କୁ
ଗୋବିନ୍ଦ ରଥ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୧୫
- ସ୍ଥିତି
- ସାର୍ବଜନୀନ (Public domain)
କୁଟ ବଚନ, ମିଠା ତିଅଣ ପାସୋର ନ ଯାଏ ମନୁ ।ଦିନ ଦିନକରେ ମନେ ପଡୁଥିଲେ ଘାରି ହେଉଥାଏ ତନୁ ।କୁଳ ବୁଡ଼ିବାର ଦେଖ ଏ ରୀତି, ଅଜା ଥାଉଁ ଥାଉଁ ମରଇ ନାତି ।କୁହା ଯାଉଥାଏ ସୀନା, ତୁହାଇ ତୁହାଇ ପୁଟ ଦେଉଥିଲେ ଲୁହା କି ହୋଇବ ସୁନା ।କୁମ୍ଭାର ବୋହୁ, ଝାଟିକି ନ ଗଲେ ମାଟିକି ଯାଉ ।କୁଣିଆଁକୁ କାହିଁକି କାନ୍ଥ ଗରୁ ।କୁଆ ଧାନ ଖିଆ ଦେଖି, ବଗ ଧାନ ଖାଉଚି ।କୁଣ୍ଡା ଦେଇ ପାଠ ପଢ଼ିବାର ।କୁଳର କନ୍ୟାକ କାଳୀ, ତୀର୍ଥ ପାଣିକି ଗୋଳି ।କୂଅରେ ବେଙ୍ଗ ପଡ଼ିଲେ ସମସ୍ତେ ଟେକାଏ ଟେକାଏ ପକାନ୍ତି ।କୁଳକ୍ଷୟବେଳକୁ ଘୋଡ଼ାମୁଁହା ପୁଅ ଜାତ ।କୁକୁରର କାମୁଡ଼ିବା ଆଣ୍ଠୁ ତଳେ ।କୁକୁର ର ଘର ନାହିଁ, ଧାଇଁ ଧାଇଁ ଅସର ନାହିଁ ।କୁକ୍କୁର ଲାଙ୍ଗୁଡ଼କି ବାର ବରସରେ ସଳଖ ହୁଏ ?କୁଣିଆକୁ ଭାତ, ରଜାକୁ ଖଜଣା, ମନା ହେବାର ନୁହେଁ ।