଭଞ୍ଜ ଉପେନ୍ଦ୍ର ଭଞ୍ଜ