କ୍ରିମୋନ୍ନତି
ନନ୍ଦକିଶୋର ବଳ
୧୮୭୫–୧୯୨୮
- ସଂକଳନ: ନିର୍ମାଲ୍ୟ
- ପଢ଼ିବା ସମୟ
- ୧ ମିନିଟ୍
- ଶବ୍ଦ
- ୭୧
- ସ୍ଥିତି
- ସାର୍ବଜନୀନ (Public domain)
ଜଗତର ଇତିହାସେ ମାନବ−ସମାଜେକ୍ରମେ ନ୍ୟାୟ, ସତ୍ୟ, ସୁଖ, ବିଜୟ ବିରାଜେ,ଥିଲେ ଯେ ମନୁଜେ କାଳେ ବନପଶୁ ପରିଅଛନ୍ତି ଉନ୍ନତ ହୋଇ ଦେବ ଶିଶୁ ସରି ।ଗହ୍ୱର କୁଲାୟେ ପଶୁ ପକ୍ଷୀ ନିବସନ୍ତି,ସୁନ୍ଦର ପ୍ରାସାଦେ ନରେ ବସତି କରନ୍ତି ।ଜଡ଼ରୁ ଉଦ୍ଭିଦ, ପଶୁ, ପକ୍ଷୀ, ନରନାରୀକ୍ରମୋନ୍ନତି ନିୟମରେ ଅଛନ୍ତି ସଂଚାରି ।ବିବର୍ତ୍ତନ ଶକତିରେ ହୋଇଣ ଚାଳିତଅନନ୍ତ ଆଦର୍ଶ ପଥେ ସୃଷ୍ଟି ପ୍ରଧାବିତ ।ଅସତ୍ୟ, ଅନ୍ୟାୟ, ଉପଧର୍ମ ଅତ୍ୟାଚାରକରିଥିଲା ମନୁଜର ଗୋଷ୍ଠୀ ନାରଖାର ।ପ୍ରାଣୀହତ୍ୟା ଜଡ଼−ନର−ପୂଜା ବିବାସିତସତ୍ୟ, ଶିବ, ସୁନ୍ଦରର ପୂଜା ପ୍ରତିଷ୍ଠିତ !
ସମ୍ବନ୍ଧିତ ରଚନା
ଜରା-ମରଣ
ନନ୍ଦକିଶୋର ବଳ
ତୀର୍ଥ ଯାତ୍ରା
ନନ୍ଦକିଶୋର ବଳ
ସେହିପରି ଏ ମୋର ହୃଦୟ
ନନ୍ଦକିଶୋର ବଳ
କଥା ଓ ଜୀବନ
ନନ୍ଦକିଶୋର ବଳ