କ୍ରୋଧ
ଗୋଦାବରୀଶ ମହାପାତ୍ର
୧୮୯୮–୧୯୬୫
- ସଂକଳନ: ଯେ ଫୁଲ ଫୁଟିଥିଲା
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୧୦୯
- ସ୍ଥିତି
- ସାର୍ବଜନୀନ (Public domain)
କ୍ରୋଧ ଜିଣେ ଶାଣଦିଆ କାତିକିଫିଙ୍ଗିଦିଏ ପଦେ ସ୍ନେହ-ପ୍ରୀତିକି । ୦ ।ନ ଚିହ୍ନେ ସେ ପଥ କୁଟିଳ କଣ୍ଟକମଶାପ୍ରାୟ ମଣେ ମତ୍ତହସ୍ତୀକ । ୧ ।ଦିନକୁ ସେ ମଣେ ନିଶାର୍ଦ୍ଧ ସମାନେନ ମଣେ ଆପଦ ଅମାରାତିକି । ୨ ।ନ ମଣେ ସେ କଳା ନ ମଣେ ସେ ଧଳାକଳା ଧଳା ତା’ର ଏକ ରୀତିକି । ୩ ।ନିଆଁକୁ ମଣେ ସେ ଅତି ସୁଶୀତଳଯେଣୁ ହୃଦ-ନିଆଁ ଦହେ ଛାତିକି । ୪ ।ବାଘ ଥିଲେ ଆଗେ ଠେଲିଦିଏ ରାଗେସବୁ ଏକା ଦିଶେ ତା’ର ଆଖିକି । ୫ ।ଯେଣେ ଚାହେଁ ଦେଖେ କ୍ରୋଧର ସରିତଆଣେ ମରୀଚିକା ତୁଚ୍ଛା ରୀତିକି । ୬ ।ଘର ଲାଗେ ତାକୁ ବଣର ଭିତରବୀଣା-ସ୍ୱର ଶ୍ରୁତିକଟୂ ଶ୍ରୁତିକି । ୭ ।କ୍ରୋଧ-ମତ୍ତ ନର ମନ-ବଚନରେହୃଦୟେ ନ ଆଣେ ତିଳେ ଭୀତିକି । ୮ ।
ସମ୍ବନ୍ଧିତ ରଚନା
ସୂର୍ଯ୍ୟ ପ୍ରତି ଦୀପ
ଗଙ୍ଗାଧର ମେହେର
ତାରା-ସୂର୍ଯ୍ୟ
ଗଙ୍ଗାଧର ମେହେର