ମଧୁମୟ
ସ୍ୱଭାବ କବି · ୧୮୬୨–୧୯୨୪ · ରାଧାନାଥ ଯୁଗ
- ସଂକଳନ: ଅର୍ଘ୍ୟଥାଳୀ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୬୪
- ସ୍ଥିତି
- ସାର୍ବଜନୀନ (Public domain)
ବିଶ୍ୱ ଦେଖ ମଧୁମୟ ରେ ଜୀବନ !ବିଶ୍ୱ ଦେଖ ମଧୁମୟମଧୁର ଝରଣ କରିବ ହରଣତୋ’ ପାପ ମରଣଭୟ ରେ ଜୀବନ ! । ଘୋଷା ।ଜନନୀର ସ୍ନେହ ଜାୟାର ପ୍ରଣୟବୁଧ-ବନ୍ଧୁ ସଦାଳାପ,ଜନକ ଆଦର ଏକ ଏକ ଝରତଡ଼ି ଦେଉଛନ୍ତି ତାପରେ ଜୀବନ !ନବ ନବ କର୍ମ ନବ ନବ ମର୍ମନବ ନବ ଜ୍ଞାନପଥ,ନବୀନ ଆଲୋକେ ଦେଖାନ୍ତି ଏ ଲୋକେମଧୁ ଝର ଶତ ଶତ ରେ ଜୀବନ !ମଧୁମୟ ବନେ ମଧୁମୟ ସ୍ୱନେଗାଇ ମଧୁମୟ ଗୀତି,ବିହଙ୍ଗମଗଣ ପୂରାନ୍ତି ଶ୍ରବଣମଧୁ ଢାଳି ନିତି ନିତି ରେ ଜୀବନ !ଦିନେ ଦିନପତି ରାତ୍ରେ ରକ୍ଷତତିସହିତ କୁମୁଦବନ୍ଧୁ,ବିଚରି ଗଗନେ ଅଖିଳ ଭୁବନେବିତରନ୍ତି ଜ୍ୟୋତି ମଧୁ ରେ ଜୀବନ !ମହୀ ମହୀଧରେ ସରିତ ସାଗରେସରେ ବନ ଉପବନେ,ଦେଖ ଫୁଲକୁଳ ପଲ୍ଲବ କଲ୍ଲୋଳମଧୁ ମାଖିଛନ୍ତି ଘନେ ରେ ଜୀବନ !ବିଶ୍ୱନାଥଙ୍କର କରୁଣାକନ୍ଦରମଧୁ ଝର ଜନ୍ମସ୍ଥଳ,ଚାହିଁ ଝର ପ୍ରତି ଉଚ୍ଚ କଲେ ଗତିପାଇବୁ କରୁଣାଚଳ ରେ ଜୀବନ !ହେଲେହେଁ ତୁ ସାନ କରୁଣାନିଧାନରାଜ୍ୟରେ କରିଛୁ ବାସ,ବଢ଼ାଇଲେ କର ତାଙ୍କ ଶ୍ରୀପୟରଲାଭେ ନ ହେବୁ ନିରାଶ ରେ ଜୀବନ !ସର୍ପଦଷ୍ଟ ଜନ ମୁଖରେ ଲବଣଦେଲେ ବୋଲିଥାଏ ମାଟି,ଜ୍ଞାନଭ୍ରଷ୍ଟେ ମଧୁ ନ ଲାଗିଲେ ସ୍ୱାଦୁଜ୍ଞାନଗଦ ପିଅ ବାଟିରେ ଜୀବନ ![୧୯୧୪ ଅଗଷ୍ଟ, ଉତ୍କଳ ସାହିତ୍ୟ]
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର