ଆ
୧୮୪୮–୧୯୧୮
- ସଂକଳନ: ଢଗମାଳିକା (ପ୍ରଥମ ଭାଗ)
- ପଢ଼ିବା ସମୟ
- ୨ ମିନିଟ୍
- ଶବ୍ଦ
- ୨୫୫
- ସ୍ଥିତି
- ସାର୍ବଜନୀନ (Public domain)
ଆପୁଅ ଚୋର, ଗଞ୍ଜେଇଆ ଭୋଳ, ଧୂଆଁ ପଡ଼ିଆ ଘରେ ନିତି ଗୋଳ ।ଅରେ ସଖି, ଆପଣା ମହତ୍ତ୍ୱ ଆପେ ରଖି ।ଆଳି ରାଜ୍ୟରେ ଭିନ୍ନେ ବୁଝାମଣା, ଫାଟରେ କୁମ୍ଭୀର ଖାଏ ।ଆପଣା ହାତେ ଜିହ୍ୱା ଛେଦି, ତା’ର କେ ଅଛି ପ୍ରତିବାଦୀ ।ଆଲୋ । ସତୀ ! ବଡ଼ ଦେଉଳକୁ ପିମ୍ପୁଡ଼ି ଗିଳିଲା କୁଞ୍ଚାରେ ବୁଡ଼ିଲା ନଉତି ।ଆଜି ହାଟ 'କି ହାଟ, କାଲି ହଟ ସିନା ହଟ, କିପାଇଁ ଆସିବ ଠେଙ୍ଗା ପାହୁରାଣି କିପାଇଁ ଆସିବ ଖଟ ।ଆଖିର କଜ୍ଜ୍ୱଳ ସିନା ସହିହୁଏ, ଟିରିକି କଜ୍ଜ୍ୱଲ କି ସହିହୁଏ ।ଆରେ ରସିକ, କଖାରୁଫୁଲକୁ ପାରୁଡ଼ା ପୋକ ।ଆଟିକାଖିଆର ମାଇପ ମରେ, ଖଣ୍ଡିଗୁଣିଆର ଦ୍ୱି ଗୁଣ ସରେ ।ଆଇଲା ରାବଣ ନେଲା । ସୀତା, ଏଥିପାଇଁ କି ପୋଥି ସାତଟା ।ଆପେ ମଲେ ଯୁଗବୁଡ଼, ପରେ ମଲେ ପାଣି ବୁଡ଼ ।ଆରେ କରୁଣା । ନୂଆ ଦେଖି ପାସୋରିଲୁ ପୁରୁଣା ।ଆରେ ଢାମେଣା ବୁଲି ବୁଲି ଆସି ସେହି ଅଗଣା ।ଆଖିରେ ଦେଖି ଶୁଣିବାକୁ କହେ, ଏପରି ନିର୍ବୋଧ ଅଛି କିଏ ?ଆମ୍ବକସି, କଥା ଲହସରେ ବାହାରିଗଲି ମତେ ନ ବୋଲିବ ବଳପଶି ।ଆଖି ଥାଉଁ କଣା ।ଆପଣାର ସାତପୁତ, ପରର ଦେଖିଲେ କାଠରୁଢ଼ ।ଆପେ ଯେବେ ରାଣ୍ଡ, ତେବେ ସାଇ ପଡ଼ିଶା ରାଣ୍ଡ ।ଆଗେ ଦୁଃଖ ପଛେ ସୁଖ ।ଆପେ ବଣିଜ, ପୁତେ ଚାଷ ।ଆଲ ବୋଇଲେ କାଲ ଶୁଭେ, ଘରପୋଡ଼ି ବୋଇଲେ ବଣପୋଡ଼ି ଶୁଭେ ।ଆ ବଳଦ ମତେ ବିନ୍ଧି ।ଆମ୍ଭ ଉଖୁଡ଼ା ସେରକ ଦିଅ, ତୁମ୍ଭ ନାମ ଫେରାଇ ନିଅ ।ଆପଣାଦେଶେ ଚାକିରି କଲେ କୁକୁର, ପରଦେଶେ ଚାକିରି କଲେ ଠାକୁର ।ଆଦରେ ଭୋଜନ, କି କରେ ବ୍ୟଞ୍ଜନ ।ଆପେ ମଲେ ସ୍ୱର୍ଗେ ଯାଏ, ପର ମଲେ ବୁଡ଼ ଦିଏ ।ଆଉ କି ଅଛି ତୋ ପିଣ୍ଡାରେ ମୋ ଗାଇ ବ୍ୟାଇଛି ।ଆପ କାର୍ଯ୍ୟଂ, ତାତ୍ପର୍ଯ୍ୟ°, ପରକାର୍ଯ୍ୟ° ଅଧାବିଧା ।ଆଗପଛକୁ ବିଚାର କର ।ଆଚାରେ ବ୍ରାହ୍ମଣ ବିଚାରେ ଯୋଗୀ ।ଆଖି ବୁଜିଲେ ଦିନ ଦୁଇପହରେ ଅନ୍ଧାର ।ଆକଟ କାମ, ଥିରଗମନ ତାକୁ ଜାଣିବ ପର, ଦିପହରିଆ ବସନ ଘୋଡ଼ା ତାକୁ ଜାଣିବ ଜର ।